AFFILIATE MARKETING

https://binomo.com?a=90810425bb57&t=0

Friday, December 15, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1584

ସଂକ୍ଷିପ୍ତ ସମ୍ବାଦ



➡️୧-ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ହେଲା ଅନ୍ତ l ବିସ୍ଥାପିତଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ସବୁ ରେକର୍ଡ ଭାଙ୍ଗିଲା ଥଣ୍ଡା, ଘୁ.ଉଦୟଗିରିରେ ପାରା ୭ଡିଗ୍ରି ରେକର୍ଡ, ପ୍ରବଳ ଥଣ୍ଡାରେ ଥରୁଛନ୍ତି ଲୋକେ l ସେପଟେ ଜାମ୍ମୁ କାଶ୍ମୀରରେ ରାତିରେ ତାପମାତ୍ରା -୫.୪ ଡିଗ୍ରୀ ସେଲସିୟସ ଥିବାବେଳେ ପାଇପ୍ ପାଣି ପାଲଟିଯାଉଛି ବରଫ, ଜନଜୀବନ ପୁରା ଅତିଷ୍ଠ l

➡️୩-ସାରା ବିଶ୍ୱରେ ମୋଦୀଙ୍କ ଜଲୱା, ପାଇଛନ୍ତି ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ୨୦୧୪ ମସିହାରୁ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର l

➡️୪-ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା।

➡️୫-ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ l ୧ କୋଟି ୩୦ ଲକ୍ଷରୁ ଅଧିକ ଭୋଟ ବିଜେଡି କିପରି ନିଜ ସପକ୍ଷରେ ଆଣିବ ସେନେଇ ଆଜି ମୂଳଦୂଆ ପକାଇବ ବିଜେଡି। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ନୂଆ ରଣନୀତି ପ୍ରସ୍ତୁତ କରିବ।

➡️୬-ସଂସଦର ସୁରକ୍ଷା ତ୍ରୁଟି ମାମଲାରେ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ।

➡️୭-ନୂଆବର୍ଷଠାରୁ ପ୍ଲେ ମୁଭିଜ୍ ଏବଂ ଟିଭି ଆପ୍‌କୁ ବନ୍ଦ କରିବାକୁ ଘୋଷଣା କଲା ଗୁଗୁଲ୍‌ l

➡️୮-ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ଆନୁକୂଲ୍ୟରେ ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ କନକ୍ଲେଭ ଅନୁଷ୍ଠିତ ହେବ । ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ l

➡️୯-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇର ଜାତୀୟ କାର୍ଯ୍ୟକାରୀ କମିଟି ବୈଠକ ଆଜିଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ l

➡️୧୦-ଐଶ୍ୱର୍ଯ୍ୟା ରାୟଙ୍କ ଏକ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ l ଭିଡିଓରେ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଜଣେ ମହିଳାଙ୍କୁ ସ୍ୱିମିଂ ପୁଲରେ ଦେଖାଯାଇଛି l

➡️୧୧-ଶାହରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି ରିଲିଜ ପୂର୍ବରୁ ସେ ଶିରିଡ଼ି ସାଇ ବାବା ମନ୍ଦିରକୁ ଯାଇ କଲେ ପୂଜାର୍ଚ୍ଚନା ଓ ଆଳତୀ l

➡️୧୨-ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ହେଲା ପାର୍ଲାମେଣ୍ଟ, ଗୃହ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ହଙ୍ଗାମାରୁ ନିବୃତ୍ତ ନହେବାରୁ ଶେଷରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ଚଳିତ ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ହେଲେ ସସପେଣ୍ଡ।  

➡️୧୩-ନୂଆଦିଲ୍ଲୀ ଠାରେ ଆଇଆଇଟି କାନପୁର ଏବଂ କୋଟକ୍ ବ୍ୟାଙ୍କ୍ ଦ୍ୱାରା ସ୍ଥାପିତ ହୋଇଥିବା ‘କୋଟକ୍ ସ୍କୁଲ୍ ଅଫ୍ ସଷ୍ଟେନବିଲିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

➡️୧୪-ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ମିଳିଥିବା ଅନ୍ତରୀଣ ଜାମିନର ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ କଲେ ବୃଦ୍ଧି l

➡️୧୫-ରଂଜିତ ପାତ୍ର ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି l ସେ ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି ।

➡️୧୬-ଭାରତକୁ ଶସ୍ତା ତୈଳ ବିକୁଥିବା ଋଷିଆ ଦେଲା ଆଉ ଏକ ବଡ଼ ଅଫର l ଋଷିଆରେ ଆମେରିକା ଓ ୟୁରୋପୀୟ କମ୍ପାନୀ ଛାଡିଯାଇଥିବା ବ୍ୟବସାୟକୁ ଭାରତୀୟ କମ୍ପାନୀଙ୍କୁ ଦେବା ନିମନ୍ତେ ଋଷିଆ କଲା ଆଗ୍ରହ ପ୍ରକାଶ l

➡️୧୭-ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ହମାସ୍ ବିପକ୍ଷରେ ବିଜୟ ନମିଳିବା ଯାଏଁ ଲଢେଇ ଜାରି ରହିବ l ଆମକୁ କେହି ରୋକିପାରିବେନି । 

➡️୧୮-ତୃତୀୟ ଟି-୨୦ : ଅଧିନାୟକ ସୂର୍ଯ୍ୟଙ୍କ ଶତକ ପରେ କୁଲଦୀପଙ୍କ ଯାଦୁଗରୀ ବୋଲିଂ, ମ୍ୟାଚ୍ ଜିତି ସିରିଜ୍ ୧-୧ରେ ବରାବର କଲା ଭାରତ l ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା l

➡️୧୯-ଅବିଶ୍ୱସନୀୟ। ସ୍ମରଣୀୟ। ରେକର୍ଡ ବ୍ରେକିଂ। ୮୮ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଭାରତୀୟ ମହିଳା ଟିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୪୦୦ରୁ ଅଧିକ ରନ କରିବାର କଲା ରେକର୍ଡ । ପୂର୍ବରୁ ୧୯୩୫ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଦିନରେ ୪୩୧ ରନ କରିଥିଲେ। 

➡️୨୦-ଭାରତୀୟ ମହିଳା ଲିଗ୍‌ (IWL)ରେ ଆଜି ଦୁଇ ଓଡ଼ିଶା ଦଳଙ୍କ ମଧ୍ୟରେ ହେବ ମୁକାବିଲା । କ୍ୟାପିଟାଲ୍‌ ଫୁଟ୍‌ବଲ୍‌ ଏରେନାରେ ଓଡ଼ିଶା ଏଫ୍‌ସିକୁ ଭେଟିବ ସ୍ପୋର୍ଟ୍ସ ଓଡ଼ିଶା। 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ରମ୍ଭା ତୃତୀୟା ll*
*🔅ଆଜି ଆନ୍ତର୍ଜାତୀୟ ଚା ଦିବସ ll*
*🔅ଆଜି ବିଲେଇ ପଶୁପାଳକ ଦିବସ ll*
*🔅ଆଜି ବିଲ ଅଧିକାର ଦିବସ ll*
*🔅ଆଜି ଜାତୀୟ କପ୍ କେକ୍ ଦିବସ ll*
*🔅ଆଜି 73ତମ ଆଇରନ୍ ମ୍ୟାନ୍ ସର୍ଦ୍ଦାର*
     *ଶ୍ରୀ ଭାଲାଭଭାଇ ପଟେଲ ସ୍ମୃତି ଦିବସ ll*
*🔅ଆଜି ରେସଲର ଗୀତା ଫୋଗାଟଙ୍କ ଜନ୍ମଦିନ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

         *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
                  *ll ଶୁଭ ସକାଳ,ସୁପ୍ରଭାତ ll*
[15/12, 8:40 am] ରଜନି କାନ୍ତ ବକ୍ସି ହିଲି ପାଟଣା: *ଖବର ଆଜିର* 
*ତାରିଖ ୧୫/୧୨/୨୩, ଶୁକ୍ରବାର*

*୧-କଟକ: ସାରଳା ସାହିତ୍ଯ ସଂସଦର ସାରସ୍ବତ ଆସର;ପାଞ୍ଚ ପ୍ରତିଭା ହେଲେ ସମ୍ମାନିତ।*

*୨-ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା।*

*୩-ଭୁବନେଶ୍ୱର:ଆଜି ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ ରେଳ ମନ୍ତ୍ରୀ।*

*୪-ଶହେ ବର୍ଷର ସମସ୍ୟା, ଶହେ ଦିନରେ ଅନ୍ତ; ବିସ୍ଥାପିତଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୫-ଜନତା ମଇଦାନରେ ଆଜିଠୁ ଆରଂଭ ତୋଷାଳୀ ଜାତୀୟ ହସ୍ତତନ୍ତ ମେଳା,୧୨ ଦିନ ଧରି ଚାଲିବ।*

