AFFILIATE MARKETING

https://binomo.com?a=90810425bb57&t=0

Saturday, August 30, 2025

ପତ୍ରପୁର ସେତୁ ନିର୍ମାଣରେ ଜମି ବିବାଦ, ହିତାଧିକାରୀଙ୍କ ସହ ଆଲୋଚନା କଲେ ଅତିରିକ୍ତ ଜିଲ୍ଲାପାଳ

ଆଳି - କେନ୍ଦ୍ରାପଡ଼ା ଜିଲ୍ଲା କଟକ ଚାନ୍ଦବାଲି ରାସ୍ତାର ଆଳି ଓ ପଟ୍ଟାମୁଣ୍ଡାଇକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ପତ୍ରପୁର ସେତୁ ପାଖରେ ଓଡିଶା ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପୋଲ ନିର୍ମାଣ ହେବାକୁ ଯାଉଛି । ଏହି ସେତୁର ନିର୍ମାଣ କାର୍ଯ୍ୟ ଏକ ଘରୋଇ ନିର୍ମାଣ କାରୀ ସଂସ୍ଥା ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଜମି ହିତାଧିକାରୀମାନଙ୍କୁ ଜମି ବିକିବା ପାଇଁ ନୋଟିସ ଦିଆଯାଇଛି । ହେଲେ ଏହି ପୋଲ ନିର୍ମାଣ ପୂର୍ବରୁ ଚାଷୀଙ୍କ ସହ କିମ୍ବା ସାଧାରଣ ଲୋକଙ୍କ ସହ ଆଲୋଚନା କରାଗଲା ନାହିଁ । ଫଳରେ ଚାଷୀମାନେ ସେମାନଙ୍କ ମୂଲ୍ୟବାନ ଚାଷ ଜମି ଓ ଘର ବାଡି ଜମି ହରାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । 

ଚାଷୀ ଅଭିଯୋଗ କରିଛନ୍ତି, ସେମାନଙ୍କ ସହ କୌଣସି ଆଲୋଚନା କରା ନଯାଇ ଠିକାଦାର ସେମାନଙ୍କ ଜମିରେ ଗାତ ଖୋଳିବା ଆରମ୍ଭ କରିଛନ୍ତି । ଏହାକୁ ଜମି ମାଲିକମାନେ ବିରୋଧ କରିଛନ୍ତି । ଏହାସହ ଏହାର ପ୍ରତିକାର ପାଇଁ ପୂର୍ବରୁ ମଧ୍ୟ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା, ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର, ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଧୀରାଜ କୁମାର ଲେଙ୍କା ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ନେଇ ପତ୍ରପୁର ନିକଟରେ ଥିବା ସୀତାରାମ ମଣ୍ଡପ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ଅଧିକାରୀ ମାନେ ଜମି ହରାଉଥିବା ହିତାଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । 

ହିତାଧିକାରୀମାନଙ୍କ କହିବା କଥା ଯେ, ଏହି ଅଞ୍ଚଳର ଥିବା ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ପୋଲ ହେଲେ ଅଞ୍ଚଳର ବିକାଶ ହେବ। କିନ୍ତୁ ଯେଉଁ ଚାଷୀମାନେ ବାସହରା ହେବେ ସେମାନଙ୍କୁ ମଧ୍ୟ କ୍ଷତିପୂରଣ ମିଳିବା ଉଚିତ । ବିକାଶ କାର୍ଯ୍ୟକୁ କେହି ରୋକିବେ ନାହିଁ । ଆଇନ୍ ଅନୁଯାୟୀ ଯେଉଁମାନେ କ୍ଷତିଗ୍ରସ୍ତ ହେବେ ସେମାନଙ୍କ କଥା ମଧ୍ୟ ବିଚାରକୁ ନିଆଯିବା ଉଚିତ । ଏହି ପୋଲ ନିର୍ମାଣ ହେଲେ ଆଳି ତହସିଲ ଅନ୍ତର୍ଗତ ଗୋପାଳପୁର ଓ ବିଲିକଣା ରାଜସ୍ବ ମୌଜାର ବହୁ ଚାଷୀ ଓ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ । ସେହିପରି ଏଠାରେ ଥିବା ରାସ୍ତା, କୃଷ୍ଣ ମନ୍ଦିର ମାଟିରେ ମିଶିଯିବ । କେତେକ ଗ୍ରାମବାସୀଙ୍କୁ ନିଜ ଭିଟାମାଟି ଛାଡିବାକୁ ପଡ଼ିବ। ଏହି ପୋଲର ଆପ୍ରୋଚ ରାସ୍ତା ନିର୍ମାଣ ହେଲେ ଉଭୟ ରାଜସ୍ବ ମୌଜାର ବହୁ ଲୋକ ବାସହରା ହେବେ । ସେମାନଙ୍କ ଚାଷଜମି ନଷ୍ଟ ହେବ । ଏହାସହ ରାଧା କୃଷ୍ଣଙ୍କ ମନ୍ଦିର ମଧ୍ୟ ଧ୍ବଂସ ହେବ। ତେଣୁ ଏହାକୁ ବିଚାରକୁ ନିଆଯାଉ। 

ନିକଟରେ ଏକ ଠିକା ସଂସ୍ଥାର କେତେକ କର୍ମଚାରୀ ଘଟଣା ସ୍ଥଳକୁ ଆସି ଚାଷୀଙ୍କ ବିନା ଅନୁମତିରେ ସେମାନଙ୍କ ଚାଷ ଜମି ଓ ଘରବାଡି ଜମିକୁ ମେସିନ ସାହାଯ୍ୟରେ ଖୋଳିଥିଲେ । ପୋଲ ନିର୍ମାଣ ହେବ ବୋଲି କହିଥିଲେ । ହେଲେ ଏନେଇ ଚାଷୀଙ୍କ ସହ ପ୍ରଶାସନ କୌଣସି ଆଲୋଚନା କରି ନଥିବା ଚାଷୀମାନେ ଠିକା ସଂସ୍ଥାକୁ କହିଥିଲେ । ହେଲେ ଠିକା ସଂସ୍ଥା ଚାଷୀମାନଙ୍କ କଥାକୁ ହେୟ ଜ୍ଞାନ କରି ଜମି ଖୋଳି କାର୍ଯ୍ୟ କରିଥିଲା । ତେଣୁ କୌଣସି ଅଘଟଣ ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବା ଉଚିତ ବୋଲି ଚାଷୀମାନେ କହିଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲିକ ପଚାରିବାରୁ କହିଲେ ଲୋକଙ୍କୁ ସ୍ୱାର୍ଥକୁ ସବୁବେଳେ ଅଗ୍ରାଧିକାର ଦିଆଯିବ । ଆଜିର ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଯେଉଁ ଚାଷୀ ଓ ହିତାଧିକାରୀ ବାସହୀନ ହେବେ ବା କ୍ଷତିଗ୍ରସ୍ତ ହେବେ ସେମାନଙ୍କୁ ନିଶ୍ଚିତ ଭାବେ କ୍ଷତିପୂରଣ ମିଳିବ।

Friday, August 29, 2025

ଆମେରିକା ରେ ଯେତେବେଳେ ରୋଷେଇ ଘର ନୀରବ ...

ଆମେରିକା ରେ ଯେତେବେଳେ ରୋଷେଇ ଘର ନୀରବ ...

ଆପଣ କେବେ ଭାବିଛନ୍ତି କି ରୋଷେଇ କେବଳ ଏକ ଘରର କାମ ନୁହେଁ? ଏହା ଏକ ଅଦୃଶ୍ୟ ସୂତ୍ର ଯାହା ପରିବାରକୁ ଏକାଠି ବାନ୍ଧି ରଖେ।

୧୯୮୦ ଦଶକରେ, ଯେତେବେଳେ ଆମେରିକୀୟ ଘରଗୁଡ଼ିକ ରୋଷେଇ କରିବା ଛାଡିବାକୁ ଲାଗିଲେ ଏବଂ ଟେକ୍ ଆଉଟ୍ ଏବଂ ରେଷ୍ଟୁରାଣ୍ଟ ଉପରେ ଅଧିକ ନିର୍ଭର କରିବାକୁ ଲାଗିଲେ, କିଛି ଅର୍ଥନୀତିଜ୍ଞ ଏକ ଚେତାବନୀ ଜାରି କଲେ: "ଯଦି ରାଜ୍ୟ ପିଲା ଏବଂ ବୃଦ୍ଧଙ୍କ ଯତ୍ନ ନିଏ, ଏବଂ ଘରୋଇ କମ୍ପାନୀଗୁଡ଼ିକ ଖାଦ୍ୟ ଯୋଗାଇ ଦିଅନ୍ତି, ତେବେ ପରିବାରର ମୂଳଦୁଆ ଦୁର୍ବଳ ହୋଇଯିବ।" ସେତେବେଳେ, ବହୁତ କମ୍ ଲୋକ ଧ୍ୟାନ ଦେଇଥିଲେ, କିନ୍ତୁ ପରିସଂଖ୍ୟାନ କାହାଣୀ କହୁଛି।

 ୧୯୭୧ ମସିହାରେ, ୭୧% ଆମେରିକୀୟ ପରିବାର ପାରମ୍ପରିକ ପରିବାର ଥିଲେ - ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନେ ଏକାଠି ରହୁଥିଲେ। ଆଜି, ସେହି ସଂଖ୍ୟା ମାତ୍ର ୨୦%କୁ ହ୍ରାସ ପାଇଛି।

ବାକି ସବୁ କୁଆଡ଼େ ଗଲା? ନର୍ସିଂ ହୋମ୍, ଭଡା ଘର, ବିଖଣ୍ଡିତ ଜୀବନ। ଏବେ ୧୫% ମହିଳା ଏକା ରହୁଛନ୍ତି, ୧୨% ପୁରୁଷ ପରିବାର ମଧ୍ୟରେ ଏକାକୀ ରହୁଛନ୍ତି, ୪୧% ପିଲା ବିବାହ ବାହାରେ ଜନ୍ମ ହୋଇଛନ୍ତି, ଏବଂ ପ୍ରଥମ ବିବାହରେ ଛାଡପତ୍ର ହାର ୫୦%, ଦ୍ୱିତୀୟରେ ୬୭% ଏବଂ ତୃତୀୟରେ ୭୪% ରହିଛି। ଏହି ପତନ ଏକ ଦୁର୍ଘଟଣା ନୁହେଁ। ଏହା ରୋଷେଇ ଘର ବନ୍ଦ କରିବାର ଲୁକ୍କାୟିତ ସାମାଜିକ ମୂଲ୍ୟ।

ଘରେ ରନ୍ଧା ଖାଦ୍ୟ କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଘରେ ଖାଦ୍ୟ କେବଳ ପୁଷ୍ଟିକର ନୁହେଁ - ଏହା ପ୍ରେମ, ବନ୍ଧନ ଏବଂ ନିଜରତା। ଯେତେବେଳେ ପରିବାରଗୁଡ଼ିକ ଟେବୁଲ ପାଖରେ ଏକାଠି ବସେ, ହୃଦୟ ନିକଟତର ହୁଏ, ପିଲାମାନେ ଜେଜେମାଆଙ୍କଠାରୁ ଜ୍ଞାନ ଗ୍ରହଣ କରନ୍ତି, ଏବଂ ସମ୍ପର୍କ ମୃଦୁ ଏବଂ ଉଷ୍ମ ହୁଏ। କିନ୍ତୁ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଏକାକୀ ଖାଆନ୍ତି, ନିଜ ଡିଭାଇସରେ ସ୍କ୍ରୋଲ୍ କରନ୍ତି, ଘରଟି ଏକ ଅତିଥିଶାଳାରେ ପରିଣତ ହୁଏ, ଏବଂ ପାରିବାରିକ ସମ୍ପର୍କ ସାମାଜିକ ଗଣମାଧ୍ୟମ "ବନ୍ଧୁ" ପରି: ଆନୁଷ୍ଠାନିକ, ଦୂରବର୍ତ୍ତୀ, ଅସ୍ଥାୟୀ।

