AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ଏହା ହେଉଛି ଦୁନିଆର ସବୁଠାରୁ ବଡ ଟ୍ରକ

ଏହା ହେଉଛି ଦୁନିଆର ସବୁଠାରୁ ବଡ ଟ୍ରକ, ଯାହାର ଗୋଟେ ଟାୟାରର ଓଜନ ୫୫୦୦ କିଲୋ



ଆପଣ କୌଣସି ବି ସମୟରେ ଘରୁ ବାହାରକୁ ଯିବେ ତ ଆପଣଙ୍କୁ ହାଇୱେରେ ଗୋଟେ କିମ୍ବା ଦୁଇଟି ଟ୍ରକ ସହଜରେ ହିଁ ମିଳିଯିବ । ଏବେ ତ ନୂଆ ନୂଆ ଡିଜାଇନର ଟ୍ରକ ବି ଆସିବାକୁ ଲାଗିଲାଣି । କେଉଁଟା ୪ ଚକିଆ ଥାଏ ତ ଆଉ କେଉଁଟା ୧୬ ଚକିଆ ଥାଏ । ଭାରତରେ ଟ୍ରକକୁ ନୂଆ କନିଆଁ ଭଳି ସଜାଇ ଦିଆଯାଏ । ଏଥିରେ କିଏ ବୁରି ନଜର ବାଲେ ତେରା ମୁଁ କାଲା ଲେଖୁଛନ୍ତି ତ ଆଉ କିଏ ହମ୍ ଦୋ ହମାରେ ଦୋ ଲେଖୁଛନ୍ତି । କିନ୍ତୁ କଣ ଆପଣ କେତେ ଭାବିଛନ୍ତି ସବୁଠାରୁ ବଡ ଟ୍ରକ କେଉଁଟା । କଣ ଆପଣ କେବେ ଦେଖିଛନ୍ତି, ଆପଣ ବା କେମିତି ଦେଖିବେ ରାସ୍ତାରେ ଏହି ଟ୍ରକ କେବେ ଚାଲିନାହିଁ ।


ମାଲ୍ ପରିବହନ କରୁଥିବା ବିଭିନ୍ନ ଆକାରର ଟ୍ରକ୍ ଆମେ ଦେଖିଛୁ। ତେବେ ବିଶ୍ବର ବୃହତ୍ତମ ଟ୍ରକ୍ର ଗଠନ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଜାଣିଲେ କାନକୁ ବିଶ୍ବାସ କରିହେବନାହିଁ। ବେଲାରୁସରେ ନିର୍ମିତ ଏହି ସ୍ବତନ୍ତ୍ର ଧରଣର ଟ୍ରକ୍ ଗତ ଦଶ ବର୍ଷ ଧରି ବିଶ୍ବର ବୃହତ୍ତମ ଟ୍ରକ୍ର ମାନ୍ୟତା ବହନ କରି ଆସିଛି। ବେଲାରୁସ୍ର ଜୋଡିନୋ ସହରରେ ନିର୍ମିତ ‘ବେଲାଜ୍-୭୫୭୧୦’ ନାମକ ଏହି ଶକ୍ତିଶାଳୀ ପରିବହନକାରୀ ଯାନଟି ୨୦୧୩ ମସିହାରେ ବଜାରକୁ ଆସିଥିଲା। ଆମେ ଜାଣିଥିବା ସାଧାରଣ ଟ୍ରକ୍ର ଓଜନ ୨ ଟନ୍ରୁ ୪ ଟନ୍, ଅଠରଚକିଆ ବିରାଟ ଟ୍ରେଲରଯୁକ୍ତ ଟ୍ରକ୍ର ଓଜନ ୩୬ ଟନ୍ ଯାଏ ହୋଇଥିବା ବେଳେ ‘ବେଲାଜ୍-୭୫୭୧୦’ର ନିଜସ୍ବ ଓଜନ ହେଉଛି ୩୬୦ ଟନ୍। ସେଥିରେ ଖଞ୍ଜା ଯାଇଥିବା ଚାରିଟି ଟାୟାର ମଧ୍ୟରୁ ପ୍ରତ୍ୟେକଟିର ଓଜନ ସାଢ଼େ ୫ ଟନ୍।


ଟ୍ରକ୍ଟିର ଦୈର୍ଘ୍ୟ ୨୦ ମିଟର ହୋଇଥିବା ବେଳେ ଏହାର ପ୍ରସ୍ତ ୯.୭ ମିଟର ଓ ଉଚ୍ଚତା ୮.୨ ମିଟର ରହିଛି। ଏହାର ନିର୍ଦ୍ଧାରିତ ପରିବହନ କ୍ଷମତା ୪୫୦ ଟନ୍ ହୋଇଥିବା ବେଳେ ତାହା ୫୦୩.୫ ଟନ୍ ଓଜନର ସାମଗ୍ରୀ ବୋହି ଗିନିଜ୍ ରେକର୍ଡ ସ୍ଥାପନ କରିଛି। ତାହା ୨,୩୦୦ ଅଶ୍ବଶକ୍ତି (ଏଚ୍ପି) ସଂପନ୍ନ ଦୁଇଟି ଇଞ୍ଜିନ ଦ୍ବାରା ପରିଚାଳିତ। ବିଶାଳ କଳେବର ଓ ଓଜନ ସତ୍ତ୍ବେ ଏହା ଖାଲି ଥିଲା ବେଳେ ଘଣ୍ଟାକୁ ୬୦ କି.ମି. ବେଗରେ ଗତି କରିପାରୁଛି ଏବଂ ମାଲ୍ ସହ ତାହାର ସର୍ବାଧିକ ବେଗ ଘଣ୍ଟାକୁ ୪୫ କି.ମି. ରହିଛି। ବର୍ତ୍ତମାନ ସାରା ବିଶ୍ବରେ ଏହି ଧରଣର ମାତ୍ର ତିନିଟି ଟ୍ରକ୍ ରହିଛି ଏବଂ ସେଗୁଡ଼ିକ ରୁଷିଆର ଖଣି ଅଞ୍ଚଳରେ ନିୟୋଜିତ।

ହିନ୍ଦୁ ଯୁବକଙ୍କ ପ୍ରତିବାଦ

  ସୁପ୍ରିମକୋର୍ଟର ହିନ୍ଦୁ ବିରୋଧୀ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କାଶ୍ମୀର ବିଷୟରେ ଅତ୍ୟନ୍ତ ଆପତ୍ତିଜନକ ବକ୍ତବ୍ୟ ପରେ ଜଣେ ଜାତୀୟତାବାଦୀ ନିର୍ଭୀକ ହିନ୍ଦୁ ଯୁବକଙ୍କ ଦ୍ୱାରା ଏକ ଦୃଢ ପ୍ରତିବାଦ ର ଦ୍ରୁଶ୍ୟ ।



