AFFILIATE MARKETING

https://binomo.com?a=90810425bb57&t=0

Monday, May 6, 2024

COASTAL NEWS ODIA 1844 ପାଣିପାଗ ବିଭାଗର ସତର୍କ ସୂଚନା; ୩ ଘଣ୍ଟା ଭିତରେ ଓଡିଶାର ୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା !

COASTAL NEWS ODIA 1844

ପାଣିପାଗ ବିଭାଗର ସତର୍କ ସୂଚନା; ୩ ଘଣ୍ଟା ଭିତରେ ଓଡିଶାର ୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ! 


ଭୁବନେଶ୍ବର - (CNO) ତାତିରୁ ମିଳିବ ବଡ଼ ଆଶ୍ୱସ୍ତି। ଗ୍ରୀଷ୍ମପ୍ରବାହ ମଧ୍ୟରେ ଲୋକେ ଆଶ୍ୱସ୍ତି ଅନୁଭବ କରିବେ ।  ତାତିରେ ଓଡ଼ିଶା ସିଝୁଥିବା ବେଳେ ଓଡ଼ିଶାବାସୀଙ୍କୁ ଆରାମ୍ ମିଳିବାକୁ ଯାଉଛି । କାଳେବୖଶାଖୀ ଫଳରେ ପ୍ରବଳ ବର୍ଷା ହେବ। ଯାହା ପାଗକୁ ଥଣ୍ଡା ପବନ ଓ ବର୍ଷାରେ ଶୀତଳ କରି ପକାଇବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 

ପାଣିପାଗ ବିଭାଗର ସତର୍କ ସୂଚନା । ଆଗାମୀ ୩ ଘଣ୍ଟା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ । ୪୦-୫୦ କିମି ବେଗରେ ପବନ ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । 

 ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ୨୦ଟି ଜିଲ୍ଲାରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ୨୦ଟି ଜିଲ୍ଲା ମଧ୍ୟରୁ ଅନେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହି ତିନି ଦିନ ଖରା ଟିକେ କମିବ । ଲୋକେ ତାତିରୁ ଆଶ୍ୱସ୍ତି ପାଇବେ ।
 

କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଏବଂ ମୟୁରଭଞ୍ଜରେ ବର୍ଷା ହୋଇପାରେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହା କିଛି ଆଶ୍ୱସ୍ତି ଦେବ ।

ଆସନ୍ତା ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ । 

ଉତ୍ତର ଉପକୂଳ ଓଡ଼ିଶା-ପାଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । 

 ବଦଳିବ ପାଗ, ଆଜି ଏହି ୬ ଜିଲ୍ଲାରେ ବିଜୁଳି ସହ ବର୍ଷା ଘଡ଼ଘଡ଼ି ସମ୍ଭାବନା ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା । କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...