 ବାହାରେ ଖାଇବାର ଲୁକ୍କାୟିତ ମୂଲ୍ୟ ମଧ୍ୟ ସମାନ ଭାବରେ ଚିନ୍ତାଜନକ... ନିମ୍ନମାନର ତେଲ, କୃତ୍ରିମ ସ୍ୱାଦ ଏବଂ ଫାଷ୍ଟ-ଫୁଡ୍ ନିଶା ପିଢ଼ିକୁ ସ୍ଥୂଳତା, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସହିତ ସଂଘର୍ଷ କରିବାକୁ ବାଧ୍ୟ କରିଛି - ଏପରିକି ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ। ଆଜି, କର୍ପୋରେଟଗୁଡ଼ିକ ନିଷ୍ପତ୍ତି ନିଅନ୍ତି ଯେ ଆମେ କ'ଣ ଖାଇବା ଉଚିତ, ଯେତେବେଳେ ଔଷଧ କମ୍ପାନୀଗୁଡ଼ିକ ଆମକୁ "ସୁସ୍ଥ" ରଖିବାରୁ ଲାଭ ପାଆନ୍ତି। ଆମର ଜେଜେବାପା ଦୀର୍ଘ ଯାତ୍ରାରେ ମଧ୍ୟ ଘରେ ରନ୍ଧା ଖାଦ୍ୟ ବହନ କରନ୍ତି। ଆଜି, ଆମେ ଘରେ ବସି; ତଥାପି ବାହାରୁ ଅର୍ଡର କରି ଏହାକୁ ସୁବିଧା ବୋଲି କହୁଛୁ।

ବହୁତ ଡେରି ହୋଇନାହିଁ। ଆମେ ରୋଷେଇ ଘରକୁ ପୁନର୍ଜୀବିତ କରିପାରିବା - କେବଳ ଚୁଲି ନୁହେଁ, ବରଂ ଏହା ସହିତ ଆସୁଥିବା ଉଷ୍ମତା, ସୁରକ୍ଷା, ସଂସ୍କୃତି ଏବଂ ସ୍ୱାସ୍ଥ୍ୟକୁ ମଧ୍ୟ। କାରଣ ଶୟନ କକ୍ଷ ଏକ ଘର ତିଆରି କରେ, କିନ୍ତୁ ରୋଷେଇ ଘର ଏକ ପରିବାର ତିଆରି କରେ।  ସାରା ବିଶ୍ୱରୁ ଶିକ୍ଷା ଏହି କଥାକୁ ପ୍ରମାଣିତ କରେ। ଜାପାନୀ ପରିବାରଗୁଡ଼ିକ ଏବେ ବି ଏକାଠି ରୋଷେଇ କରିବା ଏବଂ ଖାଇବାକୁ ଗୁରୁତ୍ୱ ଦିଅନ୍ତି, ଯାହା ସେମାନଙ୍କର ଜୀବନକାଳ ବିଶ୍ୱରେ ସବୁଠାରୁ ଅଧିକ ହେବାର ଏକ କାରଣ। ଭୂମଧ୍ୟସାଗରୀୟ ପରିବାରଗୁଡ଼ିକ ଭୋଜନ ସମୟକୁ ପବିତ୍ର ରୀତିନୀତି ଭାବରେ ଦେଖନ୍ତି, ଏବଂ ବୈଜ୍ଞାନିକମାନେ ଏହାକୁ ଦୃଢ଼ ପାରିବାରିକ ସମ୍ପର୍କ ଏବଂ ସୁସ୍ଥ ଜୀବନଶୈଳୀ ସହିତ ଯୋଡିଥାନ୍ତି। କର୍ପୋରେଟ୍ ନେତୃତ୍ୱ ମଧ୍ୟରେ ମଧ୍ୟ, "ଏକତ୍ର ରୁଟି ଭାଙ୍ଗିବା" ବିଶ୍ୱାସ ଏବଂ ବନ୍ଧନର ପ୍ରତୀକ ହୋଇ ରହିଛି।

ରୋଷେଇ ଘର କେବଳ ଖାଦ୍ୟ ପ୍ରସ୍ତୁତ କରିବାର ସ୍ଥାନ ନୁହେଁ। ଏହା ହେଉଛି ଯେଉଁଠାରେ ସମ୍ପର୍କକୁ ପୋଷଣ କରାଯାଏ, ପରମ୍ପରାକୁ ଆଗକୁ ବଢ଼ାଯାଏ ଏବଂ ପରିବାରଗୁଡ଼ିକୁ ଏକାଠି ରଖାଯାଇଥାଏ।
ଏକ ଇଂରାଜୀ ଲେଖାର ଓଡ଼ିଆ ଅନୁବାଦ @Deba Prasad Das

ଯୌତୁକ ଦାବିରେ ବୋହୂଙ୍କୁ ପିଆଇ ଦେଲେ ଏସିଡ୍୧୭ ଦିନର ସଂଘର୍ଷ ପରେ ମହିଳାଙ୍କ ମୃତ୍ୟୁ

୧୭ ଦିନର ସଂଘର୍ଷ ପରେ ମହିଳାଙ୍କ ମୃତ୍ୟୁ

ଅମୋରହା, ୨୯/୮: ଉତ୍ତର ପ୍ରଦେଶର ଅମୋରହାରେ ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଯୌତୁକ ଦାବି ପୂରଣ ନ ହେବାରୁ ଏସିଡ୍ ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଗୁଲ୍ ଫିଜା ନାମକ ଏହି ମହିଳା ଜଣକ ମୁରାଦାବାଦର ଏକ ହସ୍ପିଟାଲରେ ୧୭ ଦିନ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି।

ଗୁଲ୍ ଫିଜା ପ୍ରାୟ ଗୋଟିଏ ବର୍ଷ ପୂର୍ବେ ଆମରୋହାର କାଲା ଖେଡା ଗାଁର ପରଭେଜଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ତାଙ୍କ ଝିଅକୁ ତାଙ୍କ ସ୍ୱାମୀ, ଶ୍ୱଶୁର ଘର ଏବଂ ପରିବାରର ଅନ୍ୟ ସଦସ୍ୟ ଯୌତୁକ ପାଇଁ ହଇରାଣ କରୁଥିଲେ ବୋଲି ଗୁଲ୍ ଫିଜାଙ୍କ ବାପା ଫୁରକାନ୍ ଅଭିଯୋଗ କରିଥିଲେ।

ଅଗଷ୍ଟ ୧୧ ତାରିଖରେ, ଗୁଲ ଫିଜାଙ୍କ ଶ୍ୱଶୁର ଘର ଲୋକେ ଅତି ନିଷ୍ଠୁର ଭାବରେ ତାଙ୍କୁ ଏସିଡ୍ ପିଇବାକୁ ବାଧ୍ୟ କରିଥିଲେ। ତାଙ୍କୁ ତୁରନ୍ତ ମୋରାଦାବାଦର ଏକ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ସେ ୧୭ ଦିନ ପର୍ଯ୍ୟନ୍ତ ଚିକିତ୍ସାଧୀନ ରହିଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ପୋଷ୍ଟମର୍ଟମ୍ ମଧ୍ୟ ମୋରାଦାବାଦରେ କରାଯାଇଥିଲା।

ପୂର୍ବରୁ, ପୀଡିତାଙ୍କ ପିତାଙ୍କ ଅଭିଯୋଗ ପରେ, ପୋଲିସ ସ୍ୱାମୀ ପରଭେଜ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା, ଆକ୍ରମଣ ଏବଂ ଅନ୍ୟାନ୍ୟ ଅଭିଯୋଗ ସହିତ ମାମଲା ରୁଜୁ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟ ପରେ, ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ଭୁବନେଶ୍ୱର: NARI ରିପୋର୍ଟ

ଦିନରେ ୮୬% ମହିଳା ଶିକ୍ଷାନୁଷ୍ଠାନରେ ସୁରକ୍ଷିତ, କିନ୍ତୁ ରାତିରେ ଅସୁରକ୍ଷିତ

‘ଦେଶରେ ୪୦% ମହିଳା ଏବେ ବି ଅସୁରକ୍ଷିତ’

ନୂଆଦିଲ୍ଲୀ, ୨୯/୮: ନ୍ୟାସନାଲ୍ ଆନୁଆଲ୍ ରିପୋର୍ଟ ଆଣ୍ଡ ଇଣ୍ଡେକ୍ସ ୨୦୨୫ ରିପୋର୍ଟ ବା ନାରୀ ସୁରକ୍ଷା ଜାତୀୟ ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ ୨୦୨୫ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଭୁବନେଶ୍ୱରକୁ ମହିଳାମାନଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ଭାବେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ଜାତୀୟ ମହିଳା କମିଶନ (NCW) ଅଧ୍ୟକ୍ଷା ବିଜୟା ରାହତକର।

ମହିଳା ସୁରକ୍ଷା ଉପରେ ଜାତୀୟ ବାର୍ଷିକ ରିପୋର୍ଟ ଏବଂ ସୂଚକାଙ୍କ (NARI) ୨୦୨୫ ଅନୁଯାୟୀ, କୋହିମା, ବିଶାଖାପାଟଣା, ଭୁବନେଶ୍ୱର, ଆଇଜଲ, ଗ୍ୟାଙ୍ଗଟକ୍, ଇଟାନଗର ଏବଂ ମୁମ୍ବାଇ ମହିଳାଙ୍କ ପାଇଁ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବରେ ଉଲ୍ଲେଖ ରହିଛି। ସେହିପରି ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ସ୍ଥାନ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଦେଶର ୩୧ ଟି ସହରରେ ୧୨,୭୭୦ ଜଣ ମହିଳାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଯାହାର ରିପୋର୍ଟ ଗୁରୁବାର ପ୍ରକାଶ ପାଇଥିଲା। ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତମ ଭିତ୍ତିଭୂମି, ଆଲୋକ, ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି।

ସାମଗ୍ରିକ ଭାବରେ, ସର୍ଭେ କରାଯାଇଥିବା ୧୦ ଜଣ ମହିଳା ମଧ୍ୟରୁ ୬ ଜଣ ସେମାନଙ୍କ ସହରରେ “ସୁରକ୍ଷିତ” ଅନୁଭବ କରିଥିଲେ, କିନ୍ତୁ ୪୦% ଏବେ ବି ନିଜକୁ “ଏତେ ସୁରକ୍ଷିତ ନୁହେଁ” କିମ୍ବା “ଅସୁରକ୍ଷିତ” ବୋଲି ଭାଛନ୍ତି। ବିଶେଷକରି ରାତିରେ, ପରିବହନ ସ୍ଥାନ ଏବଂ ମନୋରଞ୍ଜନଧର୍ମୀ ସ୍ଥାନରେ ଅସୁରକ୍ଷିତ ମଣୁଛନ୍ତି ମହିଳା। ସେହିପରି ଦିନରେ ମହିଳାମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ୮୬ ପ୍ରତିଶତ ସୁରକ୍ଷିତ ଥିବା ବେଳେ ରାତିରେ କିମ୍ବା କ୍ୟାମ୍ପସ ବାହାରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି।

୯୧ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ସୁରକ୍ଷିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଜାଣିନାହାନ୍ତି ଯେ, ସେମାନଙ୍କ କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନା ନିବାରଣ ଆଇନ (POSH) ଲାଗୁ ହୋଇଛି କି ନାହିଁ।

କେବଳ ଏକ-ଚତୁର୍ଥାଂଶ ମହିଳା କହିଛନ୍ତି ସୁରକ୍ଷା ସମ୍ପର୍କିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ବିଶ୍ୱାସ କରନ୍ତି। ୬୯% କହିଛନ୍ତି ଯେ ବର୍ତ୍ତମାନର ସୁରକ୍ଷା ପର୍ଯ୍ୟାପ୍ତ ନାହିଁ। ୩୦% ରୁ ଅଧିକ ମହିଳା ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟସ୍ଥଳୀ ବିଫଳ ବୋଲି କହିଛନ୍ତି। ୨୦୨୪ ରେ ୭% ମହିଳା କହିଛନ୍ତି ଯେ ସେମାନେ ସାର୍ବଜନୀନ ସ୍ଥାନରେ ନିର୍ଯାତନାର‌ ଶିକାର ହୋଇଛନ୍ତି ଏବଂ ୨୪ ବର୍ଷରୁ କମ୍ ବୟସର ୧୪% ମହିଳା ଏହାର ଶିକାର ହୋଇଛନ୍ତି।

