AFFILIATE MARKETING

https://binomo.com?a=90810425bb57&t=0

Thursday, May 9, 2024

COASTAL NEWS ODIA 1848 ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ

COASTAL NEWS ODIA 1848

ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ


ବ୍ରହ୍ମପୁର - (CNO) ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ହୋଇଥିବା ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୀଡ଼ିତା ଜଣଙ୍କ ଚିକିତ୍ସାଧୀନ ଅଛନ୍ତି । ତାଙ୍କୁ ଆର୍ଥିକ ସହାୟତା ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଚିଠି କରାଯିବ ବୋଲି ପୋଲିସ କହିଛି ।

ସେମାନେ ହେଲେ ଇଞ୍ଜିନିୟରିଂ ଛାତ୍ର ରୁତୁନ କୁମାର ଦାଶ(୨୨), ଆକାଶ ନାୟକ (୨୬), ଜୁମନ ଗୌଡ଼ (୧୯), ଫାର୍ମାସୀ ଛାତ୍ର ରୁଦ୍ର ଜେନା (୨୧) ଓ ବିସିଏ ଛାତ୍ର ଅଭିଳାଷ ପୋଲାଇ(୨୧) । ଘଟଣାରେ ସମ୍ପୃକ୍ତ ଅନ୍ୟ କେତେଜଣ ଫେରାର୍‌ ଅଛନ୍ତି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ଡିଆଇଜି ସୂଚନା ଦେଇଛନ୍ତି ଯେ, ଗତ ୩ ତାରିଖ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଭେଟିବା ପରେ ହିଲ୍‌ପାଟଣାରେ ବାପାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ସହପାଠୀ ତଥା ଅଭିଯୁକ୍ତ ରୁତୁନ ସେଠାରେ ପହଞ୍ଚି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଘରକୁ ଡାକିଥିଲେ । ଛାତ୍ରୀ ଜଣଙ୍କ ତାଙ୍କ ସହ ଯାଇ ସେଠାରେ ପହଞ୍ଚିବା ପରେ ତାହା ଏକ ବ୍ୟାଚଲର ରୁମ୍‌ ବୋଲି ଜାଣିପାରିଥିଲେ । ଉକ୍ତ ଘରେ ଅନ୍ୟ କେତେଜଣ ଯୁବକ ମଧ୍ୟ ଥିଲେ । ଘରେ କେହି ମହିଳା ନ ଥିଲେ ମଧ୍ୟ ରୁତୁନ କିଛି ମୃଦୁପାନୀୟ ଦେବାକୁ ମିଛରେ ମା'ଙ୍କୁ ଡାକିଥିଲେ। ପରେ ସେ ଛାତ୍ରୀଙ୍କୁ ନିଶାଯୁକ୍ତ ମୃଦୁପାନୀୟ ପିଇବାକୁ ଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ କିଛି ଜାଣିପାରି ନ ଥିଲେ ।

ଆଉ ଏହାର ସୁଯୋଗ ନେଇ ୭ରୁ ୮ଜଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ମଧ୍ୟ ପ୍ରତିବାଦ କରିବାକୁ ପୀଡ଼ିତା ସକ୍ଷମ ନ ଥିଲେ । ସେ ସମୟରେ ତାଙ୍କ ବାପା ମଧ୍ୟ ଫୋନ୍‌ କରୁଥିଲେ, ହେଲେ କେହି ଫୋନ କଲ ଉଠାଉ ନ ଥିଲେ । ରାତି ପ୍ରାୟ ୧୦ଟାରେ ପୀଡ଼ିତାଙ୍କୁ ଯୁବକମାନେ ଘଟଣା ସମ୍ପର୍କରେ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇ ବିଜିପୁର ସନ୍ତୋଷୀ ମା' ମନ୍ଦିର ନିକଟରେ ଛାଡି ଦେଇଥିଲେ ।

ପୀଡ଼ିତା ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଗତ ୫ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ । ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ଏହାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ଜେରା କରିଥିଲେ । ଏ ନେଇ ନଂ. ୨୪୦/୨୪ରେ ମାମଲା ରୁଜୁ କରାଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...