AFFILIATE MARKETING

https://binomo.com?a=90810425bb57&t=0

Saturday, November 4, 2023

BCI ର ନିର୍ବାଚନ ସ୍ଥଗିତ ନିଷ୍ପତ୍ତିକୁ ନିନ୍ଦା

COASTAL NEWS ODIA 1355

BCI ର ନିର୍ବାଚନ ସ୍ଥଗିତ ନିଷ୍ପତ୍ତିକୁ ନିନ୍ଦା



କଟକ - (CNO) ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗ।
ପ୍ରତିକ୍ରିୟା ରଖିଲେ ଷ୍ଟେଟ ବାର୍‌ କାଉନସିଲ୍‌ ନିର୍ବାଚିତ ସଦସ୍ୟ।
ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ କହିଲେ!.
ଖୁବଶୀଘ୍ର ଏହା ବିରୋଧରେ ଆଇନର ଆଶ୍ରୟ ନେବୁ’। 

BCI ଚେୟାରମ୍ୟାନଙ୍କ ନାଁରେ ମାନହାନୀ ମାମଲା ପାଇଁ ବିଚାର କରୁଛୁ’।
ଏନେଇ ସୂଚନା ଦେଲେ ବରିଷ୍ଠ BCI ସଦସ୍ୟ ସୌରଚନ୍ଦ୍ର ମହାପାତ୍ର!

ଆଜିର ରାଶିଫଳ

COASTAL NEWS ODIA 1354

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୫ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*🌹ମେଷ🌹👉*
*ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।*
*✧═════•❁❀❁•═════✧*

*🌹ବୃଷ🌹👉*
*ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।*

*✧═════•❁❀❁•═════✧*
*🌹ମିଥୁନ🌹👉*
*ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।*

*✧═════•❁❀❁•═════✧*
*🌹କର୍କଟ🌹👉*
*କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।*
*✧═════•❁❀❁•═════✧*

*🌹ସିଂହ🌹👉*
*ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।*

*✧═════•❁❀❁•═════✧*
*🌹କନ୍ୟା🌹👉*
*ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌹👉,*
*ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।*

*✧═════•❁❀❁•═════✧*
*🌹ବିଛା🌹👉*
*ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।*

*✧═════•❁❀❁•═════✧*
*🌹ଧନୁ🌹👉*
*କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।*

*✧═════•❁❀❁•═════✧*
*🌹ମକର🌹👉*
*ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।*

*✧═════•❁❀❁•═════✧*
*🌹କୁମ୍ଭ🌹*
*କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର  ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।*

*✧═════•❁❀❁•═════✧*
*🌹ମୀନ🌹👉*
*ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।*
*✧═════•❁❀❁•═════✧*

ଛାତ ଉପରେ ଶୋଇଛି ମଣିଷ ଖିଆ ବାଘ

COASTAL NEWS ODIA 1353

ଛାତ ଉପରେ ଶୋଇଛି ମଣିଷ ଖିଆ ବାଘ



ନୂଆପଡ଼ା - (CNO) ଭଞ୍ଜ ବିହାରୀ ମହାନ୍ତି - ମଣିଷ ଖିଆ ବାଘ ଘରର ଛାତ ଉପରେ ଶୋଇଛି। ଗାଁରେ ଭୟର ବାତାବରଣ। ଟ୍ରାଙ୍କୁଲାଇଜ୍‌ ଟମ୍‌ ସହ ଘର ପାଖରେ ଜଗିଛି ବନ ବିଭାଗ। ହେଲେ ଗାଁ ଲୋକଙ୍କ ଆକ୍ରୋଶ ଯୋଗୁ ବାଘକୁ କାବୁ କରିପାରୁନି ବନ ବିଭାଗ। ନୂଆପଡା ସଦର ରେଞ୍ଜ ଧରମବନ୍ଧା ସେକସନ୍‌ର କୋଦପାଲି ଗାଁରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଗାଁରେ ଏବେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ଆଜି ସନ୍ଧ୍ୟା ବେଳେ କୋଦପାଲି ଗାଁ ଦାଣ୍ଡରେ ଛୋଟ ଛୋଟ ପିଲାମାନେ ଖେଳୁଥିଲେ। ମୌଜ ମଜ୍‌ଲିସ୍‌ କରୁଥିଲେ। ହସ୍‌ ଖୁସିରେ ମାତିଥିଲେ। ହଠାତ୍‌ ପିଲାମାନଙ୍କ ଉପରକୁ ଲମ୍ଫ ମାରିଲା ଗୋଟିଏ କଲରାପତରିଆ ବାଘ। ଆଉ ଆଖି ପିଛୁଳାକେ ଝାମ୍ଫିନେଲା ବଲକରାମ ବରିହାଙ୍କ ୮ ବର୍ଷର ପୁଅ ନୀଳକଣ୍ଠକୁ। ବାଘଟି ନୀଳକଣ୍ଠକୁ ମୁହଁରେ କାମୁଡ଼ି ଧରି ଦ୍ରୁତ ଗତିରେ ଧାଇଁ ପଳାଇ ଯାଉଥିଲା।

ସନ୍ଧ୍ୟାର ଶାନ୍ତ ପରିବେଶ ଭିତରେ ହଠାତ୍‌ କୋଳାହଳ ମୟ ହୋଇ ଉଠିଥିଲା। ବାଘ... ବାଘ... ଚିତ୍କାରରେ ଫାଟି ପଡ଼ିଲା ଗାଁର ପାଣି ପବନ। ଆଉ ତା’ପରେ କିଏ ହାତରେ ବାଡ଼ି ଧରିଲା ତ ଆଉ କିଏ ଧାରୁଆ ଅସ୍ତ୍ର ଧରିଲା। ତା’ପରେ ବାଘ ପଛେପଛେ ଧାଇଁଲେ। ଗାଁ ଲୋକଙ୍କ ଏ ଉଗ୍ର ରୂପ ଦେଖି ଡ଼ରି ଯାଇଥିଲା ବାଘ ମାମୁ। ନୀଳକଣ୍ଠକୁ ପକାଇଦେଇ ଜଣଙ୍କ ଘରର ଛାତ ଉପରକୁ ଚଢ଼ି ଯାଇଥିଲା। ଗାଁ ଲୋକେ ବାଘକୁ ଘଉଡାଇଥିଲେ। ଏହା ପରେ ବାଘଟି ଜଣଙ୍କ ଘର ଭିତରକୁ ପଶି ଯାଇଥିଲା। ସୌଭାଗ୍ୟକୁ ଘର ଭିତରେ କେହି ନଥିଲେ।

ବାଘଟି ବର୍ତ୍ତମାନ ସେହି ଘରର ଛାତ ଉପରେ ରହିଛି। ଏ ଖବର ପ୍ରଚାରିତ ହେବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନୂଆପଡା ଏସିଏଫ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚିଛି। ଛାତ ଉପରେ ବାଘ ଶୋଇଥିବା ଦେଖି ଗାଁ ଲୋକଙ୍କୁ ବୁଝାସୁଝା କରୁଛି। ହେଲେ ବୁଝିବା ଅବସ୍ଥାରେ ନାହାନ୍ତି ଗାଁ ଲୋକ। ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି। ପରେ ଗାଁରେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ପହଞ୍ଚିଛି। ବାଘକୁ ଧରିବା ପାଇଁ ଘରେ ଚାରି ପାର୍ଶ୍ୱରେ ଜାଲ ବିଛାଇବା ସହିତ ଟ୍ରାଙ୍କୁଲାଇଟ୍‌ ଟିମ୍‌ ସଜାଗ ହୋଇ ବସିଛି।

