AFFILIATE MARKETING

https://binomo.com?a=90810425bb57&t=0

Sunday, April 28, 2024

COASTAL NEWS ODIA 1836 ରାହୁଲଙ୍କ ବଡ ଘୋଷଣା, କେନ୍ଦ୍ରରେ ସରକାର ଗଢିଲେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା

COASTAL NEWS ODIA 1836

ରାହୁଲଙ୍କ ବଡ ଘୋଷଣା, କେନ୍ଦ୍ରରେ ସରକାର ଗଢିଲେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା


ଭୁବନେଶ୍ବର - (CNO) ଆଜି ଓଡିଶା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସାଲେପୁର କୁଳିଆରେ ନ୍ୟାୟ ସମାବେଶରେ ଯୋଗ ଦେଇ ବଡ ଘୋଷଣା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ୫ ଐତିହାସିକ ନିଷ୍ପତ୍ତି ନେବ ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । 

କେନ୍ଦ୍ରରେ ସରକାର ହେଲେ, କଂଗ୍ରେସ ଗରିବ ପରିବାରକୁ ଚିହ୍ନଟ କରିବା ସହ ସେହି ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଇବ । ଏହାଦ୍ୱାରା ମହିଳାଙ୍କ ଆକାଉଣ୍ଟକୁ ମାସିକ ୮୫୦୦ ଟଙ୍କା ଆସିବ ।

ସେହିଭଳି ଯୁବବର୍ଗଙ୍କୁ ଚାକିରି ପାଇଁ ଆଉ ଏଣେତେଣେ ହାତ ପତାଇବାକୁ ପଡିବନି । କାରଣ କଂଗ୍ରେସ ସରକାରକୁ ଆସିଲେ 'ପେହେଲି ନୌକରି ପକ୍କି' ଯୋଜନା ଆଣିବ ବୋଲି ଘୋଷଣା କରିଛନ୍ତି ରାହୁଲ । ଯେଉଁଥିରେ ବେରୋଜଗାର ଶିକ୍ଷିତ ଯୁବକଙ୍କୁ ମିଳିବ ଚାକିରି ଗ୍ୟାରେଣ୍ଟି । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ । ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ବୋଲି କହିଛନ୍ତି ରାହୁଲ ।

ରାହୁଲ କହିଛନ୍ତି, ମୋଦୀ ସରକାର ୨୨ ଜଣଙ୍କୁ କୋଟିପତି କରିଛନ୍ତି, କଂଗ୍ରେସ ସରକାର ଆସିଲେ, କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ । ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ । ଆଉ ତାହା ବି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...