AFFILIATE MARKETING

https://binomo.com?a=90810425bb57&t=0

Thursday, May 9, 2024

COASTAL NEWS ODIA 1847 ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ପ୍ରମାଣିତ ବଦଳୁଛି ବିଜେପିର ଲକ୍ଷ୍ୟ

COASTAL NEWS ODIA 1847

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ପ୍ରମାଣିତ ବଦଳୁଛି ବିଜେପିର ଲକ୍ଷ୍ୟ 


ଭୁବନେଶ୍ବର - (CNO) ଓଡ଼ିଶାର ବିଧାନସଭା ନିର୍ବାଚନ ସହିତ ଦେଶର ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା 13 ତାରିଖରୁ ଓଡ଼ିଶାରେ ମଧ୍ୟ ଭୋଟ୍ ଗ୍ରହଣ ହେବ । ଏଥି ମଧ୍ୟରେ ନିର୍ବାଚନୀ ପ୍ରଚାର ମୈଦାନ ବେଶ୍ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଦଳର ହେଭିୱେଟ୍ ନେତା ପ୍ରଚାରର ମଙ୍ଗ ଧରିବା ସହ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି । 

ଚଳିତ ନିର୍ବାଚନରେ ଓଡ଼ିଶାରେ ମାହୋଲ୍ ଉପରେ ରହିଛି ସାରା ଦେଶର ନଜର । 25 ବର୍ଷର ସ୍ଥିର ସରକାରର ଭବିଷ୍ୟତକୁ ନେଇ ଲାଗିରହିଛି ଅନେକ ଆଲୋଚନା । ଶାସକ ଦଳକୁ ଟର୍ଗେଟ୍ କରୁଛନ୍ତି ବିରୋଧୀ । ଏହା ତ ରାଜନୀତିରେ ସ୍ୱାଭାବିକ କଥା । କିନ୍ତୁ ଗତକାଲି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଓଡ଼ିଶାର ଭୋଟରଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । 

ନାଁ ନ ନେଇ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିକୁ କଡ଼ା ଭାଷାରେ ସମାଲୋଚନା କରିବା ସମସ୍ତଙ୍କୁ ଚକ୍କିତ କରିଛି । ନିର୍ବାଚନରେ ଶାସକ-ବିରୋଧୀ ଏମିତି ପ୍ରଚାର କରନ୍ତି, ଏହା ତ ସ୍ୱାଭାବିକ.. ଏଥିରେ ଚକ୍କିତ ହେବାରେ କଣ ଅଛି ବୋଲି ଆପଣ ଭାବୁଥିବେ । କିନ୍ତୁ, ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ବିଶ୍ଳେଷଣ କରି କିଛି ଏପରି ଚିତ୍ର ରଖିବୁ, ଯେଉଁଥିରୁ ଆପଣ ମଧ୍ୟ ଏନେଇ ସ୍ପଷ୍ଟ ହୋଇପାରିବେ । ଲୋକସଭା ନିର୍ବାଚନ ୨୦୨୪ ଆସନ | 

ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ବିରାଟ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ତାଙ୍କ ଟାର୍ଗେଟ୍ ରେ ଥିଲା ଶାସକ ବିଜେଡ଼ି । ରାଜ୍ୟରେ ବିଜେଡ଼ି ଶାସନର ବିଫଳତାକୁ ଦର୍ଶାଇ ବିଜେପି ସରକାର ଗଢିବାକୁ ସୁଯୋଗ ଦେବାକୁ ଅପିଲ୍ କରିଥିଲେ । ଏହା ପୂର୍ବରୁ ମୋଦୀ ଓଡ଼ିଶା ଗସ୍ତ କରିଥିଲେ ମଧ୍ୟ ଶାସକ ଦଳ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଦେଖିବାକୁ ମିଳିନଥିଲା । 

ଚଣ୍ଡିଖୋଲ ସମାବେଶରେ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ କହିଥିବା ମୋଦୀ କିନ୍ତୁ ଏଥର ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଥିଲେ । ଏପରିକି ରାଜ୍ୟରେ ବିଜେପି ସରକାର ଆସିବ ଏବଂ 10 ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଛନ୍ତି ମୋଦୀ । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟରେ ଦଳ ବେଶ୍ ଆକ୍ରମଣାତ୍ମକ ଢଙ୍ଗରେ ନିର୍ବାଚନକୁ ସାମ୍ନା କରିବ । ରାଜ୍ୟରେ ବିଜେପି ସରକାର ପାଇଁ କଳବଳ କୌଶଳ ଲଗାଇବ । ଏହା ପୂର୍ବରୁ 400 ପାର୍ ନାରା ଦେଉଥିବା ବିଜେପି କେବେ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ସେତେଟା ତତ୍ପର ଥିବା ମନେ ହେଉନଥିଲା । 


