AFFILIATE MARKETING

https://binomo.com?a=90810425bb57&t=0

Thursday, May 9, 2024

COASTAL NEWS ODIA 1848 ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ

COASTAL NEWS ODIA 1848

ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ


ବ୍ରହ୍ମପୁର - (CNO) ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୀଡ଼ିତା ଜଣଙ୍କ ଚିକିତ୍ସାଧୀନ ଅଛନ୍ତି । ତାଙ୍କୁ ଆର୍ଥିକ ସହାୟତା ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଚିଠି କରାଯିବ ବୋଲି ପୋଲିସ କହିଛି ।

ସେମାନେ ହେଲେ ଇଞ୍ଜିନିୟରିଂ ଛାତ୍ର ରୁତୁନ କୁମାର ଦାଶ(୨୨), ଆକାଶ ନାୟକ (୨୬), ଜୁମନ ଗୌଡ଼ (୧୯), ଫାର୍ମାସୀ ଛାତ୍ର ରୁଦ୍ର ଜେନା (୨୧) ଓ ବିସିଏ ଛାତ୍ର ଅଭିଳାଷ ପୋଲାଇ(୨୧) । ଘଟଣାରେ ସମ୍ପୃକ୍ତ ଅନ୍ୟ କେତେଜଣ ଫେରାର୍‌ ଅଛନ୍ତି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ଡିଆଇଜି ସୂଚନା ଦେଇଛନ୍ତି ଯେ, ଗତ ୩ ତାରିଖ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଭେଟିବା ପରେ ହିଲ୍‌ପାଟଣାରେ ବାପାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ସହପାଠୀ ତଥା ଅଭିଯୁକ୍ତ ରୁତୁନ ସେଠାରେ ପହଞ୍ଚି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଘରକୁ ଡାକିଥିଲେ । ଛାତ୍ରୀ ଜଣଙ୍କ ତାଙ୍କ ସହ ଯାଇ ସେଠାରେ ପହଞ୍ଚିବା ପରେ ତାହା ଏକ ବ୍ୟାଚଲର ରୁମ୍‌ ବୋଲି ଜାଣିପାରିଥିଲେ । ଉକ୍ତ ଘରେ ଅନ୍ୟ କେତେଜଣ ଯୁବକ ମଧ୍ୟ ଥିଲେ । ଘରେ କେହି ମହିଳା ନ ଥିଲେ ମଧ୍ୟ ରୁତୁନ କିଛି ମୃଦୁପାନୀୟ ଦେବାକୁ ମିଛରେ ମା'ଙ୍କୁ ଡାକିଥିଲେ। ପରେ ସେ ଛାତ୍ରୀଙ୍କୁ ନିଶାଯୁକ୍ତ ମୃଦୁପାନୀୟ ପିଇବାକୁ ଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ କିଛି ଜାଣିପାରି ନ ଥିଲେ ।

ଆଉ ଏହାର ସୁଯୋଗ ନେଇ ୭ରୁ ୮ଜଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ମଧ୍ୟ ପ୍ରତିବାଦ କରିବାକୁ ପୀଡ଼ିତା ସକ୍ଷମ ନ ଥିଲେ । ସେ ସମୟରେ ତାଙ୍କ ବାପା ମଧ୍ୟ ଫୋନ୍‌ କରୁଥିଲେ, ହେଲେ କେହି ଫୋନ କଲ ଉଠାଉ ନ ଥିଲେ । ରାତି ପ୍ରାୟ ୧୦ଟାରେ ପୀଡ଼ିତାଙ୍କୁ ଯୁବକମାନେ ଘଟଣା ସମ୍ପର୍କରେ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇ ବିଜିପୁର ସନ୍ତୋଷୀ ମା' ମନ୍ଦିର ନିକଟରେ ଛାଡି ଦେଇଥିଲେ ।

ପୀଡ଼ିତା ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଗତ ୫ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ । ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ଏହାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ଜେରା କରିଥିଲେ । ଏ ନେଇ ନଂ. ୨୪୦/୨୪ରେ ମାମଲା ରୁଜୁ କରାଯାଇଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...