AFFILIATE MARKETING

https://binomo.com?a=90810425bb57&t=0

Wednesday, November 8, 2023

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା

COASTAL NEWS ODIA 1389

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା



ଜଗତସିଂହପୁର  : (CNO) ଭଞ୍ଜ ବିହାରୀ ମହାନ୍ତି - ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ। ମୃତକ ହେଲେ ବିନୋଦ ଦାସ। ଅଭିଯୁକ୍ତ ସୁବାସ ବିଶ୍ୱାଳକୁ ତିର୍ତ୍ତୋଲ ଥାନାରେ ଅଟକ ରଖାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବିନୋଦ ସକାଳୁ କ୍ଷୀର ନେଇ ଯିବାବେଳେ ସୁବାସ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲା । ପ୍ରବଳ ରକ୍ତସ୍ରାବ ହେତୁ ଛଟପଟ ହୋଇ ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

COASTAL NEWS ODIA 1388

ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ



ଭୁବନେଶ୍ବର  : (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି। ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। 

ଭୁବନେଶ୍ୱରର ଅଫିସ ସମେତ ୪ଟି ସ୍ଥାନରେ ଚଢ଼ଉ ହୋଇଛି। VSS ନଗରରେ ୨ଟି ଓ ରୁଦ୍ରପୁରରେ ଥିବା ଘର, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଛି ।

Smoking Baby.

COASTAL NEWS ODIA 1387

Smoking Baby.



ଜାକର୍ତ୍ତା - (CNO) ଭଞ୍ଜ ବିହାରୀ ମହାନ୍ତି - Smoking Baby... ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? 

ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଛୁଆମାନେ ଯେଉଁ ବୟସରେ ଦୁଗ୍ଧ ପିଇଥାନ୍ତି, ସେହି ସମୟରେ ଇଣ୍ଡୋନେସିଆ ସୁମାତ୍ରାରେ ରହୁଥିବା ଆର୍ଡି ରିଜଲ୍‌ ଦିନକୁ ୪୦ଟି ସିଗାରେଟ ପିଉଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ତାଙ୍କ ହାତରେ ସିଗାରେଟ ରହୁଥିଲା। ସେ ଯେତେବେଳେ ୧୮ ମାସର ହୋଇଥିଲେ, ସେବେଠାରୁ ତାଙ୍କୁ ସିଗାରେଟ୍‌ର ଅଭ୍ୟାସ ହୋଇଯାଇଥିଲା। 

ଏହା ପ୍ରକୃତରେ ତାଙ୍କ ମା’ବାପାଙ୍କ ଭୁଲ। ସେମାନେ ଛୋଟବେଳୁ ମଜା ମଜାରେ ତାଙ୍କ ଛୁଆକୁ ସିଗାରେଟ ପିଇବାକୁ ଦେଇଥିଲେ। ଏହାପରେ ସେମାନେ ବହୁ ବାର କରିବା ପରେ ଛୁଆର ସିଗାରେଟ ପିଇବା ଅଭ୍ୟାସ ହୋଇଯାଇଥିଲା। ତାଙ୍କ ମା’ଙ୍କ କହିବା କଥା, ସେ ସିଗାରେଟ ବଦଳରେ ଖେଳଣା ପାଇଁ ଜିଦ୍‌ କରୁଥିଲା। ଅଧିକ ଜିଦ୍‌ କରିବାରୁ ସେ ବାଧ୍ୟ ହୋଇ ରିଜଲ୍‌ଙ୍କୁ ସିଗାରେଟ ଧରେଇ ଦିଅନ୍ତି। ଆଉ ମଧ୍ୟ ସେ ସିଗାରେଟ ନ ପିଇଲେ ବହୁତ ଚିଡିଚିଡ଼ା ହୋଇଯାଇଥିଲା। ତାଙ୍କ ଭୋକ ବହୁତ ବଢିଯାଇଥିଲା। ଇଣ୍ଡୋନେସିଆର ବାଳ ବିକାଶ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ କଲା ଏବଂ ୨୦୧୭ ବେଳକୁ ରିଜଲ୍‌ ସମ୍ପୂର୍ଣ୍ଣ ସିଗାରେଟ୍‌ ଛାଡ଼ି ଦେଇଥିଲେ।

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ

COASTAL NEWS ODIA 1386

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ


 

ବେଜିଂ: (CNO) ଭଞ୍ଜ ବିହାରୀ ମହାନ୍ତି - ଚାଇନାରେ ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ। କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି। ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳିଛି। 

ତେବେ ଏପରି ଜଣେ ଯୁବତୀ, ଯିଏ କି ତାଙ୍କ ଓଜନର ଦୁଇଗୁଣା ଏକ ଜୀବକୁ ମାରି ଖାଉଥିବା ଜଣାପଡ଼ିଛି। ନିଜକୁ ଫୁଡ୍‌ ବ୍ଲଗର କହୁଥିବା ଜଣେ ମହିଳା ନିକଟରେ ୯୦ କେଜି ଓଜନର କୁମ୍ଭୀରକୁ ମାରି ଖାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କର ଏହି ଭିଡିଓ ଚାଇନାରେ ପୂରା ବିବାଦର କାରଣ ହୋଇଛି। କାରଣ ଏଠାରେ କୁମ୍ଭୀରକୁ ବିନା ଲାଇସେନ୍ସରେ କେହି ଏମିତି ଖାଇପାରିବେନି। 

ଚୁ ନିଆଙ୍ଗ ସିଆଓ ହେ ନାମ୍ନୀ ଜଣେ ମହିଳା ସବୁବେଳେ ଖାଦ୍ୟପେୟର ଭିଡିଓ କରିଥାନ୍ତି। ତାଙ୍କର ଟିକ୍‌ଟକ୍‌ରେ ବହୁତ ଫଲୋୟର୍ସ ଅଛନ୍ତି। ସେ ସେଥିରେ ଘରେ ଏକ କୁମ୍ଭୀରକୁ ମାରି ତା’ର ପ୍ରସ୍ତୁତି ପ୍ରଣାଳୀ ଲୋକଙ୍କ ସହିତ ଶେୟାର କରିଛନ୍ତି। ଭିଡିଓରେ ସେ କୁମ୍ଭୀରର ମୁହଁ ବାନ୍ଧି ମାରିସାରିଲା ପରେ କାଟି ତାକୁ ରୋଷେଇ କରିଥିଲେ। ଏପରି ଭିଡିଓ ପାଇଁ ଏବେ ଉକ୍ତ ଯୁବତୀଙ୍କୁ ସୋସିଆଲ ମିଡିଆରେ ବ୍ୟାନ କରିବାକୁ ଦାବି ହେଉଛି। 

ଯୁବତୀ ତାଙ୍କ ଉତ୍ତରରେ କହିଛନ୍ତି, ଏହି କୁମ୍ଭୀରକୁ କୃତ୍ରିମ ଉପାୟରେ ପାଳନ କରାଯାଇଛି। ଏହାର ଜୀବନ ସେମିତିରେ ହିଁ ଯାଇଥାନ୍ତା। ସେଥିପାଇଁ ସେ ଏହି ଭିଡିଓ କରିବାକୁ ତାକୁ ମାରିଥିବା କହିଛନ୍ତି। ତେବେ ଏହା ସେଠାରେ ବେଆଇନ ହୋଇଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର

COASTAL NEWS ODIA 1385

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର



ମୟୁରଭଞ୍ଜ - (CNO) ଭଞ୍ଜ ବିହାରୀ ମହାନ୍ତି - କଳା ସଂସ୍କୃତି ହେଉ କି ଖାଦ୍ୟପେୟ ବା ହେଉ ପର୍ବ ପର୍ବାଣୀ ମୟୁରଭଞ୍ଜରେ ସବୁକିଛି ନିଆରା । ସେଭଳି ଅନେକ ନିଆରାପଣ ନେଇ ଆୟୋଜିତ ହେଉଛି ମୟୁରଭଞ୍ଜ ମହୋତ୍ସବ । ୧୦ ଦିନର ଏହି ମହୋତ୍ସବରେ ସୋମବାର ୫ମ ସନ୍ଧ୍ୟାରେ ମଞ୍ଚରେ ଅନୁଷ୍ଠିତ ହୋଇଛି ଏକ ସତସତିକା ବାହାଘର । ସେ ପୁଣି ଆଦିବାସୀ ସମ୍ପ୍ରଦାୟର ବାହାଘର । ଏଇ ବାହାଘରର ଦୃଶ୍ୟ ଯେତିକି ସୁନ୍ଦର ସେତିକି ରୋମାଞ୍ଚକର ମଧ୍ୟ ଥିଲା । ମୟୂରଭଞ୍ଜ ମହୋତ୍ସବ-୨୦୨୩ ର ମଞ୍ଚ ସାଜିଥିଲା କନିଆଙ୍କ ବିବାହ ବେଦୀ । 

