AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

କଳା ଓ ଅସୁନ୍ଦର ବୋଲି ସ୍ତ୍ରୀର ସ୍ୱାମୀଙ୍କୁ ହତ୍ୟା

COASTAL NEWS ODIA 1411

କଳା ଓ ଅସୁନ୍ଦର ବୋଲି ସ୍ତ୍ରୀର ସ୍ୱାମୀଙ୍କୁ ହତ୍ୟା



ଉତ୍ତରପ୍ରଦେଶ - (CNO)  ସ୍ୱାମୀଙ୍କ ଚେହେରାକୁ ନେଇ ଅସନ୍ତୁଷ୍ଟ ପତ୍ନୀ ତାଙ୍କୁ ନିଆଁ ଲଗାଇ ହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ସମ୍ବଲଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

କୁର୍ଥ ଫତେଗଡ଼ବାସୀ ସତ୍ୟବୀର ସିଂହ (୨୫) ଓ ସମ୍ବଲର ପ୍ରେମଶ୍ରୀ ଙ୍କୁ ୨୦୧୭ରେ ବିବାହ କରିଥିଲେ ୨୦୧୮ ନଭେମ୍ବରରେ ସେମାନଙ୍କର ଝିଅଟିଏ ହୋଇଥିଲା ଓ ତାକୁ ଏବେ  ୫ ବର୍ଷ।  ଗୁରୁତର ଅବସ୍ଥାରେ ସତ୍ୟବୀରଙ୍କର କିଛି ଘଣ୍ଟା ପରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁକାଳୀନ ଜମାନବନ୍ଦୀରେ ପତ୍ନୀ ତାଙ୍କ କଳା ରଙ୍ଗ ଯୋଗୁଁ ସବୁବେଳେ ନିର୍ଯାତନା ଦେଉଥିବା ଓ ତାଙ୍କୁ ପୋଡ଼ି ଦେଇଥିବା ସତ୍ୟବୀର ପ୍ରକାଶ କରିଥିଲେ । 

ସତ୍ୟବୀରଙ୍କ ଭାଇ ଦୂରବୀରଙ୍କ ଏତଲାକ୍ରମେ ପୁଲିସ ପ୍ରେମଶ୍ରୀଙ୍କୁ ଗିରଫ କରିଥିଲା । । ଆଧାରରେ ପୁଲିସ ପ୍ରେମଶ୍ରୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ତାଙ୍କର ଚେହେରା ଓ ଶରୀରର ରଙ୍ଗକୁ ପତ୍ନୀ ସବୁବେଳେ ନିନ୍ଦା କରିବା ସହ ମାନସିକ ନିର୍ଯାତନା ଦେଉଥିଲେ ଓ ବିବାହ ବିଚ୍ଛେଦ ପାଇଁ ଜିଦ୍ ଧରୁଥିଲେ ମଧ୍ୟ ସତ୍ୟବୀର ଏହାକୁ ସହ୍ୟ କରିଆସିବା ସହ ବିବାହ ବିଚ୍ଛେଦ ପାଇଁ ରାଜି ହେଉନଥିଲେ। ଝିଅ ଜନ୍ମ ସତ୍ତ୍ଵେ ପ୍ରେମଶ୍ରୀଙ୍କଠାରେ କିଛି ପରିବର୍ତ୍ତନ ଘଟୁନଥିଲା।

୨୦୧୯ ଏପ୍ରିଲ ୧୫ରେ ଶୋଇଥିବାବେଳେ ବିରକ୍ତ ପ୍ରେମଶ୍ରୀ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ l ଏହି ଘଟଣା ସପକ୍ଷରେ ୧୦ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ମୋରାଦାବାଦ ଅଦାଲତ ଏହି ମାମଲାର ରାୟ ସୋମବାର ଦିନ ପ୍ରକାଶ କରିଛନ୍ତି। ଏଥିରେ ପ୍ରେମଶ୍ରୀଙ୍କୁ ଅଜୀବନ କରାଦଣ୍ଡାଦେଶ ହୋଇଛି । ଅପରପକ୍ଷରେ ସତ୍ୟବୀରଙ୍କୁ ହତ୍ୟା ପଛରେ ପାରିବାରିକ ସମ୍ପରି ବିବାଦ ରହିଥିବା ପ୍ରେମଶ୍ରୀ କହିଛନ୍ତି ।

ନିଜର ସଫେଇ ରେ ସେ ଝିଅର ରକ୍ଷଣାବେକ୍ଷଣ ପାଇଁ ତାଙ୍କ ଦଣ୍ଡ ହ୍ରାସ କରିବାକୁ ବିଚାରପତିଙ୍କୁ ସେ ନିବେଦନ କରିଛନ୍ତି

ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ବିସ୍ମିତ ହୋଇଛନ୍ତି ଭିଜିଲାନ୍ସ ଟିମ୍

COASTAL NEWS ODIA 1410

ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ବିସ୍ମିତ ହୋଇଛନ୍ତି ଭିଜିଲାନ୍ସ ଟିମ୍



ବଲାଙ୍ଗୀର: (CNO) ଭଞ୍ଜ ବିହାରୀ ମହାନ୍ତି - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ସଂପତ୍ତି ଦେଖି ବିସ୍ମିତ ହୋଇଛନ୍ତି ଭିଜିଲାନ୍ସ ଟିମ୍। ପ୍ରାପ୍ତ ସୂଚନା ଅନୁଯାୟୀ, ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି। 

ତାଙ୍କର ତିନିଟି ବହୁମହଲାବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ  ଗୋଟିଏ ବାଇକ୍ ଥିବା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ। ତିନିଟି ଦାମୀ କାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାଛଡ଼ା ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ଉପରେ ବି ଖୋଳତାଡ଼ କରୁଛି ଭିଜିଲାନ୍ସ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଆଜି ସକାଳୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି। ପୁରୀ ଜିଲ୍ଲାରେ ଥିବା ୪ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଏଣେ ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ ବି ଚଢ଼ଉ ଚାଲିଛି।

ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି। ପୁରୀ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ନିମ୍ନଲିଖିତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। 

ସୁଦର୍ଶନ ବେହେରାଙ୍କ ବଲାଙ୍ଗୀରର ଅଫିସ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ପୈତୃକ ଗାଁ, ସତ୍ୟବାଦୀ ଥାନା ନାହାଳ, କାଶୀହରିପୁର, ସିମିଳି ସୋରିଷିଆପଦାରେ ଥିବା ସଂପର୍କୀୟଙ୍କ ଗାଁ ସମ୍ବଲପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ଚଢ଼ଉ କରୁଛି ଭିଜିଲାନ୍ସ।

ଭାରତୀୟ ଡାକ ବିଭାଗର ୧୯୦୦ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି

COASTAL NEWS ODIA 1409

ଭାରତୀୟ ଡାକ ବିଭାଗର ୧୯୦୦ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି 



ନୂଆଦିଲ୍ଲୀ: (CNO) ଭଞ୍ଜ ବିହାରୀ ମହାନ୍ତି - ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଖାଲିଥିବା ୧୯୦୦ ପଦବୀଗୁଡ଼ିକ ମଧ୍ୟରେ  ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍‌)ରହିଛି। ଏହି ସବୁ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧୦ନଭେମ୍ବର ଅର୍ଥାତ୍‌ ଆଗାମୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ। ଏଥିସହ ଆବେଦନର ଶେଷ ତାରିଖ ୧୦ଡିସେମ୍ବରରୁ ୧୪ ଡିସେମ୍ବର ଯାଏଁ ରହିଛି।

ବିଶେଷ କଥାଟି ହେଉଛି ଏହି ପଦବୀପାଇଁ ଖେଳରେ ପୁରସ୍କାର ପାଇଥିବା ଆବେଦନକାରୀ ମଧ୍ୟ ଏଥିରେ ସହଜରେ ଆବେଦନ କରିପାରିବେ।  ଆବେଦନକାରୀ http://dopsportsrecruitment.cept.gov.in ଓ୍ବେବସାଇଇଟ୍‌କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଥିରେ ଷ୍ଟେପ ବାଏ ଷ୍ଟେପ ଆବେଦନ ପ୍ରକ୍ରିୟା ରହିଛି। ଯାହାକୁ ଆବେଦନ କରିବା ପୂର୍ବରୁ ଆବେଦନକାରୀ ପ୍ରଥମେ ପଢ଼ିଦେବେ। ତା’ପରେ ଯାଇ ଉକ୍ତ ଫର୍ମକୁ ପୂରଣ କରିବେ। ଆବେଦନ ଶୁଳ୍କ ୧୦୦ଟଙ୍କା ରହିଛି।

ପୋଷ୍ଟ ଆସିଣ୍ଟାଣ୍ଡ: ପୋଷ୍ଟ ଆସିଣ୍ଟାଣ୍ଡ ପାଇଁ ୫୯୮ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ କରିଥିବା ସହିତ କମ୍ପ୍ୟୁଟର ଜ୍ଞାନ ବି ରହିଥିବା ଆବଶ୍ୟକ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ ମଧ୍ୟରେ ରହିଥିବ। ପାରିଶ୍ରମିକ ୨୫ହଜାରୁ 

ସର୍ଟିଂ ଆସିଣ୍ଟାଣ୍ଡ: ସର୍ଟିଂ ଆସିଣ୍ଟାଣ୍ଡ ପାଇଁ ୧୪୩ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଯେକୌଣସି ବିଷୟରେ ଗ୍ରାଜୁଏସନ ପାସ କରିଥିବା ସହିତ କମ୍ପ୍ୟୁଟର ଜ୍ଞାନ ବି ରହିଥିବା ଆବଶ୍ୟକ। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ ମଧ୍ୟରେ ରହିଥିବ। ପାରିଶ୍ରମିକ ୨୫ହଜାରୁ ୮୧ହଜାର ପର୍ଯ୍ୟନ୍ତ ରହିଛି।

