AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

ଡାକ୍ତରଙ୍କ ଘରୁ ପୁଳା ପୁଳା ଟଙ୍କା ଯବତ୍

COASTAL NEWS ODIA 1128

ଡାକ୍ତରଙ୍କ ଘରୁ ପୁଳା ପୁଳା ଟଙ୍କା ଯବତ୍ 



ପାରାଦୀପ - (CNO) ଭଞ୍ଜ ବିହାରୀ ମହାନ୍ତି - କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗତକାଲିଠୁ ଘାଣ୍ଟୁଛି ସିବିଆଇ। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଛି। ଏହାସହ ରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସିବିଆଇକୁ ମିଳିଛି। ଯାହାକୁ ଦେଖି ତାଜୁବ ହୋଇଯାଇଛନ୍ତି ସିବିଆଇ ଅଧିକାରୀ। ଆଜିବି ରାଜେନ୍ଦ୍ରଙ୍କୁ ମରାଥନ୍‌ ଜେରା କରୁଛି ସିବିଆଇ।

ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍‌.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ।

ଗତକାଲି ଶିପିଂ ଏଜେଣ୍ଟଙ୍କ ଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ଛକି ରହିଥିବା ସିବିଆଇ ଅଧିକାରୀ ନାରାୟଣ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ ଜଣିଆ ସିବିଆଇ ଟିମ୍‌ ଡକ୍ଟର ଆର୍‌.ଏନ୍ ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ।

ଏହାସହ ଗତକାଲି ରାଜେନ୍ଦ୍ରଙ୍କ ପାରାଦୀପରେ ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଛି। ଏହାସହ ବିଛଣା ତଳୁ, ବାଥରୁମରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଫରେନ କରେନ୍ସି ଜବତ କରାଯାଇଛି। 

ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି।

ଟ୍ରେନ୍‌ ଭିତରେ ଆଖିବୁଜା ଗୁଳିମାଡ଼

COASTAL NEWS ODIA 1127

ଟ୍ରେନ୍‌ ଭିତରେ ଆଖିବୁଜା ଗୁଳିମାଡ଼



ରାଞ୍ଚି -( CNO ) ଭଞ୍ଜ ବିହାରୀ ମହାନ୍ତି - ଟ୍ରେନ୍‌ ଭିତରେ ଆଖିବୁଜା ଗୁଳିମାଡ଼ । ଭୟଭୀତ ହୋଇ ଇଆଡ଼େ ସିଆଡ଼େ ଦୌଡ଼ିଲେ ଯାତ୍ରୀ। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ସିୟାଲଦହ ଏକ୍ସପ୍ରେସରେ ଗତକାଲି ଘଟିଛି।

ଗତକାଲି ଟ୍ରେନ୍‌ଟି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଯାଉଥିବା ବେଳେ ହଠାତ୍‌ ଗୁଳିର ଶବ୍ଦ ଶୁଣିବାକୁ ମିଳିଲା। ଏହା ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ଜୀବନ ବିକଳରେ ଇଆଡ଼େ ସିଆଡ଼େ ଦୌଡ଼ିବାକୁ ଲାଗିଲେ।
 
ପୁଲିସ୍‌ ସୂଚନା ପାଇ ତୁରନ୍ତ ଉକ୍ତ ଟ୍ରେନ୍‌ରେ ପହଞ୍ଚି ଉକ୍ତ ଯୁବକଙ୍କୁ କାବୁ କରିବା ସହ ଟ୍ରେନ୍‌ରୁ ନେଇ ଯାଇଥିବା ଜଣାଯାଇଛି। ଉକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେ ନିଶାସକ୍ତ ଥିଲେ ବି ନାହିଁ ତାହା ସ୍ପଷ୍ଟ ହୋଇନି।

ଏହି ଘଟଣା ପରେ ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିବା ବେଳେ ତନ ତନ କରି ଟ୍ରେନ୍‌କୁ ଯାଞ୍ଚ କରିବାକୁ ଦାବି କରିଥିଲେ। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ଏହିପରି ଏକ ଘଟଣା ଗତ ଜୁଲାଇ ୩୧ ତାରିଖରେ ଘଟିଥିଲା। ଆରପିଏଫ କନଷ୍ଟେବଳ ଚେତନ ସିଂ ଚୌହାନ ଜୟପୁର- ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସମେତ ୩ ଜୀବନ ଚାଲି ଯାଇଥିଲା।

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌

COASTAL NEWS ODIA 1126

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌


 
ବଇଣ୍ଡା,୧୩ା୧୦ ( CNO) ଭଞ୍ଜ ବିହାରୀ ମହାନ୍ତି -) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍‌ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଲୁହାରଡ୍‌ ଦିଆଯାଇ ନ ଥିବା ଯୋଗୁ କେତେକ ସ୍ଥାନରେ ଡ୍ରେନ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବଇଣ୍ଡା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଡ୍ରେନର ଛାତ ଭୁଶୁଡି ପଡିଛି। ଏକ ୪ ଚକିଆ ଯାନ ଯାଉଥିବା ବେଳେ ଡ୍ରେନର ଉକ୍ତ ସ୍ଥାନ ଭାଙ୍ଗିପଡିଥିଲା। ନିର୍ମାଣକୁ ୬ ମାସ ନ ପୂରୁଣୁ ଡ୍ରେନ୍‌ ଭାଙ୍ଗିଯିବା ନିମ୍ନମାନର କାମକୁ ଦର୍ଶାଉଛି ବୋଲି କଦଳୀମୁଣ୍ଡା ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଅଭିଯୋଗରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ୪ ଲେନ କାମ ବଇଣ୍ଡା ଅଞ୍ଚଳରେ ଚାଲିଛି। ଅତ୍ୟନ୍ତ ମନ୍ଥର ଗତିରେ କାମ କରାଯାଉଥିବାବେଳେ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଶେଷ ହୋଇନାହିଁ। ଶରଧାମୁଣ୍ଡାଠାରୁ କଦଳୀମୁଣ୍ଡା ୩ କି.ମି. ରାସ୍ତାର ଦୁଇ ପାର୍ଶ୍ୱରେ ମାତ୍ର ୫୦ ପ୍ରତିଶତ ଡ୍ରେନ୍‌ କାମ ସରିଛି। କିନ୍ତୁ ଏଥିରେ ଆବଶ୍ୟକ ପରିମାଣର ଲୁହାରଡ୍‌ ଲଗାଯାଇ ନାହିଁ। 

ବିଳମ୍ବିତ ରାତିରେ ଏହି କାମ କରାଯାଉଥିବା ବେଳେ ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ତଦାରଖ କରୁ ନ ଥିବାରୁ ନିମ୍ନମାନର କାମ କରାଯାଉଥିବା କଦଳୀମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୬ ମାସ ହେବ ଡ୍ରେନ କାମ ହୋଇଥିବା ବେଳେ ଏବେ ତାହା ଭାଙ୍ଗି ଯାଉଥିବାରୁ ଏହାର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

କାମରେ ଲାଗୁନି ପବ୍ଲିକ ପାର୍କ

COASTAL NEWS ODIA 1125

କାମରେ ଲାଗୁନି ପବ୍ଲିକ ପାର୍କ

 

