AFFILIATE MARKETING

https://binomo.com?a=90810425bb57&t=0

Monday, April 22, 2024

COASTAL NEWS ODIA 1827 ଓଡିଶା ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ?

COASTAL NEWS ODIA 1827

ଓଡିଶା ବିଧାନସଭା ନିର୍ବାଚନ: କେବେ ସରିବ ଟିକେଟ ଘୋଷଣା ? କୋଉଠୁ କୋଉ ଦଳ ଘୋଷଣା କରିନି ପ୍ରାର୍ଥୀ ? 


ଭୁବନେଶ୍ବର - (CNO) ରାଜ୍ୟରେ ଜଳବାୟୁ ରେ ଭିଷଣ ତାତି ପରିଲକ୍ଷିତ ହେଉଥିବାବେଳେ ରାଜ୍ୟରେ ରାଜନୀତି ତାତି ଭାରି ଜୋର ଧରିଛି । ନିର୍ବାଚନ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । 

ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ତଥାପି କେତେକ ଆସନରେ ବାକି ରହିଛି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା । କେବେ ସରିବ ଟିକେଟ ଘୋଷଣା ? ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । 

ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଲୋକସଭା ନିର୍ବାଚନ ୨୦୨ ୪: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ, ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ୧୪୭ ଆସନରୁ ବିଜେଡି ଆହୁରି ୧୨ ଆସନରେ ପ୍ରାର୍ଥୀ ଘୋଷଣା କରିନି । 

ବିଜେପି ୧୬ ଏବଂ କଂଗ୍ରେସ ୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ । ବିଜେଡି ଏହି ୧୨ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ଓଡ଼ିଶା ବିଧାନସଭା ନିର୍ବାଚନ: ରଘୁନାଥପାଲି ହିନ୍ଦୋଳ ଖଣ୍ଡପଡା ବେଗୁନିଆ ଖୋର୍ଦ୍ଧା ବାଙ୍ଗିରିପୋଷି ଭୋଗରାଇ ନୀଳଗିରି ବରି କୋରେଇ ବାଲିକୁଦା-ଏରସମା କାକଟପୁର ବିଜେପି ଏହି ୧୬ ଆସନରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଜୟପୁର ତେଲକୋଇ ଘଷିପୁରା ଚଂପୁଆ ହିନ୍ଦୋଳ ବାରବାଟୀ-କଟକ ବେଗୁନିଆ ଖୋର୍ଦ୍ଧା ଭୋଗରାଇ ବସ୍ତା ନୀଳଗିରି ଭଣ୍ଡାରୀପୋଖରୀ ବାସୁଦେବପୁର ବରି ସାଲେପୁର କେନ୍ଦ୍ରାପଡା 

କଂଗ୍ରେସ ଘୋଷଣା କରିନଥିବା ଆସନଗୁଡିକ ଛତ୍ରପୁର ପାଲଲହଡା ବାରବାଟୀ-କଟକ ଜଳେଶ୍ୱର ବାଲେଶ୍ୱର ସଦର ନୀଳଗିରି ବଡଚଣା ଜଗତସିଂହପୁର କାକଟପୁର ତିନି ପ୍ରମୁଖ ଦଳ ବାକିଥିବା ଆସନରେ କେବେ ପ୍ରାର୍ଥୀ ଘୋଷଣା କରୁଛନ୍ତି ତା'ଉପରେ ସମସ୍ତଙ୍କ ନଜର । 

ବିଜେପି ଓ ବିଜେଡି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ଆହୁରି ୨ଟି ସିଟ୍ ବାକି ରହିଛି । କଟକ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।  ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । 
ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଟିକେଟ୍ ନମିଳିବାରୁ ଅଭିନବ ପ୍ରତିବାଦ ।  ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିବାବେଳେ ଏହାକୁ ପରିବର୍ତନ କରିବାକୁ ଦାବି କରିଛନ୍ତି ସମର୍ଥକ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...