AFFILIATE MARKETING

https://binomo.com?a=90810425bb57&t=0

Monday, May 13, 2024

COASTAL NEWS ODIA 1852 ଓଡ଼ିଶା ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ଫେଜ୍‌ ଭୋଟିଂ

COASTAL NEWS ODIA 1852

ଓଡ଼ିଶା ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ଫେଜ୍‌ ଭୋଟିଂ 


ଭୁବନେଶ୍ବର - (CNO) ରାଜ୍ୟରେ ଚାଲିଥିବା ପ୍ରଥମ ଫେଜ୍‌ ଭୋଟିଂ ନେଇ CEO ସୂଚନା ଦେଇଛନ୍ତି । ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର ସସ୍‌ପେଣ୍ଡ୍‌। ସେହିପରି ଚିକିଟିରେ କିଛି ଘଟଣା ଘଟିଛି, ଜିଲ୍ଲାପାଳଙ୍କ ସହ କଥା ହୋଇଛି ବୋଲି ସେ କହିଛନ୍ତି । ମାତ୍ର ସେଠାରେ ମତଦାନ ଠିକ୍‌ଠାକ ଜାରି ରହିଛି ।


ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ । ECI ଆପ୍‌ରୁ ମତଦାନ ନେଇ ସୂଚନା । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦%, ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ ହୋଇଛି । ପାରଳାଖେମୁଣ୍ଡି ୨୨.୬୪%, ପଟାଙ୍ଗୀ ୨୪.୮୧%, ରାୟଗଡ଼ା ୨୧% ଓ ଉମରକୋଟ ୨୬.୨୦% ମତଦାନ ହୋଇଛି ।


ଭୋଟିଂ ବେଳେ ବିଭିନ୍ନ ସ୍ଥାନରେ EVM ତ୍ରୁଟି ଖବର ସାମ୍ନାକୁ ଆସିଛି, ଯେଉଁଥି ପାଇଁ ଭୋଟର ଅସନ୍ତୁଷ୍ଟ ଏବଂ ମେସିନ୍ ଖରାପ ଯୋଗୁଁ ଭୋଟିଂରେ ବିଳମ୍ବ ହେବା ସହ ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କୋରାପୁଟ ନିର୍ବାଚନ ମଣ୍ତଳୀର ଆଦର୍ଶ ମତଦାନ କେନ୍ଦ୍ରର ଏଭିଏମ୍ ଖରାପ ଯୋଗୁଁ ୧୩୯ ନମ୍ବର ବୁଥରେ ମତଦାନ ବେଳେ ବିଳମ୍ବ ହୋଇଛି ।

ସେହିପରି କଳାହାଣ୍ତି, ଭବାନୀପାଟଣା ୧୦୪, ୧୦୫ ଏବଂ ୧୦୬ ନମ୍ବର ବୁଥରେ ଭୋଟିଂ ଆରମ୍ଭ ହୋଇ ନଥିବା ବେଳେ ମାଲକାନଗିରି କମୁଡିଗୁଡା ୮୫ ନମ୍ବର ବୁଥରେ ଇଭିଏମ ଅଚଳ ନେଇ ସୂଚନା ରହିଛି । ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମ ତ୍ରୁଟି ନେଇ ସୂଚନା ।

ସୂଚନାଥାଉ ଯେ, ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେଉଛି । ଏଥର ଫୋକସରେ ମକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଭୋଟିଂ ଜାରି ରହିଛି, ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ,ମତଧିକାର ସାବ୍ୟସ୍ତ କରୁଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର୍ ।

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ହୋଇଥିଲା । ECI ଆପ୍‌ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫%, ନବରଙ୍ଗପୁର ୮.୯୭%, ନୂଆପଡ଼ା ୯.୯୮%, ଓ ରାୟଗଡ଼ାରେ ୭.୫୨% ମତଦାନ ହୋଇଛି ।

No comments:

COASTAL NEWS

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ରୁଫ୍‌ଟପ୍ ସୋଲାର କା...