ବିଶ୍ୱର ରହସ୍ୟମୟ ଗାଁ

 ବିଶ୍ୱର ରହସ୍ୟମୟ ଗାଁ । ଏଠି ଜନ୍ମବେଳେ ସବୁ ଠିକ୍ କିନ୍ତୁ ପରେ ହୋଇଯାନ୍ତି ଦୃଷ୍ଟିହୀନ । କେବଳ ମଣିଷ ନୁହେଁ ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି



 

-- ଦୁନିଆରେ ଅନେକ ରହସ୍ୟମୟ ଜିନିଷ ରହିଛି ଯାହା ସମ୍ପର୍କରେ ଆପଣ ଶୁଣିଥିବେ ନିଶ୍ଚୟ । ଯାହା ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ ସତ ନ ଲାଗିପାରେ ମାତ୍ର ଏହା ସତ୍ୟ । ଆଜି ବି ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହି ସ୍ଥାନ ଗୁଡିକରେ ରହିଛି ଅନେକ ସମାଧାନ ହୋଇନଥିବା ପ୍ରଶ୍ନ । ଯାହାର ରହସ୍ୟ ଆଜି ବି ବୈଜ୍ଞାନିକମାନଙ୍କୁ ଚକିତ କରୁଛି । ଏମିତି କିଛି ସ୍ଥାନର ରହସ୍ୟ ଯାହାକୁ ନେଇ ଆପଣମାନେ ନିଶ୍ଚୟ ଭାବିବେ ଏହା କିପରି ସମ୍ଭବ? ଆମ ବିଶ୍ୱରେ ଏମିତି ଏକ ଗାଁ ଯାହା ରହସ୍ୟଘେରରେ । ଏହି ଗାଁର ପ୍ରତ୍ୟେକ ମଣୀଷ, ପଶୁ ଏବଂ ପକ୍ଷୀ ଅନ୍ଧ । ଏହି ଗାଁକୁ ଦୃଷ୍ଟିହୀନ ଗାଁ ମଧ୍ୟ କୁହାଯାଏ । ଏହା ପଛର ଥିବା କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ..


ମେକ୍ସିକୋର ଘଞ୍ଚ ଜଙ୍ଗଲ ଭିତରେ ଏକ ଗାଁ ଯାହା ଅନ୍ୟକୁ ବିସ୍ମୟ ଜଡ଼ିତ କରିଦିଏ । ମେକ୍ସିକୋର ଟିଲଟେପକ୍ ଗ୍ରାମ ଯାହା ଦୃଷ୍ଟିହୀନ ଗାଁ ଭାବେ ବେଶ୍ ଜଣାଶୁଣା । ଏଠାରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ‘ଜାପୋଟେକ’ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ପିଲାମାନେ ଭଲ ଭାବରେ ଜନ୍ମ ହୋଇଥାନ୍ତି ମାତ୍ର ଜନ୍ମର କିଛି ଦିନ ମଧ୍ୟରେ ସେମାନଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଇଥାଏ । ଏହା ବିଶ୍ୱର ପ୍ରଥମ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ବାସ କରୁଥିବା ଜନଜାତିର ଲୋକମାନେ ଅଭିଶାପିତ ବୃକ୍ଷକୁ ସେମାନଙ୍କର ଦୃଷ୍ଟିହୀନ ହେବାର କାରଣ ବୋଲି ବିବେଚନା କରନ୍ତି । ଗ୍ରାମରେ ବହୁବର୍ଷଧରି ରହିଥିବା ‘ଲାଭାଜୁଏଲା’ ନାମକ ଏକ ଗଛକୁ ଦେଖିଲା ପରେ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାଉଥିବା ବିଶ୍ୱାସ କରାଯାଏ । ବର୍ଷ ବର୍ଷ ଧରି ଗାଁରେ ଏହି ଗଛ ରହିଆସିଛି ।


ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ , ଏହି ଗ୍ରାମରେ ଏକପ୍ରକାରର ବିଷାକ୍ତ ମାଛି ଦେଖିବାକୁ ମିଳେ । ଏହି ଗ୍ରାମରେ ଦେଖାଯାଉଥିବା ଏହି ବିଷାକ୍ତ ମାଛି କାମୁଡିବା ଦ୍ୱାରା ଲୋକମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଏ । ମେକ୍ସିକୋ ସରକାର ଏ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସରକାର ବିଫଳ ହୋଇଥିଲେ । କାରଣ ଏଠାରେ ରହୁଥିବା ଜନଜାତି ମାନଙ୍କୁ ସରକାର ସ୍ଥାନାନ୍ତରିତ କରିଥିବା ଜଳବାୟୁ ସହ ଏହି ଜନଜାତିର ଲୋକେ ଖାପଖୁଆଇ ଚଳି ନପାରିବାରୁ ତାଙ୍କୁ ପୁଣିଥରେ ଆଣି ସେହିସ୍ଥାନରେ ଛାଡି ଦିଆଯାଇଥିଲା । ଏହି ଜନଜାତିର ଲୋକେ ଏବେ ନିଜେ ନିଜର ଯତ୍ନ ନେଉଛନ୍ତି । ତେବେ ଏହି ଲୋକମାନେ ସାଧାରଣ ଜୀବନଶୈଳୀଠାରୁ ଢେର ପଛରେ ରହିଛନ୍ତି । ଏହି ଗାଁରେ ପାଖାପାଖି ୭୦ଟି କୁଡିଆ ଘର ରହିଛି । ଯେଉଁଠି ପ୍ରାୟ ୩୦୦ ଲୋକ ବାସ କରନ୍ତି । ସବୁଠାରୁ ବଡ କଥା ହେଉଛି ଏଠାରେ କୌଣସି ଘରେ ଝରକା ନାହିଁ । ମାତ୍ର ବିଶ୍ୱାସ ଅଛି କି ଏହି ଗାଁରେ କିଛି ଲୋକଙ୍କ ଦୃଷ୍ଟି ଶକ୍ତି ଠିକ୍ ରହିଛି , ଯେଉଁ କାରଣରୁ ବାକି ଲୋକମାନେ ଏଠାରେ ରହିବାକୁ ସକ୍ଷମ ଅଟନ୍ତି ।