ଚମ୍ପୁଆ,୧୩ା୧୦ : ଭଞ୍ଜ ବିହାରୀ ମହାନ୍ତି - (CNO) କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ ଏବଂ ସହର ଉନ୍ନୟନ ବିଭାଗ ଦ୍ୱାରା ପବ୍ଲିକ ପାର୍କ ନିର୍ମାଣ ହୋଇଥିଲା। ନିର୍ମାଣ କାର୍ଯ୍ୟ ପ୍ରାୟ ୬ ମାସ ପୂର୍ବେ ଶେଷ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫାଟକରୁ ତାଲା ଖୋଲାଯାଉ ନ ଥିବାରୁ ସେଥିରେ କଳଙ୍କି ଲାଗିଗଲାଣି।

ସୂଚନା ଅନୁଯାୟୀ, ୧୩ ଗୋଟି ୱାର୍ଡ ପାଇଁ ଏନ୍‌ଏ୍‌ସି ପକ୍ଷରୁ ୨୫ ଲକ୍ଷ୍ୟ ବ୍ୟୟ ଅଟକଳରେ ୭ ଗୋଟି ପବ୍ଲିକ ପାର୍କ ନିର୍ମାଣ କରାଯାଇଛି। ଆବଶ୍ୟକ ସରଞ୍ଜାମ ପ୍ରାୟ ସବୁ ପାର୍କରେ ଲାଗିସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଖୋଲୁନାହିଁ। କେତେକେ ସ୍ଥାନରେ ନିର୍ମାଣର କିଛିଦିନ ପରେ ପାଚେରି ଗଡ଼ିଯାଇଥିଲେ ମଧ୍ୟ ତାହାର ପୁନରୁଦ୍ଧାର କରାଯାଇ ନ ଥିବାରୁ ପାର୍କ ମଧ୍ୟରେ ପଡ଼ିଥିବା ପେଭର ବ୍ଲକ୍‌ ଉପରେ ଘାସ ମାଡ଼ିଗଲାଣି। ଏପରିକି ପାର୍କ ମଧ୍ୟରେ ବଣବୁଦା ହୋଇଗଲାଣି। 

ଏ ପଟେ ୱାର୍ଡବାସୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଉଥିବା ଏନଏସି ବିଭାଗ କେଉଁ କାରଣ ପାଇଁ ଏହା ଖୋଲୁନାହିଁ ତାହା ୱାର୍ଡବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସିଏମ୍‌ଏମ୍‌ ଅନନ୍ତ ଚରଣ ସାହୁ କହିଛନ୍ତି, ଏହା ଖୋଲିବା ପାଇଁ ଆମେ ଇଓଆଇ ବାହାର କରିଛୁ। ଏହା ମିଶନ ଶକ୍ତି ଗ୍ରୁପକୁ ଦିଆଯିବା ସହ ମାସିକ ରକ୍ଷଣା ବେକ୍ଷଣ ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯିବ। ଖୁବ୍‌ ଶୀଘ୍ର ଏହା ୱାର୍ଡବାସୀଙ୍କ କାମରେ ଆସିବ ବୋଲି କହିଛନ୍ତି।

ଆଇଟି ରେଡ କଂଗ୍ରେସ ନେତା ଙ୍କ ଘରୁ ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା

COASTAL NEWS ODIA 1124

ଆଇଟି ରେଡ କଂଗ୍ରେସ ନେତା ଙ୍କ ଘରୁ ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା 



ବାଙ୍ଗାଲୁରୁ - ଭଞ୍ଜ ବିହାରୀ ମହାନ୍ତି - ରାତି ଅଧରେ ଚାଲିଥିଲା ଆଇଟି ରେଡ । ଆଉ ରେଡ କରୁ କରୁ ଯାହା ଦେଖିଲେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା। ଗୋଟିଏ ଫ୍ଲାଟରୁ ଏକ କି ଦୁଇ ନୁହେଁ, ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା। ଆୟକର ବିଭାଗ ପକ୍ଷରୁ ଉକ୍ତ ଟଙ୍କା ଜବତ କରି ନିଆଯାଇଛି।

ଏହି ଫ୍ଲାଟ ବାଙ୍ଗାଲୁରୁର କଂଗ୍ରେସ ନେତା ପୂର୍ବ ପାର୍ଷଦ ଅଶ୍ୱଥମ୍ମାଙ୍କର ଜଣେ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଆୟକର ବିଭାଗ ପକ୍ଷରୁ ପୂର୍ବ ପାର୍ଷଦଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଗତକାଲି ଚଢ଼ାଉ କରାଯାଇଥିଲା। ଆରଟି ନଗରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ବେଳେ ସେଠାରୁ ୨୧ ପେଟି ଭର୍ତ୍ତି ଟଙ୍କା ମିଳିଛି। ଏହି ଟଙ୍କାର ପ୍ରକୃତ ପରିମାଣ କେତେ ଜଣା ଯାଇ ନ ଥିବା ବେଳେ ଆୟକର ବିଭାଗ ପକ୍ଷରୁ ତାହାକୁ ଜବତ କରାଯାଇଛି।

ଏନେଇ କଂଗ୍ରେସ ନେତାଙ୍କ ମତାମତ ମିଳି ପାରି ନାହିଁ। ତେବେ ଏତେ ଟଙ୍କା କାହାର କେଉଁଠି ଆସିଲା ତାହା ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ । ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର

COASTAL NEWS ODIA 1123

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର 



 
ମୋହନା,୧୩ା୧୦: ଭଞ୍ଜ ବିହାରୀ ମହାନ୍ତି - ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା ଓ ପେନସନ ସ୍କିମ୍‌ ସମେତ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହି ସମସ୍ତ ସେବା କିଭଳି ଚାଲିଛି ତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। କେଉଁଠି ପୋଷ୍ଟ ମାଷ୍ଟରଙ୍କୁ ଗଛ ମୂଳେ ବସି ଲୋକଙ୍କୁ ସେବା ଯୋଗାଉଛନ୍ତି ତ ଗାଁକୁ ରାସ୍ତା ନ ଥିବାରୁ ଘାଟି ପାହାଡ ଚଡ଼ି ଚିଠି ବାଣ୍ଟୁଛନ୍ତି। 

ଏହା ଦେଖିବାକୁ ମଳିଛି ଗଜପତି ଜିଲା ମୋହନା ବ୍ଲକର ମଳାସପଦର ପଞ୍ଚାୟତ। ବର୍ତ୍ତମାନ ଡାକ ସେବା ପାଇଁ ଗ୍ରାହକଙ୍କ ସମସ୍ତ କାମ ଅନଲାଇନରେ ଡାଟା ପଞ୍ଜିକରଣ କରିବାକୁ ପଡୁଥିବା ବେଳେ ଯେଉଁଠି ନେଟୱର୍କ ସୁବିଧା ନାହଁ ସେହି ସବୁ ସ୍ଥାନରେ ପୋଷ୍ଟ ମାଷ୍ଟରଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଛି। ମୋହନା ଉପ ଡାକ ଅଫିସ ଅଧୀନରେ ୯ ଗୋଟି ଶାଖା ଡାକ ଘର ରହିଥିବା ବେଳେ ଅଧିକାଂଶ ସ୍ଥାନରେ ନେଟୱାର୍କ ସୁବିଧା ନ ଥିବାରୁ ଗ୍ରାହକଙ୍କୁ ଠିକ୍‌ ସମୟରେ ସେବା ଯୋଗାଇବା ସମ୍ଭବ ହେଉନାହିଁ। 