ପୋଷ୍ଟମ୍ୟାନ: ପୋଷ୍ଟମ୍ୟାନ ପାଇଁ ୫୮୫ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଦ୍ବାଦଶଶ୍ରେଣୀ ପାସ କରିଥିବା ସହିତ ସ୍ଥାନୀୟ ଅଞ୍ଚଳର ଭାଷା ଜାଣିଥିବେ, କମ୍ପ୍ୟୁଟର ଜ୍ଞାନ ବି ରହିଥିବ ଓ ଦୁଇଚକିଆ ଗାଡ଼ିର ଲାଇସେନ୍ସ ରହିଥିବା ବି ଆବଶ୍ୟକ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ ମଧ୍ୟରେ ରହିଥିବ। ପାରିଶ୍ରମିକ ୨୧ହଜାରୁ ୬୯ହଜାର ପର୍ଯ୍ୟନ୍ତ ରହିଛି।

ପୋଷ୍ଟ ଗାର୍ଡ : ପୋଷ୍ଟ ଗାର୍ଡ ପାଇଁ ୩ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଦ୍ବାଦଶଶ୍ରେଣୀ ପାସ କରିଥିବା ସହିତ ସ୍ଥାନୀୟ ଅଞ୍ଚଳର ଭାଷା ଜାଣିଥିବେ, କମ୍ପ୍ୟୁଟର ଜ୍ଞାନ ବି ରହିଥିବ ଓ ଦୁଇଚକିଆ ଗାଡ଼ିର ଲାଇସେନ୍ସ ରହିଥିବା ବି ଆବଶ୍ୟକ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୭ବର୍ଷ ମଧ୍ୟରେ ରହିଥିବ। ପାରିଶ୍ରମିକ ୨୧ହଜାରୁ ୬୯ହଜାର ପର୍ଯ୍ୟନ୍ତ ରହିଛି।

ଏମଟିଏସ: ଏମଟିଏସ ପାଇଁ ୫୭୦ଟି ଖାଲିଥିବା ପଦବୀ ପୂରଣ ହେବ।  ଏଥିପାଇଁ ପ୍ରାର୍ଥୀ ଦଶମଶ୍ରେଣୀ ପାସ କରିଥିବା ବେଳେ ବୟସ ସୀମା ୧୮ରୁ ୨୫ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପାରିଶ୍ରମିକ ୧୮ହଜାରୁ ୫୬ହଜାର ପର୍ଯ୍ୟନ୍ତ ରହିଛି।

ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ

COASTAL NEWS ODIA 1408

ପଞ୍ଚମ ଶ୍ରେଣୀର  ଛାତ୍ରୀଙ୍କୁ ଦୁଷ୍କର୍ମ 




ନବରଙ୍ଗପୁର-(CNO) ଭଞ୍ଜ ବିହାରୀ ମହାନ୍ତି - ଝିଅ ଦେହ ଖରାପ ହେବାରୁ ରାତି ଅଧିଆ ମେଡ଼ିକାଲ୍‌ ନେଇଥିଲେ ପରିବାର ଲୋକ। ଚେକ୍‌ଅପ୍‌ ପରେ ଡାକ୍ତର କହିଲେ, ଝିଅକୁ ଦୁଷ୍କର୍ମ ହୋଇଛି! ଡାକ୍ତରଙ୍କଠାରୁ ଏଭଳି କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଦୁଇ ଜଣ ଶିକ୍ଷକଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।

କୁନ୍ଦେଇ ଥାନା ଅଞ୍ଚଳରେ ରହିଛି ଏକ ଆବାସିକ ବିଦ୍ୟାଳୟ। ସେହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି ନେତ(ଛଦ୍ମନାମ)। ସେ ପ୍ରତିଦିନ ସେ ଘରୁ ସ୍କୁଲକୁ ଯିବା ଆସିବା କରନ୍ତି। ସବୁଦିନ ପରି ବୁଧବାର ସେ ସ୍କୁଲ ଯାଇଥିଲେ। ଅପରାହ୍ନରେ ସେ ଘରକୁ ଫେରିବା ବେଳେ ଦୁଃଖରେ ଥିଲା ପରି ଲାଗୁଥିଲେ। ପରିବାର ଲୋକେ ସେଥିପ୍ରତି ବିଶେଷ ଧ୍ୟାନ ଦେଇନଥିଲେ।

ରାତିରେ ନେତ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏନେଇ କୁନ୍ଦେଇ ଥାନାକୁ ଖବର ଦେଇଥିଲେ। ସେପଟେ ପରିବାର ଲୋକ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ସ୍କୁଲର ଦୁଇ ଶିକ୍ଷକଙ୍କୁ ଉଠାଇ ଆଣିଛି ପୁଲିସ୍‌। ସେମାନଙ୍କୁ ଥାନାରେ ଅଟକ ରଖି ଘନଘନ ଜେରା କରୁଛି। ହେଲେ ଉଠାଇ ଆଣିଥିବା ଦୁଇ ଶିକ୍ଷକଙ୍କ ସମ୍ପର୍କରେ ପୁଲିସ୍‌ କୌଣସି ସୂଚନା ଦେଉନି। ସେପଟେ ଦୁଷ୍କର୍ମ ଅଭିଯୋଗ ନେଇ ମଧ୍ୟ ପୁଲିସ୍‌ ମୁହଁ ଖୋଲୁନଥିବା ଜଣାପଡ଼ିଛି।

ବିଶ୍ୱର ସବୁଠାରୁ ଅଧିକ ଜମି ରଖିଥିବା ପରିବାର

COASTAL NEWS ODIA 1407

ବିଶ୍ୱର ସବୁଠାରୁ ଅଧିକ ଜମି ରଖିଥିବା ପରିବାର 


 
ଲଣ୍ଡନ - (CNO) ଭଞ୍ଜ ବିହାରୀ ମହାନ୍ତି - ବାସ୍ତବରେ ବିଶ୍ୱର ସବୁଠାରୁ ଅଧିକ ଜମି ରଖିଥିବା ମାଲିକ କିଏ ? କୁହାଯାଏ କି ଏହି ପରିବାର ପାଖରେ ଅପର୍ଯ୍ୟାପ୍ତ ଜମି ରହିଛି । ତା ମଧ୍ୟରୁ ଗ୍ରାମୀଣ ଅଞ୍ଚଳର ଚାଷଜମି ଓ ଜଙ୍ଗଲ ମଧ୍ୟ ରହିଛି । ଏହାସହ ସହରରେ ଜମି, ଘର ଓ ବିଳାଶପୂର୍ଣ୍ଣ ମାର୍କେଟ କମ୍ପେ୍ଲକ୍ସ, ସମୁଦ୍ର ତଟ ମଧ୍ୟ ଏହି ରାଜ ପରିବାର ପାଖରେ ରହିଛି । ରାଜପରିବାରର ସମ୍ପତ୍ତି ଦେଖା ରଖା କରିବାକୁ ଏକ ସ୍ୱତନ୍ତ୍ର କମ୍ପାନୀ ମଧ୍ୟ ରହିଛି ।

ଏବେ ଆମେ ଆପଣଙ୍କ କହିବାକୁ ଯାଉଛୁ କି, ଏହି ପରିବାର ଏକ ରାଜ୍ ପରିବାର । ଗୋଟିଏ ସମୟରେ ଏହି ରାଜପରିବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଥିଲା । ଏବେ ବି ଅନେକ ଦେଶ ଏହି ପରିବାରକୁ ନିଜର ରାଜା ବୋଲି ମାନିଥାନ୍ତି । ଏହି ପରିବାର ବ୍ରିଟେନର ରାଜପରିବାର ଅଟେ । ଏହି ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ଅନ୍ୟ କେହି ନୁହେଁ ବରଂ ବ୍ରିଟେନର ରାଜା ଚାଲର୍ସ ତୃତୀୟ ଅଟନ୍ତି ।

କିଙ୍ଗ୍ ଚାଲର୍ସ ନିଜ ମା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି । ହେଲେ ବାସ୍ତବରେ ଏସବୁ ସମ୍ପତ୍ତିର ଘରୋଇ ମାଲିକ ରାଜ ପରିବାର ନୁହେଁ, ମାତ୍ର ଯେ ପର୍ଯ୍ୟନ୍ତ ରାଜା ରହିବେ ସେ ପର୍ଯ୍ୟନ୍ତ ଏସବୁ ସମ୍ପତ୍ତି ତାଙ୍କ ମାଲିକାନାରେ ରହିବ । ଅନ୍ତର୍ଜାତୀୟ ଟ୍ରେଡ୍ ୱେବସାଇଟର ସୂଚନା ମୁତାବକ ରାଜା ପରିବାର ପାଖରେ ସାରା ବିଶ୍ୱରେ ୬.୬ ଆରବ ଏକର ଜମି ରହିଛି ।

ଏସବୁ ଜମି ଗ୍ରେଟ୍ ବ୍ରିଟେନ, ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ , ବେଲସ୍, କାନାଡା ଭଳି ଅନେକ ଦେଶରେ ରହିଛି । ବିଶ୍ୱର ମୋଟ କ୍ଷେତ୍ରଫଳର ୧୬.୬ ପ୍ରତିଶତ ଜମି ଏହି ରାଜ ପରିବାର ପାଖରେ ରହିଛି । ‘ଦ କ୍ରାଉନ ଇଷ୍ଟେଟ୍’ ନାମରେ ଏକ ସଂସ୍ଥା ରହିଛି ଯେ କି, ଏହି ସମ୍ପତ୍ତିର ଦେଖାରଖା କରୁଛି । ବ୍ରିଟିଶ ରାଜପରିବାର ପାଖରେ ସିଧାସଳଖ ନିଜ ସମ୍ପତ୍ତି ୨୫ ହଜାର ଏକର ରହିଛି ।