*୬-ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ, ରାଜ୍ୟବ୍ୟାପୀ ପାଳନ ପାଇଁ ଦଳର ଯୋଜନା।*

*୭-କୋଚିରେ ବିମାନ ଚଳାଚଳ ତାଲିମ ନେବେ ନୂଆ ଓଡିଶା ଅଭିଯାନର ୧୭ ପ୍ରଶିକ୍ଷକ।*

*୮-ଭୁବନେଶ୍ୱର:ଜି ଉଦୟଗିରିରେ ପାରଦ ଏବେ ୭ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ।*

*୯-ପୁରୀ: ସାଷ୍ଟାଂଗ ପ୍ରଣାମ ସହ ଜୟ ଜଗନ୍ନାଥ କହିଲେ ଦୁଇଟି ବିଦେଶୀ ମୂଷା।*

*୧୦-ଭୁବନେଶ୍ୱର:ଲାଞ୍ଚ ନେଇ ଗିରଫ ହେଲେ କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ।*

*୧୧-ନୟାଗଡ଼ ସବ୍‌ ରେଜିଷ୍ଟ୍ରାର ଶାଶ୍ବତ ପଟ୍ଟନାୟକ ଗିରଫ, ଦରମା ତୁଳନାରେ ଆୟ ୭୯% ଅଧିକ।*

*୧୨-Google ଦେଲା ଭୁଲ୍ ଠିକଣା, ଚାନ୍ଦିପୁର ବଦଳେ ସିନ୍ଧୁଆ ପହଞ୍ଚି ଗଲେ ଫ୍ରାନ୍ସ ଯୁବକ।*

*୧୩-କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ୨୩୪ ପଞ୍ଚାୟତକୁ ଯୋଡ଼ିବ ୬୩ଟି ଲକ୍ଷ୍ମୀ ବସ୍।*

*୧୪-ମୋହନା ବ୍ଲକ ମଳାସପଦର ପଞ୍ଚାୟତ:ଗାଁରେ ବୁଲୁଛି ବାଘ ! ଭୟରେ ଲୋକେ ତାଟି କବାଟ ବୁଜି ଘରେ ବସିଛନ୍ତି।*

*୧୫-ମା'ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା।*

*୧୬-ସାବଧାନ ! Olxରେ ଘର ଭଡ଼ା ଖୋଜୁଛନ୍ତି କି ? ମାତିଛନ୍ତି ସାଇବର ଠକ; ଲୁଟିନେବେ ଟଙ୍କା !*

*୧୭-ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୃଷ୍ଣ ଜନ୍ମଭୂମିକୁ ଲାଗିଥିବା ଇଦଗାହର ହେବ ଏଏସଆଇଏ ସର୍ଭେ।*

*୧୮-ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ପାର୍ଲାମେଣ୍ଟ, ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ସସପେଣ୍ଡ।*

*୧୯-ଜୋହାନ୍ସବର୍ଗ:T20 ଶୃଙ୍ଖଳା ବରାବର,ଶେଷ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ।*

*୨୦-ରାଜସ୍ଥାନ:ଜୀବନ ହାରିଲେ ଗୋଟିଏ ପରିବାରର ୫ ସଦସ୍ୟ, ଋଣ ଭାର ସହିିନପାରି ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ।*

.               

ଅଟୋ ଚାଳକଙ୍କ ଜୀବନ ବଞ୍ଚାଇଲେ ‘ସଡ଼କବନ୍ଧୁ' ସୁଶାନ୍ତ ତରାଇ

COASTAL NEWS ODIA 1583

ଅଟୋ ଚାଳକଙ୍କ ଜୀବନ ବଞ୍ଚାଇଲେ ‘ସଡ଼କବନ୍ଧୁ' ସୁଶାନ୍ତ ତରାଇ 



ଆଳି - (CNO) ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ସୁଶାନ୍ତ କୁମାର ତରାଇ ଆଜି ଜଣେ ଦୁର୍ଘଟଣାଗ୍ରସ୍ତ ଅଟୋ ଚାଳକଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ତାଙ୍କର ଜୀବନ ରକ୍ଷା କରିଛନ୍ତି 

ଗୟାଧର ରାଉତ  ରାଜକନିକା ବିଶ୍ବନାଥପୁର ଗ୍ରାମର ଗୟାଧର ରାଉତ କେନ୍ଦ୍ରାପଡାରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ସମୟରେ କଟକ- ଚାନ୍ଦବାଲି ରାସ୍ତାର ପୋହଳ ଛକ ନିକଟରେ ଏକ ପିକଅପ ଭ୍ୟାନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। 

ଦୁର୍ଘଟଣାରେ ଅଟୋ ଚାଳକ ଗୟାଧର କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା ତଳେ ପଡିଥିଲେ। ଏହି ସମୟରେ କେନ୍ଦ୍ରାପଡାରୁ ଆଳି ଫେରୁଥିବା ସୁଶାନ୍ତ ଆହତ ଗୟାଧରଙ୍କ ପ୍ରାଥମିକ ସେବା କରିବା ସହିତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ପଟ୍ଟାମୁଣ୍ଡାଇ ସ୍ଵାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। 

ଚିକିତ୍ସା ପରେ ସୁଶାନ୍ତ ନିଜ ଉଦ୍ୟମରେ ରାଜକନିକା ବିଶ୍ଵନାଥପୁର ପଠାଇବାର ବ୍ୟବସ୍ଥା କରିଥିଲେ। ପ୍ରକାଶଯୋଗ୍ୟ, ଅଞ୍ଚଳରେ ସଡକ ଦୁର୍ଘଟଣା ଖବର ପାଇବା ମାତ୍ରକେ ସୁଶାନ୍ତ ସେହି ସ୍ଥାନରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ସହିତ ସେମାନଙ୍କୁ ଡାକ୍ତରଖାନାରେ ପହୁଞ୍ଚାଇବାର ବ୍ୟବସ୍ଥା କରିଥାନ୍ତି । ସୁଶାନ୍ତଙ୍କ ଏଭଳି ସେବାକାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। 

Thursday, December 14, 2023

ଚିନାବାଦାମ ଚାଷରୁ ମୁହଁ ମୋଡିଲେଣି ଚାଷୀ

COASTAL NEWS ODIA 1582

ଚିନାବାଦାମ ଚାଷରୁ ମୁହଁ ମୋଡିଲେଣି ଚାଷୀ




ଆଳି - (CNO ) ବନ୍ୟା ଓ ବାତ୍ୟା ପ୍ରପୀଡିତ ଆଳି ରେ ପ୍ରତିବର୍ଷ ଧାନ ଫସଲ ଅମଳ କରିବାରେ ଚାଷି ବହୁ କ୍ଷତିଗ୍ରସ୍ତ ହେଉଥିବାରୁ ତୈଳବୀଜ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କରିବା ଦିଗରେ ଆଳି ର ଚାଷୀମାନେ ପ୍ରମୂଖ ସ୍ଥାନ ଅଧିକାର କରିଥିଲେ l ବାଦାମ, ସୂର୍ଯ୍ୟମୁଖୀ, ଶୋରିଷ, ଖସା, ବିରି, ମୁଗ, ହରଡ ପ୍ରଭୁତି ଅତ୍ୟାବଶ୍ୟକ ତୈଳବିଜ ଓ ଡାଲି ଫସଲ ଉତ୍ପାଦନରେ ଆଳି ବ୍ଲକର ଚାଷୀମାନଙ୍କର ପ୍ରମୂଖ ଯୋଗଦାନ ରହି ଆସିଥିଲା । କିନ୍ତୁ ଏବେ ଆବଶ୍ୟକ ତୁଳନାରେ ବିହନ ଅଭାବ ସାଙ୍ଗକୁ ବିଭାଗୀୟ ପ୍ରୋତ୍ସାହନ ଅଭାବରୁ ବିଶେଷକରି ଅଧିକ ଆର୍ଥିକ ଲାଭ ଦେଉଥିବା ବାଦାମ ଚାଷ ଏହି ଅଞ୍ଚଳରେ ବୁଡ଼ିବାକୁ ବସିଲାଣି I ଖୋଦ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ସମସ୍ତଙ୍କୁ ତାଜୁବ କରିଛି ଶୋରିଷ ଓ ଖସା ଚାଷ କଥା ଛାଡ । ଏଥରୁ ଚାଷୀ କେବେଠୁଁ ମୁହଁ ଫେରାଇଲେଣି। 

