AFFILIATE MARKETING

https://binomo.com?a=90810425bb57&t=0

Saturday, January 6, 2024

ସ୍ଥଗିତ ରହିବ ନାହିଁ ଡ୍ରାଇଭର ଆନ୍ଦୋଳନ

COASTAL NEWS ODIA 1646

ସ୍ଥଗିତ ରହିବ ନାହିଁ ଡ୍ରାଇଭର ଆନ୍ଦୋଳନ



ଭୁବନେଶ୍ୱର: ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିବ ନାହିଁ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଆସିଥିଲା ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ବୋଲି ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି । 


ଏବେ ପରିସ୍ଥିତି ଅଣାୟତ୍ତ ହୋଇଛି , କମିଶନରଙ୍କ ହଁ ମାତ୍ର ଡ୍ରାଇଭରଙ୍କ ନା । ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ଆଦିତ୍ୟ ବେହେରା ସୂଚନା ଦେଇଛନ୍ତି । ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି ଯେ ପରିବହନ କମିଶନର କାହା ସହ ଆଲୋଚନା କରି ଆନ୍ଦୋଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ ତାହା ଜାଣିନୁ । ଆନେ୍ଦାଳନ ସ୍ଥଗିତ ରହିବା ସମ୍ପର୍କରେ ଆମ ରାଜ୍ୟ ସଭାପତି କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି । 

ପ୍ରକାଶ ଯେ ପରିବହନ କମିଶନର ଅମିତାଭ ଠାକୁର ଆନ୍ଦୋଳନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତେଣୁ ପରିବହନ ବିଭାଗକୁ ସହଯୋଗ କରି ଡ୍ରାଇଭରମାନେ ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ବୋଲି ଶ୍ରୀ ଠାକୁର କହିଥିଲେ ।

ଆଜିର ରାଶିଫଳ

COASTAL NEWS ODIA 1645

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୬ ତାରିଖ ୨୦୨୪ ମସିହା
(ଶନିବାର)*

*✧═════•❁❀❁•════✧*

 *ଡ:ବାୟୁନନ୍ଦନ ମିଶ୍ର*  




*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
  *✧═════•❁❀❁•═════✧*
*🌹👉ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ।  ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।* 
*✧═════•❁❀❁•═════✧*
*🌹👉ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।*
*✧═════•❁❀❁•═════✧*
*🌹👉ମିଥୁନ : ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ  ଯୋଗ ଦେବାକୁବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹👉କର୍କଟ :ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।* 
*✧═════•❁❀❁•═════✧*
*🌹👉ସିଂହ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।*
*✧═════•❁❀❁•═════✧*
*🌹👉କନ୍ୟା :ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।* 
*✧═════•❁❀❁•═════✧*
*🌹👉ତୁଳା : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹👉ବିଚ୍ଛା : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹👉ଧନୁ :ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ।  ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।* 
*✧═════•❁❀❁•═════✧*
*🌹👉ମକର : ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹👉କୁମ୍ଭ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।  ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹👉ମୀନ : ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*

Friday, January 5, 2024

ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ

COASTAL NEWS ODIA 1644

ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ



ଆଳି - (CNO) ଆଳି ବ୍ଲକ ଧାନମଣ୍ଡଳ ଗାଁରେ ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିଥିଲା। ୩୧ ତାରିଖ ଦିନ ଠାକୁରଙ୍କ ଜନ୍ମପୀଠ କରମଳାରୁ ପ୍ରଜ୍ଜ୍ଵଳିତ ଅଖଣ୍ଡକୁ ନାମ ସଂକୀର୍ତ୍ତନ କରି ଧାନମଣ୍ଡଳକୁ ଅଣାଯାଇଥିଲା। 

ଏହି ଭକ୍ତ ସମ୍ମିଳନୀରେ କରମଳାର ଶାନ୍ତି ଆନନ୍ଦାଶ୍ରମର ନୀଳମଣି ଦାସମହାରାଜ, ପରମେଶ୍ବର ଦାସମହାରାଜ, ସତ୍ୟ ପ୍ରଜ୍ଞାନନ୍ଦ ମହାରାଜ, ଧର୍ମେନ୍ଦ୍ର ଦାସମହାରାଜ ଯୋଗଦେଇ ଭକ୍ତମାନଙ୍କୁ ପ୍ରବଚନ ମାଧ୍ୟମରେ ସମାଜକୁ ସତମାର୍ଗରେ ଯିବାର ଓ ଈଶ୍ବର ପ୍ରାପ୍ତିର ଦିଗଦର୍ଶନ ଦେଇଥିଲେ। 


ଏହି ସମ୍ମିଳନୀରେ ସିଙ୍ଗିରି ସରପଞ୍ଚ ଅକ୍ଷୟ ଦାସ, ସମିତିସଭ୍ୟ ପ୍ରତାପ ବାରିକ, ନୀଳମଣି ସେଠୀ, ରଞ୍ଜନ ସେଠୀ, ଟୁଟୁ ପଣ୍ଡା, ଚଣ୍ଡିଆଗଡ଼ି ସରପଞ୍ଚ ସନାତନ ସାହୁ, ସମିତିସଭ୍ୟ ରାମଚନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର, ଭାଜପା ଜିଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଏହି ଭକ୍ତ ସମ୍ମିଳନୀକୁ ଗ୍ରାମବାସୀ ପରିଚାଳନା କରିଥିଲେ।

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ

COASTAL NEWS ODIA 1643

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ



ଆଳି - (CNO) ଆଳିର ନିଆଳଠାରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ସାଇ ଆଡ଼ଭାନ୍ସ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରେ, ଆଳି ବ୍ଲକ ମିଶନଶକ୍ତିର ୩୨ ଜଣ ଏମ୍‌ବିକେ ମହିଳାମାନଙ୍କୁ ୨୦ ଦିନ ଧରି ସରକାରଙ୍କ ମିଶନଶକ୍ତି ବିଭାଗ ତରଫରୁ ମାଗଣାରେ କମ୍ପ୍ୟୁଟରପ୍ରଶିକ୍ଷଣ ଦିଆଯାଇଅଛି । 

ସାଇ କମ୍ପୁଟର ସେଣ୍ଟରର ନିର୍ଦ୍ଦେଶକ ଶରତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନର କାର୍ଯ୍ୟକ୍ରମ ସୁଚାରୁରୂପେ ସଂପାଦନ କରାଯାଇଛି । ଏହି ପ୍ରଶିକ୍ଷଣ ପରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଓପନ୍‌ ୟୁନିଭରସିଟି”ରୁ ପ୍ରଶିକ୍ଷଣପ୍ରାପ୍ତ ଏମ୍ ବି କେ ମହିଳାମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । 

