AFFILIATE MARKETING

https://binomo.com?a=90810425bb57&t=0

Saturday, September 23, 2023

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର

COASTAL NEWS Odia 874

ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର


 
ଭୋପାଳ,୨୩।୯ : ଭଞ୍ଜ ବିହାରୀ ମହାନ୍ତି - ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍‌ ରଖିଛନ୍ତି। ଏହାକୁ ଚଳାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକତା ନାହିଁ । ଏହା ଇଲେକ୍ଟ୍ରିକ ଚାର୍ଜିଂ ଏବଂ ସୌର ଶକ୍ତିରେ ଚାଲିଥାଏ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଖଟିଆ କାରକୁ ପ୍ରଶଂସା କରିଛନ୍ତି।

ଅଶୋକନଗର ଜିଲା ମୁଖ୍ୟାଳୟଠାରୁ ସେମାରକେଡି ଗ୍ରାମ ୧୫ କିଲୋମିଟର ଦୂର। ଏହି ଗାଁରେ ୨୧ ବର୍ଷ ବୟସ୍କ ଯୁବକ ପୱନ ଓଝା ବାସ କରନ୍ତି। ପୱନ ପିଲାଦିନରୁ ଅଧ୍ୟୟନରେ ଦୁର୍ବଳ ଥିଲେ କିନ୍ତୁ ବୈଷୟିକ କୌଶଳ ପ୍ରତି ତାଙ୍କର ଆଗ୍ରହ ଥିଲା । ସେ ଦଶମ ପରେ ପାଠପଢ଼ା ଛାଡିଥିଲେ। ସେ ଖାଲି ସମୟରେ ନୂତନ ପରୀକ୍ଷଣ ଏବଂ ଯନ୍ତ୍ରପାତି ତିଆରି କରିବା ଆରମ୍ଭ କଲେ। ଦିନେ ସେ ନିଜ ଚାଷ ଜମିରେ ଏକ ଖଟ ଉପରେ ଶୋଇଥିଲେ। ସେ ଚିନ୍ତା କଲେ ଯଦି ଖଟକୁ କାରରେ ପରିଣତ କରିବି ତେବେ ଯିବା ଆସିବାରେ ସୁବିଧା ହେବ।

ସେ ଗୋଟିଏ ଗାଡିର ଇଞ୍ଜିନ ଏବଂ ଏଥିରେ ଲାଗିଥିବା ମୋଟର ସମେତ ସାମଗ୍ରୀ ସଂଗ୍ରହ କରିଥିଲେ। ସେ ପ୍ରାୟ ଦେଢ଼ ମାସ ମଧ୍ୟରେ ନିଜ ଖଟିଆକୁ କାରରେ ପରିଣତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ। ତାଙ୍କ ଖଟିଆ କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କାରେ ତିଆରି ହୋଇଛି। ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଡିଜେଲ-ପେଟ୍ରୋଲ ଅସୁବିଧା ହେତୁ ପୱନ ନିଷ୍ପତ୍ତି ନେଇଥିଲେ ତାଙ୍କ ଖଟିଆ କାରକୁ ବୈଦ୍ୟୁତିକ ଯାନରେ ରୂପାନ୍ତରିତ କରିବେ। ସେ ବ୍ୟାଟେରୀ ଚାର୍ଜିଂ ବ୍ୟବହାର କରିଥିଲେ।

ବର୍ତ୍ତମାନ ତାଙ୍କ ଖଟିଆ କାରରେ ସୌର ପ୍ଲେଟ ସ୍ଥାପନ କରି ସେ ଏହାକୁ ସୌର ଶକ୍ତିରେ ଚାଲୁଥିବା ଏକ ଯାନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏନେଇ ପରୀକ୍ଷା ଜାରି ରହିଛି। ତାଙ୍କ କାର ପ୍ରାୟ ୩ ଘଣ୍ଟା ଚାର୍ଜିଂରେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର। ପୱନଙ୍କ ଅନୁଯାୟୀ ଚାରିରୁ ପାଞ୍ଚ ଜଣ ଲୋକ ଏହି ଖଟିଆ କାରରେ ସହଜରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଏହି ଗାଡିର ତିନିରୁ ଚାରି କ୍ୱିଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି। ଖଟିଆ କାରକୁ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗୀନ ଆଲୋକରେ ସଜାଯାଇଛି। ଏହା ସହିତ ଏଥିରେ ମ୍ୟଜିକ ବ୍ୟବସ୍ଥା ମଧ୍ୟ ରହିଛି।



ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ

COASTAL NEWS Odia 873

ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ:  କାନ୍ଦବୋବାଳିରେ ଫାଟିପଡ଼ୁଛି ଘର


 
ପାଟଣା,୨୩।୯ : ଭଞ୍ଜ ବିହାରୀ ମହାନ୍ତି - କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ  ଶୁକ୍ରବାର  ଅପ୍ରାହ୍ନରେ  ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ହଷ୍ଟେଲ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପିଆର୍‌ଏମ ମେଡିକାଲ କଲେଜର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ  ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 

ଶୁକ୍ରବାର ସକାଳେ ମେଡିକାଲର ସର୍ଜରୀ ଓ୍ବାର୍ଡରେ  ନିଜ କାର୍ଯ୍ୟ ଶେଷ କରି ହଷ୍ଟେଲ ରୁମରେ ବିଶ୍ରାମ ନେଇଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କଲେଜ ପରିସରରେ ଥିବା ଅନ୍ୟ ଛାତ୍ରମାନେ ଝରକା ଭାଙ୍ଗିଥିଲେ। ଭାଙ୍ଗିବା ପରେସେ ବେକରେ ରଶି ଲଗାଇ ଥିବା ଦେଖିବାକୁ ପାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି  ପିଆରଏମ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୁଅକୁ ହରାଇ  କାନ୍ଦବୋବାଳିରେ ଫାଟି ପଡୁଛି ଘର। ତେବେ ସଚିନ  ରୋଗୀ ସେବା କରିବାକୁ ଡାକ୍ତରୀ ପଢ଼ୁଥିବା ବେଳେ ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। 

ସଚିନ ମୁରୁସୁଆଁ ଗାଁର ବାପା ଜ୍ଞାନେନ୍ଦ୍ର ସାହୁ  ମା’ ମଞ୍ଜୁଲତା ସାହୁଙ୍କ  ଏକ ମାତ୍ର ପୁଅ ଥିଲେ  । ୩ ଭଉଣୀଙ୍କ ମଧ୍ୟରେ ଗୋଟିଏ ଭାଇ ଥିଲେ ସଚିନ । ବହୁ କଷ୍ଟରେ ମା’ ବାପା ତାଙ୍କୁ ପିଜି ପଢ଼ାଉ ଥିଲେ। ତେବେ କିଭଳି ପରିସ୍ଥିତିରେ ସଚିନ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ  ତାହାର ନିରପେକ୍ଷ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସିସୋର ଚିଟଫଣ୍ଡ ମାମଲା

COASTAL NEWS Odia 872

ସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ



 
ଭୁବନେଶ୍ବର: ଭଞ୍ଜ ବିହାରୀ ମହାନ୍ତି - ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜ ଫ୍ରେମ କରିଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। 

ଭୁବନେଶ୍ବର ସିବିଆଇ-୧ କୋର୍ଟରେ ଉଭୟଙ୍କୁ ଚାର୍ଜ ଫ୍ରେମ କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାମରେ ଜାର୍ଜ ଫ୍ରେମ ହୋଇଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ପତ୍ନୀଙ୍କ ନାମରେ ସିବିଆଇ ପକ୍ଷରୁ ଦଫା ୪୨୦, ୧୨୦ବି, ୪୦୯, ୪୬୭, ୪୬୮ ଏବଂ ୪୭୧ରେ ଚାର୍ଜ ଫ୍ରେମ କରାଯାଇଛି ବୋଲି ସୂଚନା ମିଳିଛି।

ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ନିଆଁ

COASTAL NEWS Odia 871

ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ନିଆଁ


ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଷ୍ଟେସନ ଛାଡ଼ିବାର ମାତ୍ର କିଛି ମିନିଟ ପରେ ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସରେ ଲାଗି ଯାଇଛି ନିଆଁ। ଟ୍ରେନର ଜେନେରେଟର କୋଚ ଓ ଏହାକୁ ଲାଗିଥିବା ଯାତ୍ରୀବାହୀ ବଗିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି।

ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି ବାହାରକୁ ଚାଲି ଆସିଥିଲେ।

ଶନିବାର ପ୍ରାୟ ଦିନ ୨ଟା ବେଳେ ଟ୍ରେନଟି ଗୁଜରାଟର ଭାଲସାଦ ରେଳ ଷ୍ଟେସନ ଛାଡ଼ିବା କ୍ଷଣି ଏହି ଘଟଣା ଘଟିଛି। ଜଣେ ଅଧିକାରୀ କହିଛନ୍ତି, ଥିରୁଚଚିରାପାଲ୍ଲୀ-ଶ୍ରୀ ଗଙ୍ଗାନଗର  ଏକ୍ସପ୍ରେସ ଭାଲସାସ ଷ୍ଟେସରେ ରହିଥିଲା। ତେବେ ଟ୍ରେନଟି ଷ୍ଟେସନ ଛାଡ଼ି ସୁରତ ଅଭିମୁଖ୍ୟ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା।

ପ୍ରଥମେ ନିଆଁ ପାୱାର କୋଚରେ ଲାଗିଥିଲା। ଶର୍ଟସର୍କିଟ ଯୋଗୁ ଲାଗିଥିବା ନିଆଁ ପାୱାର କୋଚରୁ ପାର୍ଶ୍ୱବର୍ତ୍ତୀ ବି-୧ କୋଚ୍‌କୁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ଜାଣି ତୁରନ୍ତ ଟ୍ରେନକୁ ଅଟକା ଯାଇଥିଲେ। ନିଆଁକୁ ତୁରନ୍ତ ଆୟତ୍ତ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ବାହାରକୁ ଅଣା ଯାଇଥିଲା। ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

ରେଳବାଇ ପୁଲିସ୍‌, କର୍ମଚାରୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ କିଛି ମିନିଟ ମଧ୍ୟରେ ଆୟତ୍ତ କରି ନେଇଥିଲେ। ହେଲେ ନିଆଁକୁ ଦେଖି ଲୋକମାନେ ବେଶ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡ଼ିଥିଲେ। ସେମାନେ ବଗିରୁ ଡେଇଁ ଏଣେତେଣେ ମଧ୍ୟ ଦୌଡ଼ି ଥିଲେ।

ଇସ୍ରୋ ଲଞ୍ଚ କରିବ BIKINI ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ

COASTAL NEWS ODIA 870

ଇସ୍ରୋ ଲଞ୍ଚ କରିବ BIKINI 
 ପରୀକ୍ଷଣ ସଫଳ ହେଲେ ମହାକାଶ ପର୍ଯ୍ୟଟନ ହେବ ବିକଶିତ
ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ । ଏହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ହେଉଛି ବିକିନି । ଏହା ୟୁରୋପୀୟ ଷ୍ଟାର୍ଟଅପ୍ ‘ଦ ଏକ୍ସପ୍ଲୋରେସନ୍ କମ୍ପାନୀ’ର ଏକ ରିଏଣ୍ଟ୍ରି ହ୍ୱିକିଲ ।

ପିଏସଏଲଭି ରକେଟ୍ ଏହି ସ୍ପେଶକ୍ରାଫ୍ଟକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ । ସେଠାରୁ ଏହା ପୁଣି ପୃଥିବୀ ଆଡକୁ ଫେରିବ । ଫେରିବା ବାଟରେ ଏହା ବାୟୁମଣ୍ଡଳର ଯାଞ୍ଚ କରିବ ଏବଂ ବାୟୁମଣ୍ଡଳକୁ ଅତିକ୍ରମ କରି ଶେଷରେ ସମୁଦ୍ରରେ ପଡିବ । ବିକିନିର ଓଜନ ମାତ୍ର ୪୦ କେଜି । ମହାକାଶରେ ଡେଲିଭରୀ ପହଞ୍ଚାଇବ ଏହାର ଉଦ୍ଦେଶ୍ୟ ।

ଯଦି ବିକିନି ଜାନୁଆରୀରେ ହେବାକୁ ଥିବା ପରୀକ୍ଷଣରେ ସଫଳ ହୁଏ ତେବେ କମର୍ସିଆଲ ମହାକାଶ ଯାତ୍ରା କ୍ଷେତ୍ରରେ ଭାରତର ଦିଗ ଉନ୍ମୁକ୍ତ ହୋଇଯିବ । ଏହାର ଅର୍ଥ ମହାକାଶକୁ ଯେକୌଣସି ସାମଗ୍ରୀର ଡେଲିଭରୀ ସମ୍ଭବ ହୋଇପାରିବ, ତାହା ପୁଣି କମ୍ ଖର୍ଚ୍ଚରେ ।


ମାତ୍ର ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା

COASTAL NEWS Odia 869

ମାତ୍ର ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା



ମୁମ୍ବାଇ - ଭଞ୍ଜ ବିହାରୀ ମହାନ୍ତି - ଯିଏ ୯ ମାସ ଧରି ଗର୍ଭରେ ରଖି ଜନ୍ମ ଦେଇଥିଲା, ସେ କିନ୍ତୁ ୨ ମାସ ବି ସମ୍ଭାଳି ପାରିଲାନି। ଜନ୍ମ ଦେଇଥିବା ମା’ ହିଁ ନେଇଗଲା ଜୀବନ । ଦୁନିଆକୁ ଜାଣିବା ଆଗରୁ ମାତ୍ର ୩୯ ଦିନର ଝିଅକୁ ୧୪ ମହଲାରୁ ଫୋପାଡ଼ି ଦେଲା ମା’ । 

ନିଜ ମା’ ହାତରେ ଶିଶୁ କନ୍ୟାଟିର ଜୀବନ ଚାଲିଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଜ ଛୁଆକୁ ଫୋପାଡ଼ି ଦେଇଥିବା ମହିଳାଜଣକ ଭିନ୍ନକ୍ଷମ ବୋଲି ଜଣାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ମୁମ୍ବାଇରେ ଘଟିଛି।

ମୁମ୍ବାଇର ଜାଭେଦ ରୋଡ ଅଞ୍ଚଳରେ ଗତ ଗୁରୁବାର ଏପରି ଏକ ଘଟଣା ଘଟିଛି। ମହିଳାଜଣକ ମୁକ ଓ ବଧିର ବୋଲି ଜଣାଯାଇଛି। ସେ ପ୍ରାୟ ଦେଢ ମାସ ତଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

ମାତ୍ର ଗତ ଗୁରୁବାର ସେ ନିଜ ଝିଅକୁ ଫ୍ଲାଟର ଝରକା ଦେଇ ୧୪ ମହଲାରୁ ତଳକୁ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ମାତ୍ର ତାଙ୍କୁ ଗିରଫ କରାଯାଇ ନ ଥିବା ବେଳେ ଏହା ପଛର କାରଣ ଉପରୁ ପରଦା ହଟିନି।

ଗତ ବର୍ଷ ଜୁଲାଇରେ ମଧ୍ୟ ମହିଳାଜଣକଙ୍କର ୭ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ଶିଶୁଟି ଖାଇବା ସମୟରେ ଅଣନିଶ୍ୱାସୀ ହୋଇ ଆଖି ବୁଜିଥିବା ତଦନ୍ତରୁ ଜଣାପଡ଼ିଥିଲା।

ନିଦରୁ ଉଠୁନି ବିକ୍ରମ

COASTAL NEWS Odia 868

ନିଦରୁ ଉଠୁନି ବିକ୍ରମ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ନିଦରୁ ଉଠୁନି ବିକ୍ରମ । ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସେଠାରୁ କୌଣସି ସିଗ୍ନାଲ ମିଳିନାହିଁ ବୋଲି ସୂଚନା ଦେଇଛି ଇସ୍ରୋ । ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ବି ଜାରି ରହିବ।

ପୃଥିବୀ ସମୟ ଅନୁସାରେ ଗତ ୧୪ ଦିନ ଧରି ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ହୋଇଥିଲା। ସେତେବେଳେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ମାଇନସ୍ ୧୨୦ରୁ ୧୫୦ ଡିଗ୍ରୀ ସେଲସିୟସ ଥିଲା । ଏହି ତାପମାତ୍ରାକୁ ଇଲେକ୍ଟ୍ରୋନିକ୍ସ ଓ ବ୍ୟାଟେରି ସହ୍ୟ କରିବା କାଠିକର ପାଠ। ଚନ୍ଦ୍ରୟାନ ଅବତରଣ ସ୍ଥଳ ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ଓ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖିଥିଲା ଇସ୍ରୋ। କେବଳ ରିସିଭରକୁ ଅନ୍ ରଖି ବାକି ସବୁ ଯନ୍ତ୍ରପାତିକୁ ବନ୍ଦ କରିଦିଆଯାଇଥିଲା।

ଇତି ମଧ୍ୟରେ ବିତିଯାଇଛି ୨ ସପ୍ତାହରୁ ଅଧିକ ସମୟ। ଜହ୍ନ ରାଇଜରେ ପରସ୍ପରଠୁ ପ୍ରାୟ ୧୦୦ ମିଟର ଦୂରରେ ଶୋଇଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ପଏଣ୍ଟ ଶିବଶକ୍ତିରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଯନ୍ତ୍ର କାର୍ଯ୍ୟକ୍ଷମ ହେବା ଲାଗି ଉପଯୁକ୍ତ ଉତ୍ତାପ ଓ ସୌରଶକ୍ତି ସଂଗ୍ରହ କରୁଛନ୍ତି। ସେମାନଙ୍କୁ ସକ୍ରିୟ କରିବା ଲାଗି ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି।