ହେଲେ ଗାଁ ଲୋକେ ବାଘ ଥିବା ଘରକୁ ଛାଡ଼ି ଯାଉନାହାନ୍ତି। ଧୀରେ ଧୀରେ ଗହଳି ବଢୁଛି। ଯେଉଁଥିପାଇଁ ବନ ବିଭାଗ ସମସ୍ୟା ବଢ଼ୁଛି। ବାଘକୁ କେମିତି କାବୁ କରିବ, ସେହି ଚିନ୍ତାରେ ବନ ବିଭାଗ ପଡ଼ିଯାଇଛି। ଗହଳି ବଢ଼ୁଥିବାରୁ ଧରମବନ୍ଧା ଥାନାକୁ ଖବର ଦେଇଥିଲା ବନ ବିଭାଗ। ପୁଲିସ ଗାଁରେ ପହଞ୍ଚି ଲୋକଙ୍କ ଘଉଡାଉଛି।  ବନ ବିଭାଗ ବାଘକୁ ଧରିବାରେ ସଫଳ ହୋଇନାହିଁ। ବାଘଟି ଛାତ ଉପରେ  ଶୋଇଛି।

ସେପଟେ ବାଘ ମୁହଁରୁ ନୂଆ ଜୀବନ ପାଇଥିବା ନୀଳକଣ୍ଠକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଇଡି ଅଧ୍ୟାକାରୀଙ୍କୁ ବାନ୍ଧିଲା ରାଜସ୍ଥାନ ପୁଲିସ

COASTAL NEWS ODIA 1352


ଇଡି ଅଧ୍ୟାକାରୀଙ୍କୁ ବାନ୍ଧିଲା ରାଜସ୍ଥାନ ପୁଲିସ



ଜୟପୁର,୨୧୧- (CNO) ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଜସ୍ଥାନରେ ଇଡି କାର୍ଯ୍ୟାନୁଷ୍ଠାନ ଜୋର୍‌ଦାର ହୋଇଛି। ରାଜ୍ୟ ପୁଲିସ ଗୁରୁବାର ଏହାର ମୁକାବିଲା ସ୍ଵରୂପ ଇଡି ଅଧିକାରୀ ନଭଲ କିଶୋର ମୀଣାଙ୍କୁ ଗିରଫ କରିଛି । ଚିଟ୍‌ଫଣ୍ଡ ମାମଲାର
ରଫାଦଫା ପାଇଁ ମୀଣା ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୁଲିସର ଦୁର୍ନୀତି ବିରୋଧୀ ବାହିନୀ ଏସିବି ଦ୍ବାରା (ଏସିବି) ହାତରେ ଧରାପଡ଼ିଛନ୍ତି । ତାଙ୍କ ସହଯୋଗୀ ବାବୁଲାଲ ମୀଣା ମଧ୍ୟ ଗିରଫ ହୋଇଛନ୍ତି। ଜଣେ ମଧ୍ୟସ୍ଥି ମାଧ୍ୟମରେ ସେମାନେ ଲାଞ୍ଛ ଟଙ୍କା ଗ୍ରହଣ କରୁଥିଲେ। 

ଚିଟ୍‌ଫଣ୍ଡ ମାମଲାକୁ ଖାରଜ ସହ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ ନକରିବା ପାଇଁ ଦୁଇ ଅଧିକାରୀ ୧୭ଲକ୍ଷ ଟଙ୍କା ଉନ୍ମୋଚ ଦାବି କରିଥିଲେ । ମଧ୍ୟସ୍ଥଙ୍କ ମାଧ୍ୟମରେ ଏହା ୧୫ ଲକ୍ଷରେ ତ୍ରୁଟିଥିଲା। ରାଜସ୍ଥାନ ଏସିବି ଏହି ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଡ଼ର କଳାବେଳେ ନଭଲ କିଶୋରଙ୍କ ବିରୋଧରେ ଆୟ ବହିଭୂତ ସମ୍ପଇ ଦୁଇ ମାମଲା ମଧ୍ୟ ଦାୟର କରିଛି ।
189

ଆଇପିଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ

COASTAL NEWS ODIA 1351

ଆଇପିଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ


ଭୁବନେଶ୍ୱର,୪ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଏସ୍‌ପି ତଥା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବି. ଗଙ୍ଗାଧରଙ୍କୁ ରାଜ୍ୟ ସରକାର ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ନବରଙ୍ଗପୁର ଏସ୍‌ପି ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌. ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଛି। 


ବାଲିଗୁଡ଼ା ଏସ୍‌ଡିପିଓ ତଥା ୨୦୧୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ରୋହିତ ବର୍ମାଙ୍କୁ ନବରଙ୍ଗପୁର ଏସ୍‌ପି ଭାବେ ବଦଳି କରାଯାଇଛି।

ଆଜିର ରାଶିଫଳ

COASTAL NEWS ODIA 1350

*🌹🌼👉ମହାବୀର ପଞ୍ଜିକା👈🌼🌹*
*ଓଡ଼ିଶା ବ୍ରାହ୍ମଣସମାଜ ଦ୍ଵାରା ଅନୁମୋଦିତ* *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୪ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•═════✧* 
 *ଡ:ବାୟୁନନ୍ଦନ ମିଶ୍ର*  

*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*🌹ମେଷ* 🌹👇
 *ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।* 
*✧═════•❁❀❁•═════✧*
*🌹ବୃଷ🌹👇*
*ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।*

*✧═════•❁❀❁•═════✧*
*🌹ମିଥୁନ🌹👇*
*ଆଜି  ଆପଣଙ୍କ ଅଭିଳାଷ ପୂରଣ  ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।*

*✧═════•❁❀❁•═════✧*
*🌹କର୍କଟ🌹👇*
*ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।*

*✧═════•❁❀❁•═════✧*
*🌹ସିଂହ🌹👇*
*କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ  କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।*

*✧═════•❁❀❁•═════✧*
*🌹କନ୍ୟା🌹👇*
*ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।*

*✧═════•❁❀❁•═════✧*
*🌹ତୁଳା🌹👇*
*ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।*
*✧═════•❁❀❁•═════✧*

*🌹ବିଛା🌹👇*
*ଆଜି ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹👇*
*ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*

*🌹ମକର🌹*👇
*ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।*

*✧═════•❁❀❁•═════✧*
*🌹କୁମ୍ଭ🌹👇*
*ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।*
*✧═════•❁❀❁•═════✧*

*🌹ମୀନ🌹👇*
*ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।*
*✧═════•❁❀❁•═════✧*

Thursday, November 2, 2023

ଆଜିର ରାଶିଫଳ

COASTAL NEWS ODIA 1349

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୩ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*ମେଷ*👉 : *ଆଜି  ଦିନଟି  ନିଜର କ୍ୟାରିୟର ସୁଧାର ପାଇଁ   ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।* 
*✧═════•❁❀❁•═════✧*
*ବୃଷ:👉ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।* 
*✧═════•❁❀❁•═════✧*
*ମିଥୁନ:👉* *ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।* 
*✧═════•❁❀❁•═════✧*
*କର୍କଟ: 👉ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।* 
*✧═════•❁❀❁•═════✧*
 *ସି˚ହ:👉 ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।* 
*✧═════•❁❀❁•═════✧*
 *କନ୍ୟା: 👉ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*ତୁଳା:*👉 *ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବିଛା:👉 କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।* 
*✧═════•❁❀❁•═════✧*
*ଧନୁ:👉 ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।* 
*✧═════•❁❀❁•═════✧*
*ମକର:*👉 *ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *କୁମ୍ଭ:👉ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।* 
*✧═════•❁❀❁•═════✧*
 *ମୀନ:👉ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ •❁❀❁•═════✧*

