AFFILIATE MARKETING

https://binomo.com?a=90810425bb57&t=0

Friday, April 12, 2024

COASTAL NEWS ODIA 1706 କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି

COASTAL NEWS ODIA 1707

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି 



ଭୁବନେଶ୍ବର - (CNO) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ସୀମା ଟପୁଛନ୍ତି ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆଇନ ଉଲ୍ଲଙ୍ଘନ କରିବା ସହ ହିଂସାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ଆଣିଲା ବିଜେଡି । ସବୁ ସୀମା ଅତିକ୍ରମ କରି ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ ।

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି, "ଓଡିଶା ବିଜେପିର ନେତାମାନେ ସବୁବେଳେ ଆଇନର ଉଲ୍ଲଙ୍ଘନ କରୁଛନ୍ତି । ଏହା ସହିତ ଆଚରଣ ବିଧି ଅବମାନନା କରୁଛନ୍ତି । ହିଂସାତ୍ମକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କିନ୍ତୁ ଗତକାଲି ଏକ ଘଟଣା ଘଟିଛି, ଯାହା ବଳିଯାଇଛି ସବୁ ସୀମା । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରେ ଛଣଗିରି ଭାରତୀୟ ଜନତା ପାର୍ଟିର ନେତା ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଯେଉଁ ଆଚରଣ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶ୍ନ ଉଠୁଛି, ହିଂସାତ୍ମକ ଆଚରଣ କରିବାକୁ କଣ ଲାଇସେନ୍ସ ପାଇଛନ୍ତି କି ପ୍ରଶାନ୍ତ ଜଗଦେବ ? ଶୋଭାଯାତ୍ରା ଚାଲିଥିବା ସମୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ।"

ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଉଛନ୍ତି ପ୍ରକାଶ ହାତୀ । ପ୍ରକାଶଙ୍କ ଉପରେ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ଜଗଦେବ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଜେଡିର ଏକ ଟିମ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତୀୟ ଜନତା ପାର୍ଟିର ଏକ ଶୋଭାଯାତ୍ରା ଚାଲିଥିବାବେଳେ ସେଠାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରକାଶ ପ୍ରଶ୍ନ ପଚାରିଥିଲେ । ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ ପ୍ରଶାନ୍ତ । ଉଗ୍ର ରୂପ ଦେଖାଇବା ଆରମ୍ଭ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସବୁ ଘଟଣା ଘଟିଥିଲା । ଯଦି ଜଣେ ସାମ୍ବାଦିକ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ପ୍ରଶ୍ନ ପଚାରିବେ, ତାହେଲେ କଣ ବିଜେପି ନେତାମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସ୍ବୟଂ ପ୍ରକାଶ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...