ରାଜପରିବାର ପାଖରେ ଥିବା ମୋଟ ଜମିରୁ ୧୧୫,୦୦୦ ଏକର ଚାଷଜମି ରହିଛି । ଏହାସହ ରିଟେଲ ପ୍ରପର୍ଟି, ସମୁଦ୍ର ତଟ, ବଜାର, ଅଫିସ କମ୍ପେ୍ଲକ୍ସ ଭଳି ଜମି ରହିଛି ।


ଚରିତ୍ରକୁ ସନ୍ଦେହ; ୨୩୦କିମି ଯାଇ ପତ୍ନୀଙ୍କୁ ହତ୍ୟା

COASTAL NEWS ODIA 1406

ଚରିତ୍ରକୁ ସନ୍ଦେହ; ୨୩୦କିମି ଯାଇ ପତ୍ନୀଙ୍କୁ ହତ୍ୟା  
ବେଙ୍ଗାଲୁରୁ, ୮୧୧: (CNO) ପୁଅ ଜନ୍ମକୁ ମାତ୍ର ୧୧ ଦିନ ହୋଇଛି। ଏହା ସତ୍ତ୍ଵେ ଦୀର୍ଘ ୨୩୦ କିଲୋମିଟର ଯାଇ ପତ୍ନୀଙ୍କୁ ହତ୍ୟା କରିଛନ୍ତି କର୍ଣ୍ଣାଟକର ଜଣେ ପୁଲିସ କନ୍‌ଷ୍ଟେବଳ। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପୁଲିସ କର୍ମଚାରୀ ୨୩୦ କିଲୋମିଟର ଦୂର ଶ୍ୱଶୁର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ କୀଟନାଶକ ଖୁଆଇବା ପରେ ଓଢ଼ଣିରେ ଗଳା ଚିପି ହତ୍ୟା କରିଛନ୍ତି। 

ଏହା ପୂର୍ବରୁ ସେ ପତ୍ନୀଙ୍କୁ ରାତିକ ମଧ୍ୟରେ ୧୫୦ ଥର ଫୋନ୍ କରିଥିବା ଜଣାଯାଇଛି। ସୂଚନାନୁଯାୟୀ, କନ୍‌ଷ୍ଟେବଲ୍ କିଶୋର ଡି (୩୨) ପତ୍ନୀ ପ୍ରତିଭା (୨୪)ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ପ୍ରସବ ଯୋଗୁଁ ନିଜ ଘରେ ଥିବା ପ୍ରତିଭାଙ୍କୁ ସେ ରବିବାର ସନ୍ଧ୍ୟାରେ ଫୋନ୍‌ରେ ଗାଳିଗୁଲଜ୍ କରିଥିଲେ। ପ୍ରତିଭା କାନ୍ଦିବାରୁ ତାଙ୍କ ମା' ଫୋନ୍ ବନ୍ଦ କରିଦେଇଥିଲେ। ଏହା ସତ୍ତ୍ଵେ କିଶୋର ରବିବାର ରାତି ସାରା ତାଙ୍କୁ ଫୋନ୍ କରିଚାଲିଥିଲେ।


ସୋମବାର ସକାଳେ ଉତ୍ୟକ୍ତ କିଶୋର ନିଯୁକ୍ତି ସ୍ଥାନ କାମରାଜ ନଗରଠାରୁ ୨୩୦ କିମି ଦୂର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ଥିବା ଶ୍ଵଶୁର ଘରେ ପହଞ୍ଚିଥିଲେ।କାହା କାହା ସହିତ ସମ୍ପର୍କ ରଖୁଛନ୍ତି ପଚାରିଥିଲେ। ପରେ ପ୍ରତିଭା ପୁଅ ସହ ଘରେ ଏକା ଥିଲାବେଳେ ଘର ଭିତରୁ ବନ୍ଦ କରି ତାଙ୍କୁ ହତ୍ୟା କରିଥିଲେ । କିଛି ସମୟ ପରେ ଶାଶୁ କବାଟ ବନ୍ଦ ଥିବା ଦେଖ୍ ସନ୍ଦେହରେ ବାଡ଼େଇଥିଲେ ।


ଶ୍ବଶୁର ଘରେ ସେ ପତ୍ନୀଙ୍କ ଫୋନ୍‌ର କଲ୍ ଓ ବାର୍ତ୍ତାଗୁଡ଼ିକୁ ଯାଞ୍ଚ କରିବା ଦୀର୍ଘ ସମୟ ପରେ କିଶୋର କବାଟ ଖୋଲି ବିଚଳିତ ଭାବେ ପ୍ରତିଭାଙ୍କୁ ହତ୍ୟା କରିଥିବା କହିଥିଲେ ଓ ଘରୁ ତତ୍‌କ୍ଷଣାତ୍ ପଳାଇଥିଲେ । 

କିଶୋରଙ୍କୁ ହସ୍କୋଟ ପୁଲିସ ଗିରଫ କରିବା ପରେ ସେ ମଧ୍ୟ ବିଷ ଖାଇଥିବା ଜାଣି ଡାକ୍ତରଖାନାରେ ଭର୍ତ୍ତି କରିଛି । ସୂଚନାନୁଯାୟୀ, ପ୍ରତିଭା ଜଣେ ଡିଗ୍ରୀ ଇଞ୍ଜିନିୟର। ୨୦୨୨ ନଭେମ୍ବର ୧୩ରେ ତାଙ୍କର କିଶୋରଙ୍କ ସହ ବିବାହ ହୋଇଥିଲା । କିଶୋର ପୂର୍ବରୁ ପ୍ରତିଭାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ।

୨ ବର୍ଷ ଧରି ନିଷ୍କ୍ରିୟ ଥିବା ଜିମେଲ୍‌ ଆକାଉଣ୍ଟଗୁଡିକ ଗୁଗୁଲ ଦ୍ୱାରା ବନ୍ଦ ହୋଇଯିବ

COASTAL NEWS ODIA 1405

୨ ବର୍ଷ ଧରି ନିଷ୍କ୍ରିୟ ଥିବା ଜିମେଲ୍‌ ଆକାଉଣ୍ଟଗୁଡିକ ଗୁଗୁଲ ଦ୍ୱାରା ବନ୍ଦ ହୋଇଯିବ



ମୁମ୍ବ‌ାଇ: (CNO) ଭଞ୍ଜ ବିହାରୀ ମହାନ୍ତି - ଯଦି ଆପଣ ଜଣେ ଜିମେଲ୍‌ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କାରଣ ଗୁଗୁଲର ଜିମେଲ୍‌ କିିଛି ଆକାଉଣ୍ଟ୍‌କୁ ଡିଲିଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ଚଳିତବର୍ଷ ଡିସେମ୍ବର ପହିଲାରୁ ଏହି ସବୁ ଆକାଉଣ୍ଟ୍‌ ଡିଲିଟ୍‌ ହେବ ବୋଲି ଶୁଣିବାକୁ ମିଳୁଛି।

ଗୁଗୁଲର ନୀତି ଅନୁଯାୟୀ, ଏହି ଆକାଉଣ୍ଟଗୁଡିକୁ ଡିଲିଟ୍ କରାଯିବ। ଆକାଉଣ୍ଟ୍‌ ଡିଲିଟ୍‌ ହେବା ପରେ ଆପଣ ଗୁଗୁଲ୍ ଡକସ୍, କ୍ୟାଲେଣ୍ଡର ଏବଂ ଫଟୋ ଆଦିକୁ ଆଉ ଚଳାଇ ପାରିବେ ନାହିଁ।

୨ ବର୍ଷ ଧରି ନିଷ୍କ୍ରିୟ ଥିବା ଆକାଉଣ୍ଟଗୁଡିକ ଗୁଗୁଲ ଦ୍ୱାରା ବନ୍ଦ ହୋଇଯିବ ବୋଲି ସୂଚନାରୁ ଜାଣିବାକୁ ମିଳିଛି। ଅର୍ଥାତ୍ ସେହି ଆକାଉଣ୍ଟ୍‌ଗୁଡ଼ିକ, ଯାହା ଗତ ୨ ବର୍ଷ ହେବ ବ୍ୟବହୃତ ହେଉନାହିଁ ସେଗୁଡ଼ିକୁ କମ୍ପାନି ବନ୍ଦ କରିବାର ନିଷ୍ପତ୍ତି ନେଇଛି।

ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର ଗୁଗୁଲ୍ ଆକାଉଣ୍ଟରେ ଲଗ୍ ଇନ୍ କରିନାହାଁନ୍ତି, ତେବେ ଆପଣଙ୍କର ଆକାଉଣ୍ଟ୍‌ ବନ୍ଦ ହୋଇପାରେ। ଯଦି ଆପଣ କ୍ରମାଗତ ଭାବରେ ଜିମେଲ୍‌ ବ୍ୟବହାର କରୁଛନ୍ତି ବା ଜିମେଲ୍‌ର ଜଣେ ସକ୍ରିୟ ଉପଭୋକ୍ତା, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହିପରି ବ୍ୟକ୍ତିଙ୍କ ଆକାଉଣ୍ଟ୍‌ ଡିଲିଟ୍‌ ହେବ ନାହିଁ।

