AFFILIATE MARKETING

https://binomo.com?a=90810425bb57&t=0

Tuesday, September 12, 2023

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ

 COASTAL NEWS Odia 682

ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ


ଭୁବନେଶ୍ୱର, ୧୨।୯ :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ(ସିମାଟିକ୍‌) ନିଯୁକ୍ତି ପାଇବେ। ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ୱେବ୍‌ସାଇଟ୍‌ https://osepa.odisha.gov.inରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୧୩ ତାରିଖରୁ ଓସେପା ୱେବ୍‌ସାଇଟ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ। ଅକ୍ଟୋବର ୧୦ ତାରିଖ ହେଉଛି ଆବେଦନର ଶେଷ ସମୟ। କିଛିବର୍ଷ ବ୍ୟବଧାନରେ ଏହି ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଭାଗ ଆଶା ରଖିଛି।

ବିଭାଗ ଅଧୀନରେ ହେବାକୁ ଥିବା ଏହି ୨୦ ହଜାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲା ଅନୁସାରେ ଜିଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବ୍‌ସାଇଟ୍‌ରେ ନିଯୁକ୍ତି ପାଇଁ ଜିଲାୱାରି ପଦବୀ, ଲିଖିତ ପରୀକ୍ଷାର ସିଲାବସ୍‌, କେଉଁ କେଉଁ ତଥ୍ୟ ଅପଲୋଡ୍‌ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି। ଉକ୍ତ ଓ୍ବେବସାଇଟ୍‌ରେ ଆଶାୟୀମାନେ ଆବେଦନ କରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନକୁ ଗ୍ରହଣ କରାଯିବ ନାହିଁ। ଆଶାୟୀମାନେ ଉପଯୁକ୍ତ ଇମେଲ୍‌ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ। ଏହାପରେ ଆବଶ୍ୟକ ତଥ୍ୟ ଅପଲୋଡ୍‌ କରିବାକୁ ହେବ। ଆବେଦନ ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ ନଂ.୭୩୫୩୯୨୭୭୭୯ରେ ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ ବୋଲି ଓସେପା ପକ୍ଷରୁ କୁହାଯାଇଛି।

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ

 COASTAL NEWS Odia 681

ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ



 

ନୂଆଦିଲ୍ଲୀ/ ୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ। ସୋମବାର ଭାରତରେ ଫସି ରହିଥିବା କାନାଡାର ପ୍ରଧାନମନ୍ତ୍ରୀ ରାଜଧାନୀର ଲଲିତ ହୋଟେଲରେ ତାଙ୍କ କୋଠରୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତ୍ରୁଟିପୂର୍ଣ୍ଣ ଥିବା କାନାଡିଆନ ପ୍ରଧାନମନ୍ତ୍ରୀଙ୍କ ବିମାନ ହେଉଛି ଏକ ସିସି-୧୫୦ ପୋଲାରିସ, ଅନେକ ପରିବର୍ତ୍ତିତ ଏୟାରବସ ଏ୩୧୦-୩୦୦ ମଧ୍ୟରୁ ଗୋଟିଏ ଯାହା କାନାଡା ସଶସ୍ତ୍ର ବାହିନୀ ଏହାର ଭିଆଇପିଙ୍କ ପାଇଁ ବ୍ୟବହାର କରେ।

କାନାଡାର ପ୍ରଧାନମନ୍ତ୍ରୀ ଭାରତରେ ଅଟକି ରହିଛନ୍ତି  ବୟାନ ଆସିବାର କିଛି ସମୟ ପରେ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ରବିବାର ଦିନ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରରେ ଖଲିସ୍ତାନ ଜନମତ ସଂଗ୍ରହ ଆୟୋଜନ କରିଥିଲେ, ଯାହାକୁ ଭାରତ ସରକାର ତୀକ୍ଷ୍ଣ ନଜର ରଖିଥିଲେ।

ପାରାଦ୍ବୀପ ସମୁଦ୍ରରେ ମରି ଭାସିଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ

 COASTAL NEWS Odia 680

ହଠାତ୍ ନୀଳକୁ ସବୁଜ ହେଲା ପାରାଦୀପ ସମୁଦ୍ରର ରଙ୍ଗ, ମରି ଭାସିଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ




ପାରାଦୀପ  : ହଠାତ୍ ବଦଳିଗଲା ପାରାଦୀପ ସମୁଦ୍ରର ରଙ୍ଗ । ସମୁଦ୍ର ଢେଉର ରଙ୍ଗ ନୀଳ ବଦଳରେ ହୋଇଯାଇଛି ସବୁଜ। ନୀଳ ବଦଳରେ କୂଳରେ ମାଡ ହେଉଛି ସବୁଜ ରଙ୍ଗର ପାଣି। ସବୁଜ ରଙ୍ଗର ଢେଉ ସହିତ ଖାଲି ଫେଣ ହିଁ ଫେଣ ଭାସୁଛି । ଏପରିକି ସମୁଦ୍ର କୂଳର ବାଲି ବି ସବୁଜ ରଙ୍ଗ ପାଲଟି ଯିବା ସହିତ ସମୁଦ୍ରରେ ପାଣିରେ ଭାସୁଛି ତେଲିଆ ପଦାର୍ଥ । ଯାହା ସାମୁଦ୍ରିକ ଜୀବଙ୍କ ପାଇଁ ସୃଷ୍ଟି କରିଛି ବିପଦ। ପାରାଦୀପ ଠାରୁ ନେଇ ଗହୀରମଥା ଯାଏ ଏହି ତେଲ ଜାତୀୟ ପଦାର୍ଥ ଉପକୂଳ ସମୁଦ୍ରରେ ବ୍ୟାପିଯାଇଥିବା ସୂଚନା ମିଳିଛି।

ଯାହାର ପ୍ରଭାବରେ ପାରାଦୀପ ଅଂଚଳରେ ରହିଥିବା କପିଳଜୋର ନଦୀରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମରି ଭାସୁଛନ୍ତି । ଓଡିଶା ସାମୁଦ୍ରିକ ମତ୍ସ୍ୟ ଉପାଦକ ସଂଘ କହିଛନ୍ତି ଏହି ସବୁଜ ସାମୁଦ୍ରିକ ଜଳ ଏବେକାର ନୁହେଁ ଏହା ଦୀର୍ଘ ଦିନ ହେବ ସମୁଦ୍ରରେ ଦେଖାଦେଇଛି । ଯାହା ଆଇଓସିଏଲର ବର୍ଜ୍ୟବସ୍ତୁ ପାଣି। ଯାହା ସମୁଦ୍ରର ଉପକୂଳକୁ ଆସୁଥିବା ମତ୍ସ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି।

ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ବି ମାଛ ମଡକ ପରେ, ଏହା ଆଇଓସିଏଲରୁ ନିର୍ଗତ କେମିକାଲ କାରଣରୁ ହୋଇଛି ବୋଲି ସନ୍ଦେହ କରିଛନ୍ତି । ହେଲେ ଏପଟେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଆଇଓସିଏଲ କର୍ତୃପକ୍ଷ। ଯାହାକୁ ନେଇ ଆଇଓସିଏଲର ଅଧିକାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧିକାରୀ ପଂହଚି ସମୁଦ୍ରରେ ଏହି ବିଚିତ୍ର ରଙ୍ଗର ପାଣିର ନମୁନା ସଂଗ୍ରହ କରିଥିବା ବେଳେ ମାଛ ମରି ଭାସୁଥିବା ଯୋରର ପାଣିର ନମୁନା ସଂଗ୍ରହ କରିଛନ୍ତି।


ତେବେ ଏହି ଘଟଣା ପରଦିନ ଠାରୁ ପାରାଦୀପ ଅଂଚଳର କପିଳଜୋର ସମେତ କାଉଡିଆ ନଦୀ, ଅଠରବାଙ୍କି ନଦୀରେ କୁଢ କୁଢ ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ଏ ନେଇ ପ୍ରଦୂଷଣ ବିଭାଗ ପାଖରେ ଖବର ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଅନ୍ୟପଟେ ୨୪ ଘଂଟା ନ ପୁରୁଣୁ ଆଇଓସିଏଲ ତରଫରୁ ପାରାଦୀପ ସମୁଦ୍ରକୁ ଛଡାଯାଇଥିବା ପାଇପ ଲାଇନକୁ ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି।