ଆଳି ବ୍ଲକର ମାଣିକପାଟଣା, ପତ୍ରପୁର, ବାଳକାଟି ଓ ଦେମାଳ ପ୍ରଭୃତି ପଞ୍ଚାୟତର ୩ ହଜାର ହେକ୍ଟର ଚାଷ ଜମିରେ ଚିନାବାଦାମ ଚାଷ କରାଯିବା ନିମନ୍ତେ ବ୍ଲକ କୃଷି କାର୍ଯ୍ୟାଳୟ ପ୍ରତି ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଥାଏ। ସେହି ଅନୁୟୀୟୀ ସରକାର ଆଳିକୁ ୫୦୦ କ୍ଵିଣ୍ଟାଲ ଚିନାବାଦାମ ବିହନ ଯୋଗାଇ ଦେଇଥାନ୍ତି।ଏପରିକି ଅନ୍ୟ ତୈଳବୀଜ ଫସଲ ଅମଳ ପାଇଁ ସରକାର ଓଡ଼ିଶା ସିଡ୍ କର୍ପୋରେସନ ମାଧ୍ୟମରେ କୃଷି ବିଭାଗକୁ ବିହନ ଯୋଗାଇ ଦେଉଥିଲେ। ତେବେ ୨୦୧୫/୨୦୧୬ରେ ନିମ୍ନମାନର ବିହନ ଯୋଗାଣ ଯୋଗୁଁ ବହୁ ଚାଷୀ କ୍ଷତିଗ୍ରସ୍ତ ହେବା ଅଭିଯୋଗ ହୋଇଥିଲା। 



ଘଟଣାରୁ ପ୍ରକାଶ ଯେ  ସିଡ୍ କର୍ପୋରେସନରୁ ଟଙ୍କା ଦେଇ ଉନ୍ନତ ମାନର ଧାନ ବିହନ କିଣି ସମବାୟ ସମିତିଗୁଡ଼ିକ ବହୁ କ୍ଷତିଗ୍ରସ୍ତ ହେବା ଯୋଗୁଁ ଏପରି ଅଭାବନୀୟ ପରିସ୍ଥିତି ଉପୁଜିଥିବା କୁହାଯାଇଛି। ଅନ୍ୟପକ୍ଷରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀ ସରକାରୀ ଧାନ ବିହନ କିଣିବାକୁ ସାହସ ଯୁଟାଇ ପାରିଲେ ନାହିଁ । ପାଗ ଅନୁକୂଳ ବେଳକୁ ବିହନର ଦେଖା ଦର୍ଶନ ନ ଥାଏ ବୋଲି ଚାଷୀ ଅଭିଯୋଗ କରିଛନ୍ତି । 

କୃଷି ବିଭାଗର ଅବହେଳାକୁ ସେମାନେ ଦାୟୀ କରି ଚାଷରୁ ପ୍ରାୟତଃ ମୂହଁ ଫେରାଇଲେଣି ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି । ଲଗାତାର ପାଣିପାଗରେ ଅସାମାନତା ଦେଖା ଦେବାରୁ ଆଳି ବ୍ଲକର ନଦୀକୂଳିଆ ଚାଷଜମିରେ ବେଣା ମାଡ଼ିଗଲାଣି। ସହଜେ ବାଲିପୂର୍ଣ୍ଣ ଅଞ୍ଚଳ ଭାବେ ଆଳି ଅଞ୍ଚଳରେ ତୈଳବୀଜ ଫସଲ ସାଙ୍ଗକୁ ପନିପରିବା ଓ ଧାନଚାଷର ବହୁ ସୁଯୋଗ ରହି ଆସିଥିଲେ ବି ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ଚାଷୀ ତୈଳବୀଜ ଫସଲ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । କୃଷି ଓ କୃଷକର ଉନ୍ନତି କଳ୍ପେ ଯୋଜନା ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଲେ ଆଜିର ଚାଷ କ୍ଷେତ ପୁଣି ହସି ଉଠିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ସରକାର କୃଷି କାର୍ଯ୍ୟାଳୟକୁ ଉତ୍କୃଷ୍ଟ ବିହନ ଯୋଗାଇଦେବା ସହ ବ୍ଲକରେ ଥିବା କୃଷି ସେବା ସମବାୟ ସମିତି ମାଧ୍ୟମରେ ଏଠାକାର ହଜାରହଜାର ଚାଷୀଙ୍କୁ ବିହନ ବିକ୍ରି କରିବାକୁ ନିଷ୍ପତି ଗ୍ରହଣ କରିଥିଲେ। ହେଲେ ସେତେବେଳକୁ ଚାଷ ପାଇଁ ବହୁ ବିଳମ୍ବ ହୋଇ ଯାଇଥିବାରୁ ଚାଷୀ ସରକାରୀ ବିହନରୁ ମୁହଁ ଫେରାଇ ଅତ୍ୟଧିକ ମୂଲ୍ୟରେ ବାହାରୁ ବିହନ କିଣି କାଁଭାଁ ଚାଷ କରିଥିଲେ। 

ଇତିମଧ୍ୟରେ ଦୀର୍ଘ ସମୟ ଅତିବାହିତ ହୋଇଯାଇଥିବା ବେଳେ ସରକାର ଆଳି ବ୍ଲକକୁ ଚିନାବାଦାମ ବିହନ ସହ ଅନ୍ୟ ତୈଳବୀଜ ବିହନ ଯୋଗାଣ ବନ୍ଦ କରି ଦେଇଥିବା କୃଷି ବିଭାଗ ଅଧିକାରୀ କହିଛନ୍ତି । କୃଷି ସେବା ସମବାୟ ସମିତି ଏ ଦିଗରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। କେବଳ କାଗଜ କଲମରେ ରୁଣ ପ୍ରଦାନ କରିବା ଓ ରୁଣ ଆଦାୟ କରିବାରେ ସୀମିତ ରହିଛି ସମବାୟସଂସ୍ଥା ର କାମ l ଚାଷୀ ର ସମସ୍ୟା ଓ ଏହାର ସମାଧାନ ଦିଗରେ ପ୍ରାଶାସନିକ ଇଚ୍ଛାଶକ୍ତିର ଅଭାବ ଚାଷୀକୂଳର ସର୍ବନାଶ ର କାରଣ ହେବ l


Wednesday, December 13, 2023

ଦଶିପୁର ପଞ୍ଚାୟତ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପର ଶିଳାନ୍ୟାସ

COASTAL NEWS ODIA 1581

ଦଶିପୁର ପଞ୍ଚାୟତ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପର ଶିଳାନ୍ୟାସ


ଆଳି - (CNO ): ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତରେ ଦଶିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପର ଶିଳାନ୍ଯାସ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ  ମୁଖ୍ୟ ଅତିଥ୍ ଭାବେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଦେବ ବାଳିତର ଘାଟ ନିକଟରେ ପହଞ୍ଚିବା ପରେ ଶତାଧିକ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସମ୍ମାନିତ ଅତିଥ୍ ଭାବେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଅନ୍ୟତମ ଅତିଥୁ ଭାବେ ଦଶିପୁର ସରପଞ୍ଚ ପ୍ରଦ୍ୟୋତ ମହାନ୍ତି, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ରାଉତ ଯୋଗ ଦେଇଥିଲେ ।ଦଶିପୁର କଲ୍ୟାଣ ମଣ୍ତପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ।ଏହି କଲ୍ୟାଣ ମଣ୍ଡପ ନିର୍ମାଣ ହେବା ଦ୍ଵାରା ଲୋକମାନଙ୍କର ବିବାହ ବ୍ରତ ସଭା ସମିତି କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ମାନେ ମତପ୍ରକାଶ କରିଥିଲେ

ଏହି ସମାରୋହରେ ଜିଲ୍ଳା ପରିଷଦ ସଭ୍ୟ ପ୍ରତାପ ବେହେରା, ଆଳି ବିଜେଡି ଡିଜିଟାଲ ସେକ୍ରେଟାରୀ ତଥା ସମିତି ସଭ୍ୟ ପ୍ରତିନିଧ୍ଵ ସୁରେଶ ବରଜ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ସାମଲ, ରବୀନ୍ଦ୍ର ମଳିକ, ଅଞ୍ଜନ ମଳିକ, ଚିରଞ୍ଜୀବ ଦାଶ ପ୍ରମୁଖ ପରିଚାଳନା କରିଥିଲେ।  

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ

COASTAL NEWS ODIA 1580

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ



କଟକ - (CNO) ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ଫେବୃଆରୀ 20 ରୁ ଆରମ୍ଭ ହେବ ପରୀକ୍ଷା । ଏହା ମାର୍ଚ୍ଚ 4 ପର୍ଯ୍ୟନ୍ତ ଚାଲିବ । ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 2991 କେନ୍ଦ୍ରରେ ପରୀକ୍ଷା ଦେବେ 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ । 

ପରୀକ୍ଷା ପରେ ମାର୍ଚ୍ଚ 15 ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ମୋଟ୍ 313 ଟି ନୋଡାଲ ସେଣ୍ଟର ହୋଇଛି ।

ମାଟ୍ରିକ ପରୀକ୍ଷା ସୂଚୀ 
କେଉଁ ତାରିଖରେ କେଉଁ ବିଷୟ
ଫେବୃଆରୀ - 20 - ଓଡ଼ିଆ
ଫେବୃଆରୀ - 23- ଇଂରାଜୀ
ଫେବୃଆରୀ - 26-
ଫେବୃଆରୀ - 28 - ହିନ୍ଦୀ/ସଂସ୍କୃତ
ମାର୍ଚ୍ଚ - 2 - ବିଜ୍ଞାନ
ମାର୍ଚ୍ଚ -4 - ସାମାଜିକ ବିଜ୍ଞାନ

