AFFILIATE MARKETING

https://binomo.com?a=90810425bb57&t=0

Thursday, May 9, 2024

COASTAL NEWS ODIA 1847 ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ପ୍ରମାଣିତ ବଦଳୁଛି ବିଜେପିର ଲକ୍ଷ୍ୟ

COASTAL NEWS ODIA 1847

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ପ୍ରମାଣିତ ବଦଳୁଛି ବିଜେପିର ଲକ୍ଷ୍ୟ 


ଭୁବନେଶ୍ବର - (CNO) ଓଡ଼ିଶାର ବିଧାନସଭା ନିର୍ବାଚନ ସହିତ ଦେଶର ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା 13 ତାରିଖରୁ ଓଡ଼ିଶାରେ ମଧ୍ୟ ଭୋଟ୍ ଗ୍ରହଣ ହେବ । ଏଥି ମଧ୍ୟରେ ନିର୍ବାଚନୀ ପ୍ରଚାର ମୈଦାନ ବେଶ୍ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଦଳର ହେଭିୱେଟ୍ ନେତା ପ୍ରଚାରର ମଙ୍ଗ ଧରିବା ସହ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି । 

ଚଳିତ ନିର୍ବାଚନରେ ଓଡ଼ିଶାରେ ମାହୋଲ୍ ଉପରେ ରହିଛି ସାରା ଦେଶର ନଜର । 25 ବର୍ଷର ସ୍ଥିର ସରକାରର ଭବିଷ୍ୟତକୁ ନେଇ ଲାଗିରହିଛି ଅନେକ ଆଲୋଚନା । ଶାସକ ଦଳକୁ ଟର୍ଗେଟ୍ କରୁଛନ୍ତି ବିରୋଧୀ । ଏହା ତ ରାଜନୀତିରେ ସ୍ୱାଭାବିକ କଥା । କିନ୍ତୁ ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଓଡ଼ିଶାର ଭୋଟରଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । 

ନାଁ ନ ନେଇ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିକୁ କଡ଼ା ଭାଷାରେ ସମାଲୋଚନା କରିବା ସମସ୍ତଙ୍କୁ ଚକ୍କିତ କରିଛି । ନିର୍ବାଚନରେ ଶାସକ-ବିରୋଧୀ ଏମିତି ପ୍ରଚାର କରନ୍ତି, ଏହା ତ ସ୍ୱାଭାବିକ.. ଏଥିରେ ଚକ୍କିତ ହେବାରେ କଣ ଅଛି ବୋଲି ଆପଣ ଭାବୁଥିବେ । କିନ୍ତୁ, ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ବିଶ୍ଳେଷଣ କରି କିଛି ଏପରି ଚିତ୍ର ରଖିବୁ, ଯେଉଁଥିରୁ ଆପଣ ମଧ୍ୟ ଏନେଇ ସ୍ପଷ୍ଟ ହୋଇପାରିବେ । ଲୋକସଭା ନିର୍ବାଚନ ୨୦୨୪ ଆସନ | 

ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ବିରାଟ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ତାଙ୍କ ଟାର୍ଗେଟ୍ ରେ ଥିଲା ଶାସକ ବିଜେଡ଼ି । ରାଜ୍ୟରେ ବିଜେଡ଼ି ଶାସନର ବିଫଳତାକୁ ଦର୍ଶାଇ ବିଜେପି ସରକାର ଗଢିବାକୁ ସୁଯୋଗ ଦେବାକୁ ଅପିଲ୍ କରିଥିଲେ । ଏହା ପୂର୍ବରୁ ମୋଦୀ ଓଡ଼ିଶା ଗସ୍ତ କରିଥିଲେ ମଧ୍ୟ ଶାସକ ଦଳ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଦେଖିବାକୁ ମିଳିନଥିଲା । 

ଚଣ୍ଡିଖୋଲ ସମାବେଶରେ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ କହିଥିବା ମୋଦୀ କିନ୍ତୁ ଏଥର ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଥିଲେ । ଏପରିକି ରାଜ୍ୟରେ ବିଜେପି ସରକାର ଆସିବ ଏବଂ 10 ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଛନ୍ତି ମୋଦୀ । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟରେ ଦଳ ବେଶ୍ ଆକ୍ରମଣାତ୍ମକ ଢଙ୍ଗରେ ନିର୍ବାଚନକୁ ସାମ୍ନା କରିବ । ରାଜ୍ୟରେ ବିଜେପି ସରକାର ପାଇଁ କଳବଳ କୌଶଳ ଲଗାଇବ । ଏହା ପୂର୍ବରୁ 400 ପାର୍ ନାରା ଦେଉଥିବା ବିଜେପି କେବେ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ସେତେଟା ତତ୍ପର ଥିବା ମନେ ହେଉନଥିଲା । 