ଅକ୍ଷତା ମୂର୍ତ୍ତିଙ୍କ ସହ ଋଷି ସୁନକ ଙ୍କ ଙ୍କ ପୂଜାର୍ଚ୍ଚନା।

 COASTAL NEWS Odia 679

ଅକ୍ଷତା ମୂର୍ତ୍ତିଙ୍କ ସହ ଋଷି ସୁନକ ଙ୍କ ଙ୍କ ପୂଜାର୍ଚ୍ଚନା।



ନୂଆଦିଲ୍ଲୀ, ୧୦।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ରବିବାର ଦିଲ୍ଲୀର ଅକ୍ଷରଧାମ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଏହାର ସ୍ଥାପତ୍ୟ ଏବଂ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ। ଏହା କେବଳ ଏକ ଉପାସନା ସ୍ଥଳ ନୁହେଁ,ବରଂ ଭାରତୀୟ ମୂଲ୍ୟବୋଧକୁ ଚିତ୍ରଣ କରୁଥିବା ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ବୋଲି ସୁନକ୍ କହିଛନ୍ତି। ସେମାନେ ସକାଳ ୬ଟା ୪୫ରେ ସ୍ବାମୀନାରାୟଣନଙ୍କ ଏହି ମନ୍ଦିରରେ ପହଞ୍ଚି ସେଠାରେ ୪୫ ମିନିଟ୍ ଅତିବାହିତ କରିଥିଲେ।



Monday, September 11, 2023

ଦିବ୍ୟାଙ୍ଗ ଗୋପାଳଙ୍କୁ ମିଳିଲା ନାହିଁ ଘର

 COASTAL NEWS Odia 678

ଦିବ୍ୟାଙ୍ଗ ଗୋପାଳଙ୍କୁ ମିଳିଲା ନାହିଁ ଘର


 


ମହାକାଳପଡ଼ା - : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତି ଓ ଜନଜାତିଙ୍କ ବିକାଶ ପାଇଁ ତୃଣମୂଳସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଦ୍ୟାବଧି ଉପରୋକ୍ତ ଯୋଜନା ଦିବ୍ୟାଙ୍ଗ ଗୋପାଳଙ୍କ ପାଖରେ ପହଞ୍ଚି ପାରୁନି ବୋଲି ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମର ଫେରିଘାଟ କୂଳରେ ଛୋଟ ପାନ ଦୋକାନ କରି ପେଟ ପୋଷୁଛନ୍ତି ଗୋପାଳ ଚନ୍ଦ୍ର ବେହେରା(୪୪) । ଦିନ ସାରା ଗ୍ରାହକଙ୍କୁ ପାନ ଭାଙ୍ଗି ଦେବା ପରେ ମାତ୍ର ୩ଶହ ଟଙ୍କା ରୋଜଗାର କରିଥାଆନ୍ତି ସେ। ସେଥିରେ ତାଙ୍କ ଘର ଚଳେ। ବିଭିନ୍ନ ସାମଗ୍ରୀର ଅହେତୁକ ମୂଲ୍ୟ ଯୋଗୁ ମାସିକ ଭତ୍ତା, ଚାଉଳ ମୁଠେରେ କିପରି ସଂସାର ଚଳିବ ବୋଲି ଗୋପାଳ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆମମାନଙ୍କ ଦୁଃଖ ବୁଝିବେ ବୋଲି କହିଥିଲେ। ସେଥିପାଇଁ ଗୋପାଳ ଗତ ଜୁଲାଇ ୧୯ରେ ଆଣ୍ଠେଇ ଆଣ୍ଠେଇ ମୁଖ୍ୟମନ୍ତ୍ରଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନିଜର ଦୁଃଖ ଜଣାଇବା ଯାଇଥିଲେ। ହେଲେ ଦାୟିତ୍ୱରେ ଥିବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଛାଡି ନ ଥିଲେ। ସେମାନେ ଏକ ଟୁକନ୍‌ ଧରାଇ ଦେଇ ଗୋପାଳଙ୍କୁ କହିଥିଲେ ତୁମେ ଘରକୁ ଯାଅ। ଆମେ ପଞ୍ଚାୟତକୁ ମେସେଜ ପଠାଇବୁ। ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ରାମନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଏକ ମେସେଜ ଆସିଥିଲା। ସେଥିରେ ନିର୍ଦ୍ଦେଶ ଥିଲା ଅଭିଯୋଗ ପତ୍ର ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କର। ହେଲେ ସେହି ନିର୍ଦ୍ଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଆବାସ ଯୋଜନା ଘର ନ ମିଳିଲେ ବାଧ୍ୟ ହୋଇ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଡ଼ିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରୁ ସୋମବାର ଅଭିଯୋଗ ପତ୍ର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ପତ୍ନୀଙ୍କୁ ନିର୍ମମ ହତ୍ୟା

 COASTAL NEWS Odia 677

ପତ୍ନୀଙ୍କୁ ନିର୍ମମ ହତ୍ୟା



ନୋଏଡା - ବଡ଼ ଘର ବଡ଼ ଗୁମର କଥା। ପ୍ରତିଷ୍ଠିତ ଓ ଧନୀ ଭାବେ ପରିଚିତ ଥିଲେ ହେଁ ଜଣେ ୬୨ ବର୍ଷୀୟ ବୃଦ୍ଧ ଘଟାଇଛନ୍ତି ଭୟଙ୍କର କାଣ୍ଡ। ଆଇଆରଏସ ଅଫିସର ଭାବେ କାମ କରି ସାରିଥିବା ଏହି ବୃଦ୍ଧ ଜଣଙ୍କ ତାଙ୍କରି ବଙ୍ଗଳା ଭିତରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।

ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ। ଉତ୍ତର ପ୍ରଦେଶର ନୋଏଡା ସେକ୍ଟର ୩୦ରେ ଥିବା ଦମ୍ପତିଙ୍କ ବଙ୍ଗଳାରୁ ମହିଳାଙ୍କ ମୃତଦେହ ମିଳିଛି। ସେହିପରି ପୁଲିସ ଅଭିଯୁକ୍ତ ଅଜୟ ନାଥଙ୍କୁ ମଧ୍ୟ ଗିରଫ କରିଛି।

ରବିବାର ସେ ତାଙ୍କ ପତ୍ନୀ ରେଣୁ ସିହ୍ନାଙ୍କୁ ହତ୍ୟା କରିଥିଲେ। ଏହାପରେ ଭୟରେ ସେ ବଙ୍ଗଳାର ଷ୍ଟୋର ରୁମରେ ୨୪ ଘଣ୍ଟା ଧରି ଲୁଚି ରହିଥିଲେ। ଆଜି ପୁଲିସ ତାଙ୍କୁ ଷ୍ଟୋର ରୁମରୁ ଗିରଫ କରିଛି।

ଗତ ଦୁଇ ଦିନ ହେଲା ସୁପ୍ରିମକୋର୍ଟର ଓକିଲ ରେଣୁ ସିହ୍ନା(୬୧)ଙ୍କୁ ତାଙ୍କ ଭାଇ ଫୋନ କରି ଚାଲିଥିଲେ। କିନ୍ତୁ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ। ଏହାକୁ ନେଇ ଚିନ୍ତିତ ଥିବା ରେଣୁଙ୍କ ଭାଇ ପୁଲିସ୍‌କୁ ଖବର ଦେବା ପରେ ହତ୍ୟାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।

ଖବର ପାଇ ପୁଲିସ୍‌ ଅଜୟ ନାଥଙ୍କ ବଙ୍ଗଳାରେ ପ୍ରବେଶ କରିଥିଲା। ଏହାପରେ ବଙ୍ଗଳାର ବାଥରୁମରୁ ରେଣୁଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ତାଙ୍କ ସ୍ୱାମୀ ଅଜୟ ନାଥଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳି ନଥିଲା।

