AFFILIATE MARKETING

https://binomo.com?a=90810425bb57&t=0

Tuesday, May 20, 2025

୨୫୭ରେ ପହଞ୍ଚିଲା ଭାରତରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା

୨୫୭ରେ ପହଞ୍ଚିଲା ଭାରତରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ, ୧୯/୦୫: ଗତ କିଛି ସପ୍ତାହ ମଧ୍ୟରେ ସିଙ୍ଗାପୁର ଓ ହଂକଂରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ପରେ ଭାରତରେ ମଧ୍ୟ କରୋନାକୁ ନେଇ ସତର୍କତା ଅବଲମ୍ବନ କରାଯାଉଛି।

ଭାରତରେ ବର୍ତ୍ତମାନର କୋଭିଡ୍-୧୯ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମେ ୧୯ ସୁଦ୍ଧା ଭାରତରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ରେ ପହଞ୍ଚିଛି ବୋଲି ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ଏ ନେଇ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଜରୁରୀକାଳୀନ ଚିକିତ୍ସା ରିଲିଫ୍ (ଇଏମଆର) ଡିଭିଜନ, ବିପର୍ଯ୍ୟୟ ପରିଚାଳନା ସେଲ୍, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍) ଏବଂ କେନ୍ଦ୍ର ସରକାରଙ୍କ ଡାକ୍ତରଖାନାଗୁଡ଼ିକରୁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ସଂକ୍ରମଣ ପ୍ରାୟତଃ ସ୍ୱାଭାବିକ ରହିଛି। ଦେଶର ବୃହତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ରହିଛି। ସକ୍ରିୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...