AFFILIATE MARKETING

https://binomo.com?a=90810425bb57&t=0

Saturday, April 27, 2024

COASTAL NEWS ODIA 1834 ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

COASTAL NEWS ODIA 1834

ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
 

ମୟୁରଭଞ୍ଜ - (CNO)  ହାତ ଧରାଧରି ହୋଇ ଚାଲିଗଲେ ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଦୁହିଁଙ୍କ ପ୍ରେମକୁ ପରିବାର ସ୍ବୀକୃତି ନ ମିଳିବାରୁ ସେମାନେ ଜୀବନ ହାରି ଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଖା ଗ୍ରାମ ପଞ୍ଚାୟତର ଶିଖରଘାଟି ଗ୍ରାମର ଏକ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ପ୍ରେମୀ ଯୁଗଳ ହେଲେ ଶିଖରଘାଟି ଗ୍ରାମର ସାଲଖାନ ମାରାଣ୍ଡି ଓ ମୁନୀ ମୁଖି ବୋଲି ଜଣାପଡ଼ିଛି । ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । 

ପରେ ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଚିହ୍ନଟ କରିଥିଲା l ତେବେ ସାଲଖାନ ଗତକାଲି ରାତିରୁ ଘରୁ ବାହାରକୁ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲେ । ସେହିପରି ମୁନୀ ମଧ୍ୟ କାହାକୁ କିଛି ନ ଜଣାଇ ଘରୁ ବାହାରି ଥିଲେ । ହେଲେ ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । 

ଘଟଣାସ୍ଥଳରୁ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ଏନେଇ ବାରିପଦା ସଦର ଥାନାରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।  

ଦୁହିଁଙ୍କ ପ୍ରେମକୁ ପରିବାରର ସ୍ବୀକୃତି ନ ମିଳିବାରୁ ଦୁହେଁ ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ପୋଲିସ । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...