ଚଳିତବ‌ର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପ୍ରତି ବିଷୟରେ 100 ନମ୍ବର ବିଶିଷ୍ଟ ହେବ । ଏଥିରେ 50 ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ 50 ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ । ଛାତ୍ରଛାତ୍ରୀଙ୍କୁ ଏହି 100 ନମ୍ବରରୁ 80 ପ୍ରତିଶତ ୱେଟେଜ୍ ଓ ସ୍କୁଲ୍‌ ଦ୍ବାରା ପରିଚାଳିତ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟରୁ 20 ପ୍ରତିଶତ ‌ୱେଟେଜ୍ ଦିଆଯାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ।

ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ

COASTAL NEWS ODIA 1579

ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ 



ନୂଆଦିଲ୍ଲୀ - (CNO) : ଲୋକସଭା ରେ ଆତଙ୍କବାଦୀ ଆକ୍ରମଣ ର ବାର୍ଷିକୀ ଅବସରରେ ଲୋକସଭାରେ ବଡ଼ ଧରଣର ସୁରକ୍ଷା ଭଙ୍ଗ । ଅଧିବେଶନ ଚାଲିଥିବା ବେଳେ ଭିଜିଟର୍ସ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁଲେ ୨ ଜଣ ବ୍ୟକ୍ତି । କିଛି ନାରା ଦେଇ ଏମାନେ ଭିଜିଟର୍ସ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁଥିଲେ । ସଙ୍ଗେ ସଙ୍ଗେ ଲୋକସଭାରେ ଥିବା ସାଂସଦ ଠିଆ ହୋଇପଡିଥିଲେ । ତୁରନ୍ତ ୩ ଜଣଙ୍କୁ କାବୁ କରିନେଇଥିଲେ ସଂସଦର ସୁରକ୍ଷା କର୍ମୀ । 

ଲୋକସଭାକୁ ଡେଇଁଥିବା ୨ ଜଣଙ୍କ ସହ ଜଣେ ମହିଳାଙ୍କୁ ମଧ୍ୟ ସଂସଦ ସୁରକ୍ଷା କର୍ମୀ କାବୁ କରି ନେଇ ପଚରାଉଚରା କରିଥିଲେ । ସେମାନଙ୍କ ନିକଟରୁ କଲର ବୋମା ମିଳିଥିଲା । ଏମାନେ ନାରାବାଜି କରି ହଳଦିଆ ରଙ୍ଗର କଲର ବୋମା ଲୋକସଭା ମଧ୍ୟରେ   ଫିଙ୍ଗିଥିଲେ ।

ଲୁଟି ନେଇଗଲେ କୋଟିଏ ଟଙ୍କାର ସମ୍ପତ୍ତି

COASTAL NEWS ODIA 1578

ଲୁଟି ନେଇଗଲେ କୋଟିଏ ଟଙ୍କାର ସମ୍ପତ୍ତି



ଭୁବନେଶ୍ବର - (CNO) ରାଜଧାନୀ ଭୁବନେଶ୍ଵର ରେ ଆପାର୍ଟମେଣ୍ଟକୁ ନଜରରେ ରଖିଛନ୍ତି ଲୁଟେରା । ସୁଯୋଗ ଦେଖୁ କଳା କନା ବୁଲାଉଛନ୍ତି । ଗାଡ଼କଣ ସ୍ଥିତ କେଶ ଟାଉନ୍ ଆପାର୍ଟମେଣ୍ଟରେ ସୋମବାର ରାତିରେ ଦୁର୍ବୃତ୍ତମାନେ ଏକାଧିକ ଘରୁ ଚୋରି କରିଛନ୍ତି । ଗୋଟିଏ ଘଣ୍ଟାରେ କୋଟିଏ ଟଙ୍କାର ସମ୍ପରି ନେଇ ଛୁ ମାରିଛନ୍ତି । ୪ଟି ଘରର ତାଲା ଭାଙ୍ଗି ନଗଦ ଟଙ୍କା, ସୁନା ଗହଣା ଓ ସିସିଟିଭି ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରିକରି ନେଇଯାଇଛନ୍ତି । ଅଭିଯୋଗ ପାଇବା ପରେ ମଞ୍ଚେଶ୍ଵର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରୁଛି । 

ସମ୍ପୃକ୍ତ ଚୋର ଦଳ ସମ୍ପର୍କରେ ପୁଲିସ ଟେର୍‌ ପାଇ ପାରୁନାହିଁ ସେମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଖବର ଅନୁସାରେ, ଆପାର୍ଟମେଣ୍ଟର ଦେବାଶିଷ ନାୟକ ଓ ସରୋଜ ସାହୁଙ୍କ ସମେତ ୪ଜଣଙ୍କ ଘର ତାଲା ଭାଙ୍ଗି ଚୋର ଦଳ ଘରକୁ ପଶିଥିଲେ। ଘରେ ଥିବା ଆଲମିରା ତାଡ଼ି ସୁନା ଅଳଙ୍କାର ଓ ଟଙ୍କା ନେଇ ପଳାଇଥିଲେ। ଲୁଟ ସମ୍ପତ୍ତିର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ଆପର୍ଟମେଣ୍ଟରେ ୨/୩ ବର୍ଷ ତଳୁ ଲୋକେ ରହିଆସୁଛନ୍ତି। କେବେବି ଏଠାରୁ ଏଭଳି ଚୋରି ହୋଇନଥିଲା। ଆପାର୍ଟମେଣ୍ଟରେ ଜଣେ ସୁରକ୍ଷାକର୍ମୀ ରହୁଥିବା ବେଳେ ଏଠାରୁ ଚୋରି ହେବା ଚିନ୍ତାର କାରଣ ହୋଇଛି । ୫ଟି ଫ୍ଲାଟ୍‌ରୁ ସମାନ ଢଙ୍ଗରେ ଚୋରି ହୋଇଛି। ରବିବାର ରେଳବାଇ କଲୋନୀରୁ ସମାନ ଢଙ୍ଗରେ ଚୋରି ହୋଇଥିଲା। 

ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ତାଲା ଭାଙ୍ଗି କଳାକନା ବୁଲାଉଛନ୍ତି। ସୁରକ୍ଷାକର୍ମୀ ଜଗିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରୁନଥିବା ଜଣାପଡ଼ିଛି। ନିର୍ଦିଷ୍ଟ ଏକ ଚୋର ଦଳ ରାଜଧାନୀରେ ଏଭଳି କରୁଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ଗୋଟିକ ପରେ ଗୋଟିଏ ଲୁଟ୍ କରି ଏହି ଚୋର ଦଳ ପୁଲିସ ଆଖୁରୁ ନିଦ ହଜାଇ ଦେଇଛନ୍ତି। ସେମାନେ ବାହାର ରାଜ୍ୟର ଚୋର ଦଳ ବୋଲି ପୁଲିସ ସନ୍ଦେହ କରୁଛି । ସେମାନଙ୍କୁ ଧରିବା ଲାଗି ସ୍ପେଶାଲ ସ୍ଟାଡ୍ ତଦନ୍ତ ଚଳାଇଛି । ରାଜଧାନୀରେ ଅନ୍ୟ ଦେଶ ଓ ରାଜ୍ୟର ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଅପରାଧ ବୃଦ୍ଧି ପାଇଥିବା କଥା ଆଲୋଚନାର ବିଷୟବସ୍ତୁ ହୋଇଛି l

Monday, December 11, 2023

ମୋହନ ଯାଦବ ହେଲେ ମୁଖ୍ୟମନ୍ତ୍ରୀ , ଶିବରାଜ - ସିନ୍ଧିଆଙ୍କୁ ପଛରେ ପକାଇଲେ

COASTAL NEWS ODIA 1568

ମୋହନ ଯାଦବ ହେଲେ ମୁଖ୍ୟମନ୍ତ୍ରୀ , ଶିବରାଜ ଓ ସିନ୍ଧିଆଙ୍କୁ ପଛରେ ପକାଇଲେ 


 
ମଧ୍ୟପ୍ରଦେଶ - (CNO) ମଧ୍ୟପ୍ରଦେଶରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିବାକୁ ପ୍ରସ୍ତୁତ ହେବା ପରେ କାହାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ସେ ନେଇ ଲାଗି ରହିଥିଲା ଚର୍ଚ୍ଚା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ମୋହନ ଯାଦବଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି । ଶିବରାଜ ସିଂ ଚୌହାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଭେଟେରାନ ନେତାମାନଙ୍କୁ ସିଏମ ଦୌଡ଼ରୁ ବାହାର କରି ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

