AFFILIATE MARKETING

https://binomo.com?a=90810425bb57&t=0

Saturday, December 9, 2023

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା: ୧୪୮ ପଜିଟିଭ୍ ଚିହ୍ନଟ

COASTAL NEWS ODIA 1572

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା ଭାଇରସ୍ ୧୪୮ ପଜିଟିଭ୍ ଚିହ୍ନଟ


ନୂଆଦିଲ୍ଲୀ - (CNO) ସାରା ବିଶ୍ୱରେ ଆତଙ୍କ ସୃଷ୍ଟିକାରୀ ହଜାର ହଜାର ଲୋକଙ୍କ ମୃତ୍ୟର କାରଣ ସାଜିଥିବା କରୋନା ଭାଇରସ ପୁଣି ଚିନ୍ତା ବଢାଉଛି । ଶୀତଦିନ ଆରମ୍ଭ ହେବା ସହିତ ଭାରତରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଦେଖାଦେଇଛି । ଭାରତରେ ପୁଣି ବୃଦ୍ଧି ପାଉଛି କରୋନା ରୋଗ ମାମଲା ।

ପିଟିଆଇର ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ଭାରତରେ 148ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଶନିବାର (9 ଡିସେମ୍ବର) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସକାଳ 8 ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 808 କୁ ବୃଦ୍ଧି ପାଇଛି ଯାହା ଚିନ୍ତାଜନକ ବିଷୟ ବିଧିବଦ୍ଧ ଉଦ୍ୟମ ଦ୍ୱାରା ଏହାକୁ ରୋକାଯାଇ ପାରିବ ।


ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମଣର ମୋଟ ସଂଖ୍ୟା 4 କୋଟି 50 ଲକ୍ଷ 2 ହଜାର 889 । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 33 ହଜାର 306କୁ ବୃଦ୍ଧି ପାଇଛି ।


ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ପରେ 4 କୋଟି 44 ଲକ୍ଷ 68 ହଜାର 775 ଜଣ । 98.81 ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ମାତ୍ର 1.19 ପ୍ରତିଶତ ରହିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 220.67 କୋଟି ଆଣ୍ଟି-କୋଭିଡ ଟିକା ଦିଆଯାଇ ପାରିଛି । 

ଖବରରୁ ପ୍ରକାଶ ଯେ ଚାଇନାରେ ଏକ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଦେଶରେ ମଧ୍ୟ ଏହାକୁ ନେଇ ସରକାରଙ୍କ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି l ଏବେ କରୋନା ର ନୂଆ ମାମଲା ମଧ୍ୟ ଦେଖିବାକୁ ମିଳିଛି ଏନେଇ କେନ୍ଦ୍ର ପକ୍ଷରୁ ପୂର୍ବରୁ ଏକ ସତର୍କ ସୂଚନା ଜାରି କରାଯାଇଛି  ।

ଆଳି ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନଙ୍କ ଚମତ୍କାର ପ୍ରଦର୍ଶନୀ

COASTAL NEWS ODIA 1571

ଆଳି ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନଙ୍କ ଚମତ୍କାର ପ୍ରଦର୍ଶନୀ



ଆଳି - ( CNO ) ଆଳି ବ୍ଲକ  ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ମେଳା ଓ ପ୍ରଦର୍ଶନୀ  ପତ୍ରପୁରର ସାମନ୍ତସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଆଳି ବିଇଓ ନଳିନୀ କାନ୍ତ ରାଉତରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ଆରାଧନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାଶ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଧ କୁମାର ବାରିକ, ପତ୍ରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ କାନନ ବିହାରୀ ପରିଡା, ପୂର୍ବତନ ଶିକ୍ଷା ଅଧିକାରୀ ରତିକାନ୍ତ ସେନାପତି, ନୋଡାଲ ପ୍ରଧାନ ଶିକ୍ଷକ ବିରଞ୍ଚ ନାରାୟଣ ମହାପାତ୍ର ଓ ଆଳି ମଣ୍ଡଳ ବିଜ୍ଞାନ ପରିଷଦ ସମ୍ପାଦକ ଶୁଭ୍ରକାନ୍ତ ମିଶ୍ର ଯୋଗଦେଇଥିଲେ। 

ବିଜ୍ଞାନ ମେଳାରେ ଅନୁଷ୍ଠିତ ପ୍ରଦର୍ଶନୀ ରେ ସମୁଦାୟ ୧୧୭ଟି ବିଜ୍ଞାନ ପ୍ରକଳ୍ପ କୁନି ବୈଜ୍ଞାନିକ ଛାତ୍ରୀଛାତ୍ରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା l ସର୍ବସାଧାରଣ ବୁଦ୍ଧିଜିବୀ ଓ ପରିଦର୍ଶକ ମାନେ ଏହି ପ୍ରକଳ୍ପ ଗୁଡିକୁ ଦେଖିଥିଲେ l ପ୍ରକଳ୍ପ ସଞ୍ଚାଳକ ଛାତ୍ରଛାତ୍ରୀ ମାନେ ନିଜ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ l ପିଲାଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପକୁ ବିଚାରକମାନେ ବୁଲି ଦେଖିବା ସହିତ ପିଲାଙ୍କ ସହିତ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ସହିତ ମନ୍ତବ୍ୟ ରଖିଥିଲେ। ବିଚାରକମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ପରେ ଜିଲ୍ଲାସ୍ତରକୁ ୫ଟି ପ୍ରକଳ୍ପକୁ ମନୋନୀତ କରିଥିଲେ। 



ଉଦଯାପନୀ ଉତ୍ସବରେ ବିଇଓ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ମନ୍ତ୍ରୀଙ୍କ ପ୍ରତିନିଧି ସୁମନ୍ତ ରାଉତ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ସହଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ନାୟକ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥ୍ ଭାବରେ ବିଆରସିସି ଉଦକର ସାମଲ,  ସିଆର୍‌ସିସି ଲକ୍ଷ୍ମୀପ୍ରିୟା ମଥାନ ଯୋଗ ଦେଇଥିଲେ। ଚଣ୍ଡିଆଗଡି ହାଇସ୍କୁଲର ଶିକ୍ଷକ ସମୀର ନାୟକ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ସଫଳ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ବିଜ୍ଞାନମେଳାର ଉତ୍କୃଷ୍ଟ ପରିଚାଳନା ପାଇଁ  ସାମନ୍ତସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଶ୍ରେୟ ଦିଆଯାଇ ଧନ୍ୟବାଦ ପ୍ରଦାନ କରାଯାଇଥିଲା l

ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ମନମୁଗ୍ଧକର ହୋଇଥିଲା l

ଆଜିର ରାଶିଫଳ

COASTAL NEWS ODIA 1570

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୯ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌷ମେଷ🌹
👉 ଆଜି କୌଣସି କାରଣ ରୁ ଆପଣ ଖୁସି ରେ  ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବୃଷ 🌹
👉: ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌹
👉 : ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌷କର୍କଟ🌹
👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ସିଂହ🌹
👉 : ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷କନ୍ୟା 🌹
👉: କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି  ବଜାୟରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌷ତୁଳା🌹
👉: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌷ବିଛା 🌹
👉: ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷ଧନୁ🌹
👉ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌷ମକର🌹
👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌷କୁମ୍ଭ 🌹
👉: ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌹
👉: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ।  ଦୂରଯାତ୍ରାର ଯୋଗ ଅଛି।*
*✧═════•❁❀❁•═════✧*