ତାଙ୍କ ଫୋନ ମଧ୍ୟ ବନ୍ଦ ରହିଥିଲା। ରେଣୁଙ୍କ ଭାଇ ପୂର୍ବରୁ ହିଁ ଅଜୟ ନାଥ ହତ୍ୟା ପଛରେ ଥିବା ଅଭିଯୋଗ କରି ସାରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା ତିକ୍ତତା ରହିଥିବା କଥା ମଧ୍ୟ ସେ ଜଣାଇଥିଲେ।

ଏପରି ଅଭିଯୋଗ ପରେ ପୁଲିସ୍‌ ଅଜୟ ନାଥଙ୍କ ସନ୍ଧାନରେ ବାହାରି ଥିଲା। ବହୁ ଖୋଜାଖୋଜି କରିବା ପରେ ବଙ୍ଗଳାର ଷ୍ଟୋର ରୁମରେ ଲୁଚି ଥିବା ଅଜୟଙ୍କୁ ପୁଲିସ୍‌ ଧରିଥିଲା। ରେଣୁଙ୍କୁ ହତ୍ୟା କରିବା ପରେ ଅଜୟ ନାଥ ବଙ୍ଗଳାରେ ଚାବି ପକାଇ ଦେଇଥିଲେ। ଏହାପରେ ସେ ଛାତ ଉପରେ ଖାଲି ରହିଥିବା ଷ୍ଟୋର ରୁମରେ ଯାଇ ଲୁଚି ଯାଇଥିଲେ। ପୁଲିସ୍‌ ତାଙ୍କୁ ସେଠାରୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

ଜେରା ବେଳେ ଅଜୟ ନାଥ ପତ୍ନୀ ରେଣୁଙ୍କୁ ମାରିଥିବା ସ୍ୱୀକାର କରିଛନ୍ତି। ସେ ତାଙ୍କ ବଙ୍ଗଳାକୁ ୪ କୋଟି ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲେ ଓ ଏଥିପାଇଁ ଆଡଭାନ୍ସ ମଧ୍ୟ ଆଣିଥିଲା। କିନ୍ତୁ ରେଣୁ ବଙ୍ଗଳା ବିକ୍ରି କରିବାକୁ ବିରୋଧ କରୁଥିଲେ।

ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସେହିପରି  ପୁଅ ବିଦେଶରେ ରୁହନ୍ତି। ବାରମ୍ବାର ବଙ୍ଗଳା ବିକ୍ରି କରିବାକୁ ନେଇ ଝଗଡ଼ା ହେଉଥିବାରୁ ଅଜୟ ରବିବାର ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। 

ଦୀର୍ଘ ଦିନ ହେଲା ରେଣୁ କର୍କଟ ରୋଗରେ ପୀଡ଼ିତ ଥିଲେ। ମାସକ ତଳେ ସେ କର୍କଟ ମୁକ୍ତ ହୋଇଥିଲେ। ଏବେ କିନ୍ତୁ ସେ ସ୍ୱାମୀଙ୍କ ହାତରେ ସବୁଦିନ ପାଇଁ ଆଖି ବୁଜିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ରେଣୁଙ୍କ ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ପୁଲିସ୍ ମଧ୍ୟ ରେଣୁଙ୍କୁ କେଉଁ ଥିରେ ହତ୍ୟା କରାଯାଇଛି, ସେକଥା କହିନି। ଘଟଣାସ୍ଥଳରୁ ପୁଲିସ ବିଭିନ୍ନ ତଥ୍ୟ ସଂଗ୍ରହ କରିଛି ଓ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ ଅର୍ଥ ଦେବା ଲୋଭ ଦେଖାଇ ଠକେଇ

 COASTAL NEWS Odia 676

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ ଅର୍ଥ ଦେବା ଲୋଭ ଦେଖାଇ ଠକେଇ


 

ବ୍ର ହ୍ମ ପୁର- ଜ୍ୟୋତିନଗର ଚତୁର୍ଥ ଲାଇନ୍‌ରେ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ। ଅର୍ଥ ର ପ୍ରଲୋଭନ ଦେଖାଇ ବ୍ରହ୍ମପୁର ମହାନଗରରୁ ଲୋକ ମାନଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ବ୍ରହ୍ମପୁର ଏସିପି ଡ. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।ହିଞ୍ଜିଳିକାଟୁ ଥାନା ଦୁର୍ଗନ୍ଧ ବଜାର ସାହିର ମୃତ୍ୟୁଞ୍ଜୟ ପାଢ଼ୀ (୨୭) ନାମକ ଜଣେ ଯୁବକ ବ୍ରହ୍ମପୁର ଜ୍ୟୋତିନଗର ୪ର୍ଥ ଲାଇନ୍‌ରେ ‘ଭିକି ଟ୍ରେନିଂ କମ୍ପାନୀ’ ନାମକ ଏକ ସଂସ୍ଥା ଖୋଲି ବିଭିନ୍ନ ଲୋକଙ୍କ ଠାରୁ ୫ମାସରେ ଦୁଇ ଗୁଣ ଅର୍ଥ ଫେରସ୍ତର ଲୋଭ ଦେଖାଇ ସତ୍ୟନାରାୟଣ ସାସମଲ୍‌ଙ୍କ ଠାରୁ ୨୭ ଲକ୍ଷ ୫୦ ହଜାର, ଶେଖ୍ ଅନୱାରଙ୍କ ଠାରୁ ୮ଲକ୍ଷ, ଜି. ସନ୍ଦୀପ କୁମାର ପାତ୍ରଙ୍କଠାରୁ ୨ଲକ୍ଷ, ସୌମ୍ୟରଞ୍ଜନ ସାହୁଙ୍କଠାରୁ ୫ଲକ୍ଷ, ଅଲେଖ ଦାଶଙ୍କ ଠାରୁ ୪ଲକ୍ଷ ୫୮ହଜାର, ସନ୍ଦୀପ କୁମାର ଜେନାଙ୍କ ଠାରୁ ୨୦ଲକ୍ଷ ଟଙ୍କା ନେଇଥିବା ଏବଂ ପରବର୍ତ୍ତୀ ସମୟରେ ମହିନ୍ଦ୍ରା କୋଡ଼ାକ୍ ବ୍ୟାଙ୍କ, କର୍ଣ୍ଣାଟକ ବେଳେ ପରବର୍ତ୍ତୀ ସମୟରେ ବ୍ୟାଙ୍କରେ ଟଙ୍କା ଜମା ନଥିବାରୁ ଚେକ୍ ଗୁଡ଼ିକ ବାଉନ୍ସ ହୋଇଥିଲା । ତେଣୁ ଜମାକାରୀ ମାନେ ବି ଏନ୍ ପୁର୍ ଥାନାରେ ଏକ ଅଭିଯୋଗ କରି ଥିଲେ l ଉକ୍ତ ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଆଜି ଅଭିଯୁକ୍ତ ମୃତ୍ୟୁଞ୍ଜୟ ପାଢ଼ୀଙ୍କୁ ଗିରଫ କରି କୋର୍ଟ ଚାଲାଣକରାଯାଇଥିବା ପ୍ରକାଶ । ଅନ୍ୟପକ୍ଷରେ ଅନ୍ୟ କିଛି ଜମାକାରୀ ବି ଅର୍ଥ ଜମା କରିଥିବା ନେଇ ତଦନ୍ତ ଚାଲିଥିବା ଏସ୍‌ପି ଡ଼. ସର୍ବଣା ବିବେକ ଏମ୍ ସୂଚନା ମିଡିଆ କୁ ଦେଇଛନ୍ତି ।

