AFFILIATE MARKETING

https://binomo.com?a=90810425bb57&t=0

Wednesday, September 3, 2025

ପ୍ରଥମ ଥର ପାଇଁ ସାଂସଦ ଶ୍ରୀମତୀ ଅପରାଜିତା ନିଜ LAD ରୁ ବ୍ଲକ ସ୍ତରୀୟ ଲାଇବ୍ରେରୀ ଏବଂ କୋଚିଂ ସେଣ୍ଟର ପ୍ରତିଷ୍ଠା କରିଛନ୍ତି।

ପ୍ରଥମ ଥର ପାଇଁ ସାଂସଦ ଶ୍ରୀମତୀ ଅପରାଜିତା ନିଜ LAD ରୁ ବ୍ଲକ ସ୍ତରୀୟ ଲାଇବ୍ରେରୀ ଏବଂ କୋଚିଂ ସେଣ୍ଟର ପ୍ରତିଷ୍ଠା କରିଛନ୍ତି।

ପ୍ରଥମ ଥର ପାଇଁ ସାଂସଦ ଶ୍ରୀମତୀ ଅପରାଜିତା ନିଜ LAD ରୁ ବ୍ଲକ ସ୍ତରୀୟ ଲାଇବ୍ରେରୀ ଏବଂ କୋଚିଂ ସେଣ୍ଟର ପ୍ରତିଷ୍ଠା କରିଛନ୍ତି।

ପ୍ରଥମ ଥର ପାଇଁ ସାଂସଦ ଶ୍ରୀମତୀ ଅପରାଜିତା ନିଜ LAD ରୁ ବ୍ଲକ ସ୍ତରୀୟ ଲାଇବ୍ରେରୀ ଏବଂ କୋଚିଂ ସେଣ୍ଟର ପ୍ରତିଷ୍ଠା କରିଛନ୍ତି। 

ଏହା ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ସମସ୍ତ 8 ଟି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଯେଉଁଥି ପାଇଁ ପ୍ରତ୍ୟେକ ପ୍ରକଳ୍ପ ପାଇଁ 53 ଲକ୍ଷ ଟଙ୍କା ଖର୍ଚ୍ଚ ହେବ |

ସାଂସଦ ଅପାରାଜିତା ଷଡ଼ଙ୍ଗୀ ଆଧୁନିକ ଲାଇବ୍ରେରୀ ପାଇଁ ୱାଇଫାଇ ସୁବିଧା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ରିଡିଂ ରୁମ୍ ଏବଂ କୋଚିଂ ସେଣ୍ଟର ସହିତ ଏହି ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ପଞ୍ଚାୟତ ସ୍ତରରେ ମଧ୍ୟ ମାନ୍ୟବର ସାଂସଦଙ୍କ ଦ୍ୱାରା 156 ଜିପିରେ 15 ଲକ୍ଷ ଟଙ୍କା ବ୍ୟୟରେ ଲାଇବ୍ରେରୀ ସ୍ଥାପନ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି |

 ଲାଇବ୍ରେରୀ ଏବଂ କୋଚିଙ୍ଗ କେନ୍ଦ୍ରଗୁଡ଼ିକ ଆସନ୍ତା ବର୍ଷ ଠାରୁ କାର୍ଯ୍ୟ ଆରମ୍ଭ କରିବେ। 

 ୧୬ ଅଗଷ୍ଟରେ ସ୍ଥାନୀୟ ବିଡିଏ, ତାହସିଲଦାର, ସାଂସଦ ପ୍ରତିନିଧୀ ତଥା ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ମାନ୍ୟବର ସାଂସଦଙ୍କ ଦ୍ୱାରା ବାଲିଆନ୍ତା ବ୍ଲକର ବାଳକାଟୀରେ ଏହିପରି ଏକ ଲାଇବ୍ରେରୀ କମ କୋଚିଂ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରାୟ ଏକ ହଜାର ଲୋକ ସାଂସଦଙ୍କୁ ଏକ ଶୋଭାଯାତ୍ରାରେ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଇ ଥିଲେ ଦୁର୍ଭାଗ୍ୟବଶତ କେହି ବିରୋଧୀ ଦଳର ସ୍ଥାନୀୟ ନିର୍ବାଚିତ ପ୍ରତିନିଧୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ହେଁ ଅତିଥି ଭାବରେ ଆମନ୍ତ୍ରିତ ହୋଇଥିଲେ। ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀର ଲୋକମାନେ ସାଂସଦଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା କରୁଛନ୍ତି।

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ


ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ତେବେ ଦୀର୍ଘ ସମୟ ଧରି ଚିଲ ଟି ନୀଳଚକ୍ର ଉପରେ ବସିବା ପରେ ଉଡିଯାଇଥିବା ଦେଖିବାକୁ ମିଳିଛି ।

ସେହିପରି ଗତ କିଛି ମାସ ତଳେ ଅର୍ଥାତ୍ ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଚିଲ ନେଇଯାଇଥିଲା ପତିତପାବନ ବାନା । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି ।

୨ ସେପ୍ଟେମ୍ବର ରେ ସୋସିଆଲ ମିଡିଆ ରେ ଟ୍ରମ୍ପକୁ ନେଇ ଆସିଥିଲା ବଡ଼ ଖବର, ରାତି ୧୧.୩୦ରେ ଦେବେ ଇସ୍ତଫା!

୨ ସେପ୍ଟେମ୍ବର ରେ ସୋସିଆଲ ମିଡିଆ ରେ ଟ୍ରମ୍ପକୁ ନେଇ ଆସିଥିଲା ବଡ଼ ଖବର, ରାତି ୧୧.୩୦ରେ ଦେବେ ଇସ୍ତଫା!

 
ଓ୍ବାଶିଂଟନ୍‌,୨।୯: ଟାରିଫକୁ ନେଇ ଏବେ ଦେଶ ବିବାଦରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରି ଭିତରେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି, ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଟ୍ରମ୍ପ । ଏହି କାରଣରୁ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏବେ ହୱାଇଟ ହାଉସ ସୂଚନା ଦେଇଥିଲା ଯେ, ଟ୍ରମ୍ପ ଆଜି ରାତି ୧୧:୩୦ ରେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ତେବେ ଟ୍ରମ୍ପ କ’ଣ ଘୋଷଣା କରିବେ? ତାକୁ ନେଇ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଲୋକମାନେ କହୁଛନ୍ତି ଯେ, ଟ୍ରମ୍ପ ଇସ୍ତଫା ଦେବାକୁ ଯାଉଛନ୍ତି। କେତେକ କହୁଛନ୍ତି ଯେ ଏକ ବଡ଼ ଘୋଷଣା ହେବାକୁ ଯାଉଛି, ଯାହା ଆଜି ପର୍ଯ୍ୟନ୍ତ ଆମେରିକାର ଇତିହାସରେ କେବେ ଘଟିନାହିଁ।
ହୱାଇଟ ହାଉସ ପ୍ରେସକୁ କହିଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨, ମଙ୍ଗଳବାର ଦିନ ୨ଟା (ଆମେରିକା ସମୟ) ଅର୍ଥାତ ରାତି ୧୧:୩୦ ରେ (ଭାରତୀୟ ସମୟ) ଏକ ବଡ଼ ଘୋଷଣା କରିବେ। ଏହା ପରେ, ନୂତନ ଥିଓରୀ ସାମ୍ନାକୁ ଆସୁଛି। ଟ୍ରମ୍ପଙ୍କୁ ଗତ ସପ୍ତାହରୁ ସାର୍ବଜନୀନ ଭାବରେ ଦେଖାଯାଇନାହିଁ। ଏହି କାରଣରୁ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ଗୁଜବ ବ୍ୟାପିବାରେ ଲାଗିଛି।
ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ Trump Is Dead ଏବଂ Where Is Trump? ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଅଗଷ୍ଟ ୨୭ ତାରିଖରେ ହୱାଇଟ ହାଉସ କ୍ୟାବିନେଟ ବୈଠକ ପରେ ଟ୍ରମ୍ପଙ୍କୁ ସାଧାରଣରେ ଦେଖାଯାଇ ନଥିଲା। ସେହି ବୈଠକର ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ହାତରେ ଆଘାତର ଚିହ୍ନ ଦେଖାଯାଉଥିଲା। ହୱାଇଟ ହାଉସର ପ୍ରେସ ସଚିବ କାରୋଲିନ ଲେଭିଟ ସ୍ପଷ୍ଟ କରିଥିଲେ ଯେ, ଟ୍ରମ୍ପଙ୍କ ହାତରେ ଏହି ଚିହ୍ନ ଲଗାତାର ହାତ ମିଳାଇବା ଯୋଗୁଁ ଆସିଥିଲା, କିନ୍ତୁ ଗୁଜବ ବନ୍ଦ ହୋଇନଥିଲା। ଅଗଷ୍ଟ ୩୦ ତାରିଖରେ ଟ୍ରମ୍ପଙ୍କୁ ଭର୍ଜିନିଆରେ ତାଙ୍କ ଗଲ୍ଫ କ୍ଲବରେ ଦେଖାଯାଇଥିଲା। କିଛି ଲୋକ ମଜା କରି ଲେଖିଥିଲେ ଯେ ହୁଏତ ଆଜି ଜଣେ ନୂତନ ରାଷ୍ଟ୍ରପତି ଘୋଷଣା ହେବାକୁ ଯାଉଛନ୍ତି। ଏହାପରେ ଆଉ କିଛି କହିଥିଲେ କି, ହୁଏତ ଟ୍ରମ୍ପ ସୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଛନ୍ତି ଏବଂ ତୁରନ୍ତ ନୂତନ ଉପରାଷ୍ଟ୍ରପତି ର୍ନିବାଚିତ ହେବା ଉଚିତ।
 

ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ



ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ  MBBS ପାଇଁ ୧୦୦ ଲେଖାଏଁ  ଆସନ ଅନୁମୋଦିତ

୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢ଼ା ଆରମ୍ଭ

ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ - ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର
୨ ସେପ୍ଟେମ୍ବର ୨୦୨୫

ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି।

ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି।

ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ।

ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହି ମଞ୍ଜୁରୀ କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି  ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରି ପାରିଛି। ଗୋଟିଏ ବର୍ଷରେ ୨୦୦ ଅଧିକ ଓଡ଼ିଆ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ।

ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ବାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟ ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଚାଲିଛନ୍ତି। ଏହି ମଞ୍ଜୁରୀ ଦ୍ଵାରା ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେଲେଙ୍ଗାନା ରାଜନୀତିରେ କାମ ଦେଲାନି ପରିବାରବାଦ

ଝିଅଙ୍କୁ ଦଳରୁ ବିଦା କଲେ କେସିଆର

ହାଇଦ୍ରାବାଦ, ୨/୯: ତେଲେଙ୍ଗାନା ରାଜନୀତିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ତେଲେଙ୍ଗାନାର ଆଞ୍ଚଳିକ ଦଳ ଭାରତ ରାଷ୍ଟ୍ର ସମିତି (BRS)ର ସଭାପତି ତାଙ୍କ ନିଜ ଝିଅକୁ ଦଳରୁ ବିଦା କରିଛନ୍ତି। କେ କବିତା ତାଙ୍କ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରିଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେବା ପରେ ମଙ୍ଗଳବାର ଦିନ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ତାଙ୍କ ପିତା ତଥା ଦଳର ସଭାପତି କେ ଚନ୍ଦ୍ରଶେଖର ରାଓ।

ପାର୍ଟି ଏକ ବିବୃତ୍ତିରେ କହିଛି ଯେ କବିତାଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

କବିତା ନିଲମ୍ବନର ଗୋଟିଏ ଦିନ ପୂର୍ବରୁ ବିଆରଏସ ଭିତରେ ଅଶାନ୍ତି ସୃଷ୍ଟି କରିଥିଲେ। ଦଳୀୟ ସହଯୋଗୀମାନେ କେସିଆରଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିବାର ଅଭିଯୋଗ ଆଣିଥିଲେ ଆଣି ସେ ଦଳ ଭିତରେ ଝଡ଼ ସୃଷ୍ଟି କରିବାକୁ ଚାହିଁଥିଲେ।

ସେ ବରିଷ୍ଠ ନେତା ଟି ହରିଶ ରାଓ ଏବଂ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେମାନେ ତାଙ୍କ ପିତାଙ୍କ ଉପରେ ଦୁର୍ନୀତି ମାମଲାରେ ଫସାଇବାକୁ ଚାହୁଁଥିବା ଅଭିଯୋଗ କରିଥିଲେ। ଏବଂ ହରିଶ ରାଓ ଏବଂ ସନ୍ତୋଷ କୁମାରଙ୍କ ଦ୍ୱାରା ତାଙ୍କୁ ସାଇଡ୍ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ଗତ ଅଗଷ୍ଟ ୨୨ ତାରିଖରେ, କବିତା ବିଦେଶରେ ଥିବା ସମୟରେ ତେଲେଙ୍ଗାନା ବୋଗୁ ଘନି କାର୍ମିକ ସଂଘମ (TBGKS)ର ସଭାପତି ପଦରୁ ହଠାତ୍ ହଟାଇ ଦିଆଯାଇଥିଲା। ସେ ଦଳୀୟ ବ୍ୟକ୍ତିମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ତାଙ୍କର ନିଲମ୍ବନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ

ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…

 
ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ ରେଜିଷ୍ଟାର୍ଡ ମୋବାଇଲ ନମ୍ବରକୁ ବଦଳାଇ ନିଜ ନମ୍ବର ସହ ଲିଙ୍କ କରିବାକୁ ଚେଷ୍ଟା କରୁଛନ୍ତି।
ଜାଲିଆତିକାରୀ କିପରି ଫସାନ୍ତି?
– ଜାଲିଆତିକାରୀ ଗ୍ରାହକଙ୍କୁ ଫୋନ୍‌ କଲ କିମ୍ବା SMS ପଠାଇ କୁହନ୍ତି ଯେ “ଆପଣଙ୍କ ପିପିଓ (ପେନସନ୍‌ ପେମେଣ୍ଟ ଅର୍ଡର) ଯାଞ୍ଚ ବାକି ଅଛି” କିମ୍ବା “ଶୀଘ୍ର ପ୍ରକ୍ରିୟା ପାଇଁ ତୁରନ୍ତ ସୂଚନା ଦିଅନ୍ତୁ।”
– ଅନେକ ସମୟରେ ସେମାନେ ଧମକ ଦିଅନ୍ତି ଯେ ଯଦି ତୁରନ୍ତ ସୂଚନା ଦିଆଯାଏ ନାହିଁ, ତେବେ ଆପଣଙ୍କ ପେନସନ ଅଟକାଇ ଦିଆଯିବ।
– ସେମାନେ ଗ୍ରାହକଙ୍କୁ ଲିଙ୍କ ପଠାଇ ତାହା ଉପରେ କ୍ଲିକ କରିବାକୁ କୁହନ୍ତି।
– ବ୍ୟକ୍ତିଗତ ସୂଚନା ଯେପରି ବ୍ୟବହାରକାରୀ ନାମ, ପାସୱାର୍ଡ, ATM ପିନ ଏବଂ OTP ଆଦି ହାସଲ କରିବାକୁ ଚେଷ୍ଟା କରନ୍ତି।
ମନେରଖନ୍ତୁ: ବ୍ୟାଙ୍କ କେବେ ହେଲେ ଫୋନ, SMS, ଲିଙ୍କ କିମ୍ବା ATM ଭିଜିଟ ମାଧ୍ୟମରେ ପିପିଓ ଯାଞ୍ଚ କରେ ନାହିଁ।
ସୁରକ୍ଷିତ ରହିବାର ଉପାୟ:
– କେବେ ହେଲେ ନିଜର ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା କାହା ସହ ଅଂଶୀଦାର କରନ୍ତୁ ନାହିଁ।
– ବ୍ୟାଙ୍କିଙ୍ଗ ଆପ କେବଳ ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପ ଷ୍ଟୋର୍‌ରୁ ଡାଉନଲୋଡ କରନ୍ତୁ।
– କୌଣସି ସନ୍ଦେହ ହେଲେ ନିକଟତମ ଶାଖା ସହ ଯୋଗାଯୋଗ କରନ୍ତୁ କିମ୍ବା ଗ୍ରାହକ ସେବା ନମ୍ବର ୧୮୦୦୧୨୩୪/୧୮୦୦୨୧୦୦ ରେ କଲ କରନ୍ତୁ।
– ସାଇବର ଅପରାଧର ଅଭିଯୋଗ ପାଇଁ ୧୯୩୦ ରେ କଲ କରନ୍ତୁ କିମ୍ବା cybercrime.gov.in କୁ ଯାଆନ୍ତୁ।
– SMS ଏବଂ ଇମେଲ ଆଲର୍ଟକୁ ଧ୍ୟାନରେ ପଢ଼ନ୍ତୁ ଏବଂ କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍‌ କରନ୍ତୁ ନାହିଁ।
– ରେଜିଷ୍ଟର୍ଡ ମୋବାଇଲ ନମ୍ବର ହେଉଛି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ନିରାପତ୍ତାର ଚାବି, ଏହାକୁ ସୁରକ୍ଷିତ ରଖନ୍ତୁ।
SBIର ବାର୍ତ୍ତା:
ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଯଦି କଲ ୧୬୦୦ ରୁ ଆରମ୍ଭ ହେଉଛି, ତେବେ ତାହା ପ୍ରକୃତ ଏବଂ ନିରାପଦ। ଏପରି କଲ୍‌ର ଉତ୍ତର ଦେବାରେ କୌଣସି ବିପଦ ନାହିଁ। SBI ଗ୍ରାହକଙ୍କୁ ସତର୍କ ରହିବାକୁ, ନିରାପଦ ରହିବାକୁ ଏବଂ କୌଣସି ପ୍ରକାରର ଜାଲିଆତିରୁ ରକ୍ଷା କରିବାକୁ ଅନୁରୋଧ କରିଛି।

କଂଗ୍ରେସ ମୁହାଁ ଭୂପିନ୍ଦର!

