AFFILIATE MARKETING

https://binomo.com?a=90810425bb57&t=0

Monday, May 19, 2025

ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ

ଚିନ୍ତା ବଢାଇଲା ନୂଆ ଲହର

ଭାରତରେ ସକ୍ରିୟ ପଜିଟିଭ୍ କେସ୍

ନୂଆଦିଲ୍ଲୀ, ୧୬/୦୫: ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ। ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ର ନୂତନ ଲହର ବ୍ୟାପିଛି। ଚୀନ୍ ଏବଂ ଥାଇଲାଣ୍ଡ ଭଳି ଦେଶରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ହଂକଂ ଏବଂ ସିଙ୍ଗାପୁରରେ ସଂକ୍ରମଣ ବୃଦ୍ଧି ପାଇବା ହେତୁ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ସେଣ୍ଟର ଫର୍ ହେଲ୍ଥ ପ୍ରୋଟେକ୍ସନର ସଂକ୍ରାମକ ରୋଗ ଶାଖାର ମୁଖ୍ୟ ଆଲବର୍ଟ ଆଉ କହିଛନ୍ତି ଯେ, କୋଭିଡ-୧୯ କେସ୍ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି‌। ଗଳାରୁ ନମୁନା ନିଆଯାଇ ପରୀକ୍ଷା କରାଇବା ପରେ ଅଧିକାଂଶ ପଜିଟିଭ୍ ବାହାରୁଛନ୍ତି। ମେ ୩ ସୁଦ୍ଧା ସପ୍ତାହକରେ ହଂକଂରେ କୋଭିଡ୍-୧୯ ଯୋଗୁଁ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସିଙ୍ଗାପୁରରେ ଆନୁମାନିକ କୋଭିଡ୍-୧୯ ମାମଲା ରେ ୨୮% ବୃଦ୍ଧି ଘଟିଛି ଏବଂ ମେ’ ପ୍ରଥମ ସପ୍ତାହରେ ଏହି ସଂଖ୍ୟା ୧୪,୨୦୦ରେ ପହଞ୍ଚିଛି। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଉଛି। ଗରମ ଦିନରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଯିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଚୀନ୍ ରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳୁଛି। ମେ ୪ ତାରିଖ ପର୍ଯ୍ୟନ୍ତ ପାଞ୍ଚ ସପ୍ତାହ ମଧ୍ୟରେ ଡାକ୍ତରଖାନାରେ ଟେଷ୍ଟ ପଜିଟିଭିଟି ହାର ଦ୍ୱିଗୁଣିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୯୩ଟି କୋଭିଡ୍-୧୯ ମାମଲା ସକ୍ରିୟ ଅଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ନୂଆ ଲହରର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...