AFFILIATE MARKETING

https://binomo.com?a=90810425bb57&t=0

Saturday, May 13, 2023

ଫେକ୍ ବିଜ୍ଞାପନରେ ଫଟୋ, ନାମ ଓ ଶ୍ୱରକୁ ନେଇ ସଚ୍ଚିନ ତେନ୍ଦୁଲକର ଅସନ୍ତୁଷ୍ଟ, ସାଇବର ଥାନାରେ ଦେଲେ FIR---

ଫେକ୍ ବିଜ୍ଞାପନରେ ଫଟୋ, ନାମ ଓ ଶ୍ୱରକୁ ନେଇ ସଚ୍ଚିନ ତେନ୍ଦୁଲକର ଅସନ୍ତୁଷ୍ଟ, ସାଇବର ଥାନାରେ ଦେଲେ FIR---






ମୁମ୍ବାଇ ୧୩।୫: ଇଣ୍ଟରନେଟ୍‌ ରେ ପ୍ରସାରିତ ହେଉଥିବା ବିଜ୍ଞାପନରେ ତାଙ୍କର ନାମ, ଫଟୋ ଓ ଶ୍ୱର ବ୍ୟବହାର କରାଯାଇଥିବାରୁ ପୂର୍ବତନ କ୍ରିକେଟର ସଚ୍ଚିନ ତେନ୍ଦୁଲକର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସଚ୍ଚିନ ତାଙ୍କ ନାମ, ଫଟୋ ଓ ଶ୍ୱର ବ୍ୟବହାର କରି ଲୋକଙ୍କୁ ଠକେଇ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ସାଇବର ସେଲ୍ ଆଇପିସିର ଧାରା ୪୨୦, ୪୬୫ ଓ ୫୦୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରତିଷ୍ଠିତ ଲୋକଙ୍କୁ ଏବେ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଇଣ୍ଟରନେଟ୍‌ରେ ଲୋକଙ୍କୁ ଧୋକା ଦେବାକୁ ଓ କାରବାର ବଢେଇବାକୁ ଛବି ଓ ଶ୍ୱରର ଉପଯୋଗ କରି ଏପରି ବିଜ୍ଞାପନ ସବୁ ପ୍ରସ୍ତୁତ କରାଯାଉଛି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଚ୍ଚିନ ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଫେସବୁକ୍‌ରେ ଏକ ତେଲ କମ୍ପାନୀ ବିଜ୍ଞାପନରେ ସଚ୍ଚିନ ତେନ୍ଦୁଲକରଙ୍କୁ ଦେଖିଥିଲେ। କମ୍ପାନୀ ନିଜର ବ୍ୟବସାୟ ବଢାଇବା ପାଇଁ ତେନ୍ଦୁଲକରଙ୍କ ଫଟୋ ଓ ଶ୍ୱର ବ୍ୟବହାର କରିଥିଲା। ଯେଉଁଥିରେ ଏହି ମହାନ କ୍ରିକେଟର ତାଙ୍କ ପ୍ରଡକ୍ଟକୁ ସୁପାରିଶ କରିଥିବା କୁହାଯାଇଥିଲା।


ସମାନଧରଣର ବିଜ୍ଞାପନ ଇଂଷ୍ଟାଗ୍ରାମରେ ମଧ୍ୟ ଦେଖାଯାଇଥିଲା। ଏହି ମାମଲାର ମୁମ୍ବାଇ ସାଇବର ସେଲ ପୋଲିସ ଏବେ ତଦନ୍ତ କରୁଛି। ତେବେ ନିଜ ପ୍ରଡକ୍ଟର ବିଜ୍ଞାପନ ନିମନ୍ତେ ସଚ୍ଚିନ ତେନ୍ଦୁଲକରଙ୍କ ଫଟୋ ଅଥବା ଶ୍ୱର ବ୍ୟବହାର କରିବାର ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ୨୦୨୦ରେ ମଧ୍ୟ ସଚ୍ଚିନ ତେନ୍ଦୁଲକରଙ୍କ ଟିମ୍‌ ଏକ ବୟାନ ଜାରି କରିଥିଲା। ଯେଉଁଥିରେ ଏପରି ତାଙ୍କର ଫଟୋ, ଶ୍ୱର ଓ ନାମକୁ ବ୍ୟବହାର କରୁଥିବା କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଥିଲେ। ସେତେବେଳେ ଗୋଆର ଏକ କମ୍ପାନୀ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିଲା।

ଝାରସୁଗୁଡ଼ା ଉପନିର୍ବାଚନ: ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ---

ଝାରସୁଗୁଡ଼ା ଉପନିର୍ବାଚନ: ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ---




 

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଏଠାରେ  ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି। ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ। ତେଣେ କଂଗ୍ରେସ ପ୍ରାର୍ଥୀ ୪, ୪୭୩  ଖଣ୍ଡ ଭୋଟ ପାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭।


ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କଠାରୁ ମଧ୍ୟ ଅଧିକ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି।। କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ। ସେ ୩୦.୦୪ ପ୍ରତିଶତ ଭୋଟ ପାଇଥିଲେ। ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ।

କର୍ଣ୍ଣାଟକ କାଉଣ୍ଟିଂ ଅପଡେଟ୍; ପଛରେ ପଡ଼ିଲା ଶାସକ ବିଜେପି, ୧୧୫ଟି ଆସନରେ ଆଗରେ କଂଗ୍ରେସ---

କର୍ଣ୍ଣାଟକ କାଉଣ୍ଟିଂ ଅପଡେଟ୍; ପଛରେ ପଡ଼ିଲା ଶାସକ ବିଜେପି, ୧୧୫ଟି ଆସନରେ ଆଗରେ କଂଗ୍ରେସ---





ବେଙ୍ଗାଳୁରୁ: କର୍ଣ୍ଣାଟକରେ ଜାରି ରହିଛି ବିଧାନସଭା ଭୋଟ୍ ଗଣତି । ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ବିଜେପିକୁ ମାତ୍ ଦେଇ କଂଗ୍ରେସ ଆଗରେ ରହିଛି । କଂଗ୍ରେସ ୧୧୫ଟି ଆସନରେ ଆଗରେ ରହିଥିବା ବେଳେ ଶାସକ ବିଜେପି ୭୪ଟି ବିଧାନସଭା କ୍ଷେତ୍ରରେ ଆଗରେ ରହିଛି । ସେହିପରି ଜେଡିଏସ ୩୦ଟି ଆସନ ଓ ଅନ୍ୟାନ୍ୟ ୫ଟି ଆସନରେ ଆଗରେ ଚାଲୁଛି ।


କର୍ଣ୍ଣାଟକରେ ଶାସକ ବିଜେପି ପୁଣି ଥରେ ଗଡ଼ ଜିତିବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ କଂଗ୍ରେସ ପରିବର୍ତ୍ତନ ଦିଗରେ ଲଢେଇ ଜାରି ରଖିଛି । ଆଜତକ୍-ଆକ୍ସିସ୍ ମାୟ ଇଣ୍ଡିଆ ଏକଜିଟ୍ ପୋଲ ଅନୁଯାୟୀ, କଂଗ୍ରେସକୁ ବହୁମତ ମିଳିବାର ସମ୍ଭାବନା ରହିଛି । ସେପଟେ ଏଥର ମଧ୍ୟ ଜେଡିଏସ ପୁଣି ଥରେ କିଙ୍ଗ ମେକର ସାଜି ପାରେ ବୋଲି କୁହାଯାଉଛି ।


ନିର୍ବାଚନ ଆୟୋଗଙ୍କ ଓ୍ବେସାଇଟ୍ ମୁତାବକ, ୨୨୪ଟି ବିଧାନସଭା ଆସନରୁ ୨୨୩ଟିରେ ଗଣତି ଜାରି ରହିଛି । ଏଥିମଧ୍ୟରୁ କଂଗ୍ରେସକୁ ୧୧୪, ବିଜେପି ୭୧ଆସନରେ ଆଗରେ ରହିଛି । ସେହିପରି ଜେଡିଏସ ୩୨ ଓ ଅନ୍ୟାନ୍ୟ ୬ଟ ସିଟରେ ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସକୁ ୪୩.୪ ପ୍ରତିଶତ ଏବଂ ବିଜେପିକୁ ୩୬.୪ ପ୍ରତିଶତ ଭୋଟ୍ ମିଳିଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ନବଙ୍କଠାରୁ ଅଧିକ ଭୋଟ୍ ପାଇବେ କି ଦୀପାଳି? ଦିନେଶଙ୍କ ସମକକ୍ଷ ହେବେ ତ ଟଙ୍କଧର?

ନବଙ୍କଠାରୁ ଅଧିକ ଭୋଟ୍ ପାଇବେ କି ଦୀପାଳି? ଦିନେଶଙ୍କ ସମକକ୍ଷ ହେବେ ତ ଟଙ୍କଧର?





 

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଛି। ଏବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ଢେର ଆଗରେ ରହିଛନ୍ତି। ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୩, ୫୫୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୩୫,୩୮୮ ଓ କଂଗ୍ରେସ ହାତେଇଛି ମାତ୍ର ୩୨୦୮ ଖଣ୍ଡ ଭୋଟ। ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଦୀପାଳିଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସ ଯେତିକି ଭୋଟି ପାଇଥିଲେ ଝିଅ ସେତିକି ଭୋଟ୍ ହାତେଇପାରିବେ କି?

ଗତ ୨୦୧୯ ବିଧାନସଭା ନିର୍ବାଚନରେ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭। ଏବେକାର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ନବ ଦାସଙ୍କ ପାଖାପାଖି ଭୋଟ ପାଇବେ ଦୀପାଳି। କାରଣ ଆଉ ମାତ୍ର ୭ ରାଉଣ୍ଡ ଭୋଟ ଗଣତି ବାକି ଅଛି।

ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କ ସମକକ୍ଷ ହୋଇପାରୁଛନ୍ତି କି ନାହା ଏବେ ବି ସନ୍ଦେହ ଘେରରେ। କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ୍ ପାଇଥିଲେ। ସେ ୩୦.୦୪ ପ୍ରତିଶତ ଭୋଟ ପାଇଥିଲେ। ଏବେକାର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଦିନେଶ ଜୈନଙ୍କ ପାଖାପାଖି ଭୋଟ ପାଇବା କଷ୍ଟକର

ଏକଜିଟ ପୋଲର ଆକଳନ

କର୍ଣ୍ଣାଟକ ଏକଜିଟ ପୋଲର ଆକଳନ




ବଡ଼ ଦୁର୍ଭାଗ୍ୟର କଥା ଏକଜିଟ ପୋଲର ଆକଳନ ଅନୁଯାୟୀ ଅଧିକାଂଶ ମିଡ଼ିଆର ସର୍ଭେ ରିପୋର୍ଟ ଅନୁସାରେ କର୍ଣାଟକ ନିର୍ବାଚନର ଫଳାଫଳ କଂଗ୍ରେସ ସରକାର ଗଢିବାର ଆକଳନ କରାଯାଏ । କେଉଁ ମିଡିଆର ସର୍ଭେ କ'ଣ କହୁଛି ?