ଏହି ପ୍ରଶିକ୍ଷଣ ଶିବିରକୁ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଆଭାସି ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ, ଆଳି ବ୍ଳକର ମିଶନଶକ୍ତିର ବିପିସି ମୋନାଲିସା ନାୟକ  ଏହାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ବିଭୁଦତ୍ତ ବିଶ୍ୱାଳ, ଦୀପକ କୁମାର ମହାନ୍ତି, ପ୍ରକାଶ କୁମାର ଦାସ, ସୁଜାତା ରାଉତ, ମନୋରଞ୍ଜନ ପାଇଟାଲ୍ ଆଦି କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ ସେଣ୍ଟର ପରିଦର୍ଶନ କରିଥିଲେ । 



ଆଜି ଉଦ୍‌ଯାପନୀ ଦିବସରେ ଡ଼ିପିସି ମିଶନଶକ୍ତିର କୈଳାସ ଚନ୍ଦ୍ର ସେନାପତି ଯୋଗଦାନ କରି କମ୍ପ୍ୟୁଟର ପ୍ରଶିକ୍ଷଣ ସମୟର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିବା ସହିତ କମ୍ପ୍ୟୁଟର ଶିକ୍ଷା ତାଙ୍କ କାର୍ଯ୍ୟଧାରାକୁ କେତେ ସହଜସାଧ୍ୟ କରିପାରିବ ସେ କଥ। ପଚାରି ବୁଝିଥିଲେ l  ଏହି କାର୍ଯ୍ୟକ୍ରମ ଆଳି ବ୍ଳକର ପ୍ରତିଦିନ ୩୨ ଜଣ ଏମ୍‌ବିକେ କମ୍ପ୍ୟୁଟର ସାଇ କମ୍ପ୍ୟୁଟର ଶିକ୍ଷାକୁ ଭୂୟସୀ ପ୍ରଶଂସା କରିବା ସହିତ ସରକାରଙ୍କ ଏହି ଅଭିନବ ପଦକ୍ଷେପକୁ ସ୍ବାଗତ କରିଥିଲେ ।

ଆଜିର ରାଶିଫଳ

COASTAL NEWS ODIA 1642

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୫ ତାରିଖ ୨୦୨୪ ମସିହା(ଶୁକ୍ରବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹👉ମେଷ*
*ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।*

*✧═════•❁❀❁•═════✧*
*🌹👉ବୃଷ*
*ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।* 
*✧═════•❁❀❁•═════✧*
*🌹👉ମିଥୁନ*
*ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।* 

*✧═════•❁❀❁•═════✧*
*🌹👉କର୍କଟ*
*ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।* 
*✧═════•❁❀❁•═════✧*

*🌹👉ସିଂହ*
*ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।*
*✧═════•❁❀❁•═════✧*

*🌹👉କନ୍ୟା*
*ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।* ।
*✧═════•❁❀❁•═════✧*

*🌹👉ତୁଳା*
*ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।* 
*✧═════•❁❀❁•═════✧*

*🌹👉ବିଛା*
*ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।*

*✧═════•❁❀❁•═════✧*
*🌹👉ଧନୁ*
*ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।*
*✧═════•❁❀❁•═════✧*

*🌹👉ମକର*
*ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।*
*✧═════•❁❀❁•═════✧*

*🌹👉କୁମ୍ଭ*
*ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।*

*✧═════•❁❀❁•═════✧*
*🌹👉ମୀନ*
*ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।*
*✧═════•❁❀❁•═════✧*

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା ! ଚାଲିଗଲା ଯୁବକଙ୍କ ଜୀବନ Transgender man held for brutal morder

COASTAL NEWS ODIA 1641

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା ! ଚାଲିଗଲା ଯୁବକଙ୍କ ଜୀବନ
Transgender man held for brutal morder 


ଖୋର୍ଦ୍ଧା - (CNO) ମହଙ୍ଗା ପଡ଼ିଲା କିନ୍ନର ବନ୍ଧୁଙ୍କ ସହ ପ୍ରେମ ସମ୍ପର୍କ । ଚାଲିଗଲା ପ୍ରେମିକ ଯୁବକଙ୍କ ଜୀବନ । ଦୁହିଁଙ୍କ ଭିତରେ ଜଣେ ଯୁବତୀଙ୍କ ଏଣ୍ଟ୍ରି ହେବାରୁ ବଳି ପଡ଼ିଗଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଭୀମପୁର ଗାଁର ରଶ୍ମୀ ରଞ୍ଜନ ବଳିୟାରସିଂହ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ । 

ଖବର ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡଭଗା ଗାଁର ରଶ୍ମୀରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଗକୁ ବଢ଼ିଥିଲା ପୁଲିସର ତଦନ୍ତ । 

ମିଳିଥିବା ସୂଚନା ମୁତାବକ  ଏକ ରାମ ନାଟକ ଯାତ୍ରାରେ ଅଭିନୟ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠି ନାମକ ଜଣେ ତୃତୀୟଲିଙ୍ଗିକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ଶାରିରୀକ ସମ୍ପର୍କ ରଖିଥିଲେ ରଶ୍ମୀ ରଞ୍ଜନ । 2017 ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ଏଣ୍ଟ୍ରି ମାରିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହି ପାରିନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମୀଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମୀ ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ଅଭିଯୁକ୍ତ । 

ରଶ୍ମୀରଞ୍ଜନର ସୋମନାଥ ସହିତ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ 2 ତାରିଖ ଦିନ ରଶ୍ମୀରଞ୍ଜନର ପରିବାର ଲୋକ ଘରେ ନଥିବା ସୁଯୋଗରେ ଏକୁଟିଆ ପାଇ ଘର ଭିତରେ ତୃତୀୟଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିଥିଲା । ପରେ ରଶ୍ମୀରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ୍ କରି ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା । ରଶ୍ମୀରଞ୍ଜନଙ୍କ ମା' ଏନେଇ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 
ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୋମନାଥକୁ ଧରିବା ପାଇଁ ପୋଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଛି ପୋଲିସ । ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଜଙ୍କିଆ ଥାନାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Thursday, January 4, 2024

ଘନ କୁହୁଡି ହେଉଛି କାଳ ରାସ୍ତା ପାଲଟୁଛି ମରଣଯନ୍ତା

COASTAL NEWS ODIA 1640

ACCIDENT DUE TO FOGGING 
ଘନ କୁହୁଡି ହେଉଛି କାଳ ରାସ୍ତା ପାଲଟୁଛି ମରଣଯନ୍ତା 



ଖୋର୍ଦ୍ଧା - (CNO) ଘନ କୁହୁଡି ହେଉଛି କାଳ ରାସ୍ତାକୁ ବାହାରିଲେ ବିପଦ । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ୍ କୁହୁଡି ପାଇଁ ଏବେ ବହୁ ସଂଖ୍ୟାରେ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସୁଛି। ଆଜି ପ୍ରବଳ କୁହୁଡି ହେତୁ ବୋଲଗଡ ଏବଂ ବେଗୁନିଆର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଭାବେ ଘଟିଛି ଦୁଇ ଦୁଇଟି ମୋଟର ଦୁର୍ଘଟଣା । 