ଆଳି ନ୍ୟାୟାଳୟ ର ନୂତନ ଗୃହ ପ୍ରବେଶ ଉତ୍ସବ

 COASTAL NEWS Odia 675

ଆଳି ନ୍ୟାୟାଳୟ ର ନୂତନ ଗୃହ ପ୍ରବେଶ ଉତ୍ସବ 



ଆଳି - ବର୍ଣ୍ଣାଢ୍ୟ ପରିବେଶ ରେ ଆଳି ନ୍ୟାୟାଳୟ ର ନୂତନ ଗୃହ ପ୍ରବେଶ ଅବସରରେ ସାଂପ୍ରତିକ ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀମାନେ ଅଧିକ ସାଧନା, ଅଧ୍ୟୟନ ଜାରି ରଖିଲେ ନିଜେ ବୃତ୍ତିଗତ ସଫଳତା ପାଇବା ସହ ନ୍ୟାୟ ବ୍ୟବସ୍ଥା ବିକଶିତ ହୋଇପାରିବ। ତେବେ ନ୍ୟାୟିକ ବ୍ୟବସ୍ଥାରେ କେବଳ ବିଚାରପତି ଚାହିଁଲେ ସବୁକିଛି ହୋଇ ପାରିବ ନାହିଁ। ଏଥିପାଇଁ ବାର୍ ଆସୋସିଏସନ ଓ ଆଇନଜୀବୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।’

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ( ଜେଏଏଫସି) ର ନବ ନିର୍ମିତ କୋର୍ଟ ଗୃହର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ସୁଭାଶିଷ ତାଳପତ୍ର ଏହା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ହାଇକୋର୍ଟର ବିଚାରପତି ତଥା କେନ୍ଦ୍ରାପଡ଼ା ଆଡମିନିଷ୍ଟ୍ରେଟିଭ ଜଜ୍ ଜଷ୍ଟିସ ଏସ.କେ.ପାଣିଗ୍ରାହୀ, ଓଡ଼ିଶା ହାଇକୋର୍ଟ ବିଚାରପତି ତଥା କୋର୍ଟ ବିଲ୍‌ କମିଟିର ଚେୟାରମ୍ୟାନ ଜଷ୍ଟିସ ବି.ଆର.ଷଡ଼ଙ୍ଗୀ ପ୍ରମୁଖ ଉଦବୋଧନ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସେସନସ ଜଜ ବିଶ୍ବଜିତ ମହାନ୍ତି ସ୍ଵାଗତ ଭାଷଣ ଦେବା ସହିତ ଚଳିତ ମାସ ୧୫ ତାରିଖଠାରୁ ଏହି ନୂତନ ଗୃହରେ ଅଦାଲତ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। 

ଆଳି ବାର ଆସୋସିଏସନର ସଭାପତି ଚିରଞ୍ଜୀବ ଦାସ ଏଠାରେ ଫ୍ୟାମିଲି କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିବା ବେଳେ ସଂପାଦକ ଅକ୍ଷୟ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଳି ବ୍ଲକ ଅନ୍ତର୍ଗତ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଶିକ୍ଷକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ର ସମାଜସେବୀ ତଥା ବୁଦ୍ଧିଜିବୀ ମାନେ ଏହି ସମାବେଶରେ ଯୋଗଦାନ କରିଥିଲେ l

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି

 COASTAL NEWS Odia 674

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି



ଜଙ୍କିଆ- ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ASI ନିରଞ୍ଜନ ମହାନ୍ତି । ASI ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି ।

ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ ।

ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି  ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏଏସ୍‌ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।

ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । 

ଏଏସଆଇ ଥାନାରେ ନିଶାସକ୍ତ ଥିବା ବେଳେ  ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ତେବେ ଅଫିସ ଡ୍ୟୁଟି ସମୟରେ କିପରି ଅଧିକାରୀଜଣକ ନିଶାସକ୍ତ ହୋଇ କାମ କରୁଛନ୍ତି ତାହାକୁ ନେଇ ନାନା ଆଲୋଚନା ହେଉଛି। 

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି

 COASTAL NEWS Odia 673

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି


 


ଢାକା/ ୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩ ବର୍ଷ ମଧ୍ୟରେ ବାଂଲାଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ। ଦୁଇ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମାକ୍ରୋନଙ୍କୁ ସର୍ବୋଚ୍ଚ  ସମ୍ମାନ ଭାବରେ ୨୧ ତୋପ ସଲାମି ଦିଆଯାଇଥିଲା।

ଭାରତରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଉଭୟ ନେତା ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ମାକ୍ରୋନ ଏବଂ ହସିନା ସୋମବାର ଦ୍ୱିପାକ୍ଷିକ ବୈଠକ କରିବେ। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ଏହି ଦୁଇ ନେତା ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର କରିବେ ଏବଂ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଆଶା କରାଯାଉଛି।

୧୯୯୦ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ ମିଟରାଣ୍ଡ ଢାକା ଗସ୍ତ କରିବାର ୩୩ ବର୍ଷ ପରେ ମାକ୍ରୋନ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମନ କହିଛନ୍ତି ଯେ ବାଂଲାଦେଶ ଏବଂ ଫ୍ରାନ୍ସ ସେମାନଙ୍କ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଉପାୟ ବିଷୟରେ ଆଲୋଚନା କରିବା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଏବଂ ନିୟନ୍ତ୍ରିତ ସ୍ଥାନାନ୍ତରଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ।

କୀଟନାଶକ ପିଇ ପୂରା ପରିବାର ଶେଷ

 COASTAL NEWS Odia 672

କୀଟନାଶକ ପିଇ ପୂରା ପରିବାର ଶେଷ


 


ସୋହେଲା,୧୧ା୯ : ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାର ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇ ରବିବାର ଭୀମସାର୍‌, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ପୁଅ ବଂଶୀଧର (୨୫) ଏବଂ ଝିଅ ସୁବର୍ଣ୍ଣ ମହାଜନ( ୨୩)ଙ୍କ ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମା’ କୁମୁଦିନୀ(୫୦)ଙ୍କ ମୃତ୍ୟୁ ହୋଇଛି।

ପ୍ରକାଶଥାଉକି, ୫ଦିନ ତଳେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଅର୍ଜୁନଙ୍କ ମୃତ୍ୟୁ ହୋଇଥିଲା। ପରିବାର ମୁଖ୍ୟ ଅର୍ଜୁନଙ୍କ ମୃତ୍ୟୁ ପରେ ଏହି ପରିବାର ମାନସିକ ଚାପରେ ଥିଲେ। ରବିବାର ବଂଶୀଧର, ସୁବର୍ଣ୍ଣ ଏବଂ କୁମୁଦିନୀ ବନ୍ଦ କୋଠରୀରେ ଏକ କୀଟନାଶକ ପିଇ ଦେଇଥିଲେ ଏବଂ କବାଟ ଭାଙ୍ଗି ସେମାନଙ୍କୁ ସେହି କୋଠରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା।

ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର

 COASTAL NEWS Odia 671

ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର



ଭୁବନେଶ୍ବର - ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ନିଯୁକ୍ତି ନେଇ ଓସେପା ୱେବସାଇଟ୍‌ରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଶାୟୀମାନେ ଆସନ୍ତା ୧୩ରୁ ଆବେଦନ କରିପାରିବେ ଆଶାୟୀ। ଆବେଦନ ପାଇଁ ଅକ୍ଟୋବର ୧୦ ଶେଷ ତାରିଖ ରହିଛି ।

ସଂପୂର୍ଣ୍ଣ ଅନଲାଇନରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ। ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ୱେବସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ସିବିଟି ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

ଓସେପାରେ ୱେବସାଇଟ୍‌ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍ , କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପାର ୱେବସାଇଟ୍ osepa.odisha.gov.inରେ ଆଶାୟୀମାନେ ଆବେଦନ କରିପାରିବେ ।

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି

 COASTAL NEWS Odia 670

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି


 


 

ନୂଆଦିଲ୍ଲୀ -- ଜି-୨O- ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା କହିଥିଲେ ପାଇଲଟ୍ । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ହିଁ ଅଟକିବାକୁ ପଡିବ ।

ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ସେ କାନାଡାରେ ଉଗ୍ରବାଦୀ ଓ ଖଲିସ୍ତାନୀ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏହାପରେ ଏକ ପ୍ରେସମିଟରେ ଟ୍ରୁଡୋ କହିଥିଲେ ଯେ, ‘ଆମେ ସବୁବେଳେ ହିଂସା ରୋକିବା ତଥା ବିଦ୍ୱେଷ ମନୋଭାବକୁ ବିରୋଧ କରିବାକୁ ପ୍ରସ୍ତୁତ । କାନାଡା ସବୁବେଳେ ଅଭିବ୍ୟକ୍ତିର ସ୍ୱାଧୀନତା, ବ୍ୟକ୍ତିଗତ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିରୋଧର ସ୍ୱାଧୀନତାକୁ ସମ୍ମାନ ଦେଇଆସିଛି’ ।