ସାମ୍ନାକୁ ଆସିଲା ମହାକାଶରୁ କଏଦ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଚମତ୍କାର ଫଟୋ

 ସାମ୍ନାକୁ ଆସିଲା ମହାକାଶରୁ କଏଦ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଚମତ୍କାର ଫଟୋ



ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ର ଭୟ ବଢିବାରେ ଲାଗିଛି ଏବଂ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଇତି ମଧ୍ୟରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ର ଜଣେ ଯାତ୍ରୀ ମହାକାଶରୁ କଏଦ ହୋଇଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ଼ର କିଛି ଚମତ୍କାର ଚିତ୍ର ଶେୟାର କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ମହାକାଶଚାରୀ ସୁଲତାନ ଅଲ ନେୟାଦୀ ନିଜ ଟ୍ୱିଟର ଆକାଉଣ୍ଟରେ ଆରବସାଗର ଉପରେ ବାତ୍ୟା ‘ବିପର୍ଯ୍ୟୟ’ର କିଛି ଫଟୋ ପୋଷ୍ଟ କରିଛନ୍ତି।


ଅଲ ନେୟାଦୀ ଲେଖିଛନ୍ତି, ‘‘ଯେମିତିକି ମୁଁ ପୂର୍ବ ଭିଡିଓରେ ପ୍ରତିଶ୍ରୁତି ଦେଇଥିଲି, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର କିଛି ଫଟୋ ଶେୟାର କରୁଛି, ଯାହାକୁ ମୁଁ ଦୁଇ ଦିନ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ଲିକ୍ କରିଥିଲି..’’ ଦୁଇ ଦିନ ପୂର୍ବେ ଅଲ ନେୟାଦୀ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଆରବ ସାଗର ଉପରେ ଏକ ବିରାଟ ଘୂର୍ଣ୍ଣଝଡ଼ ସୃଷ୍ଟି ହୋଇ ଭାରତୀୟ ଉପକୂଳ ଆଡ଼କୁ ଗତି କରୁଥିବାର ଦେଖାଯାଇଥିଲା।


ବାତ୍ୟା ‘ବିପର୍ଯ୍ୟୟ’ କାରଣରୁ ୭୪,୦୦୦ରୁ ଅଧିକ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ବାତ୍ୟା କଚ୍ଛ ଛୁଇଁବାର ସମ୍ଭାବନା ରହିଛି ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି।

ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେଲାନି କନ୍ୟା

 ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେବାକୁ ରୋକ ଠୋକ ମନା କଲା କନ୍ୟା




ସମ୍ବଲପୁର: ଖାସି ମାଂସ ପାଇଁ ଭାଙ୍ଗିଗଲା ବାହାଘର । ଶିଶୁପାଳ ହୋଇ ଫେରିଲା ବର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ଧମା ଅଞ୍ଚଳରେ। ଧମା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ସମ୍ବଲପୁରର ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର । ବାଜା, ରୋଷଣୀ ସହ କନ୍ୟା ଘରେ ପହଞ୍ଚିଥିଲେ ବରଯାତ୍ରୀ। ଆରମ୍ଭ ହୋଇଥିଲା ଖିଆପିଆ। ହେଲେ ମାଂସ ଅଧାରୁ ସରି ଯାଇଥିବାରୁ ଆରମ୍ଭ ହୋଇଯାଇଥିଲା ଝଗଡ଼ା।


କନ୍ୟା ଘର ଲୋକ ଏକ ଢାବାରୁ ମାଂସ ଆଣି ଖାଇବାକୁ ଦେଇଥିଲେ। ହେଲେ ବର ପକ୍ଷ ନ ମାନିବାରୁ ଝିଅର ବାପା ଓ ମାମୁ ବରପକ୍ଷଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ । ଏପରି ଘଟଣା ଦେଖି ବାହା ହେବାକୁ ରୋକଠୋକ୍‌ ମନା କରିଦେଇଥିଲା କନ୍ୟା। ଆଉ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର। ସମ୍ବଲପୁରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Wednesday, June 14, 2023

ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ୍

 ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ: ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ଼ ଅଘଟଣାରୁ ବର୍ତ୍ତିଲା ଟ୍ରେନ୍ 



କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏକ ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନର ଏକ ଓ୍ବାଗନ୍ ମଝି ଭାଗରୁ ଛିଡ଼ି ଅଲଗା ହୋଇଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଞ୍ଚିଛି।


ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ଏପରି ଅଘଟଣ ଘଟିଥିଲା। ମାଲବାହୀ ଟ୍ରେନଟି ଦାମନଯୋଡ଼ିରୁ ଆଲୁମିନିୟମ୍ ବୋଝେଇ କରି ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ଟ୍ରେନ୍‌ଟି କେସିଙ୍ଗା ଷ୍ଟେସନରେ କିଛି ସମୟ ପାଇଁ ଅଟକିବା ପରେ ଅନୁଗୁଳ ଅଭିମୁଖେ ବାହାରିଥିଲା। ମାତ୍ର ଟ୍ରେନ୍‌ଟି ଛାଡ଼ିବା ବେଳକୁ ମଝିରୁ ଆଲୁମିନିୟମ୍ ବୋଝେଇ ୱାଗନ ଛିଣ୍ଡି ଅଲଗା ହୋଇଯାଇଥିଲା। ଫଳରେ ପଛ ବଗି ଅଟକି ରହିଥିବା ବେଳେ ଇଞ୍ଜିନ ଆଗକୁ ମାଡ଼ି ଯାଇଥିଲା। ଏହି ସମୟରେ ଟ୍ରେନ୍‌ର ୨ଟି ବଗି ମଧ୍ୟରେ ପ୍ରାୟ ୩୦ ମିଟରର ବ୍ୟବଧାନ ସୃଷ୍ଟି ହୋଇ ଯାଇଥିଲା । ତତ୍‌କ୍ଷଣାତ ଚାଳକ ଟ୍ରେନ୍‌ଟିକୁ ସେଠାରେ ଅଟକାଇ ଦେଇଥିଲେ। ଏହି କାରଣରୁ ବଡ଼ ଅଘଟଣ ଘଟି ନଥିଲା।