ଏଭଳି ଏକ ମୁହୁର୍ତ୍ତକୁ ହାତଛଡା ନକରି ଦର୍ଶକଙ୍କ ସର୍ବସମ୍ମୁଖରେ ଯେଉଁଠି କନ୍ୟା ପକ୍ଷ ବର ଓ ବରଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । 

ପାରମ୍ପାରିକ ବାଜାବାଣ ନାଚଗୀତ ମଧ୍ୟରେ ଭାଇ କାନ୍ଧରେ ବସି ବର ପହଞ୍ଚିଥିଲେ ମଞ୍ଚ ନିକଟରେ । ମହୋତ୍ସବର ପଞ୍ଚମ ସଂନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଗଲେ କୁଳିଅଣା ବ୍ଲକ ମୁଣ୍ଢାକଟା ଗାଁର ବର ରାଜେନ ମୁର୍ମୁ ଓ ଶୁଳିଆପଦା ବ୍ଲକ ବାଘଡା ଗାଁର କନିଆଁ ଗୋଲାପୀ ମୁର୍ମୁ ।  
ଓଡିଆ ଘରର ବାହାଘର ତ ଆମେ ସମସ୍ତେ ଦେଖିଛୁ । ହେଲେ ମୟୁରଭଞ୍ଜର ଆଦିବାସୀ ଘର ବାହାଘର କେମିତି ହୁଏ ତାହା ଆମେ ବା କେମିତି ଜାଣିବୁ । ତେଣୁ ସେଇ ଅଜଣା ପରମ୍ପରା ସହିତ ସମସ୍ତଙ୍କ ପରିଚୟ କରାଇବା ଉଦ୍ଧେଶ୍ୟରେ ଏଭଳି ଏକ ନିଆରା ଅନୁଷ୍ଠାନକୁ ଆୟୋଜିତ କରାଯାଇଛି ବୋଲି କହିଛନ୍ତି ମୟୁରଭଞ୍ଜ ମହୋତ୍ସବର ଜଣେ ଆଦିବାସୀ କର୍ମକର୍ତ୍ତା । 

ତେବେ ଆଜିର ଆଧୁନିକ ଦୁନିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ବାହାଘରକୁ ସ୍ମରଣୀୟ କରିବାକୁ ଚାହୁଁଥିବା ବେଳେ, ବରଯାତ୍ରୀଙ୍କ ପାଇଁ ମଦ, ମାସଂ, ବାଣ, ଡିଜେ ଆଦିର ପ୍ରୟୋଜନ ହୋଇଥାଏ । ହେଲେ ଏକ ଅଭିନୟ ମଞ୍ଚରେ ସତସତିକା ବିବାହ ବେଦୀରେ ଦର୍ଶକଙ୍କୁ ସାଖୀ ରଖି ଜୀବନସାଥିର ହାତଧରିବା ଯେତିକି କୌତୁହଳ ସେତିକି ଆନନ୍ଦ ଦାୟକ ବୋଲି ମତ ସୃଷ୍ଟି କରିଛି । 

ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ତଥ୍ୟ ଯୋଗାଡ଼ କରୁଛି ପୁଲିସ

COASTAL NEWS ODIA 1384

ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ  ତଥ୍ୟ ଯୋଗାଡ଼ କରୁଛି ପୁଲିସ



ଭୁବନେଶ୍ବର: (CNO) ଭଞ୍ଜ ବିହାରୀ ମହାନ୍ତି - ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ତଥା ଦୁର୍ବ୍ୟବହାର କରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ପୁଲିସ ତଥ୍ୟ ଯୋଗାଡ଼ କରୁଛି। କେଉଁ କେଉଁ ଥାନାରେ ଟୁଟୁଙ୍କ ବିରୋଧରେ ମାମଲା ରହିଛି, ରାଜ୍ୟ ବାହାରେ କିଛି ମାମଲା ଅଛିକି, ଏ ସମସ୍ତ ଦିଗକୁ ନେଇ ପୁଲିସ ଖୋଳତାଢ଼ ଆରମ୍ଭ କରିଥିବା ବେଳେ ମୁମ୍ବାଇର ଥାନେ ପୁଲିସ ଷ୍ଟେସନରେ ଟୁଟୁଙ୍କ ବିରୋଧରେ ରୁଜୁହୋଇଥିବା ଏକ ମାମଲା ପୁଲିସ ହାତରେ ଲାଗିଛି।

ଟୁଟୁଙ୍କ ବିରୋଧରେ ମୁମ୍ବାଇରେ ଏବେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ସଂଗିନ ଅଭିଯୋଗ ଆଣିଥିଲେ। ପ୍ରକୃତିଙ୍କ ଅଭିଯୋଗ ଆଧାରରେ ଥାନେ ପୁଲିସ ମାମଲା ରୁଜୁ କରିଥିଲା। ଏହାଛଡ଼ା କାଷ୍ଟିଂ କାଉଚ୍‌ ନେଇ ମଧ୍ୟ କିଛି ନବାଗତା ଅଭିଯୋଗ ଆଣିଥିଲେ। ତେବେ ଏନେଇ ପୁଲିସ ମାମଲା ରୁଜୁ କରିଥିଲା କି ନା, ତାହା ଜଣାପଡ଼ିନାହିଁ। ସେ ସମସ୍ତ ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି। 

ଅନ୍ୟପଟେ ଆଜି ଅର୍ଥାତ୍‌ ବୁଧବାର ଟୁଟୁଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ ପୁଲିସ ଗୋଟିଏ ପରେ ଗୋଟିଏ ତଥ୍ୟ ସଂଗ୍ରହ କରୁଛି। ଅଦାଲତଙ୍କ ନିର୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଟୁଟୁଙ୍କ ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ କରିବେ। ଜାମିନ ଶୁଣାଣି ଥିବାବେଳେ ଏଭଳି ସଂଗିନ ଅଭିଯୋଗ ଟୁଟୁଙ୍କ ପାଇଁ ଅଡ଼ୁଆ ବଢ଼ାଇପାରେ।

ବାଲେଶ୍ଵରରେ ୨୫ ଲକ୍ଷର ବେଆଇନ ବାଣ ଜବତ, ୧୧ ଜଣକୁ ଗିରଫ କଲା ପୋଲିସ୍‌

COASTAL NEWS ODIA 1383

ବାଲେଶ୍ଵରରେ ୨୫ ଲକ୍ଷର ବେଆଇନ ବାଣ ଜବତ, ୧୧ ଜଣକୁ ଗିରଫ କଲା ପୋଲିସ୍‌





ବାଲେଶ୍ଵର: (CNO) ଭଞ୍ଜ ବିହାରୀ ମହାନ୍ତି - ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୨୫ ଲକ୍ଷରୁ ବେଆଇନ ବାଣ ଜବତ। ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ପୋଲିସ୍ ଦ୍ଵାରା ପ୍ରାୟ ୨୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିବା ସହ ପୋଲିସ ୧୧ ଜଣକୁ ଗିରଫ କରିଛି। ଏହା ସହ ବେଆଇନ ବାଣ ଗଚ୍ଛିତ ଏବଂ ତିଆରି କରିବା ନେଇ ୯ଟି ମାମଲା ମଧ୍ୟ ରୁଜୁ କରାଯାଇଛି।
ସୂଚନାଥାଉକି, ସୋମବାର ବ୍ରହ୍ମପୁରରେ ମଧ୍ୟ ସମାନ ଭାବରେ ବିପୁଳ ପରିମାଣର ବେଆଇନ ବାଣ ଜବତ ହୋଇଥିଲା। ସ୍ଥାନୀୟ ବଡ଼ବଜାର ପୋଲିସ୍‌ ଥାନା ଅଞ୍ଚଳରେ ବେଆଇନ ବାଣ ମହଜୁଦ ଥିବା ସୂଚନା ପାଇ ପୋଲିସ୍‌ ୧୧ଟି ସ୍ଥାନ ଚଢ଼ଉ କରିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସପି ଶରବଣା ବିବେକ. ଏମ। ଚାଲାଣ ହେବାକୁ ଥିବା ଅଟୋକୁ ମଧ୍ୟ ଜବତ କରିଥିଲା ପୋଲିସ୍‌।

ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉ - ସୁପ୍ରିମକୋର୍ଟ

COASTAL NEWS ODIA 1382

ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉ - ସୁପ୍ରିମକୋର୍ଟ



ନୂଆଦିଲ୍ଲୀ,୮ା୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ଗଣମାଧ୍ୟମ ପ୍ରତିନିଧିମାନେ ନିଜସ୍ବ ଉତ୍ସରୁ ଖବର ସଂଗ୍ରହ କରିଥାନ୍ତି। କୌଣସି ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। 

ଖବରଦାତାଙ୍କ ଉପକରଣ ଜବତ ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ପାଇଁ ସବିଶେଷ ଗାଇଡ୍‌ଲାଇନ ରଖିବା ନିମନ୍ତେ ଫାଉଣ୍ଡେଶନ ଫର୍‌ ମିଡିଆ ପ୍ରଫେସନାଲ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାବେଳେ ଏହାର ଶୁଣାଣି ଅବସରରେ ଜଷ୍ଟିସ ସଞ୍ଜୟ କିଷନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। 

ଖବରଦାତାମାନଙ୍କ ଡିଜିଟାଲ ଉପକରଣ ଜବତ କରିବା ଏକ ଗମ୍ଭୀର ବିଷୟ। ସେମାନଙ୍କର ନିଜସ୍ବ ଉତ୍ସ ରହିଛି। ଆମକୁ ଗୋପନୀୟତା ମୌଳିକ ଅଧିକାରକୁ ବଜାୟ ରଖିବାକୁ ହେବ। ଏଥିରେ ସନ୍ତୁଳନ ରହିବା ଜରୁରୀ ବୋଲି ଖଣ୍ଡପୀଠ କହିବା ସହ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୬କୁ ଧାର୍ଯ୍ୟ କରିଛନ୍ତି। 

ଏହି ସମୟ ମଧ୍ୟରେ କେନ୍ଦ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରନ୍ତୁ, ନଚେତ୍‌ ଆମକୁ କରିବାକୁ ଦିଅନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। ତଦନ୍ତକାରୀ ସଂସ୍ଥା ସରକାର ଚଳାଇପାରିବ ନାହିଁ ବୋଲି ଜଷ୍ଟିସ୍‌ କୌଲ କହିଥିଲେ। କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଏହା ଏକ ଜଟିଳ ଆଇନଗତ ପ୍ରସଙ୍ଗ। ଗଣମାଧ୍ୟମର ଅଧିକାର ରହିଛି, କିନ୍ତୁ ଏହା ଆଇନର ଊର୍ଦ୍ଧ୍ୱରେ ନୁହେଁ ବୋଲି ରାଜୁ କହିଥିଲେ।

Tuesday, November 7, 2023

ଆଜିର ରାଶିଫଳ

COASTAL NEWS ODIA 1381

*🌹🌼👉ମହାବୀର ପଞ୍ଜିକା👈🌼🌹*
*ଓଡ଼ିଶା ବ୍ରାହ୍ମଣସମାଜ ଦ୍ଵାରା ଅନୁମୋଦିତ* *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୮ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*
*ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର

COASTAL NEWS ODIA 1380

ଖଟିଆରେ ବୁହାହେଲେ ଗର୍ଭବତୀ: ଅଧବାଟରେ ଜନ୍ମ ନେଲା ଶିଶୁପୁତ୍ର



 
ଭବାନୀପାଟଣା,୭।୧୧ (CNO) ଭଞ୍ଜ ବିହାରୀ ମହାନ୍ତି - ଭଗବାନ ଭରସାରେ ଜନନୀ। ୫ କି.ମି. ପାହାଡିଆ ରାସ୍ତା ଦେଇ ଖଟିଆରେ ବୁହା ହେବା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ। ଭାଗ୍ୟକୁ ମା’ ପୁଅ ସୁରକ୍ଷିତ ଥିବା ବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ଅଭବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତ ନଳାଚୁଆଁ ଗାଁରେ।

ସୋମବାର ସକାଳେ ଗାଁର ଶୁକ୍ରୀ ଯାନୀ (୩୦)ଙ୍କୁ ପ୍ରସବ ପୀଡା ହୋଇଥିଲା। ସମ୍ପର୍କୀୟମାନେ ଜନନୀ ସୁରକ୍ଷା ଗାଡିକୁ ଖବର ଦେଇଥିଲେ। ଗାଁକୁ ରାସ୍ତା ନ ଥିବାରୁ ୫ କି.ମି. ଦୂର ବାଙ୍ଗଟିସାଦ ଗାଁ ପାଖରେ ଅଟକି ରହିଥିଲା ଜନନୀ ସୁରକ୍ଷା ଗାଡି। ଶେଷରେ କୌଣସି ଉପାୟ ନ ପାଇ ସମ୍ପର୍କୀୟ ଓ ଶୁକ୍ରୀଙ୍କ ସ୍ବାମୀ ସୀତାରାମ ଖଟିଆରେ ବୋହି ତାଙ୍କୁ ଆଣୁଥିବା ବେଳେ ଅଧ ବାଟରେ ଶୁକ୍ରୀଙ୍କ ଅଧିକ ପ୍ରସବ ପୀଡା ହେବା ସହ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ଖବର ପାଇ ଧନସୁଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର, ଏନଏମ ଚନ୍ଦ୍ରକାନ୍ତି ମାଝି ଓ ଆଶା କର୍ମୀ ତୁଳସା ନାଏକ ଘଟଣାସ୍ଥଳରେ ପହଞ୍ଚତ୍ ମା’ ପୁଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ମା’ ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁଅ ଜନ୍ମ ହେବା ପରେ ଡାକ୍ତରଖାନାକୁ ଯିବାକୁ ଶୁକ୍ରୀଙ୍କ ପରିବାର ଅନିଚ୍ଛୁକ ଥିବା ବେଳେ ନର୍ସିଂ ଅଫିସର ତୁସମୀ ପ୍ରାଥମିକ ଚିକିତ୍ସା ପରେ ମା’ପୁଅଙ୍କୁ ସୁରକ୍ଷା ପାଇଁ ଡାକ୍ତରଖାନାକୁ ନେବାକୁ ବୁଝାଇଥିଲେ। ଫଳରେ ମା’ ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ନେଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଛି। 

ଗୋଟିଏ ପଟେ ସରକାର ଜନନୀ ସୁରକ୍ଷା ତଥା ଦୁର୍ଗମ ଅଞ୍ଚଳ ଗୁଡିକ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କ ଅବହେଳା ଯୋଗୁ ସବୁ ଯୋଜନା ଓ ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଜୟପାଟଣା ବ୍ଲକରେ ଗତ ଦିନରେ ବିଭିନ୍ନ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଅଞ୍ଚଳ ପାଇଁ ଆଖି ବନ୍ଦ କରି ଦେଇଛନ୍ତି ଜନପ୍ରତିନିଧି। ତେବେ କେବେ ଏହି ଅଞ୍ଚଳକୁ ବିକାଶ ପହଞ୍ଚିବ ଓ କେବେ ଏଠାକାର ଜନନୀ ସୁରକ୍ଷା ପାଇବେ ତାହା ହିଁ ବଡ଼ ପ୍ରଶ୍ନ।

ସମଲଙ୍ଗୀ ବିବାହ କଲେ ଦୁଇ ଭଉଣୀ

COASTAL NEWS ODIA 1379

ସମଲଙ୍ଗୀ ବିବାହ କଲେ ଦୁଇ ଭଉଣୀ



 
ପାଟନା,୭।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଭୁଲ ବୋଲି ବିବେଚନା କରିବା ସହ ଏହାକୁ ଆଇନ ମାନ୍ୟତା ଦେବାକୁ ମନା କରିଦେଇଥିଲେ। କିନ୍ତୁ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହ କରୁଛନ୍ତି। 

ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଏଠାରେ ଦୁଇ ସମ୍ପର୍କୀୟ ଭଉଣୀ ବିବାହ କରି ଏକାଠି ରହୁଛନ୍ତି। ଏହି ଦୁଇ ଭଉଣୀ ହେଲେ ରୋଶନି ଖାତୁନ (୨୧) ଏବଂ ତାରାନା ଖାତୁନ। ଉଭୟ ସିୱାନ ଜିଲାର ଏଚ୍‌ଏଚ୍‌ ନଗରର ବାସିନ୍ଦା। ଉଭୟ ପାଟନାରେ ସ୍ବାମୀ ଏବଂ ସ୍ତ୍ରୀ ପରି ଜୀବନଯାପନ କରନ୍ତି। ଉଭୟ କହିଛନ୍ତି, ଆମେ ବିବାହ କରି ସାରା ଜୀବନ ଏକାଠି ବଞ୍ଚିବାକୁ ଚାହୁଁଛୁ।

ପରିବାର ସଦସ୍ୟ କହିଛନ୍ତି ଯେ ଦୁହେଁ ସିୱାନରୁ ପଳାଇ ପାଟନାରେ ଏକାଠି ରହିବା ଆରମ୍ଭ କରିଥିଲେ। ସେମାନଙ୍କର ଇଚ୍ଛା ବିଷୟରେ ସୂଚନା ପାଇବା ପରେ ପରିବାର ସଦସ୍ୟ ଏହା ଉପରେ ଆପତ୍ତି ଜଣାଇଥିଲେ, କିନ୍ତୁ ସମଲିଙ୍ଗୀ ବିବାହ ପାଇଁ ଦୁହେଁ ପାଗଳ ଥିଲେ। ଉଭୟେ କୁହନ୍ତି ଯେ, ଆମେ ସମାନ ଧର୍ମର ଅଟୁ ଏବଂ ପରସ୍ପର ସହ ଜଡିତ, ତେବେ ତାହା କରିବା ସେମାନଙ୍କ ପାଇଁ କ’ଣ ଅସୁବିଧା? ଆମେ ବିବାହ କରିଛୁ ଏବଂ ବର୍ତ୍ତମାନ ଆମେ ପରସ୍ପରଠାରୁ ଅଲଗା ରହିପାରିବୁ ନାହିଁ।

ଫସଲ ବୀମା ନାଁରେ ଦୁର୍ନୀତି ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣ ଗିରଫ

COASTAL NEWS ODIA 1378

ଫସଲ ବୀମା ନାଁରେ ଦୁର୍ନୀତି ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣ ଗିରଫ



 
ବଲାଙ୍ଗୀର,୭ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - :ବଲାଙ୍ଗୀର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ) ନାଁରେ ଏକ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇର ପର୍ଦ୍ଦାଫାଶ ହୋଇଛି। ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରି ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ହଡ଼ପ ଯୋଜନା ହୋଇଥିବା ଜଣାପଡ଼ିଛି। ଏହି ଠକେଇ କାରବାରରେ ସମ୍ପୃକ୍ତ ସହଜ ଜନସେବା କେନ୍ଦ୍ର (ସିଏସ୍‌ସି)ର ୧୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୭ଟି ଲାପ୍‌ଟପ, ୧୧ କମ୍ପ୍ୟୁଟର ସିପିୟୁ, ୫ ପ୍ରିଣ୍ଟର, ୩ ମନିଟର, ୪ ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ୧୬ ମୋବାଇଲ ଜବତ କରାଯାଇଛି। ଠିକଣା ସମୟରେ କୃଷି ବିଭାଗର ହସ୍ତକ୍ଷେପ ଯୋଗୁ କୋଟିକୋଟି ଟଙ୍କାର ଅନ୍‌ଲାଇନ୍‌ ଠକେଇକୁ ରୋକାଯାଇ ପାରିଥିବା ସୋମବାର ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପିଏମ୍‌ଏଫ୍‌ବିଓ୍ବାଇ ୨୦୨୩ରେ ଏକ ବଡଧରଣର ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍‌ ଯୋଜନା କରାଯାଇଥିବା ନେଇ ବଲାଙ୍ଗୀର କୃଷି ବିଭାଗ ପକ୍ଷରୁ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପିଏମ୍‌ଏଫ୍‌ବିଓ୍ବାଇର କ୍ଷତିପୂରଣ ରାଶି ହଡ଼ପ ପାଇଁ ଚାଷୀଙ୍କ ଜମିପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ରକୁ ଚଞ୍ଚକତା କରି ସହଜ ଜନସେବା କେନ୍ଦ୍ର ଜରିଆରେ ଏକ ଗୋଷ୍ଠୀ ଚକ୍ରାନ୍ତ କରିଥିବା କୃଷି ବିଭାଗ ପକ୍ଷରୁ ସନ୍ଦେହ କରାଯାଇଥିଲା। ଏନେଇ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ବଲାଙ୍ଗୀର ସାଇବର ଅପରାଧ ଥାନାରେ ଏକ ମାମଲା (୨୭/୨୩) ରୁଜୁ କରାଯାଇଥିଲା। 

ଏସ୍‌ପି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସ୍ବତନ୍ତ୍ର ଟିମ୍‌ ତଦନ୍ତ ସମୟରେ ବିଭିନ୍ନ ସହଜ ଜନ ସେବା କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା। ଜିଲାରେ ଯେତିକି ଚାଷୀ ଅଛନ୍ତି ତା’ଠୁ ଢେର ଅଧିକ ଚାଷୀ ଏବଂ ଜିଲାରେ ଯେତିକି ସମୁଦାୟ ଚାଷଜମି ଅଛି ତା’ଠୁ ଅଧିକ ଚାଷଜମି ଚଳିତବର୍ଷ ପିଏମ୍‌ଏଫ୍‌ବିଓ୍ବାଇରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡ଼ିଥିଲା। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଫସଲ ବୀମା କମ୍ପାନୀ ଓ କୃଷି ବିଭାଗ ଚକିତ ହୋଇଯାଇଥିଲେ। ବଲାଙ୍ଗୀର ଜିଲାର ୧୩ଟି ଏବଂ କଳାହାଣ୍ଡିର ଜିଲାର ଗୋଟିଏ ସହଜ ଜନସେବା କେନ୍ଦ୍ରରେ ଚାଷୀଙ୍କ ଜମିପଟ୍ଟା ଏବଂ ଅନ୍ୟାନ୍ୟ କାଗଜପତ୍ର ଚଞ୍ଚକତା କରାଯାଇଥିତ୍ବା ଜଣାପଡିଥିଲା। ଫସଲ ବୀମା ପାଇଁ ଚାଷୀମାନେ ନିଜର ଜମିପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ଜମାଖାତା, ମୋବାଇଲ ନମ୍ବର ସଂଲଗ୍ନ ଆବେଦନ ପତ୍ରକୁ ସହଜ ଜନସେବା କେନ୍ଦ୍ରରେ ଦେଇଥାନ୍ତି। 

ଚାଷୀଙ୍କ ଏହି ସବୁ ତଥ୍ୟ ଏବଂ ଡକ୍ୟୁମେଣ୍ଟ ପାଇବା ପରେ ସହଜ ଜନସେବା କେନ୍ଦ୍ରର ସ୍ବତ୍ୱାଧିକାରୀ ଏବଂ ସେମାନଙ୍କ ସହଯୋଗୀମାନେ ଚାଷୀଙ୍କ ଅଜାଣତରେ ଜମିପଟ୍ଟା ତଥ୍ୟ୍ର ବିଭିନ୍ନ ଲୋକଙ୍କୁ ଭାଗଚାଷୀ ଦର୍ଶାଇ ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରିଥିଲେ। ଫସଲ ବୀମା କ୍ଷତିପୂରଣ ପାଇଁ ଚଳିତବର୍ଷ ଫସଲ ବୀମା ଗାଇଡ୍‌ଲାଇନ୍‌ ଅନୁଯାୟୀ ଆବଶ୍ୟକ ପ୍ରିମିୟମ୍‌ ଟଙ୍କା ମଧ୍ୟ ଜନସେବା କେନ୍ଦ୍ର ଗୁଡିକର ସ୍ବତ୍ୱାଧିକାରୀମାନେ ଜମା କରିଥିଲେ। ଏନେଇ ତଦନ୍ତରେ ସ୍ପଷ୍ଟ ହେବା ପରେ ପୋଲିସ ୧୪ ଜଣଙ୍କୁ ଗିରଫ କରିଛି।