ସେହିପରି ୩୮% ପଡୋଶୀ ଏବଂ ୨୯% ସାର୍ବଜନୀନ ପରିବହନ କ୍ଷେତ୍ର ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ଆଳି ବ୍ଲକ କଳାପାହାଡ଼ ଅଞ୍ଚଳର ଶେଖ ରହେମତୁଲ୍ଲା। ସୁନ୍ଦର କାରୁକାର୍ଯ୍ୟ ତିଆରି କରି ପାଇଛନ୍ତି ଷ୍ଟେଟ୍ ଡିଜାଇନର୍ ଆୱାର୍ଡ, ରାଜ୍ୟ ବାହାରେ ହୋଇଛନ୍ତି ପ୍ରଶଂସିତ

ଆଳି ବ୍ଲକ କଳାପାହାଡ଼ ଅଞ୍ଚଳର ଶେଖ ରହେମତୁଲ୍ଲା। ସୁନ୍ଦର କାରୁକାର୍ଯ୍ୟ ତିଆରି କରି ପାଇଛନ୍ତି ଷ୍ଟେଟ୍ ଡିଜାଇନର୍ ଆୱାର୍ଡ, ରାଜ୍ୟ ବାହାରେ ହୋଇଛନ୍ତି ପ୍ରଶଂସିତ

 ବାଉଁଶରେ ତିଆରି ହୋଇଛି ସୁନ୍ଦର ସୁନ୍ଦର ଘରକରଣା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଲାଇଟ୍ ଷ୍ଟାଣ୍ଡ୍, ପେନ୍ ଷ୍ଟାଣ୍ଡ୍ ପରି ଭଳିକି ଭଳି ଘର ସଜାଇବା ସାମଗ୍ରୀ। ଦେଖିଲେ ଲାଖି ଯାଉଛି ଆଖି। ବାଉଁଶରେ ଏଭଳି ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳାପାହାଡ଼ ଅଞ୍ଚଳର ଶେଖ ରହେମତୁଲ୍ଲା। ରାଜ୍ୟ ତଥା ରାଜ୍ୟ ବାହାରେ ହାତ ତିଆରି ଉତ୍କୃଷ୍ଟ ବାଉଁଶ ସାମଗ୍ରୀ ହୋଇଛନ୍ତି ଉଚ୍ଚ ପ୍ରଶଂସିତ।

ଶେଖ ରହେମତୁଲ୍ଲା ୨୦୦୦ ମସିହାରୁ କେନ୍ଦ୍ରାପଡ଼ା ସହରରେ ଥିବା ଏକ ବେତ ତିଆରି ସାମଗ୍ରୀ ଦୋକାନରେ ଜିନିଷ ଦେଖି କାମ ଶିଖିବା ପାଇଁ ମନ ବଳାଇଥିଲେ। ଏହାପରେ ଡିଆଇସି ସହ ଯୋଗାଯୋଗ କରି ଟ୍ରେନିଂ ପାଇଁ ଅଗରତାଲ୍ଲା ଯାଇଥିଲେ। ସେଠାରୁ ଫେରିବା ପରେ ସ୍ଥାନୀୟ ଅଞ୍ଚଳରୁ ବାଉଁଶ ସଂଗ୍ରହ କରି ତାକୁ ବ୍ୟବହାର ଉପଯୋଗୀ କରିବା ପର୍ଯ୍ୟନ୍ତ ପାଣିରେ ପକାଇ ସେଥିରୁ ସରୁ ସରୁ ପାତ ବାହାର କରି ଭଳିକି ଭଳି ଜିନିଷ ତିଆରି କରୁଛନ୍ତି। ଚାହିଦା ହରାଇଥିବା ପାରମ୍ପରିକ ଜିନିଷକୁ ପୁଣି ଥରେ ସୁନ୍ଦର ଆକାର ଦେଇ ସେ ଏବେ ରାଜ୍ୟ ବାହାରେ ପ୍ରଶଂସା ସାଉଁଟିଛନ୍ତି। ଷ୍ଟେଟ ଡିଜାଇନର ଆୱାର୍ଡ ପାଇଛନ୍ତି।

ଦିନେ ବାଉଁଶରେ କେବଳ କୁଲା ବାଉଁଶିଆ ତିଆରି ହେଉଥିବା ବେଳେ ଏବେ ରହେମତୁଲ୍ଲା ବାଉଁଶକୁ ବ୍ୟବହାର କରି ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ତିଆରି କରୁଛନ୍ତି। ଲାଇଟ୍ ଷ୍ଟାଣ୍ଡ୍, ପେନ୍ ଷ୍ଟାଣ୍ଡ୍ ପରି ଭଳିକି ଭଳି ଘର ସଜାଇବା ସାମଗ୍ରୀ ତିଆରି କରୁଛନ୍ତି। ରହେମତୁଲ୍ଲାଙ୍କ ଦ୍ଵାରା ବାଉଁଶରେ ତିଆରି ଅଳଙ୍କାର ବେଶ ଆକର୍ଷଣୀୟ ଲାଗୁଛି। ସେ ସର୍ବ ଭାରତୀୟ ସ୍ତରରେ ବହୁତ ଲୋକଙ୍କ ସହ କାମ କରି ସାରିଲେଣି। ସେ ଏଯାବତ ୧୦୦ ରୁ ୧୫୦ ଜଣ ଲୋକଙ୍କୁ ଏହି ବାଉଁଶ କାମ ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ଆଉ ଏବେ ଆଳି ଅଞ୍ଚଳର ପାଖାପାଖି ୬୦ ଯୁବକ ଯୁବତୀ ପ୍ରତିଦିନ ଏହି କାମ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହୋଇଥିବା କାରଣରୁ ଏଠାରେ ମିଠା ବାଉଁଶ ମିଳେ। ରହେମତୁଲ୍ଲାଙ୍କ କହିବା ଅନୁଯାୟୀ, "ଆମ ବାରିରେ ଯେଉଁ ବାଉଁଶ ହେଉଛି ତାକୁ କାଟିକି ଆଣି ପ୍ରୋସେସିଂ କରି ଯେପରିକି ତା ଦେହରେ ପୋକ ଲାଗିବେ ନାହିଁ ତାକୁ ସଜାଡ଼ି ଅଲଗା ଅଲଗା ରଖି କ୍ରାଫ୍ଟ ମେଥଡ ଅନୁସାରେ କାମ କରୁ। ଆଗେ ବାଉଁଶ କାଟି ଆଣି ତାର ପବ(ଗଣ୍ଠି)କୁ ସାଇଜ କରି ପାତିଆ ବାହାର କରାଯାଏ।ବୁଣା କାମ ପାଇଁ ପାତିଆ ବାହାର କରାଯାଏ ଓ ସଲିଡ଼ କାମ ପାଇଁ ସିଜନିଂ କରାଯାଏ। ପାକଳ ବାଉଁଶକୁ ପାଣିରେ ପକାଇ ଅଥବା ରାସାୟନିକ ଦ୍ରଵ୍ୟ ମିଶାଇ ବାଉଁଶକୁ କାମ ପାଇଁ ପ୍ରସ୍ତୁତ କରାଯାଏ। ରହେମତୁଲ୍ଲା ଅନ୍ୟମାନଙ୍କୁ ଟ୍ରେନିଂ ଦେଇ ରୋଜଗାରକ୍ଷମ କରିବା ସହ ନିଜେ ତିଆରି କରୁଥିବା ସାମଗ୍ରୀ ବିକ୍ରୟ କରି କେଉଁ ମାସରେ ୨୫ ହଜାର ତ କେଉଁ ମାସରେ ୪୦ ରୋଜଗାର କରୁଛନ୍ତି। ହାଣ୍ଡିକ୍ରାଫ୍ଟ ଡେପୁଟି ଡାଇରେକ୍ଟର ସନ୍ତୋଷ କୁମାର ମହାନ୍ତି କୁହନ୍ତି ବାଉଁଶ କଳାରେ ସମସ୍ତଙ୍କ ଅପେକ୍ଷା ତାଙ୍କ କଳାରେ ସ୍ୱତନ୍ତ୍ରତା ରହିଛି । ଯାହା ପାଇଁ ତାଙ୍କ ତିଆରି ଜିନିଷର ଅନେକ ଚାହିଦା ରହିଛି। ଆଗକୁ ତାଙ୍କୁ ନେଇ ଏକ ଗ୍ରୁପ ସହ ଟ୍ରେନିଂ ଆରମ୍ଭ ହେବ ବୋଲି କହିଛନ୍ତି। ରହେମତୁଲ୍ଲାଙ୍କୁ ସରକାରୀ ସହାୟତା ମିଳିଲେ ସେ ଆଗକୁ ବଢ଼ି ପାରନ୍ତେ ବୋଲି କହିଛନ୍ତି।

ଜାପାନରେ ପ୍ରଧାନମନ୍ତ୍ରୀ ମୋଦି: ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଭବ୍ୟ ସ୍ୱାଗତ

ଜାପାନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ଉପରେ ନିର୍ଭର ସାରା ବିଶ୍ୱ: ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ, ୨୯/୮: ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଟୋକିଓରେ, କଳାକାରମାନଙ୍କ ସମେତ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କୁ ସାଂସ୍କୃତିକ ନୃତ୍ୟ ଏବଂ ସଙ୍ଗୀତ ସହିତ ସ୍ୱାଗତ କରିଥିଲେ।

ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ ପ୍ରଶଂସା କରିଛନ୍ତି ପ୍ରବାସୀ। ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି ବୋଲି ଭାରତୀୟମାନେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି “ନମସ୍ତେ, କୋନିଚିୱା, ଜାପାନ,” କହି ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧନ ଆରମ୍ଭ କରିଛନ୍ତି। ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ” ସାରା ବିଶ୍ୱ ଏବେ କେବଳ ଭାରତକୁ ଦେଖୁନାହିଁ, ଭାରତ ଉପରେ ନିର୍ଭର କରୁଛି। ଭାରତର ବିକାଶ ଯାତ୍ରାରେ ଜାପାନ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଆସିଛି। ମେଟ୍ରୋ ରେଳରୁ ଉତ୍ପାଦନ, ସେମିକଣ୍ଡକ୍ଟରରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ। ଜାପାନୀ କମ୍ପାନୀଗୁଡ଼ିକ ଭାରତରେ ୪୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରିଛନ୍ତି।

“ଆଜି ଭାରତରେ ରାଜନୈତିକ ସ୍ଥିରତା, ଆର୍ଥିକ ସ୍ଥିରତା, ନୀତିରେ ସ୍ୱଚ୍ଛତା ରହିଛି। ଦ୍ରୁତ ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି। ବହୁତ ଶୀଘ୍ର, ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ବିଗତ ୧୧ ବର୍ଷରେ ଭାରତର ଦ୍ରୁତ ପ୍ରଗତି ଘଟିଛି। ବିକଶିତ ଭାରତ ଗଠନ କରିବା ଆମର ସର୍ବୋଚ୍ଚ ଲକ୍ଷ୍ୟ।”

“ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ର ପରେ, ଆମେ ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ପାଇଁ ଖୋଲିବାକୁ ଯାଉଛୁ। ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀ ଆଗ୍ରହୀ ଅଛନ୍ତି। ଅଟୋ ମୋବାଇଲ୍ କ୍ଷେତ୍ରରେ ଆଗକୁ ବଢୁଛି ଭାରତ। ବିଜନେସ୍‌ ପାଇଁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ କରିଛି। ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମିଳିମିଶି କାମ କରିବା। ଭାରତ-ଜାପାନ ପାର୍ଟନରସିପ୍‌ର ଅନେକ ସମ୍ଭାବନା ଅଛି। ପରମାଣୁ କ୍ଷେତ୍ରରେ ବି ସଫଳ ସହଭାଗିତା କରିପାରିବା। ନିବେଶ ପାଇଁ ଭାରତ ଉତ୍ତମ ସ୍ଥାନ। ଭାରତରେ ପୁଞ୍ଜି ନିବେଶ କଲେ ଭଲ ରିଟର୍ଣ୍ଣ ରହିଛି” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦିଙ୍କର ଅଷ୍ଟମ ଜାପାନ ଗସ୍ତ। ୧୫ତମ ଭାରତ-ଜାପାନ ଶିଖର ବୈଠକରେ ଯୋଗଦେବେ ମୋଦି। ଏହା ପରେ ମୋଦି ଚୀନ ଗସ୍ତରେ ଯିବେ। ମୋଦି ଶେଷ ଥର ପାଇଁ ୨୦୧୮ରେ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ।