ରଜ ପର୍ବ

 ଆଜି ମାଟି ଓ ଆକାଶର ମିଳନର ପର୍ବ ରଜ, ଉତ୍ସବମୁଖର ଗାଁଠୁ ସହର





-- ବରଷକେ ଥରେ ଆସିଛି ରଜ। ଓଡ଼ିଆଙ୍କ ଗଣପର୍ବ। ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର। ରଜ ପର୍ବର ବାସ୍ନାରେ ବିମୋହିତ ହେଉଛନ୍ତି ଗାଁର ଝିଅ-ବୋହୂ। ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହେଉଛନ୍ତି। ରଜ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଗାଁ ବୁଲିବା ସହିତ ଦୋଳି ଖେଳିବା ପାଇଁ ଚାଲିଛି ପ୍ରସ୍ତୁତି। ଘରେ ଘରେ ପିଠାପଣାର ମହକ। ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସି, କାକରା ଭଳିକି ଭଳି ପିଠାପଣା ତିଆରି କରୁଛନ୍ତି ଘରର ମହିଳା ମାନେ। ତାସ୍‌, ଲୁଡୁ ଏବଂ ଚେସ୍‌ ଖେଳ ପାଇଁ ଆସିର ବି ଜମିଛି। ପ୍ରସ୍ତୁତ ହୋଇ ରହିଛି ରଜ ପାନ। ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼।


ମୌସୁମୀ ଆସିନି । ହେଲେ କେଉଁଠି ଝିପିଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି । ଯେମିତି ପହିଲି ରଜକୁ ସ୍ବାଗତ କରିଛି ବର୍ଷା । ଏହାରି ଭିତରେ ସଜେଇ ହୋଇଉଠିଛି ପୁରପଲ୍ଲୀ ।ରଜଗୀତର ତାଳେତାଳେ ଚାଲିଛି ମଉଜ ମସ୍ତି । ରଜପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର । ଗାଁ ଠୁ ସହର ସବୁଠି ରଜ ମଉଜ ।


ଧରିତ୍ରୀ ଏବେ ରଜସ୍ବଳା । ସେଥିପାଇଁ ରଜ ତିନିଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ । ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜସଙ୍କ୍ରାନ୍ତି, ଶେଷ ରଜ- ତିନିଦିନ ଧରି ପିଲାଠୁ ବୟସ୍କ କାମଧନ୍ଦା ବନ୍ଦ କରି ସମସ୍ତେ ମାତିଯାଇଥାନ୍ତି ମଉଜରେ । ଖାସ୍ ସେଥିପାଇଁ ତ, ବର୍ଷ ବର୍ଷ ଧରି ରହି ଆସିଥିବା ଏଇ ପରମ୍ପରାକୁ ବରଷକ ଥରେ ପାଳିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି ।

ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର

ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର



ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି ବୋଲି ଜଣା ଯାଇଛି l


ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ଫେଜ ୨ର BAPP-2 Powerplantରେ ଦୁର୍ଘଟଣା । ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ  ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ  ମେକାନିକାଲର ମଧ୍ୟ ଗୁରୁତର ହୋଇଛନ୍ତି । କମ୍ପାନୀ ପକ୍ଷରୁ ସଠିକ ତଥ୍ୟ  ମିଳିପାରି ନାହିଁ ।

ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି



- ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରଜ ଭେଟି । ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ପେନ୍‌ସନଭୋଗୀଙ୍କ ଟିଆଇ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି ।


ରାଜ୍ୟ ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ଡିଏ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଦ୍ୱାରା ମହଙ୍ଗା ଭତ୍ତା-DA ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।


୨୦୨୩ ଜାନୁଆରୀରୁ ଏହା ପିଚ୍ଛିଲା ଭାବେ ଲାଗୁ ହେବ । ଏହି ବର୍ଦ୍ଧିତ ଡିଏ ଚଳିଚ ଜୁନ ମାସ ଦରମାରେ ନଗଦ ଆକାରରେ ମିଳିବ । ପେନ୍‌ସନ ଭୋଗୀ ମାନେ ମଧ୍ୟ ଜୁନ ମାସ ପେନ୍‌ସନରେ ବର୍ଦ୍ଧିତ ଟିଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ୭ଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ ।

Tuesday, June 13, 2023

ମୃତ୍ୟୁର ଅନ୍ୟ ନାମ ଶାଙ୍ଗ୍ରି ଲା ଭ୍ୟାଲି

 ମୃତ୍ୟୁର ଅନ୍ୟ ନାମ ଶାଙ୍ଗ୍ରି ଲା ଭ୍ୟାଲି





ଭାରତରେ ଏକରୁ ଅଧିକ ରହସ୍ୟମୟ ସ୍ଥାନ ଅଛି, ଯେଉଁଠାକୁ ସମସ୍ତେ ଯିବା ସମ୍ଭବ ନୁହେଁ। ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡ଼ା ଟ୍ରାଇଙ୍ଗଲ’ କୁହାଯାଏ। ଶାଙ୍ଗ୍ରି ଲା ଭ୍ୟାଲି ଯାହାକି ଆଜି ଯାଏ ରହିଛି ରହସ୍ୟ ଘେରରେ .. ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ | ଶାଙ୍ଗ୍ରି ଲା ଉପତ୍ୟକା ଏପରି ଏକ ସ୍ଥାନ ଯାହାର ରହସ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।


ଭାରତ ଓ ଚୀନ ସୀମାନ୍ତରେ ଏକ ଏଭଳି ରହସ୍ୟମୟ ଘାଟୀ ରହିଛି, ଯେଉଁଠାକୁ ଯିଏ ଥରେ ଯାଇଛି ଆଉ କେବେ ବି ଫେରିନି। ଶାଙ୍ଗରୀ ଘାଟୀ ଭାବେ ଜଣାଶୁଣା ଏହି ଘାଟୀ ତିବ୍ଦତ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅବସ୍ଥିତ। ଖାସ୍‌ କରି ତନ୍ତ୍ରମନ୍ତ୍ରରେ ଏହି ଘାଟୀ କଥା ଉଲ୍ଲେଖ କରାଯାଇଛି। ବରମୁଡା ଟ୍ରାଏଙ୍ଗଲ ଭଳି ଏହି ଘାଟୀକୁ ମଧ୍ୟ ଦୁନିଆର ସବୁଠାରୁ ରହସ୍ୟମୟ ସ୍ଥାନ ଭାବେ ଗଣାଯାଏ। କୁହାଯାଏ ଯେ ଏହି ଘାଟୀର ସମ୍ପର୍କ ଅନ୍ୟ ଲୋକ ବା ଭୂତଲୋକ ସହ ରହିଛି।