 
ସୋମବାର 11 ଡିସେମ୍ବର 2023 ରେ ବିଜେପି ବିଧାୟକ ଦଳ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । କଳିଙ୍ଗ ଷ୍ଟାଡିୟମରେ ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ତେବେ କିଏ ଏହି ମୋହନ ଯାଦବ ? ମଧ୍ୟପ୍ରଦେଶର ଉଜୈନରେ 25 ମାର୍ଚ୍ଚ 1965 ରେ ଜନ୍ମ ହୋଇଥିବା ମୋହନ ଯାଦବ ବହୁ ବର୍ଷ ଧରି ବିଜେପି ସହ ଜଡିତ ଥିଲେ । ସେ ମଧ୍ୟପ୍ରଦେଶର ଜଣେ ଜଣାଶୁଣା ନେତା । ତାଙ୍କର ରାଜନୈତିକ ପ୍ରୟାସ ବ୍ୟତୀତ ସେ ଜଣେ ବ୍ୟବସାୟୀ ଭାବରେ ମଧ୍ୟ ଜଣାଶୁଣା ।  

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ମୋହନ ଯାଦବ ଉଜୈନ ଦକ୍ଷିଣ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଚେତନ ପ୍ରେମନାରାୟଣ ଯାଦବଙ୍କ ବିରୋଧରେ 12,941 ଭୋଟ ବ୍ୟବଧାନରେ ସଫଳତାର ସହ ନିଜର ଆସନରେ ବିଜୟୀ ହୋଇଥିଲେ । ଏହା ତାଙ୍କର କ୍ରମାଗତ ତୃତୀୟ ବିଜୟ ଥିଲା । ସେ ମୋଟ 95,699 ଭୋଟ୍ ପାଇଥିଲେ । ମୋହନ ଯାଦବ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲା ଅନ୍ତର୍ଗତ ଉଜୈନ ଦକ୍ଷିଣ ନିର୍ବାଚନମଣ୍ଡଳୀର ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ । ମାଲୱା ଉତ୍ତର ଅଞ୍ଚଳର ଏକ ଅଂଶ ତଥା ଉଜୈନ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଉଜୈନ ଦକ୍ଷିଣ ନିର୍ବାଚନମଣ୍ଡଳୀ 2003 ମସିହାରୁ ବିଜେପିର ଗଡ଼ ରହି ଆସିଛି ।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦ ବୈଧ

COASTAL NEWS ODIA 1576

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦ ବୈଧ


ନୂଆଦିଲ୍ଲୀ - (CNO) କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦକୁ ବୈଧ କହିଲେ ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଜମ୍ମୁ-କାଶ୍ମୀରରୁ '୩୭୦ ଧାରା' ଉଚ୍ଛେଦକୁ ବୈଧ ଏବଂ ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ଆଇନ ସମ୍ମତ ବୋଲି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । କେନ୍ଦ୍ର ସରକାରଙ୍କ'୩୭୦ ଧାରା' ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ NC, PDP ସମେତ ଏକାଧିକ ଆବେଦନକାରୀ । 

ତାଙ୍କର ରାୟରେ ସୁପ୍ରିମକୋର୍ଟ କହିଛନ୍ତି, ଜାମ୍ମୁ କାଶ୍ମୀରରେ କେବଳ ଭାରତର ସମ୍ବିଧାନ ଲାଗୁ କରାଯିବ । ସେହିପରି ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯାହା ପରେ ଜାମ୍ମୁ କାଶ୍ମୀରକୁ ଏକ ରାଜ୍ୟ ଭାବେ ମାନ୍ୟତା ମିଳିପାରିବ । ସେହିପରି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ସ୍ଥିତି ବଜାୟ ରହିବ । ସୂଚନାଥାଉ ଯେ, ଜମ୍ମୁ-କଶ୍ମୀରକୁ 370 ଏବଂ 35A ମାଧ୍ୟମରେ ଦିଆଯାଇଥିବା ବିଶେଷ ଅଧିକାର କେନ୍ଦ୍ର ସରକାରଙ୍କ ଦ୍ୱାରା ଅଗଷ୍ଟ 5, 2019 ରେ ରଦ୍ଦ କରାଯାଇଥିଲା। 

ଜାମ୍ମୁ କାଶ୍ମୀରର ନେତା ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ଗୁଲାମନବୀ ଆଜାଦ୍ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଆଜାଦ ମେହବୁବା ମୁଫତି ଏବଂ ଅନ୍ୟମାନେ ବିରୋଧ କରିଥିଲେ । ଧାରା 370ର ଅପସାରଣକୁ ବିରୋଧ କରୁଥିବା ଆବେଦନକାରୀମାନେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ 1957 ପରେ, ଧାରା 370 ବିଧାନସଭାର ଅନୁମୋଦନ ବିନା ହଟାଯାଇପାରିବ । Article 370: 'ଆଜିର ନିଷ୍ପତ୍ତି କେବଳ ଆଇନଗତ ନିଷ୍ପତ୍ତି ନୁହେଁ; ଏହା ଏକ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା' ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ପ୍ରଭାବ ପକାଇପାରେ ଯାହା ଗତ ଚାରି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି। 

ଧାରା ୩୭୦ ଜାମ୍ମୁ କାଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିଲା ଯେଉଁଥିରେ ଜାମ୍ମୁ କାଶ୍ମୀର ନିଜସ୍ୱ ଆଇନ ତିଆରି କରିପାରିବ, କେନ୍ଦ୍ରର ଏହା କରିବାର ଅଧିକାର ନାହିଁ । ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀର ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବ୍ୟତୀତ ନିଜସ୍ୱ ଆଇନ ତିଆରି କରିପାରିବ। ସୂଚନାଥାଉ ଯେ, ଧାରା ୩୭୦ ରଦ୍ଦ ହେବା ପରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଦୁଇଟି ୟୁନିଅନରେ ବିଭକ୍ତ କରିଥିଲେ। 

ଗୋଟିଏରେ ଲଦାଖ ଏବଂ ଅନ୍ୟଟିରେ ଜାମ୍ମୁ କାଶ୍ମୀର । ଲଦାଖକୁ ଏକ ୟୁନିଅନ୍ ଟେରିଟୋରି କରାଯାଇଛି , ଯେଉଁଠାରେ କୌଣସି ବିଧାନସଭା ହେବ ନାହିଁ, ଜାମ୍ମୁ କାଶ୍ମୀରରେ ବିଧାନସଭା ହେବ। ଉଭୟ ୟୁନିୟନ ଅଞ୍ଚଳ ହେବ ଯାହାର ପ୍ରଶାସନ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜି ଙ୍କ ମାଧ୍ୟମରେ ପରିଚାଳିତ ହେବ ।

ଭୁବନେଶ୍ବର ରେ ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

COASTAL NEWS ODIA 1575

ଭୁବନେଶ୍ବର ରେ ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର 



 
ଭୁବନେଶ୍ୱର - (CNO) ସାବଧାନ୍ ରାଜଧାନୀ ରେ ମାତିଛନ୍ତି ଜିନ୍ସ-ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ଘରେ ପଶି ବୁଲାଉଛନ୍ତି କଳାକନା । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏମିତି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ୱର ରେଲଓ୍ୱେ କଲୋନୀରେ । 

ଖବର ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ କଲୋନୀର B 15/2 କ୍ୱାର୍ଟର୍ସରେ ରହୁଥିବା ରଞ୍ଜନ କୁମାର ସିଂହଙ୍କ ପରିବାର ଘରେ ନଥିଲେ । ଏହାର ସୁଯୋଗ ନେଇ 3 ଜଣ ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର ବିଳମ୍ବିତ ରାତିରେ ତାଙ୍କ ଘରେ ପଶିଥିଲେ ଏବଂ 28 ହଜାର ଟଙ୍କା ସହ ସୁନାଗହଣା ଲୁଟିନେଇଥିଲେ । ସିସିଟିଭିରେ ଲୁଟ୍‌ ସମୟର ସମସ୍ତ ଦୃଶ୍ୟ କଏଦ ହୋଇଛି । 

ଚୋରି ଟଙ୍କା ବାବଦରେ ଘର ମାଲିକ ରଞ୍ଜନ କୁମାର ସିଂହ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରହିଛି । ଘଟଣାରେ ବାହାର ରାଜ୍ୟର ଲୁଟେରା ଗ୍ୟାଙ୍ଗ ଥିବା ସୂଚନା ମିଳିଛି । 
  
ଗତ ଦୁଇ ମାସ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟପାଟର ଖବର ସାମ୍ନାକୁ ଆସୁଛି । ହେଲେ ଏ ପର୍ଯ୍ୟନ୍ତ ଚୋରଙ୍କୁ ଧରିବାରେ ବିଫଳ ହେଉଛି କମିଶନରେଟ୍ ପୋଲିସ ।

