AFFILIATE MARKETING

https://binomo.com?a=90810425bb57&t=0

Friday, May 2, 2025

ଏବେ ବି କାଶ୍ମୀରରେ ଲୁଚି ରହିଛନ୍ତି ଆତଙ୍କୀପାଖରେ ମହଜୁଦ ରଖିଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ

ପାଖରେ ମହଜୁଦ ରଖିଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ

ନୂଆଦିଲ୍ଲୀ, ୦୧/୦୫: ପହଲଗାମରେ ତାଣ୍ଡବ ରଚି ଭାରତୀୟମାନଙ୍କ ନିଦ ହଜାଇ ଦେଇଥିବା ଆତଙ୍କବାଦୀମାନେ ଏବେ ବି କାଶ୍ମୀରରେ ଲୁଚି ରହିଛନ୍ତି। ଦକ୍ଷିଣ କାଶ୍ମୀରରେ‌ ଏହି ଆତଙ୍କବାଦୀମାନେ ଏବେ ବି ସକ୍ରିୟ ରହିଥିବାର ଏନଆଇଏକୁ ସୂଚନା ମିଳିଛି। ଯଦି ସୁରକ୍ଷା ବାହିନୀ ପକ୍ଷରୁ ଦୃଢ଼ ଜବାବ ଦିଆଯାଏ ତେବେ ଏହି ଆତଙ୍କବାଦୀମାନେ କଭର ଫାୟାର କରିବାର ସମ୍ଭାବନା ରହିଛି।

ଏହି ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଦୀର୍ଘ ସମୟ ଧରି ରହିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ଓ ଫଳମୂଳ ପାଖରେ ରଖୁଛନ୍ତି। ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆତଙ୍କୀମାନେ ପ୍ରଥମେ ବୈସରନ ଉପତ୍ୟକାର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ଅବରୋଧ କରିଥିଲେ। ଦୁଇ ଜଣ ମୁଖ୍ୟ ଗେଟ୍ ଦେଇ ପ୍ରବେଶ କରିଥିଲେ, ଜଣେ ପ୍ରସ୍ଥାନ ପଥରେ ନିୟୋଜିତ ଥିଲେ ଏବଂ ଚତୁର୍ଥ ଜଣକ ପାଖ ଜଙ୍ଗଲରେ ଲୁଚି ରହିଥିଲେ। ଦୁଇ ଜଣ ସାମରିକ ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଜଣେ ପାରମ୍ପରିକ କାଶ୍ମୀରୀ ପୋଷାକ ପିନ୍ଧିଥିଲେ।

ସେମାନେ ପ୍ରବେଶ ଦ୍ଵାର ପାଖରେ ଥିବା ପ୍ରଥମେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସେମାନେ ମୁଖ୍ୟତଃ ହିନ୍ଦୁ ପୁରୁଷମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଚା’ ଓ ଭେଲପୁରୀ ଷ୍ଟଲ ନିକଟରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ବେଳେ ସେଠାରେ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଏହି ହତ୍ୟାକାଣ୍ଡ ପରେ ଆତଙ୍କବାଦୀମାନେ ବୈସରନ ଘାଟିର ବାମ ପାର୍ଶ୍ୱରେ ଥିବା କାନ୍ଥ ଡେଇଁ ଅଞ୍ଚଳ ଛାଡ଼ି ପଳାଇଥିଲେ‌ ବୋଲି ଜଣାପଡ଼ିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...