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ

COASTAL NEWS ODIA 1377

ମାଡ଼ଖାଇ ପାଚେରି ଡେଇଁ ପଳାଇଲେ ପ୍ରଧାନ ଶିକ୍ଷକ



ଭୋଗରାଇ,୭ା୧୧ (CNO) ଭଞ୍ଜ ବିହାରୀ ମହାନ୍ତି - :ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଧାନଶିକ୍ଷକ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ଓ ଭୟରେ ପ୍ରଧାନଶିକ୍ଷକ ପାଚେରି ଡେଇଁ ପଳାଇବା ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତ ଅଧୀନ ଚଣ୍ଡୀପୁର-ମୁଣ୍ଢାବଣିଆ ନୋଡ଼ାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଗଣିତ ଓ ଜ୍ୟାମିତି ବୁଝାଇବା ବାହାନାରେ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଛାତ୍ରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। କେତେକ ଛାତ୍ରୀ ଲଜ୍ଜାରେ ଘରେ କହୁ ନ ଥିବାବେଳେ ଅନ୍ୟ କେତେକ ଛାତ୍ରୀ ଘରେ ଜଣାଇଥିଲେ। ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ପ୍ରଧାନ ଶିକ୍ଷକଙ୍କୁ ତାଗିଦ୍‌ କରାଯାଇଥିଲା। ହେଲେ ପ୍ରଧାନଶିକ୍ଷକଙ୍କଠାରେ ପରିବର୍ତ୍ତନ ଦେଖାଯାଇ ନ ଥିଲା। ସୋମବାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଇ ନିଜ କାର୍ଯ୍ୟାଳୟ ପଛରେ ପଡିଥିବା ଖଟିଆକୁ ଡାକି ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ ସେ କୌଶଳକ୍ରମେ ଖସିଯାଇ କାନ୍ଦି କାନ୍ଦି ନିଜ ମା’ ବାପାଙ୍କୁ ଜଣାଇଥିଲେ। ଗାଁରେ ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଦୀର୍ଘ ସମୟ ତାଙ୍କ କାର୍ଯ୍ୟାଳୟରେ ଅଟକ ରଖି ପ୍ରବଳ ମାଡ଼ ମାରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ କଖଡ଼ା ସିଆରସିସି ଲମ୍ବୋଦର ଜେନା ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଶାନ୍ତ କରାଇଥିଲେ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ପ୍ରଧାନ ଶିକ୍ଷକ ପାଚେରି ଡେଇଁ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲେ। ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବେ କଟିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଧାନ ଶିକ୍ଷକ ଥିବା ବେଳେ ଏଭଳି ଅସଦାଚରଣ ଅଭିଯୋଗରେ ଗ୍ରାମବାସୀଙ୍କଠାରୁ ପ୍ରବଳ ମାଡ଼ ଖାଇଥିଲେ। କମର୍ଦ୍ଦା ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଭଳି ଘଟଣାର ପୁନରାବୃତ୍ତି ନେଇ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣାର ସତ୍ୟତା ପ୍ରମାଣିତ ହେଲେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳଲୋଚନ ବିଶ୍ୱାଳ ସୂଚନା ଦେଇଛନ୍ତି।

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା

COASTAL NEWS ODIA 1376

୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା



 
ଭୁବନେଶ୍ୱର,୭ା୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱରରେ ସୋମବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ୨୫ ବର୍ଷୀୟ ବିବାହିତ ଯୁବକ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ରେଳ ଓଭରବ୍ରିଜ୍‌ ନିକଟ କେଳାବସ୍ତିରେ। ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ଶିଶୁକନ୍ୟାଙ୍କ ମା’ବାପା ଦୀର୍ଘବର୍ଷ ହେଲା କେଳା ବସ୍ତିରେ ରହି ଦିନମଜୁରିଆ ଭାବେ ଗୁଜରାଣ ମେଣ୍ଟାଉଛନ୍ତି। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଶିଶୁକନ୍ୟା ଘର ପାଖରେ ଖେଳୁଥିଲେ। ଏହି ସମୟରେ ସେହି ବସ୍ତିରେ ରହୁଥିବା ଘନିଆ ଦାସ ପହଞ୍ଚତ୍ ଶିଶୁକନ୍ୟାଙ୍କୁ ଚକୋଲେଟ୍‌ କିଣାଇଦେବେ କହି ନିକଟସ୍ଥ ଦୋକାନକୁ ନେଇ ଯାଇଥିଲେ। ସେହି ସମୟରେ ଶିଶୁକନ୍ୟାଙ୍କ ମା’ ଘରେ ରୋଷେଇ କରୁଥିଲେ। ପ୍ରାୟ ୨୦ ମିନିଟ୍‌ ପରେ ଶିଶୁକନ୍ୟା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। 

ଦେଢ଼ଘଣ୍ଟା ବିତିଯିବା ପରେ ମଧ୍ୟ ଶିଶୁକନ୍ୟାଙ୍କ ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ସନ୍ଦେହରେ ଘନିଆଙ୍କ ଘରକୁ ଯାଇଥିଲେ। ବାଟରେ ଘନିଆଙ୍କୁ ଦେଖି ତାଙ୍କୁ ଶିଶୁକନ୍ୟା ସମ୍ପର୍କରେ ପଚାରିଥିଲେ। ଦୋକାନରେ ଚକୋଲେଟ୍‌ କିଣାଇଦେବା ପରେ ଶିଶୁକନ୍ୟା କାହିଁକି ଘରକୁ ଫେରିଲେ ନାହିଁ ବୋଲି ତାଙ୍କୁ ପଚାରିଥିଲେ। କିନ୍ତୁ ଘନିଆ କିଛି ନ ଜାଣିବା ଭଳି ଅଭିନୟ କରିବା ସହ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ତାଙ୍କୁ ଅଧିକ ପଚରାଉଚରା କରିବାରୁ ସେ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ଧକ୍କା ଦେଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। 

ଏହାପରେ ଘନିଆଙ୍କ ଘର ଖୋଲି ପରିବାର ଲୋକେ ଖୋଜାଖୋଜି କରିବାରୁ ଏକ କମ୍ବଳ ତଳେ ଶିଶୁକନ୍ୟାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଓ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଯୌନାଙ୍ଗରୁ ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ବଳାତ୍କାର କରାଯାଇଥିବା ସ୍ପଷ୍ଟ ହେଉଥିବାବେଳେ ଅଭିଯୁକ୍ତ କୌଣସି ଧାରୁଆ ଅସ୍ତ୍ରରେ ଶିଶୁକନ୍ୟାଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି।

ଖବରପାଇ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ପୋଲିସ ଏକ ହତ୍ୟା ମାମଲା (ନଂ.୨୭୪/୨୩) ରୁଜୁ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ବଳାତ୍କାର ଦଫା ଲଗାଯିବ ବୋଲି ଆଇଆଇସି ଅଶୋକ ନାୟକ କହିଛନ୍ତି।

ସୂଚନାଥାଉ କି, ଅଭିଯୁକ୍ତ ଘନିଆ ପ୍ରାୟ ଦେଢ଼ ବର୍ଷ ତଳେ ଜଗତ୍‌ସିଂହପୁର ଜିଲାରେ ବିବାହ କରି ଶ୍ୱଶୁର ଘରେ ରହୁଥିଲେ। ତାଙ୍କର ୨ ମାସର ଏକ ଝିଅ ରହିଛି। କିଛିଦିନ ତଳେ ସ୍ତ୍ରୀଙ୍କ ସହ ଝଗଡ଼ା କରି ଭୁବନେଶ୍ୱର ପଳାଇ ଆସି କେଳା ବସ୍ତିସ୍ଥିତ ଘରେ ରହୁଥିଲେ।