ଏବେ ଭିଜନ୍ ବଦଳିଥିବା ପରି ଅନୁଭବ ହେଉଛି । 'ଓଡ଼ିଆ ଅସ୍ମିତା' ମୁଖ୍ୟ ପ୍ରସଙ୍ଗ! ରାଜ୍ୟ ବିଜେପି ଏଥର 'ଓଡ଼ିଆ ଅସ୍ମିତା' କୁ ମୁଖ୍ୟ ପ୍ରସଙ୍ଗ କରିଛି । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ବିଫଳ ହୋଇଥିବା ନେଇ ଅଭିଯୋଗ ଆସୁଛି । ଏପରିକି ଗତକାଲି ମୋଦୀ ମଧ୍ୟ ଭାଷଣରେ 'ଓଡ଼ିଆ ଅସ୍ମିତା' ପ୍ରସଙ୍ଗ ଉଠାଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ରକ୍ଷା ଓ ଉନ୍ନତି ପାଇଁ ବିଜେପି କାମ କରିବ ବୋଲି ବାରମ୍ବାର ଦୋହରାଇଥିଲେ । ଏପରିକି 'ଜୟ ଜଗନ୍ନାଥ' କହି ଭାଷଣ ଆରମ୍ଭ କରିଥିଲେ । 

କଣ ହୋଇପାରେ ଏହାର କାରଣ ? ଏହି ନିର୍ବାଚନ ପାଇଁ ପାଣିପାଗ ସରଗରମ୍ ହେବା ପୂର୍ବରୁ ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଅନେକ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଥିଲା । ଏପରିକି ମେଣ୍ଟ ଏକ ପ୍ରକାର ସୁନିଶ୍ଚିତ ବୋଲି ଅନେକ ସୂତ୍ରରୁ ଖବର ଆସିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ମେଣ୍ଟ ନ ହେବା ନେଇ ଖବର ଆସିଥିଲା । ମେଣ୍ଟ ନ ହେବା ପଛରେ ରାଜ୍ୟ ବିଜେପିର ବଡ଼ ଭୂମିକା ଥିବା କୁହାଯାଇଥିଲା । ମେଣ୍ଟ ନେଇ ରାଜ୍ୟ ବିଜେପି ବିମୁଖ ଥିବା ଖବର ପ୍ରକାଶ ପାଇଥିଲା । ଏହା ପରେ ମେଣ୍ଟ ଚର୍ଚ୍ଚା ଅବସାନ ହୋଇ ଏବେ ମୁହାଁମୁହିଁ ଟକ୍କର ଦେଖିବାକୁ ମିଳୁଛି । ଏମିତିକି ଆସନ୍ତା 4 ତାରିଖ ବିଜେଡ଼ିର ଏକ୍ସପାଏରୀ ଡେଟ୍ ଏବଂ 10 ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଏଥିପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ମୋଦୀ କହିଥିଲେ । ଏଥିରୁ ସ୍ପଷ୍ଟ ଯେ ବିଜେପି ରାଜ୍ୟ ବିଧାନସଭା ନିର୍ବାଚନକୁ ଆକ୍ରମଣାତ୍ମକ ଢଙ୍ଗରେ ଲଢୁଛି । କିନ୍ତୁ ଲୋକସଭା ନିର୍ବାଚନରେ କେବଳ 400 ପାର୍ ଲକ୍ଷ୍ୟରେ ଥିଲା ବିଜେପି । ଏହା ପରେ ବିଧାନସଭା ଉପରେ ମଧ୍ୟ ବିଜେପିର ନଜର ଥିବା ବେଳେ ଆଭିମୁଖ୍ୟ ବଦଳିଥିବା ସ୍ପଷ୍ଟ ହେଉଛି । ତେବେ ମୋଦୀ ହାୱା ରାଜ୍ୟ ରାଜନୀତିକୁ କେତେ ମାତ୍ରାରେ ପ୍ରଭାବିତ କରିବ ଏବଂ ରାଜ୍ୟରେ ବିଜେପି ସରକାର ଆଣିବାରେ କେତେ ଦୂର ସଫଳ ହେବ ତାହା ଜୁନ୍ 4 ରେ ସ୍ପଷ୍ଟ ହୋଇଯିବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...