                    ବିଜେପି        କଂଗ୍ରେସ       ଜେଡିଏସ


ହିନ୍ଦୁସ୍ତାନ     ୮୩ ରୁ ୯୫    ୧୦୦ରୁ ୧୧୨  ୨୧ରୁ ୨୯

ସାଉଥ୍ ଫାଷ୍ଟ ୭୮ରୁ୯୦     ୧୦୭ରୁ୧୧୯   ୨୩ରୁ୨୯

ଜିନିଉଜ       ୭୯ରୁ୯୪     ୧୦୩ରୁ୧୧୮   ୨୫ରୁ୩୩

ନବ ଭାରତ   ୭୮ରୁ୯୨     ୧୦୬ରୁ୧୨୦   ୨୦ରୁ୨୬

ଆର ଭାରତ  ୮୫ରୁ୧୦୦    ୯୪ରୁ୧୦୮    ୨୪ରୁ୩୨

ଏନ୍ ନଲଟ୍ରନ  ୧୧୪              ୮୬             ୨୧

ଏସିଆନ ଏଜ  ୯୪ରୁ୧୧୭   ୯୧ରୁ୧୦୬   ୧୪ରୁ୨୪

ଏବିପି           ୮୩ରୁ୯୫     ୧୦୦ରୁ୧୧୨  ୨୧ରୁ୨୯


ଏଥିରେ ଯିଏ ୧୧୩ ସିଟ୍ ପାଇବ ସିଏ ସରକାର କରିବ । ଏଥିରେ ଏନ୍ ନଲଟ୍ରନ ଓ ଏସିଆନ୍ ଏଜ ଦୁଇ ଜଣ ବିଜେପିକୁ ସରକାର ଗଢିବାର ଆକଳନ କରିଥିବା ବେଳେ ଅନ୍ୟ ସମସ୍ତ ମିଡ଼ିଆ କଂଗ୍ରେସକୁ ସରକାର ଗଢିବାର ଆକଳନ କରିଛନ୍ତି। ଏମିତିରେ ଅର୍ଣ୍ଣବ ଗୋସ୍ୱାମୀ ଚ୍ୟାନେଲ ରିପବ୍ଲିକ ଭାରତ କଂଗ୍ରେସକୁ ସରକାର ଗଢିବାର ସିଗ୍ନାଲ ଦେଇଛି। ଯଦି  ବିଜେପି ଜେଡିଏସ ସହିତ ମିଶି ସରକାର ଗଠନ କରିବା ପାଇଁ ଯୋଜନା କରେ ତେବେ କଂଗ୍ରେସ ୧୨୫ ସିଟ୍ ଦଖଲ କଲେ ସରକାର କରି ପାରିବ।

କର୍ଣ୍ଣାଟକରେ ଜାରି ରହିଛି କାଉଣ୍ଟିଂ: କଂଗ୍ରେସ ଆଗୁଆ, ବିଜେପି ବହୁ ପଛରେ---

କର୍ଣ୍ଣାଟକରେ ଜାରି ରହିଛି କାଉଣ୍ଟିଂ: କଂଗ୍ରେସ ଆଗୁଆ, ବିଜେପି ବହୁ ପଛରେ---






ବେଙ୍ଗାଲୁରୁ, ୧୩।୫ ଦକ୍ଷିଣ ଭାରତର ଗଡ଼ କୁହାଯାଉଥିବା କର୍ଣ୍ଣାଟକରେ କଂଗ୍ରେସର ଦମଦାର ପ୍ରଦର୍ଶନ ଜାରି ରହିଛି। ଜାରି ରହିଛି ଭୋଟ୍ ଗଣତି । ଆରମ୍ଭରୁ କଂଗ୍ରେସ ଓ ବିଜେପି ମଧ୍ୟରେ ଜାରି ରହିଛି କଡ଼ା ଟକ୍କର । କଂଗ୍ରେସ ଆଗରେ ରହିଥିଲେ ମଧ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଆଗରେ ଚାଲୁଛନ୍ତି । ସେହିପରି ଡିକେ ଶିବକୁମାପ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା ନିଜ ନିଜ ସିଟ୍ ଆଗରେ ଚାଲୁଛନ୍ତି । ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନରୁ କଂଗ୍ରେସ ୧୧୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୬, ଜେଡିଏସ୍‌ ୩୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ରହିଛନ୍ତି ।

ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି---

 ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି---





 

-ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ସପ୍ତମ ରାଉଣ୍ଡର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଦୀପାଳି ଦାସଙ୍କୁ ୪ ହଜାର ୬୧୧ ଭୋଟ୍, ଟଙ୍କଧର ତ୍ରିପାଠୀଙ୍କୁ ୨ହଜାର ୧୧୬ ଏବଂ ତରୁଣ ପାଣ୍ଡେଙ୍କୁ ୪୦୦ ଭୋଟ୍ ମିଳିଛି । ସପ୍ତମ ରାଉଣ୍ଡରେ ଦୀପାଳି ଦାସ ୨୪୯୫ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।


ବିଜେଡି -୪୦,୨୨୦

ବିଜେପି -୨୧,୯୭୪

କଂଗ୍ରେସ -୨,୩୫୯


ସପ୍ତମ ରାଉଣ୍ଡ ରେ ୧୮ହଜାର ୨୪୬ଭୋଟରେ ବିଜେଡି ଆଗୁଆ ରହିଛି ।


ଷଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୫ହଜାର ୫୫୯ ଭୋଟ୍ ମିଳିଛି । ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୩୫୩ ଭୋଟ୍, ତରୁଣା ପାଣ୍ଡେଙ୍କୁ ୭୮୯ ଭୋଟ୍ ମିଳିଛି । ତେବେ ଷଷ୍ଠ ରାଉଣ୍ଡ ସୁଦ୍ଧା ୧୫ହଜାର ୭୫୧ ଭୋଟରେ ବିଜେଡି ଆଗରେ ରହିଛି ।


ପଞ୍ଚମ ରାଉଣ୍ଡରେ ବି ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୬ହଜାର ୪୩୫ ଭୋଟ୍ ମିଳିଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୦୬୮ ଭୋଟ୍ ମିଳିଛି । ସେହିପରି କଂଗ୍ରେସର ତରୁଣ ପାଣ୍ଡଙ୍କୁ ୩୨୯ ଭୋଟ୍ ମିଳିଛି । ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୧୩ହଜାର ୫୪୫ ଭୋଟରେ ଆଗରେ ରହିଛି ।

ବାଚସ୍ପତିଙ୍କ ପରେ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ: ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା

 ବାଚସ୍ପତିଙ୍କ ପରେ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ: ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା

ରାଜ୍ୟମନ୍ତ୍ରୀ ମଣ୍ଡଳରେ ବଡ଼ଧରଣର ବଡ଼ ହଲଚଲ---





 

ଭୁବନେଶ୍ବର: ସବୁଠୁ ବଡ଼ ଖବର। ବରଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଛନ୍ତି। ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ନୂତନ ବାଚସ୍ପତି ମଧ୍ୟ ନିଯୁକ୍ତି କରାଯିବ ବୋଲି ଜଣାପଡ଼ିଛି। ତେବେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ’ଣ ପରିବର୍ତ୍ତନ ଘଟୁଛି ତାହା ଏବେ ଦେଖିବାକୁ ବାକି ରହିଛି।


ବିକ୍ରମ କେଶରୀ ଆରୁଖ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି  ବୋଲି କହିଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କେଉଁ କାରଣ ପାଇଁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ତାହା ଜଣାପଡ଼ି ନାହିଁ।


୨୦୨୪ ନିର୍ବାଚନ ପୂର୍ବରୁ ବଡ ଧରଣର ଅଦଳବଦଳ କରିବେ କି ସରରକାର? କାହିଁକି ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ମନ୍ତ୍ରୀ । ମନ୍ତ୍ରୀମାନଙ୍କ ଇସ୍ତଫା ଏକ ବଡ ଧରଣର ହଲଚଲ ହେବାକୁ ଦର୍ଶାଉଛି । ବିକ୍ରମ କେଶରୀ ଆରୁଖ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି ।

ଛାତରେ ଧକ୍କା ହେଲା ଭାରତୀୟ ସେନାର MIG-21

 ଛାତରେ ଧକ୍କା ହେଲା ଭାରତୀୟ ସେନାର MIG-21 ବିମାନ; ଦୁଇ ଜଣ ମହିଳା ମୃତ; ଗୁରୁତର ଅବସ୍ଥାରେ ପାଇଲଟ୍‌ ହସ୍ପିଟାଲରେ ଭର୍ତ୍ତି---






ନୂ୍ଆଦିଲ୍ଲୀ,୦୮/୦୫: ଭାରତୀୟ ସେନାର ମିଗ୍‌-୨୧ ଲଢ଼ୁଆ ବିମାନ ସୋମବାର ସକାଳେ ରାଜସ୍ଥାନର ହନୁମାନଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସୁରତଗଡରୁ ଉଡ଼ାଣ ଭରିଥିଲା। ପାଇଲଟ୍ ଆକାଶଛତା ସାହାଯ୍ୟରେ ବିମାନରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ। ତେବେ ହେଲିକପ୍ଟରଟି ଏକ ଘରର ଛାତ ଉପରେ ଖସିପଡିବାରୁ ଏଥିରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ବାୟୁସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।


ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଷ୍ଟେସନର ‌ଥାନା ଅଧିକାରୀ କହିଛନ୍ତି ଯେ, ପାଇଲଟଙ୍କୁ ଏୟାରଲିଫ୍ଟ କରାଯାଇଛି। ପାଇଲଟଙ୍କ ପାଇଁ ବାୟୁସେନାର Mi 17 ପଠାଯାଇଛି। ତେବେ ଯେଉଁ ଛାତରେ ମିଗ୍-୨୧ ଦୁର୍ଘଟଣା ହୋଇଛି, ​​ସେଠାରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଦୁଇଜଣ ମହିଳାଙ୍କୁ ଡାକ୍ତରଖାନା ପଠାଯାଇଛି।



ଚଳିତ ବର୍ଷ କେତେ ବିମାନ ଦୁର୍ଘଟଣା ହେଲାଣି:


ସୂଚନାଥାଉକି, ଏହି ଦୁର୍ଘଟଣା ପୂର୍ବରୁ ଜାନୁଆରୀ ମାସରେ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ଦୁଇଟି ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ ଏସୟୁ -୩୦ ଏବଂ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ପାଇଲଟ ପ୍ରାଣ ହରାଇଥିଲେ। ଗୋଟିଏ ବିମାନ ମଧ୍ୟପ୍ରଦେଶର ମୋରେନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ଦୁର୍ଘଟଣାଗ୍ରସ୍ତ ହୋଇ ରାଜସ୍ଥାନର ଭରତପୁରରେ ଅବତରଣ କରିଥିଲା। ଏଥି ସହିତ ଗତ ସପ୍ତାହରେ ଜାମ୍ମୁ କାଶ୍ମୀରର କିସ୍ବଓ୍ବାର୍ଡ ଜିଲ୍ଲାରେ ଏକ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏପ୍ରିଲରେ କୋଚିରେ ଆଉ ଏକ ଦୁର୍ଘଟଣା ଘଟିଥିଲା ​​ଯେତେବେଳେ କୋଷ୍ଟଗାର୍ଡ ହେଲିକପ୍ଟର ଟ୍ରେନିଂ ସମୟରେ ଅବତରଣ କରୁଥିଲେ।

ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲ୍‌ଫି ନେବା ପଡ଼ିଲା ମହଙ୍ଗା, ସସ୍‌ପେଣ୍ଡ୍ ହେଲେ ଫାର୍ମାସିଷ୍ଟ---

ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲ୍‌ଫି ନେବା ପଡ଼ିଲା ମହଙ୍ଗା, ସସ୍‌ପେଣ୍ଡ୍ ହେଲେ ଫାର୍ମାସିଷ୍ଟ---



