AFFILIATE MARKETING

https://binomo.com?a=90810425bb57&t=0

Thursday, May 23, 2024

COASTAL NEWS ODIA 1854 ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ; ଭୋଟ୍ ଦେବେ ୯୪ଲକ୍ଷରୁ ଅଧିକ ଭୋଟର

COASTAL NEWS ODIA 1854

୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ; ଭୋଟ୍ ଦେବେ ୯୪ଲକ୍ଷରୁ ଅଧିକ ଭୋଟର 


ଭୁବନେଶ୍ବର - (CNO) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ । ୯୪ ଲକ୍ଷ ୪୮ ହଜାର ଭୋଟର ମତଦାନ କରିବେ । ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । 

ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥରେ ଭୋଟ୍ ଗ୍ରହଣ କରାଯିବ । ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟରେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ (CAPF) ମୁତୟନ ରହିବେ । ନିର୍ବାଚନ ପରିଚାଳନା ପାଇଁ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  
 
ଲୋକସଭା ନିର୍ବାଚନ ୨୦୨୪ ଆସନ |  ଏହି ପର୍ଯ୍ୟାୟରେ ୯୪.୪୮ ଲକ୍ଷ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ପୁରୁଷ ୪୮.୩୦ ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ରହିଛନ୍ତି । ୨୧ ପ୍ରତିଶତ ଯୁବ ଭୋଟର ଅଛନ୍ତି । ପୋଷ୍ଟାଲ ବାଲାଟରେ ୩୦ ହଜାରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି । ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

No comments:

COASTAL NEWS

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ରୁଫ୍‌ଟପ୍ ସୋଲାର କା...