ଗୁଗୁଲ ନୀତି ଅନୁଯାୟୀ, ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସକ୍ରିୟ ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ ଗୁଗୁଲ୍ କହିଛି ଯେ ନିଷ୍କ୍ରିୟ ଏବଂ ପୁରୁଣା ଜିମେଲ୍‌ ବ୍ୟବହାରକାରୀମାନେ ହ୍ୟାକରଙ୍କ ପାଇଁ ଟାର୍ଗେଟ୍ ହେବା ଖୁବ୍ ସହଜ। ସେଥିପାଇଁ ଆକାଉଣ୍ଟ୍‌ ବନ୍ଦ କରି ଦିଆଯିବ।

ଯଦି ଆପଣ ଗତ ୨ ବର୍ଷ ହେବ ଆପଣଙ୍କର ଜିମେଲ୍‌ ବ୍ୟବହାର କରିନାହାଁନ୍ତି ଓ ଆପଣଙ୍କର ତଥ୍ୟ ଆକାଉଣ୍ଟ୍‌ରେ ଉପସ୍ଥିତ ଅଛି, ତେବେ ଆପଣ ଆଜି ହିଁ ଜିମେଲ୍‌ରୁ ନିଜ ତଥ୍ୟର ବ୍ୟାକ୍‌-ଅପ୍‌ ନେଇନିଅନ୍ତୁ।

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

COASTAL NEWS ODIA 1404

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ବଲାଙ୍ଗିର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।

ସୁଦର୍ଶନଙ୍କର ପୁରୀ ଜିଲ୍ଲାରେ ଥିବା ପୈତୃକ ଘର ସମେତ ୪ଟି ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ସେହିପରି ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସ ଓ ସୁଦର୍ଶନଙ୍କ ବଲାଙ୍ଗିର ଅଫିସ୍‌ରେ ରେଡ୍ କରାଯାଇଛି। ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭିଜିଲାନ୍ସର ୮ଜଣ ଡିଏସପି ଓ ୬ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ସୁଦର୍ଶନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଭିଜିଲାନ୍ସ ଆଜି ସୁଦର୍ଶନଙ୍କ ଘରେ ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ବିଶ୍ୱବନ୍ଧୁଙ୍କର ପୈତୃକ ଘର ସମେତ ଭଦ୍ରକର ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ଭୁବନେଶ୍ୱରର ମଧ୍ୟ ୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ଜଣେ କର୍ମଚାରୀକୁ ପରିବା ପରି କାଟି ପକାଇଛି ରୋବଟ୍

COASTAL NEWS ODIA 1403

ଜଣେ କର୍ମଚାରୀକୁ ପରିବା ପରି କାଟି ପକାଇଛି ରୋବଟ୍ 



ସାଉଥ କୋରିଆ - (CNO) ଭଞ୍ଜ ବିହାରୀ ମହାନ୍ତି - ଆଜିକାଲିର ଯୁଗ ହେଉଛି ବିଜ୍ଞାନର ଯୁଗ । ଜୀବନଧାରଣକୁ ସହଜ କରିବାକୁ ଦୈନଦିନ ଜୀବନରେ ରୋବଟର ବ୍ୟବହାର ବଢ଼ି ଯାଇଛି । ମାତ୍ର ରୋବଟର ଅତ୍ୟଧିକ ବ୍ୟବହାର ସାଜୁଛି ଘାତକ । ଏପରି ଏକ ଘଟଣା ସାଉଥ କୋରିଆରେ ଘଟିଛି।

ସାଉଥ କୋରିଆର ଏକ କମ୍ପାନୀରେ ପରିବା କଟା କାର୍ଯ୍ୟରେ ନିୟୋଜିତ ଏକ ରୋବଟ ଘଟାଇଛି ସାଂଘାତିକ କାଣ୍ଡ । ରୋବର୍ଟଟି ପରିବା ଓ ମଣିଷ ମଧ୍ୟରେ ପାର୍ଥକ୍ୟ ଜାଣି ପାରିନି । ଫଳରେ ଉକ୍ତ କମ୍ପାନୀର ଜଣେ କର୍ମଚାରୀକୁ ବି ସେ ପରିବା ପରି କାଟି ପକାଇଛି।

ମୃତକଜଣକ ସାଉଥକୋରିଆର ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ରୋବଟଟି ଉକ୍ତ କମ୍ପାନୀରେ ଥିବା ବେଳେ ମୁଖ୍ୟତଃ ସିମଲା ଲଙ୍କା କାଟିବା ତାହାର କାମ ଥିଲା।  

ରୋବଟରେ ସେନସର ଥିବା ବେଳେ ପରିବା ଝୁଡ଼ିକୁ କନଭେୟର ବେଲ୍ଟକୁ ନେଇ କାଟିବା ପାଇଁ ତାକୁ ପ୍ରୋଗ୍ରାମ କରାଯାଇଥିଲା। ରୋବଟର ସେନସରରେ ୨ ଦିନ ପୂର୍ବରୁ ତ୍ରୁଟି ବାହାରିଥିବା ବେଳେ ତାହାକୁ ସଜଡ଼ା ଯାଇଥିଲା। ମାତ୍ର ଏହା ପରେ ବି ରୋବଟଟି ପରିବା ବାକ୍ସ ଚିହ୍ନିବାରେ ଦ୍ୱନ୍ଦ୍ୱରେ ପଡ଼ିଥିଲା।

ଏହାପରେ ଉକ୍ତ କର୍ମଚାରୀଜଣକ ରୋବଟ ନିକଟକୁ ଯାଇଥିବା ବେଳେ ସେ ତାଙ୍କୁ ପରିବା ଝୁଡ଼ି ପରି ଭାବିଥିଲା। ଏହାପରେ ନିଜ ବାହୁରେ ସେହି ବ୍ୟକ୍ତିଙ୍କ ଉପର ଶରୀରକୁ କନଭେୟର ବେଲ୍ଟ ଆଡକୁ ଠେଲି ଦେଇ ତାଙ୍କ ମୁହଁ ଏବଂ ଛାତିକୁ ପରିବା ପରି କାଟି ପକାଇଥିଲା। ସେଠାରେ ଉପସ୍ଥିତ ଅନ୍ୟମାନେ  ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚଳିତ ବର୍ଷ ସାଉଥକୋରିଆରେ ଏହା ଦ୍ୱିତୀୟ ଘଟଣା। ପୂର୍ବରୁ ଗତ ମାର୍ଚ୍ଚରେ ସାଉଥକୋରିଆର ଏକ ଅଟୋ ମୋବାଇଲ କମ୍ପାନୀର ଜଣେ କର୍ମଚାରୀ ସେଠାରେ ନିୟୋଜିତ ଏକ ରୋବଟ ଆକ୍ରମଣରେ ଗୁରୁତର ହୋଇଥିଲେ।

ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

COASTAL NEWS ODIA 1442
ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ



ଭୁବନେଶ୍ୱର  : (CNO) ଭଞ୍ଜ ବିହାରୀ ମହାନ୍ତି - ଆଜିଠୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ । 

ମାଣ୍ଡିଆ ବା ମିଲେଟକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ବଡ଼ ପ୍ରୟାସ । ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଉଦ୍ୟମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ୨୦୨୩କୁ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ବର୍ଷ ଘୋଷଣା କରିଛି ଜାତିସଂଘ। ଜାତିସଂଘକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।

୨୦୧୭ରେ ଓଡ଼ିଶା ମିଲେଟ ମିଶନର ଶୁଭାରମ୍ଭ ହୋଇଥିଲା। ପ୍ରତି ଲୋକର ଖାଇବା ଥାଳିରେ ମିଲେଟ ପହଞ୍ଚାଇବା କାର୍ଯ୍ୟ କରୁଛୁ। ମିଲେଟ ଆମକୁ ଅନେକ ବିଶେଷ ସ୍ବାସ୍ଥ୍ୟଗତ ସୁବିଧା ପ୍ରଦାନ କରେ। ମିଲେଟ ଚାଷ ପରିବେଶ ଅନୁକୂଳ ଅଟେ। ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମିଲେଟ ଓ ମିଲେଟଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରାଯିବ। 

ମିଲେଟ ସମାଜରେ ତାର ଯୋଗ୍ୟ ସ୍ବୀକୃତି ଫେରିପାଇବା ଆଶା କରାଯାଉଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଏହାର ଆୟୋଜନ କରିଛି । ମାଣ୍ଡିଆ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ଜନ ସଚେତନତା ସୃଷ୍ଟି କରିବା ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।

ଏଥିରେ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୩୦୦ ପ୍ରତିନିଧି ଯୋଗଦେଇଛନ୍ତି । ଓଡ଼ିଶାରେ ମାଣ୍ଡିଆ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ ସାରା ଭାରତରେ ପ୍ରଥମ। ଗତବର୍ଷଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ ହଜାର ହେକ୍ଟରରେ ମାଣ୍ଡିଆ ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି। ଏହାକୁ ଅନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି ।

୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ

COASTAL NEWS ODIA 1401

୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ



ଯମୁନାନଗର - (CNO) ଭଞ୍ଜ ବିହାରୀ ମହାନ୍ତି - ହରିୟାଣାର ଯମୁନାନଗର ଜିଲ୍ଲାରେ ଗତ ୨ ଦିନରେ ବିଷାକ୍ତ ମଦ ପିଇ ଗଲାଣି ୬ ଜୀବନ । ମୃତକମାନେ ଯମୁନାନଗର ଜିଲ୍ଲାର ମଣ୍ଡେୱରୀ ଓ ପଞ୍ଜୋଟାର ମାଜରା ଗାଁର ବୋଲି ଜଣାଯାଇଛି।