ମୋହନା ବ୍ଲକ ମଳାସପଦର ପୋଷ୍ଟ ମାଷ୍ଟର ଫୁଲସି ମଣ୍ଡଳ କହିବା ଅନୁସାରେ ନିଜ ଅଞ୍ଚଳରେ ନେଟୱାର୍କ ନ ଥିବାରୁ ଗାଁ ଠାରୁ ୨୦ କିମି ଯାଇ ଏକ ଗଛ ମୂଳେ ବସି ଅନଲାଇନରେ ଗ୍ରାହକଙ୍କ ଡାଟା ଏଣ୍ଟ୍ରି କରୁଛନ୍ତି। ଦିନକୁ ଦୁଇ ଥର ନିଜ ଗାଁରୁ ୨୦ କିମି ଯାତ୍ରା କରି ଲୋକଙ୍କୁ ସେବା ଯୋଗାଉଛନ୍ତି। କେବଳ ସେତିକି ନୁହଁ, ବିଭିନ୍ନ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ଡାକ ବ୍ୟାଗ୍‌ ଆସିବା ପରେ ପୋଷ୍ଟ ପିଅନ ନ ଥିବାରୁ ନିଜେ ଘାଟି ପାହାଡ ଚାଲି ଲୋକଙ୍କ ଚିଠି ବାଣ୍ଟିବାକୁ ପଡୁଛି। ନେଟୱାର୍କ ସୁବିଧା ଥିଲେ ସୁବିଧାରେ ନିଜ ପୋଷ୍ଟ ଅଫିସରେ ବସି ଅନଲାଇନ୍‌ କାମ କରି ଲୋକଙ୍କୁ ସେବା ଯୋଗାଇ ପାରିଥାନ୍ତେ।

ଇସ୍ରାଏଲରୁ 212 ଭାରତୀୟଙ୍କୁ ନେଇ ଯାଉଥିବା ବିମାନ 'ଅପରେସନ୍ ଅଜୟ' ଅଧୀନରେ ପ୍ରଥମ ବିମାନ ଦିଲ୍ଲୀରେ ପହଞ୍ଚିଲା |

COASTAL NEWS ODIA 1122

ଇସ୍ରାଏଲରୁ 212 ଭାରତୀୟଙ୍କୁ ନେଇ ଯାଉଥିବା ବିମାନ 'ଅପରେସନ୍ ଅଜୟ' ଅଧୀନରେ ପ୍ରଥମ ବିମାନ ଦିଲ୍ଲୀରେ ପହଞ୍ଚିଲା |



ନୂଆଦିଲ୍ଲୀ - ( CNO.) 212 ଭାରତୀୟ ନାଗରିକଙ୍କୁ ନେଇ ଇସ୍ରାଏଲରୁ ଆସିଥିବା ପ୍ରଥମ ବିମାନ ଭାରତରେ ପହଞ୍ଚିଛି। ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି, ଯାହା ଅଧୀନରେ ଭାରତୀୟ ନାଗରିକମାନଙ୍କୁ ଇସ୍ରାଏଲରୁ ଭାରତକୁ ଅଣାଯାଉଛି।


ଯାତ୍ରୀମାନେ ଇସ୍ରାଏଲରୁ ଭାରତକୁ ପ୍ରଥମ ବିମାନରେ ଆସିଛନ୍ତି ।

 ହାମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ ହୋଇଛି।  ଏଥିପାଇଁ ଭାରତ ସରକାର 'ଅପରେସନ୍ ଅଜୟ' ଆରମ୍ଭ କରିଛନ୍ତି।  ଏହି ଅପରେସନ ଅଧୀନରେ 212 ଭାରତୀୟଙ୍କୁ ନେଇ ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦରରୁ ପ୍ରଥମ ବିମାନ ଦିଲ୍ଲୀରେ ପହଞ୍ଚିଛି।  ଇସ୍ରାଏଲ୍ ସମୟ ଅନୁଯାୟୀ, ଭାରତୀୟ ନାଗରିକଙ୍କ ଦ୍ୱାରା ଭରପୂର ଏହି ବିମାନଟି ରାତି 9 ଟାରେ ବେନ୍ ଗୁରିଅନ୍ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା।  ଏହି ବିମାନରେ 212 ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସକାଳ ପ୍ରାୟ 6 ଟାରେ (ଭାରତୀୟ ସମୟ) ଦିଲ୍ଲୀରେ ପହଞ୍ଚିଛି।  କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଛନ୍ତି।

 ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇସ୍ରାଏଲରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି।  ବାସ୍ତବରେ, ଅକ୍ଟୋବର 7 ରେ ଯୁଦ୍ଧ ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ତୁରନ୍ତ ପ୍ରଭାବ ସହିତ ଇସ୍ରାଏଲରୁ ଏହାର ସମସ୍ତ ବିମାନ ବନ୍ଦ କରିଦେଇଥିଲା, ଏହି କାରଣରୁ ଅନେକ ଭାରତୀୟ ନାଗରିକ ଇସ୍ରାଏଲରେ ଅଟକି ରହିଥିଲେ, ଯେଉଁମାନେ ଭାରତକୁ ଫେରିବାକୁ ପଡୁଥିଲା।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରେସନ୍ ଅଜୟ ଅଧୀନରେ, ଭାରତ ସରକାର ଇସ୍ରାଏଲରୁ ଆଣିଥିବା ଲୋକଙ୍କଠାରୁ କୌଣସି ପ୍ରକାରର ଭଡା ନିଆଯାଉ ନାହିଁ। ଇସ୍ରାଏଲରେ ପ୍ରାୟ 18 ହଜାର ଭାରତୀୟ ମୂଳ ଲୋକ ବାସ କରନ୍ତି।



ତେଲ ଅଭିବର ବିମାନବନ୍ଦରରେ ଭିଡ଼ |

ଅପରେସନ୍ ଅଜୟ ଅଧୀନରେ ଭାରତକୁ ଆସୁଥିବା ବିମାନରେ ଆସିବା ପାଇଁ ଇସ୍ରାଏଲର ତେଲ ଅଭିବ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ଅପେକ୍ଷା କରିଛନ୍ତି ।  ବହୁ ସଂଖ୍ୟାରେ ପ୍ରତ୍ୟାବର୍ତ୍ତନକାରୀ ହେଉଛନ୍ତି ଭାରତୀୟ ଛାତ୍ର।  ଇସ୍ରାଏଲରେ ପାଠ ପଢୁଥିବା ଛାତ୍ର ଶୁଭମ୍ କୁମାର କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକାଂଶ ଭାରତୀୟ ଛାତ୍ର ନର୍ଭସ ଥିଲେ।  କିନ୍ତୁ ତା’ପରେ ହଠାତ୍ ଆମେ କିଛି ଲିଙ୍କ୍ ଦେଖିଲୁ, ଯେଉଁଥିରେ ଭାରତୀୟ ଦୂତାବାସ ଦ୍ଵାରା ଜାରି ବିଜ୍ଞପ୍ତି ରହିଥିଲା ​​|  ଏହା ଆମର ମନୋବଳ ବଢାଇଲା ଏବଂ ଆମକୁ ଫେରିବାକୁ ଉତ୍ସାହିତ କଲା |ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ଆମେ ଗର୍ବିତ ଯେ ଆମେ ଭାରତୀୟ l

