AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 COASTAL NEWS Odia 654

ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଆମଠୁ ନୂଆ ସମାଧାନ ଆଶା କରୁଛି। ଏକବିଂଶ ଶତାବ୍ଦିରେ ଆମେ ଏପରି ସମୟରେ ଉପନୀତ ହୋଇଛେ ଯେଉଁଠି ଆମକୁ ଦୁନିଆକୁ ନୂଆ ଦିଗଦର୍ଶନ ଦେବାକୁ ପଡ଼ିବ ।’ ଜି-୨୦ ଶିଖର ସମ୍ମିଳନୀ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ବେଳେ ନିଜ ସ୍ୱାଗତ ଭାଷଣରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, ଆମ ଆଗରେ ବର୍ଷ ବର୍ଷର ପୁରୁଣା ସମସ୍ୟା ଦଣ୍ଡାୟମାନ ହୋଇଛି। ମାନବିକତାକୁ ପ୍ରାଥମିକତା ଦେଇ ଆମେ ଏହି ସବୁ ସମସ୍ୟାର ସମାଧାନ କରିବା ଉଚିତ । ଆମେ ସମସ୍ତେ ମିଳିମିଶି ଏହି ସମସ୍ତ ବାଧାବିଘ୍ନ ଅତିକ୍ରମ କରି ପାରିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି।

ଜି-୨୦ ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଏଥର ପ୍ରଥମ ଥର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ପାଇଥିବା ଆଫ୍ରିକା ସଂଘର ମୁଖ୍ୟଙ୍କୁ ଜୋରଦାର ଢଙ୍ଗରେ ସ୍ୱାଗତ କରିଛନ୍ତି। ଏପରିକି ସେ ନିଜ୍‌ ସିଟ୍‌ରୁ ଉଠାଇ ଆଫ୍ରିକୀୟ ମୁଖ୍ୟଙ୍କୁ ଆଳିଙ୍ଗନ କରି ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ ଭାଷରରୁ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ଏବେ ଦେଶରେ ‘ଭାରତ’, ‘ଇଣ୍ଡିଆ’କୁ ଶବ୍ଦର ବ୍ୟବହାରକୁ ନେଇ ପ୍ରବଳ ବିରୋଧାଭାବ ଦେଖାଯାଇଥିବା ବେଳେ ମୋଦି କିନ୍ତୁ ଏହି ସମ୍ମିଳନୀରେ ‘ଭାରତ’ ଶବ୍ଦ ଉଚ୍ଚାରଣ କରିବାକୁ ଭୁଲି ନାହାନ୍ତି।

ଏଥିସହ ସେ କହିଛନ୍ତି, ସମଗ୍ର ବିଶ୍ୱ କରୋନା ମହାମାରୀ ପରି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଏହାପରେ ଦେଖିଲା ଯୁଦ୍ଧର ବିଭିଷୀକା। ମାନବତା ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇ ଆମେ ଏହି ସବୁ ସମସ୍ୟା ସମାଧାନ କରିବା ଉଚିତ । ଏଥିସହ ସେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ଉକ୍ତି ଉଲ୍ଲେଖ କରି ସମଗ୍ର ବିଶ୍ୱର ମାର୍ଗଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି।

ଦୂର ହେଲା ଭାରତ ଆମେରିକାର ସବୁଠାରୁ ବଡ ବାଣିଜ୍ଯ ବିବାଦ

 COASTAL NEWS Odia 653

ଦୂର ହେଲା ଭାରତ ଆମେରିକାର ସବୁଠାରୁ ବଡ ବାଣିଜ୍ଯ ବିବାଦ



 

ନୂଆଦିଲ୍ଲୀ,୯।୯: ଶୁକ୍ରବାର  ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ ପ୍ରଶଂସା କରିଛନ୍ତି। ଜୁନରେ ମୋଦିଙ୍କ ୱାଶିଂଟନ ଗସ୍ତ ସମୟରେ ହୋଇଥିବା ‘ଅଭୁତପୂର୍ବ ଉପଲବ୍ଧି’କୁ କାର୍ଯ୍ୟକାରୀ କରିବାରେ ଅଗ୍ରଗତିକୁ ଏହି ବୈଠକରେ ପ୍ରଶଂସା କରାଯାଇଛି।

ଏହି ବୈଠକରେ ବାଣିଜ୍ୟଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ମହାକାଶ ଗବେଷଣା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ସମୟରେ ବାଇଡେନ ଜି -୨୦ ଉପରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ।

ଦ୍ୱିପାକ୍ଷିକ ବୈଠକ ପରେ ଜାରି ଏକ ମିଳିତ ବୟାନରେ କୁହାଯାଇଛି ଯେ ଉଭୟ ପକ୍ଷ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ, ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରେ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ବିବାଦର ସମାଧାନ ପାଇଁ ବାଇଡେନ ଏବଂ ମୋଦି ମଧ୍ୟ ରାଜି ହୋଇଛନ୍ତି। ଏହି ବୈଠକରେ ଉଭୟ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ଲାଗି କଥା ହୋଇଥିଲେ। ଜିଓ ଜେଟ ଇଞ୍ଜିନ ଚୁକ୍ତିରେ ଆମେରିକା କଂଗ୍ରେସ କୌଣସି ଆପତ୍ତି ଉଠାଇ ନ ଥିଲା ଏବଂ MQ-9B ପ୍ରିଡେଟର ଡ୍ରୋନ ପାଇଁ ଭାରତ ଏହାର ଅନୁରୋଧ ପତ୍ର ପ୍ରକାଶ କରିଥିଲା।





ଜି-୨୦ ବୈଠକ ପାଇଁ ଆଞ୍ଚଳିକ ଖାଦ୍ୟ

 COASTAL NEWS Odia 652

ଜି-୨୦ ବୈଠକ ପାଇଁ ଆଞ୍ଚଳିକ ଖାଦ୍ୟ



ନୂଆଦିଲ୍ଲୀ - ଭାରତରେ ଆତିଥ୍ୟତା ପ୍ରଦାନର ଏକ ପ୍ରମୁଖ ଅଙ୍ଗ ହେଉଛି ଖାଦ୍ୟ। ଆଉ ଏବେ ଜି- ୨୦ ସମ୍ମିଳନୀ ପାଇଁ ଯେତେବେଳେ ବିଶ୍ୱସ୍ତରୀୟ ଅତିଥି ଭାରତରେ ପହଞ୍ଚିଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ହେବା ସୁନିଶ୍ଚିତ । ବିଦେଶୀ ଅତିଥିଙ୍କୁ ରୁପା ଥାଳିରେ ପରସାଯିବ ଦେଶୀ ଖାଦ୍ୟ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ, ସବୁ ପ୍ରାନ୍ତରର ଆଞ୍ଚଳିକ ଖାଦ୍ୟକୁ ମିଳିବ ପ୍ରାଧାନ୍ୟ ।

ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ବ୍ୟବସ୍ଥା-ବନ୍ଦୋବସ୍ତ, ସୁରକ୍ଷା ଓ ସାଜସଜ୍ଜାକୁ ନେଇ ସାରାଦେଶରେ ଯେତିକି ଆଗ୍ରହ ବଢ଼ିଛି, ସେତିକି ଉତ୍ସୁକତା ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ଖାଦ୍ୟକୁ ନେଇ ଦେଖିବାକୁ ମିଳିଛି । ସେମାନଙ୍କ ଦିଲ୍ ଖୁସ୍ କରିବା ପାଇଁ କେଉଁ କେଉଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ, ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି ।

ସୂଚନା ଅନୁସାରେ, ଦେଶର ବିଭିନ୍ନ ପ୍ରାନ୍ତରେ ଲୋକପ୍ରିୟ ସ୍ଥାନୀୟ ତଥା ପାରମ୍ପରିକ ଏବଂ ନିରାମିଷ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଛି । ବିଦେଶୀ ଅତିଥିମାନଙ୍କୁ ଶୁଦ୍ଧ ନିରାମିଷ ଖାଦ୍ୟ ପରସାଯିବ। ଜି- ଟ୍ୱେଣ୍ଟି ସମ୍ମିଳନୀ ଆୟୋଜିତ ହେଉଥିବା ଭାରତ ମଣ୍ଡପମ୍‌ରେ ଏଥିପାଇଁ ୭ଶହ ସେଫ୍, ୪ଶହ ଡିସ୍ ଓ ଲାଇଭ୍ କିଚେନ୍ ଆଦିର ବ୍ୟବସ୍ଥା କରାଯାଇଛି । ଅତିଥିଙ୍କ ସାମ୍ନାରେ ରୋଷେଇ କରିବେ ଫାଇଭ୍ ଷ୍ଟାର୍ ହୋଟେଲର ସେଫ୍।

କେବଳ ଭାରତ ମଣ୍ଡପମ୍ ନୁହେଁ, VVIPମାନେ ରହିବାକୁ ଥିବା ବିଭିନ୍ନ ହୋଟେଲରେ ବି ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ନୂଆଦିଲ୍ଲୀର ତାଜ୍ ପ୍ୟାଲେସ ପକ୍ଷରୁ ୧୨୦ ଜଣିଆ ସେଫ୍ ଟିମ୍ ୫ଶହଟି ଡିସ୍ ତିଆରି କରୁଛନ୍ତି ।

