AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ ; କେନ୍ଦ୍ରାପଡାରେ ଖୁସିର ଲହରି

COASTAL NEWS ODIA 1000

ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ ; କେନ୍ଦ୍ରାପଡାରେ ଖୁସିର ଲହରି


କେନ୍ଦ୍ରାପଡା: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି ଓ ମନୋଜ କୁମାର ବାରିକ - ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଅମଣିଆ ଭୋଗ, କେନ୍ଦ୍ରାପଡ଼ାର ଗର୍ବ ରସାବଳୀ କୁ ମିଳିଲା ବିଶ୍ଵ ପରିଚୟ, ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଖୁସିର ଲହରି ଖେଳିଯାଇଛି l 

ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ଦିନର ଦାବିକୁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଶୁଣିବା ସହ ମାନ୍ୟତା ଦେଇଥିବାରୁ କେନ୍ଦ୍ରାପଡ଼ାର ସାଧାରଣ ଜନତା ଓ ଭୋଗ ଦୋକାନୀ ଖୁସିବ୍ୟକ୍ତ କରିଛନ୍ତି। ରସାବଳୀ ଓଡିଶା ରାଜ୍ଯ କେନ୍ଦ୍ରାପଡାର ବୋଲି ମିଳିଲା GI ଟ୍ୟାଗ, ଆଜି ହେଉଛି ସାରା କେନ୍ଦ୍ରାପଡ଼ା ବାସୀଙ୍କର ଐତିହାସିକ ଦିନ ।

ଜୟ ମହାପ୍ରଭୁ, ବଡ଼ଠାକୁର, ବଡବାଡ ମଣିମା, ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଜୟ ହେଉ ।




ଆଜିର ରାଶିଫଳ

COASTAL NEWS ODIA 999 



*✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୪ ତାରିଖ ୨୦୨୩ ମସିହା(ବୁଧବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌷👉: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹ବୃଷ🌷👉: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
*✧═════•❁❀❁•═════✧*
*🌹ମିଥୁନ🌷👉: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
*✧═════•❁❀❁•═════✧*
*🌹କର୍କଟ🌷👉: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
*✧═════•❁❀❁•═════✧*
*🌹ସିଂହ🌷👉କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
*✧═════•❁❀❁•═════✧*
*🌹କନ୍ୟା🌷👉: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
*✧═════•❁❀❁•═════✧*
*🌹ତୁଳା🌷👉: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
*✧═════•❁❀❁•═════✧*
*🌹ବିଛା🌷👉: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
*✧═════•❁❀❁•═════✧*
*🌹ଧନୁ🌷👉: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
*✧═════•❁❀❁•═════✧*
*🌹ମକର🌷👉: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
*✧═════•❁❀❁•═════✧*
*🌹କୁମ୍ଭ🌷👉: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
*✧═════•❁❀❁•═════✧*
*🌹ମୀନ🌷👉: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।*
*✧═════•❁❀❁•═════✧*

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର

COASTAL NEWS ODIA 998

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର




ସ୍ଵିଡେନ - ଭଞ୍ଜ ବିହାରୀ ମହାନ୍ତି - ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା। ଫିଜିକ୍ସରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ୱିଡିଶ ଏକାଡେମୀ ତରଫରୁ ହୋଇଥିବା ଘୋଷଣା ମୁତାବକ, ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ରୟାଲ ସ୍ୱିଡିଶ ଏକାଡେମୀ କହିଛି ଯେ ବୈଜ୍ଞାନିକମାନଙ୍କୁ ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ନୋବେଲ ଦିଆଯାଉଛି। ଏକ ପରୀକ୍ଷାମୂଳକ ପ୍ରଣାଳୀ, ଯାହା ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତାର ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍‌ ପଲ୍‌ସ ଉତ୍ପନ୍ନ କରିଥାଏ।

ସେହିପରି ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।

୨୦୨୦ରେ ବିଶ୍ୱରେ ଆରମ୍ଭ ହୋଇଥିଲା କୋଭିଡ ମହାମାରୀ, ଯାହା ସାରା ବିଶ୍ୱକୁ ଗ୍ରାସିଥିଲା। ବିଶ୍ୱର ମାନବ ସମାଜ ପ୍ରତି ଏହା ବଡ଼ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଥିଲା। କରୋନା ସହ ଲଢ଼ିବା ପାଇଁ MrNA-କୋଭିଡ ଭ୍ୟାକ୍ସିନ୍ ଗବେଷଣା କ୍ଷେତ୍ରରେ କାଟାରିନ୍ ଓ ୱିଜମ୍ୟାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରଥମ ଥର ୧୯୦୧ରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ୧୯୬୮ରେ ସ୍ୱିଡେନ୍‌ର ସେଣ୍ଟ୍ରାଲ ବ୍ୟାଙ୍କ୍‌ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍‌ ସାଇନ୍ସେସ୍‌କୁ ଯୋଡ଼ିଥିଲା। ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍‌ ସହ ୧୦ ମିଲିୟନ ସ୍ୱିଡିଶ୍‌ କ୍ରୋନା (ପାଖାପାଖି ୭୫୭୬୪୭୨୭ ଟଙ୍କା)ର ନଗଦ ରାଶି ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ପୁଣ୍ୟତିଥି ଅର୍ଥାତ୍‌ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ।

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ

COASTAL NEWS ODIA 997

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍-୧ ମିଶନର ସଫଳତା ପରେ ଇସ୍ରୋର ମଙ୍ଗଳଯାନ-୨। ୨୦୧୪ ମସିହାରେ ଇସ୍ରୋର ପ୍ରଥମ ମଙ୍ଗଳ ମିଶନ ସଫଲତାପୂର୍ବକ ଶେଷ ହୋଇଥିଲା । ୯ବର୍ଷ ପରେ ବଡ଼ ଉଦ୍ଦେଶ୍ୟ ଓ ରଣନୀତି ସହିତ ମଙ୍ଗଳଯାନ-୨ ମିଶନର ଯୋଜନା କରିଛି ଇସ୍ରୋ । ମଙ୍ଗଳ କକ୍ଷରେ ପ୍ରବେଶ କରିବା ଥିଲା ମଙ୍ଗଳଯାନ-୧ ମିଶନର ଉଦ୍ଦେଶ୍ୟ । ଏବେ ମଙ୍ଗଳଯାନ-୨ ମିଶନ ଲାଲ୍ ଗ୍ରହରେ ନୂଆ ନୂଆ ଆବିଷ୍କାର କରିବ। ଇସ୍ରୋର ୨ୟ ମଙ୍ଗଳ ମିଶନର ନାମ ‘ମାର୍ସ ଅର୍ବିଟର ମିଶନ-୨’।

ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ରିପୋର୍ଟ ଅନୁସାରେ , ମଙ୍ଗଳଯାନ-୨ରେ ୪ଟି ପେଲୋଡ ସଂଲଗ୍ନ ହେବ , ଯାହା ଲାଲ୍ ଗ୍ରହ ମଙ୍ଗଳର ବାୟୁମଣ୍ଡଳ , ପରିବେଶ ଓ ଆନ୍ତଗ୍ରହୀୟ ଧୂଳିର ଅଧ୍ୟୟନ କରିବ। ଏହି ୪ଟି ପେଲୋଡରେ ରହିଛି ଗୋଟିଏ ମାର୍ସ ଅର୍ବିଟର ଡଷ୍ଟ ଏକ୍ସପେରିମେଣ୍ଟ, ଗୋଟିଏ ରେଡିଓ ଓକୁଲ୍ଟେନସନ ଏକ୍ସପେରିମେଣ୍ଟ, ଗୋଟିଏ ଏନର୍ଜେଟିକ୍ ସ୍ପେକ୍ଟ୍ରୋମିଟର ଓ ଏକ ଲାଙ୍ଗମୁଇର ପ୍ରୋବ ଆଣ୍ଡ ଇଲେକ୍ଟ୍ରିକ ଫିଲ୍ମ ଏକ୍ସପେରିମେଣ୍ଟ। ଭାରତ ପାଇଁ ମଙ୍ଗଳଯାନ-୨ ମିଶନ ଅନ୍ୟତମ ବଡ଼ ପ୍ରୋଜେକ୍ଟ ହେବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ .ସୋମନାଥ ।

ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 996

ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ



 
ଭୁବନେଶ୍ୱର - ଭଞ୍ଜ ବିହାରୀ ମହାନ୍ତି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ୨ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନ୍ସର ହସ୍ପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି। ଏହି ହସ୍ପିଟାଲ ଦ୍ବାରା ରାଜ୍ୟରେ କର୍କଟ ଚିକିତ୍ସା ସେବା ଅଧିକ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ନବୀନ। ଏହା ବ୍ୟତୀତ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ହସ୍ପିଟାଲରେ ରୋଗୀ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ।

ପୋଖରୀରୁ ବିରାଟକାୟ କୁମ୍ଭୀର ଉଦ୍ଧାର

COASTAL NEWS ODIA 995

ପୋଖରୀରୁ ବିରାଟକାୟ କୁମ୍ଭୀର ଉଦ୍ଧାର



ରାଜନଗର - ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ମହେଶ୍ଵର ବେହେରାଙ୍କ ପୋଖରୀରୁ ୧୩ ଫୁଟ ଲମ୍ବର ପୁରୁଷ କୁମ୍ଭୀରକୁ ବନବିଭାଗ ଉଦ୍ଧାର କରିଛି । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦେଶ କ୍ରମେ ସହକାରୀ ବନ ସଂରକ୍ଷକ ଗଗନବିହାରୀ ମଲ୍ଲିକଙ୍କ ନେତୃତ୍ବରେ ଫରେଷ୍ଟର ବିଜୟ ପାତ୍ର, ଫରେଷ୍ଟଗାର୍ଡ ବିଶ୍ବରଞ୍ଜନ ତରାଇ ଓ କନିକା ରେଞ୍ଜରୁ ଯଶୋବନ୍ତ ବେହେରାଙ୍କ ନେତୃତ୍ବରେ ଏହି କୁମ୍ବୀର ଧରା ଯାଇଥିଲା I  

ପୋଖରୀରୁ ବିରାଟକାୟ କୁମ୍ଭୀର  ଜାଲ ଦ୍ଵାରା ରାତି ପ୍ରାୟ  ଦୁଇଟା ସମୟରେ ଉଦ୍ଧାର କରିଥିଲେ। ସନ୍ଧ୍ୟାରେ ଏହି କୁମ୍ଭୀରଟି କାଙ୍ଗାଳି ପାତ୍ରଙ୍କ ବାଡ଼ିରେ ଶୋଇଥିବା ଦେଖି ଲୋକେ  ଭୟଭୀତ ହୋଇପଡ଼ିଥିଲେ। ଅନେକ ସମୟରେ ବ୍ରାହ୍ମଣୀ ନଦୀରୁ କୁମ୍ଭୀରଟି ଉଠିଆସି କାଙ୍ଗାଳୀ ପାତ୍ର ଓ ତାଙ୍କ ପଡୋଶୀ ମହେଶ୍ଵର ବେହେରାଙ୍କ ପୋଖରୀରେ ପଶି ଯାଉଥିଲା। ବନ କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର କରିବା ପରେ ସାତଭାୟା ବାଉଁଶଗଡ଼ ନଦୀରେ ସକାଳ ସମୟରେ ଛାଡ଼ି ଦେଇଥିଲେ ।

ସୂଚନା ଥାଉକି ଏହି ବ୍ଲକ ବ୍ରାହ୍ମଣ ସାହି  ପଞ୍ଚାୟତ ଖଣମରା ଗାଁ ନିକଟରେ ରାତିରେ ରାସ୍ତାରେ କୁମ୍ଭୀରଟିକୁ ଦେଖୁଥିଲେ । ପରେ ସେହି କୁମ୍ଭିରଟିକୁ କରିଶପୁର ନିକଟ ଖଣ୍ଡପରା ଗ୍ରାମର ବାସୁଦେବ ଭୂୟାଁଙ୍କ ଘେରି ରୁ ୭ଫୁଟ ୯ଇଞ୍ଚର ମାଈ କୁମ୍ଭାରକୁ ଗାଁ ଲୋକେ ଜାଲରେ ଧରି ସେପ୍ଟେମ୍ବର ୨୩ ତାରିଖରେ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ଏହି କୁମ୍ଭୀରଟିକୁ ବାଉଁଶଗଡ ନଦୀରେ ଛାଡ଼ି ଦେଇଥିଲା । 

