AFFILIATE MARKETING

https://binomo.com?a=90810425bb57&t=0

Sunday, May 5, 2024

COASTAL NEWS ODIA 1841 ଓଡ଼ିଶାରେ ପହଞ୍ଚିଲେ ମୋଦି

COASTAL NEWS ODIA 1841

ଓଡ଼ିଶାରେ ପହଞ୍ଚିଲେ ମୋଦି 


ଭୁବନେଶ୍ବର (CNO) ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍ ସୋମବାର ନିର୍ବାଚନୀ ପ୍ରଚାର କରିବେ  । ଏହି ପରିପ୍ରେକ୍ଷୀରେ ରବିବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ବ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । 



ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ରାତ୍ରି ଯାପନ କରିବେ  । ରାଜଭବନରେ ଆଜି ରାତିରେ ରହିବେ ମୋଦି । ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବା ସହିତ ସେଠାରେ ଦଳୀୟ ସମାବେଶକୁ ଉଦବୋଧନ ଦେବେ । ପିଏମ୍ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...