ଆଜି ସକାଳ ୧୦.୩୦ ରୁ ୧୧.୧୦ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନୀ ଏବଂ ଭାରତୀୟ ଶିଳ୍ପର ନେତାମାନଙ୍କ ସହିତ ଏକ ବ୍ୟବସାୟିକ ମିଟିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧.୩୦ ରୁ ଅପରାହ୍ନ ୧.୧୦ ମଧ୍ୟରେ ଜାପାନର ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ। ଅପରାହ୍ନ ୨.୩୦ ରୁ ୫.୧୫ ପର୍ଯ୍ୟନ୍ତ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହା ପୂର୍ବରୁ ଜେନ୍ ବୌଦ୍ଧ ମନ୍ଦିର ଶୋରିଞ୍ଜାନ-ଦାରୁମା-ଜି ପରିଦର୍ଶନ କରିବେ।

ଓଡ଼ିଆ IFS ଅଫିସର ଦିନେଶ ପଟ୍ଟନାୟକଙ୍କୁ ନୂଆ ନିଯୁକ୍ତି

କାନାଡ଼ାରେ ଭାରତର ଉଚ୍ଚାୟୁକ୍ତ ହେଲେ

ନୂଆଦିଲ୍ଲୀ, ୨୮/୮: କେନ୍ଦ୍ର ସରକାର ୧୯୯୦ ବ୍ୟାଚର ଆଇଏଫଏସ ଅଧିକାରୀ ଦିନେଶ କେ ପଟ୍ଟନାୟକଙ୍କୁ କାନାଡାରେ ଭାରତର ପରବର୍ତ୍ତୀ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ପଟ୍ଟନାୟକ ବର୍ତ୍ତମାନ ସ୍ପେନରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, ଦିନେଶ ପଟ୍ଟନାୟକ ଖୁବ୍ ଶୀଘ୍ର କାନାଡାରେ ଭାରତୀୟ ଉଚ୍ଚାୟୁକ୍ତ ଭାବରେ ତାଙ୍କର ଦାୟିତ୍ୱ ଗ୍ରହଣ କରିବେ।

୩୦ ବର୍ଷର କ୍ୟାରିୟରରେ ଓଡ଼ିଆ ଆଇଏଫଏସ ଅଫିସର ଦିନେଶ ପଟ୍ଟନାୟକ କାମ୍ବୋଡ଼ିଆ, ଲଣ୍ଡନ, ସ୍ପେନ, ଜେନେଭା, ଢାକା, ବେଜିଂ ଏବଂ ଭିଏନାରେ କାମ କରିଛନ୍ତି।

ଅକ୍ଟୋବର ୨୦୨୪ରେ, କାନାଡାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତ ବିରୋଧରେ ଅଭିଯୋଗ ଆଣିଥିଲେ। ଯାହା ପରେ ଭାରତ କାନାଡାରୁ ଏହାର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। କାନାଡା ପ୍ରଧାନମନ୍ତ୍ରୀ ଦାବି କରିଥିଲେ ଯେ କାନାଡାରେ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଅଛି, ଯାହା ଫଳରେ ଦୁଇ ରାଷ୍ଟ୍ର ମଧ୍ୟରେ ଗମ୍ଭୀର କୂଟନୈତିକ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଜବାବରେ, ଭାରତ ପ୍ରଥମେ କାନାଡାରୁ ହାଇ କମିଶନର ଏବଂ ଅନ୍ୟ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର ଘୋଷଣା କରିଥିଲା। ପ୍ରତ୍ୟାହାର ପରେ, ଭାରତ ହାଇ କମିଶନର ଷ୍ଟିୱାର୍ଟ ରସ୍ ହ୍ୱିଲର୍, ଡେପୁଟି ହାଇ କମିଶନର ପାଟ୍ରିକ୍ ହେବର୍ଟ ଏବଂ ପ୍ରଥମ ସଚିବ ମାରି କ୍ୟାଥରିନ ଜୋଲି, ଲାନ୍ ରସ୍ ଡେଭିଡ୍ ଟ୍ରାଇଟ୍ସ, ଆଡାମ ଜେମ୍ସ ଚୁଇପକା ଏବଂ ପାଉଲା ଓରଜୁଏଲାଙ୍କ ସମେତ ଛଅ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା।

ବାଲିବନ୍ଧାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ଉଦଘାଟିତ

ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଭିନ୍ନକ୍ଷମମାନଙ୍କ ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକତାକୁ ପୂରଣ କରିବ

ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୨୮/୮: ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଦିବ୍ୟାଙ୍ଗଜନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପବିତ୍ର ନୂଆଁଖାଇ ଅବସରରେ ସମ୍ବଲପୁର ବାଲିବନ୍ଧାରେ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଉଦଘାଟନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ଅବସରରେ ଉଦଘାଟିତ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଅର୍ଥସୋସ୍ ତଥା ଭିନ୍ନକ୍ଷମମାନଙ୍କ ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକତାକୁ ପୂରଣ କରିବ । ଏହି କେନ୍ଦ୍ର ପ୍ରତିଷ୍ଠା କରିଥିବାରୁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଅନ୍ତର୍ଗତ ପେନସନ ଓ ଦିବ୍ୟାଙ୍ଗଜନମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବିତରଣ କରିବା ସହ ଜିଲ୍ଲା ପ୍ରଶାସନକୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ ଶିକ୍ଷା ମନ୍ତ୍ରୀ । ସେ କହିଥଲେ ଏହି ପୁନର୍ବାସ କେନ୍ଦ୍ରରେ ଅନେକ ଅତ୍ୟାଧୁନିକ ମେସିନ ବା ଉଚ୍ଚକୋଟୀର ଉପକରଣ ଅଛି । ଏହି ମେସିନର ପରିଚାଳନା ପାଇଁ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ମିଳିବା ଦରକାର । ଏହା ଉପରେ ଏକ କର୍ମଶାଳା ଆୟୋଜନ ହେବା ଦରକାର ।

ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଆଗାମୀ ଦିନରେ ସମ୍ବଲପୁରରେ ସମସ୍ତ ଦିବ୍ୟାଙ୍ଗମାନଙ୍କ ତାଲିକା ପ୍ରସ୍ତୁତ କରାଯାଉ । ପ୍ରତିମାସରେ ବ୍ଲକ ସ୍ତରରେ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟାଯିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ପାଠପଢାର ବ୍ୟବସ୍ଥା କରାଯାଉ । ବିଶେଷ ଭାବରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କିଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ, ପାଠପଢି ଆଇଏଏସ ହୋଇପାରିବେ, ସେ ଦିଗରେ ଯୋଜନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସମାଜର ଭିନ୍ନକ୍ଷମ ପିଲାମାନଙ୍କୁ ପ୍ରଶିକ୍ଷଣ କରିବା ପାଇଁ ସେମାନଙ୍କୁ ସ୍ୱାବଲମ୍ବୀ କରିବାର ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

ଉଲ୍ଲେଖନୀୟ ଯେ ଉଦଘାଟିତ ପୁନର୍ବାସ କେନ୍ଦ୍ରରେ ଦୁଇଟି ମୁଖ୍ୟ ୟୁନିଟ୍ ରହିଛି ଯଥା – ରୋବୋଟିକ୍ ଫିଜିଓଥେରାପି ୟୁନିଟ୍ ଏବଂ ଆଡଭାନ୍ସଡ ପ୍ରୋସ୍ଥେଟିକ୍ ବା ଅର୍ଥୋଟିକ୍ ୟୁନିଟ୍ । ଏଠାରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରରେ ମୋଟ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏ ମଧ୍ୟରୁ ରୋବୋଟିକ୍ ଫିଜିଓଥେରାପି ୟୁନିଟ୍ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଏବଂ ଆଡଭାନ୍ସଡ ପ୍ରୋସ୍ଥେଟିକ୍ ବା ଅର୍ଥୋଟିକ୍ ୟୁନିଟ୍ ପାଇଁ ପ୍ରାୟ ୪.୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଆମ ସମ୍ବଲପୁର ଓ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକର ଦିବ୍ୟାଙ୍ଗ ଭାଇଭଉଣୀମାନେ ବିଶେଷ ଉପକୃତ ହେବେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ଏବଂ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପରିବେଶ ଅନୁକୁଳ ଗମନାଗମନକୁ ତ୍ୱରାନ୍ୱିତ କରୁଛି ଇ-ବସ୍

ସ୍ୱଚ୍ଛ ଓ ସ୍ମାର୍ଟ ଭବିଷ୍ୟତ

ଭୁବନେଶ୍ୱର, ୨୮/୮: ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି ।

ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି, ଯେଉଁଥିରେ ଦିଲ୍ଲୀ (୩୫୬୪), ମହାରାଷ୍ଟ୍ର (୩୨୯୬), କର୍ଣ୍ଣାଟକ (୨୨୩୬) ଏବଂ ଉତ୍ତର ପ୍ରଦେଶ (୮୫୦) ଅଗ୍ରଣୀ ରହିଛି। ଏହି ବଡ଼ ରାଜ୍ୟଗୁଡ଼ିକ ଠାରୁ ଠିକ୍ ପଛରେ ଥିବା ଓଡ଼ିଶା ସହରାଞ୍ଚଳରେ ପରିବେଶ ଅନୁକୂଳ ଗମନାଗମନ କ୍ଷେତ୍ରରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଓଡ଼ିଶା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ (୩୯୧), ଆନ୍ଧ୍ର ପ୍ରଦେଶ (୨୩୮), ଛତିଶଗଡ଼ (୨୧୫) ଏବଂ ଝାଡ଼ଖଣ୍ଡ (୪୬) କୁ ଏ କ୍ଷେତ୍ରରେ ଢେର ପଛରେ ପକାଇଛି।

କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ ପିଏମ-ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (କ୍ରୁଟ୍‍) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି, ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳକୁ “ଆମ ବସ” ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି ।

“ଆମ ବସ” ସେବାର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବା ପାଇଁ କ୍ରୁଟ୍‍ ଡିପୋ ଏବଂ ଟର୍ମିନାଲରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଉଛି, ଯେତେବେଳେ କି କ୍ୟୁଆର-ଆଧାରିତ ପେମେଣ୍ଟ, ଏନସିଏମସି କାର୍ଡ ଏବଂ ଆପ୍-ସକ୍ଷମ ବୁକିଂ ସମେତ ସ୍ମାର୍ଟ ଟିକେଟ୍ ସିଷ୍ଟମ୍ ପ୍ରବର୍ତ୍ତନ କରାଯାଉଛି। ଏହା ସହିତ, ସୁରକ୍ଷିତ, ବିଶ୍ୱସନୀୟ ଏବଂ ଯାତ୍ରୀ-କୈନ୍ଦ୍ରିକ ସେବା ପ୍ରଦାନ କରିବା ପାଇଁ କର୍ମଚାରୀମାନଙ୍କର ମାନଙ୍କର ତାଲିମ ଏବଂ ଦକ୍ଷତା ବୃଦ୍ଧି ଦିଗରେ ଉଦ୍ୟମ ଜାରିରହିଛି 