ସେହିପରି ଗତ ଜୁଲାଇ ୧୯ ତାରିଖରେ ଏହି ବ୍ଲକ ମହୁଲିଆ କ୍ରିକ ନିକଟରୁ ବନ ବିଭାଗ ଜାଲ ଦ୍ଵାରା ୧୩ ଫୁଟ ୩ ଇଞ୍ଚର ପୁରୁଷ କୁମ୍ଭୀରକୁ ଉଦ୍ଧାରକରି ବାଉଁଶଗଡ଼ ନଦୀରେ ଛାଡ଼ିଦେଇଥିଲା । ଅନେକ ସମୟରେ ପୋଖରୀ ଓ ନାଳରେ କୁମ୍ଭୀର ପଶି ଆସୁଥିବାରୁ ଲୋକମାନେ ଭୟଭିତ ହୋଇପଡିଛନ୍ତି।

Tuesday, October 3, 2023

ସାପ ଧରିବା ଥିଲା ଯା’ର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ

COASTAL NEWS ODIA 994

ସାପ ଧରିବା ଥିଲା ଯା’ର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ 



ଭୁବନେଶ୍ୱର: ସାପ ଧରିବା ଥିଲା ଯାହାର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ନନପଡ଼ା ସାହିର କାଳିଆ (ଡମ୍ବୁରଧର ରାଉତରାୟ) ଭୟଙ୍କର ତଥା ଅତ୍ୟନ୍ତ ବିଷାକ୍ତ ସାପ ଧରିବାରେ ଥିଲେ ଧୁରନ୍ଧର। ଯେ କୌଣସି ବିଷାକ୍ତ ସାପ ଧରିବା ତାଙ୍କ ପାଇଁ ଥିଲା ବାଁ’ ହାତର ଖେଳ। 

କାଳିଆ କୌଣସି ସ୍ନେକ ହେଲ୍ପଲାଇନ ସଦସ୍ୟ ନୁହଁନ୍ତି, କିମ୍ୱା ସାପ ଧରିବା ନେଇ ସେ କୌଣସି ଟ୍ରେନିଂ ନେଇ ନାହାଁନ୍ତି। ସାପ ଧରିବାର କୌଶଳ ତାଙ୍କ ନିଜସ୍ୱ କଳା। ନିରାକାରପୁର ସମେତ ଆଖ ପାଖ ଗ୍ରାମରେ କାହା ଘରେ ବିଷାକ୍ତ ସାପ ପଶିଗଲେ ଖୋଜାପଡ଼ନ୍ତି କାଳିଆ। ଅତି ଭୟଙ୍କର ତଥା ବିଷାକ୍ତ ସାପ ଗୁଡ଼ିକୁ ଖୁବ୍ ସହଜରେ କାବୁ କରିନିଅନ୍ତି କାଳିଆ। 

ସାପ ଗୁଡ଼ିକୁ ଧରିବା ପରେ ନିକଟସ୍ଥ ଚିତ୍ରକୂଟ ପାହାଡ଼ ଜଙ୍ଗଲ କିମ୍ବା ଡିଆ ସ୍ଥିତ କପିଳେଶ୍ୱର ଦେବଙ୍କ ପୀଠ ନିକଟରେ ସୁରକ୍ଷିତ ଛାଡ଼ିଦିଅନ୍ତି କାଳିଆ। ଉଭୟ ଲୋକଙ୍କ ସମେତ ସାପର ଜୀବନ ବଞ୍ଚାନ୍ତି କାଳିଆ। କିନ୍ତୁ, ଆଜି ଲୋକଙ୍କ ଜୀବନ ସହିତ ସାପର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଜୀବନ ହାରିଲେ କାଳିଆ। ଧରିଥିବା ଏକ ବିଷଧର ସାପକୁ କପିଳେଶ୍ୱର ଦେବଙ୍କ ପୀଠ ନିକଟରେ ସୁରକ୍ଷିତ ଭାବରେ ଛାଡ଼ୁଥିବା ବେଳେ ସାପଟି ବୁଲିଯାଇ କାଳିଆଙ୍କୁ ଚୋଟ ମାରିଥିଲା। ଚିକିତ୍ସା ପାଇଁ କାଳିଆଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।

ଯାତ୍ରୀବାହୀ ବସ୍ ବ୍ରିଜ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ

COASTAL NEWS ODIA 993

ଯାତ୍ରୀବାହୀ ବସ୍ ବ୍ରିଜ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ



ବାଙ୍କୀ - ଭଞ୍ଜ ବିହାରୀ ମହାନ୍ତି - କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଆଜି ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ତେବେ ବସ୍‌ଟି ମହାନଦୀରେ ପଡ଼ି ନଥିଲା। ବସ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ।

ବସ୍‌ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଲଗାତର ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ ପରେ ଜଳ ଯୋଗାଣ ଠପ୍