ବାରିପଦା : ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବଳୟ ଭେଦି ମହାମହିମଙ୍କ ହେଲିକପ୍ଟରରେ ବସି ଫଟୋ ଉଠାଇଲେ ଫାର୍ମାସିଷ୍ଟ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କଲେ। ଏବେ ତାଙ୍କୁ ଏହା ମହଙ୍ଗା ପଡ଼ିଛି। ମୟୂରଭଞ୍ଜ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ(ସିଡିଏମଓ) କାର୍ଯ୍ୟାନୁଷ୍ଠାନ ନେଇ ଉକ୍ତ ଫାର୍ମାସିଷ୍ଟକୁ ସସପେଣ୍ଡ କରିଛନ୍ତି। ଫାର୍ମାସିଷ୍ଟ ଜଣକ ହେଉଛନ୍ତି ଯଶୋବନ୍ତ ବେହେରା। ଜାମୁକେଶ୍ଵର ହସ୍ପିଟାଲରେ ସେ କାର୍ଯ୍ୟରତ ଥିଲେ।

ମୟୁରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪ ଶହ ସିନିୟର ଅଫିସର ,୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ୫ ତାରିଖ ଦିନ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଅସ୍ଥାୟୀ ହେଲିପ୍ୟାଡରେ ପହଁଞ୍ଚିଥିଲେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ ।


ହେଲିପ୍ୟାଡ୍ ଡ୍ୟୁଟିରେ ଥିବା ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଆସିଥିବା ୩ ଟି ହେଲିକ୍ୟାପ୍ଟରରୁ ଗୋଟିଏ ସହ ସେଲ୍‌ଫି ନେଇଥିଲେ । ଏହାକୁ ନିଜ ଫେସବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ତେବେ ସୁରକ୍ଷା ବଳୟ ଭେଦି କିପରି ଫାର୍ମାସିଷ୍ଟ ହେଲିକପ୍ଟର ସହ ଫଟୋ ଉଠାଇଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଥିଲା। ବିବାଦ ଘନେଇବା ପରେ ମୟୂରଭଞ୍ଜ ସିଡିଏମଓ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣା ନେଇ ଫାର୍ମାସିଷ୍ଟ ଯଶୋବନ୍ତ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସ୍ମୃତି ଭାବରେ ରଖିବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ଯବାନମାନଙ୍କୁ ପଚାରି ଫଟୋ ଉଠାଇଛି ।

Monday, May 8, 2023

ଶିବ ପୁରାଣ

 🌹🌹🌹ଶିବ ପୁରାଣ 🌹🌹🌹


           ପ୍ରଥମ ଖଣ୍ଡ 

         【ଭାଗ -୪୪】                            ╚⏤⏤⏤⏤╗❀╔⏤⏤⏤⏤╝   




#ଆଦିଶକ୍ତିଙ୍କର_ପ୍ରାଦୁର୍ଭାବ ।

===================

ବ୍ରହ୍ମା କୁମର କହିଲେ -ହେ ଋଷିଗଣ !ଏହାପରେ ଆନ ଗାଥା ଶୁଣ ।

ଶିବଙ୍କର ତାଣ୍ଡବରେ ପୃଥିବୀ କମ୍ପିଲା  ।ବସୁମତୀ ର ମୁଖରୁ ରକ୍ତ  ବହିଲା । ବସୁମତୀ ଆକୁଳ ରେ  ଥରହର ହୋଇ କାନ୍ଦିଲା । ଏକାଗ୍ର ଚିତ୍ତରେ ବିଷ୍ଣୁ ଙ୍କୁ ସ୍ମରଣା କଲା  ।କମଳା ରମଣ ବସୁମତୀ ର ଦୁଃଖ ଜାଣି ତା ନିକଟରେ ପ୍ରବେଶ ହେଲେ ଓ କହିଲେ -ଗୋ ବସୁମତୀ !ତୁମେ ଭାବନା କିଛି କର ନାହିଁ  ।ତୁମେ ଶୀଘ୍ର ଆଦ୍ୟାଶକ୍ତି ଙ୍କୁ ସ୍ମରଣା କର  ।ଆଦ୍ୟାଶକ୍ତି ଙ୍କ ବିନା  ଆଉ କାହାର ଶକ୍ତି ନାହିଁ ଯେ ତୁମ ଦୁଃଖ ଶୁଣିବ  ।ଆଦ୍ୟାଶକ୍ତି ହିଁ ଶିବଙ୍କ ନୃତ୍ୟ କୁ ବନ୍ଦ କରି ପାରିବେ । ଜଗତ ଜନନୀ ମାତା ଭବାନୀ ଅଟନ୍ତି । ଯୋଗମାୟା ,ଯୋଗରୁପା  ଆଦ୍ୟା ସନାତନୀ ସେ । ତାଙ୍କ ପାଦରେ ତୁମେ ଭକ୍ତି କର । ତାଙ୍କୁ ଦେଖି ମହେଶ୍ବର ଶାନ୍ତି ହେବେ  ।


ବିଷ୍ଣୁ ଭଗବାନ ଙ୍କ ଠାରୁ ବସୁମତୀ ଏହା ଶୁଣି ବିଷ୍ଣୁଙ୍କୁ ନମସ୍କାର କଲା

ଓ କହିଲା ହେ ପ୍ରଭୁ !ଆପଣ ବ୍ରହ୍ମାଣ୍ଡ ର କର୍ତ୍ତା ଅଟନ୍ତି । ତୁମ ଆଜ୍ଞାରେ ମୁଁ ମୁଣ୍ଡରେ ମେଦିନୀ ବୋହି ଅଛି । ତୁମ ଆଜ୍ଞାରେ ଚଉଦ ବ୍ରହ୍ମାଣ୍ଡ ଚଳୁଛି । ତେଣୁ ତୁମ ପାଦତଳେ  ମୁଁ ଏହା ଜଣାଉଅଛି । ମୋ ପାଇଁ ଆପଣ ଆଦ୍ୟାଶକ୍ତି ଙ୍କୁ ଡାକନ୍ତୁ ?। ଶଙ୍ଖ ଚକ୍ରଧାରୀ ବସୁମତୀ କୁ ହଉ ବୋଲି କହିଦେଲେ ଓ ବିଷ୍ଣୁ ଭଗବାନ ଯୋଡ ହସ୍ତରେ  ଆଦି ମାତା ଙ୍କୁ ଡାକିଲେ ...ନମସ୍ତେ ଗୋ ମହାମାୟୀ  ଦୁର୍ଗତି ତାରିଣୀ , ହେ ପତିତପାବନୀ ,ହେ  ଶଙ୍କର ଘରଣୀ , ମହା ପ୍ରଳୟ ରେ ତୁମେ ନାଶ ହୁଅ ନାହିଁ । ତୁମଠାରୁ ଚତୁର୍ଦ୍ଦଶ ପୁର ଜାତ  ହୋଇଛି । ହେ ଦେବୀ ତୁମେ ସମସ୍ତ ଙ୍କୁ ଜାତ କର । ତୁମେ ଜଗତର ମାତା ଅଟ । ହେ ପରମ  ସ୍ବାଧି  ହେ ଜଗତ ଧାତ୍ରୀ !ତୁମକୁ ନମସ୍ତେ । ହେ ମହିଷାମର୍ଦ୍ଦିନୀ ! ହେ ଦୁର୍ଗେ ! ହେ କାଳୀ !ହେ କାଲରାତ୍ରୀ ! ଚଉଦ ମୁଣ୍ଡ ରକ୍ତବୀର୍ଯ୍ୟ କୁ ଆପଣ ହତ କରିଛନ୍ତି  ,ଶୁମ୍ଭ ନିଶୁମ୍ଭ କୁ  ମାରି ପୃଥିବୀ କୁ ଉଶ୍ୱାସ କରିଛ ତମେ ।ତୁମେ ଜଗତ ରକ୍ଷିଣୀ !ତୁମ୍ଭେ ଉଗ୍ରତାରା ! ତୁମ ଆଜ୍ଞା ମାନିବାରୁ ଧାତା ଲୋକେଶ ହେଲେ ଓ ସୃଷ୍ଟି ସର୍ଜନା କଲେ । ଆମେ ସର୍ଵ ଦେବ ମାନେ ତୁମ କଥା ମାନି  ଜଣ ଜଣ କରି ଜଗତ ପାଳୁଛୁ । ଏବେ ତ୍ରିପିରାସୁର କୁ ମାରି ବିଶ୍ୱନାଥ ତାହାରି ଶବ ଉପରେ ନାଚୁଛନ୍ତି । ବହୁକାଳ ହେଲାଣି ଶିବ ତାଣ୍ଡବ ନୃତ୍ୟ କରୁଛନ୍ତି ।କୋପରେ ଏହି ତାଣ୍ଡବ ମାତା । ହେ ମାତା !ତୁମେ ଶିବ ଙ୍କୁ ଶାନ୍ତି କର ?। ହେ ଆଦୀମାତା !ହେ ଭଗବତୀ ତୁମକୁ ନମସ୍ତେ । ଏବେ ଚାରିଦିଗ ରୁଦ୍ର ଙ୍କ କୋପ ରେ ଜଳୁଅଛି  ।ଭୂମି ଆଉ ସମ୍ଭାଳି ନପାରି ରସାତଳ କୁ ଯିବ । ରୁଦ୍ର ଙ୍କ ପାଦ ଭରା କୁ ପୃଥୀ ସହି ପାରୁନାହିଁ । ହେ ମାତା !ତୁମେ ପ୍ରିୟବାକ୍ୟ କହି ଶିବ ଙ୍କୁ ତୋଷ କର  


ବ୍ରହ୍ମାସୁତ କହିଲେ- ହେ ଋଷିଗଣ ! ଦାମୋଦର ଏପରି ସ୍ତୁତି କରିବାରୁ  ତାଙ୍କରି ସ୍ତୁତି ବାକ୍ୟ ମାହେଶ୍ୱରୀ ଜାଣି  ଆକାଶ ମାର୍ଗରେ ଦୃଶ୍ୟ ହେଲେ । ସେ ଜଗତ ର ମାତା ସେ ହିଁ ମାହେଶ୍ୱରୀ  ।ଶୁନ୍ୟରେ ବିଜେକଲେ ଦିବ୍ୟରୂପ ଧରି । ଆଦିନାରୀ ଆସିବାବେଳେ ସତେ ଯେପରି କୋଟି କୋଟି ବିଜୁଳି ଏକାଠି ହୋଇ ଆଲୁଅ ଦେଉଛନ୍ତି । ଶରଦ ଚନ୍ଦ୍ରମାକୁ ଜିଣି ଦେବୀ ଙ୍କ ମୁଖ ସୁନ୍ଦର ଦିଶୁଥାଏ ।ତା ମଧ୍ୟରେ କପାଳ ରେ ତିଳକ ବିରାଜୁଥାଏ   ।ମୁଣ୍ଡରେ ରତ୍ନ ର ମୁକୁଟ ଅତି ମନୋହର ଦେଖାଯାଉଥାଏ  କର୍ଣ୍ଣରେ ମଲ୍ଲୀଫୁଲ କଢ଼ି ଶୋଭା ପାଉ ଥାଏ  ।ହୀରା ଲୀଳା ମଣି ମୁକ୍ତା ସେଥିରେ ଜଡିତ ହୋଇ ଅଛି । ବଉଁଳି ଝଲକା ଝଲମଲ ହୋଇ ବେନି କର୍ଣ୍ଣ ରେ ଝୁଲୁଥାଏ ।ନାକରେ ନାସା ବସାଣି ଗ୍ରହରାଜ ସହିତ ସମାନ ହୋଇଥାଏ । କଣ୍ଠ ରେ କଣ୍ଠ ମାଳା  ପାଦରେ ଘଲକି   ସୁବର୍ଣ୍ଣ ପଦ୍ମର ମାଳ  ଆହୁରି ଶୋଭା କୁ ବଢ଼ାଇ ଦେଉଛି ।ହାତର ଚୁଡ଼ି ସୂର୍ଯ୍ୟ ଙ୍କ ତେଜ ଠାରୁ  ଅଧିକ ତେଜ ଦେଖା ଯାଉଛି । କଟୀରେ ମେଖଳା  ,ଚରଣରେ ନୁପୁର  ,ଆଙ୍ଗୁଳି ରେ ରତ୍ନ ମୁଦି ଚହଟୁ ଥାଏ  ସୁରଙ୍ଗିଣୀ ପାଟ ଦେବୀ ପରିଧାନ କରି ଥାଆନ୍ତି । ଅମ୍ଳାନ ବାସ ତାହାକୁ କହନ୍ତି । ସୁଲଳିତ ବିମ୍ବାଧର ମନ୍ଦ ହାସ ଶୋଭା ପାଉଥାଏ । ଏସବୁ ବେଶ ଦେଖି ଶିବ ସନ୍ତୋଷ ହେଲେ 

