AFFILIATE MARKETING

https://binomo.com?a=90810425bb57&t=0

Sunday, May 5, 2024

COASTAL NEWS ODIA 1840 ଜାଣନ୍ତୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତି କେତେ

COASTAL NEWS ODIA 1840

ଜାଣନ୍ତୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତି କେତେ  


ଭୁବନେଶ୍ବର - (CNO) ଅପରାଜିତା ସମ୍ପତ୍ତି କେତେ । କେତେ ସମ୍ପତ୍ତିର ମଲ୍ଲିକା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିର୍ବାଚନ ପୂର୍ବରୁ ନିଜର ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ମୋଟ ୨ କୋଟି ୫ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ।

ଅପରାଜିତାଙ୍କ ପାଖରେ ଅଛି ନଗଦ ୨ ଲକ୍ଷ ଟଙ୍କା । ବାପୁଜୀ ନଗର କାନାରା ବ୍ୟାଙ୍କରେ ଅଛି ୨୨ ଲକ୍ଷ ଟଙ୍କା । ଲୁଇସ ରୋଡ୍ ଆଇଡିବିଆଇ ବ୍ୟାଙ୍କରେ ଅଛି ୪ ଲକ୍ଷ ଟଙ୍କା । ଆଇଆରସି ଭିଲେଜ ଏସବିଆଇରେ ଅଛି ୧୦ ଲକ୍ଷ ଟଙ୍କା । ନୂଆଦିଲ୍ଲୀ କୃଷିଭବନ ଏସବିଆଇରେ ରହିଛି ୨୨ ଲକ୍ଷ ଟଙ୍କା । 


ଅପରାଜିତାଙ୍କ ୧୦ ଲକ୍ଷ ମୂଲ୍ୟର ଏକ କାର୍ ରହିଛି । ୧୧୫୦ ଗ୍ରାମର ବିଭିନ୍ନ ଅଳଙ୍କାର ରହିଛି । ଏହି ଅଳଙ୍କାରର ବର୍ତ୍ତମାନ ମୂଲ୍ୟ ପ୍ରାୟ ୭୪ ଲକ୍ଷ ଟଙ୍କା ହେବ । ଅପରାଜିତାଙ୍କ ନାଁରେ ନାହିଁ କୌଣସି ବ୍ୟବସାୟିକ କୋଠା । ଏହାସହ ତାଙ୍କ ନାଁରେ କୌଣସି ଋଣ ମଧ୍ୟ ନାହିଁ । ୨୦୨୨-୨୩ରେ ଅପରାଜିତାଙ୍କ ଆୟ ହେଉଛି ୨୪ ଲକ୍ଷ ୨୨ ହଜାର ୩୩୦ ଟଙ୍କା । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...