AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ସ୍କୁଲରେ ନିଶା ସେବନ କରି ପ୍ରଧାନଶିକ୍ଷକ ନିଲମ୍ବିତ

COASTAL NEWS ODIA 1106

ସ୍କୁଲରେ ନିଶା ସେବନ କରି ପ୍ରଧାନଶିକ୍ଷକ ନିଲମ୍ବିତ



 
ନୀଳଗିରି: ଭଞ୍ଜ ବିହାରୀ ମହାନ୍ତି - ସ୍କୁଲରେ ନିଶା ସେବନ କରିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ବିଭିନ୍ନ ସମୟରେ ନିଶାସକ୍ତ ହୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇ ଢ଼ୋଳେଇ ଯିବା । କୁନି କୁନି ପିଲାଙ୍କୁ ଗାଳିଗୁଲଜ କରିବା । ଏପରିକି ସ୍କୁଲ ସମ୍ମୁଖରେ ଚାଲିଥିବା ଏକ ବୈଠକରେ ନାନାଦି ସଂଳାପ ଫିଙ୍ଗିବା ଘଟଣା ଶିକ୍ଷାବିଭାଗ କାନରେ ପଡ଼ିବା ପରେ ଔପଦା ବିଇଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । 

ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ଅଧୀନ ହାତୀଖୁଲିଆ ୟୁଜିୟୁପି ସ୍କୁଲରେ । ପ୍ରଧାନ ଶିକ୍ଷକ ବିଜୟ ଖାଲପାଳିଆଙ୍କ ଏତାଦୃଶ୍ୟ କାର୍ଯ୍ୟରେ ବିଇଓ ତାଙ୍କୁ ନିଲମ୍ବିତ କରିଛନ୍ତି । 

ଏନେଇ କାର୍ଯ୍ୟାଳୟ ନିର୍ଦେଶ ପତ୍ରସଂଖ୍ୟା ୨୦୧୭ମୂଳେ ତାଙ୍କୁ ଅବଗତ କରାଯିବା ସହ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ଦଶରଥ ହେମ୍ବ୍ରମଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦେଶ ହୋଇଛି । ସେହିପରି ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କୁ ଔପଦା ବିଇଓଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ

COASTAL NEWS ODIA 1105


ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ 




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ‘ଅପରେସନ୍ ଅଜୟ’ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏଥିସହ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସୋଶାଲ ମିଡିଆରେ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ । ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଲାଗି ଭାରତ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ବି ସେ କହିଛନ୍ତି ।

ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏବେ ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ବସବାସ କରୁଛନ୍ତି । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାରଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ।

ଭାରତ ଫେରିବା ନିମନ୍ତେ ଇସ୍ରାଏଲରେ ଅବସ୍ଥିତ ଭାରତୀୟ ଦୂତାବାସରେ ବହୁ ସଂଖ୍ୟକ ଭାରତୀୟ ନିଜ ନାମ ପଞ୍ଜୀକୃତ କରି ସାରିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଏଥିନିମନ୍ତେ ଦିଲ୍ଲୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ଆପତ୍ତକାଳୀନ ଫୋନ୍‌ ନମ୍ବର ଜାରି କରାଯାଇଛି। ଏନେଇ ଭାରତ ପକ୍ଷରୁ ୟୁଏଇ ସହ ଯୋଗାଯୋଗ କରାଯାଉଥିବା ଓ ୟୁଏଇର ନିଜ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା। ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।

ଗତ ଶନିବାରଠୁ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ମୃତ୍ୟ ସଂଖ୍ୟା ପ୍ରାୟ ୨୧ଶହ ଟପି ସାରିଲାଣି। ଏଥିରେ ଇସ୍ରାଏଲର ୧୨ଶହ ଓ ପାଲେଷ୍ଟାଇନର ୯ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାଯାଇଛି।

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ

COASTAL NEWS ODIA 1104

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ



ବିହାର - ଭଞ୍ଜ ବିହାରୀ ମହାନ୍ତି - ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତି ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

୨୩ ବଗି ବିଶିଷ୍ଟ ଟ୍ରେନ୍‌ ବୁଧବାର ସକାଳ ୭ଟା ୪୦ ମିନିଟ୍‌ରେ ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ ଷ୍ଟେଶନ ଛାଡ଼ିଥିଲା। ଏହାପରେ ଟ୍ରେନ୍‌ଟି ବିବାହର ବକ୍ସର ଷ୍ଟେଶନ ଅତିକ୍ରମ କରିବାର ପ୍ରାୟ ଅଧ ଘଣ୍ଟା ପରେ ରଘୁନାଥପୁର ଷ୍ଟେଶନ ନିକଟରେ  ରାତି ପ୍ରାୟ ୯ଟା ୫୩ ମିନିଟ୍‌ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବକ୍ସରର ଯେଉଁ ସ୍ଥାନରେ ଟ୍ରେନ୍‌ ଦୁର୍ଘଟଣା ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ NDRF , SDRF , ଜିଲ୍ଲା ପ୍ରଶାସନ, ରେଲୱେ ଅଧିକାରୀ, ସ୍ଥାନୀୟ ଲୋକେ ନିୟୋଜିତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବ ପରେ ତୁରନ୍ତ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଓ ଚିକିତ୍ସକଙ୍କୁ ଦୁର୍ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା। ସେଠାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ଥାନାନ୍ତର କରାଯାଇଛି।  ଏଥିସହ ରେଳବାଇ ପକ୍ଷରୁ ଯାତ୍ରୀଙ୍କ  ସମ୍ପର୍କରେ  ସୂଚନା ଦେବା ନିମନ୍ତେ ହେଲପଲାଇନ୍‌ ନମ୍ବର ଜାରି କରାଯାଇଛି।  ତେବେ ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହାର ତଦନ୍ତ ଚାଲିଛି।
 

କଳମଡା ଗ୍ରାମରେ ଅଗ୍ନିକାଣ୍ଡ ୨ ବଖରା ଘର ସହିତ ଗୋଟିଏ ଗୁହାଳ ଭସ୍ମୀଭୂତ ହୋଇଯାଇଛି

COASTAL NEWS ODIA 1103

କଳମଡା ଗ୍ରାମରେ  ଅଗ୍ନିକାଣ୍ଡ  ୨ ବଖରା ଘର ସହିତ ଗୋଟିଏ ଗୁହାଳ ଭସ୍ମୀଭୂତ ହୋଇଯାଇଛି



ଆଳି, ୧୦/୧୦ (CNO) ଆଳି ବ୍ଲକ୍ ଭୂଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳମଡା ଗ୍ରାମରେ ଆଜି ଅପରାହ୍ଣ ୫ଟାରେ ଅଗ୍ନିକାଣ୍ଡ ଘଟି ପ୍ରଦୀପ ମଲିକଙ୍କ ୨ ବଖରା ଘର ସହିତ ଏକ ଗୁହାଳ ଭସ୍ମୀଭୂତ ହୋଇଯାଇଛି। 

ଝାଟିମାଟି ଘରେ ରହୁଥିବା ପ୍ରଦୀପଙ୍କୁ ଆବାସ ଯୋଜନାରେ ପକ୍କାଘର ନିର୍ମାମାଣ ପାଇଁ ମିଳିଥିବା ପ୍ରଥମ କିସ୍ତି ବାବଦକୁ ମିଳିଥିବା ଚାଳିଶ ହଜାର ଟଙ୍କା ମଧ୍ୟ ଅଗ୍ନିକାଣ୍ଡରେ ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରଦୀପଙ୍କ ଘରେ ଥିବା ଧାନ, ଚାଉଳ, ଟଙ୍କା, ସୁନା, ଆସବାବପତ୍ର ଆଦି ଲକ୍ଷାଧିକ ଟଙ୍କାର ସଂପତ୍ତା ସହିତ ଗୋରୁ ଗୁହାଳ ଓ ନଗଦ ଟଙ୍କା ଜଳି ଭସ୍ମୀଭୂତ ହୋଇ ଯାଇଛି l

ସୂଚନାନୁସାରେ ଅପରାହ୍ଣରେ ପ୍ରଦୀପଙ୍କ ପତ୍ନୀ ଚୁଲିରେ ଚାହା କରୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚୁଲିରୁ ନିଆଁ ଯାଇ ଘରେ ଲାଗିଯିବା ପରେ ଘର ସହିତ ଆସବାବପତ୍ର ଜଳି ଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ୍ତ କରି ପାରିନଥିଲେ।ଆଳିରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ |

ଘରପୋଡ଼ି ଯୋଗୁଁ ସର୍ବସ୍ଵ ହରାଇ ପ୍ରଦୀପଙ୍କ ପରିବାର ବାସହରା ହୋଇ ପଡ଼ିଥିବା ବେଳେ ଆବାସ ଅର୍ଥ ୪୦ ହଜାର ଟଙ୍କା ପୋଡ଼ି ଯାଇଥିବାରୁ ପ୍ରଦୀପଙ୍କ ପକ୍କାଘର ନିର୍ମାଣର ସ୍ବପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି। ଅଗ୍ନି ବିପନ୍ନ ପ୍ରଦୀପଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସରକାରୀ ବସ୍ ରେ ମାଙ୍କଡ଼ର ୩୦କିମି ଯାତ୍ରା

COASTAL NEWS ODIA 1102

ସରକାରୀ ବସ୍ ରେ ମାଙ୍କଡ଼ର ୩୦କିମି ଯାତ୍ରା ; ଭିଡ଼ ସତ୍ତ୍ୱେ ୱିଣ୍ଡୋ ସିଟ୍ କଲା ରିଜର୍ଭ, ପୂରା ଯାତ୍ରାର ନେଉଛି ମଜା




କର୍ଣାଟକ - ଭଞ୍ଜ ବିହାରୀ ମହାନ୍ତି -- ସୋସିଆଲ୍ ମିଡିଆରେ  ମାଳ ମାଳ ଭାଇରାଲ୍ ଭିଡିଓ। ତଥାପି ଏ ଭିଡିଓଟି ବି ବେଶ୍ ମଜାଦାର ଭିଡିଓ। ପ୍ରଥମେ ଭିଡିଓଟିକୁ ଦେଖି ନିଅନ୍ତୁ।  ଭିଡିଓରେ ମାଙ୍କଡଟି ବସରେ ଆରମ୍ ରେ ବସି ଯାଉଛି ଆଉ ଯାତ୍ରାର ପୂରା ମଜା ଉଠାଉଛି।  କର୍ଣ୍ଣାଟକର ଏ ଦୃଶ୍ୟ। ଯେଉଁଥିରେ ମାଙ୍କଡ଼ଟି ବସ୍ ସିଟରେ ବସି ପ୍ରାୟ 30କିଲୋମିଟର ଯାତ୍ରା କରିଥିଲା। ହଁ ଆଜ୍ଞା, ପୂରା ମଣିଷଙ୍କ ପରି  ସେ ହାଭେରୀ ବସ୍ ଷ୍ଟାଣ୍ଡରୁ ବସ୍‌ରେ ଚଢ଼ିଥିଲା ଆଉ ହମସାବାଭି ଗାଁରେ ଓହ୍ଲାଇଥିଲା। ତାଙ୍କର ଯାତ୍ରା ସମୟରେ ପୂରା ଦୃଶ୍ୟକୁ  ଗଣେଶ ନୁଲାଗେରି ନାମକ ଜଣେ ଯାତ୍ରୀ କ୍ୟାମେରାରେ କଏଦ କରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।

ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଉଛନ୍ତି ସରକାର

COASTAL NEWS ODIA 1101

ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଉଛନ୍ତି ସରକାର 



ଭୁବନେଶ୍ବର - ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍‌ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍‌ ପକ୍ଷରୁ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି । 
କମ୍ପାନୀ ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଇ ଚାଷୀ ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର କୃଷି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଟିପିଏସ୍ଓଡିଏଲ୍ ପକ୍ଷରୁ ପାଖାପାଖୁ ୫୦୦ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀଙ୍କୁ ଉନ୍ନତ ମାନର ବିହନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି।ଖରିଫ ଋତୁରେ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ପ୍ରମୁଖ ୮ଟି ଜିଲ୍ଲାରେ ୫୦୦ ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷକୁ ସହାୟତା ଯୋଗାଇଛି । ଏଥୁରେ ୭୦ଟି ଗ୍ରାମ ପଞ୍ଚାୟତର ମୋଟ ୫୦୦ ଜଣ ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ଅଛନ୍ତି । 

ତନ୍ମଧ୍ୟରେ, ଗଞ୍ଜାମର ୨୪, ଗଜପତିର ୮, କୋରାପୁଟର ୮, ନବରଙ୍ଗପୁରର ୮, ମାଲକାନଗିରିର ୮, ବୌଦ୍ଧର ୯ ଏବଂ କନ୍ଧମାଳର ୫ଟି ଗ୍ରାମ ପଞ୍ଚାୟତ ସାମିଲ ଅଛି । ଅନ୍ୟପକ୍ଷରେ ଆନ୍ତର୍ଜାତିକ ମିଲେଟ ବର୍ଷ-୨୦୨୩ ଅବସରରେ ଆସନ୍ତା ରବି ଋତୁରେ ମଧ୍ଯ କମ୍ପାନୀ ପକ୍ଷରୁ ୧୦୦୦ ଏକର ଜମିରେ ଚାଷ ପାଇଁ ସହାୟତା ଦିଆଯିବା ନେଉ ନିଷ୍ପତ୍ତି ନିଆଯାଇଛି । ଟିପିଏସ୍ଓଡିଏଲର ଏହି ଅଭିନବ ପ୍ରୟାସ ମହିଳାଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମିଲେଟ ଶସ୍ୟର ଉପାଦେୟତାର ପ୍ରଚାର ପ୍ରସାର ଦିଗରେ ମଧ୍ୟ ଧ୍ୟାନ ଦେଉଛି ।

 ସାଧାରଣତଃ ପ୍ରତିକୂଳ ପରିବେଶରେ ଅଧିକାଂଶ କୃଷି କଷ୍ଟସାଧ୍ୟ ହୋଇଥିବା ବେଳେ ମାଣ୍ଡିଆ ଚାଷ ଏକ ବ୍ୟତିକ୍ରମ ଅଟେ। ମାଣ୍ଡିଆ ଚାଷ ଅନ୍ୟ ଶସ୍ୟ ତୁଳନାରେ କମ ପରିମାଣର ଜଳ,କୀଟନାଶକ ସାର ଓ ପୋଷକତତ୍ତ୍ବ ଆବଶ୍ୟକ କରିଥାଏ । ଏଣୁ ମାଣ୍ଡିଆ ଫସଲର ଏହି ସ୍ବତନ୍ତ୍ରତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମପଞ୍ଚାୟତସ୍ବରରେ ଟିପିଏସ୍ଓଡିଏଲ୍ ପ୍ରଶିକ୍ଷଣ ଶିବିରମାନ ମଧ୍ୟ ଆୟୋଜନ କରୁଛି। ମିଲେଟ ଉପାଦେୟତାର ସଚେତନତା ଶିବିରରେ ବିଭିନ୍ନ ପର୍ଯ୍ୟାୟରେ ଗୋଷ୍ଠୀ ବୈଠକ କରାଯାଉଛି । ଏହି ତାଲିମ ଶିବିରରେ ବିଶେଷଜ୍ଞମାନେ ମିଲେଟର ଉପାଦେୟତା ଏବଂ ଚାଷ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦେଉଛନ୍ତି । 

ସ୍ଥାନୀୟ ଭାଷାରେ କମ୍ପାନୀ ଲୋକଙ୍କ ନିକଟରେ ଏସବୁ ସୂଚନା ପହଞ୍ଚାଉଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କିତ ପ୍ରଚାରପତ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି । ଟିପିଏସଓଡ଼ିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ ଏସମ୍ପର୍କରେ କହିଛନ୍ତି ଯେ, ମାଣ୍ଡିଆ ଚାଷର ପ୍ରସାର କରିବା ନିମନ୍ତେ ଟିପିଏସ୍‌ଡିଏଲ୍‌ ଚାଷୀ ଓ ମହିଳାଙ୍କ ସାଥ୍‌ରେ ସର୍ବଦା ରହିଛି । ଏହାସହ ଚଳିତ ଅନ୍ତର୍ଜାତୀୟ ମିଲେଟ ବର୍ଷରେ ମିଲେଟ ଚାଷକୁ ପ୍ରାଧାନ୍ୟ ଦେଇ ଆସୁଛି । ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ସଶକ୍ତିକରଣ ଓ ଧାରଣୀୟ ବିକାଶର ବୀଜରୋପଣ କରିବାରେ ସଫଳ ହେଉଛୁ ।