 ଚୌକତି ଆଲଟ ଚାମର ଉଡୁଥାଏ । ଯୁବତୀ ମାନେ ହୁଳହୁଳି ଦେଉ ଥାଆନ୍ତି ।ଆକାଶ ରୁ ପୁଷ୍ପ ବୃଷ୍ଟି ହେଉଥାଏ । କିଛି ଯୁବତୀ ଶଙ୍ଖ ନାଦ କରୁଥାନ୍ତି । ଭେରୀ ,ତୂରୀ ,ବୀଣା ବାଜୁଥାଏ । ନାରୀ ମାନେ ଜୟ ଜୟ କରୁଥାନ୍ତି  ।ଏସବୁ ଦେଖି ତ୍ରିପୁରାରୀ  ଆନନ୍ଦ ହେଲେ । ଇନ୍ଦ୍ର ଆଦି ଦେବତା ମାନେ ମାତା ଙ୍କୁ ଦେଖି ତୋଷ ହେଲେ । କୋଟି ରତି

ମୂର୍ତ୍ତି ମାତା ଙ୍କ ସହିତ ସମାନ ହେବ ନାହିଁ । ମାତାଙ୍କ ଦେଖି ବ୍ରହ୍ମା ଓ ବିଷ୍ଣୁ  ପ୍ରଣାମ କଲେ । ସ୍ୱୟଂ ଜାଗନ୍ନତା ଙ୍କୁ ଦର୍ଶନ କଲେ । ମାତା ଙ୍କୁ ଦେଖି ମହାରୁଦ୍ର ନୃତ୍ୟ ରୁ ବିରତି ରହିଲେ ।


ସନତ କହିଲେ -ହେ ଋଷିଗଣ ! ଅସୁର ଅଙ୍ଗରେ  ଶୂଳପାଣି ସ୍ଥିର ହୋଇ ବ୍ରହ୍ମାଙ୍କୁ ଚାହିଁ କହିଲେ  -ହେ ଆଦିଦେଵ !ମୁଁ ତ୍ରିଲୋକ୍ୟ ଈଶ୍ୱର ଅଟେ  ।ଆଦିଶକ୍ତି ଏଠାକୁ ଆସିଛନ୍ତି । ମୋ କାରଣ ପାଇଁ ସେ ଏଠାକୁ ଆସିଛନ୍ତି । ମୋତେ ସେ ଶାନ୍ତି କରିବା ପାଇଁ ଆସିଛନ୍ତି । ତୁମେ ଦେଖ ସେ ଗଗନ ମଣ୍ଡଳରେ ଉଭା ହୋଇଛନ୍ତି । ତୁମେ ସବୁ ଦେବତା ଜାଣିଛ ଯେ ମୁଁ ନିର୍ଗୁଣ  ଅଟେ  । ଯେଉଁ ରୂପରେ ଜୀଵ ପରମ ର ଦୂର ନାହିଁ । ସେହି ମୋର ଗୋଟିଏ ରୂପ । ମୁଁ ଯେଣୁ  ତୁମ କାର୍ଯ୍ୟ ରେ ଗୁଣବନ୍ତ ହେଲି । ତେଣୁ ସେ ମୋ ପାଖକୁ ଆସିଲେ  ସେହିଁ ସଗୁଣ ହୋଇ ଏଠାକୁ ଆସିଛନ୍ତି । ବ୍ରହ୍ମାଙ୍କୁ ଏତିକି କହି ଦିଗାମ୍ବର  ସଂଗେ ସଂଗେ ଶୂନ୍ୟ କୁ ଗମନ କଲେ । ଦେବୀ ଙ୍କ ନିକଟକୁ ଯାଇ  ନିଜ କୋଳ କୁ ଆଣିବାକୁ ହାତ ବଢ଼ାଇଲେ ।।ହାତ ବଢ଼ାଇଣ ଧରୁ ଧରୁ ତ୍ରିଲୋଚନ  ବିଜୁଳି ପରି ଅନ୍ତର୍ଦ୍ଧାନ ହୋଇଗଲେ 

।ମହାଦେବ ଆଶ୍ଚର୍ଯ୍ୟ ହୋଇ  ଚାହିଁଛନ୍ତି । ଶୂନ୍ୟ ରେ ଥାଇ ଭାରତୀ କହିଲେ  -ଆହେ ପ୍ରଭୁ  ଦେବ ଦେବ ତ୍ରିଭୁବନର ପତି ! ବିଶ୍ୱ ରଖିବାକୁ ତୁମେ ପୃଥୀ କୁ ଆସିଛ ? ତୁମ ପାଦ ପଦ୍ମ ଦର୍ଶନ  କରିବା ପାଇଁ ମୁଁ ଏଠାକୁ ଆସିଛି । ତୁମ ପାଦତଳେ ମୁଁ ଶରଣ ପଶୁଛି । ମୋହର ଗୋଟିଏ ଅନୁରୋଧ ରଖ ?ତୁମ ବିନା ମୋହର ଅନ୍ୟ ଗତି ନାହିଁ । ଯୁଗେ ଯୁଗେ ତୁମ ପାଦରେ ମୁଁ  ବନ୍ଧା ହୋଇଛି । ମୋହର ଗୋଟିଏ ମାତ୍ର ଗୁହାରି ତୁମ ପାଖରେ ପ୍ରଭୁ । ଆଉ ଅଳ୍ପ ଦିନ ଧର୍ଯ୍ୟ ଧରନ୍ତୁ ଶଙ୍କର ।ଆପଣ ମର୍ତ୍ତ୍ୟରେ ଦକ୍ଷ ଘରେ ମୁଁ ଜନ୍ମ ହେବି । ସାରା ବିଶ୍ୱ ଜାଣିବାରେ ମୁଁ ତୁମକୁ ବିବାହ କରିବି । ବର୍ତ୍ତମାନ ମୋ ଅଙ୍ଗ କୁ ତୁମେ ଯଦି ଛୁଇଁବ ତେବେ ତିନି ଭୁବନରେ ତୁମର ଅପଯଶ ହେବ ।

ସେତେବେଳେ ତୁମ ସହିତ ବିଭାଘର ହେଲେ  ସର୍ଵ ନରନାରୀ ଧନ୍ୟ ଧନ୍ୟ କହିବେ  ।ଏହା କହି ମହାମାୟୀ ଅଦୃଶ୍ୟ ହୋଇଗଲେ ।


କ୍ରମଶଃ...........


❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

ହରିବଂଶ

 🌹🌹🌹 *ହରିବଂଶ* 🌹🌹🌹

                 (ଭାଗ -୧୨୪)

✍️✍️ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମିଶ୍ର




ଶ୍ରୀକୃଷ୍ଣଃ ଶରଣଂ ମମାଷ୍ଟକମିଦଂ ପ୍ରୋତ୍ଥାୟ ଯଃ ସମ୍ପଠେତ୍ ସ ଶ୍ରୀଗୋକୁଲନାୟକସ୍ୟ ପଦବୀ ସଂୟାତି ଭୂମୀତଲେ । ପଶ୍ୟତ୍ୟେବ ନିରନ୍ତରଂ ତରଣିଜାତୀରସ୍ଥକେଲୀ ପ୍ରଭୋଃ ସମ୍ପ୍ରାପ୍ନୋତି ତଦୀୟତାଂ ପ୍ରତିଦିନଂ ଗୋପୀଶତୈରାବୃତାମ୍ ।।


#ଅକ୍ରୁରର_ଗୋପ_ଯାତ୍ରା🌹🌹

*******************


ଅକ୍ରୁର ହୃଦୟରେ ସୁନାର ମାଳ ପିନ୍ଧିଲା ।ଲକ୍ଷ୍ୟଥାଏ କିପରି ଭଗବାନ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରିବି ?ଦର୍ଶନ କରିବା ପାଇଁ  ଅକ୍ରୁର ଭାବରେ ଭୋଳ ହୋଇ ଯାଉଥାଏ ।ପ୍ରଥମେ ସର୍ଵ ମଙ୍ଗଳା ଙ୍କ ନାମ ଉଚ୍ଚାରଣ କରିବା ପରେ ଅକ୍ରୁର ଗୋବିନ୍ଦ ,ଗୋବିନ୍ଦ ବୋଲି କହିବାରେ ଲାଗିଲା ।ଦଧିବାମନ  ନାମ କୁ ସ୍ମରଣ କରୁଥାଏ ଅକ୍ରୁର ।ଶେଷରେ ଶ୍ରୀକୃଷ୍ଣଙ୍କ ନାମ ଧରି ଅକ୍ରୁର ରଥ ଉପରେ ବସିଲା ।ରଥ ଉପରେ ବସି ଆଦିତ୍ୟ 

ଙ୍କୁ ସ୍ମରଣା କଲା ଓ କହିଲା ହେ ଦିନମଣି ମୋର ବାଞ୍ଛା ପୂର୍ଣ୍ଣ କରନ୍ତୁ ?ମୁଁ ଯେପରି ରାମ ଗୋବିନ୍ଦଙ୍କୁ ଭେଟିବି ସେଥିପାଇଁ ମୋତେ କୃପା କର ପ୍ରଭୁ !ନନ୍ଦର ନନ୍ଦନ ମୋତେ ସଦୟ ହୁଅନ୍ତୁ ଏଥିପାଇଁ ହେ ଆଦିତ୍ୟ ମୁଁ ତୁମକୁ ପ୍ରଣାମ କରୁଛି ।ଗଗନ ବିହାରୀ ଙ୍କୁ  ଅକ୍ରୁର ପ୍ରଣିପାତ କଲା ।ଶ୍ରୀରାମ ଭଗବାନଙ୍କୁ ମନ ଭିତରେ ଡାକି ଡାକି ରଥ ଉପରେ ଅକ୍ରୁର ବସିଲା ।


 ଅକ୍ରୁର ରଥରେ ବସି ପ୍ରଭୁ ଦାମୋଦର ଙ୍କ ନିକଟରେ ଶରଣ ପଶି ମଥୁରା କଟକ ରୁ ବାହାରିଲା ।ଯମୁନା ନଦୀ ନିକଟ ରେ ରଥ ରହିଲା ।ରଥ କୁ ନୌକା ସାହାଯ୍ୟ ରେ ଅକ୍ରୁର ପାରି କଲା ।ଯମୁନା ନଦୀ ଆର ପାଖକୁଯାଇ ଅକ୍ରୁର ବାଟରେ

ଦେଖିଲା ...