ବିଜେଡ଼ି ବିରୋଧରେ ଦେଲେ ବିସ୍ଫୋରକ ବୟାନ

ଭୁବନେଶ୍ୱର, ୩/୯: ବିଜେଡିର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି। ସେ କହିଛନ୍ତି ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ। ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍‌ ଦେବେ। କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି। ବିଜେଡି ଠିକ୍‌ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ। ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ।

ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି। ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି ବୋଲି କହିଛନ୍ତି ଭୂପିନ୍ଦର। ସଂସଦରେ ଦଳର ଷ୍ଟାଣ୍ଡ କ୍ଲିୟର ହୋଇ ପାରିନି। ଦଳର ନେତା ଗମ୍ଭୀରତାର ସହ ନେତା ଦରକାର।

ତେବେ ଭୂପିନ୍ଦରଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର‌ ଧରିଛି‌। ଯଦିଓ ସେ ଖୋଲାଖୋଲି ଭାବେ ଦଳ ଛାଡ଼ିବେ ବୋଲି କହିନଥିଲେ ମଧ୍ୟ ତାଙ୍କ ବୟାନ ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ଜିଏସଟି ସ୍ଲାବରେ ଆସିବ ସଂସ୍କାର

କମିବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର!

ନୂଆଦିଲ୍ଲୀ, ୩/୯: ଆଜିଠୁ ଦୁଇଦିନିଆ GST କାଉନସିଲ୍ ବୈଠକ ଆରମ୍ଭ ହେବାକୁ ଯାଉଛି। ଏହି ବୈଠକରେ ଟିକସ ସଂଶୋଧନ ଉପରେ ଆଲୋଚନା ହେବ। ପ୍ରାୟତଃ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ଶସ୍ତା ହେବା ସହ କିଛି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଅଧିକ ଟିକସ ଲାଗୁ ହେବାର ସମ୍ଭାବନା ରହିଛି।

ଏହି ଜିଏସଟି ସଂସ୍କାରରେ ବର୍ତ୍ତମାନର ଚାରି-ସ୍ତରୀୟ ଟିକସ ଗଠନକୁ କେବଳ ଦୁଇଟି ସ୍ଲାବରେ କାଟିବାକୁ ଲକ୍ଷ୍ୟ ରଖିଛି। – 5% ଏବଂ 18%। 12% ଏବଂ 28% ଜିଏସଟି ସ୍ଲାବକୁ ହଟାଇ ଦିଆଯିବ। ଏହାର ଅର୍ଥ ୨୮ ପ୍ରତିଶତ ସ୍ଲାବରେ ଆସୁଥିବା ୯୦ ପ୍ରତିଶତ ସାମଗ୍ରୀ ୧୮ ପ୍ରତିଶତରେ ରହିବ। ୧୨ ପ୍ରତିଶତ ସ୍ଲାବରେ ଥିବା ୯୯ ପ୍ରତିଶତ ସାମଗ୍ରୀ ୫ ପ୍ରତିଶତରେ ରହିବ।

ରିପୋର୍ଟ ଅନୁଯାୟୀ, ଘିଅ, ବାଦାମ, ପ୍ୟାକେଜ୍ ପାନୀୟ ଜଳ, ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ମୁଖ୍ୟ ସାମଗ୍ରୀ ସମେତ ୧୨% ଟିକସ ଲାଗୁ ହୋଇଥିବା ୯୯%ରୁ ଅଧିକ ସାମଗ୍ରୀ ୫% ବର୍ଗକୁ ସ୍ଥାନାନ୍ତରିତ ହେବାର ଆଶା କରାଯାଉଛି। ପେନସିଲ୍, ସାଇକେଲ, ଛତା ଭଳି ସାଧାରଣ ଘରୋଇ ସାମଗ୍ରୀ ମଧ୍ୟ ୫%କୁ ହ୍ରାସ ପାଇପାରେ। ଇଲେକ୍ଟ୍ରୋନିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇପାରେ।

ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ମଧ୍ୟ ଅଧିକ ସୁଲଭ ହୋଇପାରେ। କିଛି ଟେଲିଭିଜନ, ୱାସିଂ ମେସିନ୍ ଏବଂ ରେଫ୍ରିଜରେଟର ଭଳି ଉତ୍ପାଦ, ଯାହା ଉପରେ ବର୍ତ୍ତମାନ ୨୮% ଟିକସ ଲାଗୁ ହୋଇଛି, ସେଗୁଡ଼ିକ ପ୍ରସ୍ତାବିତ ୧୮% ବର୍ଗରେ ଆସିବ।

ସେହିପରି ସରକାର ବିଳାସପୂର୍ଣ୍ଣ ଏବଂ ‘ପାପ’ ସାମଗ୍ରୀ ପାଇଁ ଏକ ସ୍ୱତନ୍ତ୍ର ୪୦% ସ୍ଲାବ୍ ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି। ଉଚ୍ଚମାନର ଅଟୋମୋବାଇଲ୍, SUV ଏବଂ ଅନ୍ୟାନ୍ୟ ପ୍ରିମିୟମ୍ ଯାନ, ଯାହା ଉପରେ ଏବେ ୨୮% GST ଲାଗୁ ହେଉଛି, ସେଗୁଡ଼ିକ ଏହି ବର୍ଗରେ ରହିପାରେ।

ତମାଖୁ ଦ୍ରବ୍ୟ, ପାନ ମସଲା ଏବଂ ସିଗାରେଟ୍ ମଧ୍ୟ ଏହି ବର୍ଗରେ ଆସିବାର ସମ୍ଭାବନା ରହିଛି, ଏହି କ୍ଷେତ୍ର ପାଇଁ ଅତିରିକ୍ତ ଟିକସ ଲାଗୁ କରାଯିବ।

Monday, September 1, 2025

ଆଫଗାନିସ୍ତାନ ଭୂମିକମ୍ପ: ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଆଶଙ୍କା। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଛନ୍ତି

ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ

କାବୁଲ, ୧/୯: ଆଫଗାନିସ୍ତାନରେ ତାଣ୍ଡବ ରଚିଛି ଭୟଙ୍କର ଭୂମିକମ୍ପ। ତାଲିବାନ ପରିଚାଳିତ ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ପୂର୍ବ ଆଫଗାନିସ୍ତାନରେ ଗତ କାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ଏଯାବତ୍ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅତି କମରେ ୪୦୦ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରବିବାର ରାତି ୧୧.୪୭(ସ୍ଥାନୀୟ ସମୟ)ରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଉତ୍ତର ଭାରତ ଓ ଦିଲ୍ଲୀ ସହିତ ପାକିସ୍ତାନର ଇସଲାସାବାଦରେ ମଧ୍ୟ ଭୂକମ୍ପର‌ଝଟକା ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର କୁନାର ପ୍ରଦେଶର ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଭୂମିକମ୍ପରେ ଆଫଗାନିସ୍ତାନର କୁନାର ପ୍ରଦେଶର ନୁର ଗାଲ, ସାୱକି, ୱାଟପୁର, ମନୋଗି ଏବଂ ଚାପା ଦାରା ଜିଲ୍ଲାରେ ଅଧିକ ବିପର୍ଯ୍ୟୟ ଘଟିଥିବା ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଆଫଗାନିସ୍ତାନର ବସାୱୁଲ ଭୂକମ୍ପର‌ କେନ୍ଦ୍ରସ୍ଥଳ ଥିଲା। ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ଗଭୀରତା ଥିଲା।

ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ

• ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କଲେ । • ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ଉପରେ ପୁସ୍ତକ - 'ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ' ଉନ୍ମୋଚିତ । • ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ ପ୍ରାଇମର ପୁସ୍ତକର ଶୁଭାରମ୍ଭ ।

ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜବୁତ ସ୍ତମ୍ଭ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧/୯: ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ । ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ । ଗତ ତିନି ବର୍ଷ ମଧ୍ୟରେ ଏନସିଇଆରଟି ଦ୍ୱାରା ବିକଶିତ ନୂତନ ପାଠ୍ୟକ୍ରମ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସାମଗ୍ରୀ, ବିଶେଷତଃ ଯାଦୁଇ ପିଟାରାର ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ଏନସିଇଆରଟିକୁ ଭାରତୀୟ ଭାଷାରେ ଶିକ୍ଷା, ଗୁଣାତ୍ମକ ଡିଜିଟାଲ୍ ବିଷୟବସ୍ତୁର ବିକାଶ , ବିଜ୍ଞାନ ଏବଂ ଗଣିତରେ ଶିକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏନସିଇଆରଟିକୁ ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ଦେଶର ଶିକ୍ଷା କ୍ଷେତ୍ର ଅତ୍ୟନ୍ତ ଲାଭବାନ ହେବ ଏବଂ ଶିକ୍ଷାଗତ ଗବେଷଣାରେ ଏନସିଇଆରଟିକୁ ବିଶ୍ୱସ୍ତରୀୟ ଲିଡର ହେବାରେ ସାହାଯ୍ୟ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି । ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’ । ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି । ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା । ‘ଅମୃତ ପିଢି’ରେ ଏନସିଇଆରଟିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ । ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ । ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ । ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାଦାନ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ‘ଦୀକ୍ଷା ୨.୦’ ଉପରେ କହିଥିଲେ ଯେ ଏହା ଏକ ଅପଗ୍ରେଡେଡ୍ ଡିଜିଟାଲ ପ୍ଲାଟଫର୍ମ, ଯାହା ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ଡିଭାଇସ୍ ସହିତ ସୁସଙ୍ଗତ । ଏହା ଏହା ଷ୍ଟକଚର୍ଡ ଲେସନ ତଥା ସଂରଚିତ ପାଠ, ଅନୁକୂଳିତ ମୂଲ୍ୟାଙ୍କନ, ଏବଂ ଏଆଇ-ଚାଳିତ ଉପକରଣ ଯଥା ରିଡ୍ ଆଲାଉଡ୍ ଏବଂ ୧୨ଟି ଭାରତୀୟ ଭାଷାରେ ଟେକ୍ସଟ ଫାଇଲ୍ ଅନୁବାଦ ପ୍ରଦାନ କରିବ । ଦୀକ୍ଷା ଦ୍ୱାରା ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା ମଧ୍ୟ କରିଥିଲେ ।

ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଏନସିଇଆରଟି କ୍ୟାମ୍ପସର ନବନିର୍ମିତ ପ୍ରବେଶ ଦ୍ୱାର କମ୍ପ୍ଲେକ୍ସ, ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ ପ୍ରାଇମର ପୁସ୍ତକ, ପିଏମଇ ବିଦ୍ୟା ମୋବାଇଲ୍ ଆପ୍ଲିକେସନ୍, ବାଲବାଟିକା ପାଇଁ ପିଏମ ଇବିଦ୍ୟା ଡିଟିଏଚ ଟିଭି ଚ୍ୟାନେଲ୍ ନମ୍ବର ୩୫,ଚାରୋଟି ଡିଏମ ସ୍କୁଲରେ ଭର୍ଚୁଆଲ୍ ରିଆଲିଟି ଲ୍ୟାବ୍, ପ୍ରଶସ୍ତ ୨.୦, କିତାବ୍ ଏକ ପଢେ ଆଦି ଅନେକ ଉପକ୍ରମ ଶୁଭାରମ୍ଭ କରିଥିଲେ ।

ପ୍ରତିଷ୍ଠା ଦିବସରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଶ୍ରୀ ଚାମୁ କୃଷ୍ଣ ଶାସ୍ତ୍ରୀ,ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍. ଜଗଦେଶ କୁମାର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏସ. ସୋମନାଥ ଏବଂ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟିର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ ।

ଭୟଙ୍କର ବନ୍ୟା: ୨୯ ମୃତ, ୨.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୟଙ୍କର ବନ୍ୟା: ୨୯ ମୃତ, ୨.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

କେନ୍ଦ୍ରକୁ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୧/୯: ଅଗଷ୍ଟ ୧ ତାରିଖରୁ ଅବିରତ ବର୍ଷା ହେବା ଫଳରେ ପଞ୍ଜାବରେ ଭୟଙ୍କର ବନ୍ୟା ଆସିଛି। ବନ୍ୟାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ୧୨ଟି ଜିଲ୍ଲାରେ ୨.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପଠାନକୋଟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଘଟିଛି। ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଏବଂ କାଶ୍ମୀରରେ ବର୍ଷା ଯୋଗୁଁ ସତଲେଜ୍, ବ୍ୟାସ୍ ଏବଂ ରବି ନଦୀର‌ ଜଳସ୍ତର ବୃଦ୍ଧି ପାଇଛି।

ସେନା, NDRF, SDRF ଏବଂ ପଞ୍ଜାବ ପୋଲିସ ୧୫,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଗୁରୁଦାସପୁର, ଫିରୋଜପୁର ଏବଂ ଅମୃତସରରେ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ପ୍ରାୟ ୧,୦୪୪ ଗାଁ ପାଣି ଘେରରେ ଅଛି। ପ୍ରାୟ ୯୬,୦୦୦ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ଅନେକ ପଶୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ପାଣି କମିବା ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ବିଷୟରେ ଜଣାପଡ଼ିବ।

ତେବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କେନ୍ଦ୍ରୀୟ ରିଲିଫ୍ ପାଣ୍ଠିରୁ ୬୦ ହଜାର କୋଟି ଟଙ୍କା ସହାୟତା ରାଶି ମାଗିଛନ୍ତି।

ଚୀନରୁ ଫେରିବା ପରେ ତୁରନ୍ତ ଭଗବନ୍ତ ମାନଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ଗୁରୁତ୍ୱପୂର୍ଣ୍ଣ ଆଲୋଚନା କଲେ ଓ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ

ନୂଆଦିଲ୍ଲୀ, ୧/୯: ଚୀନରେ SCO ସମ୍ମିଳନୀରେ ଯୋଗ ଦେବା ପରେ ନୂଆଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୁରନ୍ତ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଫୋନ୍ କରି କଥା ହୋଇଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଉଭୟଙ୍କ ସହ କଥା ହୋଇଥିଲେ।

ସୂଚନାଯୋଗ୍ୟ, ବନ୍ୟା ଯୋଗୁଁ ପଞ୍ଜାବର ଅନେକ ଗାଁରେ ପ୍ରବଳ କ୍ଷୟକ୍ଷତି ହୋଇଛି। ସତଲେଜ୍, ବ୍ୟାସ ଏବଂ ରବି ନଦୀ ଫୁଲିବା ଯୋଗୁଁ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ଅତି କମରେ ୨୯ ଜଣଙ୍କ ଜୀବନ ଯାଇଛି। ୧୦୦୦ ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି।

ସରକାରୀ ତଥ୍ୟ ଅନୁଯାୟୀ, ମୋଟ ୧୩୧୨ଟି ଗାଁ ପ୍ରଭାବିତ ହୋଇଛି, ଅତି କମରେ ୬,୫୮୨ ଜଣଙ୍କୁ ୧୨୨ଟି ରିଲିଫ୍ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏନଡିଆରଏଫ, ସେନା, ବିଏସଏଫ ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଜଳମଗ୍ନ ଅଞ୍ଚଳରୁ ୧୪,୯୩୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଡ୍ରୋନ ସହାୟତାରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।

ଅଧିକ ଆସନ, ଅଧିକ ସୁବିଧାପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ନୂଆ ସୁବିଧା

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ନୂଆ ସୁବିଧା

ଭୁବନେଶ୍ୱର, ୧/୯: ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ 12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧିତ ଟ୍ରେନ୍ କୋଚ୍‌ ସଂଖ୍ୟା ବୃଦ୍ଧି 1 ସେପ୍ଟେମ୍ବର 2025 ରୁ ପୁରୀରୁ ଏବଂ 2 ସେପ୍ଟେମ୍ବର 2025 ରୁ ବାଙ୍ଗିରିପୋସିରୁ କାର୍ଯ୍ୟକାରୀ ହେବ, ଟ୍ରେନର ସଂଶୋଧିତ ସାରାଂଚନା ଦ୍ୱାରା ଅଧିକ ଆସନ କ୍ଷମତା ବୃଦ୍ଧି ପାଇବା ସହିତ ଆରାମଦାୟକ ଯାତ୍ରା ପ୍ରଦାନ କରିବ।

ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ ସଂଶୋଧିତ କୋଚ୍ ସଂରଚନା:

07ଟି ନନ୍-ଏସି ଶ୍ରେଣୀ ଚେୟାର କାର୍

05ଟି ଜେନେରାଲ ଶ୍ରେଣୀ ଚେୟାର କାର୍

02ଟି ଲଗେଜ୍-କମ୍-ଚେୟାର କାର୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ)

ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧିକ ଆରାମଦାୟକ ଯାତ୍ରା ଏବଂ ଅଧିକ ଆସନ ବ୍ୟବସ୍ଥା ପ୍ରଦାନ କରିବ।