ସେଠାକାର ସେଫ୍ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରୁ ସ୍ଥାନୀୟ ତଥା ପାରମ୍ପରିକ  ଖାଦ୍ୟ ସାମଗ୍ରୀ ଓ ମସଲା ଆଦି ସଂଗ୍ରହ କରି ଗତ ୩ ମାସ ହେଲା ସବୁଦିନ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିର ଅଭ୍ୟାସ କରାଯାଉଛି। ଯେପରି ଅତିଥିମାନଙ୍କ ମନରେ ଭାରତୀୟ ପାରମ୍ପରିକ ଖାଦ୍ୟର ଅନୁଭୂତି ଚିରଦିନ ଲାଗି ଅଲିଭା ରହିଯାଏ ।

ବିଦେଶୀ ଅତିଥିଙ୍କୁ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରର ସ୍ପେଶାଲ୍ ଥାଳି ପରସାଯିବ । ସେଥିରେ ଥିବ ୧୨ ପ୍ରକାର ପାରମ୍ପରିକ ବ୍ୟଞ୍ଜନ । ଏହାବାଦ ଦିଲ୍ଲୀର ଚାଟ୍, ମହାରାଷ୍ଟ୍ରର ପାଓଭାଜି ଓ ବଡ଼ାପାଓ, ରାଜସ୍ଥାନର ଡାଲ୍ ବାଟି ଚୁରମା ଓ ତାମିଲନାଡ଼ୁର ପନିୟାରମ୍ ବି ଖାଇବେ ଅତିଥି। ଏହାବାଦ ଦକ୍ଷିଣ ଭାରତର ମସାଲା ଦୋସା, ଉତ୍ତପମ୍ ଓ ଇଡଲୀ, ଗୁପଚପ୍‌, ଚଟପଟି ଚାଟ୍, ଦହିଭଲ୍ଲା, ସିଙ୍ଗଡ଼ା, ଭେଲପୁରୀ, ବିହାରର ଲିଟ୍ଟି ଚୋଖା, ପଞ୍ଜାବୀ ତଡ଼କା ଡାଲ୍‌ର ମଜା ନେବେ।

ସେହିପରି ଅତିଥିଙ୍କ ମୁହଁ ମିଠା କରିବାକୁ ରସଗୋଲା, ଜିଲାପୀ, ମଲାଇ ଘେବର, ଗୁଲାବ ଚୁରମା, ପିସ୍ତା କୁଲଫି, ଶ୍ରୀଖଣ୍ଡ, ମଲାଇ କୁଲଫି, କେଶର ପିସ୍ତା ଠଣ୍ଡାଇ, ମିଶ୍ରୀ ମାୱା, କ୍ଷୀର୍, ଗାଜର ହାଲୁଆ, ମୋତିଚୁର ଲଡ୍ଡୁ, ଡ୍ରାଏଫ୍ରୁଟ୍ସ ମିଠା, ରସମଲାଇ, ଯୋଧପୁରୀ ମାୱା ବି ପରସାଯିବ ।

ବିଦେଶୀ ଅତିଥିଙ୍କ ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟର ସ୍ୱାଦ ବି ଚଖାଯିବ । ଚଳିତବର୍ଷ ଜାତିସଂଘ ପକ୍ଷରୁ ଇଣ୍ଟରନ୍ୟାସନାଲ ଇଅର୍ ଅଫ୍ ମିଲେଟ୍ସ ବା ଅନ୍ତର୍ଜାତୀୟ ଲଘୁଶସ୍ୟ ବର୍ଷ ପାଳନ ହେଉଥିବାରୁ ଜି-୨୦ ଫୁଡ୍ ମେନୁରେ ବି ମାଣ୍ଡିଆ ଓ ବାଜରା ଆଦିରୁ ପ୍ରସ୍ତୁତ ପରଟା, ସମୋସା, କ୍ଷୀରି ଓ ହାଲୁଆ ଆଦିକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ରାଷ୍ଟ୍ରମୁଖ୍ୟ ବାଜରା କ୍ଷୀରି, ମାଣ୍ଡିଆ ବାଦାମ୍ ଲଡ଼ୁ, ଅମରନାଥ ଲଡ଼ୁ ଆଦିର ମଧ୍ୟ ସ୍ୱାଦ ଚାଖିବେ ।

ସେପଟେ ଦିଲ୍ଲୀସ୍ଥିତ ଜୟପୁର ହାଉସରେ ବିଭିନ୍ନ ଦେଶର ପ୍ରଥମ ମହିଳା ବା ରାଷ୍ଟ୍ରମୁଖ୍ୟଙ୍କ ପତ୍ନୀମାନଙ୍କୁ ଏକ ସ୍ୱତନ୍ତ୍ର ଭବ୍ୟ ଭୋଜି ଲାଗି ନିମନ୍ତ୍ରଣ କରାଯାଇଛି ।

ବିଦେଶୀ ଅତିଥିଙ୍କୁ ସୁସ୍ୱାଦୁ ଭୋଜନରେ ଆପାୟିତ କରାଯିବା ପାଇଁ ବେଶ୍‌ ଧ୍ୟାନ ଦିଆଯାଇଥିବା ବେଳେ ଏହାକୁ ରୁପାରେ ତିଆରି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବାସନକୁସନରେ ପରସାଯିବ । ଜୟପୁରର ଏକ ସଂସ୍ଥା ଏସବୁ ବାସନକୁସନ ତିଆରି କରିଥିବା ବେଳେ ଦିଲ୍ଲୀର ୧୦ରୁ ଅଧିକ ନାମିଦାମୀ ହୋଟେଲ୍ ଏସବୁ ବାସନକୁସନ ଅର୍ଡର୍ ଦେଇଛନ୍ତି। ଏସବୁ ବାସନକୁସନରେ ଆମ ଦେଶର ଐତିହ ପରମ୍ପରାର ଝଲକ ବି ଦେଖିବାକୁ ମିଳିଛି ।

ଅତିଥିମାନଙ୍କୁ ଖାଦ୍ୟ ପରଷା ଯିବା ଲାଗି ଜାତୀୟ ପକ୍ଷୀ ମୟୂର ଆକୃତିର ପାଣିପାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ବାସନକୁ ସଜାଇ ରଖାଯାଇଛି। ପ୍ରାୟ ୨ଶହ କାରିଗର ୫୦ହଜାର ଘଣ୍ଟା କାର୍ଯ୍ୟ କରି ୧୫ ହଜାରଟି ରୌପ୍ୟ ବାସନକୁସନ ତିଆରି କରିଛନ୍ତି l

ମରିଗଲା ମା’ର ମମତା

 COASTAL NEWS Odia 651

ମରିଗଲା ମା’ର ମମତା



ବଲାଙ୍ଗୀର - ମରିଗଲା ମା’ର ମମତା। ଶିଶୁକନ୍ୟାକୁ ପ୍ରସବ କରିବାର ମାତ୍ର କେଇ ମୂହୁର୍ତ୍ତ ପରେ ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଲା ମା’।ନବଜାତ ଶିଶୁକନ୍ୟାକୁ ପାଇଖାନାରେ ଛାଡ଼ି ପଳାଇଲା। ଏପରି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ।

ମେଡିକାଲର ଶୌଚାଳୟ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍‌ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ଶିଶୁଟି କିଏ ଓ କଣ ପାଇଁ ପିଲାଟିକୁ ଶୌଚାଳୟରେ ପକାଇ ଚାଲିଗଲା ତାହା ଜଣାପଡ଼ିନାହିଁ। ଶିଶୁଟି ଜନ୍ମ ହେବା ପରେ ତା’ର ମା’ ତାକୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ

 COASTAL NEWS Odia 650

ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ



ଆଫ୍ରିକା - ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ରାତି ୧୧ଟା୧୧ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁ ୨୯୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଗୁରୁତର ହୋଇଛନ୍ତି ।

ମରୋକ୍କୋର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ । ଏବେ ବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।

ଭୂମିକମ୍ପ ପରେ ଏକାଧିକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଟେଲିଫୋନ୍‌ ଲାଇନ୍ କଟି ଯାଇଛି। ବିଭିନ୍ନ ହସ୍ପିଟାଲରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ବି ଭୂମିକମ୍ପ ଅନୁଭୂତ ହୋଇଛି।

ମରୋକ୍କୋ ଭୂମିକମ୍ପକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି କଠିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ।

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

 COASTAL NEWS Odia 649

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ





ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ । ତାଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ପୋଲିସ ଗିରଫ କରିଛି । ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ମାମଲାରେ ପୂର୍ବରୁ ୮ ଜଣ ଗିରଫ ହୋଇଥିଲେ । ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସଆରସିପି ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ନେଇ ଦାବି କରିଥିଲା ।

ଗତକାଲି ରାତିରେ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ନନ୍ଦୟାଲ ସ୍ଥିତ ବାସଭବନରୁ ଗିରଫ କରିଛି ସିଆଇଡି ପୋଲିସ । ଗିରଫ ପୂର୍ବରୁ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ବିରୋଧ କରିଥିଲେ ଟିଡିପି କର୍ମୀ । ବ୍ୟାପକ ପୋଲିସ ଫୋର୍ସ ପହଞ୍ଚିଥିଲେ ।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ

 COASTAL NEWS Odia 448

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ



ଭୁବନେଶ୍ବର, ୮ ।୯ (ନି.ପ୍ର) : ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଏକ ସ୍ଵତନ୍ତ୍ର ପଦକ୍ଷେପ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍ ଅଭିଯାନଗୁଡ଼ିକର ନୂତନ ସଂସ୍କରଣ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସେପ୍ଟେମ୍ବର ୧୧ରେ ଉଦ୍‌ଘାଟନ କରିବେ । ଯୁବ ପ୍ରତିଭାଙ୍କୁ ତୃଣମୂଳସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ଓ ସଶକ୍ତକରିବା ପାଇଁ ଏକ ମୂଳ ଧାନ ସହିତ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗଗୁଡ଼ିକୁ ଉପଯୋଗ କରିବା ଲାଗି ସୁସଜ୍ଜିତ କରିବାକୁ ଚାହୁଁଛି । ଏହା ଓଡ଼ିଶାର ୩୦ଟି ଜିଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଜଡ଼ିତ ହେବ । ୨୦୦ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ ଓ ୬୦ରୁ ଅଧିକ ବିଦ୍ୟାଳୟ ଏଥିରେ ସାମିଲ ହେବେ।ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍ ଓଡ଼ିଶା କଲେଜଗୁଡ଼ିକରେ ୨୦୦ରୁ ଅଧିକ ଭ୍ୟାନ୍‌ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ ୬୦ଟି ଭ୍ୟାନ୍‌ କ୍ୟାମ୍ପ୍ ସମେତ ୧୨୦ରୁ ଅଧିକ ବୁଟ୍‌କ୍ୟାମ୍ପର ପରିଚାଳନା କରିବ । ଓଡ଼ିଶା ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ର ଏହାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଅଭିନବ ଆକଳନ ଆଗକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ l ତେଣୁ ଏହି ଅଭିନବ ପ୍ରୟାସ ରେ ୨୦୦ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟ ଓ ୬୦ରୁ ଅଧିକ ବିଦ୍ୟାଳୟ ସାମିଲ ହେବେ ବୋଲି ଏମ୍ଏସ୍ଏମ୍ଇ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀଦେବ କହିଛନ୍ତି। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ଓଡ଼ିଶାର ଦ୍ରୁତ ବେଗରେ ଆଗକୁ ବଢୁଥିବା ଷ୍ଟାର୍ଟଅପ୍ ପରିଦୃଶ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପସ୍ଥାପନା କରୁଛି। ଏହା ଆମର ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ତଥ୍ୟ, ନିଜର ବିଚାରକୁ ଉପସ୍ଥାପନା କରିବାର କଳା କୌଶଳ ସୁଯୋଗ ଏବଂ ସଫଳ ଷ୍ଟାର୍ଟଅପ୍ ନିର୍ମାଣରେ ସାହାଯ୍ୟ କରିବା ପାଇଁ ଏକ ସ୍ପଷ୍ଟ ମାର୍ଗ ପ୍ରଦାନ କରି ସଶକ୍ତ କରିବା ପାଇଁ ପ୍ରସ୍ତୁତ ରହିଛି। ନୂଆ ବିଚାରଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଆମର ଯୁବପିଢ଼ିଙ୍କ ଉତ୍ସାହ ଓ ଆଗ୍ରହ ଔଦ୍ୟୋଗିକତାର ପରିବର୍ତ୍ତନଶୀଳ ଶକ୍ତିକୁ ସୁଦୃଢ଼ କରିବ ବୋଲି ଏମ୍ଏସ୍ଏମ୍ଇ ବିଭାଗର ମୁଖ୍ୟ ସଚିବ ଶାଶ୍ବତ ମିଶ୍ର ପ୍ରକାଶ କରିଛନ୍ତି ।



G20 ସମ୍ମିଳନୀ 2023 ସଦସ୍ୟ ଦେଶ |

 COASTAL NEWS Odia 647

G20 ସମ୍ମିଳନୀ 2023 ସଦସ୍ୟ ଦେଶ |



ନୂଆଦିଲ୍ଲୀ - ଆପଣମାନେ ଜାଣନ୍ତି କି ଏଥର ଜି -20 ଶିଖର ସମ୍ମିଳନୀରେ କେଉଁ ଦେଶ ସଦସ୍ୟ, କେଉଁ ଦେଶ ଅତିଥି ଏବଂ ଦିଲ୍ଲୀରେ ହେଉଥିବା ବୈଠକରେ ଯୋଗଦେବାକୁ ଯାଉଛନ୍ତି, ଆମେ ନିମ୍ନରେ ତାହାର ତାଲିକା ଦେଇଛୁ, ଯାହା ମାଧ୍ୟମରେ ଆପଣ ଜାଣିବା ସହିତ ଦେଖିପାରିବେ?  ଚଳିତ ବର୍ଷର ଜି -20 ଶିଖର ସମ୍ମିଳନୀରେ ଦେଶର କେଉଁ ପ୍ରତିନିଧୀ ଯୋଗଦେବେ ଓ କେଉଁ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିନିଧି ଯୋଗଦେବେ l


ଦେଶ ନେତା                         ନେତା ପଦବୀ |

 ଭାରତ   ନରେନ୍ଦ୍ର ମୋଦୀ (ହୋଷ୍ଟ)   ପ୍ରଧାନମନ୍ତ୍ରୀ

 ଆର୍ଜେଣ୍ଟିନା. ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍    ରାଷ୍ଟ୍ରପତି

 ଅଷ୍ଟ୍ରେଲିଆ   ଆନ୍ଥୋନି ଆଲବାନିଆ   ପ୍ରଧାନମନ୍ତ୍ରୀ

 ବ୍ରାଜିଲ୍.   ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ରାଷ୍ଟ୍ରପତି |

 କାନାଡା.   ଜଷ୍ଟିନ ଟ୍ରୁଡୋ     ପ୍ରଧାନମନ୍ତ୍ରୀ

 ଚୀନର      ସି ଜିନପିଙ୍ଗ       ରାଷ୍ଟ୍ରପତି

 ଫ୍ରାନ୍ସର     ରାଷ୍ଟ୍ରପତି     ଇମାନୁଏଲ୍ ମାକ୍ରନ୍ |

 ଜର୍ମାନୀ     ଓଲାଫ ସ୍କୋଲଜ୍     କୁଳପତି

 ଇଣ୍ଡୋନେସିଆ   ଜୋକୋ ବିଧବା ରାଷ୍ଟ୍ରପତି

 ଇଟାଲୀ      ଜର୍ଜିଆ ମେଲୋନି    ପ୍ରଧାନମନ୍ତ୍ରୀ |

 ଜାପାନ       ପ୍ରଧାନମନ୍ତ୍ରୀ    ଫୁମିଓ କିଶିଡା |

ମେକ୍ସିକୋ ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ରାଷ୍ଟ୍ରପତି

 ରୁଷର      ରାଷ୍ଟ୍ରପତି    ଭ୍ଲାଦିମିର ପୁଟିନ

ସାଉଦି ଆରବ     ରାଜା   ସଲମାନ ବିନ୍ ଅବଦୁଲାଜିଜ ଅଲ ସାଉଦ |

 ଦକ୍ଷିଣ ଆଫ୍ରିକାର    ରାଷ୍ଟ୍ରପତି     ସିରିଲ ରାମାଫୋସା

 ଦକ୍ଷିଣ କୋରିଆ     ରାଷ୍ଟ୍ରପତି     ୟୋନ୍ ସୁକ୍-ୟୋଲ୍ |

 ତୁର୍କୀ. ରସିପ ତାଇପ ଏରଡାନ     ରାଷ୍ଟ୍ରପତି

 ବ୍ରିଟେନ ରିଷି ସୁନାକ.    ପ୍ରଧାନମନ୍ତ୍ରୀ

 ଜୋ ବିଡେନ     ଆମେରିକାର    ରାଷ୍ଟ୍ରପତି

ୟୁରୋପୀୟ ୟୁନିଅନର    ଉର୍ସୁଲା ଭନ୍ ଡେର୍ ଲେଏନ୍        ୟୁରୋପୀୟ ଆୟୋଗର ସଭାପତି |

 ୟୁରୋପୀୟ ୟୁନିଅନର     ଚାର୍ଲ୍ସ ମିସେଲ.  ରାଷ୍ଟ୍ରପତି |

G20 ସମ୍ମିଳନୀ 2023 ଆଜି

 COASTAL NEWS Odia 646

G20 ସମ୍ମିଳନୀ 2023 ଆଜି



 ନୂଆଦିଲ୍ଲୀ - ଅନେକ ଦେଶ ଜି -20 ରେ ଅନ୍ତର୍ଭୁକ୍ତ, ଯାହା ବିଶ୍ବ ଅର୍ଥନୀତି ର 80% ଅର୍ଥନୀତି, 75% ରୁ ଅଧିକ ବାଣିଜ୍ୟ ଏବଂ ଦୁଇ ତୃତୀୟାଂଶରୁ ଅଧିକ ଜନସଂଖ୍ୟା ପାଇଁ ଦାୟୀ |  ଆଗାମୀ ଭବିଷ୍ୟତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ଏପରି ବୈଠକରେ ନିଆଯାଏ ଯେଉଁଥିରେ ସମସ୍ତ ଦେଶର ପ୍ରତିନିଧୀ ଉପସ୍ଥିତ ରୁହନ୍ତି |  ୟୁରୋପୀୟ ୟୁନିଅନ୍ ମଧ୍ୟ ଜି -20 ର ଏକ ଅଂଶ |  1999 ରେ ବିଶ୍ଵ 20 ଅର୍ଥନୈତିକ ସଙ୍କଟ ସହ ସଂଗ୍ରାମ କରୁଥିବାବେଳେ G20 ଶିଖର ସମ୍ମିଳନୀ ଗଠନ କରାଯାଇଥିଲା।  G20 ସମ୍ମିଳନୀ ର 2023 କାର୍ଯ୍ୟସୂଚୀ ଘୋଷଣା ମଧ୍ୟ କରାଯାଇଛି |