ଦୁନିଆର ଅଭିଶପ୍ତ ପାର୍କ, ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ

COASTAL NEWS ODIA 1121

ଦୁନିଆର ଅଭିଶପ୍ତ ପାର୍କ, ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ




ଆମେରିକା - ଭଞ୍ଜ ବିହାରୀ ମହାନ୍ତି - ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଆତ୍ମା ବାସ କରନ୍ତି । ଏଭଳି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରନ୍ତି । ବେଳେବେଳେ ଏହି ସ୍ଥାନ ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କାରଣ ଏଭଳି ସ୍ଥାନରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ, ଯାହା ବିଷୟରେ ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ ସନ୍ଧାନ କରି ପାରନ୍ତିନି । ଏପରି ସ୍ଥାନକୁ ରାତିରେ କଣ, ଲୋକେ ଦିନରେ ବି ଯିବାକୁ ଭୟ କରନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଏକ ରହସ୍ୟମୟୀ ପାର୍କ ବିଷୟରେ । ଯେଉଁଠାରେ ରାତି ହେଲେ ଆତ୍ମାଙ୍କ ପ୍ରକୋପ ବଢ଼ିଯାଏ ।

ଆମେରିକାର ପଶ୍ଚିମ ଭର୍ଜିନିଆର ପ୍ରିନ୍ସଟନ୍ ସହରରେ ‘ଲେକ୍‌ ଶାଉନି ଆମ୍ୟୁଜମେଣ୍ଟ ପାର୍କ’ ରହିଛି, ଯାହାକୁ ଅଭିଶପ୍ତ ବୋଲି କୁହାଯାଏ । କାରଣ ଏଠାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହି ଭୟାବହ ମୃତ୍ୟୁ ପରେ ଏହି ପାର୍କ ବନ୍ଦ କରାଯାଇଥିଲା । ବହୁ ବର୍ଷ ଧରି ଏହା ନିର୍ଜନ ସ୍ଥାନ ଭାବେ ପଡ଼ି ରହିଛି । ଅନେକ ଲୋକ ଏହାକୁ ଦୁନିଆର ସବୁଠାରୁ ହଣ୍ଟେଡ ଆମ୍ୟୁଜମେଣ୍ଟ ପାର୍କ କୁହନ୍ତି । କାରଣ ଅନେକଙ୍କ ମତରେ ଏହି ପାର୍କ ଏକ ଶ୍ମଶାନ ଉପରେ ନିର୍ମିତ ହୋଇଥିଲା ।

ଦ ସନ୍‌ ରିପୋର୍ଟ ଅନୁସାରେ ଏହି ପାର୍କ ଶାଉନି ହ୍ରଦ କୂଳରେ ପ୍ରଥମେ ୧୯୨୦ ମସିହାରେ ଜଣେ ବ୍ୟବସାୟୀ କାନଲି ସ୍ନିଡୋଙ୍କ ଦ୍ୱାରା ଖୋଲା ଯାଇଥିଲା, ଯାହା ୧୯୮୮ ମସିହାରେ ବନ୍ଦ ହେବା ପୂର୍ବରୁ ୬୨ ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା । ଅଭିଶପ୍ତ ଭୂମି ହୋଇଥିବାରୁ ଏଠାରେ ହଠାତ୍ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକମାନେ କୁହନ୍ତି ।

ଏହି ପାର୍କରେ ଏପରି ଅନେକ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଲୋକେ ଭୟରେ ଥରିବାକୁ ଲାଗନ୍ତି । ଏଠାରେ ଏକ ଛୋଟ ବାଳକର ଦୁଃଖଦ ମୃତ୍ୟୁ ହୋଇଥିଲା । ପିଲାଟି ପାର୍କରେ ଥିବା ସୁଇମିଂ ପୁଲରେ ବୁଡ଼ି ଯାଇଥିଲା । ଦୀର୍ଘ ସମୟ ପରେ ବାଳକର ଶରୀର ସୁଇମିଂ ପୁଲରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ସେହି ସମୟରେ ପାର୍କର ମାଲିକମାନେ ଏହି ପୁଲକୁ ବାଲିରେ ଭର୍ତ୍ତି କରି ଦେଇଥିଲେ ।

ଏଠାରେ ଏକ ୩ ବର୍ଷର ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା । ସେ ଲିଫ୍ଟରେ ଚାପି ଯାଇଥିଲା । ଅନ୍ୟ ଏକ ବାଳକ ଝୁଲଣାରେ ଖେଳୁଥିବା ବେଳେ ଦୁର୍ଘଟଣା ଘଟିଥିଲା ଏବଂ ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ୧୯୩୪ ମସିହାରେ ଜଣେ ମହିଳାଙ୍କୁ ପାର୍କ ବାହାରେ ଗୁଳି କରାଯାଇଥିଲା । ୧୯୬୬ ମସିହାରେ ଏଭଳି ଅଜବ ଦୁର୍ଘଟଣା ଘଟୁଥିବା ଯୋଗୁଁ ପାର୍କ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

ବନ୍ଦ ହେବାର ୨୦ ବର୍ଷରୁ ଅଧିକ ସମୟ ପରେ, ଏହି ପାର୍କରେ ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଥିଲା ଯେଉଁଥିରେ ଅଧିକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଥିଲା । ପାର୍କକୁ ଖୋଳିବା ପରେ ପାଖାପାଖି ୧୩ଟି ମୃତଦେହ ଉଦ୍ଧାର ହୋଇଥିଲା, ଯେଉଁଥିରେ ଅଧିକାଂଶ ଶବ ଶିଶୁଙ୍କ ଶବ ଥିଲା । ଏହା ପରେ ଏଠାରେ କାର୍ଯ୍ୟ ବନ୍ଦ କରାଯାଇଥିଲା । ଏହି ସ୍ଥାନ ଏବେ ବନ୍ଦ ରହିଛି । ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ଏହି ସ୍ଥାନ ଦେଇ ଯିବାକୁ ମଧ୍ୟ ଭୟ କରନ୍ତି ।

Thursday, October 12, 2023

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୧୩ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ

COASTAL NEWS ODIA 1120

ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ



ବ୍ରହ୍ମପୁର : ଭଞ୍ଜ ବିହାରୀ ମହାନ୍ତି - ବ୍ରହ୍ମପୁର ନୀଳକଣ୍ଠନଗରରେ ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ । ଘର ଡ୍ରାଇଭର ହତ୍ୟାକାରୀ। ଘର ଭିତରେ ପଶି ମାଲିକାଣୀଙ୍କୁ ହତ୍ୟା କରିଥିଲା ଡ୍ରାଇଭର। ଏନେଇ ବ୍ରହ୍ମପୁର SDPO ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସୌଦାମିନୀ ରଥ । ସେ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଥିଲେ।

ଗତକାଲି ବିଳମ୍ବିତ ରାତିରେ ଘରେ ଏକୁଟିଆ ଥିଲେ ସୌଦାମିନୀ । କାହା ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଡ୍ରାଇଭର ଆକ୍ରମଣ କରିଥିଲା। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ । ତେବେ କଣ ପାଇଁ ମାଲିକାଣୀଙ୍କ ହତ୍ୟାକାରୀ ସାଜିଲା ଡ୍ରାଇଭର ସେନେଇ ତନାଘନା ଜାରି ରହିଛି।