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ସୁନାଖଳା କୁମାରୀ ଛକଠାରେ ଏକ ପିକନିକ ବସ୍ ସହିତ ବାଲି ବୋଝେଇ ଟ୍ରକ ଧକ୍କା ହୋଇଛି। ପିପିଲି ଅଂଚଳର ଏକ ପିକନିକ ବସ୍ ନୟାଗଡ ପଟୁ ପିପିଲି ଅଭିମୂଖେ ଫେରୁଥିବା ବେଳେ ଘନ କୁହୁଡି ହେତୁ ଏକ ଟ୍ରକ ସହିତ ଧକ୍କା ହୋଇଛି। ଫଳରେ ବସ୍ ଡ୍ରାଇଭର ସହିତ ଚାରି ଆହତ ହୋଇଥିବା ଜଣା ପଡିଛି । ସମସ୍ତ ଗୁରୁତର ଯାତ୍ରୀଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।



ଅନ୍ୟ ଗୋଟିଏ ଦୁର୍ଘଟଣା ବେଗୁନିଆ ଗୋବିନ୍ଦପୁର ଠାରେ ଖୋର୍ଦ୍ଧା କଣ୍ଟିଲୋ ରାସ୍ତାରେ  ସଙ୍ଗଠିତ ହୋଇଛି l ଏକ କାର ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି। ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା ବେଳେ କାର ଗାଡ଼ିର ସାମ୍ନାପଟ ସମ୍ପୂର୍ଣ ଭାଙ୍ଗିଯାଇଛି। ଉଭୟ ସ୍ଥାନରେ ଗାଡି ଗୁଡିକୁ ପୋଲିସ ଜବତ କରିବାସହିତ ଅଧିକ ତଦନ୍ତ ଜାରୀ ରହିଛି  । 

ହତ୍ୟା ଆଉ ପ୍ରତିଶୋଧ KILLING A BLACKMAILER GIRLFRIEND ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ

COASTAL NEWS ODIA 1639

ହତ୍ୟା ଆଉ ପ୍ରତିଶୋଧ
KILLING A BLACKMAILER GIRLFRIEND 
ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ


ଗୁରୁଗାଓଁ - (CNO) ଅଶ୍ଳୀଳ ଭିଡିଓ ଓ ଫଟୋକୁ ନେଇ ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ, ମିଳିନାହିଁ ମୃତ ଦେହ l ହୋଟେଲ ମାଲିକ ଓ ହୋଟେଲର କର୍ମଚାରୀ ଓମ୍‌ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି ।

ଏକ ଚାଞ୍ଚଲ୍ୟକର ଘଟଣା ଜଣେ ଗ୍ୟାଙ୍ଗଷ୍ଟର କୁ ବ୍ଲାକ୍‌ମେଲିଂ  କରୁଥିବା ଗର୍ଲଫ୍ରେଣ୍ଡ କୁ ହତ୍ୟା କରି ପ୍ରତିଶୋଧ ନେଇଛି ଗ୍ୟାଙ୍ଗଷ୍ଟର । ୨୭ ବର୍ଷିୟ ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣା କୌଣସି ଫିଲ୍ମର କାହାଣୀଠୁ ବି କିଛି କମ୍‌ ନୁହେଁ । ଯାହାକି ଧୀରେ ଧୀରେ ସାମ୍‌ନାକୁ ଆସିବାରେ ଲାଗିଛି । ଗତ ମଙ୍ଗଳବାର ରାତିରେ ମଡେଲ ଦିବ୍ୟା ପାହୁଜାଙ୍କୁ ହୋଟେଲରେ ହତ୍ୟା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଧୀରେ ଧୀରେ ତଥ୍ୟ ପଦାକୁ ଆସୁଛି । ହରିୟାଣାର ଗୁରୁଗ୍ରାମରେ ଏହି ଘଟଣା ଘଟିଥିଲା । ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ସମୟରେ ବଡ଼ ରହସ୍ୟ ଉନ୍ମୋଚିତ ହୋଇଛି ।


ଏହି ଘଟଣାରେ ହୋଟେଲ ମାଲିକ ସନ୍ଦୀପ ଗାଡେଲି ଓ ହୋଟେଲର କର୍ମଚାରୀ ଓମ୍‌ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି । ଯାହାର ପୂରା ଘଟଣା ହୋଟେଲରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।

ଖାଲି ଏତିକି ଯେ ତାହାନୁହେଁ ବୟଫ୍ରେଣ୍ଡ ସନ୍ଦୀପ ଗାଡେଲି ତାଙ୍କର ଦୁଇ ସହଯୋଗୀଙ୍କୁ ଏହି କାମ ପାଇଁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ପରେ ପରେ ଦୁଇ ସହଯୋଗୀ ସନ୍ଦୀପଙ୍କ ନୀଳ ରଙ୍ଗର ଏକ BMW କାର ନମ୍ବର DD03K240ରେ ସେଠାରୁ ଚାଲିଯାଇଥିଲେ । ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି ।ପୋଲିସ ଅଭିଯୁକ୍ତ ହୋଟେଲ ମାଲିକକୁ ଜେରା କରିଛି । ପଚରା ଉଚରା ସମୟରେ ସେ ସବୁ ସତ ପ୍ରକାଶ କରିଛି । ସନ୍ଦୀପ କହିଛି ସେ ନିଜେ ହୋଟେଲ ସିଟି ପଏଣ୍ଟର ମାଲିକ । ସେହି ହୋଟେଲକୁ ଲିଜ୍ ରେ ଦିଆଯାଇଛି । 

ହୋଟେଲରେ ମଡେଲ ଦିବ୍ୟା ପାହୁଜାକୁ ଗୁଳିକରି ହତ୍ୟା କରାଯାଇଛି । ପୋଲିସକୁ ଦେଇଥିବା ବୟାନରେ ସନ୍ଦୀପ ଗାଡେଲି ଆହୁରି କହିଛି ଯେ, ଦିବ୍ୟା ଓ ତାଙ୍କର କିଛି ଅଶ୍ଳୀଳ ଫଟୋ ଭିଡିଓ ରହିଥିଲା । ଯାହାକୁ ନେଇ ମଡେଲ୍‌ ଦିବ୍ୟା ତାଙ୍କୁ ବାରମ୍ବାର ବ୍ଲାକ୍‌ମେଲିଂ କରିଆସୁଥିଲେ । ଅନେକ ଥର ବାରମ୍ବାର ଟଙ୍କା ମଧ୍ୟ ନେଇଛି ।