ଓଡ଼ିଶା ଯାତ୍ରୀ ଆପ୍‌ରେ ଉପଲବ୍ଧ ହେଲା ନୂଆ ସୁବିଧା

ଆମ ବସ୍‌ ଏବଂ ଚିଲିକା ବୋଟିଂ ଟିକେଟ କିଣିପାରିବେ

ଭୁବନେଶ୍ବର, ୧/୯: ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ। ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖଦ୍‌ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି।

ରାଜ୍ୟ ସରକାରଙ୍କ ଆମ ବସ୍‌ ସେବା ଅଧୀନରେ ଚଳାଚଳ କରୁଥିବା ଯେକୌଣସି ବସ୍‌ରେ ଯାତାୟାତ ନିମନ୍ତେ ଏହି ଆପ୍‌ ମାଧ୍ୟମରେ ବିନା କୌଣସି ବାଧାରେ ଟିକେଟ୍‌ ବୁକିଂ କରି ସୁରକ୍ଷିତ ଏବଂ ଆରାମଦାୟକ ବସ୍‌ ଯାତ୍ରାର ଲାଭ ପାଇପାରିବେ। ଅନୁରୂପ ଭାବେ ଚିିଲିକା ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ସାତପଡ଼ା ଠାରେ ସେମାନଙ୍କ ସୁବିଧା ମୁତାବକ ବୋଟିଂ ନିମନ୍ତେ ଏହି ଆପ୍‌ ମାଧ୍ୟମରେ ଟିକେଟ୍‌ ବୁକିଂ କରି ଡିଜିଟାଲ ଟିକେଟ୍‌ ପାଇପାରିବେ। ବୋଟିଂ ଆରମ୍ଭ ପୂର୍ବରୁ ଏହି ଡିଜିଟାଲ ଟିକେଟ ଯାଞ୍ଚ କରାଯାଇ ଯାତ୍ରା ନିମନ୍ତେ ଅନୁମତି ଦିଆଯିବ।

ସମସ୍ତ ଆଣ୍ଡରୋଏଡ୍‌ ପ୍ଳାଟଫର୍ମରେ ଏହି ଆପ୍‌ ଉପଲବ୍ଧ ହୋଇସାରିଥିବା ବେଳେ ଆଇଓଏସ୍‌ ରେ ନିକଟରେ ଭବିଷ୍ୟତରେ ଉପଲବ୍ଧ ହେବ। ଏହା ସହିତ ଯାତ୍ରୀଙ୍କ ମତାମତକୁ ଭିତ୍ତିକରି ଟିକେଟ୍‌ ବୁକିଂ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକ ସୁଧାର ଅଣାଯିବ।

ଓଡ଼ିଶା ଯାତ୍ରୀ କେବଳ ଏକ ଡିଜିଟାଲ ସେବା ନୁହଁ, ଯାତ୍ରୀଙ୍କୁ ସାର୍ବଜନୀନ , ଟେକ୍ନୋଲୋଜି ଭିତ୍ତିକ, ତ୍ରୁଟିଶୂନ୍ୟ ସେବା ଯୋଗାଇ ଦେବାର ସଂକଳ୍ପ ବୋଲି କହିଛନ୍ତି ଶ୍ରୀମତୀ ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ। ଏହି ଡିଜିଟାଲ ପ୍ଳାଟଫର୍ମ ସହାୟତାରେ ବସ୍‌ ସେବା ଏବଂ ବୋଟିଂ ଗୋଟିଏ କ୍ଳକ୍‌ରେ ଉପଲବ୍ଧ ହୋଇପାରିବ।

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

ସାମ୍ବାଦିକଙ୍କ ଅନୁରୋଧକ୍ରମେ ସମୟସୀମା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୦୧/୦୯: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି । ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ www.owjws.odisha.gov.in ରେ ଆବେଦନ କରିପାରିବେ ।

ସ୍ୱାୟତ୍ତ ଶାସନ ଦିବସ: ୧୬ଟି ନୂଆ ଏନଏସି ଘୋଷଣା

୭ଟି ନୂଆ ମ୍ୟୁନିସିପାଲଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୮: ଆଜି ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ଟି ନୂତନ ଏନଏସି ଓ ୭ଟି ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି।

୧୬ଟି ନୂଆ ଏନଏସି ହେଲା ବଲାଙ୍ଗୀରର ଲୋଇସିଂହା, ବରଗଡର ସୋହେଲା, କଟକର ବଡ଼ମ୍ବା, ନରସିଂହପୁର, ସାଲେପୁର, ଢେଙ୍କାନାଳର ଗଁଦିଆ, ଗଞ୍ଜାମର ଜଗନ୍ନାଥପ୍ରସାଦ, ପାତ୍ରପୁର, ଯାଜପୁରର ଚଣ୍ଡିଖୋଲ, କଳାହାଣ୍ଡିର ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, କୋରାପୁଟର ବୋରିଗୁମ୍ମା ଓ ମୟୂରଭଞ୍ଜର କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର।

୭ଟି ମ୍ୟୁନିସିପାଲଟି ହେଲା ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା।

ଆଫଗାନିସ୍ତାନ ଭୂମିକମ୍ପ: ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଆଶଙ୍କା। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଛନ୍ତି

ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ

କାବୁଲ, ୧/୯: ଆଫଗାନିସ୍ତାନରେ ତାଣ୍ଡବ ରଚିଛି ଭୟଙ୍କର ଭୂମିକମ୍ପ। ତାଲିବାନ ପରିଚାଳିତ ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ପୂର୍ବ ଆଫଗାନିସ୍ତାନରେ ଗତ କାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ଏଯାବତ୍ ଅତି କମରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅତି କମରେ ୪୦୦ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରବିବାର ରାତି ୧୧.୪୭(ସ୍ଥାନୀୟ ସମୟ)ରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଉତ୍ତର ଭାରତ ଓ ଦିଲ୍ଲୀ ସହିତ ପାକିସ୍ତାନର ଇସଲାସାବାଦରେ ମଧ୍ୟ ଭୂକମ୍ପର‌ଝଟକା ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର କୁନାର ପ୍ରଦେଶର ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଭୂମିକମ୍ପରେ ଆଫଗାନିସ୍ତାନର କୁନାର ପ୍ରଦେଶର ନୁର ଗାଲ, ସାୱକି, ୱାଟପୁର, ମନୋଗି ଏବଂ ଚାପା ଦାରା ଜିଲ୍ଲାରେ ଅଧିକ ବିପର୍ଯ୍ୟୟ ଘଟିଥିବା ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଆଫଗାନିସ୍ତାନର ବସାୱୁଲ ଭୂକମ୍ପର‌ କେନ୍ଦ୍ରସ୍ଥଳ ଥିଲା। ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ଗଭୀରତା ଥିଲା।

ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ବଡ଼ ପ୍ରତିବନ୍ଧକ

ଏସସିଓ ସମ୍ମିଳନୀରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୧/୯: ଚୀନର ତିଆନଜିନରେ ଅନୁଷ୍ଠିତ ହେଉଛି ୨୫ତମ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ବୈଠକରେ ଅଭିଭାଷଣ ବେଳେ ଆତଙ୍କବାଦ ବିରୋଧରେ କଡା ବାର୍ତ୍ତା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ର” ଦ୍ୱାରା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଖୋଲା ସମର୍ଥନ ଆଉ ସହ୍ୟ କରାଯାଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, “ଆତଙ୍କବାଦ କେବଳ କୌଣସି ଗୋଟିଏ ଦେଶର ସୁରକ୍ଷା ପାଇଁ ବିପଦ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ବିପଦ। ଗତ ୪ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି। ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ମଧ୍ୟ ଅନାଥ ହୋଇଛନ୍ତି। ନିକଟରେ ପହଲଗାମ ହମ୍‌ଲା ମାନବିକତା ଉପରେ ଆକ୍ରମଣ ଥିଲା। ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି।

ଭାରତ ଟେରର ଫଣ୍ଡିଂ ବିରୋଧରେ ବି ସ୍ବର ଉଠାଇଛି। ଆମେ ଆତଙ୍କବାଦର ପ୍ରତ୍ୟେକଟି ସ୍ବରୂପକୁ ବିରୋଧ କରୁଛୁ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ। ଆତଙ୍କବାଦ ପ୍ରସଙ୍ଗରେ କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି।

ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ। ତେଣୁ ସବୁ ପ୍ରକାର ଆତଙ୍କବାଦକୁ ମୂଳପୋଛ କରିବା ଉଚିତ୍।

ଜଳିଗଲା ସେନା ହେଲିକପ୍ଟରପାଇଲଟଙ୍କ ସମେତ ୫ ମୃତ

ପାଇଲଟଙ୍କ ସମେତ ୫ ମୃତ

କରାଚୀ, ୧/୯: ସୋମବାର ସକାଳେ ଗିଲଗିଟ-ବାଲ୍ଟିସ୍ତାନର ଡିଆମର ଜିଲ୍ଲାରେ ଏକ ପାକିସ୍ତାନ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇଜଣ ପାଇଲଟ ଏବଂ ତିନି ଜଣ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଛି ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