ଯଦି ଅସହ୍ୟ ଥଣ୍ଡା ତାପମାତ୍ରାରେ ଯନ୍ତ୍ରପାତି ଠିକ୍‌ ଥିବ, ତା’ ହେଲେ ଲ୍ୟାଣ୍ଡର ବିକ୍ରମ ସିଗନାଲ ଦେଇପାରେ । ନଚେତ କିଛି କୁହାଯାଇ ପାରିବିନ । ଲ୍ୟାଣ୍ଡର ବିକ୍ରମ ନିଦରୁ ଉଠିଲେ ପୁଣି ଥରେ ଅନୁସନ୍ଧାନ ଜାରି ରହିବ ବୋଲି ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି।

ପୃଥିବୀ ସମୟ ଅନୁସାରେ ପ୍ରତି ୧୪ ଦିନ ଅନ୍ତରରେ ଚନ୍ଦ୍ରରେ ଦିନ ଓ ରାତି ହୋଇଥାଏ । ଚନ୍ଦ୍ରରେ ୧୪ ଦିନ ଅନ୍ଧାର ଏବଂ ୧୪ ଦିନ ସୂର୍ଯ୍ୟାଲୋକ ପଡ଼ିଥାଏ। ତେବେ ଗତକାଲି ସେଠାରେ ସୂର୍ଯ୍ୟୋଦୟ ହୋଇସାରିଥିବା ବେଳେ, କେମିତି ଭାଙ୍ଗିବ ବିକ୍ରମ ଓ ପ୍ରଜ୍ଞାନର ନିଦ? ସେମାନଙ୍କୁ କେମିତି ନିଦରୁ ଉଠାଇବ ଇସ୍ରୋ? ଆସନ୍ତା ଜାଣିବା ପୂରା ପ୍ରକ୍ରିୟା ।

- ପଏଣ୍ଟ ଶିବଶକ୍ତିର ଦିଗବଳୟରେ ଉଦିତ ସୂର୍ଯ୍ୟ ୬ରୁ ୯ ଡିଗ୍ରୀ ଉପରକୁ ଉଠିଲେ ଖରା ଚନ୍ଦ୍ରୟାନ ଉପରେ ପଡ଼ିବ ।

- ଲ୍ୟାଣ୍ଡର ଓ ରୋଭରର ସୋଲାର ପ୍ୟାନେଲ୍ ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଏହା ସୌରଶକ୍ତି ସଂଗ୍ରହ କରିବା ଆରମ୍ଭ କରିବ ।

- ଲ୍ୟାଣ୍ଡର ଓ ରୋଭର୍ କାର୍ଯ୍ୟକ୍ଷମ ହେବା ପାଇଁ ତାପମାତ୍ରା ଅତି କମରେ ମାଇନସ୍ ୧୦ ଡିଗ୍ରୀ ସେଲସିୟସ ହେବା ଦରକାର ।

- ଚନ୍ଦ୍ରରେ ରାତି ସମୟରେ ଲ୍ୟାଣ୍ଡରର ତାପମାତ୍ରା ଯେପରି ମାଇନସ୍ ୩୦ରୁ ମାଇନସ୍ ୪୦ ଡିଗ୍ରୀ ଅପେକ୍ଷା ଆଉ ତଳକୁ ନଖସେ ସେଥିଲାଗି ବ୍ୟବସ୍ଥା ହୋଇଥିଲା ।

- ଲ୍ୟାଣ୍ଡର ବିକ୍ରମକୁ ସୁନେଲି ରଙ୍ଗର ଚଦର ବା ମଲ୍ଟି ଲେୟାର୍ ଇନସୁଲେସନ୍ ବ୍ଲାଙ୍କେଟରେ ଘୋଡ଼ାଯାଇଥିଲା ।

- ଏଥିସହ ଅତି ଅଳ୍ପ ଚାର୍ଜରେ ମଧ୍ୟ ଯେପରି ବିକ୍ରମର ତାପମାତ୍ରା ବୃଦ୍ଧି କରିହେବ, ସେଥିପାଇଁ ତା ଭିତରେ ବ୍ୟାଟେରି ଓ ହିଟର୍ ବ୍ୟବସ୍ଥା ରହିଛି ।

- ଆବଶ୍ୟକ ଚାର୍ଜ ଓ ତାପମାତ୍ରା ମିଳିବା ପରେ ହିଁ ଲ୍ୟାଣ୍ଡର ବିକ୍ରମର ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହୋଇପାରିବ।

- ୱେକ୍-ଅପ୍ ସର୍କିଟ୍ ସକ୍ରିୟ ହେବା ପରେ ଲ୍ୟାଣ୍ଡର ବିକ୍ରମ ପାଖରୁ ଇସ୍ରୋକୁ ସିଗ୍ନାଲ୍ କନଫର୍ମେସନ ମିଳିବ ।

- ଇସ୍ରୋ ପକ୍ଷରୁ କମାଣ୍ଡ୍ ପଠାଯିବ ଏବଂ ବିକ୍ରମର ରିସିଭର୍ ଏହାକୁ ଗ୍ରହଣ କରି ଜବାବ ଦେବା ପରେ ହିଁ ତାହା ନିଦରୁ ଉଠିଲା ବୋଲି କହିହେବ ।

- ଲ୍ୟାଣ୍ଡର ବିକ୍ରମ ପରେ ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରୁ ଜଗାଇବାକୁ ଚେଷ୍ଟା କରିବ ଇସ୍ରୋ ।

- ରୋଭର୍ ସହିତ ଇସ୍ରୋର ସିଧାସଳଖ ସଂପର୍କ ସ୍ଥାପନ ଲାଗି କୌଣସି ବ୍ୟବସ୍ଥା ନାହିଁ ।

- ଲ୍ୟାଣ୍ଡର୍ ସକ୍ରିୟ ହେବା ପରେ ହିଁ ରୋଭର ସହ ଏହା ମାଧ୍ୟମରେ ଯୋଗାଯୋଗ କରିହେବ।

- ଲ୍ୟାଣ୍ଡରକୁ କମାଣ୍ଡ ପଠାଇ ରୋଭରକୁ ନିଦରୁ ଉଠାଇବାକୁ ଚେଷ୍ଟା କରିବ ଇସ୍ରୋ ।
 

୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

COASTAL NEWS Odia 867

୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ


 
ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି = ୨୪ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ l ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ – ରାଉରକେଲା – ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପାର୍ବଣ ଅବସରରେ ଓଡ଼ିଶା ପାଇଁ ଏହା ଉତ୍ସବ ଭେଟି ଅଟେ। 

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ସମଗ୍ର ଦେଶରେ ଅନ୍ୟାନ୍ୟ ସ୍ଥାନରେ ଆରମ୍ଭ ହେବାକୁ ଥିବା ୮ଟି ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏହି ଟ୍ରେନର ଶୁଭାରମ୍ଭ କରିବେ। ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇସ୍ପିଡ ଟ୍ରେନ ଏବଂ ଏହା ଉନ୍ନତ ମାନର ବିଶେଷତ୍ୱ ସହିତ ଆରାମଦାୟକ ଯାତ୍ରାର ଅନୁଭୂତି ପ୍ରଦାନ କରିଥାଏ। ଏହି ଟ୍ରେନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପୁରୀରୁ ଓଡ଼ିଶାର ଶିଳ୍ପ ନଗରୀ ରୂପେ ପରିଚିତ ରାଉରକେଲାକୁ ସଂଯୋଗ କରିବ। 

ଏହି ଟ୍ରେନ ତାର ଯାତ୍ରା ସମୟରେ ଖୋର୍ଦ୍ଧା ରୋଡ, ରାଜଧାନୀ ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ଷ୍ଟେସନ ଗୁଡିକରେ ରହଣି କରିବ। ଏହି ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିମି ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ସଂଖ୍ୟା ୨୦୮୩୬ ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ଟାରେ ଯାତ୍ରାରମ୍ଭ କରିବ ଏବଂ ସେହି ଦିନ ଦିନ ୧୨ଟା ୪୫ ମିନିଟରେ ରାଉରକେଲାରେ ପହୁଞ୍ôଚବ। ସେହିଭଳି ପ୍ରତ୍ୟାବର୍ତ୍ତନ ସମୟରେ ଏହି ଟ୍ରେନ ୨୦୮୩୫ ରାଉରକେଲା – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ହୋଇ ଦିନ ୨ଟା ୧୦ ମିନିଟରେ ରାଉରକେଲାରୁ ଛାଡି ରାତ୍ର ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। 