କ୍ରମାଗତଭାବେ ଗତ କିଛି ଦିନ ହେବ ପୁଣି ଦିବ୍ୟା ତାକୁ ଟଙ୍କା ମାଗିଥିଲେ । ବହୁତ ଅଧିକ ଟଙ୍କା ସେ ଦାବି କରିଥିବାରୁ ଦେଇପାରିନଥିଲା ସନ୍ଦୀପ ଗାଡେଲି । ତେଣୁ ଜାନୁଆରୀ ୨ ତାରିଖରେ ସେ ଦିବ୍ୟାକୁ ହୋଟେଲକୁ ଡାକିଥିଲେ । ଆଉ ସେଠାରେ ଅଶ୍ଳୀଳ ଫଟୋ ଓ ଭିଡିଓ ଗୁଡ଼ିକୁ ଡିଲିଟ୍‌ କରିବାକୁ କହିଥିଲେ । ପରେ ପରେ ସନ୍ଦୀପ ତାଙ୍କ ମୋବାଇଲ୍‌ ଆଣି ପାସ୍‌ୱାର୍ଡ ମାଗିଥିଲା । ହେଲେ ଦିବ୍ୟା ଦେଇନଥିଲେ । ଫଳରେ ରାଗିଯାଇ ଦିବ୍ୟାଙ୍କୁ ସେଠାରେ ଗୁଳି କରି ହିତ୍ୟା କରିଥିବା ସ୍ୱୀକାର କରିଛି ସନ୍ଦୀପ ।ତେବେ ଘଟଣାକୁ ନେଇ ପୋଲିସ ଆହୁରି ତଦନ୍ତ ଜାରି ରଖିଛି । ମୃତଦେହକୁ ଗାଏବ କରିବାରେ ବ୍ୟବହୃତ ହୋଇଥିବା ବିଏମଡବ୍ଲୁ କାର୍‌କୁ ଖୋଜୁଛି ପୋଲିସ ।

ହୋଟେଲ ରୁମ୍‌ରେ IIT ଛାତ୍ରୀଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ IIT-Guwahati student from Telangana found dead in hotel room after New Year party

COASTAL NEWS ODIA 1638


ହୋଟେଲ ରୁମ୍‌ରେ IIT ଛାତ୍ରୀଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ 

 IIT-Guwahati student from Telangana found dead in hotel room after New Year party





ଗୌହାଟୀ - (CNO) ନୂଆ ବର୍ଷରେ ତେଲେଙ୍ଗାନାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଗୌହାଟିରେ ଏକ ହୋଟେଲ ରୁମ୍‌ରୁ ମିଳିଛି ବିଟେକ୍‌ ଛାତ୍ରୀଙ୍କ ମୃତଦେହ । ମୃତକ ଗୌହାଟି IITର ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି-ଟେକ୍‌ ଛାତ୍ରୀ ବୋଲି ଜଣାପଡ଼ିଛି । ତାଙ୍କ ନାଁ ଐଶ୍ୱର୍ଯ୍ୟା ପୁଲ୍ଲୁରୀ । ଐଶ୍ୱର୍ଯ୍ୟା ନିଜର ୩ ଜଣ ସାଙ୍ଗଙ୍କ ସହ ୩୧ ଡିସେମ୍ବର ୨୦୨୩ ସନ୍ଧ୍ୟାରେ ନୂତନ ବର୍ଷ ପାଳନ କରିବାକୁ କଲେଜଠାରୁ 25 କିଲୋମିଟର ଦୂର ଗୌହାଟିକୁ ଆସିଥିଲେ । 

ପାର୍ଟି ସରିବା ପରେ, ପରଦିନ ସକାଳୁ ଦୁଇ ସାଙ୍ଗ (ଜଣେ ରୁମ୍‌ ମେଟ୍‌ ଆଉ ଜଣେ ସାଙ୍ଗ) ଐଶ୍ୱର୍ଯ୍ୟାଙ୍କୁ ହୋଟେଲ ରୁମର ବାଥ୍‌ରୁମ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ମିଳିଥିବା ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟା ପୁଲୁରୀ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି.ଟେକ୍ ଛାତ୍ରୀ ଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଝିଅମାନଙ୍କ ସହ ଦୁଇଜଣ ପୁଅ ମଧ୍ୟ ହୋଟେଲରେ ଚେକ୍ ଇନ୍ କରିଥିଲେ ।

ଆଇଆଇଟି ଗୌହାଟି ସୂତ୍ରରୁ ପ୍ରକାଶ ଯେ ଆମେ ଦୁଃଖିତ ଯେ ଆଇଆଇଟି ଗୌହାଟିର ଛାତ୍ରୀ କ୍ୟାମ୍ପସ ବାହାରେ ୩୧ ଡିସେମ୍ବର ୨୦୨୩ ରେ ମୃତ୍ୟୁ ବରଣ କରିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଖବର । ଏହି ପୂରା ଘଟଣାର ତଦନ୍ତ କରୁଛି ପୋଲିସ । ଖୁବ୍‌ ଶୀଘ୍ର ଏହାକୁ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି ।


ଆଇଆଇଟି-ଗୌହାଟି ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇ ଏକ ବିବୃତ୍ତି ଜାରି କରିଛନ୍ତି କଲେଜ କର୍ତ୍ତୃପକ୍ଷ । 

ପୋଲିସ ଅଧିକାରୀ କହିଛନ୍ତି ଯେ "ଆଇଆଇଟି ଗୌହାଟିର ଏହି ଛାତ୍ର ଓ ଛାତ୍ରୀ ଅନଲାଇନ୍ ମାଧ୍ୟମରେ ଏକ ହୋଟେଲରେ ଦୁଇଟି ରୁମ୍ ବୁକ୍ କରିଥିଲେ । ଅଧ ରାତି ପରେ ସେମାନେ ଚେକ୍ ଇନ୍ ପାଇଁ ହୋଟେଲରେ ପହଞ୍ଚିଥିଲେ । ହୋଟେଲ କର୍ମଚାରୀଙ୍କ ଅନୁଯାୟୀ ଝିଅମାନେ ମଦ୍ୟପାନ କରିଥିଲେ ।" ଏବେ ପୁରା ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ତାଙ୍କର ସବୁ ସାଙ୍ଗ ସାଥିଙ୍କୁ ପଚରାଉଚରା କରାଯାଉଛି । ଖୁବ୍‌ ଶୀଘ୍ର ପରଦା ହଟିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

No more blood will be sold କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ବିକ୍ରି ହେବନି ବ୍ଲଡ୍

COASTAL NEWS ODIA 1637

No more blood will be sold
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ବିକ୍ରି ହେବନି ବ୍ଲଡ୍


ନୂଆଦିଲ୍ଲୀ - (CNO) ଦେଶରେ ଏବେ ଆଉ ବ୍ଲଡ ବିକ୍ରି ହେବ ନାହିଁ । ଏଭଳି ପରିସ୍ଥିତିରେ ରକ୍ତ ଅଭାବରୁ ଆଉ ଦେଶରେ କେହି ମରିବେ ନାହିଁ । ବର୍ତ୍ତମାନ ଡାକ୍ତରଖାନା ଏବଂ ଘରୋଇ ବ୍ଲଡ ବ୍ୟାଙ୍କଗୁଡ଼ିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ । କାରଣ ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହା ଅନ୍ତର୍ଗତ ବ୍ଲଡ ବ୍ୟାଙ୍କ କିମ୍ବା ଡାକ୍ତରଖାନା କେବଳ ରକ୍ତଦାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯାଇ ପାରିବ ।