Friday, December 8, 2023

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଆଗତ

COASTAL NEWS ODIA

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଆଗତ 



ନୂଆଦିଲ୍ଲୀ - (CNO) ଜାମୁ କାଶ୍ମୀର ବିଲ୍‌ ଆଗତ ଅବସରରେ ଲୋକସଭାରେ କମ୍ପନ ଆଣିଲେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ସିଧାସିଧା କହିଲେ, ପିଓକେ ଆମର । କେବଳ ନେହୁରୁଙ୍କର ଭୁଲ ପାଇଁ ପାକ୍ ଅଧିକୃତ କାଶ୍ମୀରର ସୃଷ୍ଟି ହୋଇଛି । ହେଲେ ଏବେ ସେକାଳ ପଖାଳ ଆଉ ନାହିଁ । ଆଉ ଶାହାଙ୍କର ଦମଦାର ଭାଷଣ ଶୁଣି ବିରୋଧୀ ନିରୁତ୍ତର ରହିଥିଲେ । ଜମ୍ମୁକଶ୍ମୀରକୁ ନେଇ ବଡ଼ ମନ୍ତବ୍ୟ ଦେଲେ ଶାହା । ମୋଦି ସରକାର ଦେଶର କେମିତି ଉନ୍ନତି କରୁଛି ସେନେଇ ବିରୋଧୀଙ୍କୁ ଦେଖାଇଲେ ଇତିହାସ ଓ ଭୂଗୋଳ । କହିଲେ, ଗରିବଙ୍କ  ଦୁଃଖ-ଯନ୍ତ୍ରଣା ବୁଝିଥାନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିସ୍ଥପାତିଙ୍କ ଆଖିର ଲୁହ ପୋଛୁଥାନ୍ତି ମୋଦି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସିଧା ହମଲା କରିଛନ୍ତି ଶାହ । ଧାରା-୩୭୦ ଉଠାଇବାରୁ କିଛି ଲୋକଙ୍କ ଅସୁବିଧା ହେଉଛି। ହେଲେ ଲାଭ କିଛି ହେବାର ନାହିଁ । ଭାରତର ଚିତ୍ର ବଦଳୁଛି l କିଛି ବନ୍ଧୁଙ୍କୁ କଷ୍ଟ ହେଉଛି, ଜ୍ଵଳନରେ ପୀଡ଼ିତ ହେଉଛନ୍ତି ସେମାନେ l

ଏହି ଅବସରରେ ଜାମୁ କାଶ୍ମୀର ବିଲ୍‌କୁ ନେଇ ଅମିତ ଶାହା ଗୃହରେ ସ୍ପଷ୍ଟୋକ୍ତି ରଖିବା ସହ ଘାଇଲା କରିଥିଲେ ବିରୋଧିଙ୍କୁ । କହିଥିଲେ, କାଶ୍ମୀର ନେଇ ଚିନ୍ତା କାହାର ନଥିଲା । ହେଲେ ମୋଦି ଆସିବା ପରେ କାଶ୍ମୀର ଗୁରୁତ୍ଵ ଦିଆଗଲା, ଧାରା 370 ଉଠିଲା । ଏବେ ପିଓକେ ରେ କାଶ୍ମୀର ପଣ୍ଡିତଙ୍କ ପାଇଁ ଆସନ ସଂରକ୍ଷିତ ରହିବ ବୋଲି ଶାହା କହିଛନ୍ତି ।  ଯେଉଁମାନେ କାଶ୍ମୀରରୁ ବିସ୍ଥାପିତ ହେଇଛନ୍ତି ସେମାନଙ୍କ ଦୁଃଖ ବର୍ଣନା ଅସମ୍ଭବ। କଂଗ୍ରେସ ପଛୁଆ ବର୍ଗଙ୍କୁ ଜୋରଦାର ବିରୋଧ କରୁଛି । ମଣ୍ଡଳ କମିଶନକୁ କଂଗ୍ରେସ ବିରୋଧ କରିଛି ।  ଶାହା ନେହରୁଙ୍କ ଉପରେ ବି କଡା ଟିପଣୀ ଦେଇ କହିଥିଲେ ପିଓକେ ଯଦି ସୃଷ୍ଟି ତାହା କେବଳ ନେହୁରଙ୍କ ଭୁଲ ପାଇଁ । ନଚେତ୍‌ ଆଜି ପାକ୍କା ଅଧିକୃତ ଶ୍ଜୀର ଭାରତର ଅଂଶ ହୋଇ ରହିଥାଆନ୍ତା । 
https://m.facebook.com/groups/212193425873812/?ref=share&mibextid=NSMWBT

ଧାରା ୩୭୦ ଅଗଷ୍ଟ ୬ ତାରିଖ ୨୦୧୯ରେ ହଟିଥିଲା।   ଧାରା ୩୭୦ ହଟିଲା ପରେ କାଶ୍ମୀର ରେ ଆତଙ୍କବାଦ କମିଛି। ୨୦୨୩ରେ ଗୋଟିଏ ବି ପଥର ଫିଙ୍ଗା କିମ୍ବା ଆନ୍ଦୋଳନ ଘଟଣା ଦେଖାଦେଇନି।  କିନ୍ତୁ  2010ରେ କଂଗ୍ରେସ ଶାସନ ସମୟରେ  ୧୧୨ଲୋକ ପଥର ଫିଙ୍ଗା ପାଇଁ ଆହତ ହୋଇଛନ୍ତି। 370ହଟିଲା ଦିନଠୁ  କାଶ୍ମୀରରେ ପ୍ରତି ତିନି ମାସରେ ସୁରକ୍ଷାର ସମୀକ୍ଷା କରାଯାଉଛି।  ୩୭୦ ଉଠିଲା ପରେ କାଶ୍ମୀରରେ ୪ଟି ଫିଲ୍ମ ହଲ ହୋଇଛି ବୋଲି ଶାହା କହିଛନ୍ତି। ଲୋକେ ସାମାଜିକ ସମାରୋହ ବିନା ଭୟରେ କରୁଛନ୍ତି l

📸 Look at this post on Facebook
https://www.facebook.com/groups/212193425873812/permalink/1761289557630850/?sfnsn=wiwspmo&ref=share&mibextid=KtfwRi

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନଃଗଠନ ସଂଶୋଧନ ବିଲ୍ ଉପରେ  ଜୋରଦାର ବିତର୍କରେ ଶାହା ଆହୁରି କହିଛନ୍ତି, ଏହି ବିଲ୍ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବ। ମୁଁ ଆଣିଥିବା ବିଲ୍ ହେଉଛି ୭୦ ବର୍ଷ ଧରି ଯେଉଁମାନେ ଅନ୍ୟାୟ, ଅପମାନିତ ଏବଂ ଅବହେଳିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ବିଲ୍।  କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଗତ ୭୦ ବର୍ଷ ମଧ୍ୟରେ ଯେଉଁମାନଙ୍କ ଉପରେ ଅନ୍ୟାୟ  ହେଉଛି ସେମାନଙ୍କୁ ଆଗକୁ ନେବା ପାଇଁ ଏହି ବିଲ୍ । ଯେଉଁମାନେ ନିଜ ଦେଶରେ ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ସମ୍ମାନ ଏବଂ ନେତୃତ୍ୱ ଦେବା ଏହି ବିଲ୍ ଅଟେ। ସେ କହିଛନ୍ତି ମୁଁ ଖୁସି ଯେ ଏହି ବିଲକୁ କେହି ବିରୋଧ କରିନାହାଁନ୍ତି। ଏହି ବିଲ କୁ କୌଣସି ଦଳ ବିରୋଧ କରି ନଥିଲେ l ତେଣୁ ସମସ୍ତ ସଦସ୍ୟଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ l