       ବାଟେ ଦେଖିଲା ବାଲିକୁଦ

      , ପଡିଛି ଗୋବିନ୍ଦର ପାଦ ।

        ଧ୍ଵଜ ଅଙ୍କୁଶ ପଦ୍ମଚିହ୍ନ 

       ଦେଖି ସାନନ୍ଦ କଲା ମନ ।

       ରଥୁଁ ପଡିଲା ବେଗେ ଡେଇଁ 

        କହଇ କୃଷ୍ଣ ତ୍ରାହି ତ୍ରାହି ।

        ପାଦ ପଙ୍କଜ ଚିହ୍ନ ଧୂଳି 

        ଅକ୍ରୁର ଶିରେ ବେଗେ ବୋଳି ।

         ଲୋଟଇ ପାଦ ଚିହ୍ନ ପରେ 

         ତାଡଇ ବେନି ଭୁଜ ଶିରେ .....(ଭାଗବତ )


ଯମୁନା ନଦୀକୁ ପାର ହୋଇ ଅକ୍ରୁର ଗୋପପୁରରେ ପ୍ରବେଶ କଲା ଓ କହିଲା ହେ ପ୍ରଭୁ ହୃଷୀକେଶ ମୋତେ ତ୍ରାହି କରନ୍ତୁ ! ,ତୁ ଯଦି ପ୍ରଭୁ ଅନ୍ତର୍ଯ୍ୟାମୀ  ଦୁଃଖ ଓ ବିପଦରୁ ମୋତେ ନିଶ୍ଚିତ ପାରି କରିବୁ ?।ପ୍ରଭୁ ତୋହର ମହିମା ଦେବତା ମାନଙ୍କୁ ଅଗୋଚର ।ମୁଁ ଆପଣଂକ ମହିମା ବର୍ଣ୍ଣନା କରିବାକୁ ଅକ୍ଷମ ।ତୁହି ସର୍ଵଘଟ ର କର୍ତ୍ତା ।ଏମିତି କହି ଅକ୍ରୁର ଭଗବାନ ଶ୍ରୀକୃଷ୍ଣ ଙ୍କୁ ମନେ ମନେ ପ୍ରଣିପାତ କଲା ।ଗୋପପୁରରେ ପ୍ରବେଶ କରି ଅକ୍ରୁର ରଥରେ ବସି ଭାବିଲା  ,ରାମ ଓ ଗୋବିନ୍ଦ ଦୁଇ ଭାଇଙ୍କୁ ଜନ୍ମ  ହେଲା ଦିନରୁ ମୁଁ ତାଙ୍କୁ ଦେଖିନାହିଁ ?କୋଉଠି ଥିବେ ଓ କିପରି ସେହି ଦୁଇ ଭାଇ ଙ୍କ ସ୍ୱରୂପ ମୁଁ ତାହା ଜାଣି ନାହିଁ ?ଏମିତି ଚିନ୍ତା କରୁଥାଏ ରଥରେ ବସି ଅକ୍ରୁର ।


ଗୋପପୁରରେ ରଥକୁ ଦେଖି ଗୋପପୁଅ ମାନେ ରଥ ନିକଟକୁ ଆସି ରୁଣ୍ଡ ହେଲେ । ଗୋପପୁଅ ମାନଙ୍କୁ ଦେଖି ଅକ୍ରୁର ରଥରୁ ଓହ୍ଲାଇ ପଡିଲେ ।ଗୋପ ପୁଅ ମାନଙ୍କୁ ପଚାରିଲେ ଅକ୍ରୁର !ରାମ ଓ ଶ୍ରୀକୃଷ୍ଣ ଭଗବାନ କେଉଁ ସ୍ଥାନରେ ଅଛନ୍ତି ମୋତେ କୁହ ଗୋପପୁଅ ମାନେ ?।


        ଅକ୍ରୁର ବୋଇଲା ଆହେ ଗୋପପୁଅ ମାନ 

         କେଉଁ ସ୍ଥାନରେ ଅଛନ୍ତି ରାମ ଭଗବାନ ।


ଗୋପପୁଅ ଙ୍କୁ ଅକ୍ରୁର କହିଲେ ମୋତେ ନେଇ ରାମ ଗୋବିନ୍ଦ ଙ୍କୁ ଦେଖାଇ ଦିଅ ?।ମୁଁ ତାଙ୍କୁ ମୋ ଆଖିରେ ରାମ ,ଗୋବିନ୍ଦଙ୍କୁ ଦେଖିବି ?ଅକ୍ରୁର କଥା ଶୁଣି ଗୋପପୁଅ ମାନେ କହିଲେ ଏହି କିଛି ସମୟ ହେଲା ଏଠାରେ ସେ ଦୁଇ ଭାଇ ଥିଲେ ମାତ୍ର ଏବେ ସେ ଗୋଗୋଷ୍ଠ କୁଗାଈ ଦୁହିଁବା ପାଇଁ  ଚାଲିଗଲେଣି ?।ଗୋପପୁଅଙ୍କ କଥା ଶୁଣି ଅକ୍ରୁର ଚିନ୍ତା କଲା ଭଲ ହେଲା ମୁଁ ଏକୁଟିଆ ପ୍ରଭୁ ଚକ୍ରଧରଙ୍କୁ ଭେଟିବି !।


         ସେମାନଙ୍କ ବଚନ ଯେ ଶୁଣିଣ ଅକ୍ରୁର 

         ବୋଇଲା ଏକାନ୍ତେ ଭେଟିବଇଁ ଚକ୍ରଧର ।


 ଅକ୍ରୁର ଙ୍କ ରଥକୁ କିଛି ଗୋପପୁଅ ଜଗି ରହିଲେ ।ଅକ୍ରୁର

ଆଗେଇ ଚାଲିଲେ ଗୋଗୋଷ୍ଠ ଅଭିମୁଖେ ।ଭଗବାନ ଶ୍ରୀକୃଷ୍ଣଙ୍କୁ 

ପାଇବେ ବୋଲି ଭାବି ଅକ୍ରୁର ଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଗଡି ପଡୁଥାଏ ।ଓଦା ହେଇ ଯାଉଥାଏ ଆଖି ! ।ଗୋଷ୍ଠ  ମଧ୍ୟରେ ପ୍ରବେଶ କଲେ ଅକ୍ରୁର ।ଅକ୍ରୁର ଦେଖିଲେ ଦୁଇ ଭାଇଙ୍କୁ ଗୋଷ୍ଠ ରେ !ମାତ୍ର କିଏ ରାମ ଓ କିଏ କୃଷ୍ଣ ସେ ଚିନ୍ହି ପାରିଲେ ନାହିଁ ?


          ନୟନେ ଦେଖିଲା ତହିଁ ଛନ୍ତି ବେନି ଭାଇ 

           ରାମ କୃଷ୍ଣଙ୍କୁ ସେହୁ ଚିନ୍ହି  ନ ପାରଇ ।


ଅକ୍ରୁର ଦୂରରୁ ଥାଇ ଦେଖିଲେ ଦୁଇ ଭାଇ ଗାଈ ମାନଙ୍କର ନାମ ଧରି ଡାକୁଛନ୍ତି ।ବଉଳା ,ନନ୍ଦିନୀ , କମଳା ,ସୁରଭୀ , ତିଳୋତ୍ତମା , ମାଧବୀ ,ଶ୍ୟାମଳୀ  ,ବଲ୍ଲଭୀ ,ଏହିପରି ଗାଈ ମାନଙ୍କ ନାମ ଧରି  ଡାକୁଥିବାର ଅକ୍ରୁର ଦେଖିଲେ ।ପୁନଶ୍ଚ ଦେଖିଲେ  ଗାଈ ମାନେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛନ୍ତି ।ଜଣେ ବାଳକ ବାଛୁରୀ ଧରି ଆସୁଛି !ହାତରେ ଦୁଗ୍ଧ ଦୁହିଁବାର ପାତ୍ର ଅଛି ! ସେହି ପାତ୍ର କୁ ନେଇ ଗାଈଙ୍କ ଠାରୁ ଦୁଗ୍ଧ ଦୁହିଁବାର ଲାଗିଲେ।ତଥାପି ଅକ୍ରୁର କିଏ କୃଷ୍ଣ କିଏ ବଳରାମ ଚିନ୍ହି ପାରିଲେ ନାହିଁ ?।ଦୁଇ ଭାଇ ଏକା ଭଳି ଦେଖା ଯାଉଥାଆନ୍ତି ।


ବିସ୍ମିତ ଓ ବିମୁଗ୍ଧ ନୟନରେ ଅପେକ୍ଷା କରି ଚାହିଁ ରହିଥାଆନ୍ତି ଅକ୍ରୁର !ଓ ମନେ ମନେ ଗୋଗୋଷ୍ଠ ଭିତରେ ରହି ଭାବୁଥାନ୍ତି  ଯେ "ମୋ ଜୀବନ ସାର୍ଥକ ହୋଇଯିବ ଯଦି ମୁଁ ନିଜେ ଆଖିରେ ମଦନ ଗୋପଳ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରେ ।ଗୋପପୁର ରେ ପ୍ରତ୍ୟକ୍ଷ ପରଂବ୍ରହ୍ମ ଅବତାର କରିଛନ୍ତି ସେହି ଜଗତ ମୋହନଙ୍କର ପଟାନ୍ତର ନାହିଁ ? ।ଚାହିଁ ରହିଥାଏ ଅକ୍ରୁର ଦୁଇ ଭାଇଙ୍କୁ ଗୋଗୋଷ୍ଠରେ।ଅକ୍ରୁର ପୁନଶ୍ଚ ଦେଖିଲେ 


ତାଳୁରେ ଚୁଳ ତାଙ୍କର ଶିଖି ପୁଚ୍ଛ ଶୋହେ ,

ଲଲାଟେ କସ୍ତୁରୀ ଚିତା ଜଗଜ୍ଜନ ମୋହେ ।

ହସ୍ତରେ ଶୋଭା ପାଉଛି ବଳୟ କଙ୍କଣ,

 ଗୋ ଦୋହନ କରନ୍ତେଣ ବାଜେ ରୂଣଝୁଣ ।

କଟୀତଟେ ପୀତବାସ ଦିଶେ ସୁଶୋଭନ,

 ଅରୁଣ ଜ୍ୟୋତି ପରାୟେ ଦିଶୁଛି ବଦନ ।”


କଳା ମୁହଁକୁ ଆଖି ଦୁଇଟି ବହୁତ ସୁନ୍ଦର ଦେଖା ଯାଉଥିଲା  ସତେ ଯେପରି ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଓ ଚନ୍ଦ୍ର  ପ୍ରକଟ ହୋଇଛନ୍ତି ।ନୀଳଜୀମୁତ ପରି ତେଜ ,କର୍ଣ୍ଣରେ କୁଣ୍ଡଳ ହୃଦୟରେ ଜ୍ୟୋତି ସଦୃଶ ମାଳ ଏହିପରି ଭାବେ ରେ ଜଣେ ବାଳକ ଓ ମସ୍ତକରେ ସପ୍ତଫେଣୀ  ,ଧବଳ ଜ୍ୟୋତି କାନ୍ତି ,ଧବଳ ରୂପ ,ଧବଳ କମଳ ପରି ଡୋଳା ,କଟି ତଟରେ ନୀଳପଥ ବେଣୀ ପରି ବନ୍ଧ , ଶ୍ରୀମୁଖ ପୂର୍ଣ୍ଣିମା ର ଚାନ୍ଦ ପରି ,ଭୁଜରେ କଙ୍କଣ ,କର୍ଣ୍ଣରେ କୁଣ୍ଡଳ  ,ପାଦରର ରତ୍ନ କଠଉ  ସହ ହୀରା , ନୀଳା, ମାଣିକ୍ୟ  ରେ ଭୂଷିତ ହୋଇ  ଥାଆନ୍ତି ପ୍ରଭୁ ହଳଧର । 


ଦୁଇ ଭାଇଙ୍କ ରୂପ ,ବେଶ  ଓ ଠାଣି ଏକା ପ୍ରକାର ।ଦ୍ଵନ୍ଦରେ ପଡିଗଲେ ଅକ୍ରୁର ।କିଏ ଶ୍ରୀକୃଷ୍ଣ କିଏ ସଂକର୍ଷଣ ତଥାପି ଜାଣି ପାରିଲେ ନାହିଁ ? । ଭଗବାନ ଶ୍ରୀକୃଷ୍ଣ ଅକ୍ରୁରଙ୍କ ମନ କଥା ଜାଣିଲେ ।ଗାଈ ଦୁହାଁ ଚାଲିଥାଏ ....


