AFFILIATE MARKETING

https://binomo.com?a=90810425bb57&t=0

Tuesday, May 6, 2025

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ

ଗତ ତିନି ମାସ ମଧ୍ୟରେ ସାମିଲ ହୋଇଛନ୍ତି ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ

ଭୁବନେଶ୍ଵର, ୦୬/୦୫: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ-ପାଳନ ଯୋଜନାକୁ ମିଳିଛି ପ୍ରାରମ୍ଭିକ ସଫଳତା । ଗତ ତିନି ମାସ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ ଗୋ-ପାଳନ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆନ୍ଧ୍ର-ପ୍ରଦେଶ, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରୁ ଏହି ଗାଈ ଅଣାଯାଇଛି । ଫଳରେ ଦୁଗ୍ଧ-ଚାଷୀଙ୍କ ଜୀବନ-ଜୀବିକାକୁ ଗୋ-ପାଳନ ଯୋଜନା ଅଧିକ ସୁରକ୍ଷିତ ଓ ସଶକ୍ତ କରିଛି ।  ଆମ ରାଜ୍ୟରେ ଉନ୍ନତ ପ୍ରଜାତିର ଗୋ-ପାଳନ ପାଇଁ ମଧ୍ୟ ଏହା ସହାୟକ ହେବ ଓ ଅନ୍ୟମାନଙ୍କୁ ପ୍ରେରିତ କରିବ ।

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା -୨୦୨୫ ଆୟୋଜନ ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଚାଷୀମାନଙ୍କୁ ଗୋ-ଆହେଡ୍ ଲେଟର୍ ବା କାର୍ଯାଦେଶ ପତ୍ର ପ୍ରଦାନ କରିଥିଲେ । ସରକାରୀ ସହାୟତା ପାଇ ଚାଷୀମାନେ ବାହାର ରାଜ୍ୟରୁ ଦୁଧିଆଳୀ ଗାଈ କ୍ରୟ କରିଛନ୍ତି । ଏବେ ଏହି ଉତ୍କୃଷ୍ଟମାନର ଦୁଧିଆଳୀ ଗାଈ ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗେମ୍‌ଚେଞ୍ଜର୍‌ ଭାବେ ଉଭା ହୋଇଛି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଏହି ଗୋପାଳନ ଯୋଜନାରେ ପ୍ରଥମ କରି ତିନୋଟି ୟୁନିଟ ପ୍ରତିଷ୍ଠା ହୋଇଛି । ସମସ୍ତ ତିନି ଦୁଗ୍ଧ ଚାଷୀ ହେଉଛନ୍ତି ମହିଳା । ଏହି ସଫଳତା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରୁଛି । ଗୋପାଳକଙ୍କ ଜୀବିକାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବା ନିମନ୍ତେ  ରାଜ୍ୟ ସରକାର ଗୋ-ପାଳନ ଯୋଜନା ଆରମ୍ଭ କରିଛନ୍ତି  । ଦୈନିକ ଅତି କମରେ ୧୦ ଲିଟରରୁ ଅଧିକ ଦୁଗ୍ଧ ଦେଉଥିବା ଗାଈ କ୍ରୟ କରିବା ନିମନ୍ତେ ରାଜ୍ୟ ସରକାର ୭୦ ପ୍ରତିଶତ ପର୍ଯନ୍ତ ସବସିଡି ପ୍ରଦାନ କରୁଛନ୍ତି । ସମ୍ପୂର୍ଣ୍ଣ ସ୍ଵଚ୍ଛତାର ସହ ଚାଷୀମାନେ ସେମାନଙ୍କର ପସନ୍ଦ ମୁତବକ ଗାଈ ବାହାର ରାଜ୍ୟରୁ କ୍ରୟ କରି ପାରୁଛନ୍ତି । ଏହି ଯୋଜନାରେ ଗାଈ କ୍ରୟ କରିବାର ୭-୧୦ ଦିନ ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବସିଡି ପ୍ରଦାନ କରାଯାଇଥାଏ ।  ତେଣୁ ଅଧିକରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନାରେ ସାମିଲ ହେବାକୁ ମତ ପ୍ରକାଶ ପାଉଛି ।

No comments:

COASTAL NEWS

  ଜଗନ୍ନାଥ ପ୍ରସାଦ ମହାନ୍ତି जगन्नाथ मोहंती jagannath Mohanty