AFFILIATE MARKETING

https://binomo.com?a=90810425bb57&t=0

Friday, April 12, 2024

COASTAL NEWS ODIA 1706 କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି

COASTAL NEWS ODIA 1707

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି 



ଭୁବନେଶ୍ବର - (CNO) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ସୀମା ଟପୁଛନ୍ତି ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆଇନ ଉଲ୍ଲଙ୍ଘନ କରିବା ସହ ହିଂସାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ଆଣିଲା ବିଜେଡି । ସବୁ ସୀମା ଅତିକ୍ରମ କରି ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ ।

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି, "ଓଡିଶା ବିଜେପିର ନେତାମାନେ ସବୁବେଳେ ଆଇନର ଉଲ୍ଲଙ୍ଘନ କରୁଛନ୍ତି । ଏହା ସହିତ ଆଚରଣ ବିଧି ଅବମାନନା କରୁଛନ୍ତି । ହିଂସାତ୍ମକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କିନ୍ତୁ ଗତକାଲି ଏକ ଘଟଣା ଘଟିଛି, ଯାହା ବଳିଯାଇଛି ସବୁ ସୀମା । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରେ ଛଣଗିରି ଭାରତୀୟ ଜନତା ପାର୍ଟିର ନେତା ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଯେଉଁ ଆଚରଣ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶ୍ନ ଉଠୁଛି, ହିଂସାତ୍ମକ ଆଚରଣ କରିବାକୁ କଣ ଲାଇସେନ୍ସ ପାଇଛନ୍ତି କି ପ୍ରଶାନ୍ତ ଜଗଦେବ ? ଶୋଭାଯାତ୍ରା ଚାଲିଥିବା ସମୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ।"

ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଉଛନ୍ତି ପ୍ରକାଶ ହାତୀ । ପ୍ରକାଶଙ୍କ ଉପରେ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ଜଗଦେବ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଜେଡିର ଏକ ଟିମ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତୀୟ ଜନତା ପାର୍ଟିର ଏକ ଶୋଭାଯାତ୍ରା ଚାଲିଥିବାବେଳେ ସେଠାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରକାଶ ପ୍ରଶ୍ନ ପଚାରିଥିଲେ । ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ ପ୍ରଶାନ୍ତ । ଉଗ୍ର ରୂପ ଦେଖାଇବା ଆରମ୍ଭ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସବୁ ଘଟଣା ଘଟିଥିଲା । ଯଦି ଜଣେ ସାମ୍ବାଦିକ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ପ୍ରଶ୍ନ ପଚାରିବେ, ତାହେଲେ କଣ ବିଜେପି ନେତାମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସ୍ବୟଂ ପ୍ରକାଶ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...