AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ୨ ମହିଳା

COASTAL NEWS ODIA 1054

ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ୨ ମହିଳା



ସୁନ୍ଦରଗଡ଼ - ଭଞ୍ଜ ବିହାରୀ ମହାନ୍ତି - ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଚାଲି ଯାଉଥିଲେ ୨ ମହିଳା। ରାସ୍ତାରେ ଲୋକଙ୍କ ଯାତାୟତ ଲାଗି ରହିଥିଲା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁ ନଥିଲେ। ବରଂ ସମସ୍ତେ ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ସତେ ଯେମିତି ମାନବିକତା ମରି ଯାଇଛି। 

ଏହି ସମୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲି ଚାଲି ଯାଉଥିଲେ। ଉଭୟ ମହିଳା ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ହୋଇ ରାସ୍ତାରେ ଚାଲିଚାଲି ଯାଉଥିଲେ।ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଏହି ଦୁଇ ମହିଳାଙ୍କର ଉଲଗ୍ନ ରୂପ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁନଥିଲେ। 

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ତାଙ୍କର  ଆଖି ଦୁଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା।  ନିଜ କାର୍‌କୁ  ରଖିବାକୁ ଡ୍ରାଇଭରକୁ କହିଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ଭିରକୁ ବାହାରି  ଆସି   ପହଞ୍ଚିଥିଲେ। ଏହାସହ। ବିଧାୟିକା କାର୍‌ରେ ଥିବା ଉତ୍ତରୀୟ ଆଣି ଦୁଇ ମହିଳାଙ୍କୁ ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ।  ତାଙ୍କ ସାଙ୍ଗରେ ଥିବା କର୍ମୀମାନେ ମଧ୍ୟ ବିଧାୟକାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ।  ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୁଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମାରେ ଦେଇଥିଲେ।

ଦୁଇ ମହିଳା ଏବେ ଆସ୍ଥାଗୃହରେ ଅଛନ୍ତି। ଜଣେ ମହିଳାଙ୍କର ବୟସ ୨୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦୁଇ ମହିଳା କେଉଁଠୁ ଆସିଲେ, କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏ ଅବସ୍ଥା‌ରେ କିଏ ଛାଡ଼ିଲା, ସେମାନଙ୍କ ପରିଚୟ କ’ଣ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ବିଧାୟକ ଦୁଇ ମହିଳା ଉତ୍ତରୀୟ ପିନ୍ଧାଇଦେବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି। ବିସ୍ଫୋରଣ, ୫ ମୃତ

ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ

COASTAL NEWS ODIA 1053

ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ




ସିକିମ୍ସି - ଭଞ୍ଜ ବିହାରୀ ମହାନ୍ତି - କିମ୍‌ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ପରେ ତୀସ୍ତା ନଦୀ କୂଳରେ ବିସ୍ଫୋରଣ ହୋଇଛି । ନଦୀ କୂଳରେ ମୋର୍ଟାର ସେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପିଲା ସହିତ ୫ ଜଣଙ୍କର ଜୀବନ ଚାଲିଯାଇଛି । ବିସ୍ଫୋରଣର ଭିଡିଓ ସାମ୍ନାକୁ ଆସିଛି । 

ପ୍ରଶାସନ ପକ୍ଷରୁ ଚେତାବନୀ ଜାରି କରାଯାଇଛି, ଆଉ ନଦୀ କୂଳରୁ ଦୂରେଇ ରହିବା ସହିତ କୌଣସି ଜିନିଷକୁ ହାତ ଲଗାଇବାକୁ ମନା କରାଯାଇଛି । ନଦୀ କୂଳରେ ଗୋଳା ବାରୁଦ ଯୋଗୁଁ ବିସ୍ଫୋରଣ ହୋଇଥିବା ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଉଛି । ଆଉ ଏଭଳି କିଛି ସନ୍ଦିଗ୍ଧ ଜିନିଷ ଦେଖିଲେ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି ।

ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି ଏବଂ ଅନୁରୋଧ କରାଯାଇଛି କି, ଯଦି କୌଣସି ଗୋଳା ବାରୁଦ ଏବଂ ସନ୍ଦିଗ୍ଧ ଜିନିଷ ଦେଖନ୍ତି, ତେବେ ପୋଲିସ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ । କୌଣସି ପ୍ରକାରର ବସ୍ତୁକୁ ଛୁଇଁବାକୁ ମନା କରାଯାଇଛି ।

ମଙ୍ଗଳବାର ସିକିମରେ ବାଦଲ ଫଟା ବର୍ଷା ଯୋଗୁଁ ନଦୀ ବନ୍ଧ ଭାଙ୍ଗିଯାଇଥିଲା । ଫଳରେ ବନ୍ୟା ପାଣି ମାଡିଆସିବାରୁ ଏପର୍ଯ୍ୟନ୍ତ ୪୧ ଜଣ ମୃତ୍ୟୁବରଣ କରିଛନ୍ତି । ପାଖାପାଖି ୧୨୦୦ ଘର ଭାସିଯାଇଛି । ଭାସିଯାଇଥିବା ୨୩ ଜଣ ସେନା ଯବାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କ ପତ୍ତା ମିଳୁନି । ସେହିପରି ୧୦୩ ଜଣ ଲୋକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ତୃତୀୟ ଦିନରେ କାଦୁଅ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସେନା ଯବାନଙ୍କୁ ଖୋଜା ଚାଲିଛି । ଯେଉଁ ସେନା ଯବାନଙ୍କ ମୃତଦେହ ମିଳିଛି, ସେମାନେ ନୋପାଳ, ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଏହି ଅପରସେନରେ ତିରଙ୍ଗା ମାଉଟେନ୍‌ ରେସକ୍ୟୁର ଅତିରିକ୍ତ ଟିମ, ସନ୍ଧାନୀ କୁକୁର, ବିଶେଷ ରାଡାର ସେବାକୁ ଲଗାଯାଇଛି ।

ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମାଙ୍ଗ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ସେହିପରି ଶିବିରରେ ରହିଥିବା ଲୋକଙ୍କୁ ୨,୦୦୦ ଟଙ୍କା ତତ୍‌କାଳ ଦେବାକୁ ଘୋଷଣା କରାଯାଇଛି ।

ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା

COASTAL NEWS ODIA 1052

ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା



ମହାରାଷ୍ଟ୍ର - ଭଞ୍ଜ ବିହାରୀ ମହାନ୍ତି - ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖି ଟ୍ରେନ୍ ଦୁର୍ଘଟଣା ଘଟାଇବା ଯୋଜନା ପଣ୍ଡ ହେଲା। ଫଳରେ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା, ବଞ୍ଚିଗଲା ଶହ ଶହ ଜୀବନ । ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଥିବା ବେଳେ ରେଲୱେ ଅଧିକାରୀଙ୍କ ସତର୍କତା ହେତୁ ସମ୍ଭାବ୍ୟ ବିପଦକୁ ଟଳା ଯାଇ ପାରିଛି।

ଶୁକ୍ରବାର ପୁଣେ- ମୁମ୍ବାଇ ଟ୍ରାକ୍‌ ଉପରେ ବିଭିନ୍ନ ସ୍ଥାନରେ ପଥର ଖଣ୍ଡ ରଖାଯାଇଥିଲା। କୌଣସି ଦୁର୍ବୃତ୍ତ ଏପରି କରିଥିବା ଅନୁମାନ କରାଯାଉଛି। ମାତ୍ର ରେଲୱେ କର୍ମଚାରୀ ଟ୍ରାକ୍‌ ଯାଞ୍ଚ ବେଳେ ଏହା ଦେଖିପାରି ତୁରନ୍ତ ପଥରଗୁଡ଼ିକୁ ହଟାଇଥିଲେ। ଫଳରେ ଟ୍ରେନ୍‌ ସ୍ୱାଭାବିକ ଭାବେ ଯାତ୍ରା କରିଥିଲେ। ଟ୍ରେନ୍‌ ଦୁର୍ଘଟଣା ଘଟାଇବା ଆଶଙ୍କାରେ କେହି ଏପରି ଷଡଯନ୍ତ୍ର କରି ଥାଇ ପାରେ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତ ୨ ତାରିଖରେ ବି ଉଦୟପୁର- ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏକ ବଡ଼ ଦୁର୍ଘଟଣାକୁ ବର୍ତ୍ତି ଯାଇଥିଲା। ଉକ୍ତ ଟ୍ରେନ୍‌ର ଟ୍ରାକ୍‌ ଉପରେ ପଥର ଖଣ୍ଡ ରଖାଯାଇଥିବା ବେଳେ ତାହାକୁ କର୍ମଚାରୀମାନେ ସଫା କରିବା ପରେ ଟ୍ରେନ୍‌ଟି ସୁରୁଖୁରୁରେ ଗତି କରିଥିଲା।
ରାଜସ୍ଥାନ ପୁଲିସ୍‌ ଏହି ଘଟଣାର ତଦନ୍ତ କରି କିଛି ପିଲା ଖେଳିବା ସମୟରେ ଟ୍ରାକ୍‌ ଉପରେ ପଥର ଓ ବାଡ଼ି ରଖି ଚାଲି ଯାଇଥିବା କହିଥିଲ।

ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଠିକ୍‌ ସମୟରେ ଧରା ନ ପଡ଼ିଲେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ରେଳ ଅଧିକାରୀ ଅଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ରେଳଯାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି।  

ଲାଇଭ କ୍ଲାସରେ ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର

COASTAL NEWS ODIA 1051

ଲାଇଭ କ୍ଲାସରେ ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଶିକ୍ଷକଙ୍କୁ ଚପଲରେ ମାଡ଼ ମାରିଲା ଛାତ୍ର । ଲାଇଭ କ୍ଲାସରେ ହେଲା ଏମିତି । ହଠାତ ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଚପଲରେ ବାଡ଼େଇବାକୁ ଲାଗିଥିଲା । ଶିକ୍ଷକ ଜଣଙ୍କ ବି କିଛି ବୁଝି ପାରି ନଥିଲେ । 

ହଜାର ହଜାର ଛାତ୍ର ନିଜ ମୋବାଇଲରେ କ୍ଲାସ କରୁଥିବାବେଳେ ଦେଖିବାକୁ ପାଇଥିଲେ ଏମିତି କିଛି ଦୃଶ୍ୟ । ଛାତ୍ର ଜଣଙ୍କ ଏମିତି କାହିଁକି କଲେ ? ଏହା ପଛରେ କାରଣ କଣ । ଶିକ୍ଷକ ଲାଇଭ କ୍ଲାସରେ ଥିବା ସମୟରେ ଏପରି କାହିଁକି ହେଲା ? ବର୍ତ୍ତମାନ ଏମିତି ଅନେକ ପ୍ରଶ୍ନ ଉଠିଛି ।

ଗୁରୁ ବିଦ୍ୟା ଦାନ କରନ୍ତି । ଗୁରୁଙ୍କ ସର୍ବୋଚ୍ଚ ଆସନରେ ରଖାଯାଇଥାଏ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ଦିବସ ମଧ୍ୟ ପାଳନ କରାଯାଏ । କିନ୍ତୁ ବର୍ତ୍ତମାନର ଭାଇରାଲ ଭିଡିଓ ଦେଖିବା ପରେ ସବୁ କିଛି ଫିକା ପଡ଼ି ଯାଇଛି । ଫିଜିକ୍ସ ଓ୍ଵାଲା ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ କ୍ଲାସ ଚାଲୁଥିବାବେଳେ ଏମିତି ଘଟଣା ଘଟିଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

ଶିକ୍ଷକଙ୍କୁ ତାଙ୍କ ନିଜ ଛାତ୍ର ଚପଲରେ ମାରିବା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ । ତେବେ ଛାତ୍ର ଜଣଙ୍କ ଏପରି କାହିଁକି କଲେ ତାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।

ଆଜି ସରୁଛି ଦ୍ୱିତୀୟ ଡେଡ୍‌ଲାଇନ, ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍

COASTAL NEWS ODIA 1050

ଆଜି ସରୁଛି ଦ୍ୱିତୀୟ ଡେଡ୍‌ଲାଇନ, ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍




ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ଆଜି ସରୁଛି ୨ ହଜାର ଟଙ୍କିଆ ନୋଟ୍ ବଳଦ ଅବଧି । ଦୁଇ ହଜାର ଟଙ୍କିଆ ଫେରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଦ୍ବିତୀୟ ସୁଯୋଗ ଦେଇଥିଲା ତାହା ଆଜି ଶେଷ ହେଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଏବେବି ୧୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକ ପାଖକୁ ଫେରିନାହିଁ। ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା।