ବିଷାକ୍ତ ମଦ ପିଇବା ପରେ ପ୍ରଥମେ ୬ ଜଣଙ୍କର ବାନ୍ତି ହୋଇଥିଲା। ଏହାର କିଛି ସମୟ ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମଦ ପିଇ ଗୁରୁତର ହୋଇ ପଡ଼ିଥିବା ୩ ଜଣଙ୍କୁ ତୁରନ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ବ୍ୟବଚ୍ଛେଦ ନ କରାଇ ପରିବାରବର୍ଗ ମୃତଦେହର ସତ୍କାର କରିଥିବା ଅଭିଯୋଗ ହୋଇଛି।

ଯମୁନାନଗର ଏସ୍‌ପି କହିଛନ୍ତି, ବୁଧବାର ଅପରାହ୍ନରେ ଆମେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ପାଇଲୁ। ବିଷାକ୍ତ ମଦ ପିଇ ଏପରି ହୋଇଥିବା ସୂଚନା ପାଇଲୁ। ମୃତକଙ୍କ ମଧ୍ୟରୁ ୩ ଜଣଙ୍କୁ ମଙ୍ଗଳବାର ଓ ୨ ଜଣଙ୍କର ବୁଧବାର ଅନ୍ତିମ ସଂସ୍କାର କରି ଦିଆଯାଇଛି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାଯାଇଛି ।

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର

COASTAL NEWS ODIA 1400

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର



 
ନୟାଗଡ଼,୯।୧୧ (CNO) ଭଞ୍ଜ ବିହାରୀ ମହାନ୍ତି - ଇଟାମାଟି ଥାନା ବାଉଁଶିଆପଡ଼ା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିବା ବେଳେ ବୁଧବାର ରାତିରେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ବଳାତ୍କାର କରିଛନ୍ତି। 

ଇଟାମାଟି ପୋଲିସ ଅଭିଯୋଗ ପାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ପୀଡିତା ଗୁରୁତର ଥିବା ସହ ଅତ୍ୟଧିକ ରକ୍ତସ୍ରାବ ହେଉଛି।

ଅଗମ୍ୟ ଅଞ୍ଚଳରେ ମେଡିକାଲ ଟିମ

COASTAL NEWS ODIA 1399

ଅଗମ୍ୟ ଅଞ୍ଚଳରେ ମେଡିକାଲ ଟିମ 



ସୋରଡା  : (CNO) ଭଞ୍ଜ ବିହାରୀ ମହାନ୍ତି - ହାତରେ ବାଡି, ପାଣି ବୋତଲ । କାନ୍ଧରେ ବ୍ୟାଗ୍ । ଧାଡି ଧାଡି ହୋଇ ଚଢି ଚାଲିଛନ୍ତି ପାହାଡ ଉପରକୁ । କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ । ଏମାନଙ୍କୁ ପାହାଡ ଚଢିବାକୁ ନିହାତୀ କଷ୍ଟ ଲାଗୁଥିବ ସତ କିନ୍ତୁ ପାହାଡ ଚଢିବା ପଛର କାରଣ କିନ୍ତୁ ଖୁବ୍ ବଡ ।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅଧିକାଂଶ ଜନବସତି ପାହାଡ ପର୍ବତ ଉପରେ । ବହୁ ବର୍ଷ ଧରି ଏହି ସ୍ଥାନରେ ଲୋକମାନେ ବସବାସ କରି ଆସୁଛନ୍ତି । ଏହି ବ୍ଲକର ଗୌଡଗୋଠ ପଞ୍ଚାୟତର ବହୁତ ଗୁଡିଏ ଗ୍ରାମ ପାହାଡ ଉପରେ ଅବସ୍ଥିତ । ସାରାପାଢି ,ଦୁଦୁବୁରି ,ଗୁଞ୍ଜୁଳି ,ହେପ୍ରେମା ,କୁଟୁମା ,ତୁହାର ଭଳି ଗ୍ରାମଗୁଡିକରେ ଗମନା ଗମନର ସୁବିଧା ନଥିବା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହେଉଛନ୍ତି । 

ବହୁ ଦିନ ବ୍ୟବଧାନରୁ ସେଠିକାର ଲୋକମାନେ ଗୌଡଗୋଠ ପଞ୍ଚାୟତକୁ ଆସିଥାନ୍ତି । ରୋଗ ବୈରାଗ ହେଲେ ଚେର ମୂଳ ସାହା ଭରସା । ଅଧିକ ଗୁରୁତର ହେଲେ ବହୁ କଷ୍ଟରେ ବୋହି ଆଣିବାକୁ ପଡିଥାଏ ।

ଏହି ଗ୍ରାମରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗୌଡଗୋଠ ମେଡିକାଲର ଡାକ୍ତର ପ୍ରେମାନନ୍ଦ ତ୍ରିପାଠୀ , ନର୍ସ ,ଟେକିନିସିଆନ ଓ ବଡଗଡର RBSKY ଟିମ ଦୀର୍ଘ ସାତ କିଲୋମିଟର ଦୁର୍ଗମ ଅଞ୍ଚଳ ତଥା ଦୁଇ ତିନୋଟି ପାହାଡ ଚଢି ପାଦରେ ଚାଲି ଚାଲି ସାରାପାଢୀରେ ଗତକାଲି ପହଞ୍ଚିଥିଲେ। ଏହି ଟିମରେ କିଛି ମହିଳା କର୍ମୀ ବି ରହିଥିଲେ । ସେମାନଙ୍କ ମନବୃତି ଥିଲା ପାହାଡ ଉପରେ ଥିବା ଲୋକଙ୍କ ସେବା କରିବା ।

ବହୁ ବାଧା ବିଘ୍ନ ସହି ସକାଳ ଆଠଟାରୁ ବାହାରି ସେହି ଗ୍ରାମରେ ପହଞ୍ଚିଥିଲେ । ଏହି ଡାକ୍ତର ଟିମ କୁ ଦେଖି ଲୋକଙ୍କ ମନରେ ଉତ୍ସାହ ନକହିଲେ ସରେ । କାରଣ ସେମାନଙ୍କ ପାଖରେ କେବେ ମେଡିକାଲ ଟିମ୍ ପହଞ୍ଚି ପାରି ନ ଥିଲା । ଗ୍ରାମରେ ମେଡିକାଲ ଟିମ୍ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଗର୍ଭବତୀ ମହିଳା ଛୋଟ ଶିଶୁ ମାନଙ୍କୁ ଚିକିତ୍ସା କରିବା ସହିତ ରକ୍ତ ,କଫ ଡାଇବେଟିସ ମେଲେରିଆ ପରୀକ୍ଷା କରିଥିଲେ ।

ସବୁ ଚିକିତ୍ସା ସାରିବା ପରେ ପୁଣି ସନ୍ଧ୍ୟାରେ ଗୌଡଗୋଠ ଫେରି ଆସିଥିଲେ । ରାସ୍ତାରେ ପଥର ,ଅଙ୍କା ବଙ୍କା ରାସ୍ତା ଓ ପାହାଡ ଚଢିବା ସେମାନଙ୍କ ପଖାରେ କଷ୍ଟ ଦାୟକ ଥିଲେ ମଧ୍ୟ ସେବା ମନବୃତି ସେମାନଙ୍କ ପାଇଁ ପରମ ଧର୍ମ ଥିଲା ।

ପାହାଡ ଚଢିବା ସମୟରେ କେବଳ ଖଣ୍ଡିଏ ବାଡି ସେମାନଙ୍କ ହାତରେ ଥିଲା । ବାକି ସେଠାରୁ ଯଦି ଟିକେ ପାଦ ଖସିକାନ୍ତା ତେବେ କଣ ହୋଇଥାନ୍ତି ତାହା ସେହି ଭଗବାନ ହିଁ ଜାଣିଥାନ୍ତେ । ଏପରି ସାହାସିକ ଓ ସେବା ମନବୃତି କାମ ପାଇ ଅଞ୍ଚଳ ବାସୀ ବହୁତ ପ୍ରଶଂସା କରୁଛନ୍ତି ଡାକ୍ତର ପ୍ରେମାନନ୍ଦ ଓ ତାଙ୍କ ଟିମକୁ । 



ଯଦି ଏପରି ସବୁ ମେଡିକାଲରେ ଏପରି ସୁବିଧା ଯୋଗାଇ ଦିଆଯାନ୍ତା ତାହାହେଲେ ରୋଗୀ ମାନଙ୍କୁ ହଟହଟା ହେବାକୁ ପଡନ୍ତା ନାହିଁ। ଏପଟେ ଲୋକଙ୍କ ଆଗ୍ରହ ଓ ସହାନୁଭୁତି ଦେଖି ପ୍ରତେକ ମାସରେ ଏପରି ସେବା ଯୋଗାଇବାକୁ କହିଛନ୍ତି ଡାକ୍ତର ପ୍ରେମାନନ୍ଦ ।

ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ଶୀର୍ଷରେ

COASTAL NEWS ODIA 1398

ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ଶୀର୍ଷରେ



ଲଣ୍ଡନ,୮।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ମଦ୍ୟପାନ ବିଷୟରେ ସବୁବେଳେ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ବାହାରକୁ ଆସୁଛି । ବେଳେବେଳେ ଏହା ନୂଆ ବର୍ଷ ଏବଂ ବେଳେବେଳେ ଏହା ଉତ୍ସବର ଋତୁରେ ହେଉଛି। ଲୋକମାନେ କୋଟି କୋଟି ଟଙ୍କା ମୂଲ୍ୟର ମଦ୍ୟପାନ କରିଥାନ୍ତି। ବର୍ତ୍ତମାନ ଏକ ରିପୋର୍ଟରୁ ଜଣାପଡିଛି ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ଶୀର୍ଷରେ ଅଛନ୍ତି। ସେମାନେ ଏତେ ମଦ୍ୟପାନ କାହିଁକି କରୁଛନ୍ତି ତାହା ଅସ୍ପଷ୍ଟ। ବ୍ରିଟେନରେ ଏହା ହେଉଛି ଯେତେବେଳେ କି ସେଠାରେ ଚିକିତ୍ସା ସୁବିଧା ବହୁତ କମ ରହିଛି।