ସୂଚନା ଅନୁଯାୟୀ, MI-17 ହେଲିକପ୍ଟରଟି ଏକ ନିୟମିତ ତାଲିମ ଉଡ଼ାଣରେ ଥିଲା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ଏବଂ ସକାଳ ପ୍ରାୟ ୧୦ଟା ସମୟରେ ଖସି ପଡ଼ିଥିଲା।

ଗିଲଗିଟ-ବାଲ୍ଟିସ୍ତାନର ଏକ ପାହାଡିଆ ପର୍ଯ୍ୟଟନ କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି। ସେଠାରେ ଏକ ହେଲିପ୍ୟାଡ୍ ପାଇଁ ପରୀକ୍ଷଣ ଅବତରଣ କରାଯାଉଥିଲା। ସରକାରୀ ମୁଖପାତ୍ର ଫୈଜୁଲ୍ଲା ଫାରାକଙ୍କ ସୂଚନା ଅନୁଯାୟୀ, ହେଲିକପ୍ଟରଟିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା।

ସୂଚନାଯୋଗ୍ୟ, ଗତ ମାସରେ ଖାଇବର ପଖତୁନଖ୍ୱା ପ୍ରଦେଶରେ ବନ୍ୟା ରିଲିଫ୍ ସାମଗ୍ରୀ ଯୋଗାଉଥିବା ଏକ ସାମରିକ ହେଲିକପ୍ଟର ଖରାପ ପାଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ଓଡ଼ିଆ ଝିଅ ରଶ୍ମିତାଙ୍କୁ ପ୍ରଶଂସା କଲେ

ଓଡ଼ିଆ ଝିଅ ରଶ୍ମିତାଙ୍କୁ ପ୍ରଶଂସା କଲେ

ନୂଆଦିଲ୍ଲୀ, ୩୧/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି କରିଛନ୍ତି। ଚଳିତ ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି।

ଶ୍ରୀନଗରରେ ଆୟୋଜିତ ୱାଟର ସ୍ପୋର୍ଟସରେ ଭାଗ ନେଇଥିବା ରଶ୍ମିତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ନୌଚାଳନାରେ ଭାଗ ନେଇଥିବା ରଶ୍ମିତା ୨ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ତାଙ୍କୁ ବଧାଇ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

କିପରି କ୍ରୀଡ଼ା ଜୀବନ ଆରମ୍ଭ କଲେ, କଣ ସଂଘର୍ଷ ଥିଲା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ। ସଂଘର୍ଷ ସତ୍ତ୍ବେ ଖେଳକୁ ନ ଛାଡ଼ି ଜାରି ରଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ଦୁଇ ଏସୀୟ ମହିଶକ୍ତିଙ୍କ ମହାମିଳନ: ମୋଦି-ଜିନପିଙ୍ଗଙ୍କ ଦ୍ୱିପାକ୍ଷିକ ବୈଠକ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି କହିଲେ ମୋଦି

ପରସ୍ପର ସମ୍ମାନ ଓ ବିଶ୍ବାସରେ ଆଗକୁ ବଢ଼ିବା: ମୋଦି

ନୂଆଦିଲ୍ଲୀ, ୩୧/୮: ରବିବାର ଦିନ ଚୀନର ବନ୍ଦର ସହର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଭୟ ପରସ୍ପର ସହିତ ହାତ ମିଳାଇବା ସହ ପାରସ୍ପରିକ ବିଶ୍ୱାସ ଓ ସମ୍ମାନର ସହ ଉଭୟ ରାଷ୍ଟ୍ରର ସମ୍ପର୍କକୁ ଆଗକୁ ବଢାଇବେ ବୋଲି ମତପ୍ରକାଶ କରିଛନ୍ତି।

ଉଭୟ ନେତାଙ୍କ ସକରାତ୍ମକ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଶକ୍ତ ଝଟକା ଲାଗିଛି। ଉଭୟ ରାଷ୍ଟ୍ରର ଆମେରିକା ସହିତ ସମ୍ପର୍କ ଖରାପ ଥିବା ବେଳେ ଉଭୟ ବର୍ତ୍ତମାନ ପରସ୍ପର ସହିତ ହାତ ମିଳାଇଛନ୍ତି।

୪୦ ମିନିଟର ଏହି ଆଲୋଚନାରେ, ପ୍ରଧାନମନ୍ତ୍ରୀ ମୋଦି ସୀମା ବିବାଦ ଉପରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା, କୈଳାସ ମାନସରୋବର ଯାତ୍ରା ପୁନଃଆରମ୍ଭ ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃସ୍ଥାପନ ଭଳି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ।

“ଉଭୟ ଦେଶର ୨୮୦ କୋଟି ଲୋକଙ୍କ ହିତ ପରସ୍ପର ସହ ଜଡିତ। ଏହା ସମଗ୍ର ମାନବତାର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

“ଆମେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମର ସମ୍ପର୍କକୁ ଆଗକୁ ନେବାକୁ ପ୍ରତିବଦ୍ଧ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ,” ବୋଲି ମୋଦି ଆହୁରି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ୨୦୧୮ରେ ଚୀନ୍ ଯାତ୍ରା କରିଥିଲେ। ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ଚୀନ୍ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ ଏନଏସଏ ଅଜିତ୍ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ତିଆନଜିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।

ପିତା ମାତାଙ୍କ ଆଶୀର୍ବାଦ

ପିତା ମାତାଙ୍କ ଆଶୀର୍ବାଦ 
ଯେତେବେଳେ ମୃତ୍ୟୁ ସମୟ ପାଖେଇ ଆସିଲା, ପିତା ତାଙ୍କର ଏକମାତ୍ର ପୁଅ ଧର୍ମପାଳଙ୍କୁ ଡାକି କହିଲେ, ପୁଅ, ତୁମକୁ ଉତ୍ତରାଧିକାର ଭାବରେ ଦେବା ପାଇଁ ମୋ ପାଖରେ କୌଣସି ସମ୍ପତ୍ତି ନାହିଁ। କିନ୍ତୁ ମୁଁ ସାରା ଜୀବନ ସଚ୍ଚୋଟତା ଏବଂ ନିଷ୍ଠାର ସହିତ କାମ କରିଆସିଛି।

