AFFILIATE MARKETING

https://binomo.com?a=90810425bb57&t=0

Friday, May 3, 2024

ମିଶନ ଶକ୍ତି ସଚିବଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ ।

COASTAL NEWS ODIA 1837

ମିଶନ ଶକ୍ତି ସଚିବଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ ।



ଭୁବନେଶ୍ୱର - (CNO) ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ବିଜେପି ଫେରାଦ ହେଲା ପରେ, ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ ।

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି । ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି । ବିଜେଡିକୁ ଫାଇଦା ପହଞ୍ଚିଇବାକୁ ସରକାରୀ କଳର ଅପବ୍ୟବହାର କରାଯାଉଥିବା ବିଜେପି କହିଛି ।

ବିଜେପି ଆହୁରି ଅଭିଯୋଗ କରିଛି ଯେ, ସୁଜାତା ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ସିଷ୍ଟମେଟିକ୍ ଭୋଟରସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ୍‌ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ପହଁଚାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସ୍ୱାମୀ ତଥା ବିଜେଡି ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପ୍ରଭାବରେ ସେ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ବିଜେପି ଅଭିଯୋଗ କରିଛି ।

ଏପରିକି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳକୁ ଭୋଟ୍ ଦେବାକୁ ମିଶନ ଶକ୍ତି ବିଭାଗକୁ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ବିଜେପି ନିର୍ବାଚନ କମିଶନଙ୍କୁ ଅବଗତ କରିଛି । ଏଥିସହ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଏସଏଚଜି ମହିଳାଙ୍କୁ ଧମକା ଯାଉଥିବା ଅଭିଯୋଗ କରିଥିଲା ବିଜେପି ।

ଆଉ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ତୁରନ୍ତ ଅଣ-ପବ୍ଲିକ ଡିଲିଂ ଭୂମିକାରେ ନିଯୁକ୍ତ କରିଛନ୍ତି । ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ପ୍ରକାଶ ହୋଇଛି ।

No comments:

COASTAL NEWS

ଶିକ୍ଷା ହେଉଛି ବଡ଼ ଧନ

ଶିକ୍ଷା ହେଉଛି ବଡ଼ ଧନ  ଏକ ହୃଦୟସ୍ପର୍ଶୀ ଓଡ଼ିଆ ଶିଶୁ ଶିକ୍ଷାମୂଳକ କାହାଣୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଏକ ସୁନ୍ଦର ଛୋଟ ଗାଁ। ଗାଁ ଚାରିପାଖରେ ସ...