 ସୂଚନା ଅନୁଯାୟୀ, 2023 ମସିହାରେ 20 ତମ ଶିଖର ସମ୍ମିଳନୀ ଆୟୋଜନ କରିବାର ଭାରତ ଦାୟିତ୍। ଗ୍ରହଣ କରିଛି ଏବଂ ଏହା ସେପ୍ଟେମ୍ବର 9 ଏବଂ 10 ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।  19 ଟି ବଡ ଦେଶର ପ୍ରତିନିଧୀ ଏବଂ ତା’ପରେ ୟୁରୋପୀୟ ୟୁନିଅନର  ପ୍ରତିନିଧୀ ଏହି ବୈଠକରେ ଯୋଗଦେବେ ଏବଂ ଏହି ସଭା ପ୍ରଗତି ମଇଦାନରେ ଅନୁଷ୍ଠିତ ହେଉଛି ଯାହା ଭାରତ ମଣ୍ଡପମ୍ ଆନ୍ତର୍ଜାତୀୟ ପ୍ରଦର୍ଶନୀ-ସମ୍ମିଳନୀ କେନ୍ଦ୍ର ଭାବରେ ଜଣାଶୁଣା |

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ରାଷ୍ଟ୍ରପତି କାର ଦି ବିଷ୍ଟ

 COASTAL NEWS Odia 646

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ  କାର ଦି ବିଷ୍ଟ



ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ କାର ଦି ବିଷ୍ଟ ବାୟୁସେନା ୱାନରେ ଦେଶ ଗସ୍ତ ପୂର୍ବରୁ ଭାରତରେ ପହଞ୍ଚିଥିଲା।  ଆମେରିକାର ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବା ପାଇଁ ଜେନେରାଲ ମୋଟର୍ସର ସ୍ୱତନ୍ତ୍ର କ୍ୟାଡିଲାକ୍ରେ ଅନେକ ବୈଶିଷ୍ଟ୍ୟ ରହିଛି ଏବଂ ସେ ବିଶ୍ୱର ସବୁଠାରୁ ସୁରକ୍ଷିତ କାରର ଆଖ୍ୟା ଅର୍ଜନ କରିଛି ।


 9,000 କିଲୋଗ୍ରାମ ଲିମୋଜାଇନ୍ ମୂଲ୍ୟର 1.5 ମିଲିୟନ୍ ହେଉଛି ଏକ ବୁଲେଟ୍ ଏବଂ ବ୍ଲାଷ୍ଟ ପ୍ରତିରୋଧ କାର |  କାର୍ ବଡିଲାଇନ ମୋଟା ସାମରିକ ଗ୍ରେଡ୍ ମଜବୁତ୍ ଅଛି, ଯାହା ଆସୁଥିବା ପ୍ରତିବନ୍ଧକ ଭାଙ୍ଗିବା ପାଇଁ ଷ୍ଟିଲ୍, ଆଲୁମିନିୟମ୍, ଟାଇଟାନିୟମ୍ ଏବଂ ସେରାମିକ୍ ର ମିଶ୍ରଣରୁ ନିର୍ମିତ |


 କବାଟଗୁଡ଼ିକ ବହୁତ ମଜଭୁତ ଏବଂ ଆଠ ଇଞ୍ଚ ମୋଟା, ଏହାକୁ ବୋଇଙ୍ଗ 757 ଜେଟର କ୍ୟାବିନ କବାଟ ପରି ଭାରୀ |  ବନ୍ଦ ହେବା ପରେ ରାଷ୍ଟ୍ରପତିମାନଙ୍କୁ ରାସାୟନିକ ଆକ୍ରମଣରୁ ରକ୍ଷା କରିବା ପାଇଁ କବାଟ 100 ପ୍ରତିଶତ ସିଲ୍ ସୃଷ୍ଟି କରିଥାଏ |  ୱିଣ୍ଡୋଗୁଡ଼ିକ ପାଞ୍ଚ ସ୍ତରର ଗ୍ଲାସ୍ ଏବଂ ପଲିକାର୍ବୋନେଟ୍ ର ଏକ ମିଶ୍ରଣ ବୁଲେଟ୍ ପ୍ରୁଫ  |


 ଟାୟାରଗୁଡିକ କେଭଲର୍ ସଶକ୍ତ ହୋଇଛି ଯାହା ଏହାକୁ ଖଣ୍ଡ ଏବଂ ପଙ୍କଚର ପ୍ରୁଫ୍ ସହିତ ଷ୍ଟିଲ୍ ରିମ୍ ସହିତ ତିଆରି କରେ ଯାହା ଟାୟାର ନଷ୍ଟ ହେଲେ ଏହା ଚାଲିପାରିବ ଓ ଖସିଯିବାକୁ ସକ୍ଷମ ହେବ |  ଇନ୍ଧନ ଟ୍ୟାଙ୍କ ମଧ୍ୟ ବାହୁବଳୀ ଧରାଯାଇ ଫୋମ୍ ସହିତ ଘୋଡାଇ ଦିଆଯାଏ ଯଦିଓ ସିଧାସଳଖ ଧକ୍କା ହୁଏ |



 ବାହାରେ ଥିବା ଜିନିଷ ଅପେକ୍ଷା ବିଷ୍ଟର ଭିତରକନିକା ଅଧିକ ଆକର୍ଷଣୀୟ |  କାରଟି ଏକ ପମ୍ପ ଆକ୍ସନ୍ ବନ୍ଧୁକ, ଲୁହବୁହା ଗ୍ୟାସ୍ ତୋପ, ଅଗ୍ନି ନିର୍ବାପକ ପ୍ରଣାଳୀ ଏବଂ ଲୁହ ଏବଂ ଧୂଆଁ ସ୍କ୍ରିନ ଡିସପେନସର୍ ସହିତ ସଜ୍ଜିତ |  ଏହି କାରରେ ଏକ ଉପଗ୍ରହ ଫୋନ୍ ଅଛି ଯାହା ଯାତ୍ରୀମାନଙ୍କୁ ସିଧାସଳଖ ଉପ-ରାଷ୍ଟ୍ରପତି ଏବଂ ପେଣ୍ଟାଗନ୍ ସହିତ ସଂଯୋଗ କରେ |


 ଯଦି ସେ ଆବଶ୍ୟକ କରନ୍ତି ତେବେ କାରଟି ସର୍ବଦା ରାଷ୍ଟ୍ରପତିଙ୍କ ରକ୍ତ ନମୁନା ନେଇଥାଏ |  ଏହି କାରଟି ହେଡଲାଇଟ୍ ଏବଂ ବୋନେଟରେ ସ୍ପୋର୍ଟସ୍ ନାଇଟ୍ ଭିଜନ କ୍ୟାମେରା ତଳେ ଲୁହବୁହା ଗ୍ୟାସ୍ ଲଞ୍ଚର୍ ସହିତ ସଜ୍ଜିତ |


 କାରଟି ଚାରିଜଣ ଯାତ୍ରୀଙ୍କୁ ବସାଇପାରେ ଏବଂ ଏକ ଗ୍ଲାସ ବିଭାଜନ ଅଛି ଯାହା କେବଳ ଟ୍ରମ୍ପ କମ କରିପାରିବ |  କାରରେ ଏକ ପ୍ୟାନିକ୍ ବଟନ୍ ଏବଂ ନିଜସ୍ୱ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ଅଛି |


 ଆମେରିକାର ସିକ୍ରେଟ୍ ସର୍ଭିସେସ୍ ବିଷ୍ଟ୍ ର ରକ୍ଷଣାବେକ୍ଷଣ କରେ, ଯିଏ ଚାଉଫର୍ଙ୍କୁ 180-ଡ଼ିଗ୍ରୀ 'ଜେ-ଟର୍ନ୍' ସହିତ ପଳାୟନ ଏବଂ ପଳାୟନ ସହିତ ବହୁ ବିପଦପୂର୍ଣ୍ଣ ଚାଳନା ପରିସ୍ଥିତିର ମୁକାବିଲା କରିବାକୁ ତାଲିମ ଦେଇଥାଏ |

Friday, September 8, 2023

ଭାରତରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

 COASTAL NEWS Odia 644

ଭାରତରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି



ନୂଆଦିଲ୍ଲୀ - ଭାରତରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ. ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବାଇଡେନ. ବାଇଡେନଙ୍କ ସରକାରୀ ବିମାନ 'ଏୟରଫୋର୍ସ ୱାନ' ପାଲମ ଏୟରପୋର୍ଟରେ ପହଞ୍ଚିଥିଲା . ଏୟାରପୋର୍ଟରେ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ.

ବିମାନବନ୍ଦରେ ଜୋ ବାଇଡେନଙ୍କୁ ପାରମ୍ପାରିକ ନୃତ୍ୟରେ ଭବ୍ୟ ସ୍ବାଗତ କରାଯାଇଥିଲା.ଆଜି ପ୍ରଧାନମନ୍ତ୍ରୀ ମୋଦି ଏବଂ ଜୋ ବାଇଡେନଙ୍କ ଦ୍ବିପାକ୍ଷିକ ଆଲୋଚନା ହେବ . 

