AFFILIATE MARKETING

https://binomo.com?a=90810425bb57&t=0

Monday, May 6, 2024

COASTAL NEWS ODIA 1843 ମୁଁ ପ୍ରଭୁ ଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1843

ମୁଁ ପ୍ରଭୁ ଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ


ବ୍ରହ୍ମପୁର - (CNO) ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରହ୍ମପୁର ସଭାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ ମୋଦି । ଅଧିକରୁ ଅଧିକ ଘରକୁ ଯିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି । ମୋଦି ସମ୍ବୋଧନ କରି କହିଲେ ଜୟ ଜଗନ୍ନାଥ , ପ୍ରତି ଘରକୁ ଯାଇ ଜୟ ଜଗନ୍ନାଥ ସମ୍ବୋଧନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କର୍ମୀ ମାନଙ୍କୁ  କହିଛନ୍ତି । ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ । ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦି ସରକାର ବୋଲି ସେ କହିଛନ୍ତି ।  

ମୋଦି ଆହୁରି କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହୋଇଛି। 

ଝାଡ଼ଖଣ୍ଡରେ ଇଡିର ବଡ କାର୍ଯ୍ୟନୁଷ୍ଠାନ,ମନ୍ତ୍ରୀଙ୍କ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ମିଳିଲା ୩୦ କୋଟି ଟଙ୍କା ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ଦିଲ୍ଲୀରେ ବସିଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ । 


ଓଡ଼ିଶାରେ ଡବଲ ଇଂଜିନ ସରକାର ହେଲେ ତ୍ବରିତ ବିକାଶ ହେବ। ଓଡ଼ିଶାର ତ୍ବରିତ ବିକାଶ ପାଇଁ ମୁଁ ଗ୍ୟାରେଣ୍ଟି ଦେଉଛି । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି । ବ୍ରହ୍ମପୁର ସଭାରେ ବିଜେଡ଼ି ଉପରେ ବର୍ଷିଲେ ମୋଦି; କହିଲେ ବିଜେପି ନେତୃତ୍ବର ଓଡ଼ିଶାରେ ମଜବୁତ ସରକାର ହେବାକୁ ହେଉଛି 

ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର । ସଭାରେ ଥିବା ଲୋକମାନେ ଯେଉଁ ମାନେ ମୋଦୀଙ୍କ ଚିତ୍ର ଆଙ୍କି ଆଣିଥିଲେ, ମୋଦି କମାଣ୍ଡୋ ମାନଙ୍କୁ କହି ସେ ସବୁ ସଂଗ୍ରହ କରିଥିଲେ । ଆଉ ଚିଠି ଲେଖିବେ ବୋଲି କହିଥିଲେ । ଆଉ ସେଥିରେ ଲେଖିଥିଲେ ଯେ ମୁଁ ଓଡ଼ିଆରେ ଚିଠି ଲେଖିବି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...