ଡାଇବେଟିସ ପୀଡିତ ଲୋକମାନଙ୍କ ପାଇଁ ଛୁଞ୍ଚିମୁକ୍ତ ଇନସୁଲିନ ଓରାଲ ସ୍ପ୍ରେ

COASTAL NEWS ODIA 1347

ଡାଇବେଟିସ ପୀଡିତ ଲୋକମାନଙ୍କ ପାଇଁ ଛୁଞ୍ଚିମୁକ୍ତ ଇନସୁଲିନ ଓରାଲ ସ୍ପ୍ରେ 



ହାଇଦ୍ରାବାଦ,୨।୧୧ - (CNO) ଭଞ୍ଜ ବିହାରୀ ମହାନ୍ତି - ଡାଇବେଟିସ ସମସ୍ୟାରେ ପୀଡିତ ଲୋକେ ଏବେ ଆଉ ଇନସୁଲିନ ଇଞ୍ଜେକଶନ ନେବାକୁ ଭୟ କରିବାର ଆବଶ୍ୟକତା ନାହିଁ। ଖୁବ ଶୀଘ୍ର ବଜାରରେ ଇନସୁଲିନ ସ୍ପ୍ରେ ବିକ୍ରି ହେବାକୁ ଯାଉଛି। ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଇନସୁଲିନ ସ୍ପ୍ରେ ଉପଲବ୍ଧ ହେବାର ସମ୍ଭାବନା ଅଛି । ଏହା ସାହାଯ୍ୟରେ ଲୋକେ ଇଞ୍ଜେକଶନବ୍ୟବହାର କରିବା ପରିବର୍ତ୍ତେ ସ୍ପ୍ରେ ଦ୍ୱାରା ଇନସୁଲିନ ଗ୍ରହଣ କରି ପାରିବେ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ନିଡଲଫ୍ରି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଛୁଞ୍ଚିମୁକ୍ତ ଇନସୁଲିନ ଓରାଲ ସ୍ପ୍ରେ ବିକଶିତ କରିବାକୁ ଦାବି କରୁଛି। କୁହାଯାଉଛି ଏହା ହେଉଛି ବିଶ୍ୱର ପ୍ରଥମ ଇନସୁଲିନ ସ୍ପ୍ରେ, ଯାହାର ନାମ ଓଜୁଲିନ ରଖାଯାଉଛି। ହାଇଦ୍ରାବାଦ ଭିତ୍ତିକ ଗବେଷଣା ଏବଂ ବିକାଶ କମ୍ପାନୀ ଟ୍ରାନ୍ସଜେନ ବାୟୋଟେକ ଲିମିଟେଡ ଭାବରେ କମ୍ପାନୀ ଆରମ୍ଭ ହୋଇଥିଲା।

ବର୍ତ୍ତମାନ କମ୍ପାନୀ ପରବର୍ତ୍ତୀ ପରୀକ୍ଷା ପାଇଁ ଅନୁମତି ମାଗିଛି। ସୁରକ୍ଷା ଅଧ୍ୟୟନର ଅନୁମୋଦନ ପାଇଁ କମ୍ପାନୀ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ନିକଟକୁ ଆସିଛି।
ଏହା ପରେ, ସ୍ପ୍ରେର ମାନବ କ୍ଲିନିକାଲ ପରୀକ୍ଷା କରାଯିବ। ଅଷ୍ଟିଓପୋରୋସିସ ଏବଂ ଆଲଜାଇମର ଭଳି ସମସ୍ୟା ପାଇଁ କମ୍ପାନୀ ଓରାଲ ସ୍ପ୍ରେ ପ୍ରସ୍ତୁତ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି।

ଓଜୋନ୍ ସ୍ତରରେ ଏକ ନୂତନ ଛିଦ୍ର

COASTAL NEWS ODIA 1347

ଓଜୋନ୍ ସ୍ତରରେ ଏକ ନୂତନ ଛିଦ୍ର



​ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପୃଥିବୀର ଓଜୋନ୍ ସ୍ତରରେ ଏକ ନୂତନ ଛିଦ୍ର ମିଳିଛି, ଯାହା ପୃଥିବୀର ଅର୍ଦ୍ଧାଧିକ ଲୋକଙ୍କ ପାଇଁ ଚର୍ମ କର୍କଟ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ସୃଷ୍ଟି କରିଥାଏ। ଏହି ନୂତନ ଆବିଷ୍କାର ବିଷୟରେ ସୂଚନା ଏକ ଜର୍ଣ୍ଣାଲରେ ଦିଆଯାଇଛି। ଆବିଷ୍କାର କହିଛି ଯେ ଆଣ୍ଟାର୍କଟିକା ଉପରେ ମିଳିଥିବା ନଅ ନିୟୁତ ବର୍ଗ ମାଇଲ ଗର୍ତ୍ତଠାରୁ ଏହି ନୂତନ ଗର୍ତ୍ତ ସାତଗୁଣ ବଡ଼। 

ଓଜୋନ୍ ସ୍ତର ପୃଥିବୀ ପାଇଁ ପ୍ରତିରକ୍ଷା ଢାଲ ଭାବରେ କାର୍ଯ୍ୟ କରେ। ଏହା ପୃଥିବୀଠାରୁ ପ୍ରାୟ ୨୪ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଆମକୁ ଅତି-ବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ ଯାହା ଚର୍ମ କର୍କଟ ସୃଷ୍ଟି କରିଥାଏ। ଯଦି ନୂତନ ଛିଦ୍ର ବିଷୟରେ ଦାବିଗୁଡିକ ନିଶ୍ଚିତ ହୁଏ, ତେବେ ଏହା ଚର୍ମ କର୍କଟ ଏବଂ ମୋତିଆବିନ୍ଦୁ ସମେତ କୋଟି କୋଟି ଲୋକଙ୍କୁ ବିପଦରେ ପକାଇବ।

ମଣିଷର ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରିପାରେ ବୋଲି ଗବେଷକ ମୁଖ୍ୟ କହିଛନ୍ତି, ‘ଓଜୋନ୍ ଛିଦ୍ରର ଉପସ୍ଥିତି ଏକ ବିଶ୍ୱସ୍ତରୀୟ ଚିନ୍ତାର କାରଣ ହୋଇପାରେ। ଓଜୋନ୍ ସ୍ତରରେ ଅବନତି ପୃଥିବୀରେ ୟୁଭି ବିକିରଣକୁ ବଢ଼ାଇପାରେ, ଯାହା ଚର୍ମ କର୍କଟ ଏବଂ ମଣିଷରେ ମୋତିଆବିନ୍ଦୁ ହେବାର ଆଶଙ୍କା ବୃଦ୍ଧି କରିବାର ଆଶଙ୍କା ରହିଛି।

୧୯୮୦ରୁ ରହିଛି ଗର୍ତ୍ତ ବୈଜ୍ଞାନିକ ଲୁ କହିଛନ୍ତି, ‘ବର୍ତ୍ତମାନର ଆବିଷ୍କାରରେ ଓଜୋନ୍ ହ୍ରାସ, ୟୁଭି ବିକିରଣର ପରିବର୍ତ୍ତନ, ଚର୍ମ କର୍କଟ ହେବାର ଆଶଙ୍କା ଏବଂ ସ୍ୱାସ୍ଥ୍ୟ ଏବଂ ଇକୋସିଷ୍ଟମ ଉପରେ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ ଉପରେ ଅଧିକ ଗଭୀର ଅଧ୍ୟୟନ ଆବଶ୍ୟକ।’ ବିଶ୍ୱାସ କରାଯାଏ ଯେ ଏହି ଗର୍ତ୍ତ ୧୯୮୦ରୁ ବିଦ୍ୟମାନ ଥିବାବେଳେ ବର୍ତ୍ତମାନ ଚିହ୍ନଟ ହୋଇଛି