ଆଜିର ରାଶିଫଳ

COASTAL NEWS ODIA 1574

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୧୧ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌷
👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷାରେ ଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*
*✧═════•❁❀❁•═════✧*
*🌹ବୃଷ🌷
👉ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*
*✧═════•❁❀❁•═════✧*
*🌹ମିଥୁନ🌷
👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି  ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।*
*✧═════•❁❀❁•═════✧*
*🌹କର୍କଟ🌷
👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।*
*✧═════•❁❀❁•═════✧*
*🌹ସିଂହ🌷
👉ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*
*✧═════•❁❀❁•═════✧*
*🌹କନ୍ୟା🌷
👉ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*
*✧═════•❁❀❁•═════✧*
*🌹ତୁଳା🌷
👉ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*
*✧═════•❁❀❁•═════✧*
*🌹ବିଛା🌷
👉ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।*
*✧═════•❁❀❁•═════✧*
*🌹ଧନୁ🌷
👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*
*✧═════•❁❀❁•═════✧*
*🌹ମକର🌷
👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*
*✧═════•❁❀❁•═════✧*
*🌹କୁମ୍ଭ🌷
👉ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*
*✧═════•❁❀❁•═════✧*
*🌹ମୀନ🌷
👉ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*
*✧═════•❁❀❁•═════✧*

Saturday, December 9, 2023

ଆଜିର ରାଶିଫଳ

COASTAL NEWS ODIA

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୧୦ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌷
👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*

*✧═════•❁❀❁•═════✧*
*🌹ବୃଷ🌷👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*

*✧═════•❁❀❁•═════✧*
*🌹ମିଥୁନ🌷👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 

*✧═════•❁❀❁•═════✧*
*🌹କର୍କଟ🌷👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌹ସିଂହ🌷👉ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
*✧═════•❁❀❁•═════✧*

*🌹କନ୍ୟା🌷👉ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*

*✧═════•❁❀❁•═════✧*


*🌹ତୁଳା🌷
👉ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌹ବିଛା🌷
👉ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ ।  ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌷
👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌷
👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
*✧═════•❁❀❁•═════✧*
*🌹କୁମ୍ଭ🌷
👉 *ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।* 

*✧═════•❁❀❁•═════✧*
*🌹ମୀନ🌷
👉 ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା: ୧୪୮ ପଜିଟିଭ୍ ଚିହ୍ନଟ

COASTAL NEWS ODIA 1572

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା ଭାଇରସ୍ ୧୪୮ ପଜିଟିଭ୍ ଚିହ୍ନଟ


ନୂଆଦିଲ୍ଲୀ - (CNO) ସାରା ବିଶ୍ୱରେ ଆତଙ୍କ ସୃଷ୍ଟିକାରୀ ହଜାର ହଜାର ଲୋକଙ୍କ ମୃତ୍ୟର କାରଣ ସାଜିଥିବା କରୋନା ଭାଇରସ ପୁଣି ଚିନ୍ତା ବଢାଉଛି । ଶୀତଦିନ ଆରମ୍ଭ ହେବା ସହିତ ଭାରତରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଦେଖାଦେଇଛି । ଭାରତରେ ପୁଣି ବୃଦ୍ଧି ପାଉଛି କରୋନା ରୋଗ ମାମଲା ।

ପିଟିଆଇର ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ଭାରତରେ 148ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଶନିବାର (9 ଡିସେମ୍ବର) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସକାଳ 8 ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 808 କୁ ବୃଦ୍ଧି ପାଇଛି ଯାହା ଚିନ୍ତାଜନକ ବିଷୟ ବିଧିବଦ୍ଧ ଉଦ୍ୟମ ଦ୍ୱାରା ଏହାକୁ ରୋକାଯାଇ ପାରିବ ।


ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମଣର ମୋଟ ସଂଖ୍ୟା 4 କୋଟି 50 ଲକ୍ଷ 2 ହଜାର 889 । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 33 ହଜାର 306କୁ ବୃଦ୍ଧି ପାଇଛି ।


ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ପରେ 4 କୋଟି 44 ଲକ୍ଷ 68 ହଜାର 775 ଜଣ । 98.81 ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ମାତ୍ର 1.19 ପ୍ରତିଶତ ରହିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 220.67 କୋଟି ଆଣ୍ଟି-କୋଭିଡ ଟିକା ଦିଆଯାଇ ପାରିଛି । 

ଖବରରୁ ପ୍ରକାଶ ଯେ ଚାଇନାରେ ଏକ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଦେଶରେ ମଧ୍ୟ ଏହାକୁ ନେଇ ସରକାରଙ୍କ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି l ଏବେ କରୋନା ର ନୂଆ ମାମଲା ମଧ୍ୟ ଦେଖିବାକୁ ମିଳିଛି ଏନେଇ କେନ୍ଦ୍ର ପକ୍ଷରୁ ପୂର୍ବରୁ ଏକ ସତର୍କ ସୂଚନା ଜାରି କରାଯାଇଛି  ।

ଆଳି ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନଙ୍କ ଚମତ୍କାର ପ୍ରଦର୍ଶନୀ

COASTAL NEWS ODIA 1571

ଆଳି ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନଙ୍କ ଚମତ୍କାର ପ୍ରଦର୍ଶନୀ



ଆଳି - ( CNO ) ଆଳି ବ୍ଲକ  ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ମେଳା ଓ ପ୍ରଦର୍ଶନୀ  ପତ୍ରପୁରର ସାମନ୍ତସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଆଳି ବିଇଓ ନଳିନୀ କାନ୍ତ ରାଉତରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ଆରାଧନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାଶ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଧ କୁମାର ବାରିକ, ପତ୍ରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ କାନନ ବିହାରୀ ପରିଡା, ପୂର୍ବତନ ଶିକ୍ଷା ଅଧିକାରୀ ରତିକାନ୍ତ ସେନାପତି, ନୋଡାଲ ପ୍ରଧାନ ଶିକ୍ଷକ ବିରଞ୍ଚ ନାରାୟଣ ମହାପାତ୍ର ଓ ଆଳି ମଣ୍ଡଳ ବିଜ୍ଞାନ ପରିଷଦ ସମ୍ପାଦକ ଶୁଭ୍ରକାନ୍ତ ମିଶ୍ର ଯୋଗଦେଇଥିଲେ। 

ବିଜ୍ଞାନ ମେଳାରେ ଅନୁଷ୍ଠିତ ପ୍ରଦର୍ଶନୀ ରେ ସମୁଦାୟ ୧୧୭ଟି ବିଜ୍ଞାନ ପ୍ରକଳ୍ପ କୁନି ବୈଜ୍ଞାନିକ ଛାତ୍ରୀଛାତ୍ରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା l ସର୍ବସାଧାରଣ ବୁଦ୍ଧିଜିବୀ ଓ ପରିଦର୍ଶକ ମାନେ ଏହି ପ୍ରକଳ୍ପ ଗୁଡିକୁ ଦେଖିଥିଲେ l ପ୍ରକଳ୍ପ ସଞ୍ଚାଳକ ଛାତ୍ରଛାତ୍ରୀ ମାନେ ନିଜ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ l ପିଲାଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପକୁ ବିଚାରକମାନେ ବୁଲି ଦେଖିବା ସହିତ ପିଲାଙ୍କ ସହିତ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ସହିତ ମନ୍ତବ୍ୟ ରଖିଥିଲେ। ବିଚାରକମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ପରେ ଜିଲ୍ଲାସ୍ତରକୁ ୫ଟି ପ୍ରକଳ୍ପକୁ ମନୋନୀତ କରିଥିଲେ। 



ଉଦଯାପନୀ ଉତ୍ସବରେ ବିଇଓ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ମନ୍ତ୍ରୀଙ୍କ ପ୍ରତିନିଧି ସୁମନ୍ତ ରାଉତ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ସହଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ନାୟକ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥ୍ ଭାବରେ ବିଆରସିସି ଉଦକର ସାମଲ,  ସିଆର୍‌ସିସି ଲକ୍ଷ୍ମୀପ୍ରିୟା ମଥାନ ଯୋଗ ଦେଇଥିଲେ। ଚଣ୍ଡିଆଗଡି ହାଇସ୍କୁଲର ଶିକ୍ଷକ ସମୀର ନାୟକ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ସଫଳ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ବିଜ୍ଞାନମେଳାର ଉତ୍କୃଷ୍ଟ ପରିଚାଳନା ପାଇଁ  ସାମନ୍ତସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଶ୍ରେୟ ଦିଆଯାଇ ଧନ୍ୟବାଦ ପ୍ରଦାନ କରାଯାଇଥିଲା l

ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ମନମୁଗ୍ଧକର ହୋଇଥିଲା l

ଆଜିର ରାଶିଫଳ

COASTAL NEWS ODIA 1570

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୯ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌷ମେଷ🌹
👉 ଆଜି କୌଣସି କାରଣ ରୁ ଆପଣ ଖୁସି ରେ  ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବୃଷ 🌹
👉: ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌹
👉 : ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌷କର୍କଟ🌹
👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ସିଂହ🌹
👉 : ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷କନ୍ୟା 🌹
👉: କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି  ବଜାୟରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌷ତୁଳା🌹
👉: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌷ବିଛା 🌹
👉: ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷ଧନୁ🌹
👉ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌷ମକର🌹
👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌷କୁମ୍ଭ 🌹
👉: ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌹
👉: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ।  ଦୂରଯାତ୍ରାର ଯୋଗ ଅଛି।*
*✧═════•❁❀❁•═════✧*