ନ୍ୟୁଜ ସାଇଟ ଦି ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ ୩୩ଟି ଦେଶରେ ମଦ୍ୟପାନର ତୁଳନା କରିଛି। ରିପୋର୍ଟ ଅନୁଯାୟୀ, ମଦ୍ୟପାନ କ୍ଷେତ୍ରରେ ବ୍ରିଟିଶ ମହିଳାମାନେ ବିଶ୍ୱ ଚାର୍ଟରେ ଏକ ନମ୍ବର ସ୍ଥାନରେ ଅଛନ୍ତି। ପ୍ରକାଶ ଯେ, ଏଠାରେ ଥିବା ମହିଳାମାନେ ଏକା ଥରକେ ଅତି କମରେ ୬ପେଗ ପିଅନ୍ତି। ମାସରେ ୬ଥର ମଦ୍ୟାପନ କରୁଥିବା ମହିଳାଙ୍କ ସଂଖ୍ୟା ୨୬ ପ୍ରତିଶତ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୪୫ ପ୍ରତିଶତ ରହିଛି।

ଯଦି ମହିଳା ଏବଂ ପୁରୁଷ ମିଳିତ ହୁଅନ୍ତି, ସର୍ବାଧିକ ମଦ୍ୟପାନ କ୍ଷେତ୍ରରେ ଲକ୍ସେମବର୍ଗ, ରୋମାନିଆ ଏବଂ ଡେନମାର୍କ ପରେ ବ୍ରିଟେନ ତୃତୀୟ ସ୍ଥାନରେ ଥିଲା। ୟୁକେର ଆଲକୋହଲ ଚେଞ୍ଜର ମୁଖ୍ୟ କାର୍ଯ୍ୟର୍ନିବାହୀ ଡ. ରିଚାର୍ଡ ପାଇପର୍‌ କହିଛନ୍ତି ବ୍ରିଟେନରେ ମଦ୍ୟପାନ ଅତ୍ୟଧିକ କ୍ଷତି ଘଟାଏ। ବିଚାର ପାଇଁ ଏହା ଏକ ଗମ୍ଭୀର ପ୍ରସଙ୍ଗ। ସେ କହିଛନ୍ତି ସରକାର ଏ ବାବଦରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉଚିତ, ଯାହା ଦ୍ୱାରା ଲୋକମାନେ ମଦ୍ୟପାନର କ୍ଷତିରୁ ରକ୍ଷା ପାଇପାରିବେ।

ଓଇସିଡି ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଅନ୍ୟ ଦେଶ ତୁଳନାରେ ବ୍ରିଟେନର ଯୁବକମାନେ ଇ-ସିଗାରେଟର ଅଭ୍ୟାସ ଥିବାର ସମ୍ଭାବନା ଅଧିକ, ଯଦିଓ ଧୂମପାନ ହାର ହାରାହାରି ଠାରୁ କମ ରହିଛି। ବ୍ରିଟେନରେ କେବଳ ୧୨.୭ ପ୍ରତିଶତ ଲୋକ ଧୂମପାନ କରୁଛନ୍ତି। ରିପୋର୍ଟରେ କୁହାଯାଇଛି ୨୦ ଜଣ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୪.୯ ପ୍ରତିଶତ ନିୟମିତ ଭାବରେ ଇ-ସିଗାରେଟ ଧୂମପାନ କରନ୍ତି।

Wednesday, November 8, 2023

ରାୟଗଡାରୁ ଦୁଇଟି ବାଘ ଛାଲ ଜବତ

COASTAL NEWS ODIA 1397

ରାୟଗଡାରୁ ଦୁଇଟି ବାଘ ଛାଲ ଜବତ



ରାୟଗଡା - (CNO) ଭଞ୍ଜ ବିହାରୀ ମହାନ୍ତି - ଏସଟିଏଫକୁ ମିଳିଛି ପୁଣି ଏକ ବଡ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ରାୟଗଡାରୁ ଦୁଇଟି ବାଘ ଛାଲ ଜବତ କରିବା ସହ ୨ ଜଣକୁ ଗିରଫ କରିଛି। ମଙ୍ଗଳବାର ଗୁଇନ୍ଦା ସୂତ୍ରରୁ ଖବର ପାଇଲା ଯେ ରାୟଗଡାର ଚାନ୍ଦିଲି ଥାନା ଅଂଚଳରେ ବାଘ ଛାଲ ରାକେଟ ସକ୍ରିୟ ହୋଇଛି। ତୁରନ୍ତ ରାୟଗଡାରେ ଏସଟିଏଫ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

ଚାନ୍ଦିଲି ଥାନା ଅଂଚଳର ତାମ୍ପରବିଦୁନି ଛକ ନିକଟରେ ବାଘ ଛାଲର ବେପାର ଚାଲିଥିବା ବେଳେ ଏସଟିଏଫ ଟମି ମାଡିବସିଥିଲା। ଏହି ଘଟଣାରେ ଦୁଇ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଥିଲା। ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଅଂଚଳର ବିକ୍ରମ ମାଝି ଏବଂ ରାଜା ମାଝି। ଦୁଇ ଜଣକୁ ଗିରଫ କରିବା ପରେ ସେମାନଙ୍କ ଠାରୁ ବାଘ ଛାଲ ସହ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପ୍ରକାଶ ଥାଉକି ରାୟଗଡାରୁ ଗତ ଚାରି ମାସ ତଳେ ପୁଲିସ ତରଫରୁ ବାଘ ଛାଲ ଜବତ କରାଯାଇଥିଲା। ଜିଲ୍ଲାରେ କଲରାପତରିଆ ବାଘ ରହିଥିବା ବେଳେ ଶିକାରଙ୍କ ଲୋଲୁପ ଦୃଷ୍ଟି ଏବେ ଏମାନଙ୍କ ଉଉପରେ ପଡିଛି। ବନ ବିଭାଗର ଖାମଖିଆଲି ଏବଂ ଜଂଗଲି ଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉନଥିବାରୁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି। 

ଦୁଇ ଜଣ ଆସାମୀକୁ ଗିରଫ କରିବା ପରେ ୩୭୯,୪୧୧,୧୨୦(ବି) ଆପିସି ଧାରାରେ କେଶ ରୁଜୁ କରାଯାଇ ଆଜି ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜବତ କରାଯାଇଥିବା ବାଘ ଛାଲକୁ ଡେରାଡୁନର ଡବ୍ଲୁଆଇଆଇର ନିର୍ଦେଶଙ୍କ ନିକଟକୁ ତଦନ୍ତ ପାଇଁ ପଠାଯାଇଥିବା କୁହାଯାଇଛି।

ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି

COASTAL NEWS ODIA 1396

ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - ମହାଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଚାକିରି। ବନ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ରିସୋର୍ସ ସେଣ୍ଟର କୋଡିନେଟର(ବିଆର୍‌ସିସି) ଶ୍ୟାମ ସୁନ୍ଦର ପଧାନ। ଶ୍ୟାମସୁନ୍ଦର ଡ଼ଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

ଜାଲ୍‌ ବିଇଡ଼ି ସାର୍ଟିଫିକେଟ ପ୍ରଦାନ କରି ଶ୍ୟାମସୁନ୍ଦର ପଦୋନ୍ନତି ପାଇଥିଲେ। ଗତ ୨୦୧୧ ମସିହାରୁ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଭାବେ କାମ କରୁଛନ୍ତି। ସେ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା। ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ନେଇ ଖବର  ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ।

ସନ୍ଦେହ ଘେରରେ ଥିବା ବିଇଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଚିଠି କରିଥିଲେ। ଶ୍ୟାମସୁନ୍ଦରଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ ଆସିଥିଲା। ଦୁଇ ମାସ ତଳେ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଡ଼ିଇଓ। ଅଭିଯୋଗକୁ ଭିତ୍ତି କରି ଫେରାର ଥିବା ବିଆରସିସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁଷୁରା ଥାନା ପୁଲିସ।

ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ

COASTAL NEWS ODIA 1395

ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ 



ପାତ୍ରପୁର : (CNO) ଭଞ୍ଜ ବିହାରୀ ମହାନ୍ତି - ସାହସ ଥିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ଥାଏ। ଆଜି ଏଭଳି ଏକ ଘଟଣା  ପାତ୍ରପୁର ଚିକିଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ବାଇକ୍ ଆରୋହୀ ଅପହରଣ କରି ନେଇଥିବା ବେଳେ ନିଜର ସାହସ  ସହିତ ଉପସ୍ଥିତ ବୁଦ୍ଧି ବଳରେ ସେ ଅପହରଣକାରୀଙ୍କ କବଳରୁ  ଖସି ଆସି ଥିଲେ।

