AFFILIATE MARKETING

https://binomo.com?a=90810425bb57&t=0

Friday, May 2, 2025

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କେମିତି ରେଜଲ୍ଟ ଚେକ୍ କରିବେ ଜାଣନ୍ତୁ

ଉପକୁଳ ସମାଚାର 

ଭୁବନେଶ୍ୱର, ୦୨/୦୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ କଟକ ସ୍ଥିତ ବିଏସଇ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟାରୁ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ www.bseodisha.ac.in ଅନଲାଇନରେ ନିଜର ରେଜଲ୍ଟ ଦେଖିପାରିବେ ।

ଏହାବ୍ୟତୀତ ଇଣ୍ଟରନେଟ୍ ସଂଯୋଗ ନଥିବା ଛାତ୍ରଛାତ୍ରୀ ମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ। “OR10<space>ରୋଲ୍ ନମ୍ବର” ଟାଇପ୍ କରି 5676750 ନମ୍ବରରେ ପଠାଇ ରେଜଲ୍ଟ ଦେଖି ପାରିବେ।

ଉଲ୍ଲେଖଯୋଗ୍ୟ, ୩୦ଟି ଜିଲ୍ଲାର ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ ସେଣ୍ଟରରେ ଅନୁଷ୍ଠିତ ଏଚ୍ଏସ୍ସି ପରୀକ୍ଷାରେ ମୋଟ ୫ ଲକ୍ଷ ୧୦ ହଜାର ୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...