Wednesday, October 11, 2023

ଆଜିର ରାଶିଫଳ

COASTAL NEWS ODIA 1100

ମହାବୀର ପଞ୍ଜିକା  
 *ଅଦ୍ୟ ଅକ୍ଟୋବର ମାସ ୧୨ ତାରିଖ ୨୦୨୩ ମସିହା(ଗୁରୁବାର)*
*ଡ:ବାୟୁନନ୍ଦନ ମିଶ୍ର*  
 *✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌷ମେଷ🌷👉 : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।* 
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।* 
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।* 
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।*
*✧═════•❁❀❁•═════✧*
*🌷ସିଂହ🌷👉 :  ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜିର ଦିନ ବହୁତ ଶୁଭ ଅଟେ।  ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।*
*✧═════•❁❀❁•═════✧*
*🌷ତୁଳା🌷👉 :  ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।*
*✧═════•❁❀❁•═════✧*
*🌷ଧନୁ🌷👉 :  ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌷👉 : ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।*
*✧═════•❁❀❁•═════✧*

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା

COASTAL NEWS ODIA 1099

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା



ଭୁବନେଶ୍ଵର :- ରାଜଧାନୀ ଭୁବନେଶ୍ଵର ରେ ଘଟିଯାଇଛି ଅଭାବନିୟ ଘଟଣା l ଗୋଟିଏ ଘର ଭିତରେ ମହିଳାଙ୍କୁ ହତ୍ୟା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା ।

ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି ।
ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ସମ୍ପର୍କ କ’ଣ ତାହା ସ୍ପଷ୍ଟ ହୋଇନି । ତେବେ ଅଭଯୁକ୍ତ ଜଗା ପ୍ରଧାନ ସଂପୃକ୍ତ ମହିଳାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟକୁ ମଧ୍ୟ ଜବତ କରିଛି ପୋଲିସ । 

ଏଠି ପ୍ରଶ୍ନ ଉଠୁଛି ମହିଳାଙ୍କ ହତ୍ୟାବେଳେ ତାଙ୍କ ସ୍ଵାମୀ ଓ ପରିବାର ଲୋକ କେଉଁଠି ଥିଲେ ? କ’ଣ ପାଇଁ ସଂପୃକ୍ତ ମହିଳା ଓ ତାଙ୍କ ଛୋଟ ପୁଅକୁ ମାରିବାକୁ ଯୋଜନା କରିଥିଲା ଅଭିଯୁକ୍ତ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ଏସଡ଼ିଜେଏମ କୋର୍ଟରେ ସରିଲା ଜେରା, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି

COASTAL NEWS ODIA 1098

ଏସଡ଼ିଜେଏମ କୋର୍ଟରେ ସରିଲା ଜେରା, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି




କଟକ :  ଭଞ୍ଜ ବିହାରୀ ମହାନ୍ତି - କଟକ ଏସଡ଼ିଜେଏମ ଅଦାଲତରେ ଆଜି ବର୍ଷା ପ୍ରିୟଦର୍ଶିନୀଙ୍କ ଦାୟର ଘରୋଇ ହିଂସା ଆବେଦନର ଶୁଣାଣି ଥିବା ବେଳେ ଅଦାଲତରେ ହାଜର ହୋଇଥିଲେ ଉଭୟ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। 

ଆଜି ବର୍ଷାଙ୍କୁ ଅନୁଭବ ଓକିଲଙ୍କ ୧୦ ପ୍ରଶ୍ନ ପଚାରିଥିବା ବେଳେ ଆଜି ପାଇଁ ଏସଡ଼ିଜେଏମ କୋର୍ଟରେ ଜେରା ସରିଛି। ପ୍ରାୟ ୨ ଘଣ୍ଟା ଧରି ବର୍ଷାଙ୍କୁ ଜେରା କରିଥିଲେ ଅନୁଭବଙ୍କ ଓକିଲ।ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏକ ନୂଆ ପିଟିସନ ଦାୟର କରାଯାଇଛି। ସୋସିଆଲ ମେଡିଆରେ ଅନୁଭବ ବର୍ଷାଙ୍କର ଚରିତ୍ର ସଂହାର ବନ୍ଦ କରନ୍ତୁ ବୋଲି ଏଥିରେ ସେ ଆବେଦନ କରିଛନ୍ତି। ଏହି ଏସଡିଜେଏମ କୋର୍ଟ ପିଟିସନର ଶୁଣାଣି ଶେଷ କରିଥିବା ବେଳେ  ପରବର୍ତ୍ତୀ ତାରିଖରେ ଏହାର ନିର୍ଦ୍ଦେଶନାମା ଦେବେ ବୋଲି ଧାର୍ଯ୍ୟ କରିଛନ୍ତି।

ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ସେଦିନ ମଧ୍ୟ ହାଜର ହେବେ ଉଭୟ ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଜର ହେବେ ବୋଲି ଜଣାପଡିଛି। ସାଂସଦ ଅନୁଭବଙ୍କ ବିରୁଦ୍ଧରେ ପତ୍ନୀ ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଆଜି ଉଭୟ ଅନୁଭବ ଓ ବର୍ଷା ହାଜର ହେବାକୁ ପୂର୍ବରୁ ନିର୍ଦେଶ ହୋଇଥିଲା। ପୂର୍ବରୁ ସାଂସଦ ଅନୁଭବଙ୍କ ପକ୍ଷରୁ କଟକ ଏସ ଡି ଜେ ଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କରାଯାଇଥିଲା।

ମନ୍ଦ ଉଦ୍ଦେଶ୍ୟ ରଖି ବର୍ଷା ତାଙ୍କ ବିରୁଦ୍ଧରେ ପାରିବାରିକ ହିଂସା ମାମଲା ଦାୟର କରିଛନ୍ତି, ଯାହା ତାଙ୍କ ରାଜନୈତିକ କ୍ୟାରିଅରକୁ ପ୍ରଭାବିତ କରିବା ଲାଗି ଉଦ୍ଧିଷ୍ଟ ବୋଲି ଅନୁଭବ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି। ତେଣୁ ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଅନୁଭବ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତିଯେ, ବର୍ଷା ରାଜନୀତି କ୍ଷେତ୍ରରେ ନିଜକୁ ଜଣେ ପୀଡିତା ଦର୍ଶାଇ ସୁବିଧା ନେବାକୁ ଚେଷ୍ଟା କରୁଛନ୍ତି। ଗତ ମାସ ୨୫ ତାରିଖରେ ଉଭୟ ବର୍ଷା ଏବଂ ଅନୁଭବ କାଉନସେଲିଂ ଉଦ୍ଦେଶ୍ୟରେ ଏସ ଡି ଜେ ଏମ କୋର୍ଟରେ ଉପସ୍ଥିତ ହୋଇଥିଲେ। କିନ୍ତୁ ସେହି କାଉନସେଲିଂ ସଫଳ ହୋଇ ପାରି ନ ଥିଲା।

୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା

COASTAL NEWS ODIA 1097

୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା 




ଯାଜପୁର - ଭଞ୍ଜ ବିହାରୀ ମହାନ୍ତି - ମା’ ଶବ୍ଦରେ ଭରି ରହିଛି ସଂସାରର ସମସ୍ତ ସ୍ନେହ,ମମତା ଓ ନିଶ୍ୱାର୍ଥପରତା। ଦୁନିଆର ସବୁଠୁ ନିଆରା ସମ୍ପର୍କ ମାଆ ସହ ତା’ ସନ୍ତାନର। ମାଆର କୌଣସି ତୁଳନା ନାହିଁ। ସବୁ ଭାବନା, ସବୁ ସମ୍ପର୍କଠୁ ସେ ଉପରେ। କିନ୍ତୁ ଯେତବେଳେ ମାଆ ରାକ୍ଷସୀ ପାଲଟିଯାଏ, ନିଜ ଛୁଆକୁ ମାରିଦିଏ ସେତେବେଳେ ଏହି ଶବ୍ଦର ଅର୍ଥ ବଦଳିଯାଏ। ଏପରି ସମାନ ଘଟଣା ଘଟିଛି ଯାଜପୁର  ଜିଲ୍ଲାର ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ ଜଣେ ମହିଳା ନିଜର ୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। 