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାର ସବୁଜ ଦୃଷ୍ଟିକୋଣ ଉପରେ ଆଲୋକପାତ କରି “ଇ-ପରିବହନରେ ଓଡ଼ିଶାର ଦ୍ରୁତ ଅଗ୍ରଗତି ଉଭୟ ପରିବେଶ ଏବଂ ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା କହିଛନ୍ତି। ଇ-ବସ ଗୁଡ଼ିକର ସମ୍ପ୍ରସାରଣ କେବଳ ଜ୍ଞାନକୌଶଳର ବିଷୟରେ ନୁହେଁ-ଏହା ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନଜନକ, ସୁଲଭ ଏବଂ ପରିବେଶ ଅନୁକୂଳ ଯାତ୍ରା ପ୍ରଦାନ କରିଥାଏ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମର ପ୍ରୟାସ ହେଉଛି ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ, ସବୁଜ ଏବଂ ସ୍ଥାୟୀ ସହରୀ କେନ୍ଦ୍ର ନିର୍ମାଣ କରିବା ବୋଲି କହିଛନ୍ତି।

ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମନ୍ୱିତ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଇ-ବସ୍ ସେବା ଓଡ଼ିଶାରେ ଆଧୁନିକ ସହରାଞ୍ଚଳ ପରିବହନର ମେରୁଦଣ୍ଡ ପାଲଟିଛି। ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଟିକେଟିଂ ଏବଂ ସବୁଜ ଭିତ୍ତିଭୂମିର ମିଶ୍ରଣ ଦ୍ୱାରା ଆମେ ଗତିଶୀଳତାକୁ ଉଭୟ ସୁବିଧାଜନକ ଏବଂ ସ୍ଥାୟୀ କରୁଛୁ। ଯାତ୍ରୀମାନଙ୍କ ଉତ୍ସାହଜନକ ଆଗ୍ରହ ଦର୍ଶାଉଛି ଯେ ଓଡ଼ିଶା ସଠିକ୍ ଦିଗରେ ଏକ ଭବିଷ୍ୟତ ଆଡକୁ ଗତି କରୁଛି ଯେଉଁଠାରେ ସାର୍ବଜନୀନ ପରିବହନ ସେବା ହିଁ ପ୍ରଥମ ପସନ୍ଦ ।

ବର୍ତ୍ତମାନ ଓଡ଼ିଶାରେ ଇ-ବସ୍ ମୁଖ୍ୟତଃ ଭୁବନେଶ୍ୱର, କଟକ ଏବଂ ପୁରୀର ଯାତ୍ରୀମାନଙ୍କୁ ସେବା ପ୍ରଦାନ କରୁଛି, ଯେଉଁଠାରେ ସୁଲଭ ଏସି ଯାତ୍ରା ନାଗରିକମାନଙ୍କୁ ଘରୋଇରୁ ସାର୍ବଜନୀନ ପରିବହନକୁ ସ୍ଥାନାନ୍ତର କରିବାକୁ ଉତ୍ସାହିତ କରିଛି। ଏହି ବର୍ଦ୍ଧିତ ସ୍ୱୀକୃତି ଦର୍ଶାଉଛି ଯେ କିପରି ସବୁଜ ପଦକ୍ଷେପ ଜନସାଧାରଣଙ୍କ ସୁବିଧା ଏବଂ ଆରାମ ସହିତ ମେଳ ଖାଇପାରିବ।

ଯେହେତୁ ଓଡ଼ିଶା ଏହାର ଇ-ବସ୍ ଫ୍ଲିଟର ସମ୍ପ୍ରସାରଣ ଜାରି ରଖିଛି, ରାଜ୍ୟ ମଧ୍ୟ ନୀତି ଆୟୋଗର ୫୦,୦୦୦ ଇ-ବସ୍ ର ଜାତୀୟ ଲକ୍ଷ୍ୟ ସହିତ ମେଳ ଖାଉଛି, ଏହା ସୁନିଶ୍ଚିତ କରୁଛି ଯେ ଏହା ଭାରତର ଜଳବାୟୁ ପ୍ରତିବଦ୍ଧତାରେ ଯଥେଷ୍ଟ ଯୋଗଦାନ ଦେବା ସହିତ ଏହାର ବର୍ଦ୍ଧିତ ସହରାଞ୍ଚଳ ଜନସଂଖ୍ୟାର ପରିବହନ ଆବଶ୍ୟକତାକୁ ପୂରଣ କରିବ। ସି. ଆର୍. ୟୁ. ଟି. ର ନିରନ୍ତର ପ୍ରୟାସ, ରାଜ୍ୟ ସରକାରଙ୍କ ଦୃଢ଼ ନୀତିଗତ ସମର୍ଥନ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ଭାରତରେ ସବୁଜ ଗମନାଗମନ ପାଇଁ ଏକ ଆଦର୍ଶ ରାଜ୍ୟ ହେବା ଦିଗରେ ଅଗ୍ରସର ହେଉଛି।

Thursday, August 28, 2025

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ନୂତନ ମାନଦଣ୍ଡ ରେକର୍ଡ଼

୧୪୮ ଦିନରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣ

ପୂର୍ବ ତଟ ରେଳପଥ (ଇକୋର) ଚଳିତ ଆର୍ଥିକ ବର୍ଷର ମାତ୍ର ୧୪୮ ଦିନ ମଧ୍ୟରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣର ମାଇଲଖୁଣ୍ଟ ଅତିକ୍ରମ କରି, ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି | ଚଳିତ ଆର୍ଥିକ ବର୍ଷର ୨୬ ଅଗଷ୍ଟ ୨୦୨୫ ସୁଦ୍ଧା, ପୂର୍ବତଟ ରେଳପଥ ସଫଳତାର ସହିତ ୧୦୦.୫୫ ନିୟୁତ ଟନ୍ ପଣ୍ୟ ଅପସାରଣ କରିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ 8% ପ୍ରଭାବଶାଳୀ ଅଭିବୃଦ୍ଧି ପଞ୍ଜିକୃତ କରି – ୭.୪୩ ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି |

ରେଳ ମଣ୍ଡଳ ଗୁଡ଼ିକ ଦ୍ୱାରା ଯୋଗଦାନ:

• ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ: ୫୮.୧ ନିୟୁତ ଟନ୍

• ୱାଲଟିୟର ରେଳ ମଣ୍ଡଳ: ୨୫.୪୬ ନିୟୁତ ଟନ୍

• ସମ୍ବଲପୁର ରେଳ ମଣ୍ଡଳ: ୧୭ ନିୟୁତ ଟନ୍

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର ଲଜିଷ୍ଟିକ୍ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏହି ରେଳପଥ ପାରାଦୀପ, ବିଶାଖାପାଟଣା (ଭାଇଜାଗ୍), ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରିଥାଏ ଏବଂ ଇସ୍ପାତ, ଶକ୍ତି, ଆଲୁମିନିୟମ୍, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ପୂରଣ କରିଥାଏ | ପୂର୍ବତଟ ରେଳପଥ ଦ୍ୱାରା ପରିବହନ ହେଉଥିବା ପ୍ରମୁଖ ଦ୍ରବ୍ୟଗୁଡ଼ିକ ହେଉଛି କୋଇଲା, ଲୁହାପଥର, ଆଲୁମିନିୟମ୍, ମାଙ୍ଗାନିଜ୍ ଏବଂ ବକ୍ସାଇଟ୍ |

ଏହି ମାଇଲଖୁଣ୍ଟ କେବଳ ପୂର୍ବତଟ ରେଳପଥର କାର୍ଯ୍ୟକ୍ଷମ ଦକ୍ଷତାକୁ ନୁହେଁ, ଭାରତର ଶିଳ୍ପ ଚାହିଦା ପୂରଣ ପାଇଁ ଏହାର ବର୍ଦ୍ଧିତ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ। ଉଲ୍ଲେଖନୀୟ ଯେ, ଏହି ସଫଳତା ଆର୍ଥିକ ବର୍ଷ ୨୦୨୪-୨୫ (୧୬୦ ଦିନ) ତୁଳନାରେ ୧୨ ଦିନ ପୂର୍ବରୁ ଏବଂ ଆର୍ଥିକ ବର୍ଷ ୨୦୨୩-୨୪ (୧୭୧ ଦିନ) ତୁଳନାରେ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି।

ପଣ୍ୟ ପରିବହନ ଏବଂ ବନ୍ଦର ସଂଯୋଗୀକରଣରେ ନିରନ୍ତର ଉନ୍ନତି ମାଧ୍ୟମରେ, ପୂର୍ବତଟ ରେଳପଥ ବିଭିନ୍ନ ଶିଳ୍ପରେ ଅତ୍ୟାବଶ୍ୟକ ସାମଗ୍ରୀର ଦ୍ରୁତ ଏବଂ ସୁଗମ ପରିବହନ ସୁନିଶ୍ଚିତ କରି ଭାରତର ଆର୍ଥିକ ଅଭିବୃଦ୍ଧିର ଦୃଢ଼ ଭିତ୍ତିସ୍ଥମ୍ଭ ହୋଇ ରହିଛି।

Wednesday, August 27, 2025

ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ସ୍ଥିତି ଭୟଙ୍କର୩୧ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

୩୧ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର

ଶ୍ରୀନଗର, ୨୭/୮: ବୁଧବାର ପ୍ରବଳ ବର୍ଷା ଯୋଗୁଁ ଜମ୍ମୁର କଟରାରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୩ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ପ୍ରଭାବିତଙ୍କୁ ଖୋଜିବା ଏବଂ ସହାୟତା କରିବା ପାଇଁ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି।

ଅବିରତ ବର୍ଷା ଜମ୍ମୁ ଏବଂ କାଶ୍ମୀରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ମଧ୍ୟ ହୋଇଛି। ଏହା ସହ ପୋଲ ଭୁଶୁଡ଼ି ପଡ଼ିଛି ଏବଂ ବିଦ୍ୟୁତ ତାର ଏବଂ ମୋବାଇଲ୍ ଟାୱାର ଅତ୍ୟନ୍ତ ସାଂଘାତିକ ଭାବରେ କ୍ଷତିଗ୍ରସ୍ତ ହୋଇଛି।

ଲଗାତାର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଜଳବନ୍ଦୀ ହେବା ପରେ ମଙ୍ଗଳବାର ପର୍ଯ୍ୟନ୍ତ ୩୫୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ପ୍ରଶାସନ, ଜମ୍ମୁ ଏବଂ କାଶ୍ମୀର ପୋଲିସ, NDRF, SDRF, ଭାରତୀୟ ସେନା ଏବଂ ସ୍ଥାନୀୟ ସ୍ୱେଚ୍ଛାସେବକଙ୍କ ମିଳିତ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ବର୍ଷାରେ ଟେଲିକମ ସେବା ଭୁଶୁଡ଼ି ପଡ଼ିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଜମ୍ମୁକାଶ୍ମୀରରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଉତ୍ତର ରେଳବାଇ ୨୨ଟି ଟ୍ରେନକୁ ବାତିଲ କରିଛି।

ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ତ ଆକ୍ରମଣସାମ୍ବାଦିକଙ୍କ ସମେତ ୧୫ ମୃତ

ସାମ୍ବାଦିକଙ୍କ ସମେତ ୧୫ ମୃତ

ଗାଜା, ୨୫/୮: ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ତ ଆକ୍ରମଣ। ସୋମବାର ଦିନ ଗାଜାର ନାସେର ହସ୍ପିଟାଲ ଉପରେ ଇସ୍ରାଏଲର ଆକ୍ରମଣ ପରେ ତିନି ଜଣ ସାମ୍ବାଦିକଙ୍କ ସମେତ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ରଏଟର୍ସର ଫଟୋଗ୍ରାଫର ଥିଲେ। ସେ ହେଉଛନ୍ତି ହାତେମ୍ ଖାଲେଦ୍ ଥିଲେ।

ଗତ ସପ୍ତାହରୁ, ଇସ୍ରାଏଲର ସେନା ଗାଜା ସହରରେ ଏଭଳି ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସର ଗଡ଼ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ହମାସ ନେତାନ୍ୟାହୁଙ୍କୁ ଯୁଦ୍ଧବିରତି ଆଲୋଚନାରେ ବାଧା ସୃଷ୍ଟି କରିବାର ଅଭିଯୋଗ କରିଛି। ଟେଲିଗ୍ରାମରେ