Thursday, December 7, 2023

ମୟୁରଭଞ୍ଜ ଜିଲ୍ଲାର ଶୂଳିଆପଦାରେ ୫ ଗୋରୁ ଗାଡ଼ି ଜବତ, ୧୩ ଗିରଫ

COASTAL NEWS ODIA 1568

ମୟୁରଭଞ୍ଜ ଜିଲ୍ଲାର ଶୂଳିଆପଦାରେ ୫ ଗୋରୁ ଗାଡ଼ି ଜବତ, ୧୩ ଗିରଫ



ଶୂଳିଆପଦା - (CNO) - ମୟୁରଭଞ୍ଜ ଜିଲ୍ଲା ର ଶୂଳିଆପଦା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରି ୫ଟି ଗୋରୁ ବୋଝେଇ ଗାଡ଼ି ଜବତ କରିଥିବାବେଳେ ୧୩ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ପୁଲିସ ପୂର୍ବରୁ ଗୋରୁ ମାଫିଆଙ୍କ ଉପରେ ନଜର ରଖୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଛକି ବସିଥିଲାବେଳେ ଏଭଳି ବଡ଼ ସଫଳତା ହାସଲ କରିଛି । ପଶ୍ଚିମବଙ୍ଗ ସୀମାନ୍ତ ନେକଡ଼ାଗେଞ୍ଜା ନିକଟରୁ ୫ଟି ପିକ୍ଵପ୍ ଭ୍ଯାନ ରେ ମୋଟ ୫୬ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି l ଉଦ୍ଧାର ହୋଇଥିବା ଗୋରୁ ମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରାଯାଇଛି । 



ଗୋଚାଲାଣରେ ବ୍ୟବହାର ହୋଇଥ‌ିବା ୫ଟି ପିକ୍‌ଅପ୍ ଭ୍ୟାନକୁ ପୁଲିସ ଥାନାରେ ଅଟକ ରଖୁଥ‌ିବାବେଳେ ଗାଡ଼ି ନଂ ଓଡ଼ି୧୧ ୪୨୨୭ର ଚାଳକ ବାରିପଦା, ୱାଲିଗଞ୍ଜର ଦେବାଶିଷ ପାଣିଗ୍ରାହୀ ଓ ଖଲାସୀ ମଧୁବନର ରବି ମହାନ୍ତ, ଓଡ଼ି ୧୧ଜେଡ ୫୬୫୪ର ଚାଳକ ବାରିପଦା ହଡହଡିଆର ଦୟାନିଧୂ ଦାସ ଓ ଖଲାସି ବଡ଼ସାହି କାଦୁଆଲବନ୍ଧର ଶିବ ବିନ୍ଧାଣି, ଓଡ଼ି ୧୧ୟୁ ୩୭୦୪ର ଚାଳକ ବଡ଼ସାହି କଦଳିଆପାଳର ପୂର୍ଣ୍ଣଚନ୍ଦ୍ର ସିଂ ଓ ଖଲାସି ସେହି ଅଞ୍ଚଳର ପ୍ରଭାକର ସୋରେନ, ଓଡ଼ି ୨୨ଏ ୦୧୬୭ର ଚାଳକ ବଡ଼ସାହି ବାଲିଯୋଡ଼ାର ଡାକ ସିଂ ଓ ଖଲାସି ସେହି ଅଞ୍ଚଳର ଦୀନବନ୍ଧୁ ସିଂ ଅନ୍ୟ ଜଣେ କଦଳୀପାଳର ସୁନ୍ଦର ମୋହନ ସୋରେନ l



ସେହିପରି ଓଆର ୧୧ଜି ୩୪୨୧ର ଚାଳକ ବାରିପଦା ସିନ୍ଦୁରଗୌରାର ପ୍ରଶାନ୍ତ ମହାନ୍ତ ଓ ଖଲାସି ବାଲିଜୋଡାର ଆକାଶ କୁମାର ମହାନ୍ତ ଏବଂ ଗୋରୁ ବୋଝେଇ ଗାଡିକୁ ସୁରକ୍ଷା ଦେଉଥ‌ିବା ବାଇକ ଓଡ଼ି ୧୧ଏସ ୯୪୦୪ର ଚାଳକ ବଡ଼ସାହି ହରିପୁର ଅଞ୍ଚଳର ଅଜିତ ଧଳକୁ ପୁଲିସ ଗିରଫ କରିଛି। ସେହିପରି ଏହି ଗୋଚାଲଣର ମୁଖ୍ୟ ଅଭିଯୁକ୍ତ କହାଯାଉଥ‌ିବା ଶୁଳିଆପଦା ବ୍ଲକ ଚଉଲଡ଼ହଣୀ ଅଞ୍ଚଳର ସୁଜିତ ମହାପାତ୍ର ଓରଫ ନାଣ୍ଡୁକୁ ମଧ୍ୟ ପୁଲିସ ଗିରଫ କରିଛି।
https://m.facebook.com/groups/212193425873812/?ref=share&mibextid=NSMWBT


https://whatsapp.com/channel/0029VaB0hy5DjiOTybpcH72y

ମେଗା ଆଇଟି ରେଡ୍ ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ

COASTAL NEWS ODIA 1567

ମେଗା ଆଇଟି ରେଡ୍  ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ 



ଭୁବନେଶ୍ବର - (CNO) ଲୋକଙ୍କୁ ହତଚକିତ କରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଆଇଟି ରେଡ୍ । ରେଡ୍ ପାଇଁ ଯାଇଥିବା ଅଫିସର ବି ଆଶ୍ଚର୍ଯ୍ୟ । ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା । ଆଇଟି ରେଡ୍‌ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୨୦୦ କୋଟି ନଗଦ ଟଙ୍କା ଜବତ । 
https://m.facebook.com/groups/212193425873812/?ref=share&mibextid=NSMWBT

ଓଡିଶାରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ । ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଆଇଟି ରେଡ୍ ହୋଇଥିଲା । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିର ବଲାଙ୍ଗିର ଅଫିସରେ ରେଡ୍ ବେଳେ ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା ଧରାପଡ଼ିଛି ।
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-8421454238532205"
     crossorigin="anonymous"></script>

ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । 

ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି ।

https://whatsapp.com/channel/0029VaB0hy5DjiOTybpcH72y

ସଂକ୍ଷିପ୍ତ ଖବର

COASTAL NEWS ODIA 1566
ସଂକ୍ଷିପ୍ତ ଖବର 
ତାରିଖ:୦୭/୧୨/୨୩, ଗୁରୁବାର



୧-ଗ୍ରାମୀଣ ଭିତ୍ତିଭୂମି ବିକାଶକୁ ସରକାରଙ୍କ ଗୁରୁତ୍ୱ;କ୍ଷୁଦ୍ର ଋଣ ବିତରଣରେ ଓଡ଼ିଶା ପ୍ରଥମ।

୨-ଓଡ଼ିଶା ବିଜ୍ଞାନ ଏକାଡେମି ପୁରସ୍କାର ଘୋଷିତ;ପ୍ରଭାତ ମହାପାତ୍ର, ବିଦ୍ୟୁତ୍ ଦାସଙ୍କୁ 'ବିଜୁ ପଟ୍ଟନାୟକ ପୁରସ୍କାର'।

୩-ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି : କେନ୍ଦ୍ରମନ୍ତ୍ରୀ ଆର.କେ ସିଂ।

୪-ଝାରସୁଗୁଡ଼ା:ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାକୁ ବୃହତ ରପ୍ତାନୀକାରୀ ପୁରସ୍କାର।

୫-ଆନ୍ଧ୍ରରେ ତୋଡ଼ ଦେଖାଇଲା, ଓଡ଼ିଶାରେ ଅଜାଡ଼ିଦେଲା; ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ବତୁରିଗଲା ବର୍ଷକର ଅମଳ।

୬-ବାତ୍ୟା ମିଗଜୋମ୍ ପ୍ରଭାବ: ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷୟକ୍ଷତିର ରିପୋର୍ଟ ମାଗିଲେ SRC।ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ।

୭-ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଲାଗି ନମୁନା ପ୍ରଶ୍ନପତ୍ର ଜାରି, ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ।

୮-ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏସମା ଲାଗୁ: ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ହେଲା ଲାଗୁ।