ସୂଚନା ଅନୁସାରେ,ଚମ୍ପାଝର ପାର୍କ ନିକଟ ବସ୍ତିରେ ରୁହନ୍ତି ରବିନ୍ଦ୍ର ମହାନ୍ତ। ଗତ ୪ତାରିଖ ଦିନ ରବିନ୍ଦ୍ରଙ୍କ ସ୍ତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଗୋଟିଏ ଝିଅ ଥିଲା। ପରିବାର ଲୋକେ ପୁଅ ଆଶା ରଖିଥିବା ବେଳେ ଝିଅଟିଏ ଜନ୍ମ ହେବାରୁ ସମସ୍ତଙ୍କ ମନ ଦୁଃଖ ଥିଲା। ରବିନ୍ଦ୍ରଙ୍କର ମନ ମଧ୍ୟ ଦୁଃଖ ଥିଲା। ୯ ତାରିଖରେ ରବିନ୍ଦ୍ର ସ୍ତ୍ରୀ ଶିଶୁକନ୍ୟାର ନାକ ଚିପି ହତ୍ୟା କରିଥିଲେ। ପରେ ଶିଶୁକନ୍ୟା ଘରେ ଶୁଆଇ ଦେଇଥିଲେ।

ଶିଶୁକନ୍ୟାଟି ନ ଖାଇବାରୁ, ନ କାନ୍ଦିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ତା’ ଦେହ ଭଲ ନଥିବା  ଭାବି ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକ ଓ ପଡ଼ୋଶୀଙ୍କର ରବିନ୍ଦ୍ରଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ  ପହଞ୍ଚି ରବିନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପଚରାଉଚରା କରିଥିଲା। ପରେ ରବିନ୍ଦ୍ରଙ୍କ ସ୍ତ୍ରୀ ନିଜ ଝିଅକୁ ହତ୍ୟା କରିଥିବା ମାନିଥିଲେ। ପୁଲିସ ଗତକାଲି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରେ ଅବହେଳା

COASTAL NEWS ODIA 1096

ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରେ ଅବହେଳା

 ପଟ୍ଟାମୁଣ୍ଡାଇ,୧୧।୧୦:   ଭଞ୍ଜ ବିହାରୀ ମହାନ୍ତି - ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁନାହିଁ। ଡାକ୍ତର ଲେଖୁଥିବା ଔଷଧ ପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି। ଏଥିସହ ନିରାମୟ କେନ୍ଦ୍ରର ସୂଚନା ଫଳକ ଲଗାଯାଇ ନ ଥିବାରୁ ରୋଗୀ ଔଷଧ ପାଇଁ ହଇରାଣ ହେଉଥିବା ଅଭିଯୋଗ ହେଉଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ନିରାମୟ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ହୋଇ ଗୋଟିଏ କାଉଣ୍ଟର ଖୋଲାଯାଇଛି। ଏହି ଚିକିତ୍ସାଳୟ ଉପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ସମେତ ରାଜନଗର, ଆଳି, ରାଜକନିକା ଓ ମହାକାଳପଡ଼ା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ଏହି ଚିକିତ୍ସାଳୟକୁୁ ଆସୁଥିବା ଶହ ଶହ ରୋଗୀ ଅଧିକାଂଶ ଔଷଧ ନିରାମୟ କେନ୍ଦ୍ରରେ ମିଳୁ ନ ଥିବା ଅଭିଯୋଗ କରୁଛନ୍ତି।  ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ରହିଛି ତାହା ସର୍ବସାଧାରଣଙ୍କୁ ସୂଚିତ କରାଯିବା ପାଇଁ ସେଠାରେ ଏକ ତାଲିକା ଲଗାଯିବା କଥା। ଉପଲବ୍ଧ ଥିବା ଔଷଧ ପାଶର୍‌ବରେ ଠିକ୍‌ ଚିହ୍ନ ମରାଯିବା କଥା, ମାତ୍ର ଏହି ଚିକିତ୍ସାଳୟରେ ଔଷଧ ସମ୍ପର୍କରେ କୌଣସି ତାଲିକା ମରାଯାଇନାହିଁ।  ଡାକ୍ତର ଔଷଧ ଚିଠା ଲେଖିବା ବେଳେ ସାଦା କାଗଜ ଚିରୁକୁଟିରେ ବାହାର କମ୍ପାନୀ ଔଷଧ ଲେଖୁଛନ୍ତି। କହୁଛନ୍ତି ସବୁ ନିରାମୟରେ ମିଳୁନାହିଁ। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି। ଡାକ୍ତରଙ୍କ ଡ୍ୟୁଟି ପରେ ଆଉ ଯେଉଁ ଡାକ୍ତର ଆସୁଛନ୍ତି ସେ ପୁଣି ଅଲଗା କମ୍ପାନୀର ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ।  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ନିରାମୟ କେନ୍ଦ୍ରରେ କେଉଁ ଔଷଧ ଉପଲବ୍ଧ ଅଛି ତାହା ମଧ୍ୟ ସୂଚିତ କରାଯାଉନାହିଁ। ଏଠାରେ ପ୍ରାୟ ୨୭୧ ପ୍ରକାର ଔଷଧ ମିଳିବା କଥା। ବିଭିନ୍ନ ରୋଗର ଔଷଧକୁ ଯେପରି ଆଣ୍ଟିବାୟୋଟିକ୍‌, ଆନାଲଜେସିକ, ଆଣ୍ଟି ମ୍ୟାଲେରିଆ, କୃମି ଔଷଧ, ଥଣ୍ଡା କାଶ ଔଷଧ, ଚର୍ମ, ପେଟରୋଗ ସମ୍ପର୍କିତ, ଝାଡ଼ା, ଭିଟାମିନ୍‌ ମିନେରାଲ, ସ୍ନାୟୁ, ସର୍ଜିକାଲ, ଶ୍ୱାସ, ପେଟ ବ୍ୟଥା, ଆଣ୍ଟି ଡାଇବେଟିକ୍‌, କୁଷ୍ଠ ରୋଗୀଙ୍କ ପାଇଁ ଔଷଧ, ଆଖି, ରକ୍ତ ଶୂନ୍ୟତା ଓ ଅନ୍ୟ ଔଷଧ ରୋଗୀଙ୍କ ପାଇଁ ଚିକିତ୍ସାଳୟରେ ନିରାମୟ ସୂଚନା ଫଳକ ଲଗା ହେବା କଥା। ମାତ୍ର ଏଠାରେ ସୂଚନା ଫଳକ ଲଗାଯାଇନାହିଁ। ରୋଗୀଙ୍କ ଅଜାଣତରେ ସେଥି ମଧ୍ୟରୁ ବହୁ ଔଷଧ ମିଳୁ ନ ଥିବା କହି ବାହାରୁ ଆଣିବା ପାଇଁ ଡାକ୍ତର ଚିଠା ଦେଉଥିବା ରୋଗୀମାନଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି। ଚିକିତ୍ସାଳୟରେ ଥିବା ନିରାମୟ କେନ୍ଦ୍ରରେ କିଛି ହାତଗଣତି ଔଷଧ ମିଳୁଛି। ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି I

ପଟ୍ଟାମୁଣ୍ଡାଇ,୧୧।୧୦:   ଭଞ୍ଜ ବିହାରୀ ମହାନ୍ତି - ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁନାହିଁ। ଡାକ୍ତର ଲେଖୁଥିବା ଔଷଧ ପାଇଁ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି। ଏଥିସହ ନିରାମୟ କେନ୍ଦ୍ରର ସୂଚନା ଫଳକ ଲଗାଯାଇ ନ ଥିବାରୁ ରୋଗୀ ଔଷଧ ପାଇଁ ହଇରାଣ ହେଉଥିବା ଅଭିଯୋଗ ହେଉଛି।

ଏନ୍.ସି.ସି ମହାନିର୍ଦେଶକ ଲେଫନେନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍‌ ସିଂ, ଏ ଭି ଏସ ଏମ, ଭି ଏସ ଏମଙ୍କ ଓଡିଶା ଏନ୍.ସି.ସି ନିର୍ଦ୍ଦେଶାଳୟ ଓ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିଦର୍ଶନ