ଅରୁଣାଚଳ ପ୍ରଦେଶରେ ଥିବା ଏହି ଉପତ୍ୟକାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡ଼ା ଟ୍ରାଇଙ୍ଗଲ’ ମଧ୍ୟ କୁହାଯାଏ । ଏହି ଉପତ୍ୟକା ଅତ୍ୟନ୍ତ ବିପଜ୍ଜନକ, ଏଠାକୁ ଯିବା ପରେ କେହି ଫେରିବା ଅସମ୍ଭବ ମନେହୁଏ। ଭାରତର ଏହି ସ୍ଥାନ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ରହସ୍ୟମୟ । ଏହି ଉପତ୍ୟକା ସହିତ ଜଡିତ ଅନେକ ଲୋକକଥା ଅଛି, ଯାହା ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି । ଏହି ଉପତ୍ୟକା ଭାରତ କିମ୍ବା ତିବ୍ଦତ ସହିତ ଜଡିତ ନୁହେଁ … ଏହା ଆଉ ଏକ ଦୁନିଆରୁ ଆସିଛି । ତିବ୍ଦତୀୟ ଭାଷାରେ ‘କାଲ୍ ଭିଗିଆନ୍’ ନାମରେ ଏକ ପୁସ୍ତକ ଲେଖାଯାଇଥିଲା, ଏଥିରେ ମଧ୍ୟ ଏହା ସମ୍ପର୍କରେ ଉଲ୍ଲେଖ କରାଯାଇଛି।


ଶାଙ୍ଗ୍ରି ଲା ଭ୍ୟାଲି ବିଷୟରେ ଏକ କାହାଣୀ ଶୁଣିବାକୁ ମିଳେ। ଯେତେବେଳେ କେହି ଏଠାକୁ ଯାଆନ୍ତି, ସେ ଆଉ ଫେରି ଆସିପାରନ୍ତି ନାହିଁ। କୁହାଯାଏ ଯେ ଏହି ଉପତ୍ୟକା ରେ ସମୟ ବନ୍ଦ ହୋଇଯାଏ, ଯେଉଁଥିପାଇଁ ବିମାନ ମଧ୍ୟ ଏହା ଉପରେ ଉଡ଼ିପାରେ ନାହିଁ । କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏଠାକୁ ଯାଆନ୍ତି, ତେବେ ତାଙ୍କ ଫେରିବା ଅସମ୍ଭବ ହୋଇଯାଏ। ତିବ୍ଦତୀ ଭାଷାରେ ଲିଖିତ ପୁସ୍ତକ ‘କାଳ ବିଜ୍ଞାନ’ରେ ମଧ୍ୟ ଏହି ଶାଙ୍ଗରୀ ଘାଟୀ ବିଷୟରେ ବର୍ଣ୍ଣନା କରାଯାଇଛି। ପୁସ୍ତକରେ ଲିଖିତ ଅଛି ଯେ ଦୁନିଆର ପ୍ରତ୍ୟେକ ଜିନିଷ ସ୍ଥାନ ଓ ସମୟ ସହ ଅନୁବନ୍ଧିତ। କିନ୍ତୁ ଏହି ଘାଟୀରେ ସମୟ ବା କାଳର କୌଣସି ପ୍ରଭାବ ପଡ଼େ ନାହିଁ। ଏଠାରେ ପ୍ରାଣ, ମନର ବିଚାର ଶକ୍ତି, ଶାରୀରିକ କ୍ଷମତା ଏବଂ ମାନସିକ ଚେତନା ବହୁତ ଅଧିକ ବଢ଼ିଯାଏ। ଏହି ସ୍ଥାନକୁ ପୃଥିବୀର ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟ କୁହାଯାଏ। ତାନ୍ତ୍ରିକମାନେ ଏହି ସ୍ଥାନକୁ ତନ୍ତ୍ରସାଧନା କରିବାକୁ ଆସିଥାନ୍ତି। ଏଠାରେ କୌଣସି ଶବ୍ଦ ଶୁଭେ ନାହିଁ ବୋଲି କୁହାଯାଏ।


ଅନେକ ବିଶେଷଜ୍ଞ ମଧ୍ୟ ଏହି ରହସ୍ୟମୟ ଉପତ୍ୟକାକୁ ଆମେରିକାର ପୂର୍ବ ଉପକୂଳରେ ଅବସ୍ଥିତ ବରମୁଡ଼ା ଟ୍ରାଇଙ୍ଗଲ ସହିତ ତୁଳନା କରନ୍ତି। ତେବେ ଜାଣି ରଖନ୍ତୁ ଯେ ବରମୁଡ଼ା ଟ୍ରାଇଙ୍ଗଲ ହେଉଛି ସେହି ବିପଜ୍ଜନକ ସ୍ଥାନ, ଯେଉଁଠାରୁ ଆଜି ପର୍ଯ୍ୟନ୍ତ କେହି ଫେରି ନାହାଁନ୍ତି । ଏପରିକି ଫ୍ଲାଇଟ ମଧ୍ୟ ଏହା ଉପରେ ଉଡ଼ିପାରେ ନାହିଁ । ଏଭଳି ସ୍ଥାନ କୁ ଯିବା ପାଇଁ ସମସ୍ତଙ୍କୁ ମନା ଥାଏ ।

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ



ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାରଦର୍ଶିତା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି । ରୋହିତ ଗତବର୍ଷ ଜୁନ ୫ରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ପ୍ରାୟ ବର୍ଷେ ଧରି ଉଚ୍ଚଶିକ୍ଷା ମନ୍ତ୍ରୀ ପଦରେ ରହିଥିଲେ ।


ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମ୍‌ ୱାର୍କ- ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଂ ପ୍ରକାଶ ପାଇଥିଲା । nirf ର‍୍ୟାଙ୍କିଂରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଭଲ ନଥିଲା । ସାମଗ୍ରିକ ସଫଳତା ଆଧାରରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ଦୁଇ ଥର ବିଧାୟକ ହୋଇଛନ୍ତି ରୋହିତ ପୂଜାରୀ । ପୂର୍ବରୁ ଦୁଇ ଥର ସରକାରୀ ଦଳ ଉପମୁଖ୍ୟ ସଚେତକ ହୋଇଥିଲେ ।


ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ । ରୋହିତ ପୂଜାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ୍‌ ପଡ଼ିବା ପରେ ଅତନୁଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ନାୟକ ଏବେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି

ସିକନ୍ଦରାବାଦ୍ - ଅଗରତାଲା ଏକ୍ସପ୍ରେସ ରେ ନିଆଁ

 ସିକନ୍ଦରାବାଦ୍ - ଅଗରତାଲା ଏକ୍ସପ୍ରେସ ରେ ନିଆଁ 



ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିଲା ବେଳେ ଆଜି ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। 