୯-ରାଜ୍ୟରେ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ବିଦ୍ୟୁତ୍ ସଂଯୋଗ ଦେଇଛି ଟାଟା ପାଓ୍ଵାର।

୧୦-ପୁରୀ:ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ।

୧୧-ଜାହାଜରେ ଧଳା ଜହର କାରବାର ଘଟଣା: କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ।

୧୨-ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା।

୧୩-ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍, ଯାତ୍ରା କଲେ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ୯୭୦ ଜଣ।

୧୪-ବାଲେଶ୍ବର:୫ ବର୍ଷ ପରେ ମିଳିଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ପକ୍ସୋ କୋର୍ଟ।

୧୫-ବଲାଙ୍ଗୀର:ମଦ ବ୍ୟବସାୟୀ। ସଞ୍ଜୟ ସାହୁଙ୍କ ଘରେ ଆଇଟି ରେଡ୍‌, ସାମିଲ ଅଛନ୍ତି ୪୦ ଅଧିକାରୀ।

୧୬-ରାଜ୍ୟ ବିଜେପି ସଭାପତିଙ୍କୁ ଦିଲ୍ଲୀ ଡାକରା, ୨୦୨୪ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ଦେବେ ଜେ.ପି. ନଡ୍ଡା।

୧୭-ମିଜୋରାମ:ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା।

୧୮-୧୦ ସାଂସଦଙ୍କ ଇସ୍ତଫା ପରେ ମଧ୍ୟ ବିଜେପି ଲୋକସଭାରେ ସଂଖ୍ୟା ଗରିଷ୍ଠ।

୧୯-ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର।

୨୦-ଓଡ଼ିଶାରେ ଏବେ ନାହିଁ ପିଏମ ମିତ୍ର ପାର୍କ ସ୍ଥାପନ ଯୋଜନା।

 

ସୀମା ପାର ପ୍ରେମ କାହାଣୀ ଭାରତ ଆସିଲେ ପାକିସ୍ତାନୀ

COASTAL NEWS ODIA 1565

ସୀମା ପାର ପ୍ରେମ କାହାଣୀ ଭାରତ ଆସିଲେ ପାକିସ୍ତାନୀ ଯୁବତୀ 
 


ନୂଆଦିଲ୍ଲୀ - (CNO) ପାକିସ୍ତାନ ଓ ଭାରତ ମଧ୍ୟରେ ସୀମା ପାର ପ୍ରେମ କାହାଣୀର ଆଉ ଏକ ଘଟଣା ପଦାକୁ ଆସିଛି। ଯୁବକ ଭାରତର ହୋଇଥିବା ବେଳେ ଯୁବତୀ ଜଣକ ପାକିସ୍ତାନ ର କରାଚି ସହରରେ l ଘଟଣାଟି ହେଉଛି ବାହା ହେବା ଲାଗି ଜଣେ ପାକିସ୍ତାନୀ ଯୁବତୀ ସୀମା ପାର ହୋଇ ଭାରତ ଆସିଛନ୍ତି। ଭାରତକୁ ଆସିଥିବା ପାକିସ୍ତାନୀ ଯୁବତୀ ଜଣଙ୍କ ହେଉଛନ୍ତି ଜାଭେରିଆ ଖାନୁମ୍ । ଖାନୁମଙ୍କ ଘର ପାକିସ୍ତାନ କରାଚିରେ। ସେ ତାଙ୍କ ପ୍ରେମିକ କଲକାତାର ସମୀର ଖାଁଙ୍କୁ ବିବାହ କରିବେ । ବିବାହ ଲାଗି ଖାନୁମ୍ ୪୫ ଦିନିଆ ଭିସାରେ ଭାରତ ଆସିଛନ୍ତି। 
https://m.facebook.com/groups/212193425873812/?ref=share&mibextid=NSMWBT

ଖାନୁମ୍ ଅମୃତସରର ଅଟାରୀ ସୀମା ଦେଇ ଭାରତ ମାଟିରେ ପହଞ୍ଚିବାମାତ୍ରେ ଖାନୁମଙ୍କୁ ତାଙ୍କ ଭାବୀ ସ୍ଵାମୀ ସମୀର ଓ ତାଙ୍କ ପରିବାର ସଦସ୍ୟ ସ୍ଵାଗତ କରିଥିଲେ। ସମୀରଙ୍କୁ ବିବାହ ନିମନ୍ତେ ଖାନୁମ୍ ଭାରତ ଆସିବା ଲାଗି ପୂର୍ବରୁ ଦୁଇଥର ଭିସା ଆବେଦନ କରିଥିଲେ। ମାତ୍ର ତାଙ୍କର ଭିସା ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ପରେ କରୋନା ମହାମାରୀ ପାଇଁ ସେମାନଙ୍କ ବିବାହ ଅଟକି ଯାଇଥିଲା । 

ପ୍ରାୟ ୫ବର୍ଷ ଅପେକ୍ଷା ପରେ ଖାନୁମ୍‌ଙ୍କୁ ଭାରତ ଆସିବା ଲାଗି ଅନୁମତି ମିଳିଛି । ଭିସା ମିଳିଥିବାରୁ ଖାନୁମ୍ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ସମୀରଙ୍କ ସହିତ ତାଙ୍କର ୫ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଛି । ଶେଷରେ ସେମାନେ ବିବାହ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ସୀମା ହାଇଦରଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ହୋଇଥିଲା ।

https://whatsapp.com/channel/0029VaB0hy5DjiOTybpcH72y

Wednesday, December 6, 2023

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୭ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
*✧═════•❁❀❁•═════✧*
*🌹ବୃଷ🌹👉ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* 

*✧═════•❁❀❁•═════✧*
*🌹ମିଥୁନ🌹👉ଆଜି  ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।  ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

*✧═════•❁❀❁•═════✧*
*🌹କର୍କଟ🌹👉ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।* 
*✧═════•❁❀❁•═════✧*
*🌹ସିଂହ 🌹👉ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ  ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*, 

*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।* 
*✧═════•❁❀❁•═════✧*
*🌹ତୁଳା🌹👉ଆଜି ପରିବାରରେ  ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

*✧═════•❁❀❁•═════✧*
*🌹ବିଛା🌹👉କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

*✧═════•❁❀❁•═════✧*
*🌹ଧନୁ🌹👉ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌹👉ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
*✧═════•❁❀❁•═════✧*

*🌹ମୀନ🌹👉କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।*
*✧═════•❁❀❁•═════✧*

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1563

ସଂକ୍ଷିପ୍ତ ଖବର 



୧-ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା! ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ।

୨-ଐତିହାସିକ ବାଲିଯାତ୍ରା ଉଦଯାପିତ,୯ ଦିନରେ ହେଲା ୩୦୦ କୋଟି କାରବାର।

୩-ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର।

୪-ଭୁବନେଶ୍ୱର:ହଜାରେ ପୁଅରେ ୯୨୫ ଝିଅ,ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା।

୫-ଭୁବନେଶ୍ୱର: ଶିକ୍ଷା ପ୍ରଶାସନ କ୍ଷେତ୍ରରେ ରାଜ୍ୟର ୪ ଶିକ୍ଷା ଅଧିକାରୀଙ୍କୁ ମିଳିବ ଜାତୀୟ ପୁରସ୍କାର।

୬-ଆଜି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ, ବଦଳିବ ଘର ଠିକଣା।

୭-ତ୍ରିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ।

୮-କଟକରୁ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ।

୯-କୋରାପୁଟ:କଫିି ଚାହିଦା ଦେଖି ଓଡିଶାରେ ୧.୫ ଲକ୍ଷ ହେକ୍ଟର କଫି ଚାଷ କରିବାକୁ ଲକ୍ଷ୍ୟ, ଆନନ୍ଦରେ ଚାଷୀ।