ତେଣୁ ମୁଁ ତୁମକୁ ଆଶୀର୍ବାଦ କରୁଛି ଯେ ତୁମେ ଜୀବନରେ ବହୁତ ଖୁସି ହେବ ଏବଂ ଧୂଳି ଛୁଇଁଲେ ମଧ୍ୟ ତାହା ସୁନାରେ ପରିଣତ ହୋଇଯିବ।
  ପୁଅ ମୁଣ୍ଡ ନଇଁ ବାପାଙ୍କ ପାଦ ଛୁଇଁଲା। ପିତାତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କଲେ ଏବଂ ସନ୍ତୋଷର ସହିତ ନିଜ ଜୀବନ ତ୍ୟାଗ କଲେ।
  ଏବେ ପୁଅ ଧର୍ମପାଳଙ୍କୁ ଘର ଖର୍ଚ୍ଚ ଉଠାଇବାକୁ ପଡିଲା। ସେ ଏକ ଛୋଟ ଠେଲାଗାଡ଼ିରେ ତାଙ୍କର ବ୍ୟବସାୟ ଆରମ୍ଭ କଲେ। ଧୀରେ ଧୀରେ ବ୍ୟବସାୟ ବଢ଼ିବାକୁ ଲାଗିଲା। ସେ ଏକ ଛୋଟ ଦୋକାନ ନେଲେ। ବ୍ୟବସାୟ ଆହୁରି ବଢ଼ିଲା।
  ଏବେ ସେ ସହରର ଧନୀ ଲୋକଙ୍କ ମଧ୍ୟରେ ଗଣାଯିବା ଆରମ୍ଭ କଲେ। ସେ ବିଶ୍ୱାସ କଲେ ଯେ ଏସବୁ ତାଙ୍କ ବାପାଙ୍କ ଆଶୀର୍ବାଦର ଫଳ।
  କାରଣ, ସେ ଜୀବନରେ ଦୁଃଖ ଭୋଗ କରିଥିଲେ, କିନ୍ତୁ କେବେ ଧୈର୍ଯ୍ୟ ହରାଇ ନଥିଲେ, କେବେ ବିଶ୍ୱାସ ହରାଇ ନଥିଲେ, କେବେ ସଚ୍ଚୋଟତା ହରାଇ ନଥିଲେ, ସେଥିପାଇଁ ତାଙ୍କ କଥାରେ ଶକ୍ତି ଥିଲା। ଏବଂ ତାଙ୍କ ଆଶୀର୍ବାଦ ଫଳ ଦେଇଥିଲା। ଏବଂ ମୁଁ ଖୁସି ହୋଇଗଲି। ଏହି ଶବ୍ଦଟି ତାଙ୍କ ମୁହଁରୁ ବାରମ୍ବାର ବାହାରି ଆସୁଥିଲା।
  ଦିନେ ଜଣେ ବନ୍ଧୁ ପଚାରିଲେ-  ଯଦି ତୁମ ପିତାଙ୍କର ଏତେ ଶକ୍ତି ଥିଲା, ତେବେ ସେ କାହିଁକି ସମୃଦ୍ଧ ନଥିଲେ? ସେ କାହିଁକି ଖୁସି ନଥିଲେ? ଧର୍ମପାଳ କହିଲେ  ମୁଁ ପିତାଙ୍କ ଶକ୍ତି ବିଷୟରେ କହୁନାହିଁ। ମୁଁ ତାଙ୍କ ଆଶୀର୍ବାଦର ଶକ୍ତି ବିଷୟରେ କହୁଛି।
  ଏହିପରି ସେ ତାଙ୍କ ପିତାଙ୍କ ଆଶୀର୍ବାଦ ବିଷୟରେ କଥାବାର୍ତ୍ତା କରି ଚାଲିଲେ, ଏବଂ ଲୋକମାନେ ତାଙ୍କୁ 'ପିତାଙ୍କ ଆଶୀର୍ବାଦ' ବୋଲି ନାମ ଦେଲେ ଧର୍ମପାଳଙ୍କୁ ଏଥିରେ ଖରାପ ଲାଗୁନାହିଁ, ସେ କୁହନ୍ତି ଯେ ସେ ନିଜକୁ ତାଙ୍କ ପିତାଙ୍କ ଆଶୀର୍ବାଦର ଯୋଗ୍ୟ ପ୍ରମାଣିତ କରିବାକୁ ଚାହାଁନ୍ତି।
  ଏହା କରି ଅନେକ ବର୍ଷ ବିତିଗଲା। ସେ ବିଦେଶରେ ବ୍ୟବସାୟ କରିବା ଆରମ୍ଭ କଲେ। ସେ ଯେଉଁଠାରେ ବ୍ୟବସାୟ କରୁଥିଲେ, ସେ ବହୁତ ଲାଭ କରୁଥିଲେ। ଥରେ ତାଙ୍କ ମନରେ ଆସିଲା ଯେ ମୁଁ କେବଳ ଲାଭ ପାଏ , ତେଣୁ ମୁଁ ଥରେ କ୍ଷତି ଅନୁଭବ କରିବା ଉଚିତ ।ତେଣୁ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଏପରି ଏକ ବ୍ୟବସାୟ କହିବାକୁ କହିଲେ ଯାହା କ୍ଷତି କରିବ।
  ମୋ ବନ୍ଧୁ ଅନୁଭବ କଲା ଯେ ସେ ତାଙ୍କ ସଫଳତା ଏବଂ ଟଙ୍କା ଉପରେ ଗର୍ବିତ ହୋଇଗଲାଣି। ତାଙ୍କର ଗର୍ବ ଦୂର କରିବା ପାଇଁ, ମୁଁ ତାଙ୍କୁ ଏପରି ଏକ ବ୍ୟବସାୟ ବିଷୟରେ କହିବା ଉଚିତ ଯାହା ତାଙ୍କୁ କେବଳ କ୍ଷତି କରିବ।
  ତେଣୁ ସେ ତାଙ୍କୁ ଭାରତରେ ଲବଙ୍ଗ କିଣି ଜାହାଜରେ ଲୋଡ୍ କରି ଆଫ୍ରିକାର ଜାଞ୍ଜିବାରରେ ବିକ୍ରୟ କରିବାକୁ କହିଲେ। ଧର୍ମପାଳଙ୍କୁ ଏହି ଧାରଣା ପସନ୍ଦ ଆସିଲା।
  ଜାଞ୍ଜିବାର ହେଉଛି ଲବଙ୍ଗର ଦେଶ। ସେଠାରୁ ଭାରତକୁ ଲବଙ୍ଗ ଅଣାଯାଏ ଏବଂ ଏଠାରେ ୧୦-୧୨ ଗୁଣ ମୂଲ୍ୟରେ ବିକ୍ରି ହୁଏ।
  ଯଦି ଆମେ ଭାରତରେ ଲବଙ୍ଗ କିଣି ଜାଞ୍ଜିବାରରେ ବିକ୍ରୟ କରିବା, ତେବେ ଆମେ ସ୍ପଷ୍ଟ କ୍ଷତିର ସମ୍ମୁଖୀନ ହେବୁ। କିନ୍ତୁ ଧର୍ମପାଳ ନିଷ୍ପତ୍ତି ନେଇଥିଲେ ଯେ ସେ ଭାରତରେ ଲବଙ୍ଗ କିଣି ନିଜେ ଜାଞ୍ଜିବାରକୁ ନେଇଯିବେ। ଦେଖାଯାଉ ତାଙ୍କ ପିତାଙ୍କ ଆଶୀର୍ବାଦ ତାଙ୍କୁ କେତେ ସମର୍ଥନ କରେ।
  କ୍ଷତି ଅନୁଭବ କରିବା ପାଇଁ, ସେ ଭାରତରେ ଲବଙ୍ଗ କିଣି ଏକ ଜାହାଜରେ ଲୋଡ୍ କରି ନିଜେ ଜାଞ୍ଜିବାର ଦ୍ୱୀପକୁ ନେଇଗଲେ
  ସେ ନିଜେ ସେମାନଙ୍କ ସହିତ ଜାଞ୍ଜିବାର ଦ୍ୱୀପରେ ପହଞ୍ଚିଲେ। ଜାଞ୍ଜିବାର ଜଣେ ସୁଲତାନଙ୍କ ଦ୍ୱାରା ଶାସିତ ହେଉଥିଲା। ଧର୍ମପାଳ ଜାହାଜରୁ ଓହ୍ଲାଇ ସେଠାକାର ବ୍ୟବସାୟୀମାନଙ୍କୁ ଭେଟିବା ପାଇଁ ଏକ ଲମ୍ବା ବାଲିଆ ରାସ୍ତାରେ ଯାଉଥିଲେ।
  ସେ ଦେଖିଲେ ଯେ ସୁଲତାନଙ୍କ ପରି ଜଣେ ବ୍ୟକ୍ତି ପାଦରେ ସୈନ୍ୟମାନଙ୍କ ସହିତ ସାମ୍ନାରୁ ଆସୁଛନ୍ତି।
  ସେ ଜଣଙ୍କୁ ପଚାରିଲେ, ଏ କିଏ? ସେ ବ୍ୟକ୍ତି କହିଲା ଏ ହେଉଛନ୍ତି ସୁଲତାନ।
  ତାଙ୍କୁ ଦେଖି ସୁଲତାନ ତାଙ୍କୁ ତାଙ୍କର ପରିଚୟ ବିଷୟରେ ପଚାରିଲେ। ସେ କହିଲେ ମୁଁ ଭାରତର ଗୁଜରାଟର ଖମ୍ବାଟର ଜଣେ ବ୍ୟବସାୟୀ। ଏବଂ ମୁଁ ଏଠାକୁ ବ୍ୟବସାୟ କରିବାକୁ ଆସିଛି।
  ସୁଲତାନ ତାଙ୍କୁ ଜଣେ ବ୍ୟବସାୟୀ ବୋଲି ମାନୁଥିଲେ, ସମ୍ମାନ କରୁଥିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ।
