AFFILIATE MARKETING

https://binomo.com?a=90810425bb57&t=0

Monday, May 6, 2024

COASTAL NEWS ODIA 1882 ଆଜିଠୁ ଓଜେଇଇ , ପରୀକ୍ଷା ଦେବେ ୬୫ ହଜାର ୭୪୨ ଜଣ ଛାତ୍ରଛାତ୍ରୀ

COASTAL NEWS ODIA 1882

ଆଜିଠୁ ଓଜେଇଇ , ପରୀକ୍ଷା ଦେବେ ୬୫ ହଜାର ୭୪୨ ଜଣ ଛାତ୍ରଛାତ୍ରୀ 
COASTAL NEWS ODIA 1882

ଆଜିଠୁ ଓଜେଇଇ , ପରୀକ୍ଷା ଦେବେ ୬୫ ହଜାର ୭୪୨ ଜଣ ଛାତ୍ରଛାତ୍ରୀ 



ଭୁବନେଶ୍ବର - (CNO) ଆଜିଠୁ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆରମ୍ଭ ହେବାକୁ ଯାଉଛି । 

ଆଜିଠାରୁ ମେ' ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି ସହରରେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି । ଭୁବନେଶ୍ବରରେ ସର୍ବାଧିକ ୧୧ଟି ପରୀକ୍ଷା କେନ୍ଦ୍ର ଖୋଲିଛି । ସେହିପରି କଟକରେ ୬, ବାଲେଶ୍ବର ଓ ବ୍ରହ୍ମପୁର ସହରରେ ୪ଟି ଲେଖାଏ, ବରଗଡ଼, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର, ପୁରୀରେ ଦୁଇଟି ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାର ଅନ୍ୟ ସମସ୍ତ ସହର ସମେତ ରାଜ୍ୟ ବାହାରେ କଲିକତା, ପାଟଣା ଓ ରାଞ୍ଚିରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି । 
 
ମେ' ୬ରେ କେବଳ ଲାଟେରାଲ ଏଣ୍ଟ୍ରି(ଏଲ୍‌ଇ) ଟେକ୍ନୋଲୋଜି(ଡିପ୍ଲୋମା) ପାଇଁ ପରୀକ୍ଷା ହେବାକୁ ଥିବା ବେଳେ ୭ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ-ଟେକ୍ନୋଲୋଜି(ଡିପ୍ଲୋମା), ଦ୍ବିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ତୃତୀୟ ସିଫ୍ଟରେ ଏଲ୍‌ଇ-ଟେକ୍ନୋଲୋଜି ବିଏସ୍‌ସି, ୮ ତାରିଖ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ବିଏ ଏବଂ ତୃତୀୟ ସିଫ୍ଟରେ ବି-କାଟ୍‌(ସିନେମାଟୋଗ୍ରାଫି/ସାଉଣ୍ଡ ରେକଡିଂ ଓ ଡିଜାଇନ୍‌), ୯ ତାରିଖରେ କେବଳ ବି.ଫାର୍ମା ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ହେବ। ୧୦ ତାରିଖର ପ୍ରଥମ ଦୁଇଟି ସିଫ୍ଟରେ ଏମ୍‌ସିଏ ଓ ତୃତୀୟ ସିଫ୍ଟରେ ବି.କାଟ୍‌(ଫିଲ୍ମ ଏଡିଟିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୮ଟା ୩୦ରୁ ୧୦ଟା ୩୦ ମଧ୍ୟରେ ପ୍ରଥମ ସିଫ୍ଟରେ ପରୀକ୍ଷା ହେବାକୁ ଥିବା ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ଦ୍ବିତୀୟ ଓ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ମୋଟ ୬୫ହଜାର ୭୪୨ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ନାମ ପଞ୍ଜିକରଣ କରିଛନ୍ତି । 

କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଲାଟେରାଲ ଏଣ୍ଟ୍ରି(ଏଲ୍‌ଟି) ଟେକ୍‌(ଡିପ୍ଲୋମା)ରେ ସର୍ବାଧିକ ୨୧ହଜାର ୭୧୦ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବି.ଫାର୍ମା ପାଠ୍ୟକ୍ରମରେ ୧୫ହଜାର ୬୬୩, ଏମ୍‌ବିଏରେ ୧୧ ହଜାର ୩୯୯, ଏମ୍‌ସିଏ/ଏମ୍‌.ଏସ୍‌ସି କମ୍ପ୍ୟୁଟର ସାଇନ୍ସରେ ୮,୮୯୧, ଏମ୍‌.ଟେକ୍‌ରେ ୨୧୪୫, ଇଣ୍ଟ୍ରିଗେଟେଡ୍‌ ଏମ୍‌ବିଏରେ ୧୮୮୦, ଏମ୍‌.ଫାର୍ମାରେ ୧୫୨୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...