ମାସ୍କର ମୂଲ୍ୟ ଜାଣିଲେ ଉଡିଜିବ ହୋସ, ଫ୍ରାନ୍ସରେ ଚର୍ଚ୍ଚାରେ ଥିଲା ଏହି ବିଷୟ, ଜାଣନ୍ତୁ ପୂରା ଘଟଣା

COASTAL NEWS ODIA 1375

ମାସ୍କର ମୂଲ୍ୟ ଜାଣିଲେ ଉଡିଜିବ ହୋସ, ଫ୍ରାନ୍ସରେ ଚର୍ଚ୍ଚାରେ ଥିଲା ଏହି ବିଷୟ, ଜାଣନ୍ତୁ ପୂରା ଘଟଣା



 
ପ୍ୟାରିସ,୭।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ଫ୍ରାନ୍ସରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରର ଗ୍ୟାରେଜରେ ଏକ ବିରଳ ମାସ୍କ ରଖାଯାଇଥିଲା, ଯାହାକୁ ଦମ୍ପତି ଅଦରକାରୀ ବୋଲି ଭାବି ଏହାକୁ କିଛି ହଜାର ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ଯେତେବେଳେ ସେ ମାସ୍କର ପ୍ରକୃତ ମୂଲ୍ୟ ଜାଣିବାକୁ ପାଇଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା । 

ବର୍ତ୍ତମାନ ଏହି ଦମ୍ପତି ମାସ୍କକୁ ଫେରାଇ ଆଣିବା ପାଇଁ ଆଇନଗତ ଯୁଦ୍ଧରେ ଫସିଯାଇଛନ୍ତି ଏବଂ ଏହି ଲଢେଇରେ ଆଫ୍ରିକୀୟ ଦେଶ ଗାବନ ମଧ୍ୟ ଏହି ଲଢେଇରେ ହୋଇଛି। ଏହି ଘଟଣା ଫ୍ରାନ୍ସରେ ଚର୍ଚ୍ଚାର ବିଷୟ ପାଲଟିଛି।

ଫ୍ରାନ୍ସର ବାସିନ୍ଦା ୮୮ ବର୍ଷୀୟ ଫୋର୍ନିୟର୍‌ ଏବଂ ତାଙ୍କର ୮୧ ବର୍ଷୀୟ ପତ୍ନୀ ୨୦୨୧ରେ ସେମାନଙ୍କର ଗ୍ୟାରେଜ ସଫା କରିବା ସମୟରେ ଏକ ଆଫ୍ରିକୀୟ ମାସ୍କ ପାଇଥିଲେ। ଏହାକୁ ଅଦରକାରୀ ଭାବି ସେମାନେ ଏହାକୁ ଏକ ଡିଲରଙ୍କୁ ମାତ୍ର ୧୫୦ ୟୁରୋ ଅର୍ଥାତ୍‌ ପ୍ରାୟ ୩୭ ହଜାର ଟଙ୍କାରେ ବିକ୍ରି କରିଥିଲେ। 

ମାସ୍କ ବିକ୍ରୟ କରିବାର କିଛି ଦିନ ପରେ ଫୋର୍ନିଅର୍‌ ଖବରକାଗଜରେ ସେହି ସମାନ ମାସ୍କକୁ ନିଲାମ ହୋଇଥିବା ଦେଖିଲେ। ନିଲାମରେ ମାସ୍କ କେତେରେ ବିକ୍ରି ହୋଇଛି ଜାଣି ଦମ୍ପତ୍ତି ଆଶ୍ଚର୍ଯ୍ୟ ହୋଇଗଲେ। ବାସ୍ତବରେ ମାସ୍କକୁ ପ୍ରାୟ ୪୫ ଲକ୍ଷ ଡଲାର ଅର୍ଥାତ୍‌ ପ୍ରାୟ ୩୮ କୋଟି ଟଙ୍କା ନିଲାମ କରାଯାଇଥିଲା। ଏହା ପରେ ଏହି ଦମ୍ପତି ଡିଲରଙ୍କ ବିରୋଧରେ ଏକ ଆଇନଗତ ମକଦ୍ଦମା ଦାୟର କରିଥିଲେ ଯାହାକୁ ସେମାନେ ମାସ୍କ ବିକ୍ରି କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ମଧ୍ୟ ଆଫ୍ରିକାରେ ଶାସନ କରୁଥିବାବେଳେ ଫୋର୍ନିୟରଙ୍କ ଦାଦା ରେନେ ଭିକ୍ଟର ଏଡୱାର୍ଡ ମରିସ ଫୋର୍ନିୟର ଆଫ୍ରିକାର ରାଜ୍ୟପାଳ ଥିଲେ। ବିଶ୍ୱାସ କରାଯାଏ ଯେ ଫୋର୍ନିୟରଙ୍କ ଦାଦା ସେଠାରୁ ମାସ୍କ ଆଣିଥିଲେ। ଆଫ୍ରିକୀୟ ଦେଶ ଗାବନର ଏହା ଏକ ପାରମ୍ପାରିକ ମାସ୍କ, ଯାହା ୧୯ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। 

ଏହି ମାସ୍କକୁ ଗାବନର ଶକ୍ତିଶାଳୀ ନିଗିଲ ସମ୍ପ୍ରଦାୟର ଲୋକମାନେ ପିନ୍ଧୁଥିଲେ, ଯାହା ଗାବନର ଫାଙ୍ଗ ସମ୍ପ୍ରଦାୟର ଅଂଶ ଥିଲା। ନାଗିଲ ସମ୍ପ୍ରଦାୟର ଲୋକମାନେ ନ୍ୟାୟର ଲୋକ ଥିଲେ। ଏହି ମାସ୍କର ଗାବନରେ ବହୁତ ସାମାଜିକ ଏବଂ ଧାର୍ମିକ ଗୁରୁତ୍ୱ ରହିଛି ।

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ

COASTAL NEWS ODIA

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ


ଭୁବନେଶ୍ଵର- (CNO) ଭଞ୍ଜ ବିହାରୀ ମହାନ୍ତି - ନଭେମ୍ବର :ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

COASTAL NEWS ODIA 1373

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ



ପୁରୀ ୭-୧୧ - (CNO) ଭଞ୍ଜ ବିହାରୀ ମହାନ୍ତି - ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ। ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଚିକିତ୍ସାଧିନ ଥିଲେ। ଗତ ୩୧ ତାରିଖରୁ ଚିକିତ୍ସିତ ହେଉଥିଲେ। ତାଙ୍କ୍ ଅବସ୍ଥା ବେଶ୍ ଗୁରୁତର ଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ରିକଭରି ହୋଇ ପାରିନଥିଲା। ତାଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ତେବେ ପୂର୍ବତନ ବାଚସ୍ପତି ମହେଶ୍ବରଙ୍କ ବିୟୋଗରେ ପୁରୀ ରେ ଶୋକର ଛାୟା ଖେଳଯାଇଛି।
ସୂଚନାଯୋଗ୍ୟଯେ, ଗତ ମଙ୍ଗଳବାର ଦିନ ମହେଶ୍ୱର ମହାନ୍ତି ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ତେବେ ମହେଶ୍ୱର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଥିଲେ ଗତ ୧୯୯୫ ମସିହାରୁ ମହେଶ୍ବର ମହାନ୍ତି ପୁରୀ ରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇ ଆସିଥିଲେ। ତେବେ ଗତ ୨୦୧୯ ବିଧାନସଭା ନିର୍ବାଚନ ରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ। ବିଜେଡ଼ିକୁ ସେ ପୁରୀରେ ଏକ ଦୁର୍ଗରେ ପରିଣତ କରିଥଲେ ତାଙ୍କ ସମୟରେ। ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ। ପରେ ସେ ବିଜେଡ଼ିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ ୨୦୧୯ ନିର୍ବାଚନରେ ପରାସ୍ତ ହେଇଥିଲେ। ପରେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ରହିଥିଲା। ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଥିଲେ।

ଆଜିର ରାଶିଫଳ

COASTAL NEWS ODIA 1372

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୭ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।* 
*✧═════•❁❀❁•═════✧*
 *ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।* 
*✧═════•❁❀❁•═════✧*
 *କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।* 
*✧═════•❁❀❁•═════✧*
 *ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।* 
*✧═════•❁❀❁•═════✧*
 *କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।* 
*✧═════•❁❀❁•═════✧*
 *ତୁଳା : 👉ଦିନଟି କ୍ଳେଶ ଦାୟକ ।  ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।* 
*✧═════•❁❀❁•═════✧*
 *ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।* 
*✧═════•❁❀❁•═════✧*
 *ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।* 
*✧═════•❁❀❁•═════✧*
 *ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ ।  ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।* 
*✧═════•❁❀❁•═════✧*
 *କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।* 
*✧═════•❁❀❁•═════✧*
 *ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।*
*✧═════•❁❀❁•═════✧*