ସେଗୁଡ଼ିକୁ ବ୍ୟାଙ୍କରେ ଜମା କରିବା ଓ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ୪ ମାସ ଅର୍ଥାତ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲେ। ତେବେ ବିଦେଶରେ ବାସ କରୁଥିବା ଭାରତୀୟମାନଙ୍କୁ ନଜରରେ ରଖି ନୋଟ୍ ବଦଳର ମହଲତକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। 

ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ରହିଛି ସେଗୁଡ଼ିକୁ ବଦଳାଇବା ପାଇଁ ସେମାନଙ୍କ ପାଖରେ ଆଜି ମାତ୍ର ଗୋଟିଏ ଦିନ ରହିଛି। ବ୍ୟାଙ୍କଗୁଡ଼ିକ ପାଖକୁ ଫେରିଥିବା ୨୦୦୦ ଟଙ୍କିଆ ନୋଟଗୁଡ଼ିକ ମଧ୍ୟରୁ ୮୭ ପ୍ରତିଶତ ନୋଟକୁ ଗ୍ରାହକମାନେ ନିଜ ଖାତାରେ ଜମା କରିଥିବା ବେଳେ ଅବଶିଷ୍ଟ ନୋଟଗୁଡ଼ିକୁ ବଦଳାଇ ଅନ୍ୟାନ୍ୟ ନୋଟ୍ ନେଇଛନ୍ତି।

ଆଜିର ଖବର

COASTAL NEWS ODIA 1049

*ଖବର ଆଜିର*
*ତାରିଖ ୦୭/୧୦/୨୦୨୩,ଶନିବାର*



ଭୁବନେଶ୍ବର - ହାଙ୍ଗଝୌ ଏସୀୟ କ୍ରୀଡ଼ା ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । 

RBIଙ୍କ ନିଷ୍ପତ୍ତି ପରେ ୩୬୪ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ,  ଦିନକରେ ନିବେଶକଙ୍କ ୨ ଲକ୍ଷ କୋଟି ଟଙ୍କା ଲାଭ ।

ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଚିତ୍ତରଂଜନ ତ୍ରିପାଠୀ ହୋଇଛନ୍ତି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ନୂଆ ନିର୍ଦ୍ଦେଶକ । ଦିଲ୍ଲୀରେ ଥିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।  

ମହାଦେବ ଅନଲାଇନ ଗେମିଂ ମାମଲା: ଇଡିକୁ ମେଲରେ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର ।

ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦିଙ୍କୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ମିଳିବ।

ସୁପ୍ରିମ୍‌କୋର୍ଟଙ୍କ ରାୟ: ଭିଡ଼ିଓ କନଫରେନ୍ସ ଶୁଣାଣିକୁ ମନା କରିପାରିବେନି ହାଇକୋର୍ଟ ।

ଏସିଆନ ଗେମ୍ସ ୨୦୨୩: ଇତିହାସ ରଚିବ ଭାରତ;୧୦୦ ପଦକ ପକ୍କା, ହକିକୁ ସ୍ୱର୍ଣ୍ଣ, କ୍ରିକେଟ୍‌ରେ ଆଫଗାନିସ୍ତାନ ସହ ଫାଇନାଲ୍ ଫାଇଟ୍ ।

ବିଶ୍ୱକପ୍‌-୨୦୨୩: ନେଦରଲାଣ୍ଡ୍‌ସକୁ ୮୧ ରନ୍‌ରେ ହରାଇଲା ପାକିସ୍ତାନ ।

ମାଲକାନଗିରି ପାଇଁ ନୂଆ ଟିମ୍‌, ଅନୁମୋଦନ ଦେଲେ ବିଜେଡି ସୁପ୍ରିମୋ ।

ଆସନ୍ତା ଅକ୍ଟୋବର ୮ରୁ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ତାନଜିଆନର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ । ।

ଅନଲାଇନ ବେଟିଂ ଆପ ମାମଲାରେ ଫସିଗଲେ କଳାକାର: ଇଡି ରାଡାରରେ ବଲିଉଡ କଳାକାର ।

ଭାରତରେ କାରବାର ବିକ୍ରି କରିପାରେ ୱାଲ୍ଟ ଡିଜନୀ, କିଣିବାକୁ ଦୌଡ଼ରେ ଆଦାନୀ ଓ ଅମ୍ବାନୀ ।

ନିର୍ବାଚନ ତାତି ଭିତରେ ‘ପୋଷ୍ଟର ୱାର’: ମୋଦୀଙ୍କୁ ମିଛୁଆ କହିଲା କଂଗ୍ରେସ, ରାହୁଲଙ୍କୁ ରାବଣ କହିଲା ବିଜେପି ।

           

ଶ୍ରୀଲକ୍ଷ୍ମୀବରାହଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଅର୍ଥରାଶି ଘୋଷଣା

COASTAL NEWS ODIA 1048

ଆଳିର ଆରାଧ୍ଯ ଦେବତା ଶ୍ରୀଲକ୍ଷ୍ମୀବରାହଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଅର୍ଥରାଶି ଘୋଷଣା



ଆଳି - ଓଡ଼ିଶା ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଥିବା ମଠ ଓ ମନ୍ଦିରର ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ ପାଇଁ ବଦ୍ଧପରିକର । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଶ୍ରୀଲକ୍ଷ୍ମୀବରାହଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଅର୍ଥରାଶି ଘୋଷଣା କରିଛନ୍ତି । 

ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୭ କୋଟି ୭୪ ଲକ୍ଷ ୧୩୭ ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ କଟକ ଆରଆଣ୍ଡବି ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। 

ଏହା ଜାଣିବା ପରେ ଲକ୍ଷ୍ମୀବରାହ ଜୀଉ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଆଳି ରାଜା ବ୍ରଜ କେଶରୀ ଦେବ ଓ ଟ୍ରଷ୍ଟର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଳି ବିଧାୟକ ତଥା ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଓଡ଼ିଆ ପୁଅ ଚିତ୍ତରଞ୍ଜନ ଏନ୍‌ଏସ୍‌ ଡି ନିର୍ଦେଶକ