ମହାକାଶକୁ ମାନବ ପଠାଇବା ଦିଗରେ ପାଦେ ଆଗେଇଲା ଭାରତ

COASTAL NEWS ODIA 1118

ମହାକାଶକୁ ମାନବ ପଠାଇବା ଦିଗରେ ପାଦେ ଆଗେଇଲା ଭାରତ



ନୂଆଦିଲ୍ଲୀ :  ଭଞ୍ଜ ବିହାରୀ ମହାନ୍ତି - ମହାକାଶକୁ ମାନବ ପଠାଇବା ଦିଗରେ ପାଦେ ଆଗେଇଲା ଭାରତ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗଗନୟାନ ମିଶନକୁ ଜୋରଦାର କରିଛି । ଆସନ୍ତା ୨୧ ତାରିଖରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ପଠାଇବ ଇସ୍ରୋ । ଏ ନେଇ ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଙ୍ଗଳବାର  ଏହି ସୂଚନା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍‌  ସେଣ୍ଟରରୁ ଟେଷ୍ଟ ଭେହିକଲ ଡେଭେଲପ୍‌ମେଣ୍ଟ ଫ୍ଲାଇଟ୍‌ ଟିଭି-ଡି୧କୁ ଉତ୍‌କ୍ଷେପଣ କରାଯିବ । ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ଏହି ଟେଷ୍ଟରେ କ୍ରୁ ମଡ୍ୟୁଲକୁ ଆଉଟର ସ୍ପେସ୍‌ରେ ଲଞ୍ଚ୍‌ କରାଯିବା ସହ ପୃଥିବୀକୁ ଫେରାଇଆଣିବା ଏବଂ ବଙ୍ଗୋପସାଗରରେ  ଟଚ୍‌ଡାଉନ୍‌ ପରେ ଏହାକୁ ରିକଭର କରାଯିବା ଆଦି କାର୍ଯ୍ୟକ୍ରମ ରହିଛି ।


ହିମସ୍ଖଳନ ସଂସ୍ପର୍ଶରେ ୪୦ ଯବାନ ସେନା ବାହିନୀର ଉଦ୍ଧାର କାର୍ୟ ଜାରି

COASTAL NEWS ODIA 1117

  ହିମସ୍ଖଳନ ସଂସ୍ପର୍ଶରେ ୪୦ ଯବାନ ସେନା ବାହିନୀର ଉଦ୍ଧାର କାର୍ୟ ଜାରି 


ଲଦାଖ - ଭଞ୍ଜ ବିହାରୀ ମହାନ୍ତି - ଲଦାଖରେ ଭାରତୀୟ ସେନାର କଣ୍ଟିଜେଣ୍ଟ୍ ହିମସ୍ଖଳନ ସଂସ୍ପର୍ଶରେ ଆସିଛି। ଏଥିରେ ୩ ଜଣ ଯବାନ ନିଖୋଜ ଥିବା ଜଣାଯାଇଛି। ଦୁର୍ଘଟଣାରେ ନିଖୋଜ ଥିବା ଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜା ଚାଲିଛି। ସେପଟେ ଜଣେ ଯବାନ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣା କାର୍‌ଗିଲର କୁନ୍ ପର୍ବତରେ ଘଟିଛି। ଏଠାରୁ ଭାରତୀୟ ସେନାର ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଏବେ ବି ୩ ଜଣ ଯବାନ ବରଫ ତଳେ ଦବି ରହିଛନ୍ତି। ସେନା ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଛି। ଲଦାଖରେ ସେନାର ଏକ ଯୁଦ୍ଧ ବିଦ୍ୟାଳୟ (HAWS) ଅଛି। ଭାରତୀୟ ସେନାର ଆର୍ମି ଆଡଭେଞ୍ଚର ୱିଙ୍ଗ ସହ ଜଡିତ ଲୋକମାନେ ନିୟମିତ ଟ୍ରେନିଂ ପାଇଁ ମାଉଣ୍ଟ କୁନ୍ ନିକଟରେ ଉପସ୍ଥିତ ଥିଲେ। ଏହି ସମୟରେ ପାଖାପାଖି ୪୦ ଯବାନ ହିମସ୍ଖଳନ ସଂସ୍ପର୍ଶରେ ଆସିଥିଲେ।

୪ ଜଣ ଯବାନ ବରଫରେ ଫସି ଯାଇଥିଲେ। ବାକି ଯବାନମାନେ ଉଦ୍ଧାର ପାଇଯାଇଥିଲେ। ଏବେ ୪ ଜଣଙ୍କ ମଧ୍ୟରୁ ଜଣେ ସହିଦ ହୋଇଥିବା ସୂଚନା ରହିଛି। ବରଫରେ ଫସି ରହିଥିବା ଯବାନମାନଙ୍କୁ ଉଦ୍ଧାର କରିବା ପାଇଁ ସେନା କାର୍ଯ୍ୟ କରୁଛି। ପାଗ ଖରାପ ଥିବାରୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି।

ଏହା ପୂର୍ବରୁ ମଧ୍ୟ ଯବାନମାନଙ୍କ ସହିତ ଏଭଳି ଦୁର୍ଘଟଣା ଘଟିଛି। ଚଳିତ ବର୍ଷ ଫେବୃଆରୀରେ ଜମ୍ମୁ-କାଶ୍ମୀରର ଗୁଲମର୍ଗରେ ଏକ ବଡ଼ ଧରଣର ହିମସ୍ଖଳନ ହୋଇଥିଲା। ଏଥିରେ ପୋଲାଣ୍ଡର ଦୁଇ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ବରଫରେ ଫସି ରହିଥିବା ୨୧ଜଣଙ୍କୁ ପରେ ଉଦ୍ଧାର କରାଯାଇଥିଲା।

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ୧୫ ବର୍ଷ ଜେଲଦଣ୍ଡ ପରେ ଦ୍ଵିତୀୟ ପତ୍ନୀ ହତ୍ୟା l ବଦଳିଲାନି ମାନସିକତା l

COASTAL NEWS ODIA 1116

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ୧୫ ବର୍ଷ ଜେଲଦଣ୍ଡ ପରେ ଦ୍ଵିତୀୟ ପତ୍ନୀ ହତ୍ୟା l ବଦଳିଲାନି ମାନସିକତା l



ଜୟପୁର  : ଭଞ୍ଜ ବିହାରୀ ମହାନ୍ତି - ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଜେଲ୍‌ ଯାଇଥିଲା। ୧୫ ବର୍ଷ ଜେଲଦଣ୍ଡ ପରେ ମଧ୍ୟ ବଦଳିଲାନି ମାନସିକତା । ଜେଲ୍‌ରୁ ଆସିଲା ପରେ ପୁଣି ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କଲା । କୋରାପୁଟ୍‌ ଜିଲ୍ଲା ଜୟପୁର ସହରାଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଖାଇବାରେ ବିଳମ୍ବ ହେବାରୁ ଡଙ୍ଗାଗୁଡ଼ାଗାଁର ଭଗତ ହରିଜନ ତା ଦ୍ୱିତୀୟ ପତ୍ନୀ କୁସୁମା ହରିଜନଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟି ହତ୍ୟା କରିଥିଲା। ପରେ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଥିଲା। ଏନେଇ ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ଟାଉନପୋଲିସ ସହ ସାଇଣ୍ଟିଫିକ ଟିମ ତଦନ୍ତ ପରେ ହତ୍ୟାକାରୀ ସ୍ବାମୀ ଭଗତ ହରିଜନକୁ ବୋରିଗୁମ୍ମାରୁ ଗିରଫ କରିଛି ଜୟପୁର ପୋଲିସ। ଜେଲ ଫେରନ୍ତା ସ୍ବାମୀ ବାରମ୍ବାର ଦ୍ୱିତୀୟ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ସହ ଶେଷରେ କାଠଫାଳିଆ ହତ୍ୟା କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ବେହେରା ।