ଏହି ଘଟଣା ଘଟିଛି ଜରଡା ଥାନା ତଣ୍ଡିପୁର ଗ୍ରାମରେ । ଗ୍ରାମର ସନ୍ତୋଷ ବେହେରାଙ୍କ  ବାର ବର୍ଷର ଝିଅ ମନୀଷା ବେହେରା ୫ ଶ୍ରେଣୀରେ ପଢୁଛି । ସବୁଦିନ ଭଳି ଆଜି ସକାଳେ ଗ୍ରାମର ଜଣେ ଶିକ୍ଷକଙ୍କ ପାଖକୁ ଟିୟୁସନ୍ ପଢିବାକୁ ଯାଇଥିଲେ। ଏହି ସମୟରେ  ଗୋଟିଏ କୁକୁର ଭୁକି ତାଙ୍କୁ ଗୋଡେଇବା ଦେଖି ସେ  ଭୟଭୀତ ହୋଇ ନଦୀ ପଟକୁ ଦୌଡ଼ି ପଳାଇଥିଲେ। ଏହି ସମୟରେ ଦୁଇ ଜଣ ବାଇକ୍ ଆରୋହୀ ପହଞ୍ଚିବା ଦେଖି ସେ ଟିକିଏ ଭୟରୁ ନିସ୍ତାର ପାଇଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ତାଙ୍କର ଆଶା ମଉଳି ଯାଇ ଥିଲା। ଦୁଇ ବାଇକ୍ ଆରୋହୀ  ମନୀଷାକୁ  ଗାଡ଼ିରେ ବସାଇ ଘରେ ଛାଡି ଦେବେ କହିଥିଲେ। କିନ୍ତୁ ପରେ ଅନ୍ୟ ଦିଗରେ ପାତ୍ରପୁର ଆଡକୁ ଚାଲି  ଯାଇଥିଲେ। ଏହା ଦେଖି ସେ ଜୋରରେ କାନ୍ଦିବା ଦେଖି ତୁରନ୍ତ କାନ୍ଦ ବନ୍ଦ କର ନଚେତ ଛୁରୀରେ ଭୁଷି ହତ୍ୟା କରିବେ ବୋଲି ଧମକ ଦେଇ ଥିଲେ। ଏଥିରେ ମନୀଷା ଭୟଭୀତ ହୋଇ ପଡିବା  ବେଳେ ଉଭୟେ ପାତ୍ରପୁର ରାସ୍ତାର ଘଡେଇ ଗାଆଁ ମନ୍ଦିର ନିକଟରେ ଗାଡ଼ି ରଖି ନଳକୂଅରୁ ପାଣି ପିଇବାକୁ ଯାଇ ଥିଲେ। 

ଏହି ସମୟରେ ମନୀଷା ଧୈର୍ଯ୍ୟ ରଖି ବସ୍ତାନି ଧରି ରାସ୍ତା ପାର୍ଶ୍ବ ଧାନ ଖେତ ମଧ୍ୟକୁ ଚାଲି ଯାଇ ଜୋରରେ କାନ୍ଦିଥିଲେ । ମୁଖ୍ୟ ରାସ୍ତା ପାର୍ଶ୍ବରେ ତାଙ୍କର କାନ୍ଦ ଦେଖି  ଦୁଇ  ଅପହର୍ତ୍ତ। ତାକୁ ଛାଡି ଚାଲି ଯାଇଥିଲେ । ସେମାନେ ଚାଲିଯିବାର କିଛି କ୍ଷଣ  ମଧ୍ୟରେ, କାଦୁଆ ଧାନ ଖେତ ମଧ୍ୟରୁ ବାହାରି ନିକଟରେ ଥିବା ମନ୍ଦିର ମଧ୍ୟକୁ ଚାଲିଯାଇ କାନ୍ଦିଥିଲେ । ଏହି ସମୟରେ ତଣ୍ଡିପୁର ଗ୍ରାମ ନିକଟ ଗୋବିନ୍ଦରାଜପୁର ଗ୍ରାମର ସନାତନ ପାତ୍ର ସେହି ରାସ୍ତାରେ ସବୁ ଦିନ ପରି ଗାଡିଧରି ଯାଉଥିବା ବେଳେ ତାଙ୍କର ନଜର ଏହି ଝିଅ ଉପରେ ପଡିଥିଲା। ତୁରନ୍ତ ସେ ଗାଡ଼ି ଅଟକାଇ କାନ୍ଦୁ ଥିବା ଝିଅ ପାଖରେ ପହଞ୍ଚି ଘଟଣା ବୁଝିବା ସହିତ ତାକୁ ପାତ୍ରପୁର ନେଇ ଥିଲେ। 

ପାତ୍ରପୁର ପହଞ୍ଚିବା ପରେ ଘର ଲୋକଙ୍କୁ ଖବର ଦେବା ପରେ ତାଙ୍କ ଅଜା ଆସି ଝିଅକୁ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବହୁ ଲୋକ ତାଙ୍କ ପାଖରେ ପହଞ୍ଚିଥିଲେ। ଝିଅଟି ପରିବାର ଲୋକେଙ୍କ ସାନ୍ତ୍ବନା  ପରେ ସମସ୍ତ ନାଟକୀୟ ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା ଯାହାକୁ ଉପସ୍ଥିତ ଲୋକଙ୍କୁ ସ୍ତମ୍ଭିଭୂତ କରି ଦେଇଥିଲା। 

ଏହି ଭଳି ଘଟଣା ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଅପହର୍ତ୍ତା ତାଙ୍କ ଗ୍ରାମକୁ ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୋବାଇଲରେ ତାଙ୍କର ଫୋଟ ଦେଖି ମନୀଷା  ଚିହ୍ନି ପାରିଥିଲା । ମନୀଷାଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପରିବାର ଏହି ଘଟଣା ନେଇ ପୁଲିସକୁ ଜଣାଇନ୍ତି । ତେବେ କେଁଉ କାରଣରୁ ଏପରି ଜଣେ ଦଳିତ ନାବାଳିକାକୁ ଅପହରଣ ଉଦ୍ୟମ କରାଯାଇଛି ତାକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି ।

ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ

COASTAL NEWS ODIA 1394

ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ହେବ ବସ୍‌ ଧର୍ମଘଟ। ତା’ପୂର୍ବରୁ ଅର୍ଥାତ ନଭେମ୍ବର ୨୨ରୁ ବସ୍‌ ମାଲିକମାନେ ବିଧାନସଭା ସମ୍ମୁଖରେ ଧାରଣା ବସିବେ। ବସ ଧର୍ମଘଟ ନେଇ ଭବାନୀପାଟଣାରେ ବସିଥିବା ଘରୋଇ ବସ୍‌ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଏନେ ସୂଚନା ଦେଇଛନ୍ତି ବସ୍‌ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ।

ଆଜି କଲାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଅଲ୍‌ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ୩୦ ଜିଲ୍ଲା ସବୁ ବସ୍‌ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ସରକାର ଚଲାଉଥିବା ଲକ୍ଷ୍ମ ବସ୍‌ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛି ଘରୋଇ ବସ୍‌ ମାଲିକ ସଂଘ। ସଂଘର ଦାବି, ରାଜ୍ୟ ସରକାର ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଲକ୍ଷ୍ମ ବସ୍‌ ଚଲାନ୍ତି। କିନ୍ତୁ ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚଲାନ୍ତୁ ନାହିଁ ବୋଲି ସଂଘ ଦାବି କରିଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଯେଉଁଥିପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ସଂଘ। ତା’ ପୂର୍ବରୁ ନଭେମ୍ବର ୨୨ ତାରିଖରୁ ବିଧାନସଭା ଆଗରେ ବସ୍‌ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ। ରାଜ୍ୟ ସରକାର ନ ଶୁଣିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୨ ତାରିଖରୁ ୩୦ ଡିସେମ୍ବର ଯାଏଁ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ସରକାର ନ ଶୁଣିଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ସାରା ରଜ୍ୟରେ ବସ ଧର୍ମଘଟ କରାଯିବ। ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହିତ ବହୁବାର ଆଲୋଚନା କରିଛୁ। ମାତ୍ର ସବୁଥିରେ ବିଫଳ ହୋଇଛି। ଏବେ ମଧ୍ୟ ସମୟ ଅଛି। ରାଜ୍ୟ ସରକାର ଚାହିଁଲେ ବସ୍‌ ଧର୍ମଘଟକୁ ଏଡାଇ ଦିଆଯାଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...

COASTAL NEWS ODIA 1393

କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...



ବଲାଙ୍ଗୀର - (CNO) ଭଞ୍ଜ ବିହାରୀ ମହାନ୍ତି - କଲେଜରେ ଦିନରେ ଚାଲେ ପାଠ ପଢ଼ା, ରାତିରେ ଦେହବେପାର...। ଆଉ ଦେହ ବେପାର କାର୍ଯ୍ୟରେ ନିୟୋଜିତ ଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଛନ୍ତି।

ବଲାଙ୍ଗିର ପାଟଣାଗଡ଼ ଥାନା ଅଞ୍ଚଳରେ ରହିଛି ଏକ କଲେଜ। ସେହି ଶିକ୍ଷାର ମନ୍ଦିରରେ ଦିନ ବେଳା ବିଦ୍ୟାଦାତ୍ରୀଙ୍କୁ ଆରାଧନା କରୁଛନ୍ତି ଛାତ୍ରଛାତ୍ରୀ। ହେଲେ ରାତିରେ ସେଠାରେ କାମସୂତ୍ରର ପାଠ ପଢ଼ାଉଛନ୍ତି ରାତ୍ର ଜଗୁଆଳୀ। ସଞ୍ଜ ନଇଁଲେ ସ୍କୁଲରେ ଜମୁଥିଲା ଭିଡ଼। ରାତି ଯେତେ ବଢ଼ୁଥିଲା, ସ୍କୁଲର ପରିବେଶ ସେତେ ଉଷ୍ମ ହେଉଥିଲା। ଚାଲୁଥିଲା ସେକ୍ସକାରବାର। ପର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ ସୁନ୍ଦର ସୁନ୍ଦର ଯୁବତୀ। ରାତି ସାରା ଏମିତି ଚାଲୁଥିବା ଅଭିଯୋଗ ହେଉଛି। ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ଏ ସବୁ କାରବାର ହେଉଥିବା ଅଭିଯୋଗ ହୋଇଛି।

