AFFILIATE MARKETING

https://binomo.com?a=90810425bb57&t=0

Thursday, April 11, 2024

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ

COASTAL NEWS ODIA 1803

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ 



ଉତ୍ତରପ୍ରଦେଶ - (CNO) ଅଯୋଧ୍ୟା ରାମ ମନ୍ଦିରରେ ବର୍ତ୍ତମାନ ଭକ୍ତମାନେ ଅନନ୍ୟ ସୁନା ରାମାୟଣ ଦେଖିପାରିବାର ମୌକା ପାଇବେ । ରାମ ମନ୍ଦିର ଗର୍ଭ ଗୃହରେ ଏହି ସୁବର୍ଣ୍ଣ ରାମାୟଣ ସ୍ଥାପନ କରାଯାଇଛି । ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମିନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲଲାଙ୍କ ପାଇଁ ୪ କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମାୟଣ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । 

ନବରାତ୍ରୀର ପ୍ରଥମ ଦିନ ମଙ୍ଗଳବାର ଦିନ ଏହି ରାମାୟଣ ସ୍ଥାପନ ସମୟରେ ଲକ୍ଷ୍ମୀ ନାରାୟଣ ତାଙ୍କ ପତ୍ନୀଙ୍କ ସହ ମନ୍ଦିରରେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସୁନା ରାମାଣୟ ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ ହୋଇଛି । ଏଥିରେ ରାମଚରିତ ମାନସର ସମସ୍ତ ଶ୍ଲୋକ ମଧ୍ୟ ବର୍ଣ୍ଣନା କରାଯାଇଛି । ୧୦,୯୦୨ ଛନ୍ଦର ଏହି ମହାକାବ୍ୟର ପ୍ରତ୍ୟକ ପୃଷ୍ଠା ଉପରେ ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି । 

ଏହି ପୁସ୍ତକରେ ମୋଟ୍ ୪୮୦ ରୁ ୫୦୦ ପୃଷ୍ଠା ରହିଛି । ତେବେ ଏହି ରାମାୟଣା ପୁସ୍ତକ ୨୪ କ୍ୟାରେଟ୍ ସୁନା ନିର୍ମିତ ଏବଂ ପ୍ରାୟ ୪ କିଲୋଗ୍ରାମ ସୁନା ଏବଂ ତମ୍ବାର ଏହା ନିର୍ମାଣ କରାଯାଇଛି । ୫ କୋଟି ମୂଲ୍ୟରେ ଏହି ରାମାୟଣ ନିର୍ମାଣ କରାଯାଇଛି । ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତିନି କିଲୋଗ୍ରାମ ତମ୍ବା ଲାଗିଛି । ଧାତୁରେ ନିର୍ମିତ ଏହି ରାମାୟଣର ଓଜନ ୧.୫ କ୍ୱିଣ୍ଟାଲରୁ ଅଧିକ । 

ସୂର୍ଣ୍ଣରେ ନିର୍ମିତ ଏହି ରାମାୟଣ ଚେନ୍ନାଇର ପ୍ରସିଦ୍ଧ ବୁମମିଡି ବଙ୍ଗାରୁ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରାମଲଲାଙ୍କ ଆସନଠାରୁ ଏହା ପ୍ରାୟ ୧୫ ଫୁଟ୍ ଦୂରରେ ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯାଇଛି । ଖାସ କଥା ହେଲା ଯେ, ରାମମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ପ୍ରାୟ ପ୍ରତ୍ୟେକ ଦିନ ଭକ୍ତ ମାନେ କିଛି ନା କିଛି ଦାନ କରୁଛନ୍ତି । ଗତକାଲି ନବରାତ୍ରୀର ପ୍ରଥମ ଦିନରେ ଏହି ସୂର୍ଣ୍ଣ ରାମାୟଣାର ପ୍ରତିଷ୍ଠା କରାଯାଇଥିଲା । ଏହି ସମୟରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ ପୂଜକ ପ୍ରେମଚାନ୍ଦ ତ୍ରିପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...