AFFILIATE MARKETING

https://binomo.com?a=90810425bb57&t=0

Saturday, April 13, 2024

COASTAL NEWS ODIA ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା; ୩୫ ଆସନରେ ନାଁ ଘୋଷଣା ବାକି

COASTAL NEWS ODIA

ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା-
୩୫ ଆସନରେ ନାଁ ଘୋଷଣା ବାକି 



ଭୁବନେଶ୍ବର - (CNO) ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଜି ଆସିପାରେ । ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କିଛି ଆସନରେ ଦଳ ପ୍ରାର୍ଥୀ ଘୋଷଣା ହୋଇନାହିଁ । ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ୩୫ ଆସନରେ ନାଁ ଘୋଷଣା ବାକି ଥିବା ବେଳେ ଆଜି ପ୍ରାର୍ଥୀ ତାଲିକା ଆସିବ ବୋଲି ଚର୍ଚ୍ଚା ହେଉଛି । 

ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପଦ୍ମପୁର- ଗୋବର୍ଦ୍ଧନ ଭୁଏ ବିଜେପୁର- ସନତ ଗଡ଼ତିଆ ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ ଅତାବିରା- ନିହାର ମହାନନ୍ଦ ଭଟଲୀ- ଈରାଶିଷ ଆଚାର୍ଯ୍ୟ ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ ତଳସରା- ଭବାନୀଶଙ୍କର ଭୋଇ ସୁନ୍ଦରଗଡ଼- କୁସୁମ ଟେଟେ ବୀରମିତ୍ରପୁର- ଶଙ୍କର ଓରାମ ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ ରାଜଗାଙ୍ଗପୁର- ନରସିଂହ ମିଞ୍ଜ ବଣାଇ- ସେବତୀ ନାଏକ କୁଚିଣ୍ଡା- ରବି ନାରାୟଣ ନାଏକ ରେଙ୍ଗାଲି- ନାଉରୀ ନାଏକ 

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର ଦେବଗଡ଼- ସୁବାସ ପାଣିଗ୍ରାହୀ ଆନନ୍ଦପୁର- ଆଲୋକ ସେଠୀ କେନ୍ଦୁଝର- ମୋହନ ମାଝୀ ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ ଉଦଳା- ଭାସ୍କର ମଢ଼େଇ ବଡ଼ସାହି- ସନାତନ ବିଜୁଳି ବାରିପଦା- ପ୍ରକାଶ ସୋରେନ ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର ଜଳେଶ୍ବର- ବ୍ରଜ ପ୍ରଧାନ ବାଲେଶ୍ବର- ମାନସ ଦତ୍ତ ରେମୁଣା- ଗୋବିନ୍ଦ ଦାସ ସୋର- ରାଜେନ୍ଦ୍ର ଦାସ ସିମୁଳିଆ- ପଦ୍ମଲୋଚନ ପଣ୍ଡା ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର ଧାମନଗର- ସୂର୍ଯ୍ୟବଂଶୀ ସୂରଜ ବିଂଝାରପୁର- ବବିତା ମଲ୍ଲିକ ବଡ଼ଚଣା- ଅମର ନାୟକ ଧର୍ମଶାଳା- ସ୍ମୃତିରେଖା ପହି 

ଯାଜପୁର- ଗୌତମ ରାୟ ସୁକିନ୍ଦା- ପ୍ରଦୀପ ବଳସାମନ୍ତ ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର କାମାକ୍ଷାନଗର- ଶତୃଘ୍ନ ଜେନା ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ ପାଲଲହଡ଼ା- ଅଶୋକ ମହାନ୍ତି ତାଳଚେର- କାଳିନ୍ଦୀ ସାମଲ ଛେଣ୍ଡିପଦା- ଅଗସ୍ତୀ ବେହେରା ଆଠମଲ୍ଲିକ- ସଂଜୀବ ସାହୁ ବୀରମହାରାଜପୁର- ରଘୁନାଥ ଜଗଦଳା ସୋନପୁର- ପ୍ରମୋଦ ମହାପାତ୍ର ଲୋଇସିଂହା- ମୁକେଶ ମହାଲିଙ୍ଗ ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ ଟିଟିଲାଗଡ଼- ନବୀନ ଜୈନ କଣ୍ଟାବାଂଜି- ଲକ୍ଷ୍ମଣ ବାଗ ନୂଆପଡ଼ା- ଅଭିନନ୍ଦନ ପଣ୍ଡା ଖଡ଼ିଆଳ- ହିତେଶ ବଗର୍ତ୍ତୀ ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର- ଗୌରୀଶଙ୍କର ମାଝୀ ଲାଞ୍ଜିଗଡ଼- ରମେଶ ମାଝୀ ଜୁନାଗଡ଼- ମନୋଜ ମେହେର 

ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ ନର୍ଲା- ଅନୀରୁଦ୍ଧ ପ୍ରଧାନ ବାଲିଗୁଡ଼ା- କଳ୍ପନା କହଁର ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ ଫୁଲବାଣୀ- ଉମାଚରଣ ମଲ୍ଲିକ ଅନୁଗୋଳ- ପ୍ରତାପ ପ୍ରଧାନ କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ ବୌଦ୍ଧ- ସରୋଜ ପ୍ରଧାନ ବଡ଼ମ୍ବା- ସମ୍ବିତ ତ୍ରିପାଠୀ ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଠଗଡ଼- ଅଭୟ ବାରିକ ଚୌଦ୍ୱାର- ନୟନ କିଶୋର ମହାନ୍ତି ନିଆଳି- ଛବି ମଲ୍ଲିକ କଟକ ସଦର- ପ୍ରକାଶ ସେଠୀ ମାହାଙ୍ଗା- ସୁମନ୍ତ ଘଡ଼େଇ ପାଟକୁରା- ତେଜେଶ୍ବର ପରିଡ଼ା 

ଆଳି- କୃଷ୍ଣଚନ୍ଦ୍ର ପଣ୍ଡା ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ ପାରାଦୀପ- ସଂପଦ ସ୍ୱାଇଁ ତିର୍ତ୍ତୋଲ- ରାଜକିଶୋର ବେହେରା ନିମାପଡ଼ା- ପ୍ରଭାତି ପରିଡ଼ା ପୁରୀ- ଜୟନ୍ତ ଷଡ଼ଙ୍ଗୀ ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର ପିପିଲି- ଆଶ୍ରିତ ପଟ୍ଟନାୟକ ଜୟଦେବ- ଅରବିନ୍ଦ ଢାଲି ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର ଏକାମ୍ର- ବାବୁ ସିଂହ ଜଟଣୀ- ବିଶ୍ୱରଂଜନ ବଡ଼ଜେନା ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ ରଣପୁର- ତାପସ ମାର୍ଥା ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ ଦଶପଲ୍ଲା- ରାଘବ ମଲ୍ଲିକ ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଭଂଜନଗର- ପ୍ରଦ୍ୟୁମ୍ନ ନାଏକ ପୋଲସରା- ଗୋକୁଳାନନ୍ଦ ମଲ୍ଲିକ କବିସୂର୍ଯ୍ୟନଗର- ପ୍ରତାପ ନାୟକ ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ 

ଆସିକା- ସରୋଜ ପାଢ଼ୀ ସୋରଡ଼ା- ନୀଳମଣି ବିଷୋୟୀ ହିଂଜିଳି- ଶିଶିର ମିଶ୍ର ଗୋପାଳପୁର- ବିଭୂତି ଜେନା ବ୍ରହ୍ମପୁର- କେ. ଅନୀଲ କୁମାର ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ ପାରଳାଖେମୁଣ୍ଡି- କେ. ନାରାୟଣ ରାଓ ଗୁଣପୁର- ତ୍ରିନାଥ ଗମାଙ୍ଗ କୋରାପୁଟ- ରଘୁରାମ ମାଛ ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ ମାଲକାନଗିରି- ନରସିଂହ ମାଡ଼କାମୀ  

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...