ସେତିକିବେଳେ ଶ୍ରୀକୃଷ୍ଣଙ୍କର ବନ୍ଧା ହୋଇଥିବା କେଶ ଫିଟିଗଲା ।

“ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା ଚତୁର୍ଭୁଜ ହେଲେ ଅନନ୍ତ ।"

 ଅକ୍ରୁର ସ୍ତମ୍ଭୀଭୂତ ହେଲେ । ଦୁଇ ହାତରେ ଗାଈ ଦୁହାଁ ଚାଲିଛି । କନ୍ଧ ଦେଶରୁ ଆଉ ଦୁଇଟି ହସ୍ତ ବାହାରି ଫିଟି ପଡ଼ିଥିବା କେଶକୁ ବନ୍ଧନ କଲେ ।ଆହା , କି ଦିବ୍ୟ ଅନୁଭବ ସେ ଚତୁର୍ଭୁଜ ଦର୍ଶନର ! ବିହ୍ୱଳିତ ଅକ୍ରୁରଙ୍କର ଚିହ୍ନିବା ପାଇଁ ଆଉ କଣ ବାକି ଥିଲା ?


        ବଉଳା ,ନନ୍ଦିନୀ ଆଉ କମଳା  ସୁରଭି

         ତିଲୋତ୍ତମା ମାଧବୀ ଯେ ଶ୍ୟାମଳି ବଲ୍ଲଭି


ଏହି ଗାଈ ମାନଙ୍କୁ ଦୋହନ କରିବା ପରେ ଦୁଗ୍ଧ ପାତ୍ରରେ ଦୁଗ୍ଧ ରଖି ଦେଇ  ଭଗବାନ ଶ୍ରୀକୃଷ୍ଣ ଓ ହଳଧର ଉଭୟ ଆସି ଅକ୍ରୁର

ଙ୍କ ନିକଟରେ ଛିଡା ହେଲେ ।ଅକ୍ରୁର  ଦେଖି ବାକୁ ପାଇଲେ ଭଗବାନ ଙ୍କର ଅପୂର୍ଵ ମୂର୍ତ୍ତି ଦ୍ୱୟଙ୍କୁ ।ଅକ୍ରୁର ଆଉ ଠିଆ ହୋଇ ରହି ପାରିଲେ ନାହିଁ ?ପ୍ରଭୁଙ୍କ ପାଦତଳେ ହାତ ଯୋଡି ଆଣ୍ଠେଇ ପଡିଲେ ।


 ଅଭୟ ପାଦେ ଶିର ଦେଇ 

ପଡିଲା ଦଣ୍ଡ ପ୍ରାୟ ହୋଇ ।

ନୟନ ଯୁଗୁଁ ବହେ ନୀର 

 କଣ୍ଠ ହୋଇଲା ଶୋକଭର  

ପୁଣି ଉଠିଲା ଭାବଭରେ, 

ପଡିଲା ରାମଙ୍କ ପୟରେ  ।...(ଭାଗବତ)


ଅକ୍ରୁର କହିଲେ ପ୍ରଭୁ , ତ୍ରାହିକର , ତ୍ରାହି କର ।କୋଟି ଜନ୍ମର ତପସ୍ୟାର ଫଳରେ ଆଜି ଏ ଦୁର୍ଲଭ ଦର୍ଶନ ମୋତେ ପ୍ରାପ୍ତ ହେଲା ।


              ଅନେକ ଜନ୍ମର ମୋର ପାପମାନ ଥିଲା 

               ତୋତେ ଦରଶନ କରୁ ତାହା ପାରଗଲା ।

Sunday, May 7, 2023

ଅନ୍ଧାର ଭିତରରେ ଅନ୍ଧାରକୁ ଏମିତି କହିଲେ ରାଷ୍ଟ୍ରପତି

 ଅନ୍ଧାର ଭିତରରେ ଅନ୍ଧାରକୁ ଏମିତି କହିଲେ ରାଷ୍ଟ୍ରପତି---




ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବି ଥକି’, ମୁଦିବା ଆଗରୁ ଆଖି। ମହାମହିମ ରାଷ୍ଟ୍ରପତିଙ୍କ ଏ ସମ୍ବୋଧନ କେବଳ ଅନ୍ଧାରକୁ ଥିଲା  । ଆଉ ଅନ୍ଧକାର ଭିତରୁ ଆଲୋକ ବର୍ତ୍ତିକା ଭଳି ମହାମହିମଙ୍କ ଏ କଥା ଶୁଣି ତାଳିରେ କମ୍ପିଥିବା ସମଗ୍ର ଅଞ୍ଚଳ, ସମଗ୍ର ଅଡିଟୋରିଅମ୍‌। 


ଦୃଶ୍ୟ ନିଶ୍ଚିତ ଭାବେ ଅଭାବନୀୟ ଥିଲା । ହେଲେ, ଏଇ ଅନ୍ଧକାର ଭିତରୁ ସବୁଠାରୁ ଶୋଭନୀୟ ବାଣୀ ଥିଲା ମହାମହିମ ରାଷ୍ଟ୍ରପତିଙ୍କର। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍। ପାୱାର ଟ୍ରିପ୍ ଯୋଗୁ ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏ ଦୀର୍ଘ ୯ ମିନିଟ ପାଇଁ ଲାଇନ୍ କଟିଗଲା।


ରାଷ୍ଟ୍ରମୁଖ୍ୟଙ୍କ ଅଭିଭାଷଣ ବେଳେ ଏଭଳି ଘଟିବା ନିଶ୍ଚିତ ଭାବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ପ୍ରଦର୍ଶନ କଲା। କିନ୍ତୁ ମହାମହିମ ପରିସ୍ଥିତିକୁ ସମ୍ଭାଳି ନେଲେ। ଅନ୍ଧାରକୁ ଦେଖି ନିଜ ଅଭିଭାଷକୁ ସ୍ତବ୍ଧ ନ କରି ଅନ୍ଧାରକୁ ସମ୍ଭାଷଣ କଲେ।


‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବି ଥକି’, ମୁଦିବା ଆଗରୁ ଆଖି।'

ରାଷ୍ଟ୍ରପତି ମହୋଦୟା ଏ କଥା କହିଲା ବେଳେ ଲାଗୁଥିବା ଜଣେ ମଣିଷ କେତେ ସାଧାରଣ ହୋଇପାରେ। କେତେ ମାଟି ମନସ୍କ ହୋଇପାରେ। ଏ ତାଳି ଭିତରୁ ବାରି ହୋଇ ପଡୁଥିବା ତାଙ୍କ ପ୍ରତି ସମସ୍ତଙ୍କ ମନର ଆବେଗ। ଅନ୍ଧାରକୁ ଦେଖିଥିବା ମଣିଷ ହିଁ ଆଲୁଅକୁ ବୁଝିପାରେ। ଠଉରେଇପାରେ ଆଲୁଅର ବାସ୍ତବ ଅର୍ଥକୁ। ନିଜ ଜୀବନରେ ଅନେକ ଦୁଃସ୍ଥିତି ଦେଖିଥିବା ଆମ ମହାମହିମଙ୍କ ପାଖରୁ ପୁତ୍ର, ପତିର ସୁଖ ଛଡେଇ ନେଇଥିବା ସମୟ ଦିନେ ତାଙ୍କ ଜୀବନକୁ ଅନ୍ଧକାରାଛନ୍ନ କରିଥିଲା। ଆଉ ଆଜି ଦେଶର ସବୋର୍ଚ୍ଚ ଆସନରେ ବସାଇ ଆଲୁଅର ଅର୍ଥକୁ ପ୍ରାଜ୍ଞଳ ଭାବେ ବୁଝାଇ ଦେଲା।


ମହାମହିମଙ୍କ କଥାକୁ ହୁଏତ ଆମେ ଏମିତି ଢଙ୍ଗରେ ଗ୍ରହଣ କରିନେବା। ହେଲେ ଏଭଳି ତ୍ରୁଟି ପାଇଁ ସମାଲୋଚନାର ସରବ୍ୟ ହେବେ ରାଜ୍ୟ ସରକାର। ଯଦି ଦେଶର ମୁଖ୍ୟଙ୍କ ସଭାରେ ଏଭଳି ଅଘଟଣ ଘଟୁଛି, ଅନ୍ୟ କଥା ଆଉ କ'ଣ କହିବା। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ବୀକାର କରିଛି। ତେବେ ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି

Saturday, May 6, 2023

ସୁଦାନ ର ସମସ୍ୟା

 ଆଜି ସୁଦାନର ଲୋକମାନଙ୍କର ସମସ୍ୟା 



ରାଜନୈତିକ ଉତ୍ତେଜନା ଏବଂ ଅସ୍ଥିରତା |


ଅକ୍ଟୋବର 2021 ରେ ସାମରିକ ପୁଲୱାମା ଆକ୍ରମଣ ପରେ ସୁଦାନ ଏକ ଜେନେରାଲ ପରିଷଦ ଦ୍ୱାରା ପରିଚାଳିତ |  ଜୁଲାଇ 2022 ରେ, ସୈନ୍ୟ ବାହିନୀର ଜନସାଧାରଣଙ୍କ ଅବିଶ୍ୱାସକୁ ଦୃଷ୍ଟିରେ ରଖି, ସୁଦାନ ରାଜ୍ୟ ମୁଖ୍ୟ ଘୋଷଣା କରିଥିଲେ ଯେ ସେ ରାଜନୈତିକ କଥାବାର୍ତ୍ତାରୁ ଓହରିଯିବେ ଏବଂ ଏକ ବୈଷୟିକ କ୍ୟାବିନେଟ ଗଠନକୁ ସମର୍ଥନ କରିବେ।  କିନ୍ତୁ ବର୍ତ୍ତମାନର ହିଂସା ସାଧାରଣ ନାଗରିକ ଶାସନ ଆଡକୁ ଏହି ପରିବର୍ତ୍ତନର ଅଂଶ ଭାବରେ ସୈନ୍ୟବାହିନୀରେ ଆରଏସଏଫର ଏକୀକରଣକୁ ନେଇ ମତଭେଦ ସୃଷ୍ଟି କରିଥିଲା।