ଏହାସହ ଜଳବାୟୁ ପରିବର୍ତ୍ତନ ଏବଂ ନାଗରିକଙ୍କ ବିକାଶ ଓ ସମୃଦ୍ଧି କ୍ଷେତ୍ରରେ ଭାରତକୁ କାନାଡାର ଏକ ମହତ୍ୱପୂର୍ଣ୍ଣ ଭାଗୀଦାରୀ ବୋଲି କହିଥିଲେ । ‘ଦେଶପାଇଁ ସବୁବେଳେ ବହୁତ କାମ କରିବାକୁ ପଡେ ଏବଂ ଆମେ ଏହାକୁ କରିବା ଜାରି ରଖିବୁ’ ବୋଲି କହିଥିଲେ ଟ୍ରୁଡୋ ।

ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 COASTAL NEWS Odia 669

ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ





ଭୁବନେଶ୍ବର --ଆଜିଠୁ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲିଠାରୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। କାଲି ପ୍ରବଳ ବର୍ଷା ସମ୍ଭାବନା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୩ ତାରିଖରେ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବ । ୧୪ ତାରିଖ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଲାଗି ଅରେଞ୍ଜ ଆଲର୍ଟ ଜାରି କରିଛି ଆଇଏମଡି । ୧୧୫.୬ ମିମିରୁ ୨୦୪.୪ ମିମି ଯାଏ ବର୍ଷା ହୋଇପାରେ ।

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୮୯୦ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ପରିମାଣ ୧୦୦୯.୭ ମିମି ତୁଳନାରେ ଏହ ୧୨ ପ୍ରତିଶତ କମ୍ । ଏହି ସମୟ ମଧ୍ୟରେ ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟରେ ରାଜ୍ୟରେ ବର୍ଷା ପରିମାଣ କମିଥିଲା । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ବର୍ଷା ରାଜ୍ୟରେ ନିଅଣ୍ଟିଆ ସାମାନ୍ୟ ଭରଣା ହୋଇଛି l

Sunday, September 10, 2023

ଦେଶର ନାଁ ‘ଭାରତ

 COASTAL NEWS Odia 668

ଦେଶର ନାଁ ‘ଭାରତ



ନୂଆଦିଲ୍ଲୀ - ମଣ୍ଡପମରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିବା ସମୟରେ ତାଙ୍କ ସମ୍ମୁଖରେ ଥିବା ଦେଶର ‘ନେମକା କାର୍ଡ’ରେ ‘ଭାରତ’ ଦେଖିବାକୁ ମିଳିଛି। ଜି-୨୦ ଡିନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ଲେଖାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଭଳି ସମୟରେ ପୁଣି ଜି-୨୦ ସମ୍ମିଳନୀରେ ଦେଶର ନାଁ ‘ଭାରତ’ ରଖାଯିବା ଏକ ବଡ଼ ବାର୍ତ୍ତା ପ୍ରଦାନ କରୁଛି। ଆଜି ସମ୍ମିଳନୀର ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ମୋଦୀ ଆଜି ଜି-୨୦ ସମ୍ମିଳନୀରେ ଉଦ୍‌ଘାଟନୀ ଭାଷଣ ଦେଇ କହିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ଦେଶ ଭିତରେ ଏବଂ ବାହାରେ ‘ସବ୍ ସାଥ୍‌’ ସବକା ପ୍ରୟାସ ର ଏକ ପ୍ରତୀକ ହୋଇଛି। ଏହା ଭାରତରେ ଲୋକଙ୍କର ଜି-୨୦ ହୋଇଛି। ଦେଶରେ ୨୦୦ରୁ ଅଧିକ ଜି-୨୦ ବୈଠକ ହୋଇଛି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜି-୨୦ ବିଦେଶ ପ୍ରତିନିଧିଙ୍କ ପାଇଁ ପ୍ରସ୍ତୁତ ବୁକଲେଟ୍‌ରେ ବି ‘ଭାରତ’ ଲେଖାଅଛି।

ଜି୨୦ ଶିଖର ସମ୍ମିଳିନୀ ମେନୁରେ ‘ଶ୍ରୀଅନ୍ନ

 COASTAL NEWS Odia 667

ଜି୨୦ ଶିଖର ସମ୍ମିଳିନୀ ମେନୁରେ ‘ଶ୍ରୀଅନ୍ନ



ନୂଆଦିଲ୍ଲୀ, ୯/୯: ଜି୨୦ ଶିଖର ସମ୍ମିଳିନୀ ପ୍ରଥମ ଦିବସର କାର୍ଯ୍ୟକ୍ରମ ଶେଷରେ ବିଶ୍ଵନେତା ଓ ପ୍ରତିନିଧିମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତମଣ୍ଡପମ୍‌ଠାରେ ଏକ ବିଶେଷ ନୈଶଭୋଜିର ଆୟୋଜନ କରିଥିଲେ। 

ବିବିଧ ଭାରତୀୟ ବ୍ୟଞ୍ଜନ ଦ୍ବାରା ଅତିଥିମାନଙ୍କୁ ଆପ୍ୟାୟିତ କରାଯାଇଥିଲା ତା’ ଭିତରେ ମୁଖ୍ୟ ଆକର୍ଷଣ ଥିଲା ବାଜରା, ମାଣ୍ଡିଆ ପ୍ରଭୃତି ମୋଟା ଶସ୍ୟ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହାକୁ ‘ଶ୍ରୀଅନ୍ନ’ ବୋଲି ନାଁ ଦେଇଛନ୍ତି) ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତଥା ବିଶ୍ଵନେତାମାନଙ୍କୁ ରୁପା ଓ ସୁନା-ପାଣିଦିଆ (ଗୋଲ୍‌ପ୍ଲେଟେଡ୍‌) ବାସନରେ ଖାଦ୍ୟ ପରଷାଯାଇଥିଲା, ଯାହା ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ଛବିକୁ ପ୍ରତିଫଳିତ କରୁଥିଲା। 

ଖାଦ୍ୟ ତାଲିକାର ଉପକ୍ରମରେ ଲେଖାଥିଲା ବିବିଧତା ଭିତରେ ଭାରତକୁ ‘ସ୍ବାଦ’ କିପରି ଯୋଡ଼ିଛି। ଏଥିରେ ଲେଖାଥିଲା, ‘‘ପରମ୍ପରା, ରୀତିନୀତି ଓ ଜଳବାୟୁ- ଭରତ ଅନେକ ଉପାୟରେ ବିବିଧତାରେ ପରିପୂର୍ଣ୍ଣ, ସ୍ବାଦ ଆମକୁ ଯୋଡୁଛି।’’

ଏହି ଖାଦ୍ୟ ତାଲିକାରେ ଶ୍ରୀଅନ୍ନ ବା ମାଣ୍ଡିଆ ଓ ବାଜରା ଜାତୀୟ ଖାଦ୍ୟର ବିଶେଷ ଉଲ୍ଲେଖ ରହିଥିଲା ।ଷ୍ଟାର୍ଟରରେ ଥିଲା ଫକ୍ସଟେଲ ମିଲେଟ ପତ୍ର ଉପରେ ଦହିସହ ଭଜା ଓ ମସଲାଯୁକ୍ତ ଚଟଣୀ। ମୁଖ୍ୟ ଖାଦ୍ୟରେ ଥିଲା ବନବର୍ଣମ୍- ପିଠଉ ଦେଇ ଭଜା ହୋଇଥିବା ପଣସ ସହ ଜଙ୍ଗଲୀ ଛତୁ, ତା’ ସହ ଅଳ୍ପ ମିଲେଟ୍ ଚିପ୍ ଓ ଅନ୍ନପୂର୍ଣ୍ଣା ପତ୍ର ପଡ଼ି ରନ୍ଧା ହୋଇଥିବା କେରଳୀ ନାଲି ଚାଉଳର ଭାତ। 