Monday, November 6, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1371

ସଂକ୍ଷିପ୍ତ ଖବର 



*୧-ଜାନୁଆରୀ ସୁଦ୍ଧା ଶିକ୍ଷାଦାନରେ ସାମିଲ ହେବେ ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ, ଡିସେମ୍ବର ୧୭ ସୁଦ୍ଧା ଫଳ,୩୧ ସୁଦ୍ଧା କାଗଜ ପତ୍ର ଯାଞ୍ଚ।*

*୨-ସରକାରଙ୍କୁ ଘାରିଲା ଚିନ୍ତା: ପିଆଜ ଦର ଅଣାୟତ୍ତ, କୋଲକାତାରେ ଛୁଇଁଲା ୧୦୦।*

*୩-ଜୟପୁର:ବିକ୍ରମଦେବ ବିଶ୍ବବିଦ୍ୟାଳୟ ବିଇଡି ପାଠ୍ୟକ୍ରମ;ସରିଲା ନାଁ ଲେଖା, ଆଜିଠୁ ପାଠପଢ଼ା ଆରମ୍ଭ ହେବ।*

*୪-ଭୁବନେଶ୍ୱର:ପ୍ରଦୂଷଣ ବଳୟରେ ଓଡ଼ିଶାର ୭ ସହର, ରାଜଧାନୀରେ ମୁଣ୍ଡପିଛା ୩ ଯାନ।*

*୫-ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ୨୦ ଜଣଙ୍କୁ ନିଯୁକ୍ତି ଦେଲା କିଟ୍।*

*୬-ଭୁବନେଶ୍ୱର:ବ୍ୟାଙ୍କିଂ ପରୀକ୍ଷାରେ ଅବ୍ୟବସ୍ଥା, ପରୀକ୍ଷା କେନ୍ଦ୍ର ବିରୋଧରେ ଲିଖିତ ଅଭିଯୋଗ ଦେଲେ ଶତାଧିକ ପରୀକ୍ଷାର୍ଥୀ।*

*୭-ଭୁବନେଶ୍ୱର:ଖରାଦିନ ପରେ ଶୀତଦିନରେ ପୁଣି ଥରେ ଏଲନିନୋର ପ୍ରଭାବ, ଏବର୍ଷ ଶୀତ ଦିନେ ସ୍ବାଭାବିକ ଠାରୁ ଅଧିକ ଗରମ ଅନୁଭୁତ ହେବ।*

*୮-କାମାକ୍ଷାନଗର:ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ-ଦୋକାନୀ।*

*୯-ବରଗଡ:ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ, ଥାନାରେ ଥିବା କମ୍ପ୍ୟୁଟର ,ଟେବୁଲ୍ -ଚେୟାର ଭଙ୍ଗାରୁଜା।ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ସୂଚନା।*

*୧୦-ଝାରସୁଗୁଡ଼ା-କୋଲକାତା ବିମାନ ଚଳାଚଳ ଆରମ୍ଭ, ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ।*

*୧୧-ଦଶମ ପାଶ୍ କରିଥିଲେ OSSSCରେ ଚାକିରି; ପୂରଣ ହେବ ୨୭୧୨ ପଦବୀ।ଅନ୍‌ଲାଇନ୍ ଆବେଦନ କରନ୍ତୁ:* *https://www.osssc.gov.in*

*୧୨-ବାଲେଶ୍ଵର:କାଉଁରିଆ କାଠି ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ବିକ୍ରେତା।*

*୧୩-ମୁମ୍ବାଇ:ହ୍ରାସ ହେଉଛି ଚା ପିଉଥିବା ଲୋକଙ୍କ ସଂଖ୍ୟା, ସାବୁନ ଓ ସାମ୍ପୁର ମଧ୍ୟ ହେଉଛି କମ୍‌ ବ୍ୟବହାର:  ରିପୋର୍ଟ।*

*୧୪-୪୯ତମ ଦିନିକିଆ ଶତକ ହାସଲ କଲେ କେହାଲି, ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ଼, ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ସହ ହେଲେ ସମକକ୍ଷ।*

*୧୫-ନଭେମ୍ବର ୭ରେ ମିଜୋରାମ ଓ ଛତିଶଗଡରେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି।*

*୧୬-ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ।*

*୧୭-ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ।*

*୧୮-ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର ଅଗ୍ରାହ୍ୟ, ଗାଜା ଉପରେ ଆକ୍ରମଣ ତୀବ୍ର।*

.                  *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
[06/11, 8:53 am] +91 98490 34778: *ଖବର ଆଜିର*
*ତାରିଖ ୦୬/୧୧/୨୦୨୩ ସୋମବାର*

*୧- ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ।*

*୨- ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ର ହମ୍‌ଲା: ବିସ୍ଫୋରଣରେ ଥରିଲା ଗାଜା, ୫୦ରୁ ଅଧିକ ମୃତ।*

*୩-ମୃତ୍ୟୁ ଭୟରେ ହମାସ ଯୋଦ୍ଧା ଆତଙ୍କିତ, ଆମ୍ବୁଲାନ୍ସରେ ସୀମା ପାର କରି ଇଜିପ୍ଟ ପଳେଇବାକୁ କରୁଛନ୍ତି ଯୋଜନା।*

*୪- ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାଙ୍କ ଜୋରଦାର କସରତ।*

*୫- ଜନ୍ମଦିନରେ ବିରାଟଙ୍କ 'ବିରାଟ' କୀର୍ତ୍ତିମାନ। ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି। ଯେଉଁ ଇଡେନ ଗାର୍ଡେନ୍ସରେ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ  ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି ବିରାଟ।* 

*୬- ପ୍ରତିରକ୍ଷା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ସେନାରେ ମ୍ୟାଟରନିଟି ଲିଭ୍‌କୁ ନେଇ ହେବନି ଭେଦଭାବ, ସମସ୍ତଙ୍କୁ ମିଳିବ ସମାନ ଛୁଟି।*

*୭- ବାଲୁକା କଳାରେ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।*

*୮- ଖରାଦିନ ପରେ ଶୀତଦିନରେ ପୁଣି ଥରେ ଏଲନିନୋର ପ୍ରଭାବ, ଏବର୍ଷ ଶୀତ ଦିନେ ସ୍ବାଭାବିକ ଠାରୁ ଅଧିକ ଗରମ ଅନୁଭୁତ ହେବ।*

*୯- ପ୍ରକାଶ ହେବନି ଇସ୍ରୋ ମୁଖ୍ୟଙ୍କ ଆତ୍ମଜୀବନୀ, କେ ଶିବନ ଏବଂ ଚନ୍ଦ୍ରଯାନ-୨କୁ ନେଇ କରିଥିଲେ ବଡ଼ ଖୁଲାସା।*

*୧୦- ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ବଡ ନିବେଶକୁ ସରକାର ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପାତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡ଼ିଆଇ) କୁ ମଞ୍ଜୁରୀ ଦେଇଛନ୍ତି।*

*୧୧- ବାଲୁକା କଳାରେ ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।*

*୧୨- ଦେଶରେ ବଢ଼ିଲା ବିଜୁଳି ବ୍ୟବହାର, ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ୯.୪% ବୃଦ୍ଧି।*

*୧୩- ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ ।*

*୧୪- ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ।*

*୧୫- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ସୁନୀଲ ନାରିନ।*

*୧୬- ମହାଦେବ ସମେତ ୨୨ ଆପ, ଓ୍ବେବସାଇଟକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ପ୍ରତିବନ୍ଧକ।*

*୧୭- ବିହାରର ରାଜଧାନୀ ପାଟନାରେ ବନ୍ଦେ ଭାରତ, ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌କୁ ଉଡ଼ାଇ ଦେବାକୁ ଧମକ। ରାଜେନ୍ଦ୍ର ନଗର ଟର୍ମିନାଲ ଷ୍ଟେସନର ମ୍ୟାନେଜରଙ୍କ ନିକଟକୁ ଆସିଛି ଏପରି ଧମକପୂର୍ଣ୍ଣ ଚିଠି।*

.        

