AFFILIATE MARKETING

https://binomo.com?a=90810425bb57&t=0

Wednesday, May 21, 2025

ଘୋଷଣା ହେଲା ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଏକା ସଙ୍ଗେ ସବୁ ଷ୍ଟ୍ରିମର ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ୱର, ୨୦/୦୫: ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକା ଥରକେ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ। ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ କାଲି ପ୍ରକାଶ ପାଇବ। ଏ ନେଇ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ମିଳିଛି।

ଆଜି ଦୁଇ ଦିନ ମଧ୍ୟରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିବା ବେଳେ ସିଏଚ୍ଏସ୍ଇ ପକ୍ଷରୁ ଆସନ୍ତାକାଲି ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୩ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପୂର୍ବରୁ ସବୁ ଷ୍ଟ୍ରିମର ପରୀକ୍ଷାଫଳ ଅଲଗା ଦିନରେ ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଗୋଟିଏ ଦିନରେ ସବୁ ବିଷୟର ପରୀକ୍ଷାଫଳ ପ୍ରକାଶ ପାଇବ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...