ଟୋଜୋମ କହିଛନ୍ତି ଯେ ମାନବିକ ଶ୍ରମିକ ତଥା ବହୁ ସଂଖ୍ୟକ ସୁଦାନ ବାସୀଙ୍କ ହତ୍ୟା ଗ୍ରହଣୀୟ ନୁହେଁ।  ସ୍ଥାୟୀ, ଅନ୍ତର୍ଭୂକ୍ତ ରାଜନୈତିକ ଶାନ୍ତି ହାସଲ କରିବା ଉଦ୍ଦେଶ୍ୟରେ ଉଲ୍ଲେଖନୀୟ ସମସ୍ୟାର ସମାଧାନ ପାଇଁ ବିଳମ୍ବ ନକରି କାର୍ଯ୍ୟ କରିବାକୁ ଆଇଆରସିଟିସି ଆହ୍ଵାନ କରିଛି।


 ସାମ୍ପ୍ରଦାୟିକ ହିଂସା ଚାଲିଛି |


କ୍ରମାଗତ ବିବାଦ, ପ୍ରାୟତ ସାମ୍ପ୍ରଦାୟିକ ଧାଡିରେ କିନ୍ତୁ ସ୍ଥାନୀୟ ପ୍ରଭାବଶାଳୀ ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କ ଏଜେଣ୍ଡା ଦ୍ଵାରା ସୁଦାନର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଧିକ ବିସ୍ଥାପନ ଏବଂ ନିରାପତ୍ତା ସୃଷ୍ଟି କରିଛି।  ସୀମିତ ରାଜ୍ୟ କର୍ତ୍ତୃପକ୍ଷ ଏବଂ ଡାରଫୁର, କର୍ଡୋଫାନ୍ ଏବଂ କାସାଲାରେ ଜମି ଏବଂ ପ୍ରାକୃତିକ ସମ୍ପଦକୁ ନେଇ ସ୍ଥାନୀୟ ବିବାଦର ସମାଧାନ ହୋଇନଥିଲା।


ବ୍ଲୁ ନାଇଲ୍ ରାଜ୍ୟରେ ହିଂସା ବୃଦ୍ଧି ଜୁଲାଇ 2022 ଠାରୁ 97,000 ଲୋକଙ୍କୁ ସ୍ଥାନାନ୍ତର କରିଥିବାବେଳେ ଅକ୍ଟୋବରରେ ପଶ୍ଚିମ କର୍ଡୋଫାନରେ 21,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଇଜିପ୍ଟ ଅପେକ୍ଷା ସୁଦାନରେ ଅଧିକ ପିରାମିଡ୍ ଅଛି |

 

ଇଜିପ୍ଟ ଅପେକ୍ଷା ସୁଦାନରେ ଅଧିକ ପିରାମିଡ୍ ଅଛି |



ଯେତେବେଳେ ପ୍ରାଚୀନ ପିରାମିଡ୍ କଥା ଆସେ, ସମସ୍ତ ଶ୍ରେୟ ମିଶରକୁ ଯାଏ |  କିନ୍ତୁ ସୁଦାନ ପ୍ରକୃତରେ 200 ରୁ ଅଧିକ ପିରାମିଡ୍ - ମିଶରଠାରୁ ଅଧିକ ମିଳିତ - ଖ୍ରୀଷ୍ଟପୂର୍ବ 2500 ରୁ ପ୍ରାଚୀନ ନୁବିଆନ୍ ସଭ୍ୟତା ଦ୍ୱାରା ନିର୍ମିତ |  ମେରୋ ଦ୍ୱୀପର ୟୁନେସ୍କୋ ତାଲିକାଭୁକ୍ତ ପ୍ରତ୍ନତାତ୍ତ୍ୱିକ ସ୍ଥାନ ବୋଧହୁଏ ଦେଶର ସବୁଠାରୁ ପ୍ରସିଦ୍ଧ ସ୍ଥାନ ଅଟେ |  ଏହି ସ୍ଥାନଟି ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ 100 ରୁ ଅଧିକ ପିରାମିଡ୍ ଅଟେ |  ପିରାମିଡ୍ ସେମାନଙ୍କର ଇଜିପ୍ଟର ସମ୍ପର୍କୀୟମାନଙ୍କ ତୁଳନାରେ ସାମାନ୍ୟ ଛୋଟ ହୋଇଥିବାବେଳେ, ସେମାନେ ସମାନ ଭାବରେ ଅଳଙ୍କୃତ, ଫାରୋନିକ୍ ଇଜିପ୍ଟ, ଗ୍ରୀସ୍ ଏବଂ ରୋମର ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ |

ୟୁନେସ୍କୋ ତାଲିକାଭୁକ୍ତ ଗେବଲ୍ ଗେବଲ୍ ବାରକାଲ୍ ଏବଂ ନାପାଟାନ୍ କ୍ଷେତ୍ର ସାଇଟଗୁଡିକ ଅନ୍ୟ ଏକ ଲୋକପ୍ରିୟ ପିରାମିଡ୍ ସାଇଟ୍ |  ପାଞ୍ଚଟି ପୃଥକ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଏହି ସ୍ଥାନଟି କବର, ପିରାମିଡ୍, ମନ୍ଦିର, ସମାଧିସ୍ଥଳ ଏବଂ ପ୍ରାସାଦଗୁଡିକ ଖ୍ରୀଷ୍ଟପୂର୍ବ 900 ରୁ ଆରମ୍ଭ ହୋଇଥିଲା |

Thursday, May 4, 2023

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ଶିମିଳିପାଳ ଅଭୟାରଣ୍ୟ

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ଶିମିଳିପାଳ ଅଭୟାରଣ୍ୟ
 ରାଇରଙ୍ଗପୁର: ମୟୂରଭଞ୍ଜ ଗସ୍ତ ଅବସରରେ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ଶିମିଳିପାଳ ଅଭୟାରଣ୍ୟର ପ୍ରସ୍ତୁତି ନେଇ କର୍ତ୍ତୃପକ୍ଷ ଭିଡ଼ିଓ ଜାରି କରିଛନ୍ତି । ଏହି ଭିଡିଓରେ ଶିମିଳିପାଳର ସୌନ୍ଦର୍ଯ୍ୟକୁ ବେଶ ସୁନ୍ଦର ଭାବେ ଦର୍ଶାଯାଇଛି । ତେବେ ୪ ତାରିଖ କୁସୁମୀ ବ୍ଲକର ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ, ସାତପୋଉଟିଆ ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ବରୀୟ ବିଶ୍ବ ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ରହିଛି । ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ବୁଲିବାକୁ ଯାଇ ଚହଲା ଠାରେ ମଧ୍ୟାହ୍ନ ଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥ୍ୟ ସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆଯାଇଛି । ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ ।

ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ବୃଦ୍ଧି କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କା। ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ମଧ୍ୟ ସହାୟତା ରାଶି ବୃଦ୍ଧି କରାଯାଇଛି। ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢେଇ ଲକ୍ଷ ଟଙ୍କା। ୬୦%ରୁ କମ୍‌‌ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢଲକ୍ଷ ଟଙ୍କା। ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି। ଗାଈ, ମଇଁଷିର ମୃତ୍ୟୁ ହେଲେ ମିଳିବ ୩୭ ହଜାର ୫୦୦ଟଙ୍କା। ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର ଟଙ୍କା ମିଳିବ। ଛେଳି ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳି ମେଣ୍ଢା ଛୁଆ ମୃତ୍ୟୁ ପାଇଁ ୧୫୦୦ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି।

ରାଷ୍ଟ୍ରପତିଙ୍କ ପାଇଁ ସ୍ପେଶାଲ ଚେୟାର, 3 ମାସ ଧରି ଚାଲିଛି କାମ

ରାଷ୍ଟ୍ରପତିଙ୍କ ପାଇଁ ସ୍ପେଶାଲ ଚେୟାର, 3 ମାସ ଧରି ଚାଲିଛି କାମ
ରାଇରଙ୍ଗପୁର: ଆସନ୍ତା ମେ’ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁରରେ ଥିବା ତାଙ୍କର ସ୍ମାରକୀ ଏସଏଲଏସ ବିଦ୍ୟାଳୟରେ ଜୋର୍ ସୋରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ବାଦାମପାହାଡ ଠାରେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଅବତରଣ କରି ଏସଏଲଏସ ସ୍ମାରକୀ ସ୍କୁଲ ପାହାଡପୁରକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ନାବାର୍ଡ ତରଫରୁ ଏକ କମ୍ୟୁନିଟି ସେଣ୍ଟର ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦକ୍ଷତା ବିକାଶ କେନ୍ଦ୍ରର ଭୂମି ପୂଜନ କରିବେ ରାଷ୍ଟ୍ରପତି। ଏଥିପାଇଁ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଖୁସି କହିଲେ ନ ସରେ। ସେପଟେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ କମିଟି ମେମ୍ବରମାନେ ମଧ୍ୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆ ଚୌକିରେ ବସାଇବା ନେଇ ସ୍କୁଲ ପରିସରରେ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର କାଠର ନୂଆ ଚୌକି ଆସନ ନିର୍ମାଣ କାର୍ଯ୍ୟ। ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ଏହି ଚେୟାରରେ କାରିଗରମାନେ ନିଖୁଣ ଭାବରେ ଚିତ୍ର ଅଙ୍କନ କରିଛନ୍ତି। ଏହାକୁ ନିର୍ମିତ କରିବା ପାଇଁ ପ୍ରାୟ ୩ ମାସ ଦିନ ରାତି ଏକ କରି କାରିଗର ମାନେ ନିର୍ମାଣ କରିଛନ୍ତି । ମୁନା ପ୍ରତିହାରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଶାଗୁଆନ କାଠ ଓ ପିଆଶାଳ କାଠ ରେ ନିର୍ମିତ ସ୍ବତନ୍ତ୍ର ଚୌକିକୁ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ସାରିଛନ୍ତି କାଠ କାରିଗର ।

ଆଜିଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ, ମେ 1ରୁ ଆରମ୍ଭ ହୋଇ ମେ 20ରେ ସରିବ ସର୍ଭେ

ଆଜିଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ, ମେ 1ରୁ ଆରମ୍ଭ ହୋଇ ମେ 20ରେ ସରିବ ସର୍ଭେ
ଭୁବନେଶ୍ୱର:  ଆଜିଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ । ମେ 1ରୁ ଆରମ୍ଭ ହୋଇ ମେ 20ରେ ସରିବ ଏହି ସର୍ଭେ ।  ପରେ ମେ 20ରୁ 27 ସ୍ପେସାଲ ଡ୍ରାଇଭ କରାଯିବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ । ଏବଂ ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର ସେଣ୍ଟର। ଗାଁ ଅଙ୍ଗନୱାଡ଼ି କିମ୍ଭା ସ୍କୁଲ ଘରେ ଖୋଲିବ ଏହି ସେଣ୍ଟର । ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ ।