୧୦-୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ହେବ ନିର୍ବାଚନ।

୧୧-ନୂଆ ଦିଲ୍ଲୀ:ଗୋଗାମେଡିଙ୍କୁ ହତ୍ୟା କରିଛି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ, ପୋଷ୍ଟ କରି ନିଜକୁ ଦାୟୀ କଲା ରୋହିତ ଗୋଦାରା।

୧୨-ଇତିହାସ ରଚିଲା ସେୟାର ବଜାର, ପ୍ରଥମ ଥର Sensex ୬୯୦୦୦ସ୍ତରକୁ ପାର, ନିଫ୍ଟିର ମଧ୍ୟ ନୂଆ ରେକର୍ଡ।

୧୩-ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ୍ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା।

୧୪-ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର।

୧୫-ଚେନ୍ନାଇ: ସାମୁଦ୍ରିକ ବାତ୍ୟା ମିଗଜୋମ୍ ପ୍ରଭାବରେ ୧୨ ମୃତ।

୧୬-ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

୧୭-ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲାରେ ଆଜି ସମସ୍ତ ସ୍କୁଲ ଛୁଟି।

୧୮-ଜିଲ୍ଲା ଦାବି ନେଇ ୭ରେ ଟିଟିଲାଗଡ଼ ବନ୍ଦ।

୧୯-ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ।ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

୨୦-ଆରଜେଡି ନେତା ଶିବାନନ୍ଦ ତୱାରୀଙ୍କୁ ୧ ବର୍ଷର ଦଣ୍ଡ, ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ ସଞ୍ଜୟ ଝାଙ୍କୁ ବିଷୟରେ କହିଥିଲେ ଆପତ୍ତିଜନକ ଟିପ୍ପଣୀ

ଆଜିର ରାଶିଫଳ

COASTAL NEWS ODIA 1562

🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୬ ତାରିଖ ୨୦୨୩ ମସିହା(ବୁଧବାର)*
 *✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


*✧═════•❁❀❁•═════✧*
*🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* 
*✧═════•❁❀❁•═════✧*
*🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
*🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।* 
*✧═════•❁❀❁•═════✧*
*🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
*✧═════•❁❀❁•═════✧*
*🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।* 
*✧═════•❁❀❁•═════✧*
*🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।* 
*✧═════•❁❀❁•═════✧*
*🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।* 
*✧═════•❁❀❁•═════✧*
*🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।* 
*✧═════•❁❀❁•═════✧*
*🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।* 
*✧═════•❁❀❁•═════✧*
*🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।*
*✧═════•❁❀❁•═════✧*

ପ୍ରଧାମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯିବ 12000.?

COASTAL NEWS ODIA 1561

ପ୍ରଧାମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯିବ 12000.? 




ନୂଆଦିଲ୍ଲୀ - (CNO) କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଙ୍ଗଳବାର ଲୋକସଭା ରେ  ପ୍ରଧାମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯାଉଥିବା ପରିମାଣକୁ ବାର୍ଷିକ ୬୦୦୦ ଟଙ୍କା ବୃଦ୍ଧି କରିବାକୁ  ବଡ଼ ଘୋଷଣା କରିଛନ୍ତି l

ଏକ ପ୍ରଶ୍ନର ଲିଖତ ଉତ୍ତରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲୋକସଭାକୁ କହିଥିଲେ ଯେ ବର୍ତ୍ତମାନ PM Kisan ଯୋଜନାର ପରିମାଣକୁ ୬ ହଜାରକୁ ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଇନାହିଁ।

କେନ୍ଦ୍ର ସରକାର ୨୦୧୮ରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା କାର୍ଯ୍ୟକାରୀ କରିଥିଲେ l ଡିସେମ୍ବର ୨୦୧୮ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ଯୋଜନା କାର୍ଯ୍ୟକାରୀ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୨ ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ଟ୍ରାନ୍ସଫର କରାଯାଇଥାଏ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୮୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି। କୃଷି ମନ୍ତ୍ରୀ ତୋମର ମଧ୍ୟ ତାଙ୍କ ଉତ୍ତରରେ କହିଛହିନ୍ତି ଯେ 'ସିଧାସଳଖ ଲାଭ ଟ୍ରାନ୍ସଫର' (ଡିବିଡିଟିବି) ମାଧ୍ୟମରେ କେନ୍ଦ୍ର ଏହି ଯୋଜନା ଅନ୍ତର୍ଗତ ୧୧ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨.୮୧ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛିନ୍ତି।

Tuesday, December 5, 2023

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା

COASTAL NEWS ODIA 1560

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା 


 
ଭୁବନେଶ୍ୱର - (CNO) କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ ହେବ l ଏଣିକି ସଡ଼କ ଦୁର୍ଘଟଣାରେ ଆହତଙ୍କୁ  ଚିକିତ୍ସା ଲାଗି ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଅର୍ଥ ଅଭାବରୁ ଚିକିତ୍ସା ନ ପାଇ କାହାର ଜୀବନହାନି ହେବ ନାହିଁ । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଡେରିରେ ଚିକିତ୍ସା କାରଣରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଖୁବଶୀଘ୍ର ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ ଯାଉଛନ୍ତି । 

ଏନେଇ ପ୍ରଥମରୁ ସରକାର ମଟର ଭେଇକିଲ ନିୟମର ପରିବର୍ତ୍ତନ କରିସାରିଛନ୍ତି । ପରିସଂଖ୍ୟାନ ମୁତାବକ ଗତବର୍ଷ 4.46 ଲକ୍ଷ ସଡକ ଦୁର୍ଘଟଣା ହୋଇଛି । ଏଥିରେ 4.23 ଲକ୍ଷ ଲୋକ ଆହତ ହୋଇଛନ୍ତି ଓ 1.71 ଲକ୍ ଲୋକଙ୍କର  ମୃତ୍ୟୁ ହୋଇଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏନେଇ ଘୋଷଣା କରିପାରେ । 

ଆଗାମୀ 4 ମାସ ମଧ୍ୟରେ ସାରା ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଏକ କର୍ଯ୍ୟକ୍ରମରେ କହିଛନ୍ତି କି, ସଡକ ଦୁର୍ଘଟଣାରେ ଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି । ନିଶ୍ଳୁକ ଓ କ୍ୟାସଲେସ ଚିକିତ୍ସା ଭାରତୀୟ ମୋଟର ଯାନ ଆଇନରେ ରହିଛି । ଏବେ ଏହି ନିୟମର ପାଳନ କିଛି ରାଜ୍ୟରେ କରାଯାଉଛି । ହେଲେ ଆଗାମୀ 4 ମାସ ମଧ୍ୟରେ ଏହା ଦେଶର ପ୍ରତିଟି ରାଜ୍ୟରେ ଲାଗୁ ହେବ । 

ଏନେଇ ମନ୍ତ୍ରଣାଳୟ ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିକଟରେ ଆବେଦନ କରାଯାଇଛି ।  ସେପଟେ ସଡକ ସୁରକ୍ଷା ନେଇ ସଚେତନ କରିବାକୁ ସରକାର ରୋଡ ସେଫ୍ଟି କୋର୍ସ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ଖୁବଶୀଘ୍ର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ ହେବ । ଏହାସହ ଭାରତ ଏନକ୍ୟାପ ବି ଲାଗୁ ହେବ । ଏଥିରେ ସିଟ୍ ବେଲ୍ଟ ରିମାଇଣ୍ଡର ଓ ଗାଡିର କିଛି ଟେକ୍ନୋଲୋଜୀରେ ପରିବର୍ତ୍ତନ କରାଯିବ । ତେବେ ସଡକ ଦୁର୍ଘଟଣା କମେଇବାକୁ ହେଲେ ଜନ ସଚେତନତା ଜରୁରୀ l