ଭାରତୀୟ ରୁଟି ଭିତରେ ଥିଲା ମୁମ୍ବାଇ ପାଓ ବା ଏକପ୍ରକାର ଛୋଟ ଗୋଲ ନରମ ରୁଟି, ବକରଖାନି ବା ଗୁଜୁରାତିଦିଆ ମିଠା ପରଟା ମିଠା (ଡେଜାର୍ଟ) ଭିତରେ ଥିଲା ଗୁଜରାତି ଦିଆ ବାର୍ନୟାର୍ଡ ମିଲେଟ ଖିରି, ଡିମ୍ବିରି-ପିଚ୍ କମ୍ପୋଟ୍ (ମିଠା) ଏବଂ କ୍ରିଷ୍ଣା ପାନୀୟ ଭିତରେ କାଶ୍ମୀରୀ କାହ, ଫିଲ୍ମରକଫି ଏବଂ ଦାର୍ଜିଲିଂ ଚା ଅନ୍ତର୍ଭୁକ୍ତ ଥିଲା। ଏଥି ସହ ସ୍ବାଦଯୁକ୍ତ ଚକୋଲେଟ୍ ପତ୍ର ପାନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

୧୨ ତାରିଖରୁ ବର୍ଷା ସମ୍ଭାବନା

 COASTAL NEWS Odia 666

୧୨ ତାରିଖରୁ ବର୍ଷା ସମ୍ଭାବନା 

୧୨ ତାରିଖରୁ ବର୍ଷା ସମ୍ଭାବନା


ଭୁବନେଶ୍ବର - ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।ଫଳରେ ୧୧ ତାରିଖରୁ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ିସହ ବର୍ଷା ଆରମ୍ଭ ହୋଇଯିବ। ବିଶେଷ କରି ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,ଓ ବୌଦ୍ଧ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ୧୨ ତାରିଖରେ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ପାଖାପାଖି ୭୦ରୁ ୧୧୦ ମିମି ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୩ ତାରିଖ ଦିନ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।ମୌସୁମୀଜନିତ ନିମ୍ନ ଚାପରେଖା ଆଜି ତା’ର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଜୈସାଲଲମେର୍‌ରୁ ବାହାରି ଅଜମେର, ଗୁନା, ମାଣ୍ଡଲା, ଝାରସୁଗୁଡ଼ା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀର ସକ୍ରିୟ ପ୍ରବାହ ଜାରି ରହିଛି । ଆଜି ରାଜ୍ୟରେ ବର୍ଷା ପ୍ରଭାବ ମଧ୍ୟ କମିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩.୪ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୮.୪ ମିମି ତୁଳନାରେ ୬୦% କମ୍ । 

ଜି -20 ଅଧ୍ୟକ୍ଷତା ହସ୍ତାନ୍ତର

 COASTAL NEWS Odia 665

ନେତୃତ୍ୱର ଏକ ଗୁରୁତ୍ଵ ପୂର୍ଣ୍ଣ ପରିବର୍ତ୍ତନ ଜି -20 ଅଧ୍ୟକ୍ଷତା ହସ୍ତାନ୍ତର 



ନୂଆଦିଲ୍ଲୀ - ନେତୃତ୍ୱର ଏକ ଗୁରୁତ୍ଵ ପୂର୍ଣ୍ଣ ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ସେପ୍ଟେମ୍ବର 10) ଜି -20 ଶିଖର ସମ୍ମିଳନୀରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଜି -20 ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ସିଲଭାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ପ୍ରତୀକାତ୍ମକ ଭାବରେ ଜି -20 ଅଧ୍ୟକ୍ଷତା ସମାରୋହରେ ପାସ୍ କରିଛନ୍ତି। ମୁଁ ବ୍ରାଜିଲର ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ଲୁଲା ଡା ସିଲଭାଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଏବଂ ତାଙ୍କୁ ଅଧ୍ୟକ୍ଷତାର ଗାଭେଲ ହସ୍ତାନ୍ତର କରିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଭାରତର ଜି -20 ରାଷ୍ଟ୍ରପତିଙ୍କ ସମୟରେ ତାଙ୍କର ପ୍ରଭାବଶାଳୀ ନେତୃତ୍ୱ ପାଇଁ ରାଷ୍ଟ୍ରପତି ସିଲଭା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ ଏବଂ ଶିଖର ସମ୍ମିଳନୀ ପାଇଁ  ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ସିଲଭା କହିଛନ୍ତି ଯେ ମୁଁ ଭାରତୀୟ ଜି -20 ଅଧ୍ୟକ୍ଷତାରେ ଦକ୍ଷତାର ସହ ନେତୃତ୍ୱ ନେଇଥିବାରୁ ଏବଂ ଏହି ଶିଖର ସମ୍ମିଳନୀ ପ୍ରସ୍ତୁତିରେ କରାଯାଇଥିବା ଉତ୍କୃଷ୍ଟ କାର୍ଯ୍ୟ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛି।

ରାଷ୍ଟ୍ରପତି ସିଲଭା ମଧ୍ୟ ସେହି କ୍ଷେତ୍ରଗୁଡିକ ଘୋଷଣା କରିଛନ୍ତି ଯେଉଁଥିରେ ଜି -20 ର ବ୍ରାଜିଲ୍ ରାଷ୍ଟ୍ରପତି ଧ୍ୟାନ ଦେବେ, ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ବିରୋଧରେ ଲଢ଼େଇ ଏବଂ ଶକ୍ତି ପରିବର୍ତ୍ତନ। ଆହୁରି ମଧ୍ୟ, ବ୍ରାଜିଲର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ହେଉଛି ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ଏବଂ ଏକ ସ୍ଥାୟୀ ଗ୍ରହ ନିର୍ମାଣ। ଡିସେମ୍ବର 1, 2023 ରେ ବ୍ରାଜିଲ ଆନୁଷ୍ଠାନିକ ଭାବରେ ଅଧ୍ୟକ୍ଷତାର ଭାର ଗ୍ରହଣ କରିବ।

ଡିସେମ୍ବର 1, 2022 ରେ ଭାରତ G20 ର ଅଧ୍ୟକ୍ଷତାର ଭାର ଗ୍ରହଣ କଲା। ଭାରତର ଅଧ୍ୟକ୍ଷତା ଅନେକାଂଶରେ ସ୍ଵୟଂ ଏକ ଇତିହାସିକ ଘଟଣା ହୋଇ ଯାଇଛି । ଭାରତର ଅଧ୍ୟକ୍ଷତାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି, ପ୍ରଥମ ଥର ପାଇଁ ‘ଟ୍ରାଇକା’ କେବଳ ବିକାଶଶୀଳ ଦେଶ ଗଠନ କରିଥିଲା।

ଟ୍ରାଇକା ହେଉଛି ଏକ ଫର୍ମାଟ୍ ଯେଉଁଥିରେ ଜି -20 ପ୍ରେସିଡେନ୍ସି କାର୍ଯ୍ୟ କରେ, ଏଥିରେ ବର୍ତ୍ତମାନ ଅଧ୍ୟକ୍ଷ ରହିଥିବା ଦେଶ, ପୂର୍ବରୁ ଅଧ୍ୟକ୍ଷ ଥିବା ଦେଶ ଏବଂ ଆଗାମୀ ଅଧ୍ୟକ୍ଷ ଧାରକ ହେବେ। ଏଥର ଭାରତ (ବର୍ତ୍ତମାନର ଅଧ୍ୟକ୍ଷ ), ଇଣ୍ଡୋନେସିଆ (ପୂର୍ବ ଅଧ୍ୟକ୍ଷ ) ଏବଂ ବ୍ରାଜିଲ (ଆଗାମୀ ଅଧ୍ୟକ୍ଷ) ଟ୍ରାଇକାର ଏକ ଅଂଶ।