ଏହା ବ୍ୟତୀତ ଯେଉଁ ଦେୟ ଆଦାୟ କରାଯାଉଥିଲା ତାହା ଆଉ ଆଦାୟ କରାଯିବ ନାହିଁ । ସରକାରଙ୍କ ଦ୍ୱାରା ଏନେଇ ଆଡଭାଇଜରୀରେ ଦେଶର ସମସ୍ତ ଡାକ୍ତରଖାନା ଏବଂ ବ୍ଲଡ ବ୍ୟାଙ୍କକୁ ଦିଆଯାଇଛି । ନୂତନ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍ ପାଇଁ ୨ରୁ ୬ ହଜାର ଟଙ୍କା ଦାବି କରାଯାଉଥିଲା ।

ଏମିତି କି ବିରଳ ବ୍ଲଡ୍ ଗ୍ରୁପର ରକ୍ତ ପାଇବା ପାଇଁ କିଛି କିଛି ଜାଗାରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବି ଦାବି କରାଯାଉଥିବା ଦେଖିବାକୁ ମଧ୍ୟ ମିଳିଛି । ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ନୂତନ ନିୟମ ଅନୁଯାୟୀ କେବଳ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯିବ, ଯାହା ୨୫୦ ରୁ ୧୫୫୦ ଟଙ୍କା ମଧ୍ୟରେ ରହିଛି । ପ୍ଲାଜ୍ମା ଏବଂ ପ୍ଲେଟଲେଟ୍ ପାଇଁ ପ୍ୟାକ୍ ପିଛା ୪୦୦ ଟଙ୍କା ଶୁଳ୍କ ଆଦାୟ କରାଯିବ ।

ସରକାରଙ୍କ ଏହି ପଦକ୍ଷେପ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବ୍ଲଡ ଫି କୁ ନେଇ ସରକାର ନେଇଥିବା ନିଷ୍ପତ୍ତି ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଥାଲାସେମିଆରେ ପୀଡିତ ଲୋକମାନଙ୍କ ପାଇଁ ଏହା ଏକ ଜୀବନ ରକ୍ଷାକାରୀ, ଯେଉଁମାନେ ବର୍ଷକୁ ଅନେକ ଥର ରକ୍ତ ବଦଳାଇବାକୁ ପଡ଼ିଥାଏ । ଦୁର୍ଘଟଣାଗ୍ରସ୍ତ ପୀଡିତ ଏବଂ ଗୁରୁତର ରୋଗ ପାଇଁ ଅସ୍ତ୍ରୋପଚାର କରୁଥିବା ବ୍ୟକ୍ତିମାନେ ମଧ୍ୟ ଯେକୌଣସି ସମୟରେ ରକ୍ତ ଆବଶ୍ୟକ କରିପାରନ୍ତି, ଏପରି ପରିସ୍ଥିତିରେ ଯଦି ରକ୍ତ ସହଜରେ ଉପଲବ୍ଧ ହୁଏ, ତେବେ ସେମାନଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେବ ।

ବୋଲେରୋ ଓଲଟି ୭ ଗୁରୁତର ଜଣେ ଆଶାକର୍ମୀଙ୍କ ମୃତ୍ୟୁ

COASTAL NEWS ODIA 1636

ବୋଲେରୋ ଓଲଟି ୭ ଗୁରୁତର  ଜଣେ ଆଶାକର୍ମୀଙ୍କ ମୃତ୍ୟୁ



ଖୋର୍ଦ୍ଧା (CNO): ୧୬ନଂ । ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଗ୍ରାମ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି ।

ଯାଜପୁର ଜିଲା ହରିଦାସପୁର ଅଞ୍ଚଳର ୮ ଜଣ ଆଶାକର୍ମୀଙ୍କ ସମତେ ଜଣେ ନାବାଳିକା ଏକ ବୋଲେରୋ ଯୋଗେ କୋରାପୁଟ ବୁଲିବାକୁ ଯାଇଥିଲେ। ଫେରିବା ବେଳେ ମଙ୍ଗଳବାର ସକାଳେ ବୋଲେରୋଟି ଭାରସାମ୍ୟ ହରାଇ ହରିକୁଣ୍ଡ ବରଡ଼ି ଗ୍ରାମ ନିକଟରେ ଓଲଟି ପଡ଼ିଥିଲା। ଫଳରେ ଆଶାକର୍ମୀଙ୍କ ସମେତ ବୋଲେରୋ ଚାଳକ ଏବଂ ନାବାଳିକା ଆହତ ହୋଇଥିଲେ। 

ଚିଲିକା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାବେଳେ ମିନତୀ ସାମଲ ନାମକ ଜଣେ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି।

Wednesday, January 3, 2024

ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'

COASTAL NEWS ODIA 1635

ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'


ବୌଦ୍ଧ - (CNO) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବୌଦ୍ଧ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ । ବିଶେଷ ଭାବରେ ବଣଭୋଜି ପାଇଁ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା ବାଘନଦୀ ଶଯ୍ୟାରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । 

ନୂଆ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଚାଲିଛି ବଣଭୋଜି । ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ପ୍ରକୃତିର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ମଧ୍ୟରେ ବଣଭୋଜିର ନିଆରା ଅନୁଭୂତି ନେଉଛନ୍ତି ପର୍ଯ୍ୟଟକ । ଶୀତଳପାଣି, କୁମ୍ଭିଦରହ, ରାମଗଡ଼, ମର୍ଜାକୁଦ, ତାମ୍ବିଦରହ, ନନ୍ଦନବନ, ଡମ୍ବରୁଗଡ, ନାଏକପଡା, ଖରଖରି, ନୂଆପଡ଼ା ଗିରାସିଙ୍ଗା, ରେଘାମୁଣ୍ଡା, ଲତାଝରଣ ଭଳି ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ଅଟ୍ରି ଉଷ୍ଣପ୍ରସ୍ରବଣରେ ଗରମପାଣିରେ ଗାଧୋଇବାର ମଜା ନେଉଛନ୍ତି ପର୍ଯ୍ୟଟକ, ଅଟ୍ରିରେ ପ୍ରବଳ ଭିଡ ସେହିପରି ସଦର ବ୍ଲକ ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ ବାଘନଦୀର ଖଣ୍ଡିକନପାର ନଦୀ ଶଯ୍ୟା ବର୍ତ୍ତମାନ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକମାନଙ୍କ ପ୍ରଥମ ପସନ୍ଦ ପାଲଟିଛି । ଜିଲ୍ଲା ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକମାନେ ପ୍ରତ୍ୟେକ ଦିନ ଏଠାକୁ ବଣଭୋଜି ପାଇଁ ଛୁଟି ଆସୁଛନ୍ତି । 