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

COASTAL NEWS ODIA 1559

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ  ଗୁଳିକରି ହତ୍ୟା  



ଜୟପୁର - (CNO) ରାଜସ୍ଥାନର ରାଜଧାନୀ ଜୟପୁରରେ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନେତା ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ଅଧ୍ୟକ୍ଷ କରାଯାଇଛି। ସୁଖଦେବ ସିଂ ଗୋଗାମେଡି ରାଜପୁତ କର୍ନି ସେନାର ରାଜ୍ୟ ସଭାପତି ଥିଲେ। 

ଖବରରୁ ପ୍ରକାଶ ଯେ କିଛି ଅଜଣା ବ୍ୟକ୍ତି ଶ୍ୟାମନଗର ଅଞ୍ଚଳରେ ଥିବା ତଙ୍କ ବାସଭବନରେ ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ମାଡରେ ସୁଖଦେବ ସିଂ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜୟପୁରର ମାନସରୋବର ମେଟ୍ରୋ ମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। 

ରାଜସ୍ଥାନ ଜୟପୁର ପୋଲିସର ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ 1.30 ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ସୁଖଦେବ ସିଂ ଗୋଗାମାଡିଙ୍କ ଶ୍ୟାମନଗର ସ୍ଥିତ ଘରେ ପଶି ଗୁ଼ଳି ଚଳାଇଥିଲେ । ଚାରିଟି ଗୁଳି ବାଜିବା ଦ୍ଵାରା ସୁଖଦେବ ସିଂ ଗୋଗାମେଡି ଆହତ ହୋଇ ତଳେ ପଡିଯାଇଥିଲେ । ତେବେ ଗୁଳି କେଉଁଠାରେ ବାଜିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ମେଡିକାଲ୍ ରିପୋର୍ଟ୍ ପ୍ରକାଶ ହେଲେ ତାହା ଜଣାପଡିବ l 

କେଉଁ କାରଣରୁ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଛି ତାହାର ତଦନ୍ତ ରେ ପୋଲିସ ତତ୍ପର ତଥାପି କରଣୀ ସେନାର ହଜାର ହଜାର ସମର୍ଥକ ଆନ୍ଦୋଳନକାରୀ ତାଙ୍କ ନେତାଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ସଡକ ଜାମ୍ କରିଦେଇଛନ୍ତି ଓ ଶବ ସତ୍କାର କରିବାକୁ ବିରୋଧ କରିଛନ୍ତି l 
ଯେ ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ନହୋଇଛି ସେ ପର୍ଯ୍ୟନ୍ତ ଶବ ନେବୁନାହିଁ ବୋଲି କରଣୀ ସେନା କର୍ମୀ ଅଡି ବସିଛନ୍ତି । ବହୁ ବଡ ବଡ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ଉପସ୍ଥିତ ଅଛନ୍ତି l

ପ୍ରଳୟଙ୍କାରୀ ବାତ୍ୟା ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ସ୍ଥିତି ଅସମ୍ଭାଳ

COASTAL NEWS ODIA 1558

ପ୍ରଳୟଙ୍କାରୀ ବାତ୍ୟା ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ସ୍ଥିତି ଅସମ୍ଭାଳ 



ଭୁବନେଶ୍ବର - (CNO) ପ୍ରଳୟଙ୍କାରୀ ବାତ୍ୟା 'ମିଗ୍‌ଜୋମ୍‌'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ଦକ୍ଷିଣ ଆନ୍ଧ୍ରର ବାପଟ୍‌ଲା ନିକଟରେ ଲ୍ୟାଣ୍ଡଫଲ୍ ହେବ । ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି । 
ପାଣିପାଗ ବିଭାଗ ସୂଚନା ମୁତାବକ ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ । ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା । ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଭୀଷଣ ବାତ୍ୟା ବର୍ତ୍ତମାନ ଆନ୍ଧ୍ରର ନେଲୋରଠାରୁ ୭୦ କିଲୋମିଟର, କଭାଲିରୁ ୩୫, ବାପଟଲାଠାରୁ ୮୦ କିଲୋମିଟର ଏବଂ ମଛଲିପଟନମରୁ ୧୪୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମିଗଜୋମ । ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ଚେନ୍ନାଇ; ଭାସୁଛି ଗାଡ଼ି, ରାସ୍ତାରେ କୁମ୍ବୀର ଙ୍କ ଚଳପ୍ରଚଳ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l

ଓଡିଶା ର ମାଲକାନଗିରି , ଗଜପତି , ରାୟଗଡା , ଝାରସୁଗୁଡା ,ସମ୍ବଲପୁର ବର୍ଷା ଜିଲ୍ଲାରେ ହୋଇଛି। ଲ୍ୟାଣ୍ଡଫଲ ପରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶା ସମୁଦ୍ର ମଧ୍ୟରେ ୩୫ ରୁ ୪୫ କିଲୋମିଟର ପବନ ରହିଛି । ଧୀରେ ଧୀରେ ବୃଦ୍ଧି ପାଇ ସର୍ବାଧିକ ୬୦ କିଲୋମିଟର ଘଂଟା ପ୍ରତି ରହିବ ବୋଲି ଆକଳନ କରାଯାଇଛି । 

ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାଜ୍ଯ ସରକାର ଙ୍କ ଦ୍ଵାରା ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଓଡିଶା ସରକାରଙ୍କ ଦ୍ଵାରା ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କୃଷକ ମାନଙ୍କୁ ପରାମର୍ଶ ଦିଆଯାଇଛି । ଚେନ୍ନାଇରେ ସ୍ଥିତି ଅସମ୍ଭାଳ । ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜନଜୀବନ ପ୍ରଭାବିତ ସରକାର ଙ୍କ ତରଫରୁ ପୀଡିତ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଭାରତର ପ୍ରଧାନମନ୍ତ୍ରୀ ପ୍ରଭାବିତ ରାଜ୍ଯ ମାନଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି l

ଆଜିର ରାଶିଫଳ

COASTAL NEWS ODIA 1557

*🌹🌼ମହାବୀର ପଞ୍ଜିକା🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୦୫ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*ମେଷ:
👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 
👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 
👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:
👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 
👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:
👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:
👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:
👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:
👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:
👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:
👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:
👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

Monday, December 4, 2023

ମିଜୋରାମରେ ସରକାର ଗଢିବ ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM)

COASTAL NEWS ODIA 1556

ମିଜୋରାମରେ ସରକାର ଗଢିବ ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM) 



ମିଜୋରାମ - (CNO) ବହୁମତ ମତ ସହ ମିଜୋରାମରେ ସରକାର ଗଢିବାକୁ ଯାଉଛି ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM)। ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)କୁ ଚକମା ଦେଇ ଏଥର ସରକାର ଗଢିବାକୁ ଯାଉଛି ଏହି ଆଞ୍ଚଳିକ ଦଳ। 40ଟି ଆସନ ବିଶିଷ୍ଟ ଏହି ବିଧାନସଭାରେ ମ୍ୟାଜିକ୍ ନଂ 21 ଥିବାବେଳେ ଏହାକୁ ହାସଲ କରିସାରିଛି ଜୋରମ ପିପୁଲ୍ସ ମୁଭମେମ୍ଟ।

ସେପଟେ ମୁଖ୍ୟମନ୍ତ୍ରୀ ଥିବା ଜୋରାମଥାଙ୍ଗା ଇଷ୍ଟ-1 ଆସନରୁ ହାରି ଯାଇଛନ୍ତି। ZPM ପ୍ରାର୍ଥୀ ଲଥାନସାଙ୍ଗା ତାଙ୍କୁ 2101 ଭୋଟରେ ପରାସ୍ତ କରିଛନ୍ତି। ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF)ର କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ପରାସ୍ତ ହୋଇଛନ୍ତି। ଦଳ ପୂର୍ବ ଥର ଗାଦି ଅକ୍ତିଆର କରିଥିଲେ ମଧ୍ୟ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି। 