ଅଭିଯୋଗରୁ ପ୍ରକାଶ, ପୂର୍ବରୁ ଭଗତ ହରିଜନ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରିଥିଲା। ସେଥିପାଇଁ ସେ ଗିରଫ ହୋଇ ଜେଲ୍‌ ଯାଇଥିଲା। ୧୫ ବର୍ଷ ଧରି ଜେଲ୍‌ରେ ଥିଲା। ହେଲେ ବଦଳି ନଥିଲା ତା ମାନସିକତା।

ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ରେ ଅଭାବନୀୟ କାଣ୍ଡ

COASTAL NEWS ODIA 1115

ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ରେ ଅଭାବନୀୟ କାଣ୍ଡ 



ଭୁବନେଶ୍ୱର  :ଭଞ୍ଜ ବିହାରୀ ମହାନ୍ତି - ହସ୍ପିଟାଲ ଭିତରେ ପଶିଲେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ। ସିକ୍ୟୁରିଟିଙ୍କ ପାଖରୁ ଆରମ୍ଭ କରି ଯାହାକୁ ପାରିଲେ ତାକୁ ମାରିଲେ। କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହେଲେ ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ଭିତରେ। କିଛି ଦୁର୍ବୃତ୍ତ ମାନେ ବିନା କାରଣରେ ହସ୍ପିଟାଲ ଭିତରକୁ ପଶି ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। 

ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି

ଆନନ୍ଦ ବିହାରରୁ ଚାଲୁଥିବା 12506 ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସ, ଦୁର୍ଘଟଣାଗ୍ରସ୍ତ

COASTAL NEWS ODIA 1114

ଆନନ୍ଦ ବିହାରରୁ ଚାଲୁଥିବା 12506 ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସ, ଦୁର୍ଘଟଣାଗ୍ରସ୍ତ




ବିହାର :  ( CNO) ଆନନ୍ଦ ବିହାରରୁ ଚାଲୁଥିବା 12506 ଡାଉନ୍ ନର୍ଥ ଇଷ୍ଟ ଏକ୍ସପ୍ରେସ, ବିହାରର ବୁକ୍ସାର ଏବଂ ଆରା ଷ୍ଟେସନ ମଧ୍ୟରେ ରଘୁନାଥପୁର ଷ୍ଟେସନ ନିକଟରେ ଲାଇନ୍ ଚ୍ୟୁତ ହୋଇଥିଲା ​​|  ଅନେକ ବଗି ଓଲଟି ପଡିଥିଲା ​​l ରାତିରେ 'ଖାଦ୍ୟ ଖାଇବା ପରେ ଯାତ୍ରୀ ମାନେ ଶୋଇ ପଡିଥିଲେ ... ହଠାତ୍ ଭୟଙ୍କର ଶବ୍ଦ ହେବା ସହିତ ବଗି ଗୁଡିକ୍ଓ ଲାଇନ୍ଲ ଚ୍ୟୁତ ହୋଇ ଓଲଟି ପଡିଲେ ', ଉତ୍ତର ପୂର୍ବ ଏକ୍ସପ୍ରେସର ଯାତ୍ରୀ ତାଙ୍କ କାହାଣୀ ବର୍ଣ୍ଣନା କରିଥିଲେ|
 

ଏ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ଜଣା ଯାଇଛି ।  ଏହି ସଂଖ୍ୟା ବୃଦ୍ଧି ହୋଇପାରେ |  ବକ୍ସାର ଡିଏମ ଅନସୁଲ ଅଗ୍ରୱାଲ କହିଛନ୍ତି ଯେ 80 ରୁ 100 ଲୋକ ଆହତ ହୋଇଛନ୍ତି।  କେତେକଙ୍କୁ ପାଟନାକୁ ରେଫର୍ କରାଯାଇଛି।  ଏହି ଦୁର୍ଘଟଣାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।

ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ ସେମାନଙ୍କ ଅସୁବିଧା ବିଷୟରେ ବର୍ଣ୍ଣନା କରିଛନ୍ତି।  ମହମ୍ମଦ ନାସିର ନାମକ ଜଣେ ଯାତ୍ରୀ କହିଥିଲେ ଯେ ଆମେ ଦୁଇଜଣ ବ୍ୟକ୍ତି।  B7 ବଗିରେ ଥିଲୁ |  ଆମେ ଶୋଇଥିଲୁ |  ଘଟଣାଟି କିପରି ଘଟିଲା ତାହା ଜଣା ପଡିନାହିଁ।  ଖାଇବା ପରେ ଶୋଇବାକୁ ଗଲୁ |  ହଠାତ୍ ବଗିଟି ଓଲଟି ପଡିଲା |



ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ଆମେ ସମସ୍ତ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ବିଭାଗର ଅଧିକାରୀଙ୍କ ସହ କଥା ହୋଇଛୁ।  ବୁକ୍ସାର, ଆରା ଏବଂ ପାଟନା ଡାକ୍ତରଖାନାକୁ ସତର୍କ ସୂଚନା ଜାରି କରାଯାଇଛି।  ସୁରକ୍ଷା ବଳ, NDRF, SDRF ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।  ଆମର ପ୍ରାଥମିକତା ହେଉଛି ଯଥାସମ୍ଭବ ଲୋକଙ୍କ ଜୀବନ ବଞ୍ଚାଇବା |  ଆମେ ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛୁ |



ଅନ୍ୟ ଜଣେ ଯାତ୍ରୀ କହିଥିଲେ ଯେ ତାଙ୍କୁ କାଟିହାର ଯିବାକୁ ଥିଲା ।  ସେ ଶୋଇଥିଲେ ହଠାତ୍ଉ ଭୟଙ୍କର ସବଦ କରି  ଟ୍ରେନ୍ ଟି ଦୁଇ ସେକେଣ୍ଡରେ ଓଲଟି ପଡିଲା |  ସେ ସେତେବେଳେ ଏସି କୋଚରେ ଥିଲେ।

ଏଠାରେ ଦୁର୍ଘଟଣା ପରେ ବୁକ୍ସାର ଜିଲ୍ଲା ପ୍ରଶାସନର ଟିମ୍ ନିକଟସ୍ଥ ଲୋକଙ୍କ ସହ ଜଡିତ ଅଛନ୍ତି।  NDRF ଏବଂ SDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ରିଲିଫ ଉଦ୍ଧାର କାର୍ଯ୍ୟ ଚାଲିଛି।


ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’

COASTAL NEWS ODIA 1113

ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’


ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ସରକାର କା ମାଲ୍ ଦରିଆ ମେଁ ଡାଲ, ନୀତିରେ ଚାଲିଛି ମୋ ସାଇକେଲ ପ୍ରକଳ୍ପ ପାଣିରେ ପଡ଼ିଲା ୧୦ କୋଟି ଟଙ୍କା, ବଣ୍ଟାଯାଇପାରିଲାନି `ମୋ ସାଇକେଲ’ । ଘୋଷଣାର ୮ ମାସ ପରେ ବି ତିଆରି ହୋଇପାରିଲା ନାହିଁ SOP । ସ୍ମାର୍ଟ ସିଟିର ୨୪ଟି ପ୍ରକଳ୍ପରୁ `ମୋ ସାଇକେଲ’ ଥିଲା ଗୋଟିଏ ପ୍ରକଳ୍ପ । 

ଶହ ଶହ ୟାର୍ଡରେ ପଡ଼ିଛି ଅଚଳ ସାଇକେଲ, ଉଡ଼ିଯାଇଛି ବାରକୋଡ୍। କେନ୍ଦ୍ର ଓ ରାଜ୍ୟର ଅଧା-ଅଧା ଅନୁଦାନରେ ହୋଇଥିଲା ସ୍ମାର୍ଟସିଟି ପ୍ରୋଜେକ୍ଟ।ସାଇକେଲ ଧରି ସହରରେ ବୁଲିବା ସ୍ଵପ୍ନ ସାକାର ହୋଇ ପାରିଲା ନାହିଁ ସ୍ଵପ୍ନ ରେ ରହିଗଲା l କୋଟି କୋଟି ଟଙ୍କା ସ୍ଵାହା l ଏହି ଟଙ୍କା ହୁଏତ ଅନ୍ୟ କୌଣସି ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ରେ ବିନିଯୋଗ ହୋଇ ପାରିଥାନ୍ତା l ଅଫିସର ଙ୍କ ଖାମଖିଆଲ ନୀତି ପାଇଁ ଏତେ ଟଙ୍କା ବରବାଦ l ନା ସରକାର ତତ୍ପର ନା ବିରୋଧୀ l
COASTAL NEWS ODIA 1112


ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

COASTAL NEWS ODIA 1111

ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ 



ଆଳି - ୧୧/୧୦ ( CNO ) - ଏକ ଜନସ୍ଵାର୍ଥ ସମ୍ବଳିତ ମାମଲାକୁ ଗ୍ରହଣ କରି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ୪ ସପ୍ତାହ ମଧ୍ୟରେ ଆଳି ତହସିଲ ଅନ୍ତର୍ଗତ ମାଣିକପାଟଣା ଗାଁର ସର୍ବସାଧାରଣ ରାସ୍ତାରୁ ଜବରଦଖଲ ହଟାଇବା ନିମନ୍ତେ ନିର୍ଦ୍ଦେଶ ଦେବା ଓ ଏହି ନିର୍ଦ୍ଦେଶକୁ ଆଳି ତହସିଲଦାର ଅବମାନନା କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଅର୍ଜି ଦିଆଯିବା ପରେ ଆଜି ପୁଲିସ ପ୍ରଶାସନ ସର୍ବସାଧାରଣ ରାସ୍ତାରୁ କବରଦଖଲ ହଟାଇବାକୁ ତତ୍ପର ହୋଇ ଉଠିଛି। 

ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦେଶ ପରେ ବିଳମ୍ବରେ ହେଲେ ମଧ୍ୟ ଆଜିଠାରୁ ଆଳି ତହସିଲ ଅଧୀନ ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ଉପସ୍ଥିତିରେ ଆଜି ପ୍ରଶାସନ ବୁଲଡୋଜର ଲଗାଇ ୫୦ରୁ ଅଧିକ କୋଠା ଓ ଆଜବେଷ୍ଟସ ଘର ସମେତ ଜବରଦଖଲରେ ଥିବା ବାଡ଼ି, ବଗିଚାର ଗଛସବୁକୁ ମାଟିରେ ମିଶାଇ ଦେଇଛି। 

ଆଳି ତହସିଲ ଅନ୍ତର୍ଗତ ମାଣିକପାଟଣା ମୌଜାରେ ବର୍ଷ ବର୍ଷ ଧରି ଗାଁର କିଛିଲୋକ ଖାତା ନମ୍ବର ୯୦୦୫୨୦ ରେ ଥିବା ସର୍ବସାଧାରଣ ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମି, ଏପରିକି ଶ୍ମଶାନ ରାସ୍ତାକୁ ଜବରଦଖଲ କରି ଘରବାଡ଼ି କରି ଆସୁଥିଲେ । ଫଳରେ ଗାଁରେ ଚଳପ୍ରଚଳ କରିବା ଅସମ୍ଭବ ହୋଇ ପଡିଥିଲା , ଆମ୍ବୁଲାନ୍ସ ଓ କୌଣସି ଚାରିଚାକିଆ ଯାନ ଯିବାଆସିବା କରିବା ସମ୍ଭବ ହେଉନଥିଲା ।ଜବରଦଖଲକାରୀମାନେ ଉମାମହେଶ୍ବରଙ୍କ ମନ୍ଦିରର ମୁଖଶାଳା ପର୍ଯ୍ୟନ୍ତ ମାଡି ଯାଇଥିଲେ । ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ ଯୋଗୁ ଟ୍ରାଫିକ ସମସ୍ୟା ସ୍ରୁଷ୍ଟି ହେଉଥିଲା l

ଜବରଦଖଲ ଉଚ୍ଛେଦ ପାଇଁ ଆଳି ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ମାଣିକପାଟଣା ଗାଁର ସୁରେଶ ଚନ୍ଦ୍ର ପାତ୍ର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଏହି ମାମଲାକୁ ବିଚାର କରି ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଆଳି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ପରେ ଅନେକ ଦିନ ବିତି ଯାଇଥିଲା। ତେବେ ପୂର୍ବ
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ମାଜିଷ୍ଟ୍ରେଟ ଓ ପୁଲିସ ପ୍ରଶାସନ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ତିନୋଟି ପର୍ଯ୍ୟାୟରେ ୧୨୬ଟି ଘର ଉଚ୍ଛେଦ କରାଯିବ ବୋଲି ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ତଥା ମାର୍ଶାଘାଇ ତହସିଲଦାର ଅଶୋକ କୁମାର ବେହେରା କହିଛନ୍ତି ।

ଗୋଚର ଜମିରୁ ଗଛ କଟାକୁ ବିରୋଧ

COASTAL NEWS ODIA 1110

ଗୋଚର ଜମିରୁ ଗଛ କଟାକୁ ବିରୋଧ



ଆଳି - ୧୧/୧୦ - (CNO) ଆଳି ତହସିଲ ଅନ୍ତର୍ଗତ ପଦନୀପାଳ ଗ୍ରାମ ପଞ୍ଚାୟତର ଦୈତାରୀପୁର ମୌଜାରେ ଥିବା ଏକ ବଡ଼ ବରଗଛକୁ କିଛି ବ୍ୟକ୍ତି କାଟୁଥିବା ବେଳେ ଏହାକୁ ବିରୋଧ କରି ପଦନିପାଳ ସରପଞ୍ଚ ବିକ୍ରମ ମଳିକ  ଆଳି ଥାନା ଓ ତହସିଲର ଦ୍ଵାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏ ନେଇ ଆଳି ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ଅଭିଯୋଗ ର ଅନୁସନ୍ଧାନ ଓ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି I