ଏବେ ଭିଜନ୍ ବଦଳିଥିବା ପରି ଅନୁଭବ ହେଉଛି । 'ଓଡ଼ିଆ ଅସ୍ମିତା' ମୁଖ୍ୟ ପ୍ରସଙ୍ଗ! ରାଜ୍ୟ ବିଜେପି ଏଥର 'ଓଡ଼ିଆ ଅସ୍ମିତା' କୁ ମୁଖ୍ୟ ପ୍ରସଙ୍ଗ କରିଛି । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ବିଫଳ ହୋଇଥିବା ନେଇ ଅଭିଯୋଗ ଆସୁଛି । ଏପରିକି ଗତକାଲି ମୋଦୀ ମଧ୍ୟ ଭାଷଣରେ 'ଓଡ଼ିଆ ଅସ୍ମିତା' ପ୍ରସଙ୍ଗ ଉଠାଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ରକ୍ଷା ଓ ଉନ୍ନତି ପାଇଁ ବିଜେପି କାମ କରିବ ବୋଲି ବାରମ୍ବାର ଦୋହରାଇଥିଲେ । ଏପରିକି 'ଜୟ ଜଗନ୍ନାଥ' କହି ଭାଷଣ ଆରମ୍ଭ କରିଥିଲେ । 

କଣ ହୋଇପାରେ ଏହାର କାରଣ ? ଏହି ନିର୍ବାଚନ ପାଇଁ ପାଣିପାଗ ସରଗରମ୍ ହେବା ପୂର୍ବରୁ ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଅନେକ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଥିଲା । ଏପରିକି ମେଣ୍ଟ ଏକ ପ୍ରକାର ସୁନିଶ୍ଚିତ ବୋଲି ଅନେକ ସୂତ୍ରରୁ ଖବର ଆସିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ମେଣ୍ଟ ନ ହେବା ନେଇ ଖବର ଆସିଥିଲା । ମେଣ୍ଟ ନ ହେବା ପଛରେ ରାଜ୍ୟ ବିଜେପିର ବଡ଼ ଭୂମିକା ଥିବା କୁହାଯାଇଥିଲା । ମେଣ୍ଟ ନେଇ ରାଜ୍ୟ ବିଜେପି ବିମୁଖ ଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ମେଣ୍ଟ ଚର୍ଚ୍ଚା ଅବସାନ ହୋଇ ଏବେ ମୁହାଁମୁହିଁ ଟକ୍କର ଦେଖିବାକୁ ମିଳୁଛି । ଏମିତିକି ଆସନ୍ତା 4 ତାରିଖ ବିଜେଡ଼ିର ଏକ୍ସପାଏରୀ ଡେଟ୍ ଏବଂ 10 ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଏଥିପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ମୋଦୀ କହିଥିଲେ । ଏଥିରୁ ସ୍ପଷ୍ଟ ଯେ ବିଜେପି ରାଜ୍ୟ ବିଧାନସଭା ନିର୍ବାଚନକୁ ଆକ୍ରମଣାତ୍ମକ ଢଙ୍ଗରେ ଲଢୁଛି । କିନ୍ତୁ ଲୋକସଭା ନିର୍ବାଚନରେ କେବଳ 400 ପାର୍ ଲକ୍ଷ୍ୟରେ ଥିଲା ବିଜେପି । ଏହା ପରେ ବିଧାନସଭା ଉପରେ ମଧ୍ୟ ବିଜେପିର ନଜର ଥିବା ବେଳେ ଆଭିମୁଖ୍ୟ ବଦଳିଥିବା ସ୍ପଷ୍ଟ ହେଉଛି । ତେବେ ମୋଦୀ ହାୱା ରାଜ୍ୟ ରାଜନୀତିକୁ କେତେ ମାତ୍ରାରେ ପ୍ରଭାବିତ କରିବ ଏବଂ ରାଜ୍ୟରେ ବିଜେପି ସରକାର ଆଣିବାରେ କେତେ ଦୂର ସଫଳ ହେବ ତାହା ଜୁନ୍ 4 ରେ ସ୍ପଷ୍ଟ ହୋଇଯିବ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...