ଅନ୍ୟପଟେ ଜୋରମ ପିପୁଲ୍ସ ମୁଭମେଣ୍ଟର ଅଧିକାଂଶ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଦୁହୋମା ସର୍ଚିପ୍ ଆସନରୁ ବିଜୟୀ ହୋଇଛନ୍ତି। ପ୍ରତିପକ୍ଷ MNF ଦଳ ପ୍ରାର୍ଥୀଙ୍କୁ 2,982 ଭୋଟରେ ହରାଇଛନ୍ତି ଲାଲଦୁହୋମା। ମିଜୋରାମ ଗଡ ବିଜୟ ସହ ଦଳ 27ଟି ଆସନରେ ଗାଦି ଅକ୍ତିଆର କରିଛି।

ମଧ୍ୟାହ୍ନ ଭୋଟ୍ ଗଣତି ସୁଦ୍ଧା ଶାସକ ଦଳରେ ଥିବା MNF 7ଟି ଆସନରେ ବିଜୟୀ ହୋଇସାରି ଥିବାବେଳେ ତିନୋଟି ଆସନରେ ଆଗୁଆ ରହିଥିଲା। ସେହିପରି ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।  

ଭଡ଼ାଘର ବାଡ଼ିପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

COASTAL NEWS ODIA 1555

ଭଡ଼ାଘର ବାଡ଼ିପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର



ପଟ୍ଟାମୁଣ୍ଡାଇ-(CNO) ଆଳି ବ୍ଲକ ଅନ୍ତର୍ଗତ ନାଟରା ଗ୍ରାମର କାଠମିସ୍ତ୍ରୀ ପ୍ରଦୀପ ସୂତାରଙ୍କ ମୃତଦେହ ସେ ରହୁଥିବା ଭଡ଼ାଘର ବାଡ଼ିପଟ ଗଛମୂଳରୁ ଉଦ୍ଧାର କରାଯାଇଛି। ପ୍ରଦୀପ ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପୋଖରିଆପଡା ଗ୍ରାମରେ ଘର ଭଡା ନେଇ ଦୀର୍ଘବର୍ଷ ଧରି ରହି ଆସୁଥିଲେ। 

ପ୍ରଦୀପ ଦୀର୍ଘ ଦିନ ଧରି କାଠ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ।ଗତ ଶନିବାର  ରାତିରେ ପ୍ରଦୀପଙ୍କ ମୃତଦେହ ସେ ରହୁଥିବା ଭଡ଼ାଘର ବାଡିପଟରେ ଥିବା କରମଙ୍ଗା ଗଛ ମୂଳରେ ପଡ଼ିଥିବା ବେଳେ ଡାଳରେ ଏକ ଗାମୁଛା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । 

ତେବେ ପ୍ରଦୀପଙ୍କ ଦେହରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସକୁ ଜଣାଇଥିଲେ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ଦୁମୁକାହାଟରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ବାନ୍ତ

COASTAL NEWS ODIA 1554

 ଦୁମୁକାହାଟରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ବାନ୍ତ



ଡେରାବିଶ,୩୧୨(ନିପ୍ର): ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ଦୁମୁକାହାଟ (ରଥ ପଡ଼ିଆ) ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୬ବଖରା ଛପର ଘର ଭସ୍ମୀଭୂତ ହୋଇଯାଇଛି। ଘଟଣାରୁ ପ୍ରକାଶ; ମଧ୍ୟାହ୍ନରେ ପ୍ରଥମେ ଗ୍ରାମର ଗୋବିନ୍ଦ ରାଉତଙ୍କ ଛପରଘରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ କ୍ଷୀପ୍ର ଥିଲା ଯେ ଚାହୁଁ ଚାହୁଁ ନିକଟସ୍ଥ ମୃତ୍ୟୁଞ୍ଜୟ ରାଉତଙ୍କ
ଘର ମଧ୍ୟ ଜଳିଯାଇଥିଲା। ଡେରାବିଶ ଅଗ୍ନିଶମ ଗାଡି ପହଞ୍ଚିବା ବେଳକୁ ଗୋବିନ୍ଦଙ୍କ ୪ବଖରା ଖଞ୍ଜା ଘର ଓ ତାଙ୍କ ପଡୋଶୀ ମୃତ୍ୟୁଞ୍ଜୟଙ୍କ ୨ବଖରା ଛପର ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଘରୁ କୌଣସି ଆସବାବପତ୍ର ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଓ ନଗଦ ଟଙ୍କା ସମେତ ଅଳଙ୍କାର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ଅପର ନାହିଁ । ଗୋଲରାହାଟ ରାଜସ୍ବ ନିରୀକ୍ଷକ ପହଞ୍ଚି ଉଭୟ ପରିବାରର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଛନ୍ତି । ତେବେ ଏହି ଭୟାବହ ଅଗ୍ନୀକାଣ୍ଡ ଯୋଗୁଁ ଗୋବିନ୍ଦ ଓ ମୃତ୍ୟୁଞ୍ଜୟଙ୍କ ପରିବାର ସର୍ବହରା ହୋଇପଡ଼ିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ରେଭାଣ୍ଟ ରେଡ୍ଡୀ

COASTAL NEWS ODIA 1553

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ରେଭାଣ୍ଟ ରେଡ୍ଡୀ


ତେଲେଙ୍ଗାନା - (CNO) ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଶାସକ ବିଆରଏସକୁ ପରାସ୍ତ କରି ରାଜ୍ୟରେ କ୍ଷମତା ଦଖଲ କରିଛି । ରାଜ୍ୟରେ କଂଗ୍ରେସର ବିଜୟ ହାସଲ କରିବାରେ କଂଗ୍ରେସ ନେତା ରେଭାଣ୍ଟ ରେଡ୍ଡୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।


ବର୍ତ୍ତମାନ ଖବର ରହିଛି ଯେ, ରେଭାଣ୍ଟ ରେଡ୍ଡୀ ତେଲେଙ୍ଗାନା ସିଏମ୍ ଏବଂ ଭଟ୍ଟୀ ବିକ୍ରମାର୍କା ମଲ୍ଲୁ ଡେପୁଟି ସିଏମ୍ ଭାବେ ଶପଥ ଗ୍ରହଣ କରିପାରନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ 2 ଜଣ ଆଜି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଅର୍ଥାତ୍ ସୋମବାର ରାତି 8.15 ରେ ରାଜ ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏଥି ସହିତ ଡିସେମ୍ବର 9 ରେ ପୂର୍ଣ୍ଣ କ୍ୟାବିନେଟ ଶପଥ ଗ୍ରହଣ କରିବ ଏବଂ ସେହି ଦିନ ହାଇଦ୍ରାବାଦରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଖବର ରହିଛି ।


ଶପଥ ଗ୍ରହଣ ସମାରୋହରେ ରେଡ୍ଡୀ ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଦିନ ରାଜ୍ୟରେ ଭୋଟ୍ ଗଣନା ଫଳାଫଳରେ କଂଗ୍ରେସ ବିଜୟ ପରେ ତେଲେଙ୍ଗାନା ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ରାଜ୍ୟ କଂଗ୍ରେସ ମୁଖ୍ୟ ଏ ରେଭାଣ୍ଟ ରେଡ୍ଡୀ ଡିସେମ୍ବର 4 କିମ୍ବା 9 ରେ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରେଡ୍ଡୀ, ଯାହାଙ୍କ ପାର୍ଟି 60 ଟି ଆସନର ବହୁମତ ପାଇ ବିଜୟ ଲାଭ କରିଛି । ଖବର ଏହା ମଧ୍ୟ ରହିଛି ଯେ, ରବିବାର ଦିନ ହିଁ ରାଜ୍ୟ ପୋଲିସକୁ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ରେଭାଣ୍ଟ ରେଡ୍ଡୀ କହିଥିଲେ ।