COASTAL NEWS ODIA 992

ଲଗାତର ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ ପରେ ଜଳ ଯୋଗାଣ ଠପ୍




କଟକ - ଭଞ୍ଜ ବିହାରୀ ମହାନ୍ତି --ରାଜ୍ୟର ସବୁଠୁ ବଡ଼ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏସସିବିକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ବାହାସ୍ଫୋଟର ଉଡିଛି ଧଜ୍ଜିୟା। 12 ଘଣ୍ଟାରୁ ଅଧିକ ସମୟ ଧରି କଟକ ବଡ଼ ମେଡିକାଲରେ ପାଣି ଯୋଗାଣ ଠପ୍। ପିଇବା ପାଣି ଟୋପେ ପାଇବାକୁ ଡହଳ ବିକଳ ହେଲେ ରୋଗୀ ଓ ସମ୍ପର୍କୀୟ। ବୋତଲ ପାଣି କିଣି ପିଇବାକୁ ବାଧ୍ୟ ହେଲେ ଗରିବ ରୋଗୀ। ନିତ୍ୟ କର୍ମ ପାଇଁ ମହାନଦୀକୁ ଗଲେ ସମ୍ପର୍କୀୟ। ଲଗାତର ଦୁଇ ଦିନ ବିଦ୍ୟୁତ କାଟ ଯୋଗୁଁ ଛଟପଟ ହେବା ପରେ ପାଣି ଅଭାବରୁ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ରୋଗୀ ଓ ସମ୍ପର୍କୀୟ।

ୱାଟକୋର କହିବା ହେଲା ପାଇପ୍ ମରାମତି କାମ ଚାଲିଥିବାରୁ ପାଣି ଯୋଗାଣ ବନ୍ଦ କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯଦି ପାଇପ୍ ମରାମତି କରାଯାଉଥିଲା ଏହି ବିଶ୍ବସ୍ତରୀୟ ହସପିଟାଲରେ ପାଣି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇନଥିଲା କାହିଁକି। ହଜାର ହଜାର ଗୁରୁତର ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ କେମିତି ଏତେ ଖାମଖିଆଲ ହୋଇପାରିଲେ ଏସସିବି କର୍ତ୍ତୃପକ୍ଷ। 12 ଘଣ୍ଟାରୁ ଅଧିକ ସମୟ ପାଣି ଯୋଗାଣ ବନ୍ଦ ରହିଲା ଏହାକୁ ଏତେ ହାଲକା ଭାବରେ  କେମିତି ନେଲା ୱାଟକୋ। କାହିଁକି ବିକଳ୍ପ ପାଣି ଯୋଗାଣ ବ୍ୟବସ୍ଥା ଏସସିବିରେ ନାହିଁ ଏହାର ଜବାବ ରଖିବେ କି ସ୍ଥାନୀୟ ବିଧାୟକ।

ଶନିବାର 11 ଘଣ୍ଟା ଓ ରବିବାର ଲଗାତାର 6 ଘଣ୍ଟା ବିଦ୍ୟୁତ୍ କାଟ ଯୋଗୁଁ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ରୋଗୀ ସେବା। ଗରମ ଗୁଳୁୁଗୁଳିରେ ଛଟପଟ୍ ହୋଇପଡ଼ିଥିଲେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ମୋବାଇଲ ଫୋନର ଫ୍ଲାସ୍ ଲାଇଟରେ କରାଯାଇଥିଲା ରୋଗୀ ସେବା। ଏକ୍ସରେ, ଏମଆରଆଇ ଓ ସିଟି ସ୍କାନ ପରି ବିଦ୍ୟୁତ ଚାଳିତ ପରୀକ୍ଷା ମଧ୍ୟ ବନ୍ଦ ହୋଇଯାଇଥିଲା। ତା ପରେ ବି ଚେତିଲେନି ମେଡିକାଲ କର୍ତ୍ତୃପକ୍ଷ। ବିଶ୍ବସ୍ତରୀୟ ହସପିଟାଲରେ କେମିତି ବିଦ୍ୟୁତ ଓ ପାଣି ପାଇଁ କରାଯାଇନି ବ୍ୟାକ୍ ଅପ ବ୍ୟବସ୍ଥା। କଟକ ବଡ଼ ମେଡିକାଲର ଏହି ବିକଳ ଚିତ୍ର ଏସସିବିକୁ ଏମ୍ସ ପ୍ଲସ୍ ହସପିଟାଲ କରିବା ନେଇ ବିଜେଡି ସରକାରଙ୍କ ସବୁ ବାହାସ୍ଫୋଟର ଖୋଲିଦେଇଛି ପୋଲ।

ଭୁବନେଶ୍ୱର ଲୋକସେବା ଭବନରେ ନିଆଁ

COASTAL NEWS ODIA 991

ଭୁବନେଶ୍ୱର ଲୋକସେବା ଭବନରେ ନିଆଁ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଯାଇଛି। ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି। ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା  ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ରାଜସ୍ୱ ବିଭାଗ କୋଠାରେ କେହି କର୍ମଚାରୀ ଥିଲେ ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ  ଅଗ୍ନିଶମ ବାହିନୀ  ନିଆଁକୁ ଆୟତ୍ତ କରିବା ଉଦ୍ୟମ ଚଳାଇଛନ୍ତି।

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା

COASTAL NEWS ODIA 990

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା



 
ଭୁବନେଶ୍ୱର,୩।୧୦ :ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ ତଦନ୍ତ କରାଯାଇଥିବାବେଳେ ସୋମବାର ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ପିତା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀ ଓ ଶିଶୁକନ୍ୟାଙ୍କ ନମୁନା ସଂଗ୍ରହ କରିଥିଲା। 

ପୋଲିସ ପକ୍ଷରୁ ଏହି ନମୁନା ମଙ୍ଗଳବାର ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ)କୁ ପଠାଯିବ। ଏହାର ୨ରୁ ୩ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଡିଏନ୍‌ଏ ଟେଷ୍ଟ୍‌ କରାଯିବାକୁ ପ୍ରାଣକୃଷ୍ଣ ଦାବି କରିବାରୁ ପୋଲିସ ଏନେଇ କୋର୍ଟରେ ଆବେଦନ କରିଥିଲା। ୨ଦିନ ତଳେ କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। 

ଉଲ୍ଲେଖଯୋଗ୍ୟ, ପୁଅ ହୋଇଥିବା କହି ଝିଅ ଦେଇଥିବା ନେଇ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରି ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ। ଏପରିକି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଶିଶୁକୁ ନେବେ ନାହିଁ ବୋଲି ଅଡି ବସିଥିଲେ। 