ଛାତ୍ରୀ ନିର୍ଯ୍ୟାତନା ଘଟଣାରେ ସହକାରୀ ପ୍ରଫେସର ନିଲମ୍ବିତ

COASTAL NEWS Odia 643


ଛାତ୍ରୀ ନିର୍ଯ୍ୟାତନା ଘଟଣାରେ  ସହକାରୀ ପ୍ରଫେସର ନିଲମ୍ବିତ

ଛାତ୍ରୀ ନିର୍ଯ୍ୟାତନା ଘଟଣାରେ  ସହକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିର୍ଯ୍ୟାତନା ଘଟଣାରେ  ସହକାରୀ ପ୍ରଫେସର ନିଲମ୍ବିତ | ଓଡିଆ ବିଭାଗର ସହକାରୀ ପ୍ରଫେସର ଶୁକମୁନି ମେହେର  ସମ୍ବଲପୁର ବିଶ୍ବବିଦ୍ଯାଳୟର ରେଜିଷ୍ଟାର ଡକ୍ଟର ନୃପରାଜ ସାହୁ ଙ୍କ ଦ୍ଵାରା ନିଲମ୍ବିତ ହୋଇଛନ୍ତି | ଓଡିଆ ବିଭାଗର ଜଣେ ନବାଗତ ଛାତ୍ରୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଥିଲେ  ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ l


ବିଶ୍ଵବିଦ୍ୟାଳୟ ତରଫରୁ ଗତକାଲି ପ୍ରଶାସନ ପାଖରୁ ଛାତ୍ରୀଙ୍କ ଦ୍ବାରା ଦିଆଯାଇଥିବା ଲିଖିତ ଅଭିଯୋଗ ଗ୍ରହଣ କରାଯାଇଥିଲା. ଯେଉଁଥିରେ ସେ ଏହି ପ୍ରଫେସର ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଉଲ୍ଲେଖ କରିଥିଲେ. ଏହି କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି ଡକ୍ଟର ନୃପରାଜ ସାହୁ . ଏବଂ ଏହାର ତଦନ୍ତ ଖୁବଶୀଘ୍ର  କରାଯିବ ବୋଲି ସେ ପ୍ରକାଶ କରିଛନ୍ତି I



ଜି-୨୦ ସମ୍ମିଳନୀକୁ ଆସିଥିବା ପ୍ରତି ବିଦେଶୀ ଅତିଥିଙ୍କୁ ପ୍ରଦାନ କରାଯିବ ୧ ହଜାର ଟଙ୍କା

 COASTAL NEWS Odia 642

ଜି-୨୦ ସମ୍ମିଳନୀକୁ ଆସିଥିବା ପ୍ରତି ବିଦେଶୀ ଅତିଥିଙ୍କୁ ୟୁପିଆଇ ଜରିଆରେ ପ୍ରଦାନ କରାଯିବ ୧ ହଜାର ଟଙ୍କା 



ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ବିଦେଶୀ ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଅତିଥି ଦିଲ୍ଲୀରେ ପହଂଚିଯିବେ ବୋଲି କୁହାଯାଉଛି । ଯେଉଁମାନେ ଆସିଯାଇଛନ୍ତି ସେମାନଙ୍କୁ ଭାରତ ସରକାରଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି । ଦିଲ୍ଲୀ ଓ ତାର ଆଖପାଖରେ ପ୍ରତି ଗଳିକନ୍ଦିରେ ଜି-୨୦ର ବର୍ଣ୍ଣାଢ୍ୟ ଝଲକ ଦେଖିବାକୁ ମିଳୁଛି । ସରକାରଙ୍କର ଲକ୍ଷ୍ୟ ରହିଛି କି ଏହି ସମ୍ମିଳନୀ ମାଧ୍ୟମରେ ସାରା ବିଶ୍ୱକୁ ବାର୍ତ୍ତା ଦିଆଯିବ କି ଭାରତ ବଦଳିଯାଇଛି । ବିକାଶ ଦିଗରେ ଦେଶ ଦ୍ରୁତଗତିରେ ଆଗକୁ ଯାଉଛି । 

ଅତିଥି ମାନଙ୍କୁ ୟୁପିଆଇ ଜରିଆରେ ଅର୍ଥ ପ୍ରଦାନ କରି କରି ଭାରତର ବିକାଶରେ ଡିଜିଟାଲ ଇଣ୍ଡିଆର ବଡ ଯୋଗଦାନ ମଧ୍ୟ ରହିଛି ବୋଲି ଭାରତ ପ୍ରମାଣ କରିବାକୁ ଚେଷ୍ଟା କରିଛି । ଏହି କ୍ରମରେ ଜି-୨୦କୁ ଆସୁଥିବା ବିଦେଶୀ ଅତିଥିମାନଙ୍କୁ ଡିଜିଟାଲ ଇଣ୍ଡିଆ ବାବଦରେ ପୂର୍ଣ୍ଣ ସୂଚନା ଦେବାକୁ ଭାରତ ତରଫରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ବିଦେଶୀ ଅତିଥିମାନଙ୍କୁ ଭାରତ ତରଫରୁ ୧ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । 

ଏନେଇ ସରକାରଙ୍କ ତରଫରୁ ସବୁ ସମ୍ଭାବିତ ଅତିଥିମାନଙ୍କର ଏକ ୱାଲେଟ ପ୍ରସ୍ତୁତ କରାଯାଇଛି । ଅତିଥୀମାନଙ୍କ ୱାଲେଟକୁ ଯେଉଁ ୧ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ ସେହି ଟଙ୍କାରେ ସେମାନେ ବୈଠକ ସ୍ଥଳରେ ଲାଗିଥିବା ଷ୍ଟଲ ବା ଦୋକାନମାନଙ୍କରୁ ଜିନିଷ କିଣିବେ । ଜି-୨୦ ସଭାସ୍ଥଳରେ ବହୁ ପ୍ରକାରର ଷ୍ଟଲ ଲାଗିଛି । ଏହି ଷ୍ଟଲରେ ସେହିସବୁ ଜିନିଷ ବିକ୍ରି କରାଯାଉଛି ତାହା ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ଜଡିତ । 

ଅତିଥୀମାନେ ସେମାନଙ୍କ ୱାଲେଟକୁ ଟ୍ରାନ୍ସଫର କରାଯାଇଥିବା ଟଙ୍କାକୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ଏଠାରୁ ଜିନିଷ କିଣିପାରିବେ । କୁହାଯାଇଛି କି ଅତିଥୀମାନେ ନିଜେ ୟୁପିଆଇ ବ୍ୟବହାର କରିବା ଦ୍ୱାରା ସେମାନେ ଜାଣିପାରିବେ କି ଡିଜିଟାଲ ନେଣଦେଣ ଭାରତରେ କିଭଳି ସହଜରେ କାରବାର କରିବାରେ ସହାୟକ ହେଉଛି

ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଛି ଅମ୍ଳଜାନ

 COASTAL NEWS Odia 641

ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଛି ଅମ୍ଳଜାନ


ଓ୍ବାଶିଂଟନ,୮ା୯: ନିକଟରେ ନାସା ଏଭଳି ଏକ ମେଶିନ ବିକଶିତ କରିଛି, ଯାହା ମଙ୍ଗଳ ଗ୍ରହରେ ଅମ୍ଳଜାନ ସୃଷ୍ଟି କରୁଛି। ନାସା କହିଛି, ଏହି ମେଶିନ ଲକ୍ଷ୍ୟଠାରୁ ୨୦୦ ପ୍ରତିଶତ ଅଧିକ ଅମ୍ଳଜାନ ଉତ୍ପାଦନ କରୁଛି। ମଙ୍ଗଳ ଅମ୍ଳଜାନ ଇନ-ଷ୍ଟୁ ଉତ୍ସ ଉପଯୋଗୀକରଣ ପରୀକ୍ଷଣ (ଏମ୍‌ଓଏକ୍ସଆଇଇ)ର ସଫଳତା ସହିତ ଏହା ଭବିଷ୍ୟତର ମହାକାଶଚାରୀ ମିଶନ ପାଇଁ ବ୍ୟବହାରିକ ପ୍ରମାଣ କରିବା ଆରମ୍ଭ କରିଛି। ପ୍ରାୟ ଏକ ମାଇକ୍ରୋଓ୍ବେଭ୍‌ ଚୁଲାର ଆକାର ବିଶିଷ୍ଟ ଏହି ମେଶିନ ୨୦୨୧ରେ ନାସାର ସ୍ଥିରତା ମାର୍ସ ରୋଭର ସହିତ ରେଡ୍‌ ପ୍ଲାନେଟକୁ ପଠାଯାଇଥିଲା।

ନାସା କହିଛି, ମୋଟ୍‌ ୧୨୨ ଗ୍ରାମ ଅମ୍ଳଜାନ ଉତ୍ପାଦନ କରି ଏମ୍‌ଓଏକ୍ସଆଇଇ ଆଶା ପୂରଣ କରିଛି। ଏହା ନାସାର ମୂଳ ଲକ୍ଷ୍ୟ ଅପେକ୍ଷା ଅମ୍ଳଜାନକୁ ଦ୍ୱିଗୁଣିତ କରୁଛି। ଉତ୍ପାଦିତ ଅମ୍ଳଜାନର ଶୁଦ୍ଧତା ୯୮% କିମ୍ବା ଉତ୍ତମ ଅଟେ। ଏହା ଉଭୟ ଇନ୍ଧନ ଏବଂ ଶ୍ୱାସକ୍ରିୟା ପାଇଁ ଯଥେଷ୍ଟ ଉପଯୁକ୍ତ। ନାସା ଆହୁରି ମଧ୍ୟ କହିଛି, ଏହି ମେଶିନ ମଙ୍ଗଳ ଗ୍ରହରେ ଥିବା କାର୍ବନ ଡାଇଅକ୍ସାଇଡ ଅଣୁକୁ ଭାଙ୍ଗି ଅମ୍ଳଜାନ ଉତ୍ପାଦନ କରିଥାଏ। ଏଥିପାଇଁ ଏହି ମେଶିନ ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ବ୍ୟବହାର କରେ। ସେହି ସମୟରେ ଅମ୍ଳଜାନର ଶୁଦ୍ଧତା ଏବଂ ପରିମାଣ ଯାଞ୍ଚ କରିବା ପାଇଁ ଗ୍ୟାସ ବିଶ୍ଳେଷଣ କରାଯାଏ।