କଲେଜରେ ସେକ୍ସ ରାକେଟ ଚାଲିଥିବା ସମ୍ପର୍କରେ ଖବର ପାଇ ରବିବାର ରାତିରେ ପାଟଣାଗଡ଼ ଥାନା ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉ ସମ୍ପର୍କରେ ଖବର ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏହି ମାମଲାରେ ପୁଲିସ୍‌ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍‌ ଜବତ କରିଛି।

ତେବେ କେତେଦିନ ଧରି କଲେଜରେ ସେକ୍ସ କାରବାର ଚଳିଥିଲା, ତାହା ଜଣାପଡ଼ି ନାହିଁ। ଏଥିସହ ଜବତ ହୋଇଥିବା ବାଇକ୍‌ କାହାର ତାହା ମଧ୍ୟ ଜଣାପଡ଼ି ନାହିଁ। ଏପରିକି ସେମାନଙ୍କ ନାଁ ସାର୍ବଜନୀନ କରୁନି ପୁଲିସ୍‌। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ

COASTAL NEWS ODIA 1392

ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। 

ଇସ୍ତଫା ଦେବା ପରେ ରଜନୀକାନ୍ତ ସିଂହ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି। ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି। ସାମ୍ବିଧାନିକ ପଦରେ ଥିବାରୁ ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶି ପାରୁ ନଥିଲି। ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବା ପାଇଁ ଇସ୍ତଫା ଦେଇଛି। ଏହା ହଠାତ୍‌ ନିଷ୍ପତ୍ତି ନୁହେଁ। ବହୁ ଦିନର ନିଷ୍ପତ୍ତି ଥିଲା।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ଦଳର ସ୍ଥିତି ଖରାପ ହେଉଥିବାରୁ ଶ୍ରୀ ସିଂହଙ୍କୁ ଉପବାଚସ୍ପତି ପଦ ଛାଡ଼ି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ କଥା ବୁଝିବାକୁ କୁହାଯାଇଛି। ଉପବାଚସ୍ପତି ପଦରେ ଥିବାରୁ ସେ ଦଳୀୟ ସାଂଗଠନିକ କାର୍ଯ୍ୟ କରିବା ସମ୍ଭବପର ହେଉ ନଥିଲା । ଅନୁଗୁଳ ବିଧାନସଭା ଆସନରୁ କ୍ରମାଗତ ୪ଥର ଜିତିଥିବା ଶ୍ରୀ ସିଂହ ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି କରାଯାଇଥିଲା। ସେ ଏହି ସାମ୍ବିଧାନିକ ପଦରେ ଥିବାରୁ ସାଂଗଠନିକ କାର୍ଯ୍ୟ ସମ୍ଭବପର ହୋଇପାରୁନଥିଲା, ଯାହାର ପ୍ରଭାବ ପଂଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠୁ ରଜନୀକାନ୍ତଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ୁଛି। ୨୦୧୯ରେ ମାତ୍ର ୮୮୨୩ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଏହି ଦୁଇ ସଂସଦୀୟ କ୍ଷେତ୍ରର ରାଜନୀତି ଉପରେ ଅନୁଗୁଳର ପ୍ରଭାବ ଥିବାରୁ ବିଜେଡି ନିଜର ପୁରୁଖା ନେତା ରଜନୀକାନ୍ତ ସିଂହଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଚାହିଁଛି । ଅନୁଗୁଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି ।

ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ

COASTAL NEWS ODIA 1391

ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ

 

 
ଭୋପାଳ,୮।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିସ ଷ୍ଟେଶନରେ ଥିବା ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି। ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ! ପ୍ରକୃତରେ ପୋଲିସ ପ୍ଲାଷ୍ଟିକ ବୋତଲରେ ପ୍ୟାକ ହୋଇଥିବା ବେଆଇନ ମଦ ଜବତ କରି ବୋତଲଗୁଡ଼ିକୁ ଷ୍ଟୋର ରୁମରେ ରଖିଥିଲା।

ତେବେ ଜବତ ମଦକୁ କୋର୍ଟରେ ଉପସ୍ଥାପନ କରିବାର ସମୟ ଆସିବାରୁ ପୋଲିସ ଜାଣିବାକୁ ପାଇଥିଲା ଅତି କମରେ ୬୦ ଟି ବୋତଲ ଖାଲି ଅଛି। ପୋଲିସ ନିଷ୍ପତ୍ତି ନେଇଛି ଏହି ମଦ ବୋତଲଗୁଡିକ ମୂଷା ଦ୍ୱାରା ଖାଲି କରାଯାଇଛି! ପୋଲିସ କହିଛି ପୋଲିସ ଷ୍ଟେଶନ ବିଲଡିଂ ବହୁତ ପୁରୁଣା ଏବଂ ମୂଷାମାନେ ଏଠାରେ ବୁଲୁଥିବା ଦେଖାଯାଏ, ଏପରିକି ରେକର୍ଡ ବୁକ୍‌କୁ କାଟି ନଷ୍ଟ କରିଦେଉଛନ୍ତି। ଏହା ପରେ ଚିନ୍ତିତ ପୋଲିସ ମାଲଖାନାରେ ମୂଷା ଧରିବା ପାଇଁ ଯନ୍ତା ଲଗାଇଥିଲା, କିଛି ମୂଷା ମଧ୍ୟ ଧରାପଡିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି।

ପୋଲିସ ଅଭିଯୁକ୍ତ ମୂଷାମାନଙ୍କ ମଧ୍ୟରୁ ଗୋଟିଏକୁ ବର୍ତ୍ତମାନ ପ୍ରମାଣ ରୂପେ କୋର୍ଟରେ ହାଜର କରିବ। ତେବେ ଏହି ମଦ ପାର୍ଟିରେ କେତେ ମୂଷା ସମ୍ପୃକ୍ତ ଥିଲେ ପୋଲିସ ଏପର୍ଯ୍ୟନ୍ତ ତାହା ନିଶ୍ଚିତ କରି ନାହିଁ! ଏଥି ସହ ଜବତ ହୋଇଥିବା ମଦ ବୋତଲ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଜବତ ମଦ ବର୍ତ୍ତମାନ କୋର୍ଟରେ ଉପସ୍ଥାପିତ ହେବାକୁ ଥିବାରୁ ପୋଲିସ ବର୍ତ୍ତମାନ ପରିସ୍ଥିତିକୁ ବୁଝାଇବା ପାଇଁ ଏକ ଉପାୟ ଖୋଜିବାକୁ ଚେଷ୍ଟା କରୁଛି।

ବାସ୍ତବରେ ଏହା ପ୍ରଥମ ଘଟଣା ନୁହେଁ ପୋଲିସ ଷ୍ଟେଶନରେ ମୂଷା ମଦ୍ୟପାନ କରୁଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଯେତେବେଳେ ପୋଲିସ ଶାଜାପୁର ଜିଲା କୋର୍ଟରେ ଏଭଳି ଘଟଣା ବିଷୟରେ ବର୍ଣ୍ଣନା କରିଥିଲା, ସେତେବେଳେ ଜଜ ଏବଂ କୋର୍ଟର ସମସ୍ତ କର୍ମଚାରୀ ହସିଥିଲେ। ଏଥି ସହିତ ଉତ୍ତରପ୍ରଦେଶ ମଧ୍ୟ ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ପଛରେ ନାହିଁ। ୨୦୧୮ ମସିହାରେ, ବରେଲିରେ ଥିବା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେଶନର ଗୋଦାମରେ ରଖାଯାଇଥିବା ୧,୦୦୦ ଲିଟରରୁ ଅଧିକ ଜବତ ମଦ ନିଖୋଜ ହୋଇଯାଇଥିଲା, ଯାହାକୁ ସ୍ଥାନୀୟ ପୋଲିସ ଏହାକୁ ମୂଷା ପିଇ ଦେଇଥିବା କହି ସେମାନଙ୍କ ଉପରେ ଦୋଷ ଲଦି ଥିଲେ।

ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ

COASTAL NEWS ODIA 1390

ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ



ବେତନଟୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ । ସାମାନ୍ୟ ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାସହିତ ଚାଲିଗଲା ଯୁବକଙ୍କ ଜୀବନ । ଏଭଳିଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗାଁରେ l

ମୃତକ ହେଲେ ଶିରୀଶଚନ୍ଦ୍ର ମହାନାୟକ । ବୟସ ୪୨ ବର୍ଷ । ସୂଚନା ଅନୁସାରେ ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ। ସେଠାରେ ଚ୍ୟାଲେଞ୍ଜରେ ଥରକେ ଚାରିଗୋଟି ଗୁଲୁଗୁଲା ଓ ଗୋଟିଏ ମାଲପୁଆ ଏକସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିଲେ । ଏହି ସମୟରେ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା।
ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ। ତେବେ ପାଣି ନାକ ପଟୁ ବାହାରି ଆସିଥିବା ବେଳେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ବାରିପଦା ଡାକ୍ତରଖାନା ଦିଆଯାଇଥିଲା ।
ତେବେ ଡାକ୍ତର ଶିରୀଶଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାରଲୋକଙ୍କ ଏତଲା ପରେ ବଡଜାମବଣି ଫାଣ୍ଡି ଅଧିକାରୀ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...