AFFILIATE MARKETING

https://binomo.com?a=90810425bb57&t=0

Wednesday, May 29, 2024

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: କ୍ଷମତାକୁ ଆସିଲେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ?

COASTAL NEWS ODIA 1858

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: କ୍ଷମତାକୁ ଆସିଲେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ? 
 
ଭୁବନେଶ୍ବର - (CNO) କ୍ଷମତାକୁ ଆସିଲେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ? ବିଜେପି ଫୋକସରେ ଓଡ଼ିଶା ଥିବା ବେଳେ ବାରମ୍ବାର କେନ୍ଦ୍ରୀୟ ନେତାଙ୍କ ଆଗମନ ନୂଆ ସମ୍ଭାବନା ସୃଷ୍ଟି କରୁଛିରହୁଛି । ତେବେ ଯଦି ବିଜେପି ଯେଣେତେଣେ ଉପରେ ସରକାର କରେ ତେବେ କିଏ ହୋଇପାରନ୍ତି ମୂଖ୍ୟମନ୍ତ୍ରୀ   ।
 

ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଆସିଲେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତାଙ୍କର ମଧ୍ୟ ଭଲ ଦକ୍ଷତା ରହିଛି । ସେ ମୋଦିଙ୍କ କ୍ୟାବିନେଟରେ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ସାରା ଦେଶରେ ଉଜ୍ଜଳା ମ୍ୟାନ୍ ଭାବରେ ସେ ଜଣାଶୁଣା । ସେ ଚଳିତ ଥର୍ ସମ୍ବଲପୁରରୁ ସାଂସଦ ଭାବରେ ପ୍ରତିଦ୍ବନ୍ଦିତା କରିଛନ୍ତି । 


ସମ୍ବିତ ପାତ୍ର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବି ଏହି ରେସରେ ଅଛନ୍ତି । ବିଭିନ୍ନ ରାଷ୍ଟ୍ରୀୟ ଗଣମାଧ୍ୟମରେ ତାଙ୍କୁ ଦେଖାଯାଏ । ସେ ମଧ୍ୟ ଦକ୍ଷତାର ସହ ନିଜକୁ ପ୍ରତପାଦିତ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ବି ତାଙ୍କର ଭଲ ଚାହିଦା ରହିଛି । ସେ ଚଳିତ ଥର୍ ପୁରୀରୁ ସାଂସଦ ଭାବରେ ପ୍ରତିଦ୍ବନ୍ଦିତା କରିଛନ୍ତି । 


ଅପରାଜିତା ଷଡ଼ଙ୍ଗୀ : ମ୍ୟାଡାମ ଅପରାଜିତା ଭାବରେ ସେ ଜଣାଶୁଣା । ସେ ବିଜେପିର ମୁଖ୍ୟମନ୍ତ୍ରୀ ପାଇଁ ବି ଉପଯୁକ୍ତ । ସାରା ଓଡ଼ିଶାର ଲୋକେ ତାଙ୍କୁ ବେଶ୍ ଭଲ ପାଆନ୍ତି । ଭୁବନେଶ୍ୱର ସାଂସଦ ଭାବରେ ଜିତିବା ପରେ ସେ ବେଶ୍ ଆଦୃତ ଲାଭ କରିଛନ୍ତି । ପ୍ରଶାସନିକ ଦକ୍ଷତା ତାଙ୍କର ରହିଛି । 


ବୈଜୟନ୍ତ ପଣ୍ଡା: ବୈଜୟନ୍ତ ପଣ୍ଡା ବିଜେପିର ରାଷ୍ଟ୍ରୀୟ ଉପସଭାପତି । ତାଙ୍କୁ ଲୋକେ ବେଶ୍ ଆଦୃତ କରିଛନ୍ତି । ସେ କେନ୍ଦ୍ରାପଡ଼ାର ସାଂସଦ ଥିବା ବେଳେ ଭଲ କାମ କରିଛନ୍ତି । ତାଙ୍କୁ ବିଜେପିର ସବୁ ବଡ ବଡ ଇଭେଣ୍ଟରେ ଦେଖିବାକୁ ମିଳେ । 


ପ୍ରତାପ ଷଡ଼ଙ୍ଗୀ : ଏହି ଲିଷ୍ଟରେ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ବି ଆସିପାରେ । ସେ ବିଜେପିର ଜଣେ ସୁସଂଗଠକ । ହିନ୍ଦୁତ୍ବକୁ ନେଇ ଆଗକୁ ବଢୁଥିବା ନନା ସମସ୍ତଙ୍କ ଭାରି ପ୍ରିୟ । ବିଜେପିର ଅନ୍ୟ ନେତା ମାନେ ମଧ୍ୟ ତାଙ୍କୁ ମାନନ୍ତି । ସଦାବେଳେ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ କଥା ଉଠାଇଛନ୍ତି । ସେ ବିଜେପି ଓ ଆରଏସଏ ସହ ଅନେକ ବର୍ଷରୁ ଜଡ଼ିତ । 


ଗିରିଶ ମୁର୍ମୁ: ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଗିରିଶ ମୁର୍ମୁ ।ଗୁଜରାଟ କ୍ୟାଡରର ୧୯୮୫ ବ୍ୟାଚ୍‌ ଓଡ଼ିଆ ଆଇଏଏସ୍‌ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । ତେବେ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ମୋଦୀଙ୍କ ପ୍ରମୁଖ ସଚିବ ଥିଲେ। ସେ ଯଦି ମୁଖ୍ୟମନ୍ତ୍ରୀ ହେବେ ଆଦିବାସୀ ଚେହେରା ହେବେ । 


ଶକ୍ତିକାନ୍ତ ଦାସ: ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଶକ୍ତିକାନ୍ତ ଦାସ । ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି । ୨୦୧୮ ଡିସେମ୍ବର ୧୧ତାରିଖରେ ସେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ ଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...