ଇନ-ଷ୍ଟି ରିସୋର୍ସ ୟୁଟିଲିଜେସନ (ଆଇଏସ୍‌ଆର୍‌ୟୁ)ର ଏହି ପଦକ୍ଷେପ ସହିତ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଗବେଷଣା କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। ନାସାର ପରବର୍ତ୍ତୀ ପଦକ୍ଷେପ ହେଉଛି ଏହାକୁ ବିସ୍ତାର କରିବା, ଏମ୍‌ଓଏକ୍ସଆଇ ପରି ଏକ ଅମ୍ଳଜାନ ଜେନେରେଟର ସୃଷ୍ଟି କରିବା ଏବଂ ଅମ୍ଳଜାନକୁ ତରଳ ପଦାର୍ଥରେ ପରିଣତ କରିବା ଏବଂ ସଂରକ୍ଷଣ କରିବା। ବୈଜ୍ଞାନିକମାନେ ମଙ୍ଗଳ ଗ୍ରହକୁ ଆହୁରି ଅନେକ ଟେକ୍ନୋଲୋଜି ପଠାଇବାକୁ ଯୋଜନା କରୁଛନ୍ତି।

ମେଶିନର ମୁଖ୍ୟ ଅନୁସନ୍ଧାନକାରୀ, ଏମ୍‌ଆଇଟିର ମାଇକେଲ ହେଚ୍‌ କହିଛନ୍ତି, ଏମ୍‌ଓଏକ୍ସଆଇଇ ସ୍ପଷ୍ଟ ଭାବରେ ଆଇଏସ୍‌ଆର୍‌ୟୁ ପାଇଁ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ ଏକ ପ୍ରେରଣା ଯୋଗାଇଛି।

ସରକାରୀ ଦସ୍ତାବିଜ୍‌ରେ ଲେଖାଯିବ ‘ଭାରତ’

 COASTAL NEWS Odia 640

ସରକାରୀ ଦସ୍ତାବିଜ୍‌ରେ ଲେଖାଯିବ ‘ଭାରତ’




ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ସମସ୍ତ ସରକାରୀ ଦସ୍ତାବିଜ୍‌ରେ ଦେଶର ନାମ ‘ଭାରତ’ ସ୍ଥାନ ପାଇବ। କୌଣସିଥିରେ ‘ଇଣ୍ଡିଆ’ ଲେଖାଯିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବିଭାଗକୁ ଅଲିଖିତ ନିର୍ଦେଶ ଦିଆଯାଇଥିବା ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏମିତିକି ସମସ୍ତ ସରକାରୀ ଯୋଜନାର ନାମ ଓ କାର୍ଯ୍ୟକ୍ରମରୁ ମଧ୍ୟ ଇଣ୍ଡିଆ ଶବ୍ଦ ହଟାଯିବ ଏବଂ ସମସ୍ତ ଜାତୀୟ ତଥା ଆନ୍ତର୍ଜାତିକ ନିମନ୍ତ୍ରଣ ଓ ଯୋଗାଯୋଗ ପତ୍ରରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସମ୍ବିଧାନରେ ଭାରତ ଓ ଇଣ୍ଡିଆ, ଦୁଇଟି ନାମ ଉଲ୍ଲେଖ ଥିବାରୁ ଏଥିନେଇ କୌଣସି ଆଇନଗତ ସମସ୍ୟା ନାହିଁ ବୋଲି ସମ୍ପୃକ୍ତ ଅଧିକାରୀମାନେ କହିଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ ନଥିରେ ଭାରତ ବ୍ୟବହାର ହୋଇଆସୁଛି। ପାସ୍‌ପୋର୍ଟରେ ମଧ୍ୟ ଭାରତ ସରକାର ବୋଲି ଲେଖାଯାଉଥିବା ସେମାନେ ଦର୍ଶାଇଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଭାରତ ଶବ୍ଦ ବ୍ୟବହାର ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ତାଙ୍କ ଦ୍ବାରା ଆଗତ ଇଣ୍ଡିଆନ୍‌ ପେନାଲ କୋର୍ଡ (ପିଙ୍ଗଳ ଆଇନ) ସଂଶୋଧନ ବିଧେୟକର ନାମ ‘ଭାରତୀୟ ନ୍ୟାୟ ସଂହିତା’ ଓ କୋଡ୍‌ ଅଫ କ୍ରିମିନାଲ ପ୍ରୋସିଡିଓର(ସିଆରପିସି) ବା ଫୌଜଦାରୀ ଦଣ୍ଡବିଧି ସଂହିତା ସଂଶୋଧନ ବିଧେୟକର ନାମ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ(ଭାରତୀୟ ସାକ୍ଷ ଆଇନ)ର ନାମ ‘ଭାରତୀୟ ସାକ୍ଷ ବିଧେୟକ’ ଲେଖାଯାଇଥିବା ସେମାନେ ଦୃଷ୍ଟାନ୍ତ ରଖିଛନ୍ତି। ଆଗକୁ ‘ମେକ୍‌ ଇନ୍‌ ଇଣ୍ଡିଆ’ ଓ ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମର ନାମ ବଦଳିବା ସମ୍ଭାବନା ରହିଛି। ସରକାର ସମୟକ୍ରମେ ସବୁଥିରୁ

ଇଣ୍ଡିଆ ଶବ୍ଦ ହଟାଇ ଭାରତ ରଖିବା ପାଇଁ ପଦକ୍ଷେପ ନେଉଛନ୍ତି। ସମ୍ବିଧାନରେ ଦୁଇଟି ନାମ ରହିଥିବାରୁ ନାମ ପରିବର୍ତ୍ତନର ଆଶଙ୍କା ନାହିଁ। ଏତଦ୍‌ ବ୍ୟତୀତ ଇଣ୍ଡିଆ ଶବ୍ଦ ପ୍ରତ୍ୟାହାରର ବିଶେଷ କିଛି ପ୍ରଭାବ ପ୍ରଶାସନିକ କାର୍ଯ୍ୟ ଉପରେ ପଡ଼ିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି।

ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଛି ଅମ୍ଳଜାନ

 COASTAL NEWS Odia 639

ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଛି ଅମ୍ଳଜାନ


 


ଓ୍ବାଶିଂଟନ,୮ା୯: ନିକଟରେ ନାସା ଏଭଳି ଏକ ମେଶିନ ବିକଶିତ କରିଛି, ଯାହା ମଙ୍ଗଳ ଗ୍ରହରେ ଅମ୍ଳଜାନ ସୃଷ୍ଟି କରୁଛି। ନାସା କହିଛି, ଏହି ମେଶିନ ଲକ୍ଷ୍ୟଠାରୁ ୨୦୦ ପ୍ରତିଶତ ଅଧିକ ଅମ୍ଳଜାନ ଉତ୍ପାଦନ କରୁଛି। ମଙ୍ଗଳ ଅମ୍ଳଜାନ ଇନ-ଷ୍ଟୁ ଉତ୍ସ ଉପଯୋଗୀକରଣ ପରୀକ୍ଷଣ (ଏମ୍‌ଓଏକ୍ସଆଇଇ)ର ସଫଳତା ସହିତ ଏହା ଭବିଷ୍ୟତର ମହାକାଶଚାରୀ ମିଶନ ପାଇଁ ବ୍ୟବହାରିକ ପ୍ରମାଣ କରିବା ଆରମ୍ଭ କରିଛି। ପ୍ରାୟ ଏକ ମାଇକ୍ରୋଓ୍ବେଭ୍‌ ଚୁଲାର ଆକାର ବିଶିଷ୍ଟ ଏହି ମେଶିନ ୨୦୨୧ରେ ନାସାର ସ୍ଥିରତା ମାର୍ସ ରୋଭର ସହିତ ରେଡ୍‌ ପ୍ଲାନେଟକୁ ପଠାଯାଇଥିଲା।

ନାସା କହିଛି, ମୋଟ୍‌ ୧୨୨ ଗ୍ରାମ ଅମ୍ଳଜାନ ଉତ୍ପାଦନ କରି ଏମ୍‌ଓଏକ୍ସଆଇଇ ଆଶା ପୂରଣ କରିଛି। ଏହା ନାସାର ମୂଳ ଲକ୍ଷ୍ୟ ଅପେକ୍ଷା ଅମ୍ଳଜାନକୁ ଦ୍ୱିଗୁଣିତ କରୁଛି। ଉତ୍ପାଦିତ ଅମ୍ଳଜାନର ଶୁଦ୍ଧତା ୯୮% କିମ୍ବା ଉତ୍ତମ ଅଟେ। ଏହା ଉଭୟ ଇନ୍ଧନ ଏବଂ ଶ୍ୱାସକ୍ରିୟା ପାଇଁ ଯଥେଷ୍ଟ ଉପଯୁକ୍ତ। ନାସା ଆହୁରି ମଧ୍ୟ କହିଛି, ଏହି ମେଶିନ ମଙ୍ଗଳ ଗ୍ରହରେ ଥିବା କାର୍ବନ ଡାଇଅକ୍ସାଇଡ ଅଣୁକୁ ଭାଙ୍ଗି ଅମ୍ଳଜାନ ଉତ୍ପାଦନ କରିଥାଏ। ଏଥିପାଇଁ ଏହି ମେଶିନ ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ବ୍ୟବହାର କରେ। ସେହି ସମୟରେ ଅମ୍ଳଜାନର ଶୁଦ୍ଧତା ଏବଂ ପରିମାଣ ଯାଞ୍ଚ କରିବା ପାଇଁ ଗ୍ୟାସ ବିଶ୍ଳେଷଣ କରାଯାଏ।