ଭାରତର ଜି -20 ଅଧ୍ୟକ୍ଷତା ସମାପ୍ତ ହେବାକୁ ଯାଉଥିବାରୁ ଏହା ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରି ବିଶ୍ୱ ମଞ୍ଚରେ ରାଷ୍ଟ୍ରମାନଙ୍କ ମଧ୍ୟରେ ସମାନ ପ୍ରତିନିଧିତ୍ୱ ଏବଂ ସହଯୋଗର ଗୁରୁତ୍ୱକୁ ଦୃଢ଼ କରିପାରିଛି।



Saturday, September 9, 2023

କୃଷକଙ୍କ ଜନ ଧନ ଆକାଉଣ୍ଟରେ 15 ଲକ୍ଷ ଟଙ୍କା ଜମା, 9 ଲକ୍ଷ ଟଙ୍କା ଖର୍ଚ କରିବାପରେ 5 ମାସ ପରେ ବ୍ୟାଙ୍କର ଅସୁଲ ନୋଟିସ

 COASTAL NEWS Odia 664

କୃଷକଙ୍କ ଜନ ଧନ ଆକାଉଣ୍ଟରେ 15 ଲକ୍ଷ ଟଙ୍କା ଜମା, 9 ଲକ୍ଷ ଟଙ୍କା ଖର୍ଚ କରିବାପରେ 5 ମାସ ପରେ ବ୍ୟାଙ୍କର ଅସୁଲ ନୋଟିସ 



 ମହାରାଷ୍ଟ୍ର - ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ କୃଷକଙ୍କ ଜନ ଧନ ଆକାଉଣ୍ଟରେ ବ୍ୟାଙ୍କ ତରଫରୁ 15 ଲକ୍ଷ ଟଙ୍କା ଜମା ହୋଇଥିଲା ।  ଚାଷୀ ଅନୁଭବ କଲେ ଯେ ସେ ଏହି ଅର୍ଥ ସରକାରଙ୍କଠାରୁ ପାଇଛନ୍ତି।  ବ୍ୟାଙ୍କରୁ 9 ଲକ୍ଷ ଟଙ୍କା ଉଠାଇବା ପରେ ସେ  ତାଙ୍କ ପକ୍କା ଘର ମଧ୍ୟ ନିର୍ମାଣ କରିଥିଲେ।  ମାତ୍ର ପାଞ୍ଚ ମାସ ପରେ ବ୍ୟାଙ୍କ ଚାଷୀଙ୍କୁ ଏକ ନୋଟିସ ପଠାଇ କହିଛି ଯେ ଏହି ରାଶି ଭୁଲରେ ତାଙ୍କ ଆକାଉଣ୍ଟରେ ଜମା ହୋଇଛି।  ଏବେ ତାଙ୍କୁ ସେହି ରାଶି ଫେରସ୍ତ କରିବାକୁ ପଡ଼ିବ |

 ଯେଉଁଦିନ ବ୍ୟାଙ୍କ କୃଷକଙ୍କ ଜନ ଧନ ଆକାଉଣ୍ଟରେ 15 ଲକ୍ଷ ଟଙ୍କା ଜମା କରିଥିଲା ସେଦିନ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଧନ୍ୟବାଦ ଜଣାଇ ଥିଲେ l କିନ୍ତୁ ବର୍ତ୍ତମାନ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ନୋଟିସ ପଠାଉଛି l

 ପଇଥାନ ତାଲୁକାରେ ଥିବା ଡାଭାରୱାଡିର ଜଣେ କୃଷକ ଜ୍ଞାନେଶ୍ବର ଜନାର୍ଦ୍ଦନ ଅଉତେ ବ୍ୟାଙ୍କରୁ ଏକ ନୋଟିସ ଗ୍ରହଣ କରିଥିଲେ ଯେଉଁଥିରେ ଲେଖାଥିଲା ଯେ ଏହି ରାଶି ଭୁଲରେ ତାଙ୍କ ଆକାଉଣ୍ଟରେ ଜମା ହୋଇଛି।  ତେଣୁ ତାଙ୍କୁ ବର୍ତ୍ତମାନ ସେହି ରାଶି ଫେରସ୍ତ କରିବାକୁ ପଡିବ |

ବାସ୍ତବରେ, ଜ୍ଞାନେଶ୍ବର ଙ୍କ ଜନ ଧନ ଆକାଉଣ୍ଟ ବ୍ୟାଙ୍କ ଅଫ୍ ବରୋଦା ରେ ଅଛି |  17 ଅଗଷ୍ଟ 2021 ରେ ସେହି ଆକାଉଣ୍ଟରେ 15 ଲକ୍ଷ ଟଙ୍କା ଜମା କରାଯାଇଥିଲା |ସେ ଅନୁଭବ କଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ 2014 ଲୋକସଭା ନିର୍ବାଚନରେ ​​ଦେଇଥିବା ପ୍ରତିଶ୍ରୁତି ପୂରଣ କରି କୃଷକଙ୍କ ଜନ ଧନ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି।  ଏହା ପରେ କୃଷକ ସେହି ଟଙ୍କାରୁ 9 ଲକ୍ଷ ଟଙ୍କା ଉଠେଇ  ନିଜ ପାଇଁ ଏକ ଘର ନିର୍ମାଣ କରିଥିଲେ।  ଏହି ଖବର ସମଗ୍ର ଗାଁରେ ଜଙ୍ଗଲୀ ନିଆଁ ପରି ବ୍ୟାପିଗଲା |ଏବେ ବ୍ୟାଙ୍କ ଟଙ୍କା ଫେରସ୍ତ କରିବାକୁ ଦାବି କରୁଛି

 ମାତ୍ର ପାଞ୍ଚ ମାସ ପରେ କୃଷକ ଜ୍ଞାନେଶ୍ୱର ବ୍ୟାଙ୍କରୁ ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ଏହାକୁ ଏକ ଭୁଲ ବୋଲି କହି ବ୍ୟାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ।  ବର୍ତ୍ତମାନ ମାମଲା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଟଙ୍କା ପୈଠ ନକରିବାରୁ ବ୍ୟାଙ୍କ କ୍ରମାଗତ ଭାବରେ ଚାଷୀଙ୍କ ଉପରେ ଚାପ ପକାଉଛି।  ଅନ୍ୟପକ୍ଷରେ କୃଷକ କହିଛନ୍ତି ଯେ ସେ କେଉଁଠାରୁ ଏତେ ଟଙ୍କା ପାଇବେ।  ତାଙ୍କ ପାଖରେ ସେତେ ଟଙ୍କା ନାହିଁ ବ୍ୟାଙ୍କ ଋଣ ଶୁଝିବା ପାଇଁ |ନଜାଣି ନବୁଝି ବ୍ଯାଙ୍କ ଅର୍ଥକୁ ଅପବ୍ୟୟ କରି ଜ୍ଞାନେଶ୍ବର ଏବେ ହରଡ ଘଣାରେ l

ପିଏମସି ସ୍କାମ୍ ଆଉ ଏକ ଜୀବନ ନେଇଛି, 73 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି।

 COASTAL NEWS Odia 663

ପିଏମସି ସ୍କାମ୍ ଆଉ ଏକ ଜୀବନ ନେଇଛି, 73 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। 



ସୋଲାପୁର - ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ହୋଇଥିବା ଏହି ଘୋଟାଲା ଆଉ ଏକ ଜୀବନ ନେଇଛି।  ସୋଲାପୁରର 73 ବର୍ଷିୟ ଭାରତୀ ସଦରଙ୍ଗାନୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।  ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଭାରତୀଙ୍କ daughter ିଅ ପିଏମସି ବ୍ୟାଙ୍କରେ ପ୍ରାୟ 2.25 କୋଟି ଟଙ୍କା ଜମା କରିଛନ୍ତି।