ଏହି ଟ୍ରେନ ଉପକୂଳ, ମଧ୍ୟ ଓ ପଶ୍ଚିମ ଓଡ଼ିଶାର ଜିଲା ଗୁଡିକୁ ସଂଯୋଗ କରିବା ସହିତ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାର ଯାତ୍ରୀ ମାନଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ ଯାତ୍ରାର ସ୍ୱପ୍ନକୁ ପୁରଣ କରିବ। ଏଥି ସହ ପୁରୀ ରୁ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ ସହିତ ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଓ ପର୍ଯ୍ୟଟକ ମାନଙ୍କୁ ବହୁଳ ଭାବରେ ଉପକୃତ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।


ଛାତ୍ରୀଙ୍କୁ ଦୁଷ୍କର୍ମନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ

COASTAL NEWS Odia 866

ଛାତ୍ରୀଙ୍କୁ ଦୁଷ୍କର୍ମନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ


ରାୟଗଡା - ଭଞ୍ଜ ବିହାରୀ ମହାନ୍ତି - ହସଖୁସିରେ ଘରୁ ସ୍କୁଲକୁ ଯାଇଥିଲା ତୃତୀୟ ଶ୍ରେଣୀ ଛାତ୍ରୀ। ମାତ୍ର ଫେରିବା ବେଳେ ଲୋଲୁପ ଦୃଷ୍ଟି ପକାଇଲେ ସ୍କୁଲର ପିଅନ । ଆଉ ଛାତ୍ରୀଙ୍କୁ ଟେକି ନେଇ କଲେ ଦୁଷ୍କର୍ମ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍‌ ଜିପ୍‌କୁ ଭଙ୍ଗାରୁଜା କରିବା ସହ ପୁଲିସ୍‌ ବସ୍‌ ଜାଳି ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ଘଟିଛି। ଗାଁରେ ଉତେଜନା ଲାଗିଥିବାରୁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଗତକାଲି ସ୍କୁଲ ସରିବା ପରେ ତୃତୀୟ ଶ୍ରେଣୀ ଛାତ୍ରୀଜଣକ ନିଜ ଘରକୁ ଯାଉଥିଲେ। ମାତ୍ର ତାଙ୍କୁ ଏକୁଟିଆ ପାଇ ପ୍ରଲୋଭିତ କରି ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ତାଙ୍କୁ ଏକ ରୁମ୍‌କୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାପରେ ଛାତ୍ରୀଜଣକ କାନ୍ଦୁଥିବା ଦେଖି ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ନାବାଳିକାଜଣକ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ।

ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଡ଼ଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପରିବାର ବର୍ଗ ପକ୍ଷରୁ ଡଙ୍ଗା ସିଲ ଥାନରେ ଏତଲା ଦେବାକୁ ଯାଇଥିଲେ। ମାତ୍ର ପ୍ରଥମେ ପୁଲିସ୍‌ ଏତଲା ଗ୍ରହଣ କରୁ ନ ଥିବା ବେଳେ ପରେ ଗ୍ରହଣ କରିଥିବା କହିଛନ୍ତି ପରିବାର ଲୋକେ ।

ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ପୁଲିସ୍‌ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପୁଲିସ୍‌ ଫୋର୍ସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା। 

ପୁଲିସ୍‌ ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କୁ ଅଟକ ରଖିଥିବା ବେଳେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଁରେ ଆଜି ୫ ପ୍ଲାଟୁନ୍‌ ପୁଲିସ ମୁତୟନ କରଯାଇଥିବା ନେଇ ସୂଚନା ମିଲିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପିଅନଙ୍କୁ ଅଟକ ରଖି ପଚରାଉଚରା କରିଛି। 
 


ଇଷ୍ଟର୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା

COASTAL NEWS Odia 865

ଇଷ୍ଟର୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ବିପୁଳ ଟଙ୍କା


 
ଭୁବନେଶ୍ୱର,୨୩।୯ : ଭଞ୍ଜ ବିହାରୀ ମହାନ୍ତି - ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଦୈନିକ ଖବରକାଗଜ ସମ୍ବାଦରେ କର୍ମଚାରୀଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଣ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଗତ କିଛିବର୍ଷ ମଧ୍ୟରେ ଇଷ୍ଟର୍ନ ମିଡିଆ ଲିମିଟେଡ/ସମ୍ବାଦର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବିପୁଳ ଟଙ୍କା ଜମା ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ଶୁକ୍ରବାର ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। 

ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଯାଞ୍ଚବେଳେ ଏହା ଜଣାପଡ଼ିଥିବା ସୂଚନା ଦିଆଯାଇଛି। ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି ଯେ, ଗୁରୁବାର ଇଓଡବ୍ଲ୍ୟୁର ଏକ ଟିମ୍‌ ସମ୍ବାଦ ଅଫିସରେ ଯାଞ୍ଚ କରିଥିଲା। ହେଲେ ଏହି ସମୟରେ ସମ୍ବାଦ ଅଧିକାରୀ ତଥା କର୍ମଚାରୀମାନେ ତଦନ୍ତରେ ସହଯୋଗ କରି ନ ଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ତଥା ଦସ୍ତାବିଜ୍‌ ମିଳି ନ ଥିଲା। କିଛି ସନ୍ଦେହଜନକ ଦସ୍ତାବିଜ୍‌କୁ ଦେବା ପାଇଁ ସମ୍ବାଦ ଅଧିକାରୀମାନେ ଇଓଡବ୍ଲ୍ୟୁ ଟିମ୍‌କୁ ମନା କରିଦେଇଥିଲେ। 

ସଂସ୍ଥାର ଆକାଉଣ୍ଟ୍‌ ଓ ଏଚ୍‌ଆର୍‌ ସେକ୍ସନ୍‌ର କିଛି ପ୍ରାସଙ୍ଗିକ କମ୍ପ୍ୟୁଟର୍‌ ଫାଇଲ୍‌ର କପି ନେବା ପାଇଁ ଇଓଡବ୍ଲ୍ୟୁ ଚାହିଁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ ବାରଣ କରାଯାଇଥିଲା। ଏଭଳି ପରିସ୍ଥିତିରେ କିଛି ହାର୍ଡଡିସ୍କକୁ ଜବତ କରିବାକୁ ଇଓଡବ୍ଲ୍ୟୁ ଟିମ୍‌ ବାଧ୍ୟ ହୋଇଥିଲେ ବୋଲି କୁହାଯାଇଛି। ତଦନ୍ତ ସମୟରେ ସମ୍ବାଦର ଆଉ କେତେଜଣ ପୀଡ଼ିତ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। 

ସେମାନେ ଏତଲାକାରୀ ଅସୀମ ମହାପାତ୍ରଙ୍କ ଅଭିଯୋଗକୁ ପ୍ରମାଣ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ବାଦର ଋଣ ଜାଲିଆତିର ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଇଓଡବ୍ଲ୍ୟୁର ପ୍ରେସ୍‌ ବିବୃତିରେ ଆହୁରି ଦର୍ଶାଯାଇଛି ଯେ, ଇଷ୍ଟର୍ନ ମିଡିଆ ସଂସ୍ଥା ଦରମା ପରିମାଣକୁ ଏପଟସେପଟ କରିଥିବା ଏବଂ ଇପିଏଫ୍‌ଓ ଓ ଇଏସ୍‌ଆଇସି ଡିପୋଜିଟ୍‌ କରି ନ ଥିବା କେତେଜଣ ପୀଡ଼ିତ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ଦୃଷ୍ଟି ଦେବା ସହ ସଂସ୍ଥାଠାରୁ ସୂଚନା ମଗାଯାଇଥିବା କୁହାଯାଇଛି। ସେପଟେ ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍‌ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ୩ ଅଧିକାରୀଙ୍କୁ ଗୁରୁବାର ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା। ଶୁକ୍ରବାର ମଧ୍ୟ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୨ଜଣଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

ଆଜି ରାଧାଷ୍ଟମୀ

COASTAL NEWS Odia 864

ଆଜି ରାଧାଷ୍ଟମୀ – ରାଧା ହିଁ କୃଷ୍ଣ ହିଁ ରାଧା: କିପରି ହୋଇଥିଲା ଶ୍ରୀରାଧାଙ୍କ ଜନ୍ମ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି -ଆଜି ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରିଥାଆନ୍ତି। ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ। ଏଥିରେ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା ଯାଇଥାଏ। 

କାହାଣୀଟି ଏହିପରି, ସତ୍ୟଯୁଗରେ ଲୀଳାବତୀ ନାମରେ ଜଣେ ବାରଙ୍ଗନା ଥିଲା।ଥରେ ସେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା। ବାଟରେ ଗୋଟିଏ ମନ୍ଦିର ଦେଖିଲା। ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ। ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ। ଏହା ଦେଖି ତା’ର ମନରେ ପରିବର୍ତ୍ତନ ଆସିଲା। ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା ଏବଂ ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା। ମୃତ୍ୟୁ ପରେ ତା’ର ବୈକୁଣ୍ଠ ପ୍ରାପ୍ତି ହେଲା।