ଇନ-ଷ୍ଟି ରିସୋର୍ସ ୟୁଟିଲିଜେସନ (ଆଇଏସ୍‌ଆର୍‌ୟୁ)ର ଏହି ପଦକ୍ଷେପ ସହିତ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଗବେଷଣା କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। ନାସାର ପରବର୍ତ୍ତୀ ପଦକ୍ଷେପ ହେଉଛି ଏହାକୁ ବିସ୍ତାର କରିବା, ଏମ୍‌ଓଏକ୍ସଆଇ ପରି ଏକ ଅମ୍ଳଜାନ ଜେନେରେଟର ସୃଷ୍ଟି କରିବା ଏବଂ ଅମ୍ଳଜାନକୁ ତରଳ ପଦାର୍ଥରେ ପରିଣତ କରିବା ଏବଂ ସଂରକ୍ଷଣ କରିବା। ବୈଜ୍ଞାନିକମାନେ ମଙ୍ଗଳ ଗ୍ରହକୁ ଆହୁରି ଅନେକ ଟେକ୍ନୋଲୋଜି ପଠାଇବାକୁ ଯୋଜନା କରୁଛନ୍ତି।

ମେଶିନର ମୁଖ୍ୟ ଅନୁସନ୍ଧାନକାରୀ, ଏମ୍‌ଆଇଟିର ମାଇକେଲ ହେଚ୍‌ କହିଛନ୍ତି, ଏମ୍‌ଓଏକ୍ସଆଇଇ ସ୍ପଷ୍ଟ ଭାବରେ ଆଇଏସ୍‌ଆର୍‌ୟୁ ପାଇଁ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ ଏକ ପ୍ରେରଣା ଯୋଗାଇଛି।



ବ୍ୟାଙ୍କ ଖାତାରେ ଅଚାନକ ହଜାର ହଜାର ଟଙ୍କା ଜମା

 COASTAL NEWS Odia 638

ବ୍ୟାଙ୍କ ଖାତାରେ ଅଚାନକ ହଜାର ହଜାର ଟଙ୍କା ଜମା

 


ଆଳି : ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଜମା ହୋଇଥିବା ନେଇ ମୋବାଇଲକୁ ବାର୍ତ୍ତା ଆସିବା ପରେ  ଆଳିର ଏକ ବ୍ୟାଙ୍କରେ ଗ୍ରାହକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା।

ଜଣେ ନୁହେଁ କି ଦୁଇଜଣ ନୁହେଁ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଆସିଥିଲା ଦୁଇ ହଜାର ଠୁ ଆରମ୍ଭ କରି ଦୁଇଲକ୍ଷ ପର୍ଯ୍ୟନ୍ତ ଟଙ୍କା। ଆକାଉଣ୍ଟରେ ଟଙ୍କା ଜମା ହେବା ପରେ ଗ୍ରାହକମାନେ ଆଜି ସକାଳୁ ବ୍ୟାଙ୍କରେ ଭିଡ଼ ଲଗାଇ ଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଳି ବାଟିପଡା ଗ୍ରାମ୍ୟବ୍ୟାଙ୍କ ଶାଖାରେ। ବ୍ୟାଙ୍କ ଅଧୀନରେ ଥିବା ବାଟିପଡା, ସହିରା, ନୂଆପଡା, ସାନମଙ୍ଗ ଭଳି ଆଖପାଖ ଅଞ୍ଚଳର ବ୍ୟାଙ୍କ ହିତାଧିକାରୀ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବା ସହିତ ଏକାଉଣ୍ଟ ଯାଞ୍ଚ କରିବାକୁ ଆସିଥିଲେ। ଲୋକଙ୍କ ଭିଡ଼କୁ ଲକ୍ଷ୍ୟ କରି ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ଓ ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ବ୍ୟାଙ୍କରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ବ୍ୟାଙ୍କ ପରିଚାଳକ ମଧ୍ୟ ଏକା ସଙ୍ଗେ ଏତେ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସିଲା ତାହାକୁ ନେଇ ସନ୍ଦେହରେ ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅନ୍ୟଏକ ସୂତ୍ରରୁ କୁହାଯାଉଛି ଯେ ଏହି ସବୁ ରାଶି ଚାଷୀ ବୀମା ଅର୍ଥ। ଏହା କମ୍ପାନୀ ସୂତ୍ରରୁ ସେବା ସମବାୟ ସମିତି ଏବଂ ବ୍ୟାଙ୍କକୁ ଆସିବା କଥା। ହେଲେ ଏହା ସିଧାସଳଖ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ଆସିଥାଇପାରେ। ଏ ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିଲେ ଅସଲ କଥା ଜଣାପଡ଼ିବ।



Thursday, September 7, 2023

ତିମୋର-ଲେସ୍ତେରେ ଖୋଲିବ ଭାରତୀୟ ଦୂତାବାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା

 COASTAL NEWS Odia 637

ତିମୋର-ଲେସ୍ତେରେ ଖୋଲିବ ଭାରତୀୟ ଦୂତାବାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା


 


ଜାକର୍ତ୍ତା,୭।୯: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ପୂର୍ବାହ୍ନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ତିମୋର-ଲେସ୍ତେରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ତିମୋର-ଲେସ୍ତେ ଏବଂ ଏସିଆନ ସଦସ୍ୟମାନେ ସ୍ବାଗତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହି ନିଷ୍ପତ୍ତି ହେଉଛି ଏସିଆନକୁ ଭାରତ ଗୁରୁତ୍ୱ ଦେଉଥିବା ପ୍ରତିଫଳନ।

କୃତିମ ମାନବ ଶିଶୁ ବିକାଶର ପ୍ରୟାସ

 COASTAL NEWS Odia 636

କୃତିମ ମାନବ ଶିଶୁ ବିକାଶର ପ୍ରୟାସ 



ଲଣ୍ଡନ - ପୁରୁଷର ଶୁକ୍ରାଣ ଓ ସ୍ତ୍ରୀର ଡିମ୍ବାଣୁ ଏକାଠି ହେଲେ ଏକ ଭୃଣ ତିଆରି ହୁଏ ଏବଂ ଏହି ଭୃଣ ମାଆର ଗର୍ଭାଶୟରେ ଧୀରେ ଧୀରେ ଶିଶୁର ଆକାର ଦିଏ ବୋଲି ବିଜ୍ଞାନ ମତ। ହେଲେ ଏବେ ବିଜ୍ଞାନ ଆଉ ପାଦେ ଆଗେଇଛି। ବୈଜ୍ଞାନିକମାନେ ଏପରି ଏକ କମାଲ୍ କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶୁକ୍ରାଣୁ କି ଡିମ୍ବାଣୁ ନ ନେଇ ମାନବ ଭୃଣ ପ୍ରସ୍ତୁତ କରିଛନ୍ତି ଏକ ବୈଜ୍ଞାନିକ ଟିମ୍।

କେବଳ ଏତିକି ନୁହେଁ ଭୃଣକୁ ବୃଦ୍ଧି କରିବା ପାଇଁ ମଧ୍ୟ ଗର୍ଭାଶୟର ସହାୟତା ନେଇ ନାହାନ୍ତି। ଲ୍ୟାବରେ ଏହି ଭୃଣକୁ ପ୍ରସ୍ତୁତ କରିବା ସହ ୧୪ ଦିନ ପର୍ଯ୍ୟନ୍ତ ଭୃଣକୁ ବୃଦ୍ଧି କରାଇବାରେ ସଫଳ ହୋଇଛନ୍ତି। ୱେଇଜମ୍ୟାନ୍ନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଫେସର ଜ୍ୟାକୋବ ହାନ୍ନାଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଏହି ଅନୁଧ୍ୟାନ କରିଛନ୍ତି। 

ସେମାନେ ଦାବି ଦାବି କରିଛନ୍ତି ଯେ, ଲ୍ୟାବରେ ଷ୍ଟେମ କୋଷରୁ ମାନବ ଭୃଣର ସମ୍ପୂର୍ଣ୍ଣ ମଡେଲ୍ ସୃଷ୍ଟି ହୋଇଛି ଏବଂ ୧୪ ଦିନ ପର୍ଯ୍ୟନ୍ତ ଏହାକୁ ଗର୍ଭ ବାହାରେ ବୃଦ୍ଧି କରାଇବା ମଧ୍ୟ ସଫଳ ହୋଇଛି। ଗର୍ଭପାତ, ଜନ୍ମ ବେଳେ ସମସ୍ୟା ଆଦି କ୍ଷେତ୍ରରେ ଏହି ଅନୁସନ୍ଧାନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ।

ଏହି ଅନୁସନ୍ଧାନରେ ଅନ୍ୟ ଅପେକ୍ଷା ବିଶେଷ ଭିନ୍ନତା ରହିଛି, କାରଣ ଜେନେଟିକାଲ୍ ମୋଡିଫାୟାଡ୍ ଷ୍ଟେମ୍ ସେଲ୍ ଅପେକ୍ଷା ରାସାୟନିକ ପରିବର୍ତ୍ତିତ ଭୃଣକୁ ସମ୍ପୂର୍ଣ୍ଣ ରୂପେ ଏକ ଅବିକଳ ମାନବ ଭୃଣ ପରି ଆକାର ଦେଇଛି। ଏଥିରେ ମାନବ ଭୃଣ ଭଳି ଏକ ହଳଦିଆ ଥଳି ଏବଂ ଆମନିଓଟିକ୍ କ୍ୟାଭିଟି ମଧ୍ୟ ରହିଛି।