COASTAL NEWS ODIA 1047

ଓଡ଼ିଆ ପୁଅ ଚିତ୍ତରଞ୍ଜନ ଏନ୍‌ଏସ୍‌ ଡି ନିର୍ଦେଶକ




ନୂଆଦିଲ୍ଲୀ - ଓଡ଼ିଶା ପାଇଁ ଯୋଡ଼ିହେଲା ଆଉ ଏକ ଗୌରବ ମୟ ଅଧ୍ୟାୟ । ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା( ଏନ୍‌ଏସ୍‌ ଡି )ର ନିର୍ଦେଶକଭାବେ ଅବସ୍ଥାପିତ ହୋଇଛନ୍ତି ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ। 

ଭଦ୍ରକ ଜିଲା ଚାନ୍ଦବାଲିରେ ଜନ୍ମିତ ଚିତ୍ତରଞ୍ଜନ ୟୁନିଭର୍ସିଟି ଅଫ୍ ହାଇଦରାବାଦ, ଏନ୍‌ଏସ୍‌ଡିରୁ ଶିକ୍ଷାପ୍ରାପ୍ତ ହୋଇଛନ୍ତି। ଏକାଧାରରେ ଜଣେ ଅଭିନେତା, ଲେଖକ, ନିର୍ଦେଶକ, ସଙ୍ଗୀତକାର ଓ ନିର୍ମାତା ଭାବେ ସେ ପରିଚିତ । ଏକାଧିକ ମଞ୍ଚ ନାଟକରେ ସେ ଅଭିନୟ ଓ ନିର୍ଦେଶନା ଦେଇଛନ୍ତି। ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ସେ ଜଣେ ଚର୍ଚ୍ଚିତ ଚେହେରା। 

ତାଙ୍କ ନିର୍ଦେଶିତ ଓଡ଼ିଆ ଚିତ୍ର ‘ଧଉଳି ଏକ୍ସପ୍ରେସ୍’, ‘ମୁଖ୍ୟମନ୍ତ୍ରୀ’ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ତାଙ୍କର ନୂତନ ନିଯୁକ୍ତି ଖବର ଓଡ଼ିଆ ନାଟକ, ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷଙ୍କୁ ଉଲ୍ଲସିତ କରିଛି । ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି l

କଟକ-କେନ୍ଦ୍ରାପଡ଼ା ରାସ୍ତାରେ ରାହାଜାନି ଘଟଣା ଅଭିଯୋଗକାରୀ ଗିରଫ୍

COASTAL NEWS ODIA 1046


କଟକ-କେନ୍ଦ୍ରାପଡ଼ା ରାସ୍ତାରେ ରାହାଜାନି ଘଟଣା ଅଭିଯୋଗକାରୀ ଗିରଫ୍ 



ନିଶ୍ଚିନ୍ତକୋଇଲି - କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ରାଣୀପଡ଼ା-ପଟ୍ଟନାୟକ ରୋଡ୍ ମଧ୍ୟବର୍ତ୍ତୀ ସ୍ଥାନରେ ଗତ ୩ ତାରିଖରେ ରାହାଜାନି ନେଇ ଅଭିଯୋଗ ଥାନାରେ କରାଯାଇଥିଲା। ଏହି ଘଟଣାରେ ଅଭିଯୋଗକାରୀକୁ ପୁଲିସ୍ ଗିରଫ କରଛି। ଅଭିଯୁକ୍ତ ଜଣକ ହେଲା, ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଅଞ୍ଚଳର ସୁରଜ ଖାଁ ଅଭିଯୋଗକାରୀ ନିଜେ ଲୁଟ୍ ନାଟକ ରଚିଥିବା ସମ୍ପର୍କରେ ଜାଣିବା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ଗତ ବୁଧବାର ପୀରବଜାର ଅଞ୍ଚଳର ସୁରଜ ଖାଁ ଲିଖିତ ଅଭିଯୋଗ କରିଥିଲେ ଯେ; ଏକ ଟାଟା ଏସିଇ ଗାଡ଼ିରେ ସେ ବିସ୍କୁଟ୍ ନେଇ ପଟ୍ଟାମୁଣ୍ଡାଇ ବଜାରକୁ ଯାଇଥିଲେ। ସେଠାରେ ବ୍ୟବସାୟୀମାନଙ୍କୁ ବିସ୍କୁଟ୍ ଦେବା ସହ ଟଙ୍କା ଆଦାୟ କରି ଅପରାହ୍‌ଣ ୪ଟାରେ କଟକ ଅଭିମୁଖେ ଫେରୁଥିଲେ ରାଣୀପଡ଼ା-ପଟ୍ଟନାୟକ ରୋଡ୍ ମଧ୍ୟବର୍ତ୍ତୀ ସ୍ଥାନରେ ୩ ଜଣ ଯୁବକ ଆସି ଟାଟା ଏସିଇ ଗାଡ଼ି ଆଗରେ ବାଇକ୍ ରଖିଥିଲେ। 

ଏହାପରେ ସେମାନେ ଡ୍ରାଇଭର୍‌ଙ୍କୁ ମାଡ଼ ମାରିବା ତାଙ୍କ ପକେଟ୍‌ରେ ଥିବା ୩ ହଜାର ୩୦୦ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ।ଏହାପରେ ଦୁଇଜଣ ତାଙ୍କ ପେଟରେ ଛୁରି ଲଗାଇ ଧମକ ଦେବା ସହ ବ୍ୟବସାୟୀମାନଙ୍କ ନିକଟରୁ ଆଦାୟ ହୋଇଥିବା ୭୦ ହଜାର ଟଙ୍କା ଲୁଟି ନେଇଥିଲେ ବୋଲି ସୁରଜ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

      ସୁରଜକୁ ଜେରା କରିବା ସମୟରେ ତା’ର କଥାରେ ତାଳମେଳ ନ ରହିବାରୁ ପୁଲିସ୍‌ ଜାଣିବାକୁ ପାଇଲା ଯେ ସୁରଜ ଖାଁ ନିଜେ ଏପରି ଲୁଟ୍‌ ନାଟକ ରଚି ରାହାଜାନି ରୂପ ଦେଇଛି। ଏହାପରେ ନିଶ୍ଚିନ୍ତକୋଇଲି ଆଇଆଇସି ଯୁଗଳ କିଶୋର ଦାସଙ୍କ ନେତୃତ୍ବରେ ପୀରବଜାର ଅଞ୍ଚଳରେ ଚଢ଼ଉ କରି ଟଙ୍କା ଜବତ କରିବା ସହ ସୁରଜକୁ କୋର୍ଟଚାଲାଣ କରାଯାଇଛି।