ଶ୍ରୀରାଧାଙ୍କ ଜନ୍ମ –ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ। ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ। ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ। ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ। ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ “ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ। ତୁମେ ବର ପ୍ରାର୍ଥନା କର। ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ। ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ। ”ତଥାସ୍ତୁ” କହିଲେ ଶ୍ରୀହରି। ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ। ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। 

ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ। ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ। ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ। ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ। ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ। ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ। ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ। 

କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ। ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀ ରାଧାଷ୍ଟମୀ ଭାବରେ ପାଳନ କରାଯାଏ।ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ।

ରାଧା ହିଁ କୃଷ୍ଣ, କୃଷ୍ଣ ହିଁ ରାଧା –ଶ୍ରୀକୃଷ୍ଣ ଆହ୍ଲାଦିନୀ, ପ୍ରେମଶୀଳା, ଅନନ୍ୟ ସୌନ୍ଦର୍ଯ୍ୟମୟୀ, ଆଦିଶକ୍ତି ପ୍ରକୃତି ସ୍ବରୂପିଣୀ ଶ୍ରୀରାଧାଙ୍କ ପ୍ରେମ ଓ ଭକ୍ତିକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। କାହିଁ ରାଧାଙ୍କର କୃଷ୍ଣ ପ୍ରେମ, ଆଉ କାହିଁ ଶବ୍ଦ ସମ୍ଭାରର ଅତ୍ୟଳ୍ପ ସାମର୍ଥ୍ୟ। ରାଧାଙ୍କ ପ୍ରେମ ଥିଲା ମହାଭାବର ଅନନ୍ତ ବିସ୍ତାର। ରାଧା ଥିଲେ ଶ୍ରୀକୃଷ୍ଣଙ୍କ ମହାରାଗର ଶାଶ୍ବତ ମହାରାସ। 

ଏହି ମହାରାସ ଚିର ଶାଶ୍ବତ, ଅସମାପ୍ତ ଓ ଅଚ୍ୟୁତ ପୂର୍ଣ୍ଣରେ ପୂର୍ଣ୍ଣତାର ପ୍ରତୀକ। ବ୍ରଜ କ୍ଷେତ୍ରରେ ରାଧା ହିଁ କୃଷ୍ଣ ପ୍ରେମର ସମସ୍ତ ରହସ୍ୟର କେନ୍ଦ୍ରବିନ୍ଦୁ ଥିଲେ। ସେଇ ବୃଷଭାନୁ କନ୍ୟା ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନ’ଥିଲା। ରାଧା ହିଁ କୃଷ୍ଣ ଏବଂ କୃଷ୍ଣ ହିଁ ଥିଲେ ରାଧା।


ମଶାମାନଙ୍କୁ ରୋକିବା ପାଇଁ ଏଠାରେ ପ୍ରାକୃତିକ ଉପଚାର

COASTAL NEWS Odia 863

ମଶାମାନଙ୍କୁ ରୋକିବା ପାଇଁ ଏଠାରେ ପ୍ରାକୃତିକ ଉପଚାର



ଭୁବନେଶ୍ବର - ଘରୁ ମଶାମାନଙ୍କୁ ଘଉଡାଇବା ପାଇଁ ବଜାରରେ ଅନେକ ଉତ୍ପାଦ ଉପଲବ୍ଧ |  କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ଅନେକ ପ୍ରାକୃତିକ ଜିନିଷ ଅଛି ଯାହାର ଗନ୍ଧ ମଶା ପସନ୍ଦ କରନ୍ତି ନାହିଁ |  ମଶାମାନେ ଏହି ପ୍ରାକୃତିକ ଗନ୍ଧକୁ ଘୃଣା କରନ୍ତି |

ଆପଣଙ୍କ ଘର ଚାରିପାଖରେ ଉଡ଼ୁଥିବା ମଶାମାନେ କୁଞ୍ଚନ କିମ୍ବା ଆଲର୍ଜି ସୃଷ୍ଟି କରନ୍ତି |  କେବଳ ଏତିକି ନୁହେଁ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁଙ୍ଗୁନିଆ ଭଳି ରୋଗ କେବଳ ମଶା ମାଧ୍ୟମରେ ବ୍ୟାପିପାରେ |  ମଶାକୁ କିପରି ନିୟନ୍ତ୍ରଣ କରିବେ ତାହା ଶିଖିବା ଆପଣଙ୍କ ଘରର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ |

ତଥାପି, ମଶାମାନଙ୍କୁ ଆପଣଙ୍କ ଘରର ସୁରକ୍ଷିତ ପରିବେଶଠାରୁ ଦୂରରେ ରଖିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ମଶା ପ୍ରତିରୋଧକ ସ୍ପ୍ରେ ଏବଂ ସୁଗନ୍ଧ ବ୍ୟବହାର କରିବା |  ଘରେ ମଶା ଜନସଂଖ୍ୟା ହ୍ରାସ କରିବା ପାଇଁ ତରଳ, ଗ୍ରାନୁଲ୍ସ ଏବଂ ପାଉଡର ସମେତ ଅନେକ ମଶା ନିୟନ୍ତ୍ରଣ ଦ୍ରବ୍ୟ ବିକ୍ରି ହୁଏ |

ମଶାମାନଙ୍କୁ ରୋକିବା ପାଇଁ ଏଠାରେ ପ୍ରାକୃତିକ ଉପଚାର:

ସେଠାରେ ଅନେକ ପ୍ରାକୃତିକ ସୁଗନ୍ଧ ଅଛି ଯାହାକୁ ଆପଣ ନିଜ ଘରେ ମଶାକୁ ରୋକିବା ପାଇଁ ବ୍ୟବହାର କରିପାରିବେ |

ଏଠାରେ ଦେଖନ୍ତୁ କେଉଁ ସୁଗନ୍ଧ ଯାହା ମଶାକୁ ଦୂରେଇ ରଖେ |

 ସାଇଟ୍ରୋନେଲା |
 ଲବଙ୍ଗ
 କେଦାର କାଠ |
 ଲେଭେଣ୍ଡର
 ecolipper
 କଦଳୀ
 ଗୋଲମରିଚ |
 ଏକ ପ୍ରକାର ଉଦ୍ଭିଦ |
 geraniol

Friday, September 22, 2023

ଆଜିର ରାଶିଫଳ

COASTAL NEWS Odia 861
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*

ଡ:ବାୟୁନନ୍ଦନ ମିଶ୍ର
        *✧═════•❁❀❁•═════✧*



*🌹ମେଷ* 🌹👇
 *ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।* 
*✧═════•❁❀❁•═════✧*
*🌹ବୃଷ🌹👇*
*ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।*

*✧═════•❁❀❁•═════✧*
*🌹ମିଥୁନ🌹👇*
*ଆଜି  ଆପଣଙ୍କ ଅଭିଳାଷ ପୂରଣ  ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।*

*✧═════•❁❀❁•═════✧*
*🌹କର୍କଟ🌹👇*
*ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ, ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।*

*✧═════•❁❀❁•═════✧*
*🌹ସିଂହ🌹👇*
*କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ  କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।*

*✧═════•❁❀❁•═════✧*
*🌹କନ୍ୟା🌹👇*
*ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।*

*✧═════•❁❀❁•═════✧*
*🌹ତୁଳା🌹👇*
*ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ । ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବା ସୂଚନା ରହିଛି ।*
*✧═════•❁❀❁•═════✧*

*🌹ବିଛା🌹👇*
*ଆଜି ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹👇*
*ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*

*🌹ମକର🌹*👇
*ଆପଣଙ୍କୁ ବନ୍ଧୁଙ୍କ ପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।*

*✧═════•❁❀❁•═════✧*
*🌹କୁମ୍ଭ🌹👇*
*ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।*
*✧═════•❁❀❁•═════✧*

*🌹ମୀନ🌹👇*
*ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।*
*✧═════•❁❀❁•═════✧*

ମୃତ୍ୟୁ ଖବର ଗୁଜବ, ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଗୁରୁତର

COASTAL NEWS Odia 861

ମୃତ୍ୟୁ ଖବର ଗୁଜବ, ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଗୁରୁତର


 
ଭୁବନେଶ୍ବର: ଭଞ୍ଜ ବିହାରୀ ମହାନ୍ତି - ଲୋକପ୍ରିୟ ଭଜନ କଣ୍ଠଶିଳ୍ପୀ ତଥା ଓଡ଼ିଶାର ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ଓ ଚିକିତ୍ସାଧୀନ ଥିଲେ। ଆଜି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କେତେକ ଗଣମାଧ୍ୟମରେ ଶ୍ରୀମତୀ ବାରିକଙ୍କ ଦେହାନ୍ତ ଖବର ପ୍ରସାରିତ ହେଉଥିବା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉ ଥିବାରୁ ଏବେ ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ରହିଥିବା ସୂଚନା ମିଳିଛି।
ଓଡ଼ିଶାର ଘରେ ଘରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ପରିଚିତ। ତାଙ୍କର ଭଜନ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ଶ୍ରୋତାଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଭଜନ ବେଶ୍ ଶ୍ରୁତି ମଧୁର ଏବଂ ସେଥିରେ ଆଧ୍ୟାତ୍ମିକ ଭାବ ଭରି ରହିଛି। ସଂଗୀତ ପ୍ରେମୀ ତଥା ଓଡ଼ିଶାବାସୀ ଶାନ୍ତିଲତା ବାରିକଙ୍କ ଆରୋଗ୍ୟ କାମନା କରିଛନ୍ତି।

ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଅଦାଲତି ଝଟ୍‌କା

COASTAL NEWS Odia 860

ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଅଦାଲତି ଝଟ୍‌କା



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ଅଦାଲତି ଝଟ୍‌କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି କଟକର ପରିବାର ଅଦାଲତ ବା ଫ୍ୟାମିଲି କୋର୍ଟ। ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି। ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା। ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। 

ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ତାଙ୍କ (ବର୍ଷା ପ୍ରିୟଦର୍ଶିନୀଙ୍କ) ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ।

ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ। ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି। 

ତେଣୁ ପୂରା ଜଜ୍‌ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ। ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି। ଆମେ ନିଶ୍ଚିତ ଭାବେ ଉପରକୋର୍ଟକୁ ଯିବୁ।  

କୋର୍ଟଙ୍କ  ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବର୍ଷା ଓ ଅନୁଭବ। ବର୍ଷା ତାଙ୍କ ଏକ୍ସ (ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ଅଦାଲତି ଝଟ୍‌କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି କଟକର ପରିବାର ଅଦାଲତ ବା ଫ୍ୟାମିଲି କୋର୍ଟ। ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି। ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା। ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। 

ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ତାଙ୍କ (ବର୍ଷା ପ୍ରିୟଦର୍ଶିନୀଙ୍କ) ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ।

ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ। ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି। ତେଣୁ ପୂରା ଜଜ୍‌ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ। ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି। ଆମେ ନିଶ୍ଚିତ ଭାବେ ଉପରକୋର୍ଟକୁ ଯିବୁ।  

କୋର୍ଟଙ୍କ  ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବର୍ଷା ଓ ଅନୁଭବ। ବର୍ଷା ତାଙ୍କ ଏକ୍ସ (ପୂର୍ବର ଟ୍ୱିଟର)ରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ସେପଟେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଗଣମାଧ୍ୟମକୁ କହିଛନ୍ତି ଅନୁଭବ ମହାନ୍ତି।  ଟ୍ୱିଟର)ରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ସେପଟେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଗଣମାଧ୍ୟମକୁ କହିଛନ୍ତି ଅନୁଭବ ମହାନ୍ତି। 

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

COASTAL NEWS Odia 859

ବିଧାନସଭାରେ ଉପସ୍ଥାପିତ ହେଲା ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି = ଆଜି ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ। ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ପୂର୍ଵରୁ ରାଜ୍ୟ ସରକାର ଘୋଷଣା କରିଥିବା ଯୋଜନାରେ ଅର୍ଥ ବରାଦ କରିଛନ୍ତି।

ମେଟ୍ରୋ ପାଇଁ ୨୧୦ କୋଟି,ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି,ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପଞ୍ଚାୟତରେ ଇଣ୍ଟରନେଟ ବ୍ୟବସ୍ଥା ପାଇଁ ୨୫୨ କୋଟି ଟଙ୍କାର ଅର୍ଥବରାଦ ହୋଇଛି। ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

୨୦୨୩ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଋଣଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି।ମୋଟ ଘରୋଇ ଉତ୍ପାଦ ବା GSDPର ୧୦ .୦୩ ପ୍ରତିଶତ। ମୁଣ୍ଡପିଛା ଋଣଭାର ୧୯ ହଜାର ୧୭୧ ଟଙ୍କା ରହିଛି।

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଏହି ଅତିରିକ୍ତ ବଜେଟରେ ପୂର୍ବରୁ ସରକାର ଘୋଷଣା କରିଥିବା ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲକ୍ଷ୍ମୀ ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି ୫୫୬ କୋଟି ଟଙ୍କା।

ପଞ୍ଚାୟତିରାଜ ସଂସ୍ଥା ଜରିଆରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୫୩ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଖର୍ଚ୍ଚ ହେବ ୧୧୦ କୋଟି ଟଙ୍କା। ସହରୀ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଜାଗ୍ରୁତି ଯୋଜନା ଅଧୀନରେ ଲିଙ୍ଗ ଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଞ୍ଚାୟତକୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ ପାଇଁ ଖର୍ଚ୍ଚ ହେବ ୨୫୨ କୋଟି ଟଙ୍କା।

ଆଜିର ଅତିରିକ୍ତ ବଜେଟ୍ ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ୧୩୨୭ କୋଟି ଟଙ୍କା, ମିଶନ ଶକ୍ତି ପାଇଁ ୭୮୩ କୋଟି ଟଙ୍କା, ପାନୀୟ ଜଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ୪୦୮୩ କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୩୫୫ କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୪୦୬୭ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭ କୋଟି ଟଙ୍କା, କ୍ରୀଡ଼ା ପାଇଁ ୩୨୧ କୋଟି ଟଙ୍କା, ସହରୀ ବିକାଶ ପାଇଁ ୧୦୮୮ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୨୮୮୨ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶ ପାଇଁ ୪୭୩ କୋଟି ଟଙ୍କା, ଜଳ ସେଚନ ପାଇଁ ୨୪୦୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

୨୦୨୩ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ଋଣଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି । ମୁଣ୍ଡପିଛା ଋଣଭାର ୧୯ ହଜାର ୧୭୧ ଟଙ୍କା ରହିଛି ।

ସ୍ଲିପ ମୋଡରୁ’ ବାହାରକୁ ବାହାରିନି ଚନ୍ଦ୍ରଯାନ-୩, କେବେ ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ

COASTAL NEWS Odia 858

‘ସ୍ଲିପ ମୋଡରୁ’ ବାହାରକୁ ବାହାରିନି ଚନ୍ଦ୍ରଯାନ-୩, କେବେ ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ




ଅହମ୍ମଦାବାଦ  : ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ୨୨ ସେପ୍ଟେମ୍ବର ଶୁକ୍ରବାର ସ୍ଲିପ୍‌ ମୋଡରୁ ବାହାରକୁ ଆସିବେ ନାହିଁ। ବର୍ତ୍ତମାନ ସେମାନେ ଏହି ମୋଡରେ ରହିବେ। ଅହମ୍ମଦାବାଦସ୍ଥିତ ଇସ୍ରୋ ସ୍ପେସ୍ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେଶ ଦେଶାୟୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇସ୍ରୋ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭରଙ୍କୁ ଶନିବାର ଅର୍ଥାତ ସପ୍ଟେମ୍ବର ୨୩ ତାରିଖ ଦିନ ସ୍ଲିପମୋଡରୁ ବାହାର କରିବାକୁ ଉଦ୍ୟମ କରାଯିବ। ଏବେ ଉଭୟ ନିଷ୍କ୍ରିୟ ଅଛନ୍ତି।

ଚନ୍ଦ୍ରରେ ଏବେ ସକାଳ ହୋଇସାରିଲାଣି, ସୂର୍ଯ୍ୟଙ୍କ କିରଣ ସମ୍ପୂର୍ଣ୍ଣ ମିଳୁଛି। ତେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭରଙ୍କୁ ପର୍ଯ୍ୟାପ୍ତ ଶକ୍ତି ମିଳି ନାହିଁ। ଚନ୍ଦ୍ରଯାନ-୩ରୁ କିଛି ଇନପୁଟ୍ ମିଳିଛି, ଯାହାର ବୈଜ୍ଞାନିକମାନେ ଏବେ ଗହନ ଯାଞ୍ଚ କରୁଛନ୍ତି। ଗତ ୧୦ ଦିନ ହେଲା ଲୋଭର ଓ ଲ୍ୟାଣ୍ଡରରୁ ମିଳିଥିବା ଡାଟାର ଆନାଲିସିସ୍ କରାଯାଉଛି। ଏହି ସମୟରେ ପ୍ରଜ୍ଞାନ ରୋଭର ୧୦୫ ମିଟର ପର୍ଯ୍ୟନ୍ତ ମୁଭମେଣ୍ଟ କରିଥିଲା। ପ୍ରଜ୍ଞାନ ରୋଭରରୁ ମିଳିଥିବା ତଥ୍ୟର ମଧ୍ୟ ସମୀକ୍ଷା କରାଯାଉଛି। ଏଥିରେ ଚନ୍ଦ୍ରର ଭୂମିକୁ ବିଶ୍ଲେଷଣ କରାଯାଉଛି। ଯାହା ଦ୍ୱାରା ମାଇନିଂ, ପାଣିର ସ୍ଥିତି ଓ ମାନବ ଜୀବନର ସମ୍ଭାବନା ସମ୍ପର୍କରେ ଜଣାପଡିବ।

ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଏପର୍ଯ୍ୟନ୍ତ ସ୍ଲିପ୍ ମୋଡରେ ଅଛନ୍ତି। ଏହି ସମୟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ବିଯୁକ୍ତ ୧୨୦ ଡିଗ୍ରିରୁ ୨୨୦ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଏତେ କମ୍‌ ତାପମାତ୍ରାରେ ସାଧାରଣତଃ ଯନ୍ତ୍ରର ସର୍କିଟ ବିଗିଡିବାର ସମ୍ଭାବନା ଥାଏ। ତେବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଉପରେ ବିଯୁକ୍ତ ତାପମାତ୍ରାର କେତେମାତ୍ରାରେ ପ୍ରଭାବ ପଡିଛି ତାହା ଚନ୍ଦ୍ରଯାନ-୩ ସ୍ଲିପ୍ ମୋଡରୁ ବାହାରକୁ ଆସିବା ପରେ ହିଁ ଜଣାପଡିବ।

ତେବେ ଶୁକ୍ରବାର ପ୍ରତ୍ୟୁଷରୁ ୟୁରୋପୀୟ ସ୍ପେସ୍‌ ଏଜେନ୍ସୀ (ଇଏସଏ)ଙ୍କ କୋରୋଉ ମହାକାଶ କେନ୍ଦ୍ର ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମକୁ ଲଗାତାର ବାର୍ତ୍ତା ଦେଇଥିଲା। ତେବେ ଲ୍ୟାଣ୍ଡରରୁ କମ୍‌ଜୋର ଜବାବ ମିଳୁଥିଲା। ଅର୍ଥାତ ଲ୍ୟାଣ୍ଡରରୁ ଯେଉଁପ୍ରକାରର ଶକ୍ତିଶାଳୀ ରେଡିଓ ଫ୍ରିକ୍ୱେନ୍ସି ମିଳିବା କଥା ତାହା ମିଳୁନଥିଲା।  

ଆଷ୍ଟ୍ରୋନମର ସ୍କଟ ଟାଇଲି ପ୍ରତ୍ୟୁଷରେ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ କୋରୋଉ ଚନ୍ଦ୍ରଯାନ-୩ ସମ୍ପର୍କରେ ଆସିଥିବାର ଉଲ୍ଲେଖ କରିଥିଲେ। ଏଥିରେ ସେ ସଠିକ ଫ୍ରିକ୍ୱେନ୍ସିରେ ବାର୍ତ୍ତା ପଠାଉଥିବାର ଉଲ୍ଲେଖ କରିଥିବା ବେଳେ ଚନ୍ଦ୍ରଯାନ ଲଗାତାର ଅନ୍ ଅଫ୍ ସିଗ୍ନାଲ ପଠାଉଥିବା ସୂଚିତ କରିଥିଲେ।

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ

COASTAL NEWS Odia 857

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ :୨୦ ଘଣ୍ଟାରୁ ଅଧିକ ସମୟ ଧରି ଶବକୁ ଘରେ ରଖି ବସିଛନ୍ତି ପରିବାର ଲୋକେ




ରେଢାଖୋଲ : ଭଞ୍ଜ ବିହାରୀ ମହାନ୍ତି - ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିବାକୁ ଅରାଜି । ଗୁଣି ଗାରେଡି ଯୋଗୁ ଅଚେତ୍ ହୋଇଯାଇଥିବା କଥାକୁ ବିଶ୍ୱାସ କରି ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଧରି ଘରେ ବସି ରହିଛନ୍ତି ପରିବାର ଲୋକେ । ଗତକାଲିଠାରୁ ମୃତ ଯୁବକଙ୍କର ଅନ୍ତିମ ସଂସ୍କାର କରୁ ନାହାନ୍ତି ପରିବାର ଲୋକେ । ଜୀବିତ ଥିବା ଭାବି ମୃତଦେହକୁ ଘରେ ରଖିଛନ୍ତି । ଗୁଣିଆ ଝଡ଼ାଫୁଙ୍କା କଲେ ପୁଅ ଜିଇଁ ଉଠିବ ବୋଲି ଏବେ ବି ଆଶା ରଖିଛନ୍ତି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଏନଏସି ୪ନଂ ୱାର୍ଡର ନୂଆସାହିରେ । ମୃତ ଯୁବକ ଜଣଙ୍କ ନାମ ବିରେନ କଅଁର । ବୟସ ପାଖାପାଖି ୨୨ବର୍ଷ ହେବ। ବିରେନଙ୍କ ବାପା ବାହାଦୁର କଅଁରଙ୍କର କିଛି ଦିନ ପୂର୍ବରୁ ପଡୋଶୀ ସୁଶୀଲ ନାୟକଙ୍କ ସହ କୈାଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ସୁଶୀଲ ଗୁଣିଗାରେଡି କରି ମାରି ଦେବ ବୋଲି କୁଆଡେ ଧମକ ଦେଇଥିଲା । ସୁଶୀଲ ଧମକ ଦେବାର ୧୫ ଦିନ ଭିତରେ ପୁଅ ବିରେନଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇଥିଲେ । 
ହେଲେ ବିରେନଙ୍କ ଦେହ ଭଲ ହୋଇ ନଥିଲା । ଶେଷରେ ଗତକାଲି ବିରେନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ପରିବାର ଲୋକେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ବିରେନଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଗତକାଲି ଦିନ ୨ଟାରୁ ଏପର୍ଯ୍ୟନ୍ତ ମୃତଦେହକୁ ପରିବାର ଲୋକେ ଘରେ ସେମିତି ରଖିଛନ୍ତି । ପୁଅକୁ ଗୁଣି କରାଯାଇଛି, ସେ ମରି ନାହିଁ, ତାର ନାଡ଼ି ଚାଲୁଛି ବୋଲି କହୁଛନ୍ତି ପରିବାର ଲୋକେ । ଯିଏ ଗୁଣି କରିଛି ସେ ଆସିଲେ ପୁଅ ଜିଇଁ ଉଠିବ ବୋଲି ପରିବାର ଲୋକେ ଆଶା ବାନ୍ଧି ରଖିଛନ୍ତି । 

ଏପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛି । ତେବେ ମଣିଷ ଚନ୍ଦ୍ରପୃଷ୍ଠକୁ ଗଲାଣି । ହେଲେ ମଣିଷ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ଏଯାଏ ବି ବାହାରି ପାରୁନାହିଁ । ଯାହା ପରିତାପର ବିଷୟ ।

ମହିଳା ସଂରକ୍ଷଣ ବିଲ୍‌‌ ପାରିତ ପରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

COASTAL NEWS Odia 856

ମହିଳା ସଂରକ୍ଷଣ ବିଲ୍‌‌ ପାରିତ ପରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ



 
ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଓ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌‌ ପାରିତ ହୋଇଥିବାରୁ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌‌ବୋଧନ ଦେଇ କହିଛନ୍ତି,ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଦେଶ ଅପେକ୍ଷା କରିଥିବା ପ୍ରତିଶ୍ରୁତି ସେ ପୂରଣ କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ଆଜି ଭାରତର ପ୍ରତ୍ୟେକ ମାଆ,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦିନ ଇତିହାସ ସୃଷ୍ଟି କରାଯାଇଥିବା ଆମେ ଦେଖିଲୋ ଭାରତର ନାଗରିକ ମାନେ ଇତିହାସ ସୃଷ୍ଟି କରିବାକୁ ସୁଯୋଗ ଦେଇଥିବାରୁ ଆମେ ଭାଗ୍ୟବାନ୍‌‌। ଆଗାମୀ ପିଢିମାନେ ଏହି ନିଷ୍ପତ୍ତିକୁ ମନେ ରଖିବେ। ଏହି ନିଷ୍ପତ୍ତି ପ୍ରତ୍ୟେକ ମହିଳାଙ୍କ ଆତ୍ମବିଶ୍ୱାସ ଖୁବ୍‌‌ ଉଚ୍ଚରେ ପହଞ୍ଚିଛି। ବେଳେବେଳେ ଏକ ନିଷ୍ପତ୍ତି ଦେଶର ଭାଗ୍ୟ ବଦଳାଇବାର କ୍ଷମତା ରଖିଥାଏ। ଆମେ ଏପରି ନିଷ୍ପତ୍ତିର ସାକ୍ଷୀ ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା


ମହିଳା ସଂରକ୍ଷଣ ବିଲ: ସଂସଦରେ ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି

COASTAL NEWS Odia 855

ମହିଳା ସଂରକ୍ଷଣ ବିଲ: ସଂସଦରେ ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି । ମହିଳା ସାଂସଦଙ୍କ ସହ ଫଟୋ ଉଠାଇଲେ ମୋଦୀ

 

 
ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି ) ମହିଳା ସଂରକ୍ଷଣ ବିଲ୍କୁ ସଂସଦରେ ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି । ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଦିଲ୍ଲୀ ଜାତୀୟ ବିଜେପି କାର୍ଯ୍ୟାଳୟରେ ଦଳର କର୍ମୀମାନେ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ମୋଦୀ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୋଦୀ କହିଛନ୍ତି, ଏହି ବିଲକୁ ସମସ୍ତ ଦଳ ସମର୍ଥନ ଜଣାଇଛନ୍ତି । ଯେଉଁମାନେ ପୂର୍ବରୁ ଏହି ବିଲକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛନ୍ତି । କାରଣ ଗତ ୧୦ ବର୍ଷ ହେଲା ଦେଶରେ ମହିଳାଙ୍କ ଅଧିକାର ଉପରେ ଗୁରୁତ୍ୱ ଦିଆଯାଉଛି । ଗଣତନ୍ତ୍ରରେ ମହିଳାଙ୍କ ଅଂଶଗ୍ରହଣ ପାଇଁ ଗତ ତିନି ଦଶନ୍ଧୀ ଧରି ବିଜେପି କାର୍ଯ୍ୟ କରିଆସୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ସଂରକ୍ଷଣ ବିଲ ଆମର ପ୍ରତିଶ୍ରୁତି ଥିଲା. ଆଜି ଆମେ ଏହାକୁ ପୂରଣ କରିଛୁ ବୋଲି କହିଛନ୍ତି ମୋଦୀ । ମହିଳା ବିଲ ଏକ ସାଧାରଣ ଆଇନ ନୁହେଁ । ଏହା ହେଉଛି ନୂଆ ଭାରତର ନୂଆ ଗଣତାନ୍ତ୍ରିକ ପ୍ରତିଶ୍ରୁତି । ଏହି ବିଲ ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୧୬ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ରେ ସାହାଜାଦ୍

COASTAL NEWS Odia 853

୧୬ ବର୍ଷରୁ କମ୍‌ କ୍ରିକେଟ ଟିମ୍‌ରେ ଆଳି ରାଜା ଶରତ କୁମାର ଦେବ ହାଇସ୍କୁଲ ର ସାହାଜାଦ୍ ଖାଁ


ଆଳି - ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ୍ ଟିମ୍ କ୍ୟାମ୍ପ୍ ପାଇଁ ଆଳିର ସାହାଜାଦ୍ ଖାଁ ମନୋନୀତ ହୋଇଛନ୍ତି। ସେ ଏବେ ସ୍ଥାନୀୟ ଶରତ ଦେବ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ଓସିଏ ଭିଜିନ୍‌-୨୪ ଯୋଜନା ଅନୁଯାୟୀ ଆଳି ଷ୍ଟାଡିୟମ୍‌ରେ ଆୟୋଜିତ ୧୬ ବର୍ଷରୁ କମ୍ କ୍ଲବ୍ ମ୍ୟାଚ୍‌ରେ ଏସିଏସ୍‌ସି କ୍ଲବ୍ ପକ୍ଷରୁ ଖେଳି କେନ୍ଦ୍ରାପଡ଼ା ଜିଲ୍ଲା ଟିମ୍ ପାଇଁ ମନୋନୀତ ହୋଇଥିଲେ । 

ଜିଲ୍ଲା ଟିମ୍‌ରେ ଭଲ ପ୍ରଦର୍ଶନ କରି ସେ ରାଜ୍ୟ ସ୍ତରୀୟ କ୍ୟାମ୍ପ୍  ପାଇଁ ମନୋନୀତ ହୋଇଥିଲେ । ସେଠାରେ ଭଲ ପ୍ରଦର୍ଶନ କରିବା ପରେ ଓଡ଼ିଶା ୧୬ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ପାଇଁ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପ୍ ନିମନ୍ତେ ବ୍ୟାଟର୍‌ ଭାବେ ଚୟନ ହୋଇଛନ୍ତି। 

ତାଙ୍କ ବାପା ଆୟାମ ଖାଁ ଜଣେ ପୁରୁଣା କ୍ରିକେଟ୍ ଖେଳାଳି ଥିଲେ । ସେ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସାହାଜାଦ ନିଜର ନିଷ୍ଠା ବଳରେ ଏହି ସଫଳତା ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ମିଳିଛି।

ଟ୍ରେନ୍ମ ରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ସହ ମରଣାତ୍ମକ ଆକ୍ରମଣ

COASTAL NEWS Odia 853

ଟ୍ରେନ୍ମ ରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ସହ ମରଣାତ୍ମକ ଆକ୍ରମଣ



ଉତ୍ତରପ୍ରଦେଶ - ( ଭଞ୍ଜ ବିହାରୀ ମହାନ୍ତି.) ଗତ ୩୦ ତାରିଖରେ ମନକାପୁରରୁ ଅଯୋଧ୍ୟା ଅଭିମୁଖେ ଯାଉଥିବା ସରୟୁ ଏକ୍ସପ୍ରେସ୍‌ରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ସହ ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ।

ଏହି ଘଟଣାରେ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଉତ୍ତରପ୍ରଦେଶ ପୁଲିସ୍‌ ଦୀର୍ଘ ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଅନିସଙ୍କୁ ଖୋଜି ଏନକାଉଣ୍ଟର କରିଥିବା ବେଳେ ଆଉ ଦୁଇ ଜଣ ଆଜାଦ ଓ ବିଶ୍ୱମ୍ବରଙ୍କୁ ଗିରଫ କରି ସାରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଅନିସ ଅଯୋଧ୍ୟା ପୁଲିସ୍ ଓ ଏସଟିଏଫ ଟିମ୍‌ ଏନକାଉଣ୍ଟରରେ ଟଳି ପଡ଼ିଛି। 

ଅନ୍ୟ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି। ଅନିସର ଆଉ ଦୁଇ ଜଣ ସହଯୋଗୀ ଆଜାଦ ଓ ବିଶ୍ୱମ୍ବରଙ୍କୁ ପୁଲିସ୍‌ ଅଯୋଧ୍ୟାର ଇନାୟତନଗରରୁ ଗିରଫ କରିଛି। ପୁଲିସ୍‌ ସହ ହୋଇଥିବା ଧସ୍ତାଧସ୍ତିରେ ସେମାନେ ଆହତ ହୋଇଥିବା ଜଣାଯାଇଛି। ଏହି ମାମଲାର ଅଭିଯୁକ୍ତଙ୍କୁ ଧରାଇବାରେ ସାହାଯ୍ୟ କରିବା ନିମନ୍ତେ ପୁଲିସ୍‌ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲା।

ଗତ ୩୦ ତାରିଖରେ ମହିଳା କନଷ୍ଟେବଳ ଯାତ୍ରା କରୁଥିବା ଟ୍ରେନ୍‌ ବଗିରେ ଉକ୍ତ ୩ ଯୁବକ ବି ଥିଲେ। ଉକ୍ତ ୩ ଯୁବକ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିବାରୁ କନଷ୍ଟେବଳ ଜଣକ ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ୩ ଯୁବକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଚେହେରାକୁ କ୍ଷତାକ୍ତ କରି ଦେଇଥିଲା। ଏପରିକି ସେମାନେ ଟ୍ରେନ୍ ଝରକାରେ ମହିଳାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉକ୍ତ ୩ ଜଣ ଟ୍ରେନ୍‌ରୁ ଡେଇଁ ଫେରାର ହୋଇ ଯାଇଥିଲେ

ଏହାପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଲକ୍ଷ୍ନୌସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନେ ଡେଇଁଥିବା ଅଞ୍ଚଳର ପାଖାପାଖି ୨ଶହ ଗାଁରେ ଚଢ଼ାଉ କରିଥିଲା। ଏଥିସହ ପୁଲିସ୍‌ ପ୍ରାୟ ଦେଢଶହ ପାଖାପାଖି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା।

ଏହି ଘଟଣାକୁ ଗୁରୁତର ସହ ନେଇ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ରାତି ଅଧରେ ନିଜ ଘରେ ସ୍ପେଶାଲ ବେଞ୍ଚରେ ଏହି ଘଟଣାର ଶୁଣାଣି କରିଥିଲେ। ଏପରିକି ଏହି ମାମଲାର ଶୁଣାଣି ବେଳେ ଆଡିସନାଲ ସଲିସିଟର ଜେନେରାଲଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ପୁଲିସ୍‌ ଏହି ଘଟଣାର ତନାଘନା କରି ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଦେଇଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...