ଆଜି ଟ୍ରେନଟି ସିକନ୍ଦରବାଦରୁ ତ୍ରିପୁରାର ଅଗରତାଲାକୁ ଯାଉଥିଲା। ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ଅଟକି ଥିବାବେଳେ ଏସି ବଗିରେ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିଥିଲେ। ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।  ରେଳ ବିଭାଗ ପକ୍ଷରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେହି ବଗିରେ ଯାତ୍ରୀମାନେ ଯିବାକୁ ଅମଙ୍ଗ ହୋଇଥିଲେ। ଏହାସହ ଯାତ୍ରୀମାନେ ବଗି ବଦଳାଇବା ପାଇଁ ଦାବି କରିଥିଲେ। ଏହି ବଗିରେ ଗଲାବେଳେ  ପୁଣି ଥରେ ଅଘଟଣ ଘଟିଲେ କ’ଣ କରିବେ ବୋଲି ଯାତ୍ରୀମାନେ ପ୍ରଶ୍ନ କରିଥିଲେ।  ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ୪୫ ମିନିଟ୍ ରହଣି ପରେ ଛାଡ଼ିଥିଲା। 

କେଉଁ କାରଣ ପାଇଁ ଟ୍ରେନରେ ନିଆଁ ଲାଗି ଥିଲା ରେଳ ବିଭାଗ ସ୍ପଷ୍ଟ କରିଛି। ସର୍ଟ ସର୍କିଟରୁ ଧୂଆଁ ବାହାରିଥିବା ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ମାଇନର ଇଲେକ୍ଟ୍ରିକାଲ୍ ଇସ୍ୟୁ ଥିଲା, ଠିକ କରିଦିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Sunday, June 11, 2023

୧୦୦୦ ଟଙ୍କିଆ ପକ୍ଷି

 .

 *୧୦୦୦ ଟଙ୍କିଆ ପକ୍ଷି*



ଏକ ପକ୍ଷୀ ବଜାରରେ ଜଣେ ବିକ୍ରେତା ଜାଲି ବାକ୍ସ ରେ ଅନେକ ଚଢ଼େଇ ରଖି ବିକ୍ରି କରୁଥିଲା ...


ଗୋଟିଏ ଛୋଟ ଜାଲ ଟୋକେଇରେ କେବଳ ଗୋଟିଏ ଚଢ଼େଇ ଥିଲା ..! 


ଜଣେ ଗ୍ରାହକ ପଚାରିଲେ

ଚଢ଼େଇ ଗୋଟା କେତେ ..?


"୪୦ ଟଙ୍କା ..!"


ଗ୍ରାହକ ଛୋଟ ଟୋକେଇ ରେ ଏକା ଏକା ବସିଥିବା ଚଢ଼େଇର ମୂଲ୍ୟ ପଚାରିଲେ


ସେ କହିଲା, "ମୁଁ ଏହାକୁ ବିକ୍ରୟ କରିବାକୁ ଚାହେଁ ନାହିଁ ..!"


"ଯଦି ତୁମେ ଜିଦ୍ କରିବ, ତା’ହେଲେ ଏହାକୁ ହଜାର ଟଙ୍କାରେ ଦେବି”


ଗ୍ରାହକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ଏହା ଏତେ ମୂଲ୍ୟବାନ କାହିଁକି..?"


ସେ କହିଲା, "ବାସ୍ତବରେ ଏହା ମୋର ନିଜସ୍ୱ ପାଳିତ ପକ୍ଷୀ।  ଏହା ଅନ୍ୟ ପକ୍ଷୀଙ୍କୁ ଫାନ୍ଦରେ ପକାଇବା ପାଇଁ କାମ କରେ ..!"


"ଯେତେବେଳେ ସେ ଚିତ୍କାର କରି ଡାକେ, ଅନ୍ୟ ଚଢ଼େଇମାନେ କିଛି ଚିନ୍ତା ନକରି ଏହା ପାଖରେ ମେଳ ହୁଅନ୍ତି, ସେତେବେଳେ ମୁଁ ସମସ୍ତଙ୍କୁ ସହଜରେ ଶିକାର କରେ ..!"


ପରେ, ମୁଁ ଏହାକୁ ଏହାର ପସନ୍ଦର ଖାଦ୍ୟଦେଇ  ଖୁସି କରେ ..!


"ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ..!"


ସେହି ଗ୍ରାହକ ଜଣକ ପୋଷା ଚଢ଼େଇଟିକୁ ୧,୦୦୦ ଟଙ୍କା ଦେଇ କିଣିଲେ ଓ ବଜାରରେ ସମସ୍ତଙ୍କ ସମ୍ମୁଖରେ ତା ବେକକୁ ମୋଡ଼ି ଦେଲେ...


ଚଢ଼େଇ ଵାଲା ଆଶ୍ଚର୍ଯ୍ୟ ହୋଇ ପଚାରିଲା "ଆରେ, ତୁମେ ଏମିତି କାହିଁକି କଲ ..?


ବ୍ୟକ୍ତି ଜଣକ କହିଲେ, *ମୁଁ ଜଣେ ରିଟାୟାର୍ଡ ସୈନିକ।*

ଏପରି  ଜାତିଦ୍ରୋହୀଙ୍କର ବଞ୍ଚିବାର କୌଣସି ଅଧିକାର ନାହିଁ। ଯିଏ ନିଜ ସ୍ୱାର୍ଥ ପାଇଁ ନିଜ ସମାଜକୁ ଫାନ୍ଦରେ ଫସାଇବାର କାମ କରେ ଏବଂ ନିଜ ଲୋକଙ୍କୁ ପ୍ରତାରଣା କରେ ତାକୁ ଯେତେ ଜଲଦି ନଷ୍ଟ କରିବ ସେତେ ମଙ୍ଗଳ।


*ଆମ ଦେଶରେ ହଜାର ଟଙ୍କିଆ ଚଢ଼େଇ ଅନେକ ଅଛନ୍ତି, ସେମାନଙ୍କ ଠାରୁ ସାବଧାନ ରୁହନ୍ତୁ

Friday, June 9, 2023

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ

 ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ




ଭୁବନେଶ୍ବର:  ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା  ପରୀକ୍ଷା ରେଜଲ୍ଟ। www. orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି।  ଯୁକ୍ତ ଦୁଇ କଳାରେ ୭୮.୮୮% ପାସ ହାର ରହିଛି । ମୋଟ୍‌ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଉଚ୍ଚ ମଧ୍ୟମିକ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।  କଳାରେ ପାସ୍‌ ହାରରେ ପୁଣି ଥରେ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି।


ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ପାସ୍‌ହାର ୬୭.୪୮ ପ୍ରତିଶତ ରହିଛି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ନବରଂଗପୁର ଜିଲ୍ଲାର ପାସ୍‌ ହାର ହେଉଛି ୭୦.୭୪ ପ୍ରତିଶତ। ଧନ୍ଦାମୂଳକ ବିଷୟରେ ୬୪.୨୩ ପ୍ରତିଶତ ପୁଅ ଓ ୭୧.୧୦ ପ୍ରତିଶତ ଝିଅ ପାସ୍‌ କରିଛନ୍ତି।


ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।


 ମେ ୩୧ରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମାର୍ଚ୍ଚ ୧ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୬୫ଟି ଅଫଲାଇନ୍‌ କେନ୍ଦ୍ର ଏବଂ ୩୯ଟି ଅନଲାଇନ୍‌ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । କଳାରେ ୨ଲକ୍ଷ ୧୯ ହଜାର ୧୧୦ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୩୧ତାରିଖରେ ବିଜ୍ଞାନ ଓ ବାଣିଜ୍ଯ ରେଜଲ୍ଟ ପ୍ରକାଶ ପାଇଛି । ବିଜ୍ଞାନର ପାସ୍‌ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ପାସ୍‌ ହାର୍‌ ୮୧.୧୨ ପ୍ରତିଶତ ରହିଛି । ଯାହା ଗତ ବର୍ଷର ପାସ୍‌ ହାରଠୁ କମ୍‌ ରହିଛି ।

ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ

 ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ




ନୂଆ ପିଢିର ବାଲିଷ୍ଟିକ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ । ଗତକାଲି ରାତି ୭ଟା ୩୦ ମିନିଟରେ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ହୋଇଛି ପରୀକ୍ଷଣ । ପୂର୍ବରୁ ଏହାର ୩ଟି ସଫଳ ପରୀକ୍ଷଣ ହୋଇଛି । ଏବେ ଏହାର ପ୍ରଥମ ପ୍ରି ଇଣ୍ଡକ୍ସନ ନାଇଟ ଲଞ୍ଚ୍‌ କରାଯାଇଛି ।


ଫ୍ଲାଇଟ ଟେଷ୍ଟରେ ଏହାର ସମସ୍ତ ଉଦ୍ଦେଶ୍ୟ ସଫଳ ହୋଇଛି । ସଫଳତାର ସହ ସମସ୍ତ ଟାର୍ଗେଟକୁ ଧ୍ୱଂସ କରିଛି ଅଗ୍ନି ପ୍ରାଇମ ମିସାଇଲ । ମିସାଇଲକୁ ଟ୍ରାକ କରିବାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସହ ଟର୍ମିନାଲରେ ୨ଟି ଡାଉନରେଞ୍ଜ ଜାହାଜ ମୁତୟନ କରାଯାଇଥିଲା ।


ଏହି ସଫଳତା ପାଇଁ DRDOକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମ ମିସାଇଲ ଅଗ୍ନି ସିରିଜର ନୂଆ ପିଢିର ମିସାଇଲ । ଏହି ମିସାଇଲ ଏକା ସଙ୍ଗରେ ଶତ୍ରୁର ଏକାଧିକ ଟାର୍ଗେଟକୁ ଧ୍ୱଂସ କରିପାରିବ।

Thursday, June 8, 2023

ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଙ୍ଗର ସବୁଠୁ ଭଲ ଆମ୍ବ ପଠାଇଲେ ମମତା ବାନାର୍ଜୀ

 ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ବଙ୍ଗର ସବୁଠୁ ଭଲ ଆମ୍ବ ପଠାଇଲେ ମମତା ବାନାର୍ଜୀ




 

କୋଲ୍‌କାତା: ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରାଜ୍ୟର ଜାତିଆ ଆମ୍ବ (ସବୁଠୁ ଭଲ କିସମ) ପଠାଇଛନ୍ତି।


କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ କଥାରେ ମତାନ୍ତର ରହିଥିଲେ ବି କେତେ ବର୍ଷ ହେବ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଙ୍ଗର ଆମ୍ବ ପଠାଇ ଆସୁଛନ୍ତି।


ଏହାଛଡ଼ା, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପାଖକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହି ଧରଣର ଆମ୍ବ ପଠାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।


ଚିତ୍ରବିଚିତ୍ର କାଗଜରେ ଆବୃତ୍ତ ହୋଇଥିବା ପେଟିରେ ପୂରାଇ ପଠାଯାଇଥିବା ଆମ୍ବଗୁଡ଼ିକ ମଧ୍ୟରେ ରହିଛି, ହିମସାଗର, ଫଜିଲ୍‌, ଲଙ୍ଗ୍‌ରା ଏବଂ ଲକ୍ଷ୍ମଣଭୋଗ ଭଳି ଜାତିଆ ଆମ୍ବ ସବୁ। ଏହି ଆମ୍ବ ପେଟି ସବୁ ଦିନେ ଦୁଇ ଦିନ ଭିତରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଯିବ।


ଗତବର୍ଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପାଇଁ ମଧ୍ୟ ବଙ୍ଗର ଜାତିଆ ଆମ୍ବ ପଠାଇଥିଲେ। ୨୦୧୧ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ‘ତୃଣମୂଳ କଂଗ୍ରେସ୍‌’ ମୁଖ୍ୟା ମମତା ବାନାର୍ଜୀ ଏହି ପରମ୍ପରା ବଜାୟ ରଖିଛନ୍ତି।


କେବଳ ଏତିକି ନୁହେଁ, ୨୦୧୯ରେ ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କୁର୍ତ୍ତା-ପାଇଜାମା ଓ ମିଷ୍ଟାନ୍ନ ମଧ୍ୟ ପଠାଇଥିଲେ।

କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର

 କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ---




--କେରଳ ଛୁଇଁଲା ମୌସୁମୀ ବାୟୁ । ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ‘ବିପର୍ଯ୍ୟୟ’ବ୍ୟାତ୍ୟା ପ୍ରଭାବ ଥିବାରୁ ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଥିବା ପାଣିପାଗ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି ।

Sunday, June 4, 2023

ପ୍ରଧାନମନ୍ତ୍ରୀ ହେଲେ ଭାବପ୍ରବଣ :