ଚନ୍ଦ୍ରରେ ମାନବ ବସତି ସ୍ଥାପନ ପାଇଁ ନାସାର ପ୍ରକଳ୍ପ

COASTAL NEWS ODIA 1346

ଚନ୍ଦ୍ରରେ ମାନବ ବସତି ସ୍ଥାପନ ପାଇଁ ନାସାର ପ୍ରକଳ୍ପ 



ନୂଆଦିଲ୍ଲୀ _(CNO) ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରରେ ମାନବ ବସତି ସ୍ଥାପନ ପାଇଁ ନାସାର ପ୍ରକଳ୍ପ ବିଷୟରେ ପୃଥିବୀବାସୀ ଅଳ୍ପବହୁତେ ଅବଗତ ଅଛନ୍ତି। ବର୍ତ୍ତମାନ ଅନ୍ୟ ଏକ ମହାକାଶ ସଂସ୍ଥା ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ପାଇଁ ଏକ ରାସ୍ତା ଏବଂ ଲ୍ୟାଣ୍ଡିଂ ପ୍ୟାଡ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। 

ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେତେ ସମୟ ଲାଗିବ ତାହା ଆକଳନ କରିବା କଷ୍ଟକର। ୟୁରୋପୀୟ ସ୍ପେସ୍ ଏଜେନ୍ସି ଚନ୍ଦ୍ରରେ ରାସ୍ତା ଏବଂ ଲ୍ୟାଣ୍ଡିଂ ପ୍ୟାଡ୍ ନିର୍ମାଣ କରିବାକୁ ଚାହୁଁଛି। ଚନ୍ଦ୍ରର ପୃଷ୍ଠକୁ ଅଧିକ ବାସଯୋଗ୍ୟ କରିବା ପାଇଁ ଏହି ସଂସ୍ଥା ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଛ।

ଏହି ପ୍ରକଳ୍ପର ନାମ ପାଭେର୍ ରଖାଯାଇଛି। ଏହି ପଦକ୍ଷେପଟି ଶକ୍ତିଶାଳୀ ଲେଜର ବ୍ୟବହାର କରି ଚନ୍ଦ୍ର ଧୂଳିକୁ ଏକ ଗ୍ଲାସ ପରି କଠିନ ପୃଷ୍ଠରେ ତରଳାଇ ରାସ୍ତା ଏବଂ ଲ୍ୟାଣ୍ଡିଂ ପ୍ୟାଡ୍ ସମେତ ଚନ୍ଦ୍ରରେ କାର୍ଯ୍ୟକଳାପର କ୍ଷେତ୍ରକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। ପାଭେର୍ ପ୍ରକଳ୍ପ, ଜର୍ମାନୀର କ୍ଲାଷ୍ଟାଲ୍ ଟେକ୍ନୋଲୋଜି ୟୁନିଭରସିଟିରେ ମହାକାଶ ପଦାର୍ଥ ସାମଗ୍ରୀ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ସହଯୋଗରେ ପରିଚାଳିତ ହେଉଛି। 

ନାସା ବୈଜ୍ଞାନିକମାନେ ଜଣାଇଛନ୍ତି ଯେ ଚନ୍ଦ୍ର ଧୂଳି ହେତୁ ଅନେକ ଚନ୍ଦ୍ର ମିଶନ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲା, ଆପୋଲୋ ୧୭ ଚନ୍ଦ୍ର ମିଶନ ମଧ୍ୟ ଧୂଳିପାଇଁ ଅସୁବିଧାରେ ପଡ଼ିଥିଲା। ଏହା ଯୋଗୁଁ ସ୍ପେସ୍‌ ସୁଟ୍‌ଗୁଡ଼ିକ ନଷ୍ଟ ହୋଇଥିଲା। ଏଣୁ ଭଲଭାବେ ଅନୁଧ୍ୟାନ କରାଯିବା ପରେ ଚନ୍ଦ୍ରରେ ରାସ୍ତା ନିର୍ମାଣ କରାଯିବ, ଯାହାର ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି।

ମଙ୍ଗଳ ଗ୍ରହରେ ମଧ୍ୟ ବଞ୍ଚିପାରିବେ ମୂଷା

COASTAL NEWS ODIA 1345

ମଙ୍ଗଳ ଗ୍ରହରେ ମଧ୍ୟ ବଞ୍ଚିପାରିବେ ମୂଷା



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ବୈଜ୍ଞାନିକମାନେ ସେମାନଙ୍କର ନୂତନ ଅନୁସନ୍ଧାନ ଆଧାରରେ ଏହି ଦାବି କରିଛନ୍ତି ଯେ ମୂଷାମାନେ ମଙ୍ଗଳ ଗ୍ରହରେ ମଧ୍ୟ ବଞ୍ଚିପାରିବେ। ଚିଲି ଏବଂ ଆର୍ଜେଣ୍ଟିନାର ଆଟାକାମା ମାଳଭୂମିରେ ଆଗ୍ନେୟଗିରିର ଅତ୍ୟଧିକ ଶୁଖିଲା ସ୍ଥାନରେ ଗବେଷକମାନେ ଅନୁଧ୍ୟାନ ସମୟରେ କେତେକ ମୂଷା କଙ୍କାଳ ପାଇଥିଲେ। 

ଆଟାକାମା ମାଳଭୂମିର ଅବସ୍ଥିତି ବାୟୁମଣ୍ଡଳ ଏବଂ ନିମ୍ନ ତାପମାତ୍ରା ହେତୁ ମଙ୍ଗଳ ଗ୍ରହ ସହିତ ସମାନ ବୋଲି ବିବେଚନା କରାଯାଏ। ଏହି ଅଧ୍ୟୟନ ଆଧାରରେ ଗବେଷକଦଳ କହିଛନ୍ତି ଯେ ଆଗ୍ନେୟଗିରିର ଶୀର୍ଷରେ ବାସ କରୁଥିବା ମୂଷା କଙ୍କାଳ ଆବିଷ୍କୃତ ହେବା ପରେ ଏହା ସ୍ପଷ୍ଟ ହୋଇଛି ଯେ ସେମାନେ ମଙ୍ଗଳ ଗ୍ରହରେ ବି ରହିପାରିବେ। ପ୍ରତିକୂଳ ପରିବେଶରେ ବଞ୍ଚିପାରନ୍ତି ମୂଷା l

ଗବେଷକ ମୁଖ୍ୟ ପ୍ରଫେସର ଷ୍ଟୋରଜ କହିଛନ୍ତି: ‘ଆମର ଆବିଷ୍କାର ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ତାଲିମ ପ୍ରାପ୍ତ ପର୍ବତାରୋହୀମାନେ ସେହି ସ୍ଥାନକୁ ଯାଆନ୍ତି, ସେମାନଙ୍କର ପ୍ରଶିକ୍ଷଣ ହେତୁ ସେମାନେ ଗୋଟିଏ ଦିନ ପାଇଁ ଏପରି ଉଚ୍ଚତାକୁ ସହ୍ୟ କରିପାରନ୍ତି। ହେଲେ ଏହି ମୂଷାମାନେ ଏପରି ଉଚ୍ଚତାରେ ବାସ କରି, ତାହା ଦର୍ଶାଇଛନ୍ତି ଯେ ସେମାନେ ଯେ କୌଣସି ପରିସ୍ଥିତିରେ ବଞ୍ଚିପାରିବେ। 