ନେତାନ୍ୟାହୁଙ୍କ ନେତୃତ୍ୱରେ ଇସ୍ରାଏଲୀ ସୁରକ୍ଷା କ୍ୟାବିନେଟ୍ ଗାଜାରେ ସାମରିକ ଅଭିଯାନର ବିସ୍ତାରକୁ ଅନୁମୋଦନ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଇସ୍ରାଏଲୀ ସେନା ଏବଂ ହମାସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧକ୍ଷେତ୍ର ଗାଜା ସହରର ପୂର୍ଣ୍ଣ ନିୟନ୍ତ୍ରଣ ନେବା।

ଉତ୍ତେଜନାକୁ ରୋକିବା ପାଇଁ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଇସ୍ରାଏଲକୁ ଏହାର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

Tuesday, August 26, 2025

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଏହି ଜିଲ୍ଲାଗୁଡିକୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା

ଭୁବନେଶ୍ୱର, ୨୬/୮: ମଙ୍ଗଳବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆଜିଠାରୁ ଆସତା ତିନି ଦିନ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨ ଦିନ ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଅଛି। ତେଣୁ ଏହା ପ୍ରଭାବରେ ଆଜିଠାରୁ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

ଅଗଷ୍ଟ ୨୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୁ ହେଲୋ ଆଲର୍ଟ ଜାରି କରାଯାଇଛି।

ଅଗଷ୍ଟ ୨୭ ତାରିଖରେ ନୟାଗଡ଼ ଏବଂ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, ବୌଦ୍ଧ, କୋରାପୁଟ ଏବଂ ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ସମ୍ବଲପୁର, ଦେଓଗଡ, କେଓନହାର, ମୟୂରଭଞ୍ଜ, କାଲାହାଣ୍ଡି, ନବରଙ୍ଗପୁର ଏବଂ ରାୟାଗଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଗଷ୍ଟ ୨୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ନୁଆପଡା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଏବଂ ସୁନ୍ଦରଗଡରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆଶଙ୍କା ଥିବାରୁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ବଲପୁର, ଦେଓଗଡ, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ହେଲୋ ଆଲର୍ଟ ଜାରି କରାଯାଇଛି।

ଅଗଷ୍ଟ ୨୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୬ ଅଗଷ୍ଟ ରୁ ୨୯ ଅଗଷ୍ଟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Sunday, August 24, 2025

୨୫ ଏପ୍ରିଲ୍

ବିଶ୍ୱ ମ୍ୟାଲେରିଆ ଦିବସ: ମ୍ୟାଲେରିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ୨୦୦୭ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ଡବ୍ଲୁଏଚଓ ସଦସ୍ୟ ରାଷ୍ଟ୍ରମାନେ ଏହି ପଦକ୍ଷେପ ଆରମ୍ଭ କରିଥିଲେ। ୨୦୦୭ ମସିହାରୁ ଏପ୍ରିଲ ୨୫ ତାରିଖରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। ବିଭିନ୍ନ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଓ ଚିକିତ୍ସା ନିମନ୍ତେ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକଳାପ ସମେତ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରଣନୀତି ସମ୍ପର୍କରେ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ସମଗ୍ର ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ଏହି ଦିବସର ଲକ୍ଷ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ମ୍ୟାଲେରିଆ ଦିବସ ଅନ୍ୟତମ। ଅନ୍ୟ ସାତୋଟି ହେଲା, ବିଶ୍ୱ ରକ୍ତଦାତା ଦିବସ, ବିଶ୍ୱ ଟୀକାକରଣ ସପ୍ତାହ, ବିଶ୍ୱ କ୍ଷୟରୋଗ ଦିବସ, ବିଶ୍ୱ ତମାଖୁ ଦିବସ, ବିଶ୍ୱ ହେପାଟାଇଟିସ ଦିବସ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡସ୍ ଦିବସ। 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ହେମବତୀ ନନ୍ଦନ ବହୁଗୁଣା (୨୫ ଅପ୍ରେଲ ୧୯୧୯ – ୧୭ ମାର୍ଚ୍ଚ ୧୯୮୯) ଜଣେ ଭାରତୀୟ ଜାତୀୟ କଂଗ୍ରେସ ନେତ୍ରୀ ଥିଲେ ଏବଂ ୧୯୭୩ ମସିହାରେ ଅଳ୍ପ ସମୟ ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୪୨ରୁ ୧୯୪୬ ପର୍ଯ୍ୟନ୍ତ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେ ଜେଲ ଯାଇଥିଲେ।

୨. ଅଲ୍ ପାସିନୋ ଜଣେ ଆମେରିକୀୟ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା। ପାସିନୋ ୧୯୬୯ରେ ‘ମି, ନାଟାଲି’ ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ। ସେ ୯ଟି ଓସ୍କାର ଆୱାର୍ଡ଼ ପାଇଁ ମନୋନୀତ ହୋଇଥିବା ବେଳେ ଗୋଟିଏ ଜିତିଛନ୍ତି। ସେ ଟେଲିଭିଜନରେ ତାଙ୍କ କାର୍ଯ୍ୟ ପାଇଁ ଚାରିଟି ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର, ଗୋଟିଏ ବାଫ୍ଟା ପୁରସ୍କାର, ଦୁଇଟି ପ୍ରାଇମଟାଇମ୍ ଏମି ଆୱାର୍ଡ ଏବଂ ମଞ୍ଚ କାର୍ଯ୍ୟ ପାଇଁ ଦୁଇଟି ଟୋନି ପୁରସ୍କାର ଜିତିଛନ୍ତି।

୩. ହାଇଦର ଅଲ-ଆବାଦି ଜଣେ ଇରାକୀ ରାଜନେତା ଯିଏ ସେପ୍ଟେମ୍ବର ୨୦୧୪ରୁ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଇରାକର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୮ରେ ଟାଇମ୍ ମାଗାଜିନ୍ ର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଲ୍-ଆବାଦିଙ୍କୁ ସାମିଲ କରାଯାଇଥିଲା। ୧୯୯୮ମସିହାରେ ଅଲ୍-ଆବାଦିଙ୍କୁ ବ୍ରିଟେନର ବାଣିଜ୍ୟ ଓ ଶିଳ୍ପ ବିଭାଗ ପକ୍ଷରୁ ଅନୁଦାନ ମିଳିଥିଲା।

 ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଆଣ୍ଡର୍ସ ସେଲସିୟସ୍ (୨୭ ନଭେମ୍ବର ୧୭୦୧ – ୨୫ ଅପ୍ରେଲ ୧୭୪୪) ଜଣେ ସ୍ୱିଡେନ୍ ଜ୍ୟୋତିର୍ବିଜ୍ଞାନୀ, ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ଥିଲେ ସେଲ୍ସିୟସ ସ୍ୱିଡେନର ଜ୍ୟୋତିର୍ବିଜ୍ଞାନୀ ସେଣ୍ଟିଗ୍ରେଡ ତାପମାତ୍ରା ସ୍କେଲର ପ୍ରସ୍ତାବ ଦେଇଥିଲେ ଯାହାକୁ ପରେ ତାଙ୍କ ସମ୍ମାନାର୍ଥେ ସେଲ୍ସିୟସ ନାମରେ ନାମିତ କରାଯାଇଥିଲା।

୨. ମୀର ସୁଲତାନ ଖାନ (୧୯୦୩ – ୨୫ ଅପ୍ରେଲ ୧୯୬୬), ଏସିଆର ଚେସ୍ ମାଷ୍ଟର। ସେ ବ୍ରିଟିଶ ଚେସ୍ ଚାମ୍ପିୟନଶିପ୍ (୧୯୩୨)ର ଟ୍ରଫି ଜିତିଥିଲେ। ସୁଲତାନ ଖାନ୍ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହ ମଧ୍ୟ ଖେଳି ଚେସ୍ ଦୁନିଆର ଶୀର୍ଷରେ ପହଞ୍ଚିଥିଲେ।

୩. ସ୍ୱାମୀ ରଙ୍ଗନାଥାନନ୍ଦ (୧୫ ଡିସେମ୍ବର ୧୯୦୮ – ୨୫ ଅପ୍ରେଲ ୨୦୦୫) ଜଣେ ବିଶିଷ୍ଟ ଶିକ୍ଷକ ଓ ଭାରତୀୟ ଆଧ୍ୟାତ୍ମିକ ସଂସ୍କୃତିର ଅଧ୍ୟାପକ ଥିଲେ। ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି।

୪. ବ୍ରଜଭୂଷଣ ତିୱାରୀ (୧୩ ଅକ୍ଟୋବର ୧୯୪୧ – ୨୫ ଅପ୍ରେଲ ୨୦୧୨) ଜଣେ ରାଜନେତା ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ। ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାର ସାଂସଦ ମଧ୍ୟ ଥିଲେ।

 ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୧୯ – ଡାନିଏଲ ଡେଫୋଙ୍କ ଦ୍ୱାରା ପ୍ରଥମ ଇଂରାଜୀ ଉପନ୍ୟାସ ଭାବରେ ବିବେଚିତ “ରବିନ୍ସନ କ୍ରୁସୋ” ପ୍ରକାଶିତ ହୋଇଥିଲା।

୧୯୫୩ – ଫ୍ରାନ୍ସିସ୍ କ୍ରିକ୍ ଏବଂ ଜେମ୍ସ ୱାଟସନଙ୍କ ଡିଏନଏର ଡବଲ-ହେଲିକ୍ସ ଢାଞ୍ଚାର ଆବିଷ୍କାର “ପ୍ରକୃତି” ପତ୍ରିକାରେ ପ୍ରକାଶିତ ହୋଇଥିଲା।

୧୯୫୪ – ପ୍ରଥମ ସୌର ବ୍ୟାଟେରୀ ସିଲିକନରୁ ତିଆରି ହୋଇଥିଲା, ଯାହା ୬% କାର୍ଯ୍ୟକ୍ଷମ ଥିଲା।

୧୯୭୫ – ୟୁଏସଏସଆର ଭୂତଳ ପରମାଣୁ ପରୀକ୍ଷଣ କରିଥିଲା।

୧୯୮୨ – ପ୍ରଥମ ଥର ପାଇଁ ଦିଲ୍ଲୀରେ ଟେଲିଭିଜନରେ ରଙ୍ଗୀନ ପ୍ରସାରଣ ଆରମ୍ଭ ହୋଇଥିଲା।

କଟକ ନୂଆପଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ- ୨ର ଦ୍ୱିତୀୟ କ୍ୟାମ୍ପସ ପାଇଁ ଭୂମିପୂଜନ

ଏଠାରେ ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବେ ଛାତ୍ରଛାତ୍ରୀ

ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ମଧ୍ୟରେ ନୂତନ ଭବନ ନିର୍ମାଣ ହେବ: ଧର୍ମେନ୍ଦ୍ର ପ୍ରଧାନ

କଟକ, ୨୩/୮: କଟକ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ମଧୁପାଟଣା ନୂଆପଡ଼ା ଠାରେ ବହୁ ପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ -୨ର ଦ୍ୱିତୀୟ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କଟକ ବିଶେଷ ଭାବରେ ନୂଆପଡ଼ାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଆଗକୁ ଗଣେଶ ପୂଜା ଆସୁଥିବା ବେଳେ ଏହି କ୍ୟାମ୍ପସର ଶ୍ରୀଗଣେଶ ହେବା ଅଞ୍ଚଳବାସୀଙ୍କ ପାଇଁ ବଡ଼ ଉପଲବ୍ଧି । ପୂର୍ବ ସରକାରଙ୍କ ଅସହଯୋଗ କାରଣରୁ ଏହି କ୍ୟାମ୍ପସ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । କଟକର ଜନପ୍ରତିନିଧି ଏବଂ ଅଞ୍ଚଳବାସୀଙ୍କ ଉଦ୍ୟମ କାରଣରୁ ବିଜେପି ସରକାରରେ ଏହାର କାମ ଆଗେଇ ପାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ପାଖାପାଖି ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ନୂଆ ଭବନ ନିର୍ମାଣ କରାଯିବ । ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ସୁବିଧା କରାଯିବ । ଶ୍ରେଣୀଗୃହ ଏବଂ ଛାତ୍ରଛାତ୍ରୀଙ୍କୁ ଉପଯୋଗୀ ହେବା ଭଳି ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରାଯିବ, ଯ ଦ୍ୱାରା ବର୍ତ୍ତମାନ ପଢୁଥିବା ୪୦୦ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ବିଦ୍ୟାଳୟ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ । ଏହି ବିଦ୍ୟାଳୟ ଆକର୍ଷଣୀୟ ବିଦ୍ୟାମନ୍ଦିରର ରୂପ ହେବ, ଯାହା ନବ ଓଡ଼ିଶା ନିର୍ମାଣରେ ନିଜର ଗୁରୁ ଦାୟିତ୍ୱ ତୁଲାଇବ ।