Sunday, November 5, 2023

ମେଶିନ ଗନ’ ଭଳି ସ୍ବର ଏହି ପକ୍ଷୀର, କୁହାଯାଏ ସ୍ବର୍ଗର ପକ୍ଷୀ

COASTAL NEWS ODIA 1369

‘ମେଶିନ ଗନ’ ଭଳି ସ୍ବର ଏହି ପକ୍ଷୀର, କୁହାଯାଏ ସ୍ବର୍ଗର ପକ୍ଷୀ
 


 
ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ବ୍ଲାକ ସିକ୍ଲେବିଲ ହେଉଛି ସ୍ବର୍ଗଙ୍କ ପକ୍ଷୀଙ୍କ ପରିବାରର ପକ୍ଷୀ, ଯାହାକି ଏହି ପ୍ରଜାତିର ଦ୍ୱିତୀୟ ବୃହତ୍ତମ ପକ୍ଷୀ। ପୁରୁଷ ପକ୍ଷୀର ଦୈର୍ଘ୍ୟ ପ୍ରାୟ ୧୧୦ସେଣ୍ଟିମିଟର ପର୍ଯ୍ୟନ୍ତ ଥିବାବେଳେ ମହିଳା ପକ୍ଷୀର ଦୈର୍ଘ୍ୟ ପୁରୁଷ ପକ୍ଷୀର ଦୈର୍ଘ୍ୟ ଅର୍ଥାତ୍‌ ୫୫ ସେଣ୍ଟିମିଟର ହୋଇପାରେ। ଏହି ପକ୍ଷୀର ଶବ୍ଦ ସତେ ଯେପରି ଏକ ‘ମେଶିନ ଗନ’ ଚାଲିଯାଉଛି। ବର୍ତ୍ତମାନ ଏହି ପକ୍ଷୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇନଷ୍ଟାଗ୍ରାମରେ, @animalsinplanet ନାମକ ଜଣେ ଉପଭୋକ୍ତା ବ୍ଲାକ ସିକ୍ଲେବିଲ ବାର୍ଡର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଏହି ପକ୍ଷୀର ଶବ୍ଦ ଶୁଣାଯାଉଛି। ଏହି ୪୭ ସେକେଣ୍ଡର ଭିଡିଓ ଦେଖିବା ଆଶ୍ଚର୍ଯ୍ୟଜନକ। ରବିବାର ପୋଷ୍ଟ ହୋଇଥିବା ଏହି ଭିଡିଓରେ ଲାଇକ, ଭ୍ୟୁ ଏବଂ କମେଣ୍ଟର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

କୃଷ୍ଣସାର ମୃଗ ପକ୍ଷୀର ଏକ ଲମ୍ବା, ତଳ-ବକ୍ରତା ଥଣ୍ଟ ଏବଂ ବହୁତ ଲମ୍ବା ଲାଞ୍ଜ ଅଛି ଏବଂ ଏହା କେନ୍ଦ୍ରୀୟ ନିଉ ଗୁଇନିଆ ଏବଂ ଭୋଗେଲକୋପ ଅଞ୍ଚଳରେ ଥିବା ପର୍ବତୀୟ ଜଙ୍ଗଲରେ ଦେଖିବାକୁ ମିଳେ। ଏହାର ବୈଜ୍ଞାନିକ ନାମ ହେଉଛି ଏପିମାଚସ ଫାଷ୍ଟୋସସ।

କିଙ୍ଗ କୋହଲିଙ୍କ ୩୫ ତମ ଜନ୍ମଦିନରେ ଟିମ ଇଣ୍ଡିଆ ଦେଲା ବିଜୟର ଉପହାର

COASTAL NEWS ODIA 1369

କିଙ୍ଗ କୋହଲିଙ୍କ ୩୫ ତମ ଜନ୍ମଦିନରେ ଟିମ ଇଣ୍ଡିଆ ଦେଲା ବିଜୟର ଉପହାର


 
କୋଲକାତା,୫।୧୧: (CNO) ଭଞ୍ଜ ବିହାରୀ ମହାନ୍ତି - ବିରାଟ କୋହଲିଙ୍କ ୪୯ତମ ଶତକ ଏବଂ ଶ୍ରେୟାସ ଆୟରଙ୍କ ୭୭ରନର ଇନିଂସ ପରେ ଟିମ ଇଣ୍ଡିଆର ରବିନ୍ଦ୍ର ଜାଡେଜାଙ୍କ ‘ପଞ୍ଚ’ ସହିତ ଦକ୍ଷିଣ ଆଫ୍ରିକା (ଇଣ୍ଡିଆ ବନାମ ସାଉଥ ଆଫ୍ରିକା) କୁ ୨୪୩ ରନରେ ପରାସ୍ତ କରିଛି। 

ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ଆୟୋଜକ ଦଳ ଭାରତ ପାଇଁ ଏହା କ୍ରମାଗତ ଅଷ୍ଟମ ବିଜୟ। ଟେବୁଲ ଟପ୍ପର ପାଇଁ ଲଢେଇରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ କୌଣସି ଚାନ୍ସ ନେବାକୁ ଦେଇନଥିଲା। ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମେ ସାଉଥଆଫ୍ରିକା ବୋଲରମାନଙ୍କୁ ଭଲ ସାମ୍ନା କରିଥିଲେ। 

ଏହା ପରେ ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନଙ୍କୁ ଚମତ୍କାର ବୋଲିଂ ସହିତ ପ୍ୟାଭିଲିୟନକୁ ପଠାଇ ଏକ ବଡ଼ ବିଜୟ ହାସଲ କରିଥିଲେ। ଏହି ବିଜୟ ସହିତ ଭାରତ ୮ ଟି ବିଜୟରୁ ୧୬ ପଏଣ୍ଟ ହାସଲ କରିଛି ଏବଂ ଟିମ ଇଣ୍ଡିଆ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ନିଜର ସ୍ଥିତିକୁ ମଜବୁତ କରିଛି।

୩୨୭ ରନର ଲକ୍ଷ୍ୟକୁ ପୂରଣ କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଦଳ ୨୭.୧ ଓଭରରେ ୮୩ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଦକ୍ଷିଣ ଆଫ୍ରିକାର ବହୁତ ଖରାପ ଆରମ୍ଭ ହୋଇଥିଲା ଏବଂ ଦଳ ମୋଟ ୪୦ ରନରେ ୫ ୱିକେଟ ହରାଇଥିଲା।

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ

COASTAL NEWS ODIA 1368

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ


 
  
ବରଗଡ଼,୫।୧୧ : (CNO) ଭଞ୍ଜ ବିହାରୀ ମହାନ୍ତି - ବରଗଡ଼ ଜିଲା ଅମ୍ବାଭୋନା ଥାନାରେ ରବିବାର ତୁମୁଳକାଣ୍ଡ ଘଟିଛି। ଶତାଧିକ ଲୋକେ ଅତର୍କିତ ଭାବେ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଥାନାରେ ରହିଥିବା କମ୍ପୁଟର, ଚୌକି, ଟେବୁଲ ଆଦି ଭାଙ୍ଗି ଚୂରମାର୍‌ ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଥାନା ଭିତରେ ଏଭଳି ତୁମୁଳକାଣ୍ଡ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ପୋଲିସ ନିୟନ୍ତ୍ରଣ କରି ନ ପାରି ନିରୂପାୟ ରହିଥିବା ସାଧାରଣରେ ଆଲୋଚିତ ହେଉଛି।

ତେବେ ଥାନା ଭିତରେ ଏଭଳି ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ଏଭଳି ତୁମୁଳକାଣ୍ଡ ଘଟାଇଥିବା ଚର୍ଚ୍ଚା ଚାଲିଛି। ଭୋଜିରେ ଯାଇଥିବା ବେଳେ ସନ୍ଦେହରେ ପୋଲିସ ନିଶାଦ୍ରବ୍ୟର ସର୍ଚ୍ଚ କରିବା ଯୋଗୁ ଏହି ଘଟଣା ଘଟିଥିବା ସାଧାରଣରେ ଆଲୋଚିତ ହେଉଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...