ଏଠାରେ ଥିବା ଏକ ଅସ୍ଥାୟୀ କାଠ ଓ ବାଉଁଶ ର ପୋଲ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବାବେଳେ ବାଘନଦୀର ଅପର ପାର୍ଶ୍ୱରେ ଥିବା ଶୈବପୀଠ ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହି ପିକ୍‌ନିକ୍‌ ସ୍ପଟ୍‌ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 'ଅକ୍ସି ଟୁରିଜିମ୍‌' ମାଧ୍ୟମରେ କାର୍ଯ୍ୟ କରୁଛି ।

ନିଯୁକ୍ତି ସୂଚନା

COASTAL NEWS ODIA 1635

ପୂରଣ ହେବ ୩୯୯ ଓସିଏସ୍‌ ପଦ,  ଆବେଦନର ଶେଷ ତାରିଖ ଫେବୃଆରୀ ୧୬


କଟକ - (CNO) ଓଡ଼ିଶା ସିଭିଲ ସର୍ଭିସର ୩୯୯ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଜାନୁଆରୀ ୧୭ରୁ ଓସିଏସ-୨୦୨୩ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୬ରେ ଶେଷ ହେବ। ପ୍ରଲିମିନାରୀ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତକାର ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ।

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ତାଲିକା ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ୩୦ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ। ସେଥିରୁ ଅସଂରକ୍ଷିତ ବର୍ଗ ବା ସାଧାରଣବର୍ଗ (ୟୁଆର)ରେ ୧୫ଟି, ଅନୁସୂଚିତ ଜାତି (ଏସ୍‌ସି) ୨ବର୍ଗରେ ୮ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୭ଟି ପଦ ସଂରକ୍ଷିତ ରହିଛି। ଓଡ଼ିଶା ବିତ୍ତ ସେବା (ଓଏଫଏସ)ରେ ୫୮ଟି ପଦ ରହିଛି। ତନ୍ମଧ୍ୟରୁ ସାଧାରଣ ବର୍ଗରେ ୨୮, ଏସଇବିସିରେ ୬, ଏସ୍‌ସିରେ ୯ ଓ ଏସ୍‌ଟିରେ ୧୩ଟି ପଦ ପୂରଣ ହେବ। ଓଡ଼ିଶା ପୁଲିସ ସେବା(ଓପିଏସ୍‌)ରେ ୬ଟି ପଦ ରହିଛି। ଓଡ଼ିଶା କୋ-ଅପରେଟିଭ ସର୍ଭିସ (ଓସିଏସ୍‌)ରେ ୧୨ଟି ପଦ ଖାଲି ଅଛି। ଓଡ଼ିଶା ରେଭିନ୍ୟୁ ସର୍ଭିସ (ଓଆରଏସ୍‌)ରେ ୯୦ଟି ପଦରେ ନିଯୁକ୍ତି ପରୀକ୍ଷା କରାଯିବ। ଏଥିରୁ ୪୫ଟି ଅଂସରକ୍ଷିତ ଥିବାବେଳେ ୧୮ଟି ଏସଇବିସି, ୧୪ଟି ଏସସି ଓ ୧୩ଟି ଏସ୍‌ଟି ବର୍ଗରେ ସଂରକ୍ଷିତ ରହିଛି। ଓଡ଼ିଶା ଲେବର ସର୍ଭିସ (ଓଏଲଏସ୍‌)ରେ ୧୧୩ଟି ପଦ ପୂରଣ ହେବ।

ବୟଫ୍ରେଣ୍ଡ ସହ ବୁଲିବା ହେଲା କାଳ, ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା ୧୧ ଅଭିଯୁକ୍ତ ଗିରଫ

COASTAL NEWS ODIA 1634

ବୟଫ୍ରେଣ୍ଡ ସହ ବୁଲିବା ହେଲା କାଳ, ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା ୧୧ ଅଭିଯୁକ୍ତ ଗିରଫ



ବିଶାଖାପାଟଣା - (CNO) ସମ୍ବିଧାନ ସଂଶୋଧନ ହେବା ସହିତ ନାରୀ ନିର୍ଯ୍ୟାତନା ଓ ବଳାତ୍କାର ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ କଠିନ ଆଇନ୍ପୁ ପ୍ରଣୟନ ହୋଇଥିଲେ ମଧ୍ଯ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ବୟ ଫ୍ରେଣ୍ଡ ସହ ପ୍ରେମିକା ବୁଲିବାକୁ ଯାଇଥିଲେ ବେଳାଭୁମି । ଆଉ ଗଣଦୁଷ୍କର୍ମର ହୋଇଗଲେ ଶିକାର । ଏକା ବେଳକେ ୧୩ ଜଣ ଅମଣିଷ, ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । 

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରୁ । ନାବାଳିକା ଜଣକ ପ୍ରଥମେ ପ୍ରେମିକ ଓ ତା'ର ସହଯୋଗୀଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ । ପରେ ବିଶାଖାପାଟନମର ଆର.କେ ବିଚରେ ୧୧ ଜଣ ଫଟୋଗ୍ରାଫର ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ଡିସେମ୍ବର ୧୭ ରୁ ୧୯ ତାରିଖ ମଧ୍ୟ ଘଟିଥିଲା । ହେଲେ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ପରିବାର ଲୋକ ନିଖୋଜ ଖବର ନେଇ ଥାନାରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ବିଶାଖାପାଟନମର ଏକ ପାଖ ଗାଁରୁ ଉଦ୍ଧାର କରାଯାଇଥିଲା । 

ନାବାଳିକାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି । ପୀଡିତାଙ୍କ ସୂଚନାକୁ ଆଧାର କରି ବିଶାଖାପାଟନମ୍ ପୋଲିସ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି । ଝାଡଖଣ୍ଡର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଟ୍ରାକ କରିବାକୁ ପ୍ରଚେଷ୍ଟା ଚଳାଇଛି ପୋଲିସ । 

ପୋଲିସର ସୁଚନାନୁଯାୟୀ , ଡିସେମ୍ବର ୧୮ ତାରିଖରେ ଫୋର୍ଥ ଟାଉନ୍ ଥାନାକୁ ନିଖୋଜ ଅଭିଯୋଗ ଆସିଥିଲା । ନାବାଳିକାଙ୍କ ବାପା ଏହି ଏତଲା ଦେଇଥିଲେ । ବାପାଙ୍କ କହିବା କଥା ତାଙ୍କ ଝିଅ, ଜଣେ ସରକାରୀ ଚାକିରିଆଙ୍କ ଘରେ ମେଡ୍ ଭାବେ ଘର କାମ କରେ । ମାଲିକ ଘର ଲୋକେ ଛୁଟି କାଟିବା ପାଇଁ କିଛି ଦିନ ପାଇଁ ବାହାରକୁ ଯାଇଛନ୍ତି । 