Friday, December 8, 2023

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଆଗତ

COASTAL NEWS ODIA

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଆଗତ 



ନୂଆଦିଲ୍ଲୀ - (CNO) ଜାମୁ କାଶ୍ମୀର ବିଲ୍‌ ଆଗତ ଅବସରରେ ଲୋକସଭାରେ କମ୍ପନ ଆଣିଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ସିଧାସିଧା କହିଲେ, ପିଓକେ ଆମର । କେବଳ ନେହୁରୁଙ୍କର ଭୁଲ ପାଇଁ ପାକ୍ ଅଧିକୃତ କାଶ୍ମୀରର ସୃଷ୍ଟି ହୋଇଛି । ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଆଉ ଶାହାଙ୍କର ଦମଦାର ଭାଷଣ ଶୁଣି ବିରୋଧୀ ନିରୁତ୍ତର ରହିଥିଲେ । ଜମ୍ମୁକଶ୍ମୀରକୁ ନେଇ ବଡ଼ ମନ୍ତବ୍ୟ ଦେଲେ ଶାହା । ମୋଦି ସରକାର ଦେଶର କେମିତି ଉନ୍ନତି କରୁଛି ସେନେଇ ବିରୋଧୀଙ୍କୁ ଦେଖାଇଲେ ଇତିହାସ ଓ ଭୂଗୋଳ । କହିଲେ, ଗରିବଙ୍କ  ଦୁଃଖ-ଯନ୍ତ୍ରଣା ବୁଝିଥାନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିସ୍ଥପାତିଙ୍କ ଆଖିର ଲୁହ ପୋଛୁଥାନ୍ତି ମୋଦି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସିଧା ହମଲା କରିଛନ୍ତି ଶାହ । ଧାରା-୩୭୦ ଉଠାଇବାରୁ କିଛି ଲୋକଙ୍କ ଅସୁବିଧା ହେଉଛି। ହେଲେ ଲାଭ କିଛି ହେବାର ନାହିଁ । ଭାରତର ଚିତ୍ର ବଦଳୁଛି l କିଛି ବନ୍ଧୁଙ୍କୁ କଷ୍ଟ ହେଉଛି, ଜ୍ଵଳନରେ ପୀଡ଼ିତ ହେଉଛନ୍ତି ସେମାନେ l

ଏହି ଅବସରରେ ଜାମୁ କାଶ୍ମୀର ବିଲ୍‌କୁ ନେଇ ଅମିତ ଶାହା ଗୃହରେ ସ୍ପଷ୍ଟୋକ୍ତି ରଖିବା ସହ ଘାଇଲା କରିଥିଲେ ବିରୋଧିଙ୍କୁ । କହିଥିଲେ, କାଶ୍ମୀର ନେଇ ଚିନ୍ତା କାହାର ନଥିଲା । ହେଲେ ମୋଦି ଆସିବା ପରେ କାଶ୍ମୀର ଗୁରୁତ୍ଵ ଦିଆଗଲା, ଧାରା 370 ଉଠିଲା । ଏବେ ପିଓକେ ରେ କାଶ୍ମୀର ପଣ୍ଡିତଙ୍କ ପାଇଁ ଆସନ ସଂରକ୍ଷିତ ରହିବ ବୋଲି ଶାହା କହିଛନ୍ତି ।  ଯେଉଁମାନେ କାଶ୍ମୀରରୁ ବିସ୍ଥାପିତ ହେଇଛନ୍ତି ସେମାନଙ୍କ ଦୁଃଖ ବର୍ଣନା ଅସମ୍ଭବ। କଂଗ୍ରେସ ପଛୁଆ ବର୍ଗଙ୍କୁ ଜୋରଦାର ବିରୋଧ କରୁଛି । ମଣ୍ଡଳ କମିଶନକୁ କଂଗ୍ରେସ ବିରୋଧ କରିଛି ।  ଶାହା ନେହରୁଙ୍କ ଉପରେ ବି କଡା ଟିପଣୀ ଦେଇ କହିଥିଲେ ପିଓକେ ଯଦି ସୃଷ୍ଟି ତାହା କେବଳ ନେହୁରଙ୍କ ଭୁଲ ପାଇଁ । ନଚେତ୍‌ ଆଜି ପାକ୍କା ଅଧିକୃତ ଶ୍ଜୀର ଭାରତର ଅଂଶ ହୋଇ ରହିଥାଆନ୍ତା । 
https://m.facebook.com/groups/212193425873812/?ref=share&mibextid=NSMWBT

ଧାରା ୩୭୦ ଅଗଷ୍ଟ ୬ ତାରିଖ ୨୦୧୯ରେ ହଟିଥିଲା।   ଧାରା ୩୭୦ ହଟିଲା ପରେ କାଶ୍ମୀର ରେ ଆତଙ୍କବାଦ କମିଛି। ୨୦୨୩ରେ ଗୋଟିଏ ବି ପଥର ଫିଙ୍ଗା କିମ୍ବା ଆନ୍ଦୋଳନ ଘଟଣା ଦେଖାଦେଇନି।  କିନ୍ତୁ  2010ରେ କଂଗ୍ରେସ ଶାସନ ସମୟରେ  ୧୧୨ଲୋକ ପଥର ଫିଙ୍ଗା ପାଇଁ ଆହତ ହୋଇଛନ୍ତି। 370ହଟିଲା ଦିନଠୁ  କାଶ୍ମୀରରେ ପ୍ରତି ତିନି ମାସରେ ସୁରକ୍ଷାର ସମୀକ୍ଷା କରାଯାଉଛି।  ୩୭୦ ଉଠିଲା ପରେ କାଶ୍ମୀରରେ ୪ଟି ଫିଲ୍ମ ହଲ ହୋଇଛି ବୋଲି ଶାହା କହିଛନ୍ତି। ଲୋକେ ସାମାଜିକ ସମାରୋହ ବିନା ଭୟରେ କରୁଛନ୍ତି l

📸 Look at this post on Facebook
https://www.facebook.com/groups/212193425873812/permalink/1761289557630850/?sfnsn=wiwspmo&ref=share&mibextid=KtfwRi

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଉପରେ  ଜୋରଦାର ବିତର୍କରେ ଶାହା ଆହୁରି କହିଛନ୍ତି, ଏହି ବିଲ୍ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବ। ମୁଁ ଆଣିଥିବା ବିଲ୍ ହେଉଛି ୭୦ ବର୍ଷ ଧରି ଯେଉଁମାନେ ଅନ୍ୟାୟ, ଅପମାନିତ ଏବଂ ଅବହେଳିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ବିଲ୍।  କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଗତ ୭୦ ବର୍ଷ ମଧ୍ୟରେ ଯେଉଁମାନଙ୍କ ଉପରେ ଅନ୍ୟାୟ  ହେଉଛି ସେମାନଙ୍କୁ ଆଗକୁ ନେବା ପାଇଁ ଏହି ବିଲ୍ । ଯେଉଁମାନେ ନିଜ ଦେଶରେ ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ସମ୍ମାନ ଏବଂ ନେତୃତ୍ୱ ଦେବା ଏହି ବିଲ୍ ଅଟେ। ସେ କହିଛନ୍ତି ମୁଁ ଖୁସି ଯେ ଏହି ବିଲକୁ କେହି ବିରୋଧ କରିନାହାଁନ୍ତି। ଏହି ବିଲ କୁ କୌଣସି ଦଳ ବିରୋଧ କରି ନଥିଲେ l ତେଣୁ ସମସ୍ତ ସଦସ୍ୟଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ l

Thursday, December 7, 2023

ମୟୁରଭଞ୍ଜ ଜିଲ୍ଲାର ଶୂଳିଆପଦାରେ ୫ ଗୋରୁ ଗାଡ଼ି ଜବତ, ୧୩ ଗିରଫ

COASTAL NEWS ODIA 1568

ମୟୁରଭଞ୍ଜ ଜିଲ୍ଲାର ଶୂଳିଆପଦାରେ ୫ ଗୋରୁ ଗାଡ଼ି ଜବତ, ୧୩ ଗିରଫ



ଶୂଳିଆପଦା - (CNO) - ମୟୁରଭଞ୍ଜ ଜିଲ୍ଲା ର ଶୂଳିଆପଦା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରି ୫ଟି ଗୋରୁ ବୋଝେଇ ଗାଡ଼ି ଜବତ କରିଥିବାବେଳେ ୧୩ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ପୁଲିସ ପୂର୍ବରୁ ଗୋରୁ ମାଫିଆଙ୍କ ଉପରେ ନଜର ରଖୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଛକି ବସିଥିଲାବେଳେ ଏଭଳି ବଡ଼ ସଫଳତା ହାସଲ କରିଛି । ପଶ୍ଚିମବଙ୍ଗ ସୀମାନ୍ତ ନେକଡ଼ାଗେଞ୍ଜା ନିକଟରୁ ୫ଟି ପିକ୍ଵପ୍ ଭ୍ଯାନ ରେ ମୋଟ ୫୬ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି l ଉଦ୍ଧାର ହୋଇଥିବା ଗୋରୁ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରାଯାଇଛି । 



