AFFILIATE MARKETING

https://binomo.com?a=90810425bb57&t=0

Thursday, April 11, 2024

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ

COASTAL NEWS ODIA 1803

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ 



ଉତ୍ତରପ୍ରଦେଶ - (CNO) ଅଯୋଧ୍ୟା ରାମ ମନ୍ଦିରରେ ବର୍ତ୍ତମାନ ଭକ୍ତମାନେ ଅନନ୍ୟ ସୁନା ରାମାୟଣ ଦେଖିପାରିବାର ମୌକା ପାଇବେ । ରାମ ମନ୍ଦିର ଗର୍ଭ ଗୃହରେ ଏହି ସୁବର୍ଣ୍ଣ ରାମାୟଣ ସ୍ଥାପନ କରାଯାଇଛି । ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମିନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲଲାଙ୍କ ପାଇଁ ୪ କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମାୟଣ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । 

ନବରାତ୍ରୀର ପ୍ରଥମ ଦିନ ମଙ୍ଗଳବାର ଦିନ ଏହି ରାମାୟଣ ସ୍ଥାପନ ସମୟରେ ଲକ୍ଷ୍ମୀ ନାରାୟଣ ତାଙ୍କ ପତ୍ନୀଙ୍କ ସହ ମନ୍ଦିରରେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସୁନା ରାମାଣୟ ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ ହୋଇଛି । ଏଥିରେ ରାମଚରିତ ମାନସର ସମସ୍ତ ଶ୍ଲୋକ ମଧ୍ୟ ବର୍ଣ୍ଣନା କରାଯାଇଛି । ୧୦,୯୦୨ ଛନ୍ଦର ଏହି ମହାକାବ୍ୟର ପ୍ରତ୍ୟକ ପୃଷ୍ଠା ଉପରେ ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି । 

ଏହି ପୁସ୍ତକରେ ମୋଟ୍ ୪୮୦ ରୁ ୫୦୦ ପୃଷ୍ଠା ରହିଛି । ତେବେ ଏହି ରାମାୟଣା ପୁସ୍ତକ ୨୪ କ୍ୟାରେଟ୍ ସୁନା ନିର୍ମିତ ଏବଂ ପ୍ରାୟ ୪ କିଲୋଗ୍ରାମ ସୁନା ଏବଂ ତମ୍ବାର ଏହା ନିର୍ମାଣ କରାଯାଇଛି । ୫ କୋଟି ମୂଲ୍ୟରେ ଏହି ରାମାୟଣ ନିର୍ମାଣ କରାଯାଇଛି । ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତିନି କିଲୋଗ୍ରାମ ତମ୍ବା ଲାଗିଛି । ଧାତୁରେ ନିର୍ମିତ ଏହି ରାମାୟଣର ଓଜନ ୧.୫ କ୍ୱିଣ୍ଟାଲରୁ ଅଧିକ । 

ସୂର୍ଣ୍ଣରେ ନିର୍ମିତ ଏହି ରାମାୟଣ ଚେନ୍ନାଇର ପ୍ରସିଦ୍ଧ ବୁମମିଡି ବଙ୍ଗାରୁ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରାମଲଲାଙ୍କ ଆସନଠାରୁ ଏହା ପ୍ରାୟ ୧୫ ଫୁଟ୍ ଦୂରରେ ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯାଇଛି । ଖାସ କଥା ହେଲା ଯେ, ରାମମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ପ୍ରାୟ ପ୍ରତ୍ୟେକ ଦିନ ଭକ୍ତ ମାନେ କିଛି ନା କିଛି ଦାନ କରୁଛନ୍ତି । ଗତକାଲି ନବରାତ୍ରୀର ପ୍ରଥମ ଦିନରେ ଏହି ସୂର୍ଣ୍ଣ ରାମାୟଣାର ପ୍ରତିଷ୍ଠା କରାଯାଇଥିଲା । ଏହି ସମୟରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ ପୂଜକ ପ୍ରେମଚାନ୍ଦ ତ୍ରିପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...