COASTAL NEWS ODIA 1095

ଏନ୍.ସି.ସି ମହାନିର୍ଦେଶକ ଲେଫନେନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍‌ ସିଂ, ଏ ଭି ଏସ ଏମ, ଭି ଏସ ଏମଙ୍କ ଓଡିଶା ଏନ୍.ସି.ସି ନିର୍ଦ୍ଦେଶାଳୟ ଓ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିଦର୍ଶନ



ଗୋପାଳପୁର - ଏନ୍.ସି.ସି. ମହାନିର୍ଦେଶକ ମ୍ୟୁନାନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍ ସିଂ, ଅତି ବିଶିଷ୍ଟ ସେବା ମେଡାଲ୍, ବିଶିଷ୍ଟ ସେବା ମେଡାଲ୍ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ରାଜ୍ୟ ଏନ୍.ସି.ସି ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ । ସେଠାରେ ଏନ୍.ସି.ସିର ଉପମହାନିର୍ଦେଶକ କମୋଡର ଜେ. ସୁରେଶ ରାଜ୍ୟ ଏନ୍.ସି.ସି ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଓଡିଶାରେ ଥିବା ତିନୋଟି ଏନ୍.ସି.ସି ଗ୍ରୁପ୍ ଯଥା ବ୍ରହ୍ମପୁର, କଟକ ଓ ସମ୍ବଲପୁରର ଗ୍ରୁପ୍‌ କମାଣ୍ଡରମାନେ ନିଜ ନିଜ ଗ୍ରୁପରେ କାର୍ଯ୍ୟକାରୀ କରାଉଥିବା ଏନ୍.ସି.ସିର ବିଭିନ୍ନ କାର୍ଯ୍ୟକ୍ରମ ସହିତ ସ୍କୁଲ ଓ କଲେଜରେ ପ୍ରଦାନ କରାଯାଉଥିବା ଏନ୍.ସି.ସି ତାଲିମ ସମ୍ପର୍କରେ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ l
  
ଜେନେରାଲ୍ ସିଂ ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେବ୍ରହ୍ମପୁର ଏନ୍.ସି.ସି ଗ୍ରୁପ ଅଧୀନସ୍ଥ ୨ୟ ଓଡିଶା ବାଟାଲିୟନ୍ ଏନ୍.ସି.ସି ୟୁନିଟ୍ ଦ୍ବାରା ପରିଚାଳିତ ଏକ୍ ଭାରତ୍ ଶ୍ରେଷ୍ଠ ଭାରତ ଶିବିର ପରିଦର୍ଶନ ସମୟରେ ବାୟୁ ରକ୍ଷା ମହାବିଦ୍ୟାଳୟର କମାଣ୍ଡନ୍ନ ଲୁଟ୍‌ନାନ୍ସ ଜେନେରାଲ୍ ୟୁ.ଭି.ତାଲୁର୍‌ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଜେନେରାଲ୍ ସିଂ ପୁରୀସ୍ଥିତ ୬ଷ୍ଠ ଓଡିଶା ଏନ୍.ସି.ସି ବାଟାଲିୟନ୍ ଓ ଚିଲିକା ନାଭାଲ୍ ସେନ୍ସର ଠାରେ ନୌସୈନିକ କ୍ୟାମ୍ପ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । 

ବ୍ରହ୍ମପୁର ଜିଲ୍ଳା ର ଗୋପାଳପୁର ମିଲିଟାରୀ ଷ୍ଟେସନରେ ଅନୁଷ୍ଠିତ ଏକ୍ ଭାରତ୍ ଶ୍ରେଷ୍ଠ ଭାରତ ଓ ଆର୍ମୀ ଆଟାଚମେନ୍ନ ଶିବିର ପରିଦର୍ଶନ କରି ଶିବିରାର୍ଥୀମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରତି ନିସ୍ବାର୍ଥପର ସେବାର ନିଦର୍ଶନ ସ୍ବରୂପ ଯୋଗ୍ୟତା ସମ୍ପନ୍ନ ଜଣେ କ୍ୟାଡେଟ୍, ଜଣେ ଆସୋସିଏଟ୍ ଏନ୍.ସି.ସି ଅଫିସର ଓ ଜଣେ ଗାର୍ଲ୍ କ୍ୟାଡେଟ୍‌ ଇନ୍‌ଷ୍ଟ୍ରକ୍ଟରଙ୍କୁ ଡି.ଜି ଏନ୍.ସି.ସି ମେଡାଲ୍ କମେଣ୍ଡେସନ୍ କାର୍ଡ/ପ୍ଲାକ୍ ଦ୍ବାରା ସମ୍ମାନୀତ କରିଥିଲେ ।

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର ସଂସ୍କାର

COASTAL NEWS ODIA 1094

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର ସଂସ୍କାର 



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର କରାଯାଇଛି ସଂସ୍କାର। ରାଜଧାନୀର ଭରତପୁର ଶ୍ମଶାନରେ ୨୮ ମୃତଦେହର ସଂସ୍କାର କରାଯାଇଛି। ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ସଂସ୍କାର କାମ ଶେଷ ହୋଇଛି।

ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା। ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ଏହି ସବୁ ମୃତଦେହକୁ ସଂସ୍କାର କରାଯାଇଛି। ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତା’ ସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ଟେଷ୍ଟ କରାଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସମ୍ଭବ ହୋଇଥିଲା। ହେଲେ ୨୮ଟି ମୃତଦେହର କୌଣସି ପରିଚୟ ମିଳିନଥିଲା। ପରିବାର ଲୋକେ କେହି ଏହି ମୃତଦେହ ନେବାକୁ ଆସିନଥିଲେ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ ଆହତ ହୋଇଥିଲେ। ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଥିଲେ। କେତେଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଆଉ କେତେଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ସ୍କୁଟି ଚଢ଼ିବେ ମିଶନ ଶକ୍ତି ମହିଳା

COASTAL NEWS ODIA 1093

ସ୍କୁଟି ଚଢ଼ିବେ ମିଶନ ଶକ୍ତି ମହିଳା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ





ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ସଶକ୍ତ ମହିଳା । ସଶକ୍ତ ଓଡ଼ିଶା । ଗତିଶୀଳତା ହିଁ ସଶକ୍ତିକରଣ । ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ । ଲୋକସେବା ଭବନ କନଭେନସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ କରାଯାଇଛି ଗାଡି ବ୍ୟବସ୍ଥା । ୧୫ ହଜାର ମାଆଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି । ୧୫ ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ ୨ ଲକ୍ଷ ମାଆ ସ୍କୁଟର ପାଇବେ ।’ କାର୍ଯ୍ୟକ୍ରମରେ ମା’ ମାନଙ୍କୁ ପ୍ରସଂଶା କରିଛନ୍ତି ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସେ କହିଛନ୍ତି, ‘ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ ୨ ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସ୍କୁଟର ଯାେଜନାକୁ ଅନୁମୋଦନ ମିଳିଥିଲା । ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ

ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ବପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ସେମାନଙ୍କର ଅବଦାନକୁ ସୀକୃତି ଦେବା ସହ ସେମାନଙ୍କୁ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବା ପାଇଁ ରାଜ୍ୟ ସରକାର ସ୍କୁଟର କିଣିବା ଉପରେ ଋଣର ସୁଦ୍ଧ ଛାଡ଼ ଘୋଷଣା କରାଯାଇଛି । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି । ମିଶନ ଶକ୍ତି ମା’ଙ୍କୁ ଗତବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । ୨୫୦ କୋଟିରୁ ଅଧିକ ଟଙ୍କାର ସୁଧ ପ୍ରଦାନ କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି । ସେହିପରି ୧ ଲକ୍ଷ ୨୫ ହଜାର ଗ୍ରାମ ପଞ୍ଚାୟତ, ୱାର୍ଡ, ବ୍ଲକ୍, ସଦର ଏବଂ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଅଛନ୍ତି । ସରକାରଙ୍କ ‘ମିଶନ ଶକ୍ତି ସ୍କୁଟର ଯୋଜନା’ ରେ ଏମାନେ ଉପକୃତ ହେବେ । ଉକ୍ତ ଯୋଜନା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୫୨୮.୫୫ କୋଟି ଟଙ୍କାର ବଜେଟ୍ କରାଯାଇଛି ।