ହେଲେ ଏବେ ସେ କେଉଁ ଆଡ଼େ ନିଖୋଜ ହୋଇଛି । ପୋଲିସକୁ ପୀଡିତା ଜଣଙ୍କ ବିବୃତ୍ତି ଦେଇ କହିଛନ୍ତି, ଡିସେମ୍ବର ୧୭ରେ ସେ ତାଙ୍କ ପ୍ରେମିକଙ୍କ ସହ ଆର.କେ ବିଚକୁ ଯାଇଥିଲେ । ତାଙ୍କ ପ୍ରେମିକ ତାଙ୍କୁ ଏକ ଲଜକୁ ନେଇଗଲେ, ଯେଉଁଠାରେ ସେ ଏବଂ ତାଙ୍କ ବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ଝିଅଟି ଜୀବନ ହାରିବାକୁ ଆର.କେ ବେଳାଭୂମିରେ ପହଞ୍ଚିଥିଲା । 

ସେଠାରେ ଜଣେ ସି ବିଚ୍ ଫଟୋଗ୍ରାଫର ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରି ତାଙ୍କୁ ଏକ ଲଜକୁ ନେଇଗଲେ, ଯେଉଁଠାରେ ସେ ତାଙ୍କ ସହଯୋଗୀମାନଙ୍କ ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତାଙ୍କୁ ଦୁଇ ଦିନ ଧରି ୧୩ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ ।

ଆଜିର ରାଶିଫଳ

COASTAL NEWS ODIA 1632

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୩ ତାରିଖ ୨୦୨୪ ମସିହା(ବୁଧବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹👉ମେଷ*
*ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ,  କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।* 

*✧═════•❁❀❁•═════✧*  
*🌹👉ବୃଷ*
*ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି  ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।*
*✧═════•❁❀❁•═════✧*  
*🌹👉ମିଥୁନ*
*ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।* 
*✧═════•❁❀❁•═════✧*  

*🌹👉କର୍କଟ* 
*ଆଜି  ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।* 
*✧═════•❁❀❁•═════✧*  
*🌹👉ସିଂହ*
*ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ  ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।* 
*✧═════•❁❀❁•═════✧*  

*🌹👉କନ୍ୟା*
*ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।* 
*✧═════•❁❀❁•═════✧*  

*🌹👉ତୁଳା*
*ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।* 
*✧═════•❁❀❁•═════✧*  
*🌹👉ବିଛା*
*ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।  ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।* 

*✧═════•❁❀❁•═════✧*  
*🌹👉ଧନୁ*
*ଆଜି  ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।* 
*✧═════•❁❀❁•═════✧*  
*🌹👉ମକର*
*ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।* 
*✧═════•❁❀❁•═════✧*  
*🌹👉କୁମ୍ଭ*
*ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।* 

*✧═════•❁❀❁•═════✧*  
*🌹👉ମୀନ*
*ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ*
*✧═════•❁❀❁•═════✧*

୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର

COASTAL NEWS ODIA 1631

ବେଆଇନ୍ ଶ୍ରମିକ ଚାଲାଣ ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର



ପାଟଣାଗଡ଼ (CNO) ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ବେଳେ ଦାଦନ ଚାଲାଣ ଅଭିଯୋଗ ରେ ୩ ମଧ୍ୟସ୍ଥି ଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। 

ଖବର ଅନୁସାରେ ଦାଦନ ଚାଲାଣ ସୂଚନା ପାଇଁ ଖପ୍ରାଖୋଲ ଥାନା ପୋଲିସ ଘୁଚାପାଲି ଛକ ନିକଟରେ ଛକି ବସିଥିବା ବେଳେ ଏକ ବୋଲେରୋ ଗାଡ଼ି ରେ ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ବେଳେ ପୋଲିସ ଗାଡ଼ି ଅଟକାଇ ପଚରାଉଚୁରା ବେଳେ ଜମୁନାପାଲି ଓ ଘୁଚାପାଲି ଗାଁ ର ୪ଜଣ ମହିଳା, ୪ଜଣ ପୁରୁଷ ସମେତ ୭ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନା କୁ ଆଣିଥିବା ବେଳେ ବୋଲେରୋ ଗାଡି ଓ ଏକ ମୋଟର ସାଇକେଲ ଜବତ କରିଥିଲେ।

ସେହି ପରି ବେଆଇନ୍ ଦାଦନ ଚାଲାଣ ଅଭିଯୋଗ ରେ ଖପ୍ରାଖୋଲ ଥାନା କେସ ନମ୍ବର ୨୭୨/୨୩ରେ ଏକ ମାମଲା ରୁଜୁ କରି ଚାଚରାଭଟା ଗାଁ ର ମକୁନ୍ଦ ମାଝୀ (୩୮), ଲାଠୋର ଗାଁ ର ମୁକ୍ତିରାମ ଠାକୁର (୩୮) ଓ ହେମନ୍ତ ନାଗ (୪୦) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ କୁ ପଠେଇ ଦେଇଥିବା ପ୍ରକାଶ କରିଛନ୍ତି।
ସୁଚନା ଅନୁସାରେ ଖପ୍ରାଖୋଲ ଥାନା ପୋଲିସ ଚଳିତ ବର୍ଷ ବେଆଇନ୍ ଦାଦନ ଶ୍ରମିକ ଚାଲାଣ ବେଳେ ଚଢାଉ କରି ମୋଟ ୧୮ ମାମଲା ରୁଜୁ କରିଥିବା ବେଳେ ମୋଟ ୯୩ ଜଣ ଶ୍ରମିକ ଓ ୪୦ ଜଣ ଶିଶୁ ଙ୍କୁ ଉଦ୍ଧାର କରିଥିବା ବେଳେ ୨୭ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏହା ପରେବି ଦାଦନ ଚାଲାଣ ଥମୁନ ଥିବାବେଳେ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁରୁ ୨୦ରୁ ଉର୍ଦ୍ଧ୍ବ ପରିବାର ଶ୍ରମିକ ମାନଙ୍କୁ ଚାଲାଣ ପାଇଁ ସର୍ଦ୍ଦାର ମାନେ ଯୋଜନା ଚଳାଇଥିବା ବେଳେ ବିଫଳ ହୋଇଥିବା ସୂଚନା ମିଳିଛି।

Tuesday, January 2, 2024

ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ

COASTAL NEWS ODIA 1630

ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ 



ଭୁବନେଶ୍ବର - (CNO) ଆସନ୍ତା ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହେବ । ଜାନୁୟାରୀ ୧୬ ତାରିଖ ଯାଏଁ ଅନ୍‌ଲାଇନ୍‌ ପଞ୍ଜୀକରଣର ହେବ । ଏହି କାର୍ଡ ଲାଗି ଯୋଗ୍ୟଆଶାୟୀ ଅନ୍‌ଲାନ୍‌ରେ ଆବେଦନ କରିପାରିବେ  । BSKYରୁ ବାଦ୍‌ ପଡ଼ିଥିବା ପରିବାର ଲାଗି ନବୀନ କାର୍ଡ ଉଦ୍ଦିଷ୍ଟ ହବ । 