ତେଲେଙ୍ଗାନା ପୋଲିସ ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, ସୋମବାର କିମ୍ବା ଡିସେମ୍ବର 9 ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ । ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ସମ୍ପର୍କରେ ରେଡ୍ଡୀ ଡିଜିପି, ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ୍ ପୋଲିସ୍ (ଆଇନ ଏବଂ ଅର୍ଡର) ଏବଂ ଏଡିଜି ସିଆଇଡିଙ୍କ ସହିତ ଆଲୋଚନା କରିଛନ୍ତି ।


ଟିଆରପିସି ସଭାପତି କହିଛନ୍ତି ଯେ ଶୁଭ ସମୟ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ। ତେଣୁ, ଯଦି ସମ୍ଭବ, ତେବେ ଡିସେମ୍ବର 4 ରେ ଶପଥ ଗ୍ରହଣ କରିପାରିବେ କିମ୍ବା ଡିସେମ୍ବର 9 ରେ ଶପଥ ଗ୍ରହଣ ମଧ୍ୟ କରିପାରିବେ । ଏହି ଶପଥ ଗ୍ରହଣ ସମାରୋହରେ ବହୁ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ ବୋଲି ରେଡ୍ଡୀ ଡିଜିପିଙ୍କୁ ସୂଚନା ଦେଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଦରଦୀ ବନ୍ଧୁ ସୁଶାନ୍ତ ତରାଇ

COASTAL NEWS ODIA 1552

ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଦରଦୀ ବନ୍ଧୁ ସୁଶାନ୍ତ ତରାଇ 




 ଆହତଙ୍କ ଜୀବନ ବଞ୍ଚାଇଲେ 'ସଡ଼କବନ୍ଧୁ' ସୁଶାନ୍ତ

ଆଳି - (CNO ) - କେନ୍ଦ୍ରାପଡ଼ା ଜିଲ୍ଲା ଆଜି ସ୍ବାସ୍ଥ୍ୟକେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ସୁଶାନ୍ତ କୁମାର ତରାଇ ଗତକାଲି ପୁଣି ୨ ଜଣ ଦୁର୍ଘଟଣାଗ୍ରସ୍ତଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ସେମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ସଂପ୍ରତି ଆକସ୍ମିକ ଦୁର୍ଘଟଣାଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରାଯାଉଥିବା ବେଳେ ସୁଶାନ୍ତଙ୍କ ଏଭଳି ସେବା କାର୍ଯ୍ୟ ସବୁ ମହଲରେ ପ୍ରଶଂସିତ ହୋଇଛି। 

ଗତକାଲି ସ୍ଥାନୀୟ ଗଉଡପାଟଣା ଗ୍ରାମର ଦୁଇ ଜଣ ଯୁବକ ରାଜକିଶୋର ମଲିକ ଓ ବିଚିତ୍ର ମଲିକ ଏକ ମଟରସାଇକଲ ଯୋଗେ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ସମୟରେ କଟକ-ଚାନ୍ଦବାଲି ରାସ୍ତାର ଭୂଇଁପୁର ଛକ ନିକଟରେ ଏକ ଟ୍ରକରେ ଧକ୍କା ଖାଇ ଗୁରୁତର ଆହତ ଅବସ୍ଥାରେ ରାସ୍ତା ତଳେ ପଡିଯାଇଥିଲେ |

https://m.facebook.com/groups/212193425873812/?ref=share&mibextid=NSMWBT

ଏହି ଖବର ପାଇବା ପରେ ସୁଶାନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେଠାରେ ଦୁଇ ଆହତଙ୍କ ପ୍ରାଥମିକ ସେବା କରିବା ସହିତ ସେମାନଙ୍କୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ଚିକିତ୍ସା ପରେ ସଂପୃକ୍ତ ଦୁଇ ଯୁବକ ଏବେ ସୁସ୍ଥ ଥିବା ଜଣାପଡିଛି। 

ସଡକ ବନ୍ଧୁ ଭାବେ ପରିଚିତ ସୁଶାନ୍ତ ଆଖପାଖରେ ସଡକ ଦୁର୍ଘଟଣା ଖବର ପାଇବା ମାତ୍ରକେ  ସେହି ସ୍ଥାନରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ସହିତ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିଥାନ୍ତି। କୌଣସି ସ୍ଥାନରେ ଦୁର୍ଘଟଣା ହେଲେ ପଥଚାରୀ କିମ୍ବା ଯାନବାହାନ ରେ ଯାଉଥିବା ଲୋକେ ମୁହଁ ମୋଡି ଚାଲି ଯାଆନ୍ତି, କେତେ ଜଣ ମୋବଇଲ୍ ରେ ଫଟୋ ଉଠାଇ ଦୁର୍ଘଟଣାର ଦ୍ରୁଶ୍ୟ ଫେସବୁକ ରେ ପୋଷ୍ଟ କରି ଲାଇକ ଓ କମେଣ୍ଟ ସଂଗ୍ରହ କରନ୍ତି l 

ପ୍ରିୟ ପରିଜନ ଙ୍କ ଅଗୋଚରରେ ଅସହାୟ ହୋଇ ପଡିଥିବା ଆହତଙ୍କର ଆସୁ ଚିକିତ୍ସା ପାଇଁ କେହି ଇଚ୍ଛାପ୍ରକାଶ କରିବା ବିରଳ l କେତେଜଣ ପୁଲିସ କେସ୍ ରେ ଘାଣ୍ଟି ହେବା ଭୟରେ ଆହାତଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତି ନାହିଁ l ହେଲେ "ସଡକ ବନ୍ଧୁ" ଉପାଧିପ୍ରାପ୍ତ ସୁଶାନ୍ତ ଏକ ବିରଳ ବ୍ୟକ୍ତିତ୍ବ l ବହୁ ରାସ୍ତା ଦୁର୍ଘଟଣାରେ ପୀଡିତ ଅସହାୟ ଙ୍କ ଭରସା ସୁଶାନ୍ତ ତରାଇ l ରାସ୍ତା ହେଉ କି ମେଡିକାଲ ସବୁସ୍ଥାନରେ ସୁଶାନ୍ତ ସେବାରେ ବ୍ୟସ୍ତ l ମେଡିକାଲ ରେ ପହଞ୍ଚିଥିବା ଅସହାୟ ରୋଗୀଙ୍କର ସାହା ଭରସା ସେ, କେଉଁଠି କେମିତି ଡାକ୍ତରଙ୍କ ପରାମର୍ଶ କରେଇବା ଟେଷ୍ଟିଙ୍ଗ କରେଇବା ସବୁଥିରେ ସେ ଅସହାୟ ର ସାଥୀ l 

କରୋନା ମହାମାରୀ ସମୟରେ ନିଜ ତରଫରୁ ଖାଦ୍ୟ ବିତରଣ, ସାନିଟାଇଜେସନ, ଲୋକ ସଚେତନତା କ୍ଷେତ୍ରରେ ମଧ୍ୟ ସୁଶାନ୍ତ ଲୋକହିତକର କାମ କରି ସାଧାରଣରେ ପ୍ରଶଂସିତ ହେବା ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ସୁଶାନ୍ତ ଦେବଦୂତ ସାଜି ଉଭା ହେଉଥିବାରୁ ଲୋକେ ଫ୍ୟାୟର ଷ୍ଟେସନ ଅଥବା ପୁଲିସ ଷ୍ଟେସନ ନମ୍ବର ଅପେକ୍ଷା ସୁଶାନ୍ତ ଙ୍କ ମୋବାଇଲ ନମ୍ବର ରଖିବାକୁ ଶ୍ରେୟ ମନେ କରୁଛନ୍ତି l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...