  ଧର୍ମପାଳ ଦେଖିଲେ ଯେ ସୁଲତାନଙ୍କ ସହିତ ଶହ ଶହ ସୈନ୍ୟ ଅଛନ୍ତି। କିନ୍ତୁ ସେମାନଙ୍କ ହାତରେ ଖଣ୍ଡା, ବନ୍ଧୁକ ଇତ୍ୟାଦି ନଥିଲା, ବରଂ ସେମାନଙ୍କର ବଡ଼ ବଡ଼ ବର୍ଚ୍ଛା ଥିଲା।
  ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ସୁଲତାନଙ୍କୁ ବିନମ୍ରତାର ସହିତ ପଚାରିଲେ , ତୁମର ସୈନିକମାନେ ଏତେ କାହିଁକି?
  ଆଉ ତୁମେ କାହିଁକି ଚାଲୁଣୀ ବୋହି ନେଉଛ?
  ସୁଲତାନ ହସି କହିଲେ,  କଥା ହେଉଛି, ଆଜି ସକାଳେ ମୁଁ ବେଳାଭୂମିରେ ବୁଲିବାକୁ ଆସିଥିଲି। ତା’ପରେ ମୋ ଆଙ୍ଗୁଠିରୁ ଏକ ମୁଦି ଖସିଗଲା ଏବଂ ଏହିଠାରେ କୌଣସି ସ୍ଥାନରେ ପଡ଼ିଗଲା।
  ଏବେ ମୁଁ ଜାଣିନାହିଁ ଯେ ବାଲିରେ ମୁଦ୍ରିକାଟି କେଉଁଠି ପଡ଼ିଲା। ସେଥିପାଇଁ ମୁଁ ଏହି ସୈନିକମାନଙ୍କୁ ମୋ ସହିତ ଆଣିଛି। ସେମାନେ ଏହି ବାଲିକୁ ଛାଣି ଏଥିରେ ମୋର ମୁଦ୍ରିକା ଖୋଜିବେ।
  ଧର୍ମପାଳ କହିଲେ , ମୁଦିଟି ବହୁତ ମହଙ୍ଗା ହେବ।
ସୁଲତାନ କହିଲେ , ନା ମୋ ପାଖରେ ଅଗଣିତ ମୁଦି ଅଛି ଯାହା ତା'ଠାରୁ ବହୁତ ମୂଲ୍ୟବାନ। କିନ୍ତୁ ସେହି ମୁଦିଟି ଜଣେ ଫକିରର ଆଶୀର୍ବାଦ।
ମୁଁ ବିଶ୍ୱାସ କରେ ଯେ ସେହି ଫକିରଙ୍କ ଆଶୀର୍ବାଦ ଯୋଗୁଁ ମୋର ରାଜ୍ୟ ଏତେ ସୁଦୃଢ଼ ଏବଂ ସୁଖୀ। ସେଥିପାଇଁ ମୋ ମନରେ ସେହି ମୁଦି ରାଜ୍ୟ ଅପେକ୍ଷା ଅଧିକ ମୂଲ୍ୟବାନ।
ଏହା କହି ସୁଲତାନ ପୁଣି ପଚାରିଲେ , ସେଠ୍ କୁହ, ତୁମେ କେଉଁ ଜିନିଷ ଆଣିଛ?
ଧର୍ମପାଳ କହିଲେ: ଲବଙ୍ଗ
ସୁଲତାନ ଆଶ୍ଚର୍ଯ୍ୟ ହୋଇଗଲେ। ସେଥ୍, ଏହା ଲବଙ୍ଗର ଦେଶ। ତୁମେ କ’ଣ ଏଠାକୁ ଲବଙ୍ଗ ବିକ୍ରୟ କରିବାକୁ ଆସିଛ? ତୁମକୁ ଏପରି ପରାମର୍ଶ କିଏ ଦେଲା?
ସେ ନିଶ୍ଚୟ ତୁମର ଶତ୍ରୁ। ଏଠାରେ ତୁମେ ଗୋଟିଏ ପଇସାରେ ମୁଠାଏ ଲବଙ୍ଗ ପାଇପାରିବ। ଏଠାରେ କିଏ ଲବଙ୍ଗ କିଣିବ? ଏବଂ ତୁମେ କ'ଣ ରୋଜଗାର କରିବ?
ଧର୍ମପାଳ କହିଲେ: ମୋତେ ଦେଖିବାକୁ ପଡିବ ଯେ ଏଠାରେ ଲାଭ ଅଛି କି ନାହିଁ।
ମୋ ବାପାଙ୍କ ଆଶୀର୍ବାଦରେ, ମୁଁ ଆଜି ପର୍ଯ୍ୟନ୍ତ ଯାହା ବି ବ୍ୟବସାୟ କରିଛି, ତାହା ଲାଭ କରିଛି। ତେଣୁ ଏବେ ମୁଁ ଦେଖିବାକୁ ଚାହୁଁଛି ଯେ ତାଙ୍କ ଆଶୀର୍ବାଦ ଏଠାରେ ମଧ୍ୟ ଫଳ ଦିଏ କି ନାହିଁ।
ସୁଲତାନ ପଚାରିଲେ: ପିତାଙ୍କ ଆଶୀର୍ବାଦ? ଏହାର ଅର୍ଥ କ'ଣ?
ଧର୍ମପାଳ କହିଲେ: ମୋ ବାପା ସାରା ଜୀବନ ସଚ୍ଚୋଟତା ଏବଂ ନିଷ୍ଠାର ସହିତ କାମ କରିଥିଲେ କିନ୍ତୁ ଟଙ୍କା ରୋଜଗାର କରିପାରିଲେ ନାହିଁ।
ମରିବା ସମୟରେ, ସେ ଭଗବାନଙ୍କ ନାମ ନେଇ ମୋ ମୁଣ୍ଡରେ ହାତ ରଖି ମୋତେ ଆଶୀର୍ବାଦ କରିଥିଲେ, ଯେ ତୁମ ହାତରେ ଧୂଳି ମଧ୍ୟ ସୁନା ହୋଇଯିବ‌  ।
ଏହା କହିବା ସମୟରେ ଧର୍ମପାଳ ନଇଁ ପଡ଼ି ମାଟିରୁ ମୁଠାଏ ବାଲି ଭର୍ତ୍ତି କରି ସମ୍ରାଟ ସୁଲତାନଙ୍କ ସମ୍ମୁଖରେ ତାଙ୍କ ମୁଠା ଖୋଲି ତାଙ୍କ ଆଙ୍ଗୁଠି ମଧ୍ୟରୁ ବାଲି ପକାଇ ଦେଲେ।
ଧର୍ମପାଳ ଏବଂ ସୁଲତାନ ଉଭୟ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ହାତରେ ଏକ ହୀରା ଖଚିତ ମୁଦି ଥିଲା। ଏହା ସେହି ମୁଦି ଥିଲା ଯାହାକୁ ସୁଲତାନ ହଜାଇ ଦେଇଥିଲେ।
ମୁଦିଟି ଦେଖି ସୁଲତାନ ବହୁତ ଖୁସି ହେଲେ। ସେ କହିଲେ: ହେ ଭଗବାନ, ତୁମର ଚମତ୍କାର ଅସୀମ। ତୁମେ ମୋ ବାପାଙ୍କ ଆଶୀର୍ବାଦକୁ ସତ କଲ।
ଧର୍ମପାଳ କହିଲେ: ସେହି ଭଗବାନ ହିଁ ଜଣେ ଫକିରଙ୍କ ଆଶୀର୍ବାଦକୁ ସତ୍ୟ କରନ୍ତି।
ସୁଲତାନ ଅଧିକ ଖୁସି ହୋଇଗଲେ। ସେ ଧର୍ମପାଳଙ୍କୁ କୁଣ୍ଢେଇ ପକାଇ କହିଲେ -  ଆଜି ତୁମେ ଯାହା ମାଗିବ ମୁଁ ତୁମକୁ ତାହା ଦେବି।
ଧର୍ମପାଳ କହିଲେ - ତୁମେ ୧୦୦ ବର୍ଷ ବଞ୍ଚି ରୁହ ଏବଂ ତୁମର ପ୍ରଜାମାନଙ୍କର ଭଲ ଯତ୍ନ ନିଅ। ତୁମର ପ୍ରଜାମାନେ ଖୁସି ହୁଅ। ଏହା ବ୍ୟତୀତ ମୁଁ ଆଉ କିଛି ଚାହେଁ ନାହିଁ।
ସୁଲତାନ ଆହୁରି ଖୁସି ହୋଇଗଲେ। ସେ କହିଲେ -  ସେଠ, ମୁଁ ଆଜି ତୁମର ସମସ୍ତ ଜିନିଷ କିଣିବି ଏବଂ ତୁମେ ଯାହା ମୂଲ୍ୟ ମାଗିବ ତାହା ଦେବି!
ଯଦି ଆମ ଉପରେ ବାପାଙ୍କ ଆଶୀର୍ବାଦ ଅଛି, ତେବେ ଦୁନିଆର କୌଣସି ଶକ୍ତି ତୁମକୁ ତାଙ୍କୁ ଯେକୌଣସି ସ୍ଥାନରେ ପରାସ୍ତ କରିବାକୁ ଦେବ ନାହିଁ, ବାପାମାଆଙ୍କ ସେବା ନିଶ୍ଚିତ ଭାବରେ ପୁରସ୍କାରପ୍ରାପ୍ତ। ଆଶୀର୍ବାଦ ପରି ଆଉ କୌଣସି ଧନ ନାହିଁ।
ଯେଉଁ ବାପାମାଆ ପିଲାର ମନକୁ ବୁଝନ୍ତି ଏବଂ ଯିଏ ଭବିଷ୍ୟତକୁ ଗଢ଼ିଥାନ୍ତି, ସେମାନେ ହେଉଛନ୍ତି ବିଶ୍ୱର ଦୁଇ ଜଣ ମହାନ ଜ୍ୟୋତିଷ। ତୁମର ବଡ଼ମାନଙ୍କୁ ସମ୍ମାନ କର । ଏହା ଈଶ୍ୱରଙ୍କ ପ୍ରତି ସବୁଠାରୁ ବଡ଼ ସେବା ଅଟେ 🙏

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...