ଆଳି ବଜାର ଶାନ୍ତି କମିଟି ବୈଠକ ଅନୁଷ୍ଠିତ

COASTAL NEWS ODIA 1092

ଆଳି ବଜାର ଶାନ୍ତି କମିଟି ବୈଠକ ଅନୁଷ୍ଠିତ



ଆଳି - ଆଳିରେ ଅନୁଷ୍ଠିତ ହେବାକୁଥିବା ପ୍ରସିଦ୍ଧ ଦୁର୍ଗାପୂଜା 
ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।କେବଳ ଔପଚାରିକାତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବୈଠକ ଡକାଯାଇ ଆଲୋଚନାରେ ଏହା ସୀମିତ ରହୁଛି। ଏହି ଅଂଚଳରେ ଥିବା ପୂଜା କମିଟିର ସଭାପତି, ସମ୍ପାଦକ ଓ ଗଣମାଧ୍ୟମ ପ୍ରତିନିଧୂମାନେ ବୈଠକରେ ଉପସ୍ଥିତ ରହୁଥିବା ବେଳେ ଯେଉଁ ବିଭାଗୀୟ ଅଧିକାରୀମାନଙ୍କୁ ଡକାଯାଉଛି, ସେମାନେ ଏହି ବୈଠକ କୁ ଅଣଦେଖା କରି ଆସୁନାହାନ୍ତି। ତେଣୁ ଶାନ୍ତି କମିଟି ବୈଠକ ଏକ ପ୍ରହସନରେ ପରିଣତ ହେଉଛି ବୋଲି ମତ ପ୍ରକାଶ ପାଇଛି। 

ଆଳି ପଞ୍ଚାୟତ ସମିତି ସଭାଗୃହରେ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଳି ବିଡିଓ ମିନତି ଜଗଦେବ, ଆଳି ବ୍ଲକ ଚେୟାରମ୍ଯାନ ମନୋରଞ୍ଜନ ସାମଲ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରତିଶୃତି ଦେଇଥିଲେ l 

ଯାନ୍ତ୍ରିକ ବିଭାଗରୁ କେବଳ ବିଦ୍ୟୁତ୍ ବିଭାଗ ଜେଇ ପ୍ରେମାନନ୍ଦ ବେହେରା ଉପସ୍ଥିତ ଥିଲେ। ଅନ୍ୟ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଡକା ଯାଇଥିଲେ ମଧ୍ୟ କେହି ଆସି ନଥିଲେ। ଅଧିକାଂଶ ସଭ୍ୟ ଡିଜେ ବଜାଇବାକୁ ବିରୋଧ କରିଥିଲେ। ପତ୍ରପୁର ସେତୁଠାରୁ ଗଡ଼ଗଡ଼ି ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତା ଉପରେ ଗାଈଗୋରୁଙ୍କ ଅବାଧ ବିଚରଣ ଅନେକ ଲୋକଙ୍କ ଜୀବନ ନେଲାଣି । ତେଣୁ ଗାଈଗୋରୁଙ୍କୁ ରାସ୍ତାରୁ ତଡ଼ିବା ପାଇଁ ଦାବି ହୋଇଥିଲା। ଏ ବିଷୟରେ ପ୍ରଶାସନିକ ଅଧିକାରୀମାନେ କୌଣସି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଉନଥିବା ଓ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। 

ଆଳି ବଜାର ପରିବେଷ୍ଟିତ ଗୌଡପାଟଣା ଗ୍ରାମ ଉତ୍ତର ପଟେ ଆଳି ମୁଖ୍ୟ ବଜାର ପୂର୍ବ ପଟେ ବ୍ଯାଙ୍କ ବଡବଡ ମାର୍କେଟିଂ ମଲ୍ ଓ ଶତାଧିକ ଦୋକାନ l ପଶ୍ଚିମରେ ବସ ଷ୍ଟାଣ୍ଡ ଓ ବଡ଼ ବଡ଼ ମଲ ବ୍ଯାଙ୍କ ଓ ବଜାର ଥିବା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମୁଖ୍ୟ ରାସ୍ତା ଓ ବଜାରରୁ ଏ ଗାଁ ବିଛିନ୍ନ ରହୁଛି ଟୋପେ ବର୍ଷାର ପାଣି ମାସମାସ ଧରି ଜମି ରହିଛି l ବଜାରର ଅଳିଆ ଆବର୍ଜନା କୁକୁଡା ମାରି ବିକ୍ରି କରୁଥିବା ବ୍ୟବସାୟୀ ଓ ମାଛ ମାର୍କେଟରେ ବଳି ପଡୁଥିବା ପଚା ସଢ଼ା ଅଳିଆ କୁ ମୁଖ୍ୟ ପ୍ରବେଶ ରାସ୍ତାରେ ଜମା କରିଦିଆଯାଉଛି l ଫଳରେ ରାସ୍ତା ଉପରେ ଜମିଥିବା ପାଣି ବିଷାକ୍ତ କର୍ଦ୍ଦମାକ୍ତ ଓ ନର୍ଦ୍ଦମା ର ପୁତି ଗନ୍ଧମୟ ପରିବେଶ ଗାଁ ଓ ବଜାର ପରିବେଶ କୁ ଦୂଷିତ କରୁଛି l ଏହାର ନିରାକରଣ ପାଇଁ ଓ ଗଉଡପାଟଣା ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ପାଇଁ ଆଡଭୋକେଟ୍ ଅକ୍ଷୟ ମଲିକ ଙ୍କ ପ୍ରଶ୍ନର କୌଣସି ଉତ୍ତର ମିଳିନଥିଲା l ମୋଟାମୋଟି ଭାବେ ଏହି ଶାନ୍ତି କମିଟି ବୈଠକ ଏଜ ଆବଶ୍ୟକୀୟ ଅନୌପଚାରିକ ଆୟୋଜନ ଥିଲା ବୋଲି ଆଲୋଚନା ହେଉଛି l


ଆଜିର ଖବର

COASTAL NEWS ODIA 1091

*ଖବର ଆଜିର*
*ତାରିଖ ୧୧/୧୦/୨୦୨୩,ବୁଧବାର*



ଆଉ ୩ ଦିନ ବଢିଲା ସଞ୍ଜୟ ସିଂହଙ୍କ ରିମାଣ୍ଡ ଅବଧି, ଏବେ ଅକ୍ଟୋବର ୧୩ ପର୍ଯ୍ୟନ୍ତ ରହିବେ ED ହାଜତରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ମୋବାଇଲ୍ ଆପ୍ ‘ବିଓବି ୱାର୍ଲ୍ଡ’ରେ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଠାରୁ ଫୋନ୍‌ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି।

ଭାରତର ପ୍ରଥମ ନମ୍ବରବିହୀନ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ପାଇଁ ଆକ୍ସିସ୍ ବ୍ୟାଙ୍କ ଓ ଫାଇବ୍ ମଧ୍ୟରେ ସହଯୋଗିତା ।

୨୦୧୦ ମସିହାର ଭାଷଣ ମାମଲାରେ ଅରୁନ୍ଧତୀ ରାୟଙ୍କ ବିରୋଧରେ ବିଚାରଣ ଚାଲିବ ।

ଟେଲି ଅଭିନେତ୍ରୀ ମଧୁରାଙ୍କ ଭଉଣୀ-ଭିଣୋଇଙ୍କୁ ନିର୍ମମ ଭାବେ ହତ୍ୟା କଲେ ହମାସ ଆତଙ୍କବାଦୀ ।

ଗାଜାରେ ୧୫୦୦ ଆତଙ୍କବାଦୀଙ୍କୁ ମାରିଛୁ : ଇସ୍ରାଏଲ୍ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ। 

ଏସିଆଡ୍ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଡ୍ରଗ୍ ମୁକ୍ତ ଭାରତ ପାଇଁ ଖେଳାଳିଙ୍କୁ ଆହ୍ୱାନ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିବାହ ପ୍ରମାଣପତ୍ର ଦେଇ ପାରିବେନି ନୋଟାରି ।

ଇସ୍ରାଏଲ-ହମାସ ଯୁଦ୍ଧ ଆଜି ତୃତୀୟ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ ଭିତରେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଫସି ରହିଥିବା ଜଣାପଡ଼ିଛି। ତେବେ ଇସ୍ରାଏଲ୍‌ର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ଜଣ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ବୋଲି ଇସ୍ରାଏଲରେ ଗବେଷଣାରତ ରାଉରକେଲାର ଜଣେ ଛାତ୍ରୀଙ୍କ ସୂଚନାରୁ ଜଣା ପଡ଼ିଛି।

ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନି, କିନ୍ତୁ ଶେଷ କରିବ: ନେତାନ୍ୟାହୁ ।
ଆଜି ହାଇକୋର୍ଟରେ ହାଜର ହେବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ।

ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ବିଜୟର ଅଧିକାରୀ ହୋଇଛି ପାକିସ୍ତାନ । ଓପନର ଅବଦୁଲ୍ଲା ଶାଫିକ୍ ଏବଂ ମହମ୍ମଦ ରିଜୱାନଙ୍କ ଶତକ ଶ୍ରୀଲଙ୍କାକୁ ଚକମା ଦେଇ ମ୍ୟାଚକୁ ନିଜ କବଜାରେ ନେଇଛି ।

          

ସକାଳ ବେଳା ଖବର

COASTAL NEWS ODIA 1090

*🌄ସକାଳର ଖବର, ୧୧-ଅକ୍ଟବର -୨୦୨୩, ବୁଧବାର*
ରଜନି କାନ୍ତ ବକ୍ସି



➡️୧-ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ରାଜ୍ୟବ୍ୟାପୀ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା l ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ହେଲା ଯୋଜନାର ଶୁଭାରମ୍ଭ l

➡️୨-ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ଖେଳାଳିଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ସାରା ଦେଶବାସୀଙ୍କ ପକ୍ଷରୁ ଜଣାଇଲେ ଅଭିନନ୍ଦନ l

➡️୩-ଏଥର କୁମାର ପୂର୍ଣ୍ଣିମାରେ ଆସନ୍ତା ୨୮ ତାରିଖରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ (ଚନ୍ଦ୍ର ଗ୍ରହଣ) । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି, ଚକ୍ରରାଜଙ୍କ ହେବ ଚାରି ଆଶ୍ରମ ପରିକ୍ରମା ।

➡️୪-ଏଥର ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ l ଓଡ଼ିଶା ମଣ୍ଡପ ହେବ ଆକର୍ଷଣୀୟ l

➡️୫-ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଦାବୀ କଲେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର l

➡️୬-ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ରୂପ ନେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ ହେଲେ କଥା l

➡️୭-ଭାରତର ପ୍ରଥମ ନମ୍ବରବିହୀନ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ପାଇଁ ଆକ୍ସିସ୍ ବ୍ୟାଙ୍କ ଓ ଫାଇବ୍ ମଧ୍ୟରେ ହେଲା ସହଯୋଗିତା l

➡️୮-ଏଣିକି ବ୍ୟାଙ୍କ୍‌ ଅଫ୍ ବରୋଦାର ‘BoB World’ ସହ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ, ରୋକ୍‌ ଲଗାଇଲା ଆରବିଆଇ l

➡️୯-ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ଡକ୍ଟର ସାମିୟା ସୁଲୁହୁ ହସନଙ୍କୁ ମିଳିଲା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ଉପାଧି l

➡️୧୦-ଟେଲି ଅଭିନେତ୍ରୀ ମଧୁରାଙ୍କ ଭଉଣୀ-ଭିଣୋଇଙ୍କୁ ନିର୍ମମ ଭାବେ ହତ୍ୟା କଲେ ହମାସ ଆତଙ୍କବାଦୀ l

➡️୧୧-ସୋସିଆଲ ମିଡିଆରେ ଆନନ୍ଦ ମହିନ୍ଦ୍ରାଙ୍କୁ ପଛରେ ପକାଇଲେ ରତନ ଟାଟା, ‘X’ରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ହେଲା ୧୨.୬ ମିଲିୟନ l

➡️୧୨-ଭାରତରେ ହମାସ ଭଳି ଆକ୍ରମଣର ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍‌ l

➡️୧୩-ମଧ୍ୟପ୍ରଦେଶ ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ, ଆଦିବାସୀଙ୍କୁ ହୃଦୟରୁ ଘୃଣା କରେ ବିଜେପି l

➡️୧୪-ଆଦାନି ସ୍କିଲ ଡେଭେଲପମେଂଟ ସେଂଟରକୁ ମିଳିଲା ବେଷ୍ଟ ପ୍ରାକ୍ଟିସ ଇନ ଡିଜିଟାଲ ଟ୍ରାନ୍ସଫର୍ମେସନ ପୁରସ୍କାର l

➡️୧୫-ହୁରୁନ ଧନୀ ତାଲିକାରେ ୧ନଂ ସ୍ଥାନ ଗ୍ରହଣ କଲେ ଅମ୍ବାନୀ, ଦ୍ବିତୀୟରେ ରହିଛନ୍ତି ଗୌତମ ଅଦାନୀ ଓ ତୃତୀୟରେ ରହିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସାଇରସ୍ ଏସ୍ ପୁନାୱାଲା l

➡️୧୬-ପଞ୍ଚମ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି ଇସ୍ରାଏଲ l

➡️୧୭-ଇସ୍ରାଏଲ ଉପରେ ହମାସ ଆକ୍ରମଣ । ଇରାନର ଭୂମିକା ନେଇ ଉଠିଲା ପ୍ରଶ୍ନ, ଦୁଇ ମାସ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ନେଇ ହେଲା ଚର୍ଚ୍ଚା l

➡️୧୮-ଦିନିକିଆ ବିଶ୍ବକପ୍‌ : ଆଜି ଆଫ୍‌ଗାନିସ୍ତାନକୁ ନୂଆଦିଲ୍ଲୀରେ ଭେଟିବ ଟିମ ଭାରତ l

➡️୧୯-୧୪ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା, ଗୁଜରାଟ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ l ପୋଲିସ ପ୍ରଶାସନ ପକ୍ଷରୁ ୭ ହଜାର ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି ।

➡️୨୦-ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମଠାରେ ଗତକାଲି ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ପାକିସ୍ତାନ l


COASTAL NEWS ODIA 1089

ଆଳି ବ୍ଲକରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର
ଆଳି ଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ମିଳିତ
ସୋମବାର
ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ୪୬ଟି ଅଭିଯୋଗ
ହୋଇଛି। ସେଥ୍ମଧ୍ୟରୁ ୪୨ଟି ବ୍ୟକ୍ତିଗତ
ଅଭିଯୋଗ ଥିବା ବେଳେ ୪ଟି ସାମୂହିକ
ଅଭିଯୋଗ ରହିଛି। କେନ୍ଦ୍ରାପଡ଼ା ଜିଲାପାଳ
ଅମୃତ ଋତୁରାଜ, ଏସ୍‌ପି ମଡକର ସନ୍ଦୀପ
ସମ୍ପାଦଙ୍କ ଉପସ୍ଥିତିରେ ଏହି ଅଭିଯୋଗ
ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଅଭିଯୋଗ ମଧ୍ୟରେ ରାଶନ କାର୍ଡ,
ଆବାସ ଯୋଜନା, ଭତ୍ତା ଯୋଜନାରୁ
ବଞ୍ଚିତ ହୋଇଥିବା ହିତାଧିକାରୀମାନେ
କରିଥିଲେ। ସାମୂହିକ
ଆବେଦନ
ଅଭିଯୋଗ ମଧ୍ୟରେ ପଦନପୁର ଗ୍ରାମରେ
ନଳକୂପ ଖନନ, ଟୁଙ୍ଗା ଗ୍ରାମରେ ଏକ
ବୃକ୍ଷ କାଟିବା, ବୈଦିମାଳ ଗାଁକୁ ରାସ୍ତା
ନିର୍ମାଣ ସହ ପତ୍ରପୁର ପଞ୍ଚାୟତର
ଏକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କୁ
ବଦଳି କରିବା ଅଭିଯୋଗ ହୋଇଛି।
ସେହିପରି ଆଳି ବ୍ଲକ ସରପଞ୍ଚ ସଂଘ
ପକ୍ଷରୁ ମଧ୍ୟ ଜିଲାପାଳଙ୍କ ଉଦ୍ଦେଶ୍ୟରେ
ସେମାନଙ୍କର ୧୫ ଦଫା ଦାବି ପତ୍ର
ପ୍ରଦାନ କରିଛନ୍ତି। ଏହି ଜନଶୁଣାଣିରେ
ଆଳି ବିଡି ଓ ମିନତି ଜଗଦେବ,
ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ,
ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମାସାଗର
ପଣ୍ଡା, ଆଇଆଇସି
ସବ୍ୟସାଚୀ
ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର
ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