Friday, October 6, 2023

ପାରାକ୍ୱେଟ୍’କୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର

COASTAL NEWS ODIA 1045

ପାରାକ୍ୱେଟ୍’କୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର



ଭୁବନେଶ୍ଵର - CN- ତୃଣନାଶକ ହର୍ବିସାଇଡ୍ ‘  ସାର୍ବଜନୀନ ପାରାକ୍ୱେଟ୍’କୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାରନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣକରିଛନ୍ତି | 

ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଏହାର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି । ( କୀଟନାଶକ ଅଧିନିୟମ, ୧୯୬୮) 

ଏହି ଗବେଷଣା ଅନୁଯାୟୀ ନିଷେଧାଜ୍ଞା ପ୍ରାଥମିକ ଭାବେ ଦୁଇ ମାସ ପାଇଁ ରହିବା ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରଙ୍କଠାରୁ ଏ ସଂପର୍କରେ ମତାମତ ପାଇବାପରେ ରାଜ୍ୟ ସରକାର ଓଡ଼ିଶାରେ ପାରାକ୍ୱେଟ୍ ସ୍ଥାୟୀ ନିଷେଧାଦେଶ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେବେ। ‘ମୋ ସରକାର’ ଉପକ୍ରମରେ ହିତାଧିକାରୀଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ନିଷ୍ପତ୍ତି ନେଇଛି। 

ଅଧିକୃତ ବିକ୍ରେତାଙ୍କ ଦ୍ବାରା କୀଟନାଶକ ଓ କୃଷି ରାସାୟନିକ ଦ୍ରବ୍ୟର ବିକ୍ରି ନିମନ୍ତେ ରାଜ୍ୟ ସରକାର ଅଧିକୃତ ଅଧିକାରୀ ତଥା ବୈଜ୍ଞାନିକମାନଙ୍କ ପ୍ରେସ୍‌କ୍ରିପସନ୍‌କୁ ବାଧ୍ୟତାମୂଳକ କରିଛନ୍ତି। 

ପାରାକ୍ୱେଟ୍ ଯୋଗୁଁ କେବଳ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନା (ଭିମସାର)ରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ମେଡିସିନ୍ ବିଭାଗ ଡାକ୍ତର ଶଙ୍କର ରାମଚନ୍ଦାନୀ ସୂଚନା ଦେଇଛନ୍ତି। ଡାକ୍ତର ରାମଚନ୍ଦାନୀଙ୍କ ସମେତ ଅନେକ ସାମାଜିକ କର୍ମକର୍ତ୍ତା ଏହାକୁ ନିଷିଦ୍ଧ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି l

ଆଜିର ରାଶିଫଳ

COASTAL NEWS ODIA 1044

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୭ ତାରିଖ ୨୦୨୩ ମସିହା(ଶନିବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


             *✧═════•❁❀❁•═════✧*
*🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🍁ବୃଷ🍁👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
*✧═════•❁❀❁•═════✧*

*🍁ମିଥୁନ🍁👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🍁କର୍କଟ🍁👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🍁ସିଂହ🍁👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*
*✧═════•❁❀❁•═════✧*

*🍁କନ୍ୟା🍁👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ  ରହିବ।* 

*✧═════•❁❀❁•═════✧*
*🍁ତୁଳା🍁👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
*✧═════•❁❀❁•═════✧*

*🍁ବିଛା🍁👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*
*✧═════•❁❀❁•═════✧*

*🍁ଧନୁ🍁👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
*✧═════•❁❀❁•═════✧*

*🍁ମକର🍁👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🍁କୁମ୍ଭ🍁👉ଆଜି ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।* 

*✧═════•❁❀❁•═════✧*
*🍁ମୀନ 🍁👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*
*✧═════•❁❀❁•═════✧*

‘ଆପ୍ କାହିଁକି ଅଭିଯୁକ୍ତ ନୁହେଁ’ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ

COASTAL NEWS ODIA 1043

‘ଆପ୍ କାହିଁକି ଅଭିଯୁକ୍ତ ନୁହେଁ’ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ



ନୂଆଦିଲ୍ଲୀ - ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍)କୁ କାହିଁକି ଅଭିଯୁକ୍ତ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସୁପ୍ରିମ୍‌କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହାର ଉଦ୍ଦେଶ୍ୟ କାହାକୁ ଫସାଇବା ନୁହେଁ। 

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ୍‌ଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମନିଲଣ୍ଡରିଂ ନିବାରଣ ଆଇନ ପରିପ୍ରେକ୍ଷୀରେ ଏକ ଆଇନଗତ ପ୍ରଶ୍ନ ଭାବରେ ସ୍ପଷ୍ଟୀକରଣ ମଗାଯାଇଛି। ଆମେ ସ୍ପଷ୍ଟ କରିବାକୁ ଚାହୁଛୁ ଯେ ଆମର ପ୍ରଶ୍ନ କାହାକୁ ଫସାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। ଧରନ୍ତୁ, ଯଦି ପ୍ରସିକ୍ୟୁସନ୍ ଅନୁଯାୟୀ ହିତାଧିକାରୀ ‘ଏ’ ଅଟନ୍ତି ଏବଂ ଯଦି ‘ଏ’ ବିରୋଧରେ ମାମଲା ରୁଜୁ ହେଉନାହିଁ, ତେବେ ‘ବି’ କିମ୍ବା ‘ସି’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏହି ପରିପ୍ରେକ୍ଷୀରେ ଏପରି ପ୍ରଶ୍ନ ଉଠୁଛି ବୋଲି ଆପ୍ ନେତା ମନିଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍ ଖାନ୍ନା କହିଛନ୍ତି। 

