AFFILIATE MARKETING

https://binomo.com?a=90810425bb57&t=0

Tuesday, May 14, 2024

COASTAL NEWS ODIA ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ, ସ୍ତ୍ରୀ ଛୁଆଙ୍କ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

COASTAL NEWS ODIA 1853

ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ, ସ୍ତ୍ରୀ ଛୁଆଙ୍କ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା 


ସୀତାପୁର - (CNO) ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳର ଚହଳ ସୃଷ୍ଟି ହୋଇଛି । ଜଣେ ଯୁବକ ତାଙ୍କ ମା, ପତ୍ନୀ ଏବଂ ତିନି ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏପରି ଚାଞ୍ଚଲ୍ୟ କର ଘଟଣା ଉତ୍ତରପ୍ରଦେଶ ସିତାପୁର ରେ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଯବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

 
ସୂଚନା ଅନୁସାରେ ଶନିବାର ସକାଳ ୫ଟାରେ ଏହି ଘଟଣା ଘଟିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୟୁପିର ସୀତାପୁର ଜିଲ୍ଲା ରାମପୁର ମଥୁରା ପୋଲିସ ଷ୍ଟେସନ ଅଞ୍ଚଳର ବାଲାମାଉ ଗାଁର ଏପରି ଅଭାବନୀୟ ଘଟଣା ଘଟିଠି । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରୋମା ସେଣ୍ଟରରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...