ସେ ଆହୁରି କହିଛନ୍ତି ଯେ ଓଡ଼ିଆ ପିଲାମାନେ ସେତେବେଳେ ବିଶ୍ୱବିଜୟୀ ହେବେ, ଯେତେବେଳେ ସେମାନେ ସବୁ ବିଷୟକୁ ଭଲ ଭାବରେ ବୁଝିପାରିବେ । ସବୁ ବିଷୟ ଭଲ ଭାବରେ ବୁଝିବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାରେ ଦକ୍ଷ କରିବା ପାଇଁ ହେବ । ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଅବଦୁଲ କଲାମ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ମହାନ ବିଭୂତିମାନେ ନିଜ ମାତୃଭାଷାରେ ପାଠପଢି ଆମ ଦେଶକୁ ଗୌରାବାନ୍ୱିତ କରିଛନ୍ତି । ମାତୃଭାଷାରେ ପାଠ ପଢିଲେ ହିଁ ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନ ପୂରଣ ହୋଇପାରିବ । କେନ୍ଦ୍ରୀୟ ବିଦ୍ୟାଳୟ ଏ ଦିଗରେ ଅଗ୍ରଣୀ ଭୂମିକା ନେଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଜାତୀୟ ମହାକାଶ ଦିବସର ମହତ୍ୱ ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦୃଷ୍ଟିକୋଣ ଉପରେ ପଚାରିବୁଝିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ ।

ରାଜଧାନୀ ମହାବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ଦାବି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, ୨୩/୮:ରାଜଧାନୀ କଲେଜ ର ନାମ ପରିବର୍ତ୍ତନ କରି ରାଜଧାନୀ ସରକାରୀ ମହାବିଦ୍ୟାଳୟ କରିବାକୁ ରାଜଧାନୀ କଲେଜ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜଧାନୀ ମହାବିଦ୍ୟାଳୟ ଛାତ୍ର ସଂସଦ ର ପୂର୍ବତନ ସଭାପତି କହିଛନ୍ତି ଯେ ଭୁବନେଶ୍ଵର ରେ ରାଜଧାନୀ ମହାବିଦ୍ୟାଳୟ ଏକ ପୁରାତନ ସରକାରୀ ଅନୁଷ୍ଠାନ ଅଟେ । ଏହାର ଛାତ୍ର ଛାତ୍ରୀ ସଂଖ୍ୟା ୬୫୦୦ ଉର୍ଦ୍ଧ୍ବ ଅଟେ । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଅତି ଉଚ୍ଚ କୋଟିର ଅଟେ । ମହାବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ନିମନ୍ତେ ଯେଉଁ ସବୁ ମୌଳିକ ଆବଶ୍ୟକ‌ତା ଦରକାର ତାହା ଉପଲବ୍ଧ ଅଟେ। ଏହା ସତ୍ତ୍ୱେ ମହାବିଦ୍ୟାଳୟକୁ ସ୍ଵୟଂଶାସିତ ମାନ୍ୟତା ମିଳିନାହିଁ ତତ୍ ସଙ୍ଗେ ସଙ୍ଗେ ଛାତ୍ର ସମାଜର ବାରମ୍ବାର ଅନୁରୋଧ ସଙ୍ଗେ ଏହାର ନାମ ପରିବର୍ତ୍ତନ ହୋଇ ପାରି ନଥିଲା। ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପରୀକ୍ଷା ଏଠାରେ ଅନୁଷ୍ଠିତ ହୋଇଥାଏ ସେତେବେଳେ ପରୀକ୍ଷାର୍ଥୀ ମାନେ ଦ୍ଵନ୍ଦ ରେ ପଡିଥାନ୍ତି କାରଣ ରାଜଧାନୀ କଲେଜ ନାମରେ ଅନ୍ୟ ଏକ ଇଞ୍ଜିନିୟରିଂ କଲେଜ ଭୁବନେଶ୍ଵର ରେ ଅଛି । ଏଣୁ ଆଜି ମହାବିଦ୍ୟାଳୟ ଅଧକ୍ଷ ଡ଼.ସରୋଜ କାନ୍ତ ଚୌଧୁରୀ ଙ୍କ ଜରିଆରେ ସ୍ଥାନୀୟ ବିଧାୟକ ବାବୁ ସିଂ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଛାତ୍ର ଛାତ୍ରୀ ମାନେ ଦେଇଥିଲେ। ରାଜଧାନୀ କଲେଜ ର ନାମ ପରିବର୍ତ୍ତନ କରି ରାଜଧାନୀ ସରକାରୀ ମହାବିଦ୍ୟାଳୟ (Rajdhani Government College, Bhubaneswar) ରଖା ଯାଉ ବୋଲି ମୁଖ୍ୟ ଦାବୀ ଆମେ ରଖିଛୁ। ଏହି ପରିପ୍ରେକ୍ଷୀରେ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆମେ ଆଶା କରୁଛୁ ସ୍ଥାନୀୟ ବିଧାୟକ ଙ୍କ ସହଯୋଗ ରେ ଶିକ୍ଷ୍ୟା ବିଭାଗ ଏଥି ପ୍ରତି ଦୃଷ୍ଟି ଦେବେ। ଆଜିର ଏହି କାର୍ଯ୍ୟକ୍ରମ ରେ ଛାତ୍ର ନେତା ସଂଗ୍ରାମ ଦାସ, ରୁଦ୍ର ନାରାୟଣ ସାହୁ, ସୁନିଲ ବେହେରା, ରତିକାନ୍ତ ବାରିକ, ସ୍ବାଗତ ସାହୁ, ଆଦେଶ ମହାନ୍ତି, ସୌମ୍ୟରଞ୍ଜନ ସାହୁ, ଦିଭ୍ୟେଶ ସିଂ, ସୁଦାମ ସାହୁ, ଶୁଭଙ୍କର ମହାନ୍ତି, ରିତେଶ,ଦିବେସ ରାଉତ, ଶ୍ରେୟା ସାମଲ, ଇତିଶ୍ରୀ, ଶୁଭଶ୍ରୀ, କେ ଶୁଭଶ୍ରୀ, ଶ୍ରାବଣୀ ସେଠୀ, ମୋନାଲିସା ବରାଳ, ତନ୍ମୟ ପ୍ରମୁଖ ଉପସ୍ଥିତ ଥିଲେ।

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

୯୧୧ ଅଗ୍ନିଯୋଦ୍ଧା ସାମିଲ ହେଲେ ଅଗ୍ନିଶମ ବାହିନୀରେ। ଡିସେମ୍ବର ସୁଦ୍ଧା ପୂରଣ ହେବ ଖାଲିଥିବା ୩୦୦ ପଦବୀ।

ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ‘ବେଷ୍ଟ ଇନ ଦ ବିଜନେସ୍’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୮: ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ କାର୍ଯ୍ୟକ୍ଷେତ୍ରରେ ବହୁ କଠିନ ପରିଶ୍ରମ କରିଥାନ୍ତି । ସେଥିପାଇଁ ସବୁବେଳେ ଓ ସବୁ ସମୟରେ ଶାରୀରିକ ଫିଟ୍‍ ରହିବା ଆବଶ୍ୟକ । ଏ ଦିଗରେ ଆଜି ନୂଆକରି ଦାୟିତ୍ୱ ନେଉଥିବା ଓ ବିଭାଗରେ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ନିଯୋଦ୍ଧାମାନେ ସଚେତନ ରହିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ The best in business in the country ବୋଲି ସେ କହିଥିଲେ । ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୩୪୬ ଟି ଦମକଳ କେନ୍ଦ୍ର ପାଖାପାଖି ୫୦ ହଜାର କଲ୍‍ ଆଟେଣ୍ଡ କରିଛନ୍ତି । ୭୫୯୯ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି । ଏ ସମସ୍ତ କାମ ସରକାରଙ୍କ ପାଇଁ ସୁନାମ ଆଣିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ବର୍ତ୍ତମାନର ପରିବର୍ତ୍ତନଶୀଳ ପରିବେଶକୁ ନେଇ ଆମକୁ ଆହୁରି ସୁଦୃଢ଼ ହେବାକୁ ପଡ଼ିବ । ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ ବିଷୟରେ ଆମକୁ ସଜାଗ ହେବାକୁ ପଡ଼ିବ । ଏଥିପାଇଁ ଆମ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅଗ୍ନିଯୋଦ୍ଧାମାନଙ୍କ ପ୍ରଶିକ୍ଷଣର ମାନବୃଦ୍ଧି ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆମେ ଏକ ବିଶ୍ୱସ୍ତରୀୟ ସିମୁଲେଟର ପ୍ରତିଷ୍ଠା କରିବାକୁ ଯାଉଛୁ । ଏହି ସିମୁଲେଟର ମାଧ୍ୟମରେ ଆମ ଅଗ୍ନିଯୋଦ୍ଧାମାନେ ଅତ୍ୟାଧୁନିକ ପ୍ରଶିକ୍ଷଣ ଓ କଠିନ ପରିସ୍ଥିତିର ମୁକାବିଲା ପାଇଁ ଅଭ୍ୟାସ କରିପାରିବେ । ଏଥି ସହିତ କୋଣାର୍କର ରାମଚଣ୍ଡୀ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନ ରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ୧୦ କୋଟି ଟଙ୍କା ବିନିମୟରେ ସେଠାରେ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ କରାଯିବ । ଉଦ୍ଧାର କାର୍ଯ୍ୟରେ ଲିପ୍ତ ପୋଲିସ, ଅଗ୍ନିଶମ ଓ ଗୃହରକ୍ଷୀ କର୍ମଚାରୀମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶା ଅଗ୍ନିଶମ ବିଭାଗକୁ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପାଣିରେ ବୁଡି ଜୀବନ ହାନି ଘଟଣା ପ୍ରତି ସମ୍ୱେଦନଶୀଳ ହୋଇ କହିଥିଲେ ଯେ, ଜଳସୁରକ୍ଷା ପ୍ରତି ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉ । ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସନ୍ତରଣ ଶିକ୍ଷା ପ୍ରତି ସଚେତନତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରତ୍ୟେକ ଅଗ୍ନିଶମ ଗାଡ଼ିରେ ଫାଷ୍ଟଏଡ କିଟ ଓ ଆଧୁନିକ ଷ୍ଟ୍ରେଚର ରଖନ୍ତୁ, ଯାହାଦ୍ୱାରା ଅନେକ ଅମୂଲ୍ୟ ଜୀବନ ଗୋଲଡେନ ଆୱାର ଭିତରେ ବଞ୍ଚାଯାଇ ପାରିବ । ଏଥି ସହିତ ବିଭିନ୍ନ ଅନୁଷ୍ଠାନ େଯପରିକି ମେଡିକାଲ, ସ୍କୁଲ କଲେଜ କ୍ୟାମ୍ପସ, ଆପାର୍ଟମେଣ୍ଟ, ବାଣିଜ୍ୟ ଅନୁଷ୍ଠାନ ଗୁଡ଼ିକରେ ସେଠାକାର କର୍ମଚାରୀମାନଙ୍କୁ ନିଆଁକୁ ଆୟତ୍ତ କରିବା ସମ୍ୱନ୍ଧୀୟ ପ୍ରଶିକ୍ଷଣକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସେ ଆହୁରି କହିଥିଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଗ୍ନି ନିର୍ବାପନ ଓ ବିପଦ ସମୟରେ ଉଦ୍ଧାର କାର୍ଯ୍ୟର ଜ୍ଞାନ ଆହରଣ ପାଇଁ ଆବଶ୍ୟକ ସ୍ଥଳେ ଅଗ୍ନିଯୋଦ୍ଧା ଓ ଅଧିକାରୀମାନଙ୍କୁ ରାଜ୍ୟ ବାହାରକୁ ପ୍ରଶିକ୍ଷଣ ପାଇଁ ମଧ୍ୟ ପଠାନ୍ତୁ ।