COASTAL NEWS ODIA 1088

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୧୧ ତାରିଖ ୨୦୨୩ ମସିହା(ବୁଧବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌷ମେଷ🌷👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।* 
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*

Tuesday, October 10, 2023

୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ଯ ରାମ ମନ୍ଦିର ପ୍ରତିଷ୍ଠା ନିମିତ୍ତ ପ୍ରସ୍ତୁତି

COASTAL NEWS ODIA 1086

*୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ଯ ରାମ ମନ୍ଦିର ପ୍ରତିଷ୍ଠା ନିମିତ୍ତ ପ୍ରସ୍ତୁତି...* 



*🚩 ଉଦଘାଟନର ଏକ ମାସ ପୂର୍ବରୁ ସମଗ୍ର ଭାରତର ୧ ଲକ୍ଷରୁ ଉର୍ଦ୍ଧ୍ବ ମନ୍ଦିରରେ ରାମ ସ୍ତୁତିର ଆୟୋଜନ ହେବ ।*

*🚩 ଅଯୋଧ୍ୟା ଦେଶ ବିଦେଶର ପର୍ଯ୍ୟଟକଙ୍କ ମୁଖ୍ଯ ଆକର୍ଷଣ ହେବାକୁ ଯାଉଛି ।*

*🚩ଏହା ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେବାକୁ ଯାଉଛି ।*

*🚩 ୧୬୦ ଦେଶରୁ ଭକ୍ତ ଏହି ସମାରୋହରେ ଉପସ୍ଥିତ ରହିବେ ।*

*🚩 ଏହି ଭବ୍ଯ ଆୟୋଜନକୁ ପ୍ରସାରଣ କରିବା ପାଇଁ ବର୍ତ୍ତମାନ ସୁଧା ବିଶ୍ବର ୬୫୦୦ ଚ୍ଯାନେଲ ନିଜକୁ ପଞ୍ଜିକୃତ କରାଇଛନ୍ତି ।*

*🚩 ପ୍ରଥମ ବର୍ଷ ୫ କୋଟି ଭକ୍ତ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାର ଆକଳନ କରାଯାଇଛି ।*

*🚩 ବହୁ ସଂଖ୍ୟାରେ 3-ଷ୍ଟାର ଓ 5-ଷ୍ଟାର ହୋଟେଲ ଅତିଥିଙ୍କର ସ୍ବାଗତ ପାଇଁ ପ୍ରସ୍ତୁତ, ଆହୁରି ଅନେକ ତିଆରି ବି ଚାଲିଛି ।*

*🚩 ଅଯୋଧ୍ୟାରେ ବିମାନ ବନ୍ଦର ଓ ରେଳ ଷ୍ଟେସନ୍ ଅତ୍ୟାଧୁନିକ ସୁବିଧା ସହ ପ୍ରସ୍ତୁତ ।*

*🚩ପବିତ୍ର ସରୟୁ ନଦୀ ତଟ ବି ପୁନରୁଦ୍ଧାର କରାଯାଇଛି, ଯାହା ଅଯୋଧ୍ୟାର ଶୋଭାକୁ ଦ୍ବିଗୁଣିତ କରିଛି ।*

*🚩 ସମ୍ପୂର୍ଣ୍ଣ ଅଯୋଧ୍ୟା ଓ ଆଖପାଖ ସ୍ଥାନ ଲକ୍ଷ ଲକ୍ଷ ଆଲୋକ ମାଳାରେ ଆଲୋକିତ ।*

*🙏ଏତିକି ଅନୁରୋଧ, ରାମ ଦରବାର ଦର୍ଶନ ପାଇଁ ଭାରତୀୟ ବେଶଭୂଷାରେ ଯାଆନ୍ତୁ ଓ ରାମ ମନ୍ଦିରର ଭବ୍ଯତାକୁ ଗାରିମାମୟ ବନାନ୍ତୁ ...*

ଆଜିର ରାଶିଫଳ

COASTAL NEWS ODIA 1085

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 

*✧═════•❁❀*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  

*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼  *✧═════•❁❀❁•═════✧*
*🌷ମେଷ🌷👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
*✧═════•❁❀❁•═════✧*
*🌷ବୃଷ🌷👉 ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।*
*✧═════•❁❀❁•═════✧*
*🌷ମିଥୁନ🌷👉କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।*
*✧═════•❁❀❁•═════✧*
*🌷କର୍କଟ🌷👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।*
*✧═════•❁❀❁•═════✧*
*🌷 ସିଂହ🌷👉 ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
*✧═════•❁❀❁•═════✧*
*🌷କନ୍ୟା🌷 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।*
*✧═════•❁❀❁•═════✧*
*🌷ତୁଳା 🌷 👉କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ  ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।**✧═════•❁❀❁•═════✧*

*🌷ବିଛା 🌷 👉ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
*✧═════•❁❀❁•═════✧*
*🌷ଧନୁ🌷:👉 ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।*
*✧═════•❁❀❁•═════✧*
*🌷ମକର 🌷 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।* 
*✧═════•❁❀❁•═════✧*
*🌷 କୁମ୍ଭ🌷:👉 ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।*
*✧═════•❁❀❁•═════✧*
*🌷 ମୀନ 🌷👉 ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।*
*✧═════•❁❀❁•═════✧*

୧୮୫ କିଲୋ ଓଜନର ରୁଟି

COASTAL NEWS ODIA 1084

୧୮୫ କିଲୋ ଓଜନର ରୁଟି


 
ଜୟପୁର: ଭଞ୍ଜ ବିହାରୀ ମହାନ୍ତି - ଘରେ ରୁଟି ତିଆରି ହେଉଥିବା ତ ସମସ୍ତେ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନରେ ଏପରି ଏକ ରୁଟି ପ୍ରସ୍ତୁତ କରିଛନ୍ତି, ଯାହା ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ରାଜସ୍ଥାନର ଭିଲୱାଡା ସହରର କୈଳାସ ସୋନି ତାଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳିଛନ୍ତି। ସେ ୧୮୫ କିଲୋ ଓଜନର ଏକ ବଡ଼ ରୁଟି ତିଆରି କରିଛନ୍ତି। 

ପୂର୍ବରୁ ଜାମନଗରର ଜଣେ ବ୍ୟକ୍ତି ୧୪୫ କିଲୋ ଓଜନର ଏକ ରୁଟି ପ୍ରସ୍ତୁତ କରି ଏହି ରେକର୍ଡ କରିଥିଲେ। ଅନେକ ବ୍ୟକ୍ତି ତାଙ୍କ ଜନ୍ମଦିନକୁ ମନେରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଥିବାବେଳେ କୈଳାସ ନିଜ ସହରର ନାମ ରଖିବାକୁ ସେ ବିଶ୍ୱର ସବୁଠୁ ବଡ଼ ରୁଟି ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ୨୧ ଜଣ କାରିଗର ନିଯୁକ୍ତ ହୋଇଥିଲେ। ରୁଟି ପାଇଁ ୨ ହଜାର ଇଟାରେ ମଧ୍ୟ ଚୁଲି ପ୍ରସ୍ତୁତ କରାଗଲା। ଏଥିରେ ୨ ହଜାର କିଲୋ କୋଇଲା ଏବଂ ଶୁଦ୍ଧ ମାଟି ମଧ୍ୟ ମିଶାଯାଇଥିଲା। 

ରୁଟି ପାଇଁ ୧୭୧ କିଲୋ ଅଟା ଏବଂ ମଇଦା, ୧୫ କିଲୋ ଦେଶୀ ଘିଅ, ୫୦ ଲିଟର ପାଣିର ବ୍ୟବହାର କରାଯାଇଥିଲା। ରୁଟିକୁ ତିଆରି ସକାଳୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ୩୦ ସମୟରେ ସରିଥିଲା। ହରି ସେବା ଉଦାସୀନ ଆଶ୍ରମରେ ରୁଟି ପ୍ରସ୍ତୁତ ହେବା ପରେ ଏଠାକୁ ଆସିଥିବା ଭକ୍ତଙ୍କୁ ଏକ ତରକାରି ସହିତ ରୁଟିକୁ ପ୍ରସାଦ ରୂପରେ ବଣ୍ଟାଯାଇଥିଲା।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...