AFFILIATE MARKETING

https://binomo.com?a=90810425bb57&t=0

Saturday, May 3, 2025

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ବର, ୦୨/୦୫: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛି । ନିଗମ ଗୁଡିକ ହେଲା ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ (OSSC), ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ଼ (OSCDCL) ।

ବିଗତ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା କୃଷି ଶିଳ୍ପ ନିଗମ ଓ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ଅଧ୍ୟକ୍ଷଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି କହିଥିଲେ ଯେ, ଅନୁବନ୍ଧିତ ସମସ୍ତ ନିଗମ ଗୁଡିକ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଗତିର ଏହି କାର୍ଯ୍ୟଧାରା ଆଗକୁ ଜାରି ରହୁ । ଗତ ଆର୍ଥିକ ବର୍ଷ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ଯ ସରକାରଂକ ଏକ ପ୍ରମୁଖ ବିଭାଗ ଭାବେ ଅନୁମୋଦିତ ବଜେଟର ୯୪.୭ ପ୍ରତିଶତ ଖର୍ଚ୍ଚ କରିପାରିଛି । କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

ଓଡ଼ିଶା କୃଷି ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ୪୫,୦୦୦ ଟନ୍ ସାର, ୨୦ କୋଟି ଟଙ୍କାର ଜୈବିକ ସାର ଓ କୀଟନାଶକ, ୭୦୦୦ ଟ୍ରାକ୍ଟର, ୧୦୦୦ ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ୫୨୦୦ ବିଦ୍ୟୁତ ଚାଳିତ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ, ୪୮୦୦ ସୌରଚାଳିତ ଜଳନିଧି ପ୍ରକଳ୍ପ, ୧୦୦୦ ଅଗଭୀର ନଳକୂପ ପ୍ରକଳ୍ପ (Shallow Tube Well) ଏବଂ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ୩୦ କୋଟି ଟଙ୍କା କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖିଛି । ସମୁଦାୟ ୧୦୦୦ କୋଟି ଟଙ୍କାର କାରବାର କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିଭଳି ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ ସହ ହୋଇଥିବା ସହଭାଗୀତା ଓଡ଼ିଶାର ବିହନ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖିଛି । କୃଷି ବିଭାଗ ପ୍ରଜନନକାରୀ ପ୍ରାମାଣିକ ବିହନର ସମୟୋଚିତ ଯୋଗାଣ ସୁନିଶ୍ଚିତ କରି ଚାଷୀଙ୍କ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ । ଏହି ସହଯୋଗରେ ଉଭୟପକ୍ଷ ସମନ୍ବିତ ଚାଷୀ ସଚେତନତା ଅଭିଯାନ ମାଧ୍ୟମରେ ବିହନ ପ୍ରତିସ୍ଥାପନ ଓ କିସମ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଏଥିପାଇଁ ୫୬ କୋଟି ଟଙ୍କାର କାରବାର ଲକ୍ଷ୍ୟ ରହିଛି ।

ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ୬,୫୦୦ଟି ବ୍ୟବସାୟିକ ଉଦ୍ୟମ ନିର୍ମାଣ ସହିତ ୨୫୦ କୋଟି ମୂଲ୍ୟର ସବସିଡ଼ି ପ୍ରଦାନ କରିବା ଲକ୍ଷ୍ୟ ରଖିଛି । ସେଥିରୁ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ପାଇଁ ୨୦୦ କୋଟି ଏବଂ ଶୀତଳ ଭଣ୍ଡାର ସହାୟତା ଯୋଜନା ପାଇଁ ୫୦ କୋଟି ରହିଛି ।

ଅନୁରୂପଭାବେ, ଓଡ଼ିଶାରେ କାଜୁ ଚାଷକୁ ସୁଦୃଢ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ନିଗମ ୫୦୦ ହେକ୍ଟର ହାଇବ୍ରିଡ଼ କାଜୁ ପୁନଃରୋପଣ କାର୍ଯ୍ୟକ୍ରମ ଏବଂ ୧୩୩୬.୨୨ ହେକ୍ଟରରୁ ଅଧିକ ବୃକ୍ଷର ରକ୍ଷଣାବେକ୍ଷଣ କରିବ । ଏହାଛଡ଼ା ଏହାର ବିଦ୍ୟମାନ ୨୦ ଟି କ୍ଲୋନାଲ୍ ନର୍ସରୀରୁ ୩୫ ଲକ୍ଷ ହାଇବ୍ରିଡ଼ କାଜୁ କଲମ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।

ଏହି ଏମଓୟୁ ସ୍ୱାକ୍ଷରିତବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...