ଘଟଣା ପରେ ହସ୍ପିଟାଲର ଏକ ଟିମ୍‌ ତଦନ୍ତ କରି ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଥିଲେ। କିନ୍ତୁ ଲେବର ରୁମ୍‌ର ଜଣେ ଆଟେଣ୍ଡାଣ୍ଡ୍‌ ଭୁଲ୍‌ରେ ପୁଅ ହୋଇଥିବା କହିଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯିବା ସହ ଦାୟିତ୍ୱରେ ଅବହେଳା ପାଇଁ ସମ୍ପୃକ୍ତ ଲେବର ରୁମ୍‌ର ଆଟେଣ୍ଡାଣ୍ଟଙ୍କୁ ଗତ ବୁଧବାର ସସ୍‌ପେଣ୍ଡ କରିଥିଲେ।

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

COASTAL NEWS ODIA 989

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ



କନ୍ଧମାଳ - ଭଞ୍ଜ ବିହାରୀ ମହାନ୍ତି - ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ଜଳିଯାଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ।

ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ପ୍ରବଳ ଧୂଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ସର୍ଟ ସର୍କିଟ ଯୋଗୁ ଗୋଦାମରେ ଅଗ୍ନକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ କିପରି ଗୋଦାମରେ ଲାଗିଲା ତାର କାରଣ ଜଣାପଡ଼ି ନାହିଁ।

ଗୋଦାମ ମାଲିକ ଅନନ୍ତ କୁମାର ଦାସ କହିଛନ୍ତି, ଆଜି ସକାଳେ ଝାଡ଼ୁଦାର ଗୋଦମରେ ନିଆଁ ଲାଗିଥିବା ମୋତେ ଜଣାଇଥିଲା। ମୁଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲି। ସେମାନେ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।

ମହାରାଷ୍ଟ୍ରର ଡାକ୍ତରଖାନାରେ ଦିନକରେ ୧୨ ନବଜାତକଙ୍କ ସହ ୨୪ ମୃତ

COASTAL NEWS ODIA 988

ମହାରାଷ୍ଟ୍ରର ଡାକ୍ତରଖାନାରେ ଦିନକରେ ୧୨ ନବଜାତକଙ୍କ ସହ ୨୪ ମୃତ

ଘଟଣାର ତଦନ୍ତ ନିର୍ଦେଶ ଦେଲେ ମହାରାଷ୍ଟ୍ର ସରକାର




 
ମୁମ୍ବଇ : ଭଞ୍ଜ ବିହାରୀ ମହାନ୍ତି - ମହାରାଷ୍ଟ୍ର ନାନ୍ଦେଡ ଜିଲାର ସଙ୍କରରାଓ ଚଭନ ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟା ମଧ୍ୟରେ ୧୨ଜଣ ନବଜାତକଙ୍କ ସହିତ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଔଷଧ ଅଭାବରୁ ଏହି ରୋଗୀ ମୃତ୍ୟୁ ଘଟିଛି। ଡାକ୍ତରଖାନାର ଡିନ କହିଛନ୍ତି ଯେ ୧୨ଜଣ ନବଜାତକଙ୍କ ମଧ୍ୟରୁ ୬ଜଣ ପୁଅ ଓ ୬ଜଣ ଝିଅ। ସେହିପରି ପ୍ରାଣ ହରାଇଥିବା ଅନ୍ୟ ୧୨ଜଣ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ଏଥିରୁ କେତେକ ସାପ କାମୁଡା ଜନିତ ଅସୁସ୍ଥ ଥିଲେ। 

ଏହି ଡାକ୍ତରଖାନାଟି ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ୭୦ରୁ ୮୦ କିମି ଦୂର ଅଞ୍ଚଳରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଅନେକ ସମୟରେ ଏହାର ଧାର୍ଯ୍ୟ ସୀମା ଅତିକ୍ରମ କରିଥାଏ। ରୋଗୀସଂଖ୍ୟା ଅଧିକ ହୋଇଯାଉଥିବାରୁ ସେମାନଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧର ଅଭାବ ଦେଖାଯାଇଥାଏ।

ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଏନସିପି ସରକାରଙ୍କୁ ସମାଲୋଚନା କରିଛି। ଏନସିପି ମୁଖପାତ୍ର ବିକାଶ ଲୱଣ୍ଡେ କହିଛନ୍ତି ଯେ ସରକାର ନିଜର ବିଜ୍ଞାପନ ବାବଦରେ ଅର୍ଥ ବ୍ୟୟ କରୁଥିବାବେଳେ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇ ପାରୁ ନାହାନ୍ତି। ସେହିପରି ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା ରୋଗୀଙ୍କ ମୃତ୍ୟୁ ନୁହେଁ ବରଂ ରୋଗୀମାନଙ୍କୁ ହତ୍ୟା କରାଯାଇଛି। ଅଗଣତାନ୍ତ୍ରିକ ଉପାୟରେ ଗଠିତ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ରୋଗୀ ମୃତ୍ୟୁ ହୋଇଛି।

ଅନ୍ୟ ପକ୍ଷରେ ମହାରାଷ୍ଟ୍ର ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି।

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

COASTAL NEWS ODIA 987

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ



ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆଜି ଟାଉନ ହଲ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ କାର୍ଯକ୍ରମ ରେ ଯୋଗ ଦେଉଥିବା ବରିଷ୍ଠ ନାଗରିକ ମାନଙ୍କର ପଞ୍ଜୀକରଣ କରାଯାଇଥିଲା। ପରେ ପରେ ଯୋଗ ଗୁରୁଙ୍କ ତତ୍ବାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଗଳା,ନାସା ଓ କର୍ଣ, ମେଡିସନ, ଗେରିଆଟ୍ରିକ ଓ ସାଧାରଣ ବିଭାଗ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା । 

ସ୍ବାସ୍ଥ୍ୟ ପରୀକ୍ଷା ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପରିବେଷଣ କରଯାଇଥୁଲା । ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ,ବ୍ରହ୍ମପୁର ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଥିବା ବେଳେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ,vଜିଲ୍ଲା ପରିଷଦ, ଗଜପତି, ଶ୍ରୀଯୁକ୍ତି ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତି, ଡ଼.ଗୁଣନିଧୂ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ, ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି, ଡଃ. ପ୍ରଦୀପ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ,ଗଜପତି, ଶ୍ରୀଯୁକ୍ତ ବନମାଳୀ ଶତପଥୀ, ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ସମ୍ମାନନୀୟ ଅତିଥ୍ ଭାବେ ଅଂଶ ଗ୍ରହଣ କରିଥିଲେ। 