ବିକ୍ରମଙ୍କ ଅଭିଯୋଗ ଅନୁଯାୟୀ ଦୈତାରୀପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଥିବା ଏକ ବଡ଼ ବରଗଛକୁ ବିଦ୍ୟାଧର ନାୟକ, ସୁନିଲ ଦାସ, ସୁକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ମଳିକ, ରମାକାନ୍ତ ଦାସଙ୍କ ସହିତ ଅନ୍ୟ କିଛି ଲୋକ ବୁଧବାର ସକାଳେ କାଟୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ଗଛ କାଟିବାକୁ କିଏ ଅନୁମତି ଦେଲେ ବୋଲି ପଚାରିବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ। 

ଏ ନେଇ ବିକ୍ରମ ଆଳି ତହସିଲ ଓ ଆଳି ଥାନାରେ ଆସିବା ପରେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇଥିଲେ। ସେ ରିପୋର୍ଟ ଦେବା ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି ।


ନିଲମ୍ବନ ପ୍ରତ୍ୟାହାର ପରେ କାର୍ଯ୍ୟରେ ଯୋଗ ଦେଲେ ଭାରତୀ ସିଂ

COASTAL NEWS ODIA 1109

ନିଲମ୍ବନ ପ୍ରତ୍ୟାହାର ପରେ କାର୍ଯ୍ୟରେ ଯୋଗ ଦେଲେ ଭାରତୀ ସିଂ 



ଖୁଣ୍ଟା - ୧୧ ।୧୦ ( CNO) ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଭୋଳାଗଡ଼ିଆ ପଞ୍ଚାୟତର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ତିନିମାସ ପାଇଁ ନିଲମ୍ବନ କରାଯିବାକୁ ନେଇ ବିଭିନ୍ନ ମହଲରୁ ସରକାର କଡା ସମାଲୋଚିତ ହେବା ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି ଓ ସେ ତାଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଅଭିଯୋଗ କରି ଭାରତୀ ନିଲମ୍ବନ ବିରୋଧରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ନିକଟରେ ଲିଖତ ଅଭିଯୋଗ କରିଥିଲେ । ନିଲମ୍ବନ ଘଟଣାରେ ବ୍ୟାଙ୍କ ମିତ୍ର ସଂଗଠନ ସମେତ ବିରୋଧ ରାଜନୈତିକ ଦଳ, ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । 

ଭାରତୀ ନିଜର କାର୍ଯ୍ୟ ପାଇଁ ଏକାଧିକ ଥର ପୁରସ୍କୃତ ହୋଇଥିବା ବେଳେ ସେପ୍ଟେମ୍ବର ୧୧ ପୂର୍ବରୁ ତାଙ୍କ ବିରୋଧରେ କେବେ କୌଣସି ଅନିୟମିତତା ଅଭିଯୋଗ ନଥିଲା । ମାତ୍ର ଭାରତା ସେପ୍ଟେମ୍ବର ୧୧ ତାରିଖରେ ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ ଦରମା ବୃଦ୍ଧି, ସ୍ଥାୟୀ ଚାକିରି ଦାବି ପାଇଁ ଭୁବନେଶ୍ବର ଧର୍ମଘଟ କରିବାକୁ ଯାଇଥିବା ସମୟରେ ସେଠାରେ ସରକାରଙ୍କ ଅବହେଳା ପ୍ରତି ଏକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। 

ଉକ୍ତ ସମାଲୋଚନା କାରଣରୁ ଭାରତୀଙ୍କୁ ଚାରି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୫ ତାରିଖରେ ନିଲମ୍ବନ କରାଯାଇ ଥିଲା । ତେବେ ଚଳିତ ମାସ ୭ ତାରିଖରେ ତାଙ୍କୁ ନିଲମ୍ବିତ କରିଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ(ଜିପିଏଲଏଫ) ନିର୍ବାହୀ କମିଟି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଥିବା ବେଳେ ବୁଧବାର ଭାରତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । 

ଘଟଣାରୁ ପ୍ରକାଶ ଯେ ମହାସଂଘର ବୈଠକ ବସି ଭାରତୀଙ୍କୁ ବୈଠକରେ ଉପସ୍ଥିତ ରହୁନଥିବା, ବ୍ୟାଙ୍କ ଯାଉନଥିବା, କ୍ଷେତ୍ର ପରିଦର୍ଶନ କରୁନଥିବା ଇତ୍ୟାଦି ଅଭିଯୋଗ ଆଧାରରେ ତିନି ମାସ ପାଇଁ ନିଲମ୍ବିତ କରାଯାଇଥିଲା ।

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

COASTAL NEWS ODIA 1108

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ




ମାଲକାନଗିରି : ଭଞ୍ଜ ବିହାରୀ ମହାନ୍ତି - ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ। ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି । 

ଏହି ବସ୍ ସେବା ଜରିଆରେ ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ । ବିଶେଷକରି ଗ୍ରାମାଂଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି ।

ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଲକ୍ଷ୍ମୀ’ ଯୋଜନା । ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । 
ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ।

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

COASTAL NEWS ODIA 1107

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ଉତ୍ତରାଖଣ୍ଡ - ଭଞ୍ଜ ବିହାରୀ ମହାନ୍ତି - ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଉତ୍ତରାଖଣ୍ଡରେ ପହଞ୍ଚି ସକାଳୁ ପାର୍ବତୀ କୁଣ୍ଡରେ କରିଛନ୍ତି ଶିବ ସାଧନା। ପିଥୋରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପ୍ରଧନମନ୍ତ୍ରୀ ରୀତିନୀତି ଭାବେ ପୂଜାର୍ଚ୍ଚନା କରିଛନ୍ତି। ମା’ ପାର୍ବତୀ ଓ ଭଗବାନ ଶିବଙ୍କୁ ବ୍ରହ୍ମକମଲ ଅର୍ପଣ କରିଛନ୍ତି ମୋଦି। ଏହା ପରେ ମନ୍ଦିରରେ ଆଳତୀ କରିଥିଲେ। କେବଳ ସେତିକି ନୁହେଁ ଡମ୍ବରୁ ବଜାଇବା ସହ ଘଣ୍ଟ ମଧ୍ୟ ବଜାଇଥିଲେ ମୋଦି। ମନ୍ଦିର ଚାରିପାଖ ବୁଲିବା ସହ କିଛି ସମୟ ମନ୍ଦିରରେ ବିତାଇଥିଲେ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସକାଳୁ ପଥୋରାଗଡ଼ର ଜୋଲିଂକୋଙ୍ଗରେ ପହଞ୍ଚିଥିଲେ। ସେଠାରେ ସେ ଆଦି-କୈଳାଶଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ତାଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।

ପୂଜାର୍ଚ୍ଚନା ପରେ ମୋଦି ପିଥୋରାଗଡ଼ରେ ଥିବା ଗୁଞ୍ଜି ଗାଁକୁ ଯାଇ ସେଠାକାର ଲୋକଙ୍କ ସହ ଅଆଲୋଚନା କରିଛନ୍ତି। ଏହାପରେ ସେ ସେନା ଓ ଆଇଟିବିପି ଯବାନଙ୍କୁ ଭେଟିବେ। ତାଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡକୁ ୪୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡା ପରି ୨୩ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ସାମିଲ ହେବେ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...