ପ୍ରଫେସର ଷ୍ଟୋରଜଙ୍କ ଅନୁଯାୟୀ, ଯେତେବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ପଥର ଅନୁସନ୍ଧାନ ଆରମ୍ଭ କରିଥିଲେ, ଶିଖରରେ ମୂଷାଙ୍କ କଙ୍କାଳ ଦେଖିବାକୁ ପଇେଲେ। ତା’ପରେ ସେ ବ୍ୟବସ୍ଥିତ ଭାବରେ ଆଗ୍ନେୟଗିରି ଶିଖର ଗବେଷଣା ଆରମ୍ଭ କରି ୬,୦୦୦ ମିଟରରୁ ଅଧିକ ଉଚ୍ଚରେ ଥିବା ଅନେକ ଆଗ୍ନେୟଗିରି ଶିଖରରେ ୧୩ଟି ମୂଷାଙ୍କ କଙ୍କାଳ ପାଇଲେ। 

ରେଡିଓକାର୍ବନ୍ ପରୀକ୍ଷାରୁ ଜଣାପଡିଛି ଯେ ଦୁଇଟି ଆଗ୍ନେୟଗିରିର ଶିଖରରେ ମିଳିଥିବା ମୂଷାଙ୍କ କଙ୍କାଳ କିଛି ଦଶନ୍ଧି ପୁରୁଣା।ଗବେଷକ ମୁଖ୍ୟ ପୁଣି ଅନୁସନ୍ଧାନ କରିଥିଲେ ଯେ ପଥର ଏବଂ ବରଫର ଏକ ଅନ୍ଧକାର ଦୁନିଆରେ ମୂଷାମାନେ କିଭଳି ବାସ କରିପାରିବେ, ଯେଉଁଠାରେ ତାପମାତ୍ରା ଶୂନରୁ ଅଧିକ ନୁହେଁ ଏବଂ ଅମ୍ଳଜାନ ବହୁତ କମ୍ ଥାଏ। 

ପ୍ରଫେସର ଷ୍ଟୋରଜ କହିଛନ୍ତି ଯେ ଏଥିରୁ ସ୍ପଷ୍ଟ ଜଣାପଡ଼ିଥିଲା ଯେ ମୂଷାମାନେ ନିଜ ଇଚ୍ଛାରେ ସେଠାରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଆଟାକାମା ପର୍ବତରୁ ମିଳିଥିବା ମୂଷାଙ୍କ କଙ୍କାଳରୁ ବର୍ତ୍ତମାନ କୁହାଯାଇପାରେ ଯେ ଏହି ମୂଷାମାନେ ମଙ୍ଗଳ ପରି ପରିବେଶରେ ରହିପାରିବେ।

ଯଦି ଏହି ଉପଗ୍ରହଗୁଡ଼ିକ ପରସ୍ପର ସହିତ ମୁହାଁମୁହିଁ ହୁଅନ୍ତି ?

COASTAL NEWS ODIA 1344

ଯଦି ଏହି ଉପଗ୍ରହଗୁଡ଼ିକ ପରସ୍ପର ସହିତ ମୁହାଁମୁହିଁ ହୁଅନ୍ତି ? 

ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଆଧୁନିକତା ନାମରେ ମଣିଷ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଅବଶ୍ୟ ଏହି ରେସରେ ମଣିଷ ଏପରି ଅନେକ କାର୍ଯ୍ୟ କରିଛି, ଯାହା ତାକୁ ବିନାଶ ଆଡ଼କୁ ନେଇପାରେ। ଏଥି ମଧ୍ୟରୁ ଗୋଟିଏ ହେଉଛି ଉପଗ୍ରହ। ବର୍ତ୍ତମାନ ହଜାର ହଜାର ଉପଗ୍ରହ ପୃଥିବୀ ଉପରେ ବୁଲୁଛି। ଏମାନଙ୍କ ମଧ୍ୟରୁ କେତେକ କାମ କରୁଛି ଏବଂ କେତେକ କଳଙ୍କି ଲାଗିଯାଇଛି। ସେମାନଙ୍କର ସଂଖ୍ୟା ଏତେ ଅଧିକ ଯେ ମଣିଷମାନେ ବର୍ତ୍ତମାନ ଭୟ କରୁଛନ୍ତି ଯଦି ଏହି ଉପଗ୍ରହଗୁଡ଼ିକ ପରସ୍ପର ସହିତ ମୁହାଁମୁହିଁ ହୁଅନ୍ତି କିମ୍ବା ପୃଥିବୀରେ ପଡ଼ିବା ଆରମ୍ଭ କରନ୍ତି ତେବେ କ’ଣ ହେବ।

୧୯୫୭ରେ ମହାକାଶକୁ ଉପଗ୍ରହ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେବେଠାରୁ ମହାକାଶକୁ ହଜାର ହଜାର ଉପଗ୍ରହ ପଠାଯାଇଛି। ବର୍ତ୍ତମାନ ସମୁଦାୟ ୮୭୦୦ ଉପଗ୍ରହ ପୃଥିବୀର ବିଭିନ୍ନ କକ୍ଷପଥରେ ସକ୍ରିୟ ଅଛି। ବର୍ତ୍ତମାନ ୧୩ କୋଟିରୁ ଅଧିକ ବର୍ଜ୍ୟବସ୍ତୁ ଖଣ୍ଡ ମହାକାଶରେ ଭାସୁଛି। ଏହି ସମଗ୍ର ବର୍ଜ୍ୟବସ୍ତୁ ମଧ୍ୟରୁ ୩୫ ହଜାର ଏପରି ବର୍ଜ୍ୟବସ୍ତୁ ଅଛି ଯାହାର ଆକାର ୧୦ ସେମିରୁ ଅଧିକ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଯଦି ଏହାର ସମାଧାନ ଶୀଘ୍ର ନ ମିଳେ ତେବେ ଭବିଷ୍ୟତରେ ଏହା ଏକ ବିପର୍ଯ୍ୟସ୍ତ ରୂପ ନେବ। ସବୁଠୁ ବଡ କଥା ହେଉଛି ଯଦି ଏହି ଛୋଟ ଖଣ୍ଡଗୁଡ଼ିକ ମଧ୍ୟ ମହାକାଶରୁ ପୃଥିବୀ ଆଡକୁ ଖସିଯାଏ, ତେବେ ସେମାନଙ୍କର ଗତି ହେତୁ ସେମାନେ ପୃଥିବୀରେ ଉପସ୍ଥିତ ଲୋକଙ୍କ ପାଇଁ ବହୁତ କ୍ଷତି ଘଟାଇ ପାରନ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

COASTAL NEWS ODIA 1343

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା



ଚଣ୍ଡିଗଡ,୨।୧୧ - (CNO) ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ସୁନାମ ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଏକ କାରରେ ଯାତ୍ରା କରୁଥିଲେ ଏବଂ ମଲେରକୋଟଲା ଠାରୁ ସୁନାମକୁ ଫେରୁଥିଲେ।