ଆଇସିଡିଏସ୍ ସୁପରଭାଇଜର ଏବଂ ବ୍ଳକ୍ ଲେଭୁଲ୍ ଏକ୍ସଟନସନ୍ ଅଫିସରଙ୍କୁ ସୁପରଭାଇଜର ଭାବେ ନିୟୋଜିତ ହେବ । ପରିବାର ମୁଖ୍ୟ କିମ୍ବା ଅନ୍ୟ ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ତଥ୍ୟ ଦେଇ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ପାରିବେ । ଏହା ସହ ଜଣେ ସାକ୍ଷୀ ମଧ୍ୟ ରହିବ । ପ୍ରତ୍ୟେକ ଜିଲ୍ଲା ଏବଂ ମ୍ୟୁନିସିପାଲିଟି ଅନୁସାରେ ସେଣ୍ଟର ଖୋଲାଯାଇଛି । ପୂର୍ବାହ୍ନ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଖୋଲରହିବ ସମସ୍ତ କେନ୍ଦ୍ର।

ଆଜି ବିଶ୍ୱ ଶ୍ରମିକ ଦିବସ, ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ

ଆଜି ବିଶ୍ୱ ଶ୍ରମିକ ଦିବସ, ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ 

ନୂଆଦିଲ୍ଲୀ: ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ ।

ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପ୍ରସ୍ତାବ ଗ୍ରହଣ କରିଥଲେ ।

୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ । ଭାରତରେ ପ୍ରଥମେ ୧୯୨୩ ମସିହା ମେ’ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ଥାନ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା ।

ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ: ନରେନ୍ଦ୍ର ମୋଦୀପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ କୀ ବାତ

‘ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ: ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ କୀ ବାତ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ କୀ ବାତ କାର୍ଯ୍ୟକ୍ରମ ପ୍ରସାରିତ ହେଇଯାଇଛି। ଦେଶର ୪ ଲକ୍ଷ କେନ୍ଦ୍ରରେ ପ୍ରସାରିତ ହୋଇଛି। ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରଣ। ନ୍ୟୁୟର୍କସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ମଧ୍ୟ ମନକୀ ବାତ ପ୍ରସାରିତ ହୋଇଛି।

ରେଡିଓ ଓ ଦୂରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୦ତମ ‘ମନ୍ କୀ ବାତ୍’ ମନର କଥା କହିଥିଲେ। ‘ମନ କୀ ବାତ୍‌’ର ୧୦୦ତମ ଏପିସୋଡ୍‌ରେ ଆପଣମାନଙ୍କଠାରୁ ଶୁଭେଚ୍ଛା ପାଇଛି। ଆପଣମାନଙ୍କଠାରୁ ଲକ୍ଷାଧିକ ଚିଠି ପାଇଛି, ମୋତେ ଏହା ଅଭିଭୂତ କରିଛି। ‘ମନ୍ କୀ ବାତ୍’ରେ କୋଟି କୋଟି ଲୋକ ଯୋଡ଼ି ହୋଇଛନ୍ତି। ‘ମନ୍ କୀ ବାତ୍’ ମୋ ଭାବନା ଓ କର୍ତ୍ତବ୍ୟ ସହ ଯୋଡ଼ି ହୋଇ ରହିଛି’ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ମନ୍ କୀ ବାତ୍’ ଜନ ଆନ୍ଦୋଳନରେ ପରିଣତ ହୋଇଛି। କୋଟି କୋଟି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ମୋର ଉଦେଶ୍ୟ ରହିଥିଲା। ମୁଁ ଆପଣମାନଙ୍କଠାରୁ ଦୂରରେ ନୁହେଁ ନିକଟରେ ରହିଛି। ଦେଶର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ମୁଁ ପ୍ରେରଣା ପାଇଛି। ‘ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ। ‘ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ‘ମନ୍ କୀ ବାତ୍’ ମୋ ମନର ଆଧ୍ୟାତ୍ମିକ ଯାତ୍ରା। ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଅନେକ ଥର ମୋତେ ଅତି ଭାବୁକ କରିଛି’। ଆମେ ଅନ୍ୟମାନଙ୍କ ଗୁଣକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ୨୦୧୪ ଅକ୍ଟୋବର ୩ରୁ ଆରମ୍ଭ ହୋଇଥିଲା ପ୍ରଥମ ମନକୀ ବାତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକିଆ ରେଡ଼ିଓ ବାର୍ତ୍ତା ଆଜି ଲୋକପ୍ରିୟତା ଶୀର୍ଷରେ। ବିଦେଶରେ ମଧ୍ୟ ଦେଖିଲେ ଲକ୍ଷ ଲକ୍ଷ ଲୋକ ଦେଶପ୍ରେମୀ। ଡି.ପ୍ରକାଶ ରାଓଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ ଓଡ଼ିଶାର ଡି.ପ୍ରକାଶ ରାଓ।

Wednesday, May 3, 2023

ଲୁଧିଆନା ଗ୍ୟାସ୍‌ କାଣ୍ଡରେ ପ୍ରଭାବିତ ହୋଇଛନ୍ତି ୟୁପି ଓ ବିହାରର ଲୋକେ, ୩ ପରିବାରର ୧୦ ସଦସ୍ୟଙ୍କ ମୃତ୍ୟୁ

ଲୁଧିଆନା ଗ୍ୟାସ୍‌ କାଣ୍ଡରେ ପ୍ରଭାବିତ ହୋଇଛନ୍ତି ୟୁପି ଓ ବିହାରର ଲୋକେ, ୩ ପରିବାରର ୧୦ ସଦସ୍ୟଙ୍କ ମୃତ୍ୟୁ---

ଲୁଧିଆନା - ପଞ୍ଜାବର ଲୁଧିଆନା ଗିୟାସପୁରାରେ ବିଷାକ୍ତ ଗ୍ୟାସ୍ ଲିକ୍‌ ଯୋଗୁ ରବିବାର ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣଙ୍କୁ ବେହୋସ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା କୁହାଯାଉଛି। ଦୁର୍ଘଟଣାରେ ମୃତକମାନେ ୩ଟି ପରିବାରର। ତେବେ ଏଥିରେ ଅନ୍ୟ ଜଣେ ମୃତକଙ୍କ ଚିହ୍ନଟ ହୋଇପାରି ନାହିଁ। ତେବେ ଅନ୍ୟ ମୃତକମାନଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନାମ ମଧ୍ୟ ଜଣାପଡି ଗଲାଣି।

ମୂଳତଃ ମୃତକମାନେ ବିହାର ଗୟା ଓ ପାଟନା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଏକ ପରିବାର ୟୁପିର ବୋଲି ଜଣାପଡିଛି। ଚାଲକ ଦେବ ଯାଦବଙ୍କ ପୁଅ କଭିଲାଶ ଯାଦବ ପ୍ରାୟ ୩୦ ବର୍ଷ ପୂର୍ବେ ଲୁଧିଆନାରେ ବସବାସ କରିବାକୁ ଲାଗିଥିଲେ। ସେ ଗିୟାସପୁରା ସୁଆ ରୋଡରେ ଆରତୀ ନାମରେ ଏକ କ୍ଲିନିକ ଚଳାନ୍ତି। ଏହି ଗ୍ୟାସ୍‌ ଲିକ୍‌ରେ କଭିଲାଶଙ୍କ ପୁରା ପରିବାର ଉଜୁଡି ଯାଇଛି। ଦୁର୍ଘଟଣାରେ ତାଙ୍କର ୩୫ ବର୍ଷିୟ ପତ୍ନୀ ଓ ୩ ପିଲା କଳ୍ପନା(୧୬), ଅଭୟ (୧୩) ଏବଂ ଆର୍ୟନ(୧୦)ର ମୃତ୍ୟୁ ହୋଇଛି।

କଭିଲାଶଙ୍କ ପଡିଶାରେ ରହୁଥିବା ସୌରଭ ଗୋୟଲଙ୍କ ପରିବାରର ମଧ୍ୟ ସେହି ସମାନ ଅବସ୍ଥା। ୟୁପି ଆଲିଗଡ଼ର ବାସିନ୍ଦା ସୌରଭ ପାଖାପାଖି ୨୨ ବର୍ଷ ପୂର୍ବେ ଲୁଧିଆନାକୁ ପରିବାର ନେଇ ଚାଲିଆସିଥିଲେ। ଗିୟାସପୁରା ଲାଲ ଚକ୍କି ରୋଡରେ ତାଙ୍କର ଏକ ତେଜରାତି ଦୋକାନ ଅଛି। ସକାଳେ ହୋଇଥିବା ଗ୍ୟାସ୍‌ କାଣ୍ଡରେ ତାଙ୍କ ପତ୍ନୀ ପ୍ରିତି (୩୧) ଓ ମା କମଲେଶ ଗୋୟଲ (୬୦)ଙ୍କର ମୃତ୍ୟୁ ହୋଇଯାଇଛି। ଭାଇ ଗୌରବ(୫୦) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ଗିୟାସପୁରା ସମ୍ରାଟ କଲୋନୀର ବାସିନ୍ଦା ନବନୀତ କୁମାର (୩୯) ମଧ୍ୟ ବିହାର ପାଟନା ଅଞ୍ଚଳର। ରୋଜଗାର ଅନ୍ୱେଷଣରେ ୨୦ ବର୍ଷ ପୂର୍ବେ ଲୁଧିଆନା ଆସିଥିବା ବେଳେ ଏଠାରେ ବସବାସ କରୁଥିଲେ। ଗ୍ୟାସ୍ ଲିକ୍ କାଣ୍ଡରେ ନବନୀତ ଓ ତାଙ୍କ ପତ୍ନୀ ନିତୁ ଦେବୀ(୩୭) ଙ୍କର ମୃତ୍ୟୁ ହୋଇଯାଇଛି। ନବନୀତଙ୍କ ଭାଇ ନିତିନ କୁମାରଙ୍କର ହସ୍ପିଟାଲରେ ଏବେ ଚିକିତ୍ସା ହେଉଛି। ନିତିନ ବିକାନିରରେ ଟାଟା କମ୍ପାନୀରେ କାମ କରନ୍ତି। ସେହିପରି ନବନୀତ ଏକ ଷ୍ଟିଲ କମ୍ପାନୀରେ ଚାକିରୀ କରୁଥିଲେ। ଏହି ଗ୍ୟାସ୍ କାଣ୍ଡରେ ଜଣେ ୨୫ ବର୍ଷ ବୟସ୍କ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ହେଲେ ତାଙ୍କର ଚିହ୍ନଟ ହୋଇ ପାରି ନାହିଁ। ତାଙ୍କର ପରିଚୟ ଜାଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଲୁଧିଆନା ଡେପୁଟି କମିଶନର ସୁରଭି ମଲିକଙ୍କ ଅନୁସାରେ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ କନଫର୍ମ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଜଣା ପଡିନାହିଁ କେଉଁ ଗ୍ୟାସ୍ ଯୋଗୁ ଏହି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ୟାସ୍‌ର ଦୁର୍ଗନ୍ଧ ଏବେବି ଅଞ୍ଚଳରେ ବାରି ହେଉଛି। ଏହି ଦୁର୍ଘଟଣାର ଶିକାର ଅନେକ ଲୋକ ବେହୋସ ହେବା ପରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଏନଡିଆରଏଫ ଗ୍ୟାସ୍‌ର ସାମ୍ପଲିଂ କରିବାକୁ ଉଦ୍ୟମ କରୁଛନ୍ତି। ସେପଟେ ହସ୍ପିଟାଲରେ ମୃତକଙ୍କ ରକ୍ତର ସାମ୍ପଲିଂ ମଧ୍ୟ କରାଯାଇଛି। ଏଗି ଗ୍ୟାସ୍‌ ଯୋଗୁ ଫୁସଫୁସ ନୁହେଁ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥିବା ଡାକ୍ତର କହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...