AFFILIATE MARKETING

https://binomo.com?a=90810425bb57&t=0

Wednesday, April 17, 2024

COASTAL NEWS ODIA ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମାଙ୍କ ଉପରେ ଆସ୍ଥା

COASTAL NEWS ODIA 1820

 ପ୍ରାର୍ଥୀ ବଦଳାଇଲା ବିଜେପି, ସୁରମାଙ୍କ ଉପରେ ଆସ୍ଥା 


ଭୁବନେଶ୍ବର - (CNO) ଆଜି ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ ବିଜେପି ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି । ଏଥିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ଦଳ ରାଉରକେଲାରୁ ପ୍ରାର୍ଥୀ କରିଛି । ତେବେ ଘୋଷଣା କରିଥିବା ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । 

ରଣପୁର ଓ ପଟାଙ୍ଗୀ ଆସନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ବିଜେପି ପକ୍ଷରୁ ୧୧୨ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କୁ ମୈଦାନକୁ ଓହ୍ଲାଇଥିଲା । ରଣପୁରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଶାୟୀ ଥିଲେ ମଧ୍ୟ ତାଙ୍କ ଟିକେଟ କାଟିଥିଲା ଦଳ । ଯାହାକୁ ନେଇ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । 

ସୁରମାଙ୍କ ଭଳି ଅନୁଭବୀ ନେତାଙ୍କ ବଦଳରେ ଅନ୍ୟ କିଏ ପ୍ରାର୍ଥୀ ହେଲେ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିବନି କର୍ମୀ ମାନେ ସ୍ପଷ୍ଟ କରିଥିଲେ । ଯାହାଫଳରେ ପୁଣିଥରେ ରଣପୁର ଆସନକୁ ନେଇ ତର୍ଜମା କରିଥିଲା ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁରମାଙ୍କ ଉପରେ ଭରସା କରିଛି । କେବଳ ରଣପୁର ନୁହେଁ ପଟାଙ୍ଗୀ ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । 
ପୂର୍ବରୁ ପଟାଙ୍ଗୀ ଆସନ ପାଇଁ ଚୈତନ୍ୟ ହନ୍ତଳଙ୍କୁ ପ୍ରାର୍ଥୀ କରିଥିଲା ଦଳ । ତେବେ ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ଚୈତନ୍ୟଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ଏବେ ସୁଦ୍ଧା ଦଳ ୧୩୧ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...