ଶେଷରେ ମୁଖ୍ୟମନ୍ତ୍ରୀ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ ଯେ ରାଜ୍ୟବାସୀଙ୍କୁ ନିରାପଦ ଓ ସୁରକ୍ଷିତ ପରବେଶ ପ୍ରଦାନ କରିବା ହେଉଛି ଆପଣମାନଙ୍କ ଦାୟିତ୍ୱ । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନିଆଁ, ପାଣି, ପବନ, ଝଡ଼, ବର୍ଷା ସମସ୍ତେ ଆପଣଙ୍କ ନିକଟରେ ହାର ମାନିବେ । ଆପଣମାନେ ହୁଅନ୍ତୁ ଅଜେୟ-ଅଭେଦ୍ୟ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଗ୍ନିଯୋଦ୍ଧା ଶୀର୍ଷକ ଏକ ଥିମ୍‍ ସଙ୍ଗ ଲୋକାର୍ପିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପ୍ରଶିକ୍ଷାର୍ଥୀଙ୍କ ପରିବାର ସଦସ୍ୟ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଉପ ମହାନିରୀକ୍ଷକ ଉମାଶଙ୍କର ଦାଶ ଦୀକ୍ଷାନ୍ତ ସମାରୋହରେ ପ୍ରଶିକ୍ଷାର୍ଥୀଙ୍କୁ ଶପଥ ପାଠ କରାଇଥିଲେ ।

ବନ୍ଦ ହେବ ଆମେରିକାକୁ ଭାରତର ଡାକ ସେବା

କେବଳ ଏହି ସାମଗ୍ରୀ ଉପରେ ନାହିଁ ରୋକ

ନୂଆଦିଲ୍ଲୀ, ୨୩/୮: ଆମେରିକା ସହିତ ଭାରତ ସବୁ ପ୍ରକାର ଡାକ ସେବା ବନ୍ଦ କରିବ। ଶନିବାର ଡାକ ବିଭାଗ ଅଗଷ୍ଟ ୨୫ ତାରିଖରୁ ଆମେରିକାକୁ ସବୁ ପ୍ରକାର ଡାକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବ ବୋଲି ଘୋଷଣା କରିଛି। ଆମେରିକା କଷ୍ଟମ୍ ନିୟମରେ ପରିବର୍ତ୍ତନ କରିଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି। ଯାହା ଏହି ମାସ ଶେଷରେ କାର୍ଯ୍ୟକାରୀ କରିବ ମଧ୍ୟ।

ଆମେରିକାର ଟ୍ରମ୍ପ ପ୍ରଶାସନ ଜୁଲାଇ ୩୦ ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ସେଥିରେ ଉଲ୍ଲେଖ ଥିଲା ଯେ ୨୯ ଅଗଷ୍ଟରୁ ୧୦୦ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ଆମେରିକାରେ ଶୁଳ୍କ ଲାଗୁ ହେବ। ଏହା ପରେ ଭାରତ ଏହି ନିଷ୍ପତ୍ତି ନେଇଛି।

୮୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଆମଦାନୀ ସାମଗ୍ରୀ ପାଇଁ ଦୀର୍ଘକାଳୀନ ଶୁଳ୍କମୁକ୍ତ ସର୍ବନିମ୍ନ ଛାଡ ପ୍ରତ୍ୟାହାର କରାଯାଇଛି। ତେବେ ୧୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଚିଠି, ଡକ୍ୟୁମେଣ୍ଟ ଏବଂ ଉପହାର ସାମଗ୍ରୀ ପାଇଁ ଡାକ ସେବା ଜାରି ରହିବ।

ଶୁଳ୍କ ଯୋଗୁଁ ଆମେରିକା ସହିତ ବାଣିଜ୍ୟିକ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଡାକ ସେବାକୁ ସ୍ଥଗିତ ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହା ସହିତ, ରୁଷ ଠାରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫% ଶୁଳ୍କ ମଧ୍ୟ ଲାଗୁ କରିଛି ଆମେରିକା। ଯାହା ଫଳରେ ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି ଆମେରିକା। ଅଗଷ୍ଟ ୭ ରେ ଶୁଳ୍କର ଗୋଟିଏ ଅଂଶ ଲାଗୁ ହୋଇଥିବା ବେଳେ, ଅନ୍ୟ ଅଂଶ ଅଗଷ୍ଟ ୨୭ରେ ଲାଗୁ ହେବ।

Saturday, August 23, 2025

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଞ୍ଚ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ ହେବ । ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ।

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୮: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସଡକ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀ କରଣର ଗୁରୁଦାୟିତ୍ୱ ଏହି ବିଭାଗ ଉପରେ ନ୍ୟସ୍ତ ରହିଛି। ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ବିଭିନ୍ନ ସ୍କିମ୍ ଓ ବଜେଟ୍‌ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥରାଶିର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତ ମାନର ଗମନା ଗମନ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥିସହିତ ରାସ୍ତା ଓ ସେତୁ ଗୁଡିକର ଗୁଣବତ୍ତା ସହିତ ଏହାର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ମାନର କାମ କରୁଥିବା କଣ୍ଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପାହାଡିଆ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ଲୋକଙ୍କ ଗମନାଗମନ ପାଇଁ ଉତ୍ତମ ମାନର ରାସ୍ତା ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା କଣ୍ଟ୍ରାକ୍ଟର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକର ଆଲୋଚନାରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅଦ୍ୟାବଧି ଅନୁମୋଦନ ପ୍ରାପ୍ତ ୭୩,୯୮୪.୮୮ କିଲୋମିଟର ରାସ୍ତା ମଧ୍ୟରୁ ୭୦,୭୧୧.୨୪ କିଲୋମିଟର ରାସ୍ତା ନିର୍ମାଣ କରି ଓଡିଶା ଭାରତ ବର୍ଷରେ ଚତୁର୍ଥ ସ୍ଥାନ ହାସଲ କରିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାର୍ଗଦର୍ଶିକା ଅନୁଯାୟୀ କାମ କରାଯାଉଥିଲା। ବର୍ତ୍ତମାନ ଏହାର ଚତୁର୍ଥ ପର୍ଯ୍ୟାୟର କାମ ମଧ୍ୟ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ, ଆକାଂକ୍ଷୀ ବ୍ଲକ, ନକ୍ସଲ ପ୍ରଭାବିତ ଅଞ୍ଚଳ ମାନଙ୍କରେ ସଡକ ଓ ସେତୁ ନିର୍ମାଣ କରାଯିବ। ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନ ବସତି ପାଇଁ ୯୪୨ଟି ସଡକ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।

ସେହିଭଳି ୧୦୦ରୁ ଅଧିକ PVTG ବର୍ଗର ଜନବସତି ଗୁଡିକର ସଂଯୋଗୀ କରଣ ପାଇଁ ପିଏମ୍ ଜନମନ୍ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦୦.୩୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟବରାଦରେ ୫୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ସେତୁବନ୍ଧନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ ଟି ସେତୁ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଯଥା-ଛାତ୍ରାବାସ, ମହାବିଦ୍ୟାଳୟ ଗୃହ ନିର୍ମାଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ଇତ୍ୟାଦି ନିର୍ମାଣ କାର୍ଯ୍ୟ ମଧ୍ୟ ଜାରିରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୪୫୧ଟି ବିଭିନ୍ନ କୋଠାବାଡି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨୨୯ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ବୈଠକରେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ ଏବଂ ଇଂ ପ୍ରଦୀପ କୁମାର ଜେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନବୀନଙ୍କୁ ଭେଟିଲେ ମୋହନ

ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ଭୁବନେଶ୍ୱର, ୨୩/୮: ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ନିକଟରେ ନବୀନ ମେଡିକାଲରୁ ସୁସ୍ଥ ହୋଇ ନିଜ ବାସଭବନକୁ ଫେରିବା ପରେ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ନବୀନ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହେବା ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହା ପରେ ନବୀନଙ୍କୁ ଭେଟିବା ପାଇଁ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱର ଆସିଥିଲେ। ତେବେ ନବୀନ ସୁସ୍ଥ ହେବା ପରେ ତାଙ୍କୁ ଅନେକ ନେତା ଭେଟି ପାରନ୍ତି ବୋଲି ସୂଚନା ମିଳିଛି।

ଓଡିଶାପିଲାଙ୍କୁ ମଧ୍ୟାହ୍ନ ଭୋଜନ ନଦେଇ ଅଡ଼ୁଆରେ କର୍ତ୍ତୃପକ୍ଷ୫୬ଟି ସ୍କୁଲକୁ କାରଣ ଦର୍ଶାଅ

୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ

ବୌଦ୍ଧ, ୨୩/୮: ବୌଦ୍ଧ ଜିଲ୍ଲାର ୩ଟି ବ୍ଲକ୍‌ର ୫୬ଟି ସ୍କୁଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୩ଟି ବ୍ଲକ୍‌ର ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି ଡିଇଓ। ସେଥିମଧ୍ୟରୁ ହରଭଙ୍ଗା ବ୍ଲକ୍‌ର ୩୩ଟି, ବୌଦ୍ଧ ବ୍ଲକ୍‌ର ୧୫ଟି , କଣ୍ଟାମାଳ ବ୍ଲକ୍‌ର ୮ଟି ସ୍କୁଲ୍‌କୁ ନୋଟିସ୍‌ ଜାରି କରାଯାଇଛି।

ସିନିୟର୍ ଆସିଷ୍ଟାଣ୍ଟ କିଶୋର ସାହାଣୀ ଗିରଫଆୟଠୁ ଅଧିକ ସମ୍ପତ୍ତି ଠୁଳ

ଆୟଠୁ ଅଧିକ ସମ୍ପତ୍ତି ଠୁଳ

କଟକ, ୨୩/୮: କଟକ ସିଟି ହସ୍ପିଟାଲର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଗତ ଶୁକ୍ରବାର କିଶୋର ସାହାଣୀଙ୍କ ସହ ଜଡ଼ିତ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ସମୟରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା।

ସେଥିମଧ୍ୟରେ ଜୋବ୍ରା ନୂଆସାହିରେ ୨୫ ଶହ ବର୍ଗଫୁଟ୍‌ର ୩ ମହଲା କୋଠାଘର, ଚୌଦ୍ୱାର ପଳାସିଆରେ ୨.୫ ଏକର ଜମିରେ ବିଲଡିଂ ଓ କୁକୁଡ଼ା ଫାର୍ମ, ଖୋର୍ଦ୍ଧାର ଜଟଣୀ ଓ କଟକ ସହର ଆଖପାଖ ଅଞ୍ଚଳରେ ଥିବା ୧୯ଟି ମୂଲ୍ୟବାନ ପ୍ଲଟ, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା, ବ୍ୟାଙ୍କ ଡିପୋଜିଟ୍‌ ୫୫ ଲକ୍ଷ ୪୮ ହଜାର ଟଙ୍କା, ଗୋଟିଏ ୪ ଚକିଆ ଓ ୩ଟି ଦୁଇଚକିଆ ଯାନ, ୧୦.୫୭ ଲକ୍ଷ ଟଙ୍କାର ଗୃହସାମଗ୍ରୀ ରହିଛି। ଏହା ସହିତ ୧୩୫ ଗ୍ରାମ୍ ଓଜନର ସୁନା ଗହଣା ମଧ୍ୟ ମିଳିଥିଲା।

COASTAL NEWS

ଛାରପୋକ

ଜଣେ ରାଜା ତାଙ୍କ ଶୟନ କକ୍ଷରେ ନାର୍ପି ନାମକ ଏକ ବିଛା ପୋକ ରଖିଥିଲେ। ଯେତେବେଳେ ରାଜା ରାତିରେ ବାହାରକୁ ଯାଉଥିଲେ, ସେ ଚୋରି କରି ବାହାରକୁ ଆସୁଥିଲେ, ରାଜାଙ୍କ ରକ୍ତ ଶ...