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶ୍ରୀଯୁକ୍ତ ଲକ୍ଷ୍ମୀନୃସିଂହ ରଥ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ କମିଟି ତରଫରୁ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ସମ୍ମାନୀୟ ଅତିଥ୍‌ ଭାବେ ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ,ଉପ-ଜିଲ୍ଲାପାଳ,ପାରଳାଖଣ୍ଡି, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଗଜପତି ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। 

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା ଏଥ୍‌ରେ ୧୮ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥ୍‌ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରା ଯାଇଥିଲା। 

କାର୍ଯକ୍ରମରେ ଯୋଗ ଦେଇଥିବା ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ ନିମନ୍ତେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର, ପାରଳାଖେମୁଣ୍ଡି ଓ ସଙ୍କଟ ତାରିଣୀ ନୃତ୍ୟ କଳା ସଂସଦ, ଯାଜପୁର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମୁଦାୟ ୩୦୭ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ତଦନୁରୂପ ଗୋସାଣୀ ବ୍ଲକ ଅନ୍ତର୍ଗତ ବି.ସୀତାପୁର ଠାରେ ଅନୁଷ୍ଠିତ ଆଶ୍ରା ଜରାଶ୍ରମ ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଅଛି ।

ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ ପଥର କାଢ଼ିଲେ ଲୋକୋ ପାଇଲଟ୍‌

COASTAL NEWS ODIA 986

ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ ପଥର କାଢ଼ିଲେ ଲୋକୋ ପାଇଲଟ୍‌



ରାଜସ୍ଥାନ - ଭଞ୍ଜ ବିହାରୀ ମହାନ୍ତି - ରାଜସ୍ଥାନର ଭିଲ୍‌ଓ୍ଵାଡାରେ ସୋମବାର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଟ୍ରେନ୍‌ ନିଜ ଗତିରେ ଟ୍ରାକ୍‌ରେ ଦୌଡ଼ୁଥିବା ବେଳେ ଲୋକୋ ପାଇଲଟ୍‌ ହଠାତ୍‌ ଏମରଜେନ୍ସି ବ୍ରେକ୍‌ ମାରି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।

ଟ୍ରେନ୍‌ରୁ ଓହ୍ଲାଇ ଲୋକୋ ପାଇଲଟ୍‌ ଟ୍ରାକ୍‌ ଉପରେ ପଡ଼ିଥିବା ପଥର ଓ ଲୁହା ରଡ୍‌କୁ ହଟାଇଥିଲେ। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ସକାଳ ୯ଟା ୫୫ ମିନିଟ୍‌ର ବୋଲି କୁହାଯାଉଛି।

ସୂଚନା ରହିଛି, ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦୟପୁରରୁ ଜୟପୁର ଅଭିମୁଖେ ଦୌଡ଼ୁଥିଲା। କିନ୍ତୁ ଏହି ଟ୍ରାକ୍‌ର ଗଙ୍ଗରାର୍‌-ସୋନିଆନା ଡିଭିଜନ୍‌ର ଜୋଗଲ୍‌ ପ୍ଲେଟ୍‌ରେ କିଛି ପଥର ଏବଂ ୨ ଫୁଟ୍‌ର ଲୁହା ରଡ୍‌ ରଖାଯାଇଥିଲା। ଆଶ୍ୱସ୍ତୀକର କଥା ଯେ ଠିକ୍‌ ସମୟରେ ଲୋକୋ ପାଇଲଟ୍‌ ଏମରଜେନ୍ସି ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଏହାପରେ ସେ ନିଜେ ଟ୍ରାକ୍‌ ଉପରେ ପଡ଼ିଥିବା ପଥରଗୁଡ଼ିକୁ ହଟାଇଥିଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ରେଳ ଧାରଣା ଉପରେ କିଛି କିଛି ଦୂରରେ ଛୋଟ ଛୋଟ ପଥର ରଖାଯାଇଛି। ଟ୍ରେନ୍‌ରୁ ଓହ୍ଲାଇ ଲୋକୋ ପାଇଲଟ୍‌ ପଥରଗୁଡ଼ିକୁ ହଟାଉଛନ୍ତି।

କହି ରଖୁଛୁ, ଏହି ଟ୍ରେନ୍‌ ଟ୍ରାଏଲ୍‌ ସମୟରେ ମଧ୍ୟ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଚିତ୍ତୋର୍‌ ଷ୍ଟେସନଠାରୁ ୨ କିମି ଦୂରରେ ଏକ ପଶୁ ଧକ୍କା ହେବାରୁ ଟ୍ରେନ୍‌ ଇଞ୍ଜିନର ସମ୍ମୁଖ ଭାଗ ନୋଜ୍‌ ପ୍ୟାନେଲ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦୟପୁର, ଚିତ୍ତୋରଗଡ଼, ଭିଲଓ୍ଵାଡା, ଅଜମେର୍‌ ଓ ଜୟପୁର ଦେଇ ଯାଇଥାଏ।

