AFFILIATE MARKETING

https://binomo.com?a=90810425bb57&t=0

Wednesday, April 17, 2024

COASTAL NEWS ODIA 1818 ବଜ୍ରପାତରେ ଯୁବ ଉଦ୍ୟୋଗୀ ଙ୍କ ମୃତ୍ୟୁ

COASTAL NEWS ODIA 1818
ବଜ୍ରପାତରେ ଯୁବ ଉଦ୍ୟୋଗୀ ଙ୍କ ମୃତ୍ୟୁ 


ଆଳି - (CNO) କେନ୍ଦ୍ରାପଡା : ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ସରବହାର ବିଚ୍ଛିନ୍ନ ରହିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଛି । 

ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣଙ୍କ ମୃତ୍ୟୁ ହେବା ସହ କୁଣ୍ଡିଲୋରେ ବଜ୍ରାଘାତରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଆଳି ଶାଳିଅଞ୍ଚ ଭେଡାରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ହଠାତ୍ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରାଘାତ ଆଳି ଅଞ୍ଚଳ ରେ ଅନୁଭୂତ ହୋଇଥିଲା l କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଶାଳିଅଞ୍ଚ ଗ୍ରାମର ବିଷ୍ଣୁ ଚରଣ ବେହେରା ଙ୍କ ପୁତ୍ର ଅନୀଲ କୁମାର ବେହେରା,  ଙ୍କ ଆଜି ତା ୧୬/୦୪/୨୦୨୪ରିଖ ସମୟ ପ୍ରାୟ ଘ ୪.୩୦ମି: ସମୟରେ ବଜ୍ରାଘାତ ରେ ଅକାଳ ବିୟୋଗ ଘଟିଛି। 


ସେ ତାଙ୍କର ଚିଙ୍ଗୁଡି ଘେରି କୁ ଯାଇଥିବା ବେଳେ ହଠାତ୍ତା ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ସ୍ତ୍ରୀ ଏବଂ ଦୁଇଟି ଶିଶୁ କନ୍ୟା ଅଛନ୍ତି। ତାଙ୍କର ଅକାଳ ମୃତ୍ୟୁ ରେ ଶାଳିଅଞ୍ଚ ଗ୍ରାମ ନିସ୍ତବ୍ଦ ଓ ଆଳି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।  

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...