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି ଅଦାଲତଙ୍କୁ କହିଥିଲେ ଯେ, ଏହି ପ୍ରଶ୍ନକୁ ଗଣମାଧ୍ୟମ ବିକୃତ କରୁଛି । ଆପ୍‌କୁ ଏକ ପକ୍ଷ କରିବା ପାଇଁ ଅଦାଲତଙ୍କ ପ୍ରଶ୍ନକୁ ଆଧାର କରାଯାଉଛି। ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି, ମୁଁ କେବଳ ଗଣମାଧ୍ୟମକୁ କହିଥିଲି ଯେ, ଦୋଷୀଙ୍କୁ ଛଡ଼ାଯିବ ନାହିଁ ଏବଂ କୌଣସି ନିଘୋଷଙ୍କୁ ହଇରାଣ କରାଯିବ ନାହିଁ। 

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଅନ୍ୟମାନେ ଯେଉଁ ମାମଲାରେ ବିଚାରର ସମ୍ମୁଖୀନ ହେଉଛନ୍ତି, ସେହି ମାମଲାରେ ଆପ୍‌କୁକାହିଁକି ଅଭିଯୁକ୍ତ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଫେଡେରାଲ ଆଣ୍ଟି ମନିଲଣ୍ଡରିଂ ଏଜେନ୍ସିକୁ କହିଥିଲେ । ଏଜେନ୍ସି ଅନୁଯାୟୀ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ଅନିୟମିତତାର ମୁଖ୍ୟ ଫାଇଦା ଆପକୁ ମିଳିଛି । ତେଣୁ ଆପ୍ କୁ ପକ୍ଷଭୁକ୍ତ କରାଯିବାର ଆବଶ୍ୟକତା ରହିଛି l

ନିଖୋଜ ନାବାଳକଙ୍କ ଶବ ଉଦ୍ଧାର

COASTAL NEWS ODIA 1042

ନିଖୋଜ ନାବାଳକଙ୍କ ଶବ ଉଦ୍ଧାର


କଟକ- ମାଲଗୋଦାମରୁ ନିଖୋଜ  ହୋଇଥିବା ଜଣେ ନାବାଳକଙ୍କ ଶବ ନୂଆବଜାର ନିକଟ ତାଳଦଣ୍ଡାରୁ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଅଲ୍ଲୀ(୧୬)। ସୂଚନା ସୟଦ ଅନୁଯାୟୀ, ଲାଲ୍‌ବାଗ ଥାନା ଚାନ୍ଦିନୀଚୌକ୍‌ର ଫକୀର୍ ଅଲ୍ଲୀଙ୍କ ପୁଅ ସୟଦ ଅଲ୍ଲୀ ତାଙ୍କ ମାମୁଙ୍କ ଅଟୋ ବ୍ୟବସାୟରେ ସହଯୋଗ କରୁଥିଲେ। ଗଲା ୩ ତାରିଖ ରାତି ପ୍ରାୟ ୭ଟା ବେଳେ ସେ ମାମୁ କବିରଙ୍କ ସହିତ ମାଲଗୋଦାମ ଆସିଥିଲେ । ସେଠାରେ ସେ ମାମୁଙ୍କ ନିକଟରୁ ଜଳଖିଆ ଖାଇବାକୁ ୩୦ ଟଙ୍କା ନେଇ ଯାଇଥିଲେ । ତା’ ପରଠାରୁ ସେ ଫେରି ନଥିଲେ  l 

ଏ ସଂକ୍ରାନ୍ତରେ ପରିବାର ଲୋକେ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ଅପରାହ୍ନ ୪ଟା ବେଳେ ନୂଆବଜାର ସାଇ ମନ୍ଦିର ନିକଟ ତାଳଦଣ୍ଡା କେନାଲରୁ ସୟଦ୍‌ଙ୍କ ଶବ ଉଦ୍ଧାର କରିଥିଲା। ସିଆର୍‌ଆର୍‌ଆଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ହେବ ଆହୁରି ଆରାମଦାୟକ

COASTAL NEWS ODIA 1041

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ହେବ ଆହୁରି ଆରାମଦାୟକ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଦେଶର ସବୁଠାରୁ ଲଗ୍‌ଜରୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ଆହୁରି ଆରାମଦାୟକ ହୋଇଯିବ । ଲୋକମାନେ ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍‌ରେ ଶୋଇକି ଯାତ୍ରାର ମଜା ନେଇ ପାରିବେ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଫଟୋ ‘ଏକ୍ସ’ରେ ସେୟାର କରି କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଡିଜାଇନ୍ ପ୍ରାୟତଃ ତିଆରି ହୋଇସାରିଛି ।

ବନ୍ଦେ ଭାରତ ସ୍ଲିପର କୋଚ୍ ଆଇସିଏଫ୍-ଇଣ୍ଟିଗ୍ରାଲ୍‌ କୋଚ୍ ଫ୍ୟାକ୍ଟ୍ରି ଏବଂ ବିଆଇଏମ୍ଏଲ୍-ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ଦ୍ୱାରା ତିଆରି କରାଯାଉଛି। ତେବେ ରେଳ ମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, cooming soon… early 2024।

ସୂଚନା ମୁତାବକ, ଆଗାମୀ ବର୍ଷର ପ୍ରଥମ ତିନି ମାସରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଟ୍ରାଏଲ ଆରମ୍ଭ ହେବ ଏବଂ ଏହାପରେ ଯାତ୍ରୀମାନଙ୍କ ପାଇଁ ଏହାର ସଞ୍ଚାଳନ ଆରମ୍ଭ କରାଯିବ । ହେଲେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କେଉଁ ରୁଟ୍ରେ ଚାଲିବ, ସେ ନେଇ କିଛି ସୂଚନା ମିଳିନାହିଁ ।
ସେୟାର କରାଯାଇଥିବା ଫଟୋରେ ସ୍ଲିପର କୋଚ୍ ବହୁତ ସୁନ୍ଦର ଦେଖାଯାଉଛି । ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ବହୁତ ଭଲ ସୁବିଧା ସୁଯୋଗ ରହିଛି । ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀମାନେ ଫାଇଭ୍‌ ଷ୍ଟାର ହୋଟେଲର ଅନୁଭୂତି ନେଇପାରିବେ ।

ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ ୨୦ରୁ ୨୨ଟି କୋଚ୍ ରହିପାରେ। ଏହି ଟ୍ରେନ୍‌ରେ ପ୍ରାୟ ୮୫୦ ବର୍ଥ ରହିପାରେ। ଟ୍ରେନ୍‌ରେ ଷ୍ଟାପଙ୍କ ପାଇଁ ଅଲଗା ସିଟ୍ ରହିବ। ଏହା ବ୍ୟତୀତ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ପାଇଁ ର‍୍ୟାମ୍ପ୍‌ ଓ ହ୍ଵିଲ୍‌ ଚେୟାରର ସୁବିଧା ମଧ୍ୟ ଉପଲବ୍ଧ କରାଯିବ।

ଦେଶର ଅତ୍ୟାଧୁନିକ ସେମି ହାଇ ସ୍ପିଡ ଟ୍ରେନ୍‌ରେ ୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ବଦଳାଇ ଦିଆଯାଇଥିଲା। ଟ୍ରେନ୍‌ରେ ୧୮ ସେଟ୍‌ର ପରିଚାଳନା ୨୦୧୭ ଜାନୁଆରୀରେ ହୋଇଥିଲା ଏବଂ ବନ୍ଦେ ଭାରତ ଏକ୍ସପ୍ରେସ୍ ୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିଲା । ଏହି ଟ୍ରେନ୍ ପ୍ରଥମେ ନୂଆଦିଲ୍ଲୀରୁ ବାରାଣସୀ ପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରିଥିଲା।

ମହିଳାଙ୍କ ପାଇଁ ଲଢ଼ି ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦି ପାଇବେ ନୋବେଲ୍‌ ଶାନ୍ତି ପୁରସ୍କାର

COASTAL NEWS ODIA 1040

ମହିଳାଙ୍କ ପାଇଁ ଲଢ଼ି ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦି ପାଇବେ ନୋବେଲ୍‌ ଶାନ୍ତି ପୁରସ୍କାର



 
ଷ୍ଟକ୍‌ହୋମ୍: ଭଞ୍ଜ ବିହାରୀ ମହାନ୍ତି - ଚଳିତ ବର୍ଷର ନୋବେଲ୍‌ ଶାନ୍ତି ବିଜେତାଙ୍କ ନାମ ଶୁକ୍ରବାର ଘୋଷଣା କରାଯାଇଛି। ଇରାନର ୫୧ ବର୍ଷୀୟା ମହିଳା ନର୍ଗିସ ମହମ୍ମଦି ପାଇବେ ଏହି ସମ୍ମାନଜନକ ପୁରସ୍କାର। ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି ନର୍ଗିସ। 

ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୩ ପ୍ରଦାନ କରିବାକୁ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। 

ନର୍ଗିସ ମହମ୍ମଦି ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ନର୍ଗିସ।

ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା

COASTAL NEWS ODIA 1039


ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା 



ଅସ୍ତରଙ୍ଗ - ଭଞ୍ଜ ବିହାରୀ ମହାନ୍ତି - ଧାନ କ୍ଷେତ ମଝିରେ ଦୀର୍ଘ ୪୩ ବର୍ଷ ଧରି ମୁଣ୍ଡଟେକି ଠିଆ ହୋଇଛି ଛେନୁଅଁ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା । ଧାନକ୍ଷେତର ହିଡ଼ ରେ ପାଣି କାଦୁଅ ଭିତରେ ପଶି ସ୍କୁଲ ଯାଉଛନ୍ତି ଛାତ୍ର ଛାତ୍ରୀ ଆଉ ଶିକ୍ଷକ ।

୧୯୬୦ରେ ନିର୍ମାଣ କରାଯାଇଥିବା ବିଦ୍ୟାଳୟ ୪୩ ବର୍ଷରେ ପଦାର୍ପଣ କରିଛି । ହେଲେ ଏଯାଏଁ ସ୍କୁଲକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ସ୍କୁଲକୁ ଯିବା ପାଇଁ ଧାନ ବିଲ ହିଡ଼ ମାଧ୍ୟମ ସାଜିଛି । ହିଡ଼ ରାସ୍ତାରେ କୁନି କୁନି ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକମାନେ ଯିବା ଆସିବା କରୁଛନ୍ତି । ଏ ସମସ୍ୟା କେଉଁ ଅପହଞ୍ଚ ଆଦିବାସୀ ଅଧ୍ୟୁଶୀତ ଅଞ୍ଚଳର ନୁହେଁ ,ଏହା ଉପକୂଳ ଓଡ଼ିଶା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ଛେନୁଅଁ ପ୍ରାଥମିକ ବିଦ୍ୟାଳୟର ।

ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ରହିଛି ଧାନ ବିଲ । ସାମ୍ନାରେ ୨ଶହ ମିଟର ଦୂରରେ ସମୁଦ୍ର ରହିଥିବା ବେଳେ ପଛପଟେ ପ୍ରାୟ ଦେଢ ଶହ ମିଟର ବିଲ ହିଡ ଦେଇ ଗଲେ ପଡେ ପକା ରାସ୍ତା । ବିଲ ହିଡ ଦେଇ ପ୍ରତିଦିନ ବିଦ୍ୟାଳୟକୁ ଯାଉଛନ୍ତି ପ୍ରଥମରୁ ପଂଚମ ଯାଏଁ ୩୫ ଜଣ ପିଲା । ୨ ଜଣ ଶିକ୍ଷକ ସେମାନଙ୍କୁ ପଢାଇବାକୁ ଅଛନ୍ତି । ହେଲେ ୪୩ ବର୍ଷର ଏହି ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ଦାବି ହୋଇଛି ।

ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ଗୋଟିଏ ସୁବେବସ୍ଥିତ ରାସ୍ତା ନିର୍ମାଣ କରିବା ସହିତ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିବେଦନ କରିଛନ୍ତି ।

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ

COASTAL NEWS ODIA 1038

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ



ପାକିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ପରମାଣୁ ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା। ଦେଶର ଡେରା ଗାଜି ଖାନ୍‌ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ସ୍ଥାନରୁ ଅଳ୍ପ ଦୂରରେ ପାକ୍‌ର ସବୁଠାରୁ ବଡ଼ ସୈନ୍ୟ ପରମାଣୁ ପ୍ଲାଣ୍ଟ ରହିଛି।