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । 

ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ। ଏକ ଉତ୍ତମ ମଡେଲ। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି। 

ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ - ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ l ନିକଟସ୍ଥ ଜନସେବା କେନ୍ଦ୍ର ଅଥବା ମୋ ସେବାକେନ୍ଦ୍ର ରେ ପଞ୍ଜୀକରଣ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି l

ନିଶ୍ଚିନ୍ତକୋଇଲି ନିକଟରେ ମନୋରମା ବସ ଦୁର୍ଘଟଣା ଚାଳିଶ ଜଣ ଯାତ୍ରୀ ଆହତ

COASTAL NEWS ODIA 1629

ନିଶ୍ଚିନ୍ତକୋଇଲି ନିକଟରେ ମନୋରମା ବସ ଦୁର୍ଘଟଣା ଚାଳିଶ ଜଣ ଯାତ୍ରୀ ଆହତ 







ସୁକରପଡ଼ା - (CNO) ଚାନ୍ଦବାଲି ରୁ କଟକ ଆସୁଥିବା ମନୋରମା ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ଚାଳିଶ ଜଣ ଯାତ୍ରୀ ଆହତ, ବସ ଭିତରେ ଚାପିହୋଇ ରହିଛନ୍ତି ଆଉ ଦୁଇଜଣ ଯାତ୍ରୀ ସେ ମଧ୍ୟରେ ଆଳି ବାଳକାଟି ର ଜଣେ ଝିଅ ଅନ୍ତର୍ଭୁକ୍ତ l ଉଦ୍ଧାର କାର୍ଯ୍ ପୁଲିସ ପ୍ରଶାସନ ଓ ଦମକଳ ବାହିନୀ ତତ୍ପରତାର ସହିତ କରୁଛନ୍ତି l ସୁକରପଡ଼ା ଓ କଟରପଡ଼ା ମଧ୍ୟରେ ହୋଇଛି ଏହି ଭୟାବହ ଦୁର୍ଘଟଣା l 

ଗ୍ୟାସ୍ଆ କଟର ଯୋଗେ ବସ୍ ବଡି କୁ କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି l ଆହତଙ୍କୁ ନିକଟସ୍ଥ ନିଶ୍ଚିନ୍ତକୋଇଲି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l 108 ଆମ୍ବୁଲାନ୍ସ ନିଆଁ ଲିଭାଇବା ଗାଡି ମୁତୟନ କରାଯାଇଛି l କଟକରୁ ଆତ୍ୟାଧୁନିକ ମେସିନ୍ ମରାଯାଇଛି l ଶୋକାକୁଳ ପରିବେଶ ରେ ଈଶ୍ୱରଙ୍କୁ ପ୍ରାର୍ଥନା l ଯାତ୍ରୀଙ୍କ ଠାରୁ ପ୍ରକାଶ ଯେ ହୁଏତ ଟ୍ରକ ଡ୍ରାଇଭର ଅଘଟଣର ଶିକାର ହୋଇଯାଇଛନ୍ତି l

Monday, January 1, 2024

ଆଜିର ରାଶିଫଳ

COASTAL NEWS ODIA 1628

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୨ ତାରିଖ ୨୦୨୪ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*  *✧═════•❁❀❁•═════✧*



*ମେଷ🌹👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ।   ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।*
*✧═════•❁❀❁•═════✧*
*ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା,  ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।*
*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ।  ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।*
*✧═════•❁❀❁•═════✧*
*🌹ମକର🌹👉:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।*
*✧═════•❁❀❁•═════✧*

ନୂଆ ବର୍ଷରେ ବଦଳିଲା ଏହି ନିୟମ

COASTAL NEWS ODIA 1627

ନୂଆ ବର୍ଷରେ ବଦଳିଲା ଏହି ନିୟମ



ନୂଆଦିଲ୍ଲୀ - (CNO) ନୂଆ ବର୍ଷରେ ବଦଳିଲା ଏହି ନିୟମ, ଜାଣି ରଖନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ  2023 ବର୍ଷ ବିଦାୟ ପରେ ଆସିଛି ଇଂରାଜୀ ନବ ବର୍ଷ 2024 । ଏହା ସହ ନୂଆ ବର୍ଷରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଲାଗୁ ହୋଇଛି ଅନେକ ନୂଆ ନିୟମ । 

ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏପିରିକି ନିଷ୍କ୍ରିୟ ୟୁପିଆଇ ଏବଂ ବ୍ୟାଙ୍କ ଲକରକୁ ନେଇ ହୋଇଛି ନିୟମରେ ପରିବର୍ତ୍ତନ । ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଲେ ସିଜେଆଇ, ଜାଣନ୍ତୁ ସେହି ତଥ୍ୟ କଣ? 

ନୂଆ ବର୍ଷରେ ଲାଗୁ ହୋଇଛି  ନୂଆ ନିୟମ ସୁକନ୍ୟା ଯୋଜନାରେ 8 ପ୍ରତିଶତ ବଦଳରେ ମିଳିବ 8.2 ପ୍ରତିଶତ ସୁଧ । ଏହା ଦ୍ୱାରା ସଞ୍ଚୟ ରାଶିରେ ବୃଦ୍ଧି ହେବ । ସେହିପରି ତିନି ବର୍ଷିଆ ମିଆଦି ଜମାରେ 7.1 ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କ ଲକର୍ ନୂଆ ନିୟମ ଲାଗୁ କରାଯିବ । 2023 ଡିସେମ୍ବର 31 ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବେ । ଏହା ବାଦ୍ କାର୍ କମ୍ପାନୀ ମାନେ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ । 

ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ । ସେହିପରି ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ । 

ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ KYC ଜରିଆରେ ହିଁ ସିମ୍ କିଣିହେବ । ଫଳରେ ଫେକ୍ ଡକ୍ୟୁମଣ୍ଟ ଦେଇ ଆଉ ସିମ୍ କାରବାର ହୋଇପାରିବ ନାହିଁ ଏବଂ ଗ୍ରାହକର ଡକ୍ୟୁମେଣ୍ଟ ଚୋରି ହେବ ନାହିଁ । ଏଥି ସହ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ନିୟମ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ।

ଆଜିର ରାଶିଫଳ

COASTAL NEWS ODIA 1626

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୧ ତାରିଖ ୨୦୨୪ ମସିହା(ସୋମବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*

*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।*

*✧═════•❁❀❁•═════✧*
*🌹କନ୍ୟା 🌹👉:-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ  ମନ ଆନନ୍ଦିତ  ରହିବ।*

*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*

*✧═════•❁❀❁•═════✧*
*🌹ବିଛା🌹👉:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹👉:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*

*✧═════•❁❀❁•═════✧*
*🌹ମକର🌹👉:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।*

*✧═════•❁❀❁•═════✧*
*🌹ମୀନ🌹👉:-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।*
*✧═════•❁❀❁•═════✧*

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...