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ

COASTAL NEWS ODIA 985

ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଇନଷ୍ଟା ମେସଜିଂ ପ୍ଲାଟଫର୍ମ ହ୍ୱାଟସଆପ୍‌ ଭାରତରେ ୭୪.୨ ଲକ୍ଷ ଆକାଉଣ୍ଟକୁ ଅଗଷ୍ଟ ମାସରେ ବ୍ୟାନ କରିଛି। ସେପ୍ଟେମ୍ବର ମାସରେ ବ୍ୟାନ ହୋଇଥିବା ଆକାଉଣ୍ଟ ତୁଳନାରେ ଏହା ୨ ଲକ୍ଷ ଅଧିକ। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ୨୦୨୧ ଆଧାରରେ ହ୍ୱାଟସଆପ୍‌ ସନ୍ଦିଗ୍ଧ ଆକାଉଣ୍ଟଗୁଡ଼ିକ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟାନ ହୋଇଥିବା ମୋଟ ୭୪ ଲକ୍ଷ ଆକାଉଣ୍ଟ ମଧ୍ୟରୁ ୩୫,୦୬,୯୦୫ଟି ଆକାଉଣ୍ଟ ବିରୋଧରେ କୌଣସି ଅଭିଯୋଗ ନଥିଲା। କିନ୍ତୁ ଏହି ଆକାଉଣ୍ଟଗୁଡ଼ିକ ହ୍ୱାଟସଆପ୍‌ର ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବାରୁ, ସେଗୁଡ଼ିକୁ ବନ୍ଦ କରାଯାଇଛି।

ମେଟା ମାଲିକାନାରେ ଥିବା ହ୍ୱାଟସଆପ୍‌ ସେପ୍ଟେମ୍ବର ମାସରେ ୭୨.୨୮ ଲକ୍ଷ ଆକାଉଣ୍ଟ ବନ୍ଦ କରିଥିଲା। ଏହା ମଧ୍ୟରେ ନିଜ ଆଡ଼ୁ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆକାଉଣ୍ଟ ସଂଖ୍ୟା ୩.୧ ଲକ୍ଷ ରହିଥିଲା।

ସୁରକ୍ଷା, ନିୟମ ଉଲ୍ଲଙ୍ଘନ ଓ ବିଭିନ୍ନ କାରଣ ପାଇଁ ହ୍ୱାଟସଆପ ଏପରି ପଦକ୍ଷେପ ନେଇଥିବା କହିଛି। କମ୍ପାନୀର ଇଞ୍ଜିନିୟର, ତଥ୍ୟ ବିଶ୍ଲେଷକ ଓ ଅନ୍ୟ କର୍ମଚାରୀଙ୍କ ସମସ୍ତ ପ୍ରକାରର ତଦନ୍ତ ପରେ କମ୍ପାନୀ ଆକାଉଣ୍ଟଗୁଡ଼ିକ ବନ୍ଦ କରିଛି। 

Monday, October 2, 2023

ଏହି ଦିନ ଧ୍ୱଂସ ହେବ ପୃଥିବୀ, ତାରିଖ ଘୋଷଣା କଲା ନାସା

COASTAL NEWS ODIA 984

ଏହି ଦିନ ଧ୍ୱଂସ ହେବ ପୃଥିବୀ, ତାରିଖ ଘୋଷଣା କଲା ନାସା



ଓ୍ବାଶିଂଟନ,୨ା୧୦: ଭଞ୍ଜ ବିହାରୀ ମହାନ୍ତି - ଆପଣ ନିଶ୍ଚୟ ଅନେକ ଥର ପୃଥିବୀ ଧ୍ୱଂସ ହେବାର ଭବିଷ୍ୟବାଣୀ ଶୁଣିଥିବେ। ଅନେକ ପ୍ରାଚୀନ କ୍ୟାଲେଣ୍ଡର ଏବଂ ସଭ୍ୟତା ପୃଥିବୀ ଶେଷ ଘଟିବା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଇନାହିଁ। ଏହି ଭବିଷ୍ୟବାଣୀଗୁଡ଼ିକ କେବଳ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଆପଣ ହୁଏତ କୌଣସି ବ୍ୟକ୍ତି କିମ୍ବା କୌଣସି କ୍ୟାଲେଣ୍ଡରର ଭବିଷ୍ୟବାଣୀକୁ ବିଶ୍ୱାସ କରିପାରନ୍ତି ନାହିଁ, କିନ୍ତୁ ଯଦି ନାସା ଏହି କଥା କୁହେ, ତେବେ ଅନେକ ଲୋକ ଏହାକୁ ଗ୍ରହଣ କରିବେ।

କ୍ୟାଲେଣ୍ଡର ଏବଂ ମଣିଷ ମଧ୍ୟ ଲୋକଙ୍କୁ ବୋକା ବନାଇପାରେ। ସେମାନେ କେବଳ ଅନୁମାନ କାର୍ଯ୍ୟ ଆଧାରରେ ଭବିଷ୍ୟବାଣୀ କରନ୍ତି। କିନ୍ତୁ ନାସା ପରି ସଂଗଠନ ବହୁ ବର୍ଷ ଧରି ମହାକାଶ ଉପରେ ନଜର ରଖିଛି। ଗ୍ରହ, ତାରା ଏବଂ ପାଣିପାଗ ଉପରେ ତୀକ୍ଷ୍ଣ ନଜର ରଖିବା ପରେ ନାସା ବର୍ତ୍ତମାନ ପୃଥିବୀ ଶେଷ ହେବାର ତାରିଖ ଘୋଷଣା କରିଛି। ଏକ ବିଶାଳ ଗ୍ରହ ପୃଥିବୀକୁ ଧକ୍କା ଦେବ ଏବଂ ଏହାର ବିନାଶ ଘଟାଇବ।

ନାସା କହିଛି, ‘ବେନୁ’ ନାମକ ଏକ ଗ୍ରହ ପୃଥିବୀକୁ ଧକ୍କା ଦେବ। ଏହି ଗ୍ରହ ପ୍ରତି ୬ ବର୍ଷରେ ପୃଥିବୀ ନିକଟରେ ଯାଇଥାଏ। ଏହାର ଆକାର ଗ୍ରହର ଅଧା ଅଟେ। ଯାହା ପୃଥିବୀରୁ ଡାଇନୋସରମାନଙ୍କୁ ପୋଛି ଦେଇଥିଲା। ପ୍ରତି ୬ ବର୍ଷରେ ପୃଥିବୀଠାରୁ ଏହାର ଦୂରତା ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ନାସା କହିଛି, ୨୪ ସେପ୍ଟେମ୍ବର ୨୧୮୨ରେ ଯେତେବେଳେ ଏହା ପୃଥିବୀ ନିକଟରେ ଗତି କରିବ, ସେତେବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହେବାର ସମ୍ଭାବନା ଅଧିକ। ତେଣୁ ପୃଥିବୀ ଧ୍ୱଂସ ପାଇବ।