ଏହି ସୈନ୍ୟ ପରମାଣୁ ପ୍ଲାଣ୍ଟ ଟିଟିପିର ଟାର୍ଗେଟ୍‌ ଅଛି, ୧୧ ବର୍ଷ ଧରି ଏଠାରେ ବିସ୍ଫୋରଣ ନେଇ ଧମକ ମିଳିଆସୁଥିଲା। ଟିଟିପିକୁ ପାକିସ୍ତାନ ସରକାର ଆତଙ୍କବାଦୀ ସଙ୍ଗଠନ ବୋଲି କୁହନ୍ତି। ଏହି ଅଞ୍ଚଳ ବହୁତ ସମ୍ବେଦନଶୀଳ, ଯାହା ବଲୁଚିସ୍ତାନ ଏବଂ ଖୈବର ପଖ୍‌ତୁନଓ୍ଵା ପ୍ରଦେଶକୁ ଯୋଡ଼ିଥାଏ। ତେବେ ଏହି ବିସ୍ଫୋରଣରେ ମୃତାହତର କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ।

କହି ରଖୁଛୁ, ୨୦୧୨ରୁ ତେହରିକ୍‌-ଏ-ତାଲିବାନ-ପାକିସ୍ତାନ (ଟିଟିପି) ଅନେକ ଥର ଏହି ପରମାଣୁ ପ୍ଲାଣ୍ଟ୍‌ ଉପରେ ଆକ୍ରମଣର ଧମକ ଦେଇଛି। ଏହି ବିସ୍ଫୋରଣ କେଉଁ ପ୍ରକାରର ହୋଇଛି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗତ କିଛି ମାସ ହେବ ପାକିସ୍ତାନରେ ଟିଟିପି କ୍ରମାଗତ ଭାବେ ଆକ୍ରମଣ କରୁଛି।

ଟଙ୍କା ମାଗିଥିଲେ, ଦେଲେନି ବୋଲି ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

COASTAL NEWS ODIA 1037

ଟଙ୍କା ମାଗିଥିଲେ, ଦେଲେନି ବୋଲି ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ



କେନ୍ଦୁଝର : ଭଞ୍ଜ ବିହାରୀ ମହାନ୍ତି - ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଘଟିଛି ଏ ଘଟଣା। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା କିନ୍ତୁ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନା ଆଧାରରେ  ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ ମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ଉତକ୍ଷିପ୍ତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି ।

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ

COASTAL NEWS ODIA

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି। ଭାରତ ପାଇଁ ମହିଳା ୭୬ କେଜି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି କିରଣ ବିଷ୍ଣୋଇ। ସେ ବ୍ରୋଞ୍ଜ ପଦକ ଲଢ଼େଇରେ ମଙ୍ଗୋଲିଆର କୁସ୍ତିଯୋଦ୍ଧାକୁ ୬-୩ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି।

କିରଣଙ୍କ ବ୍ରୋଞ୍ଜ ପରେ ଏସିଆନ କ୍ରୀଡ଼ାରେ ଭାରତର ମେଡାଲ ସଂଖ୍ୟା ୯୨ରେ ପହଞ୍ଚି ଯାଇଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୮ଟି ବ୍ରୋଞ୍ଜ ପଦକ ରହିଛି।

ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ନେଇ ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସକୁ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶର ଖେଳାଳିମାନେ ୯୨ଟି ପଦକ ଜିତି ସାରିଥିବା ବେଳେ ପୁରୁଷ କ୍ରିକେଟ, କବାଡି, ବ୍ରିଜ, ବ୍ୟାଡମିଣ୍ଟନ, ହକି ଓ ତୀରନ୍ଦାଜୀ ଭଳି କ୍ରୀଡ଼ାରୁ ଏକାଧିକ ପଦକ ନିଶ୍ଚିତ କରିଛି।

ଏହାର ଅର୍ଥ ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ନିଶ୍ଚିତ ହୋଇଛି। କେବଳ ମେଡାଲର ରଙ୍ଗ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

କରିଣଙ୍କ ପୂର୍ବରୁ ମହିଳା ୬୨ କେଜି ଫ୍ରିଷ୍ଟାଇଲରେ ସୋନମ ମଲିକ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ଲଢ଼େଇରେ ଚାଇନାର ଜିଆ ଲଙ୍ଗଙ୍କୁ ୬-୪ରେ ହରାଇ ଏପରି ସଫଳତା ହାସଲ କରିଥିଲେ।

ରାଜଧାନୀରେ ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

COASTAL NEWS ODIA 1035

ରାଜଧାନୀରେ ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା


 
ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା। ଡେଣ୍ଟାଲ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଶୁକ୍ରବାର ଖବର ମିଳିଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛିା ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ହୋଇଥିବା ବେଳେ ଖବର ପାଇ ପରିବାର ଲୋକେ ପହଞ୍ଚିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଭରତପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୋସିଆଲ ମିଡିଆ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ

COASTAL NEWS ODIA 1034

ସୋସିଆଲ ମିଡିଆ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ।



ଭୁବନେଶ୍ବର - ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଆଲ ମିଡିରେ ସେ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ସଂଦେଶ। ଅନୁଭବଙ୍କ ଏହି ପୋଷ୍ଟକୁ ଚର୍ଚ୍ଚା ଜୋର ଧରିଛି।

ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।

ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେଲ ବୋଲି ମୁଁ ଚାହେଁନି। କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ। ଏହା ସମ୍ମାନଜନକ ହେଉ,  ତିକ୍ତତା ନ  ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି। ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।

ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଛନ୍ତି। ଏବେ ଅନୁଭବଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ବର୍ଷାଙ୍କର କୌଣସି ଉତ୍ତର ମିଳିନାହିଁ।

ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

COASTAL NEWS ODIA 1033

ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ 




ପଞ୍ଜାବ - ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ ସେଥିରେ ନିଆଁ ସଂଯୋଗ ହୋଇ ଯାଇଥିଲା। ଫଳରେ ଉକ୍ତ ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ। ତେବେ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଫସି ରହିଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଫ୍ୟାକ୍ଟ୍ରିରେ ବିପୁଳ ପରିମାଣରେ କେମିକାଲ ମହଜୁଦ ଥିବା ବେଳେ ଅଗ୍ନି ନିରାପତ୍ତା ଗାଇଡଲାଇନ୍‌ ପାଳନ କରାଯାଇଥିଲା ନା ନାହିଁ ତାହାର ତଦନ୍ତ କରାଯାଉଛି l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...