ସୂଚନାନୁସାରେ, ମଲେରକୋଟଲାର ବାବା ହାୟଦାର ଶାହାଙ୍କ ଦରଘାରେ ସମସ୍ତେ ଦର୍ଶନ କରିବା ପରେ ସୁନାମକୁ ଫେରୁଥିଲେ। ସୁନାମ ନିକଟରେ କାରଟି ଏକ ଟ୍ରକ ଏବଂ ତେଲ କ୍ୟାଣ୍ଟର ଦ୍ୱାରା ଧକ୍କା ହୋଇଥିଲା। କାରଟି ଦୁଇଟି ଗାଡି ମଧ୍ୟରେ ଚାପି ହୋଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ କର୍ମଚାରୀମାନେ କାର କାଟି ମୃତଦେହ ବାହାର କରିଥିଲେ।

ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ

COASTAL NEWS ODIA 1342

ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ



ବାରିପଦା - (CNO) ଭଞ୍ଜ ବିହାରୀ ମହାନ୍ତି - ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ରିପୋର୍ଟ ତଲବ କରିଛନ୍ତି ସିଡିଏମ୍‌ଓ।

ଗତ ୩୧ ତାରିଖ ରାତିରେ ବାରିପଦା ସଦର ବ୍ଲକ୍‌ ଗୁଞ୍ଜୁସାହି ଗାଁର ମୋତିରାମ ଟୁଡୁଙ୍କ ପତ୍ନୀ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକ ଏନେଇ ଆଶାଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା ଦିଦି ଭାରତୀ ମାରାଣ୍ଡି ସଙ୍ଗେ ସଙ୍ଗେ ପ୍ରସୂତିଙ୍କ ଘରେ ପହଞ୍ଚିଥିଲେ। ପ୍ରାଥମିକ ଯାଞ୍ଚ ପରେ ମେଡ଼ିକାଲ୍‌ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରସୂତିଙ୍କୁ ପଣ୍ଡିତ ରଘୁନାଥ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ କଲ ପାଇ ଗାଁରେ ଆମ୍ୱୁଲାନ୍ସ ନମ୍ୱର (OD-11Q-7331) ପହଞ୍ଚିଥିଲା।

ଆମ୍ୱୁଲାନ୍ସ ଘରେ ପହଞ୍ଚିବା ପରେ ପ୍ରସୂତି ଗାଡ଼ିରେ ବସିଲେ। ତା’ପରେ ମେଡ଼ିକାଲ୍‌ ଅଭିମୁଖେ ଯାଉଥିଲା ଆମ୍ୱୁଲାନ୍ସ। ପ୍ରାୟ ଦେଢ଼ କିମି ରାସ୍ତା ଗଲା ପରେ ଡ୍ରାମା ଆରମ୍ଭ କଲା ଡ୍ରାଇଭର। ଭଡ଼ା ବାବଦକୁ ୪୦୦ ଟଙ୍କା ମାଗିଥିଲା। ହେଲେ ଆଶା ଦିଦି ଟଙ୍କା ନଦେବା ପାଇଁ କହିଥିଲେ। ଯାହାକୁ ନେଇ ଆମ୍ୱୁଲାନ୍ସ ଡ୍ରାଇଭର ଓ ଆଶା ଦିଦିଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଜମ୍ଭିରାଡିହ ନିକଟରେ ଆମ୍ୱୁଲାନ୍ସରୁ ପ୍ରସୂତିଙ୍କୁ ଓହ୍ଲାଇ ଦେଇ ପଳାଇ ଯାଇଥିଲା ଡ୍ରାଇଭର।

ଶେଷରେ କିଛି ଉପାୟ ନପାଇ ଏକ ଅଟୋରେ ପ୍ରସୂତିଙ୍କୁ ଧରି ମେଡ଼ିକାଲ୍‌ରେ ପହଞ୍ଚିଥିଲେ ଆଶା ଦିଦି। ଚିକିତ୍ସା ପରେ ସେ ସନ୍ତାନ ପ୍ରସବ କରିଛନ୍ତି। ଏବେ ମାଆ ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଆଶା ଦିଦି ଏନେଇ ସିଡିଏମ୍‌ଓଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ଏନ୍‌ଆର୍‌ଏଚ୍‌ଏମ୍‌ଙ୍କ ଜବାବ ତଲବ କରିଛନ୍ତି ସିଡିଏମ୍‌ଓ।

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି

COASTAL NEWS ODIA 1341

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି



କଟକ - (CNO) ଭଞ୍ଜ ବିହାରୀ ମହାନ୍ତି - ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଏହା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଡିସେମ୍ବର ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତଳକୋର୍ଟ ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।

ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା

COASTAL NEWS ODIA 1340

ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା



ଲକ୍ଷ୍ନୌ : (CNO) ଭଞ୍ଜ ବିହାରୀ ମହାନ୍ତି - ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କର ପୋଷାକ ଖୋଲିଥିଲେ ଓ ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀ ଜଣକ ରାତି ଖାଇବା ପରେ ନିଜର ପୁଅ ବନ୍ଧୁଙ୍କ ସହ କ୍ୟାମ୍ପସରେ ବୁଲୁଥିବା ବେଳେ ଏକ ବୁଲେଟରେ ୩ଜଣ ଦୁର୍ବୃତ୍ତ ଆସିଥିଲେ ।

ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ତାଙ୍କର ପୋଷାକ କାଢ଼ିଥିଲେ । ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀଙ୍କ ସହିତ ଥିବା ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାଡ ମାରି କ୍ଷତାକ୍ତ କରିଥିଲେ ।ଛାତ୍ର-ଛାତ୍ରୀ ଦୁହେଁ ହଷ୍ଟେଲରେ ରହୁଥିବା ଜଣାଯାଇଛି । ଏହି ଖବର ଜଣାପଡିବା ପରେ ହଷ୍ଟେଲର ଛାତ୍ରଛାତ୍ରୀ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ନିର୍ଦ୍ଦେଶକଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଥିଲେ । ପୂର୍ବରୁ ମଧ୍ୟ କ୍ୟାମ୍ପସରେ ଛାତ୍ରୀଙ୍କ ସହ ଏପରି ବହୁ ଦୁର୍ଘଟଣା ଘଟିଥିବା ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ । ବାହାରର ଅସାମାଜିକ ବ୍ୟକ୍ତିମାନେ ଆସି କ୍ୟାମ୍ପସ ଭିତରେ ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । କ୍ୟାମ୍ପସକୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଛାତ୍ର-ଛାତ୍ରୀ ଦାବି କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ

COASTAL NEWS ODIA 1339

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ



ଭୁବନେଶ୍ବର -(CNO) ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ (ବାଣିଜ୍ୟିକ କେନ୍ଦ୍ର) ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ବୁଧବାର ଅର୍ଥନୈତିକ ଅପରାଧିକ ଶାଖା (EOW) ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର/ନିର୍ଦ୍ଦେଶକ ପଙ୍କଜ କୁମାର ପରିଡ଼ାଙ୍କୁ ଗିରଫ କରିଛି।

ପଙ୍କଜ ଏମ୍‌ବିଏ କରିଛନ୍ତି। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଚାନ୍ଦବାଲିପଡ଼ିଆରେ। ଆଜି EOW ଅଧିକାରୀମାନେ ତାଙ୍କୁ ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରର ଏକ ଆପାର୍ଟମେଣ୍ଟରୁ ଗିରଫ କରିଛନ୍ତି। ତାଙ୍କଠାରୁ ଲାପଟପ୍‌, ମୋବାଇଲ ଫୋନ୍, ଅନେକ ଚିଠି ଓ ମନି ରିସିପ୍‌ଟ ଜବତ କରାଯାଇଛି।

