AFFILIATE MARKETING

https://binomo.com?a=90810425bb57&t=0

Saturday, April 13, 2024

COASTAL NEWS ODIA 1809 ରାଜନୈତିକ ରାଲିରେ ଯୋଗ ଦେଇ ଶିକ୍ଷୟତ୍ରୀ ସସ୍‌ପେଣ୍ଡ

COASTAL NEWS ODIA 1809

ରାଜନୈତିକ ରାଲିରେ ଯୋଗ ଦେଇ ଶିକ୍ଷୟତ୍ରୀ ସସ୍‌ପେଣ୍ଡ 


ଭୁବନେଶ୍ୱର (CNO) ରାଜ୍ୟରେ ବର୍ତ୍ତମାନ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଗ୍ରାଉଣ୍ଡ ସ୍ତରରେ ଏବେ ନେତା ଡେରା ପକାଇ ବସିଛନ୍ତି । ଏବେ ଗାଁ ଠୁ ସହର ସବୁଠି ଚାଲିଛି ଜୋରଦାର ରାଲି ସାଙ୍ଗକୁ ପ୍ରଚାର । ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ନିର୍ବଚନର ନିୟମକୁ କଡ଼ାକଡ଼ି କରିଛନ୍ତି । ନିୟମ ନ ମାନିଲେ ନିର୍ବାଚନ ଆୟୋଗ ନେଉଛନ୍ତି କଡା କାର୍ଯ୍ୟାନୁଷ୍ଠାନ । 

ଏବେ ନିର୍ବାଚନ ନିୟମ ଭାଙ୍ଗି ସସପେଣ୍ଡ ହୋଇଛନ୍ତି ଜଣେ ଶିକ୍ଷୟତ୍ରୀ । ନର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ରାଜନୈତିକ ଦଳର ରାଲିରେ ଯୋଗଦେଇ ଶିକ୍ଷୟିତ୍ରୀ ସସପେଣ୍ଡ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଛନ୍ତି । 
ଗତ ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା । 
ବିଭାଗୀୟ ତଦନ୍ତ ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସରକାରୀ କର୍ମଚାରୀ ଓ ଅଧିକାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଯୋଗଦେଇ ପାରିବେ ନାହିଁ । ଏହାର ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଯାହାଫଳରେ ଶୀକ୍ଷୟତ୍ରୀଙ୍କୁ ସସପେଣ୍ଡ କରାଯାଇଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...