 ପ୍ରଧାନମନ୍ତ୍ରୀ ହେଲେ ଭାବପ୍ରବଣ : ଲୋକଙ୍କ ସେବାକୁ ନମସ୍କାର କଲେ




 ଓଡ଼ିଶାରେ ଘଟିଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାନଗା ଦୁର୍ଘଟଣାସ୍ଥଳରେ ପହିଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା ପରେ ସେଠାରୁ ସିଧା ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲ ପରିଦର୍ଶନ କରିଥିଲେ । ସେଠାରେ ରୋଗୀମାନଙ୍କୁ ଭେଟି ତାଙ୍କର ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ ।

ପରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଦୁର୍ଘଟଣାରେ ଯେଉଁମାନଙ୍କୁ ଆମେ ହରାଇଛୁ ଆଉ ସେମାନଙ୍କୁ ପାଇ ପାରିବା ନାହିଁ । ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ ବୋଲି ମୋଦୀ ଭାବପ୍ରବଣତାର ସହ କହୁଥିବାର ଦେଖାଯାଇଥିଲା । ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି।


ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯୁବବର୍ଗ ଓ ଏଠାକାର ନାଗରିକ ରାତିସାରା କାର୍ଯ୍ୟ କରି ସହଯୋଗ କରିଛନ୍ତି ବୋଲି କହିଥିଲେ ମୋଦୀ । ଦୁର୍ଘଟଣା ସମ୍ପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ, ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ମୋଦୀ ।


ବାହାନଗାରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଆମକୁ ବଡ଼ ଶିକ୍ଷା ଦେଇଛି। ନାଗରିକ ଜୀବନକୁ କେମିତି ସୁରକ୍ଷା ଦେଇପାରିବ, ସେଦିଗରେ ଆମକୁ କାମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିବା ସହ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।


କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ମଧ୍ୟ ପଚାରି ବୁଝିଥିଲେ । ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି,

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି,




ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାହାନଗା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଲୋକଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାର ସ୍ଥିତି ବିଷୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ମୋଦି ବାୟୁସେନାର ହେଲିକପ୍ଟରରେ ଆସି ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।


ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚି ଯାଇଛି । ବେଙ୍ଗାଲୁରୁ-ହାଓ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଧକ୍କା ହୋଇଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି ।


ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ୧୨ ଘଣ୍ଟା ହେଲାଣି ରେସକ୍ୟୁ ଅପରେସନ ଜାରି ରହିଛି ।

Thursday, June 1, 2023

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ



ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି  ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି।


ଏଣେ ବାଣିଜ୍ୟରେ ମୋଟ୍ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି।


ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍‌ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।


ସୂଚନା ଅନୁଯାୟୀ ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କଳା ବିଭାଗରେ ୨ଲକ୍ଷ ୩୨ ହଜାର ୬୪୪, ବିଜ୍ଞାନରେ ୯୩ହଜାର ୭୩୦, ବାଣିଜ୍ୟରେ ୨୪ହଜାର ୨୪୬ ଓ ଧନ୍ଦାମୂଳକ ବିଭାଗରେ ୫୮୨୯ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୫୫୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।

ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗରେ ଯୁବତୀ ଗିରଫ

ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗରେ ଯୁବତୀ ଗିରଫ,



ରାଇରଙ୍ଗପୁର - ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା କୁଚେଇବୁଢ଼ୀ ଗ୍ରାମର ଯୁବତୀ ନିଜକୁ ପୋଲିସ ଅଫିସର ପରିଚୟ ଦେଇ ଅଞ୍ଚଳରେ ମୋଟା ଅର୍ଥ ଆଦାୟ କରୁଥିଲା । ଗତ ରାତ୍ରିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଦଡା ଗ୍ରାମର କିଛି ଯୁବକ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ମୋଟା ଅଙ୍କରେ ଚାନ୍ଦା ମାଗୁ ଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଯୁବତୀ ଜଣକ ପୋଲିସ ଚାକିରୀ ନ କରି ପୋଲିସ ପୋଷାକ ପିନ୍ଧି ଏପରି ଅନ୍ୟାୟ କାମ କରିବା ଓ ଯୁବତୀ ଜଣଙ୍କ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପରିବା ବିକ୍ରି କରୁଥିବା କୁଚେଇବୁଢ଼ୀ ବସ୍ତିର ପାର୍ବତୀ ଓରଫ ପ୍ରତିଭା ମହାନ୍ତ ବୋଲି ଜାଣିପାରି ଥାନାରେ ଏତଲା ଦେଇଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ନେଇ ଯୁବତୀକୁ ଗିରଫ କରିବା ସଙ୍ଗେ ସଙ୍ଗେ ପୋଲିସ ପୋଷାକ ଓ ବ୍ୟବହାର କରୁଥିବା ଦୁଇ ଚକିଆ ଯାନ ଜବତ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି।

ଆମ ନୂଆ ସଂସଦ ଭବନ

ନୂତନ ଭାବରେ ନିର୍ମିତ ଓ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ଆମ ନୂଆ ସଂସଦ ଭବନ



ଆମ ସଂସଦ ୪ ମହଲା, ୩ ପ୍ରବେଶ ପଥ: ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା, ଜାଣନ୍ତୁ ନୂଆ ସଂସଦ ଭବନର ବିଶେଷତ୍ୱ...*


ଆଜି ଦେଶର ଇତିହାସରେ ଯୋଡ଼ି ହେବ ଏକ ନୂତନ ଅଧ୍ୟାୟ। ଭାରତକୁ ମିଳିବ ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂତନ ସଂସଦ ଭବନ। ଯାହାକି କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ଜାଣନ୍ତୁ, ଏହି ଭବ୍ୟ ସଂସଦ ସୌଧର ବିଶେଷତ୍ୱ କ'ଣ ରହିଛି।


ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର।ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ। ଯାହାର ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ- ଅଶୋକ ସ୍ତମ୍ଭ।


*ନୂଆ ସଂସଦ ସୌଧର ବିଶେଷତ୍ୱ...*


ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ୱାରରେ ଖୋଦିତ ହୋଇଛି ଅଶୋକ ଚକ୍ର। ତଳେ ଲେଖାଯାଇଛି ସତ୍ୟମେବ ଜୟତେ

ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି। ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା।

ଲୋକସଭାରେ ୮୮୮ ସିଟ୍ ଥିବାବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ।


ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ

ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା।

ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟ୍‌ରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା।

ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।


ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି।


ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା। ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।


ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକମ୍ପ ପ୍ରତିରୋଧୀ ମଧ୍ୟ। ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...