ବ୍ରିଟେନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟର ଜେମ୍ସ ବ୍ରିସ୍କୋ କହିଛନ୍ତି ଯେ, ଏହି ମଡେଲଗୁଡିକ ଗର୍ଭପାତ, ଜନ୍ମ ଦୋଷ ଏବଂ ବନ୍ଧ୍ୟାକରଣ ଭଳି ପରିସ୍ଥିତି ଅଧ୍ୟୟନ ପାଇଁ ବିଶେଷ ମୂଲ୍ୟବାନ ହୋଇପାରେ। ସେ ଆହୁରି କହିଛନ୍ତି, ଏହି ମଡେଲ୍ ବିଭିନ୍ନ କୋଷ ପ୍ରକାର ସୃଷ୍ଟି କରୁଥିବା ପରି ଦେଖାଯାଏ ଯାହା ପ୍ରାରମ୍ଭିକ ପର୍ଯ୍ୟାୟ ଟିସୁ ବିକାଶରେ ସହାୟକ ହୋଇଥାଏ। ବ୍ରିସ୍କୋ ମଧ୍ୟ ଜୈବ ଚିକିତ୍ସା ଅନୁସନ୍ଧାନ ଚାରିଟିର ମୁଖ୍ୟ ଗ୍ରୁପ୍ ଲିଡର୍ ତଥା ଅନୁସନ୍ଧାନର ସହଯୋଗୀ  ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିଭାଇଛନ୍ତି।

ତେବେ ଏହି ଅନୁସନ୍ଧାନ ସହ ଜଡିତ ନଥିବା ଅନ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମଡେଲଗୁଡିକୁ ମନୁଷ୍ୟର ଭ୍ରୁଣ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଅନୁସନ୍ଧାନ ନିଶ୍ଚିତ ରୂପେ ମାନବ ଭୃଣ ସହ ସାମଞ୍ଜସ୍ୟ କିନ୍ତୁ ଏହା ଗର୍ଭାଶୟର ଭୃଣ ଭଳି ସମାନ ନୁହଁ। ଅନ୍ୟ ଜଣେ ବୈଜ୍ଞାନିକ, ଭୃଣ ତିଆରି ଗର୍ଭାଶୟରେ ନ ରଖି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏ ଦିଗରେ ଅଧିକ ଅନୁଧ୍ୟାନ କରାଗଲେ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ I

କେସିଙ୍ଗା ଷ୍ଟେସନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ

 COASTAL NEWS Odia 635

କେସିଙ୍ଗା ଷ୍ଟେସନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ



ଭବାନୀପାଟଣା : କେସିଙ୍ଗା ଷ୍ଟେସନ ନିକଟରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ ଯୁବକ ଜଣଙ୍କ ବଗାଡ ଗାଁର। ତାଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଘଟଣାରେ କେସିଙ୍ଗା ଗାଁର ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ମହାକାଶରେ ସେଲଫି ନେଲା ଆଦିତ୍ୟ-L1

 COASTAL NEWS Odia 633

ମହାକାଶରେ ସେଲଫି ନେଲା ଆଦିତ୍ୟ-L1



ନୂଆଦିଲ୍ଲୀ - ମହାକାଶରେ ସେଲଫି ନେଲା ଆଦିତ୍ୟ-L1। ଇସ୍ରୋର ଏହି ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଲକ୍ଷ୍ୟପଥ L1କୁ ଯିବା ସମୟରେ ନିଜର ସେଲଫି ନେବା ସହ ପୃଥିବୀ ଓ ଚନ୍ଦ୍ରର ଫଟୋ କ୍ଲିକ୍ କରିଛି। ଏହି ସମୟର କିଛି ଦୃଶ୍ୟ ଶେଆର୍ କରିଛି ଇସ୍ରୋ।

ଇସ୍ରୋ ଏନେଇ ଏକ୍ସ(ପୂର୍ବର ଟ୍ୱିଟର)ରେ ପୋଷ୍ଟ କରି ସୂଚନା ଦେଇଛି। ଇସ୍ରୋ ପୋଷ୍ଟ କରିଥିବା ଭିଡିଓରେ ଆଦିତ୍ୟ-L1ର ନିଜର ସେଲଫି ଫଟୋ ସହ ପୃଥିବୀ ଓ ଚନ୍ଦ୍ରକୁ ଦେଖିବାକୁ ମିଳୁଛି। ଚଳିତ ମାସ 2 ତାରିଖରେ ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଥିଲା ଆଦିତ୍ୟ-L1। ଏହା ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାର ଇସ୍ରୋର ପ୍ରଥମ ମିଶନ।

ଆଦିତ୍ୟ-L1 ସୂର୍ଯ୍ୟଙ୍କ ସମ୍ପୂର୍ଣ୍ଣ ନିକଟକୁ ନଗଲେ ମଧ୍ୟ ଏକି ନିର୍ଦ୍ଦିଷ୍ଟ L1, ଯାହାକୁ ଲାଗ୍ରାଞ୍ଜ କୁହାଯାଏ ଏହି ପଏଣ୍ଟରେ ରହି ଅନୁଧ୍ୟାନ କରିବ। ଲକ୍ଷ୍ୟପଥ L1ରେ ପହଞ୍ଚିବା ପାଇଁ ସୂର୍ଯ୍ୟ ମିଶନକୁ ଉତକ୍ଷେପଣଠାରୁ 125 ଦିନ ସମୟ ଲାଗିବ। ପୃଥିବୀଠୁ ସୂର୍ଯ୍ୟଙ୍କ ଦୂରତା 15 କୋଟି କିଲୋମିଟର ଦୂର ହୋଇଥିବା ବେଳେ ଏହା 15 ଲକ୍ଷ କିଲୋମିଟର ଦୂର ଲାଗ୍ରାଞ୍ଜ ପଏଣ୍ଟରେ ରହି ସୂର୍ଯ୍ୟଙ୍କ ବାବଦରେ ଇସ୍ରୋକୁ ଟିକନିଖ ଖବର ପଠାଇବ। ଏହି ସମୟ ମଧ୍ୟରେ ମହାକାଶର ଏହି ବିରଳ ଦୃଶ୍ୟ ପଠାଇଛି ଆଦିତ୍ୟ-L1।



ଲଙ୍କା

 COASTAL NEWS Odia 633

ଲଙ୍କା 



ଭୁବନେଶ୍ବର - କୌଣସି ଭାରତୀୟ ଖାଦ୍ୟ ପ୍ରସ୍ତୁତ  ବେଳେ ସେଥିରେ ଆମେ ଲଙ୍କା ପକାଇଥାଉ। ଲୋକେ ତରକାରୀ, ଭଜା ଇତ୍ୟାଦିରେ କଞ୍ଚା କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିଥାଆନ୍ତି। ଲଙ୍କା ପାଟିକୁ କେବଳ ରାଗ ଲାଗି ନ ଥାଏ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢ଼ାଇ ଦେଇଥାଏ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆମକୁ ଅଳ୍ପ ମାତ୍ରାରେ ହିଁ ଲଙ୍କା ଖାଇବାକୁ କୁହାଯାଇଥାଏ।

ଯଦି ଆପଣ ଅଧିକ ମାତ୍ରାରେ ଲଙ୍କା ଖାଇବେ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇବ। ଏପରି କି, ଲଙ୍କା ଶୁଙ୍ଘିଲେ ମଧ୍ୟ ଏହା ଆପଣଙ୍କୁ ଭାରି ପଡ଼ିପାରେ ଏବଂ ଏଥିପାଇଁ ଆପଣ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି।

ଏପରି ଘଟଣା ଘଟିଛି ବ୍ରାଜିଲ୍‌ରେ। ଏଠାରେ ଲଙ୍କା ଶୁଙ୍ଘିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ କି ୧୦ ଦିନ ନୁହେଁ, ବରଂ ପୂରା ୬ ମାସ ହେବ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏହି ଘଟଣା ଗତ ଫେବୃୟାରୀର ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ମହିଳାଙ୍କ ନାଁ ଥାଇସ୍ ମେଡେରୋସ୍। ସେ ରୋଷେଇ କଲା ବେଳେ ଏକ ଭୀଷଣ ରାଗୁଆ ଲଙ୍କାକୁ ଶୁଙ୍ଘି ଦେଇଥିଲେ, ଯାହାଫଳରେ ତାଙ୍କ ମସ୍ତିଷ୍କ ଭୟଙ୍କର ଭାବେ ଫୁଲି ଯାଇଥିଲା। ଲଙ୍କା ଶୁଙ୍ଘିବା ଦ୍ୱାରା ତାଙ୍କ ମସ୍ତିଷ୍କ ଉପରେ ଏକ ଗମ୍ଭୀର ପ୍ରଭାବ ପଡିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଥାଇସ୍‌ଙ୍କୁ ହସ୍ପିଟାଲ ନେବା ପରେ ସେଠାରେ କିଛି ଦିନ ପରେ ହିଁ ସେ କୋମାକୁ ଚାଲିଯାଇଥିଲେ। ସେବେଠାରୁ ପାଖାପାଖି ୬ ମାସ ହେବ ସେ ହସ୍ପିଟାଲରେ ଅଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଥାଇସ୍ ଠିକ୍ ଭାବେ କଥା କହିପାରୁ ନାହାନ୍ତି କି ଚାଲି ମଧ୍ୟ ପାରୁନାହାନ୍ତି। ଅକ୍ସିଜେନ୍ ଅଭାବଜନିତ ନ୍ୟୁରୋଲୋଜିକାଲ ସମସ୍ୟା ହେତୁ ଥାଇସ୍ ତାଙ୍କ ପୂର୍ବ ଅବସ୍ଥାକୁ ଫେରିବା ଅସମ୍ଭବ ହୋଇପାରେ ବୋଲି ଡାକ୍ତର କହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...