AFFILIATE MARKETING

https://binomo.com?a=90810425bb57&t=0

Tuesday, May 7, 2024

COASTAL NEWS ODIA 1846 ଜାତୀୟ ରାଜପଥ ପାର୍ଶ୍ବରେ ଥ‌ିବା ଖୁଣ୍ଟକୁ ଏକ କାର ଧକ୍କା ଫଳରେ କାର୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ

COASTAL NEWS ODIA 1846

ଜାତୀୟ ରାଜପଥ ପାର୍ଶ୍ବରେ ଥ‌ିବା ଖୁଣ୍ଟକୁ ଏକ କାର ଧକ୍କା ଦେବା ଫଳରେ କାର୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ




ଛତ୍ରପୁର - (CNO)  ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍ ନିକଟ ଜାତୀୟ ରାଜପଥ ପାର୍ଶ୍ବରେ ଥ‌ିବା ଖୁଣ୍ଟକୁ ଏକ କାର ଧକ୍କା ଦେବା ଫଳରେ କାର୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  

ମୃତ ଜଣକ ହେଲେ ରଘୁନାଥପୁର ଗ୍ରାମର ଜି. ନାଗେଶ୍ବର ରେଡୀ(୪୩) ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ନାଗେଶ୍ବର ଆଜି ପୂର୍ବାହ୍ନରେ ଏକ କାର(ନଂ.ଓଡ଼ି୦୭କ୍ୟୁ-୧୦୦୨) ଯୋଗେ ଭୁବନେଶ୍ବରରୁ ଗାଁ ଆସୁଥିଲେ।ତେବେ ଟାଟାଗେଟ୍ ନିକଟ ରେ କାରଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ବରେ ଥ‌ିବା ଏକ ଖୁଣ୍ଡରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳ ରେ ଡ୍ରାଇଭର ନାଗେଶ୍ବରଙ୍କ ମୃତ୍ୟୁ ଘଟିଥିଲା। 

ଖବର ପାଇ ଚମାଖଣ୍ଡି ଥାନା ଏସ୍‌ ଆଇ ଅଭିଜିତ ସାମଲ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ । ଏନେଇ ଚମାଖଣ୍ଡି ଥାନା ପୋଲିସ ଏକ ମାମଲା(ନଂ.୧୮୨/୨୦୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...