 ରିପୋର୍ଟ ଅନୁଯାୟୀ, 73 ବର୍ଷିୟ ଭାରତୀ ସଦରଙ୍ଗାନୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।  ପରିବାର କହିଛି ଯେ ପିଏମସି ବ୍ୟାଙ୍କ ସ୍କାମ ସାମ୍ନାକୁ ଆସିବା ପରେ ଭାରତୀ ବହୁତ ଚାପରେ ଥିଲେ।  ବାସ୍ତବରେ ଭାରତୀଙ୍କ ଝିଅର ପ୍ରାୟ 2.25 କୋଟି ଟଙ୍କା ପିଏମସି ବ୍ୟାଙ୍କରେ ଜମା କରାଯାଇଥିଲା।  ବ୍ୟାଙ୍କ ସ୍କାମ ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କର ପ୍ରତିବନ୍ଧକ ଯୋଗୁଁ ମହିଳାଙ୍କ ଝିଅ ଟଙ୍କା ଉଠାଇ ପାରି ନଥିଲା, ଯେଉଁଥିପାଇଁ ଭାରତୀ ଅତ୍ୟଧିକ ମାନସିକ ଚାପରେ ଥିଲେ।

ଭାରତୀଙ୍କ ପୁତୁରା କହିଛନ୍ତି ଯେ ଗତ ଦୁଇମାସ ଧରି ସେ କ୍ରମାଗତ ଭାବରେ ଫୋନ କରୁଥିଲେ ଏବଂ ଆକାଉଣ୍ଟ ବିଷୟରେ ଜାଣିବାକୁ ଚାହୁଁଥିଲେ, ଆମେ ତାଙ୍କୁ କହୁଥିଲୁ ଟଙ୍କା ସୁରକ୍ଷିତ ଅଛି ଏବଂ ଶୀଘ୍ର ଟଙ୍କା ମିଳିଯିବ । ସେ ବହୁତ ଚାପରେ ଥିଲେ, ମୋ ପତ୍ନୀ ତାଙ୍କୁ ଫୋନରେ କ୍ରମାଗତ ଭାବରେ ସାନ୍ତ୍ୱନା ଦେଉଥିଲେ, କିନ୍ତୁ ହଠାତ୍ ହୃଦଘାତ ହୋଇ ତଳେ ପଡ଼ିଯାଇଥିଲେ, ପରେ ସେ ମରିଗଲେ, ମୁଁ ବର୍ତ୍ତମାନ ତାଙ୍କର ଶେଷ ରୀତିନୀତି ପାଇଁ ସୋଲାପୁରରେ ଅଛି |

ସ୍ୱାମୀଙ୍କ 39 ଲକ୍ଷ ଟଙ୍କା ନେଇ ପତ୍ନୀ ନିଜ ପ୍ରେମିକ ସାଙ୍ଗରେ ଫେରାର୍

 COASTAL NEWS Odia 662

ସ୍ୱାମୀଙ୍କ 39 ଲକ୍ଷ ଟଙ୍କା ନେଇ ପତ୍ନୀ ନିଜ ପ୍ରେମିକ ସାଙ୍ଗରେ ଫେରାର୍



ବିହାର - ବିହାରରେ ଜଣେ ପତ୍ନୀ ସ୍ୱାମୀଙ୍କ 39 ଲକ୍ଷ ଟଙ୍କା ନେଇ ନିଜ ପ୍ରେମିକ ସାଙ୍ଗରେ ଫେରାର୍ ହୋଇଥିବା  ଅଭିଯୋଗ ହୋଇଛି।  ଜମି ବିକ୍ରୟ କରି ସ୍ୱାମୀ ଏହି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିଥିଲେ।  ଅଭିଯୋଗ ହୋଇଛି ଯେ ପତ୍ନୀ ଆକାଉଣ୍ଟରେ ମାତ୍ର 11 ଟଙ୍କା ଛାଡି ସମସ୍ତ ଟଙ୍କା ନେଇ ପଡୋଶୀଙ୍କ ସହ ଫେରାର୍ ।  ଏହି ଘଟଣା ପାଟଣାର ବିହାଟା ଠାରେ ଘଟିଛି।  ପଳାତକ ମହିଳା ହେଉଛନ୍ତି ଦୁଇଟି ସନ୍ତାନର ଜନନୀ ।  ସହରରେ ଜମି କିଣିବା ପାଇଁ ସ୍ୱାମୀ ପତ୍ନୀଙ୍କ ଆକାଉଣ୍ଟ୍ଟ ରେ ଏହି ଟଙ୍କା ସଞ୍ଚୟ କରିଥିଲେ।


 ଘଟଣାରୁ ପ୍ରକାଶ ଯେ , ସହରରେ ଏକ ଘର ନିର୍ମାଣ ପାଇଁ ପୈତୃକ ସମ୍ପତ୍ତି ବିକ୍ରୟ କରି ସ୍ୱାମୀ 39 ଲକ୍ଷ ଟଙ୍କା ଜମା କରିଥିଲେ। ସ୍ତ୍ରୀ ଫେରାର୍ଏ ହେବା ପରେ  ସ୍ୱାମୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।


 ବିହାର ର ବିହଟା ର କଉଡିଆ ନିବାସୀ ବ୍ରିଜକିଶୋର ସିଂ 14 ବର୍ଷ ପୂର୍ବେ ଭୋଜପୁରର ବିନ୍ଦଗାୱା ନିବାସୀ ପ୍ରଭାସୀ ଦେବୀଙ୍କୁ ବିବାହ କରିଥିଲେ।  ଉଭୟଙ୍କର ଏକ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।  ବ୍ରଜ କିଶୋର ସିଂ ତାଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ଗାଁଠାରୁ ଦୂରରେ ଥିବା ବିହାଟାରେ ଭଡା ରେ ଏକ ଘର ନେଇଥିଲେ।  ଏଠାରେ ପ୍ରଭାସୀ ଦେବୀ ତାଙ୍କ ପିଲାମାନଙ୍କ ସହିତ ରହୁଥିଲେ।  ବ୍ରିଜ କିଶୋର ନିଜେ ଗୁଜରାଟ ଯାଉଥିଲେ ଏବଂ ଘରର ଖର୍ଚ୍ଚ ପୂରଣ କରିବା ପାଇଁ ଏକ ବ୍ୟକ୍ତିଗତ ବ୍ୟବସାୟ କରୁଥିଲେ |


ଫେରାର୍ ପତ୍ନୀ ଏହି ଜମା ଅର୍ଥ କୁ ନିଜ  ପ୍ରେମିକଙ୍କ ଆକାଉଣ୍ଟକୁ  ସ୍ଥାନାନ୍ତର କରି ଥିବା ଜଣାପଡ଼ିଛି l

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା

 COASTAL NEWS Odia 661

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା, ଶିକାର ହୋଇଛନ୍ତି NTPCରେ କାର୍ଯ୍ୟରତ ଇଞ୍ଜିନିୟର


ବ୍ରହ୍ମପୁର - 
ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା। ଲୁଟର ଶିକାର ହୋଇଛନ୍ତି ଛତିଶଗଡ଼ NTPCରେ କାର୍ଯ୍ୟରତ ଇଞ୍ଜିନିୟର ଅଙ୍କିତ । ଅଭିଯୁକ୍ତ ବ୍ରହ୍ମପୁରର ଶ୍ରୀଧର ମହାରଣା । ସେ ଶିବାନୀ ପଣ୍ଡା ନାମରେ ଫେକ୍ ଆକାଉଣ୍ଟ ଖୋଲି ଅଙ୍କିତଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରାୟ ୧ବର୍ଷ ଧରି ଲୁଟି ଚାଲିଥିଲେ ଶ୍ରୀଧର ।

ଶ୍ରୀଧର ନିଜକୁ ମେଡିକାଲ ଛାତ୍ରୀ କହି ପାଠପଢାର ବାହାନା କରି ଟଙ୍କା ଲୁଟିଥିଲେ । ବାପାଙ୍କ ଦେହ ଖରାପ କହି ମଧ୍ୟ ଅନେକ ସମୟରେ ଟଙ୍କା ନେଇଥିଲେ । ଫୋନ୍ ପେରେ ଅଙ୍କିତ ଟଙ୍କା ଦେଇଥିଲେ । ଭୁବନେଶ୍ବର ସାଇବର ଥାନା ପୋଲିସ ଶ୍ରୀଧରଙ୍କୁ ଗିରଫ କରିଛି ।

COASTAL NEWS

ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର

Coastal news ଉପକୁଳ ସମାଚାର ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର ଭୁବନେଶ୍ଵର, (CNO) : ପାର୍ବଣ ସମୟରେ ରାଜଧା...