AFFILIATE MARKETING

https://binomo.com?a=90810425bb57&t=0

Monday, May 5, 2025

ଖୁବ୍ ଶୀଘ୍ର ଆସିବ ଇସିଆଇର ନୂତନ ଆପ୍ ECINET

ଗୋଟିଏ ପ୍ଲାଟଫର୍ମରେ ମିଳିବ ନିର୍ବାଚନ ଆୟୋଗ ସମ୍ପର୍କିତ ସମସ୍ତ ସୁବିଧା

ଅନ୍ତର୍ଭୂକ୍ତ ହେବ ୪୦ଟି ଅତିରିକ୍ତ ଆଇଟି ଆପ୍ସ

ନୂଆଦିଲ୍ଲୀ, ୦୪/୦୫: ଭାରତୀୟ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଏକ ସମଗ୍ର ଏପ୍ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି। ଉପଯୋଗକର୍ତ୍ତା ଅନୁଭବକୁ ଉନ୍ନତ କରିବା ପାଇଁ ୪୦ଟି ଅତିରିକ୍ତ ଆଇ.ଟି. ଆପ୍ଲିକେସନକୁ ଏହି ପ୍ଲାଟଫର୍ମ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ।

ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ, ଭୋଟର, ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ ଏବଂ ସିଭିଲ ସୋସାଇଟି ପାଇଁ ଏକ ସୁବିଧାଜନକ ଏବଂ ସହଜ ଡିଜିଟାଲ୍ ଇଣ୍ଟରଫେସ୍ ବିକାଶ କରୁଛି। ଏହି ନୂତନ ପ୍ଲାଟଫର୍ମ ECINET ନାମରେ ଜଣାଯିବ ଓ ୪୦ରୁ ଅଧିକ ଇସିଆଇର ପୂର୍ବତନ ଆପ୍ଲିକେସନକୁ ଏକତ୍ରିତ କରାଯିବ।

ECINET ଏକ ଆକର୍ଷଣୀୟ ଇଣ୍ଟରଫେସ୍ (UI) ଓ ସହଜ ଉପଯୋଗକର୍ତ୍ତା ଅନୁଭବ (UX) ଦେଇଥିବା ଏକ ଏକମାତ୍ର ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହା ଦ୍ୱାରା ଉପଯୋଗକର୍ତ୍ତାମାନେ ବହୁତ ଆପ୍ ଡାଉନଲୋଡ୍ କରିବା ଓ ବିଭିନ୍ନ ଲଗଇନ୍ ମନେ ରଖିବାର ଅସୁବିଧାରୁ ମୁକ୍ତ ହେବେ।

ଗତ ମାର୍ଚ୍ଚ ୨୦୨୫ରେ ସିଇଓ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏହି ପ୍ଲାଟଫର୍ମ‌ ବିଷୟରେ କହିଥିଲେ।

ECINET ଉପଯୋଗକର୍ତ୍ତାଙ୍କୁ ତାଙ୍କର ଡେସ୍କଟପ୍ କିମ୍ବା ସ୍ମାର୍ଟଫୋନ୍ ଦ୍ୱାରା ଉପଯୁକ୍ତ ତଥ୍ୟ ଅନୁଗମନ କରିବାର ସୁବିଧା ଦେଇଥିବ। ତଥ୍ୟ ସଠିକ୍ ରହିବାକୁ, ସେଗୁଡିକୁ କେବଳ ଅଧିକୃତ ଇସିଆଇ ଅଧିକାରୀମାନଙ୍କ ଦ୍ୱାରା ଇନପୁଟ କରାଯିବ। ଯଦି କୌଣସି ଦ୍ୱନ୍ଦ୍ୱ ଘଟେ, ତେବେ ବିଧିବଦ୍ଧ ଫର୍ମରେ ଭରାଯାଇଥିବା ପ୍ରାଥମିକ ତଥ୍ୟକୁ ବୈଧ ଧରାଯିବ।

ଏହି ନୂତନ ପ୍ଲାଟଫର୍ମ ଭୋଟର ହେଲ୍ପଲାଇନ, ଭୋଟର ଟର୍ଣ୍ଣଆଉଟ ଆପ୍, ସିଭିଜିଲ, ସୁବିଧା ୨.୦, ଇଏସଏମଏସ, ସକ୍ଷମ, ଏବଂ କେୱାଇସି ଆପ୍ ସହ ଅନ୍ୟ ୪୦ଟି ଆପ୍ଲିକେସନ୍ସକୁ ଅନ୍ତର୍ଭୁକ୍ତ କରାୟିବ। ECINET ଦ୍ୱାରା ପ୍ରାୟ ୧୦୦ କୋଟି ଭୋଟର ଏବଂ ଦେଶ ଜୁଡି ୧୦.୫ ଲକ୍ଷ ବିଏଲଓ, ୧୫ ଲକ୍ଷ ବିଏଲଏ, ୪୫ ଲକ୍ଷ ମତଦାନ କର୍ମଚାରୀ, ୧୫,୫୯୭ ଏଇଆରଓ, ୪,୧୨୩ ଇଆରଓ ଏବଂ ୭୬୭ ଡିଇଓ ମାନେ ଲାଭାନ୍ବିତ ହେବେ।

ECINET ବିକାଶର ଶେଷ ଚରଣରେ ପହଞ୍ଚିଛି ଓ ବ୍ୟବହାରର ସହଜତା, ସୁଚାଳନ ଓ ସାଇବର ସୁରକ୍ଷା ଦୃଢ଼ କରିବା ପାଇଁ କଠିନ ପରୀକ୍ଷା ହେଉଛି। ଏହି ବିକାଶ ପ୍ରକ୍ରିୟାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୬ ଜଣ ସିଇଓ, ୭୬୭ ଡିଇଓ ଓ ୪,୧୨୩ ଇଆରଓ ଅଂଶ ନେଇଛନ୍ତି।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...