EOW ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, ଋତୁରାଜ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା। ଋତୁରାଜ ଅଭିଯୋଗ କରିଥିଲେ ଯେ ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ୍ ଲିମିଟେଡ୍‌ ଓ ଏହାର ନିର୍ଦ୍ଦେଶକ- ପର୍ଶୁରାମ ରାଜନେତଭାଇ ପାଲ ଏବଂ ପଙ୍କଜ କୁମାର ପରିଡ଼ା ତାଙ୍କୁ ଓ ତାଙ୍କର କିଛି ସଂପର୍କୀୟଙ୍କୁ ସେମାନଙ୍କ କମ୍ପାନୀରେ ନିବେଶ ନାଁରେ ୧.୨୬ କୋଟି ଟଙ୍କାର ଠକେଇ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୋସେରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ମାର୍ଟ ଖୋଲିବା ପାଇଁ ନିବେଶ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏଥିରୁ ସେମାନେ ଭଲ ଲାଭ ପାଇବେ ବୋଲି ଅଭିଯୁକ୍ତମାନେ କହିଥିଲେ।

ତଦନ୍ତ ବେଳେ ଜଣାପଡ଼ିଲା ଯେ ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ ଲିମିଟେଡ୍‌ ନିର୍ଦ୍ଦେଶକ ଓ ପ୍ରମୋଟରମାନେ ରାଜ୍ୟର ସାଧରଣ ଲୋକଙ୍କୁ ସେମାନଙ୍କ କମ୍ପାନୀରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ମିନି ମାର୍ଟ, ସୁପର ମାର୍ଟ, ହାଇପର ମାର୍ଟ, ମେଗା ମାର୍ଟ ଓ ସୁପର ମେଗା ମାର୍ଟ ଆଦି ଖୋଲିବା ନାଁରେ ସେମାନେ ଲୋକଙ୍କୁ ନିବେଶ କରିବାକୁ କହିଥିଲେ। 

ଏଥିରୁ ଅଧିକ ଲାଭ ମିଳିବାର ଲୋଭ ଦେଖାଇଥିଲେ ସେମାନେ। ଲୋକଙ୍କୁ ସେମାନେ ୨୦ ଲକ୍ଷରୁ ୫ କୋଟି ପର୍ଯ୍ୟନ୍ତ ନିବେଶ କରିବାକୁ କହିଥିଲେ। ଲୋକଙ୍କଠାରୁ ୧୨ କୋଟି ଆଦାୟ କରିବା ପରେ କମ୍ପାନୀର ନିର୍ଦ୍ଦେଶକ ଓ ପ୍ରମୋଟରଙ୍କ ଦେଖା ମିଳି ନଥିଲା। ନା ସେମାନେ କୌଣସି ସ୍ଥାନରେ ମାର୍ଟ ଖୋଲିଥିଲେ ନା ନିବେଶକଙ୍କୁ ଟଙ୍କା ଫେରାଇଥିଲେ। ଓଡ଼ିଶାରୁ ୧୨ କୋଟି ଟଙ୍କା ଆଦାୟ କରିବାରେ ପଙ୍କଜ କୁମାର ପରିଡ଼ା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

କେବଳ ଓଡ଼ିଶାରେ ନୁହେଁ, ଝାରଖଣ୍ଡ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଢଙ୍ଗରେ ଏହି କମ୍ପାନୀ ଠକେଇ କରିଛି। ଗିରଫ ପଙ୍କଜ କୁମାର ପରିଡ଼ା କଂପାନୀର ଝାରଖଣ୍ଡ ଦାୟିତ୍ୱରେ ମଧ୍ୟ ଥିଲେ।

ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

COASTAL NEWS ODIA 1338

ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

 

 
ସୁନ୍ଦରଗଡ଼ - (CNO) ଭଞ୍ଜ ବିହାରୀ ମହାନ୍ତି - ଏ କାହାଣୀ ହେଉଛି ସୁନ୍ଦରଗଡ ହେମଗିରି ବ୍ଲକ ତୁମ୍ବିଖୋଲ ଗାଁର । ଚର୍ଚ୍ଚ ସମ୍ମୁଖରେ ଘଂଟ ବାଜୁଛି, ଘଂଟ ବଜାଇ ଗାଁ ଲୋକଙ୍କୁ ଡକା ଯାଉଛି । ଘଂଟ ଶବ୍ଦ ଶୁଣି ଘରୁ ବାହାରି ଆସନ୍ତି ଗାଁ ଲୋକ । ଚର୍ଚ୍ଚ ସମ୍ମୁଖରେ ରୁଣ୍ଡ ହୁଅନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ବର୍ଷ ବର୍ଷ ଧରି ତୁମ୍ବିଖୋଲ ଗାଁରେ ଘଂଟ ହିଁ ଯୋଗାଯୋଗର ମାଧ୍ୟମ ପାଲଟିଛି ।

ଫାଇଭ-ଜି ଯୁଗରେ ଘଂଟ କାହିଁକି ଯୋଗାଯୋଗର ମାଧ୍ୟମ ସାଜିଛି । ଏହା ପଛର କାରଣ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୁମରା ପଂଚାୟତର ତେୁମ୍ବିଖୋଲ, ତିଉରିଆ, ମାକଡିଖୋଲ ଭଳି ଗାଁରେ ଆଦୌରୁ ନେଟୱାର୍କ ନାହିଁ । ତେଣୁ ଲୋକମାନେ ଆଜି ବି ମୋବାଇଲ ବ୍ୟବହାର କରିନ୍ତିନାହିଁ । ଗାଁ ଠାରୁ ଗାଁର ଦୂରତା ପ୍ରାୟ ୧୦ରୁ ୧୨ କିଲୋମିଟର ହୋଇଥିବା ବେଳେ ଗାଁରେ ଘର ଘର ମଧ୍ୟ ଦୂରରେ ରହିଛି । ତେଣୁ ଗ୍ରାମବାସୀ ନିଜ ନିଜ ଭିତରେ ଯୋଗାଯୋଗ କରିବା ପାଇଁ ଚର୍ଚ୍ଚ ସମ୍ମୁଖରେ ଘଂଟ ବାଡେଇଥାନ୍ତି ।

କାହାର କିଛି ଜରୁରୀ କାମ ପଡିଲେ, କି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ଗାଁ ଲୋକ ଏକାଠି ହେବାର ଅଛି । ତେବେ ଜଣେ ବ୍ୟକ୍ତି ଚର୍ଚ୍ଚ ସମ୍ମୁଖକୁ ଆସି ଘଂଟ ବାଡାଇଥାନ୍ତି । ଆଉ ଘଂଟ ଶୁଣି ଲୋକମାନେ ପ୍ରାର୍ଥନା ଗୃହ ସମ୍ମୁଖରେ ଏକାଠି ହୋଇଥାନ୍ତି । ଗାଁରେ ନିୟମ ରହିଛି, ଯିଏ ଯେତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥାନ୍ତୁ ପଛେ ଘଂଟ ବାଜିଲା ମାତ୍ରେ ହିଁ ଚର୍ଚ୍ଚ ପାଖକୁ ସମସ୍ତେ ଆସିବାକୁ ବାଧ୍ୟ   ।

ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା

COASTAL NEWS ODIA 1337

ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା



କଟକ - (CNO) ଭଞ୍ଜ ବିହାରୀ ମହାନ୍ତି - ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା। ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ ।

କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି MRP ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ ଦେଇ ମଦ କିଣିଥିଲେ। ଚଢ଼ା ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଖାଉଟି ଅଦାଲତ ଯାଞ୍ଚ ପରେ ଉକ୍ତ ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଜରିମାନା ନେଇଥିଲେ। 

ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗର ଏକ ସ୍ପେଶଲ ଟିମ୍ ସେଠାରେ ଛକି ରହିଥିଲେ। ସନ୍ଧ୍ୟା ସମୟରେ ଗୋଡିସାହି ଆସି ଦୋକାନକୁ ଅତର୍କିତ ଭାବେ ସିଲ୍ କରିଥିଲେ। ଏହା ପରେ ସେହି ଅଞ୍ଚଳରେ ଥିବା ବିଭିନ୍ନ ମଦ ଦୋକାନ ଯାଞ୍ଚ କରିଥିଲେ।

କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ।

ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର

COASTAL NEWS ODIA 1336

ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର



ଭୁବନେଶ୍ୱର - (CNO) ଭଞ୍ଜ ବିହାରୀ ମହାନ୍ତି - ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏନେଇ ପୁଅ ସୁନୀଲ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି । ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି ଲୋକଙ୍କ ଭଲ ପାଇବା ରହିଛି ବାପାଙ୍କ ଦେହ ଭଲ ହୋଇଯିବ ବୋଲି ପୁଅ ସୁନୀଲ ମହାନ୍ତି କହିଛନ୍ତି।

ଅକ୍ଟୋବର ୩୧ ତାରଖ ସନ୍ଧ୍ୟା ସମୟରେ ପୁରୀ ସହରରେ ବିଭିନ୍ନ ଅଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥଲେ ପୁରୀର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି । ସେହି ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । 

ଏହାପରେ ତାଙ୍କର ଷ୍ଟ୍ରୋକ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କର୍ମୀ ମହଲରୁ ସୂଚାନା ମିଳିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳୀୟ କର୍ମୀ ।

ପୁରୀରୁ ୫ ଥର ବିଧାୟକ ଥିଲେ । ୧୯୯୫ ମସିହାରୁ ୨୦୧୪ ଯାଏ ଲଗାତାର ବିଧାୟକ ଭାବରେ ଜିତିଥିଲେ । ଜନତା ଦଳ ଟିକେଟରେ ପ୍ରଥମେ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୦ ମସିହାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । 

୨୦୧୯ରେ ହାରିଥିଲେ ମହେଶ୍ବର ମହାନ୍ତି । ନବୀନଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ପଞ୍ଚାୟତିରାଜ, ପର୍ଯ୍ୟଟନ ଓ ସଂସ୍କୃତି, ଆଇନ, ରାଜସ୍ବ ଭଳି ମନ୍ତ୍ରୀ ଥିଲେ ମହେଶ୍ବର ମହାନ୍ତି । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ଦାୟିତ୍ବ ତୁଲାଇଥିଲେ ।

ଭାରତୀୟ ସେନାର ଜଣେ ମେଜର ବହିଷ୍କୃତ

COASTAL NEWS ODIA 1335

ଭାରତୀୟ ସେନାର ଜଣେ ମେଜର ବହିଷ୍କୃତ 



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଏସଏଫସି ୟୁନିଟରେ ଥିବା ଭାରତୀୟ ସେନାର ଜଣେ ମେଜରଙ୍କୁ ବହିଷ୍କୃତ କରିଛନ୍ତି । ମେଜର ଜଣକ ପୂର୍ବରୁ ଅନେକ ସନ୍ଦେହଜନକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ଥିବା ସେନା ଯାଞ୍ଚରୁ ଜଣାପଡିଥିଲା ।  ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ । ରାଷ୍ଟ୍ରପତି ସେନା ଅଧିନିୟମ, ୧୯୫୦ ଧାରା ୧୮ ସମ୍ବିଧାନ ଅନୁଚ୍ଛେଦ ୩୧୦ ଅନୁଯାୟୀ କ୍ଷମତା ପ୍ରୟୋଗରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ମେଜରଙ୍କ ସେବା ବନ୍ଦ କରିବାକୁ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ ।

ଏହି ଆଦେଶ ୧୫ ସେପ୍ଟେମ୍ବରରେ ଜାରି କରାଯାଇଥିଲା । ସେପ୍ଟେମ୍ବର ମଧ୍ୟଭାଗରେ ଏହି ସମାପ୍ତି ନିର୍ଦ୍ଦେଶ ଜାରି କରାଯାଇଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାଙ୍କୁ ଅବଗତ କରାଯାଇଥିଲା ।  ଚଳିତ ମାସ ଆରମ୍ଭରୁ ଷ୍ଟ୍ରାଟାଜିକ ଫୋର୍ସସ କମାଣ୍ଡ ୟୁନିଟରେ ଲାଗୁ କରାଯାଇଛି । ଏହି ମେଜର ଜଣକ ଉତ୍ତର ଭାରତରେ ନିୟୋଜିତ ରହିଥିଲେ ।

ମେଜରଙ୍କ ଗତିବିଧି ଉପରେ ୨୦୨୨ ମାର୍ଚ୍ଚରୁ ଯାଞ୍ଚ କରାଯାଉଥିଲା । ଅଧିକାରୀ ଜଣକ ରାଷ୍ଟ୍ରୀୟ ସୁରକ୍ଷା ସହିତ ବୁଝାମଣା ମାମଲାର ଯାଞ୍ଚ କରିବା ପାଇଁ ଅଧିକାରୀଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଥିଲା । ଏସଏଫସି ଅଧିକାରୀ ଜଣକ ବୋର୍ଡର ଟିଜିଟାଲ ଉପକରଣକୁ ଜବତ କରିବା ସହିତ ସନ୍ଦିଗ୍ଧ ଗତିବିଧି/ସୋସିଆଲ ମିଡିଆ ଉଲ୍ଲଙ୍ଘନ/ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା/ଅନଧିକୃତ ଲୋକ ସହିତ ସୂଚନା ଦେବା/ଲିକ୍‌ କରିବା ଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ପ୍ରାରମ୍ଭିକ ଯାଞ୍ଚରେ ମିଳିଥିଲା ।

ତାଙ୍କ ବିରୋଧରେ ଯାଞ୍ଚ କରାଯିବା ପରେ ସୂଚନା ମିଳିଥିଲା କି, ମେଜର ଜଣକ ନିଜର ଇଲେକ୍ଟ୍ରୋନିକ ଡିଭାଇସରେ ଗୁପ୍ତ ଦସ୍ତାବିଜର ଏକ କପି ରଖିଥିଲେ । ଯାହା ସେନାର ନିୟମ ଅନୁଯାୟୀ ଅପରାଧ । ମେଜର ଜଣକ ସୋସିଆଲ ମିଡିଆ ଚାଟ୍‌ ଜରିଆରେ ପାକିସ୍ତାନର ଗୁପ୍ତ ସଂସ୍ଥା ସହିତ ସଂପର୍କ ଥିବା ମଧ୍ୟ ସୂଚନା ମିଳିଥିଲା ।

ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ

COASTAL NEWS ODIA 1334

ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ



ଭୁବନେଶ୍ୱର  - (CNO) ଭଞ୍ଜ ବିହାରୀ ମହାନ୍ତି - ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ । ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜୁ ଜନତା ଦଳ । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି । ତେବେ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ ।

ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି, ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି। ଏବେ ଯେଉଁ ଦାୟିତ୍ଵ ମିଳିଛି ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ।
 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...