AFFILIATE MARKETING

https://binomo.com?a=90810425bb57&t=0

Monday, May 19, 2025

କର୍ଣ୍ଣେଲ ସୋଫିଆଙ୍କୁ ଆପତ୍ତିଜନକ ମନ୍ତବ୍ୟ ପଡ଼ିଲା ମହଙ୍ଗା: ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ଭୋପାଳ,୧୫ା୫: ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାନି। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଗୁରୁବାର ନୂତନ ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ (CJI) କହିଥିଲେ ଯେ, ଏକ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି କିପରି ଏପରି ବୟାନ ଦେଉଛନ୍ତି? ବିଜୟ ଶାହାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର ମାମଲାରେ ମଧ୍ୟ କୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ଏଫ୍‌ଆଇଆରକୁ ସ୍ଥଗିତ ରଖିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ସିଜେଆଇ କହିଥିଲେ ଯେ, ଆମେ ଜାଣୁ କେବଳ ଆପଣ ଜଣେ ମନ୍ତ୍ରୀ ହୋଇଥିବାରୁ କିଛି ହେବ ନାହିଁ, କିନ୍ତୁ ଏହି ପଦବୀରେ ରହି ଆପଣଙ୍କୁ ଦାୟିତ୍ୱର ସହିତ କଥା କହିବା ଉଚିତ।

ବାର୍‌ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ବିଜୟ ଶାହାଙ୍କ ପକ୍ଷରୁ ଓକିଲ ବିଭା ଦତ୍ତ ମାଖିଜା ଯୁକ୍ତି ଦର୍ଶାଇ କହିଥିଲେ, ‘ଆବେଦନକାରୀ ତାଙ୍କ ଭୁଲ ସ୍ବୀକାର କରିଛନ୍ତି ଏବଂ ତାଙ୍କ ମନ୍ତବ୍ୟର ଭୁଲ ବ୍ୟାଖ୍ୟା କରାଯାଇଛି।’ ଗଣମାଧ୍ୟମ ଏହାକୁ ଅତିରଞ୍ଜିତ ଭାବରେ ଉପସ୍ଥାପନ କରିଥିଲା। ଆମେ ଏଫ୍‌ଆଇଆର ଉପରେ ସ୍ଥଗିତାଦେଶ ପାଇଁ ଆବେଦନ କରୁଛୁ। ତଥାପି କୋର୍ଟ ଏହାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ।

ମଧ୍ୟପ୍ରଦେଶ ହାଇକୋର୍ଟ ଏହି ମାମଲାର ସ୍ବତଃ ତଦନ୍ତ କରି ୪ ଘଣ୍ଟା ମଧ୍ୟରେ ବିଜୟଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ସନ୍ଧ୍ୟାରେ ବିଜୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା, ଯାହାକୁ ବିଜୟ ଶାହ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଥାପି କୋର୍ଟ ଏଫ୍‌ଆଇଆର ସମ୍ପର୍କରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।

ସିଜେଆଇ ବିଜୟ ଶାହାଙ୍କୁ ଭର୍ତ୍ସନା କରି କହିଥିଲେ ଯେ, ସେ ଏକ ସାମ୍ବିଧାନିକ ପଦବୀରେ ଅଛନ୍ତି, ତାଙ୍କୁ ଦାୟିତ୍ୱର ସହିତ କିଛି କହିବା ଉଚିତ। ସେ କହିଥିଲେ, ‘ଯେତେବେଳେ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି, ତୁମେ ଜାଣିବା ଉଚିତ ଯେ ତୁମେ କ’ଣ କହୁଛ।’ କେବଳ ତୁମେ ଜଣେ ମନ୍ତ୍ରୀ ହୋଇଥିବାରୁ…’ ସିଜେଆଇ ଗଭାଇ କହିଛନ୍ତି, ଶୁକ୍ରବାର ଏହି ମାମଲାର ଶୁଣାଣି ହେବ। ସେ କହିଛନ୍ତି, ବିଜୟ ଜାଣନ୍ତି ସେ କିଏ। ଆମେ ଜାଣୁ କେବଳ ସେ ଜଣେ ମନ୍ତ୍ରୀ ହୋଇଥିବାରୁ କିଛି ହେବ ନାହିଁ।


ମନ୍ତ୍ରୀ ବିଜୟ ଶାହା ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଯେଉଁମାନେ ଆମ ଝିଅମାନଙ୍କର ସିନ୍ଦୂର ପୋଛିଥିଲେ, ଆମେ ସେମାନଙ୍କ ଭଉଣୀମାନଙ୍କୁ ସେମାନଙ୍କ ପାଖକୁ ପଠାଇ ଜବାବ ଦେଇଥିଲୁ। ତାଙ୍କ ମୁହଁରୁ ଏହି ଶବ୍ଦଗୁଡ଼ିକ ବାହାରିବା ମାତ୍ରେ ସେଠାରେ ହଙ୍ଗାମା ହୋଇଥିଲା। ମନ୍ତ୍ରୀ ଅଟକି ଯାଇ ପରେ କହିଥିଲେ ଯେ, କର୍ଣ୍ଣେଲ ସୋଫିଆ ଜଣେ ପ୍ରକୃତ ଭଉଣୀ ଅପେକ୍ଷା ଅଧିକ ସମ୍ମାନିତ। ମୁଁ ତାଙ୍କୁ ପ୍ରଣାମ କରୁଛି। ଯଦି ମୋର ବକ୍ତବ୍ୟ ଦ୍ୱାରା କାହାକୁ ଆଘାତ ଲାଗିଛି, ତେବେ ମୁଁ ୧୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...