ଗୋଚାଲାଣରେ ବ୍ୟବହାର ହୋଇଥ‌ିବା ୫ଟି ପିକ୍‌ଅପ୍ ଭ୍ୟାନକୁ ପୁଲିସ ଥାନାରେ ଅଟକ ରଖୁଥ‌ିବାବେଳେ ଗାଡ଼ି ନଂ ଓଡ଼ି୧୧ ୪୨୨୭ର ଚାଳକ ବାରିପଦା, ୱାଲିଗଞ୍ଜର ଦେବାଶିଷ ପାଣିଗ୍ରାହୀ ଓ ଖଲାସୀ ମଧୁବନର ରବି ମହାନ୍ତ, ଓଡ଼ି ୧୧ଜେଡ ୫୬୫୪ର ଚାଳକ ବାରିପଦା ହଡହଡିଆର ଦୟାନିଧୂ ଦାସ ଓ ଖଲାସି ବଡ଼ସାହି କାଦୁଆଲବନ୍ଧର ଶିବ ବିନ୍ଧାଣି, ଓଡ଼ି ୧୧ୟୁ ୩୭୦୪ର ଚାଳକ ବଡ଼ସାହି କଦଳିଆପାଳର ପୂର୍ଣ୍ଣଚନ୍ଦ୍ର ସିଂ ଓ ଖଲାସି ସେହି ଅଞ୍ଚଳର ପ୍ରଭାକର ସୋରେନ, ଓଡ଼ି ୨୨ଏ ୦୧୬୭ର ଚାଳକ ବଡ଼ସାହି ବାଲିଯୋଡ଼ାର ଡାକ ସିଂ ଓ ଖଲାସି ସେହି ଅଞ୍ଚଳର ଦୀନବନ୍ଧୁ ସିଂ ଅନ୍ୟ ଜଣେ କଦଳୀପାଳର ସୁନ୍ଦର ମୋହନ ସୋରେନ l



ସେହିପରି ଓଆର ୧୧ଜି ୩୪୨୧ର ଚାଳକ ବାରିପଦା ସିନ୍ଦୁରଗୌରାର ପ୍ରଶାନ୍ତ ମହାନ୍ତ ଓ ଖଲାସି ବାଲିଜୋଡାର ଆକାଶ କୁମାର ମହାନ୍ତ ଏବଂ ଗୋରୁ ବୋଝେଇ ଗାଡିକୁ ସୁରକ୍ଷା ଦେଉଥ‌ିବା ବାଇକ ଓଡ଼ି ୧୧ଏସ ୯୪୦୪ର ଚାଳକ ବଡ଼ସାହି ହରିପୁର ଅଞ୍ଚଳର ଅଜିତ ଧଳକୁ ପୁଲିସ ଗିରଫ କରିଛି। ସେହିପରି ଏହି ଗୋଚାଲଣର ମୁଖ୍ୟ ଅଭିଯୁକ୍ତ କହାଯାଉଥ‌ିବା ଶୁଳିଆପଦା ବ୍ଲକ ଚଉଲଡ଼ହଣୀ ଅଞ୍ଚଳର ସୁଜିତ ମହାପାତ୍ର ଓରଫ ନାଣ୍ଡୁକୁ ମଧ୍ୟ ପୁଲିସ ଗିରଫ କରିଛି।
https://m.facebook.com/groups/212193425873812/?ref=share&mibextid=NSMWBT


https://whatsapp.com/channel/0029VaB0hy5DjiOTybpcH72y

ମେଗା ଆଇଟି ରେଡ୍ ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ

COASTAL NEWS ODIA 1567

ମେଗା ଆଇଟି ରେଡ୍  ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ 



ଭୁବନେଶ୍ବର - (CNO) ଲୋକଙ୍କୁ ହତଚକିତ କରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଆଇଟି ରେଡ୍ । ରେଡ୍ ପାଇଁ ଯାଇଥିବା ଅଫିସର ବି ଆଶ୍ଚର୍ଯ୍ୟ । ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା । ଆଇଟି ରେଡ୍‌ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୨୦୦ କୋଟି ନଗଦ ଟଙ୍କା ଜବତ । 
https://m.facebook.com/groups/212193425873812/?ref=share&mibextid=NSMWBT

ଓଡିଶାରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ । ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଆଇଟି ରେଡ୍ ହୋଇଥିଲା । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିର ବଲାଙ୍ଗିର ଅଫିସରେ ରେଡ୍ ବେଳେ ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା ଧରାପଡ଼ିଛି ।
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-8421454238532205"
     crossorigin="anonymous"></script>

ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । 

ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି ।

https://whatsapp.com/channel/0029VaB0hy5DjiOTybpcH72y

ସଂକ୍ଷିପ୍ତ ଖବର

COASTAL NEWS ODIA 1566
ସଂକ୍ଷିପ୍ତ ଖବର 
ତାରିଖ:୦୭/୧୨/୨୩, ଗୁରୁବାର



୧-ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ସରକାରଙ୍କ ଗୁରୁତ୍ୱ;କ୍ଷୁଦ୍ର ଋଣ ବିତରଣରେ ଓଡ଼ିଶା ପ୍ରଥମ।

୨-ଓଡ଼ିଶା ବିଜ୍ଞାନ ଏକାଡେମି ପୁରସ୍କାର ଘୋଷିତ;ପ୍ରଭାତ ମହାପାତ୍ର, ବିଦ୍ୟୁତ୍ ଦାସଙ୍କୁ 'ବିଜୁ ପଟ୍ଟନାୟକ ପୁରସ୍କାର'।

୩-ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି : କେନ୍ଦ୍ରମନ୍ତ୍ରୀ ଆର.କେ ସିଂ।

୪-ଝାରସୁଗୁଡ଼ା:ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାକୁ ବୃହତ ରପ୍ତାନୀକାରୀ ପୁରସ୍କାର।

୫-ଆନ୍ଧ୍ରରେ ତୋଡ଼ ଦେଖାଇଲା, ଓଡ଼ିଶାରେ ଅଜାଡ଼ିଦେଲା; ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ବତୁରିଗଲା ବର୍ଷକର ଅମଳ।

୬-ବାତ୍ୟା ମିଗଜୋମ୍ ପ୍ରଭାବ: ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷୟକ୍ଷତିର ରିପୋର୍ଟ ମାଗିଲେ SRC।ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ।

୭-ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଲାଗି ନମୁନା ପ୍ରଶ୍ନପତ୍ର ଜାରି, ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ।

୮-ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏସମା ଲାଗୁ: ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ହେଲା ଲାଗୁ।

୯-ରାଜ୍ୟରେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ବିଦ୍ୟୁତ୍ ସଂଯୋଗ ଦେଇଛି ଟାଟା ପାଓ୍ଵାର।

୧୦-ପୁରୀ:ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ।

୧୧-ଜାହାଜରେ ଧଳା ଜହର କାରବାର ଘଟଣା: କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ।

୧୨-ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା।

୧୩-ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍, ଯାତ୍ରା କଲେ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ୯୭୦ ଜଣ।

୧୪-ବାଲେଶ୍ବର:୫ ବର୍ଷ ପରେ ମିଳିଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ପକ୍ସୋ କୋର୍ଟ।

୧୫-ବଲାଙ୍ଗୀର:ମଦ ବ୍ୟବସାୟୀ। ସଞ୍ଜୟ ସାହୁଙ୍କ ଘରେ ଆଇଟି ରେଡ୍‌, ସାମିଲ ଅଛନ୍ତି ୪୦ ଅଧିକାରୀ।

୧୬-ରାଜ୍ୟ ବିଜେପି ସଭାପତିଙ୍କୁ ଦିଲ୍ଲୀ ଡାକରା, ୨୦୨୪ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ଦେବେ ଜେ.ପି. ନଡ୍ଡା।

୧୭-ମିଜୋରାମ:ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା।

୧୮-୧୦ ସାଂସଦଙ୍କ ଇସ୍ତଫା ପରେ ମଧ୍ୟ ବିଜେପି ଲୋକସଭାରେ ସଂଖ୍ୟା ଗରିଷ୍ଠ।

୧୯-ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର।

୨୦-ଓଡ଼ିଶାରେ ଏବେ ନାହିଁ ପିଏମ ମିତ୍ର ପାର୍କ ସ୍ଥାପନ ଯୋଜନା।

 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...