ନାସାର ଆକଳନ ଅନୁଯାୟୀ, ଏହି ଧକ୍କା ଆଜିଠାରୁ ୧୫୯ ବର୍ଷ ପରେ ହେବ। ଏହି ଧକ୍କା ୨୨ଟି ପରମାଣୁ ବୋମା ବେଗରେ ବିନାଶ ଆଣିବ। ଯଦି ଏହା ଘଟେ ତେବେ ପୃଥିବୀରୁ ମନୁଷ୍ୟର ଅସ୍ତିତ୍ୱ ଲୋପ ପାଇପାରେ।  ନାସା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଧକ୍କା ହେବାର ସମ୍ଭାବନା ବହୁତ କମ୍‌ ହେଲେ ମଧ୍ୟ ଏହା ଘଟିବ। ବର୍ତ୍ତମାନ ନାସା ଏହି ଧକ୍କାକୁ ଏଡାଇବା ପାଇଁ କାର୍ଯ୍ୟ କରୁଛି। ଯଦି ଏହାକୁ ରୋକା ଯାଇ ନ ପାରେ ତେବେ ୨୪ ସେପ୍ଟେମ୍ବର ୨୧୮୨ ସାରା ବିଶ୍ୱ ପାଇଁ ଶେଷ ତାରିଖ ଭାବେ ସ୍ଥିର l

ବିଜେଡି ଜନସମ୍ପର୍କ ପଦଯାତ୍ରା

COASTAL NEWS ODIA 983

ବିଜେଡି ଜନସମ୍ପର୍କ ପଦଯାତ୍ରା



ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ମହାତ୍ମା ଗାନ୍ଧୀ ଆମ ପାଇଁ ପ୍ରେରଣାର ଉତ୍ସ। ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ବାଟ ଦେଖାଇ ଚାଲିଛିା ବିଜେଡି ଜନସମ୍ପର୍କ ପଦଯାତ୍ରା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗରିବ ମା’,ଏସସିଏସଟଙ୍କ ପାଇଁ କାମ କରୁଛି ବିଜେଡିା ମାଆ ମାନଙ୍କ ପାଇଁ ମହିଳା ସଂରକ୍ଷଣ ବିଲ୍‌‌ ଆଇନ ଲାଗୁ ହୋଇଛି। 

ଓଡିଶା ରୂପାନ୍ତର କ୍ଷେତ୍ରରେ ଆଗେଇ ଚାଲିଛି। ବିଏସକେୱାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛି। ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢିଛି। ପ୍ରାକୃତିକ ଦୁର୍ବିପାକ ମୁକାବିଲା,ଆଇଟି କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡିଶା। ପୁଞ୍ଜି ନିବେଶରେ ଓଡିଶା ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜୁଜନତା ଦଳ ର ଜନ ସମ୍ପର୍କ ଅଭିଯାନ( ପଦଯାତ୍ରା) ବଡଗଡ କଳିଙ୍ଗ ବିଜୁ ଆଦର୍ଶ କଲୋନୀ ଠାରେ ଓଡ଼ିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଦଯାତ୍ରା ର ଶୁଭାରମ୍ଭ କରିଛନ୍ତି ।

ଆଜି ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବିଏମସି ୪୪ ନମ୍ବର ୱାର୍ଡରୁ ପଦଯାତ୍ରା ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ୫୭ ନମ୍ବର ୱାର୍ଡ ନେତାଜୀ ପଡିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଉଦବୋଧନ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା,ବିଧାୟକ ଦେବୀ ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ରହିଛନ୍ତି।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଜେଡି ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ।
ଜନସମ୍ପର୍କ ପଦଯାତ୍ରା ଚଳିତବର୍ଷ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କରାଯିବ। ଏହି ଅବସରରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ କରାଯିବ। ସେହିପରି ଅକ୍ଟୋବର ୧୨ରୁ ମାସେବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲା ପରିଷଦ ଜୋନ୍‌ସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ ହେବ।

ପ୍ରତ୍ୟେକ ୱାର୍ଡରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ। ଏହାସହିତ ରକ୍ତଦାନ, ଚାରାରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ। ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପାଳନ ହେବ। ଏହି ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ। ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିମାନେ ଅନୁଧ୍ୟାନ କରିବେ।
ସାଂଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ- ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ଓ ଯୁବ-ଛାତ୍ର ଏବଂ ମହିଳା ଆଦି ବିଭିନ୍ନ ଛାମୁଆ ସଂଗଠନ ଓ କୃଷକ, ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ, ସଂସ୍କୃତି ପ୍ରଭୃତି ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ସାମିଲ ହେବେ। ସମସ୍ତ କାର୍ଯ୍ୟକ୍ରମ କିଭଳି ସୂଚାରୁରୂପେ ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା; ତାହାର ସବିଶେଷ ବିବରଣୀ ଦଳର ସଭାପତିଙ୍କ ଅବଗତି ନିମନ୍ତେ ଜଣାଇବେ।

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 982

ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ



ଭୁବନେଶ୍ବର: - ଭଞ୍ଜ ବିହାରୀ ମହାନ୍ତି - ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଜେଡି ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ବଡ଼ଗଡ଼ ବ୍ରିଟ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ମୁଖ୍ୟମନ୍ତ୍ରୀ ପଦଯାତ୍ରାରେ ସାମିଲ ହେବା ସହ ନେତାଜୀ ଖେଳ ପଡ଼ିଆଠାରେ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ଏଥିପାଇଁ ରବିବାର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ। ପଦଯାତ୍ରା ସମୟରେ ବିଭିନ୍ନ ଜନକଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଜନସମ୍ପର୍କ ପଦଯାତ୍ରା ଚଳିତବର୍ଷ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କରାଯିବ। ଏହି ଅବସରରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ କରାଯିବ। ସେହିପରି ଅକ୍ଟୋବର ୧୨ରୁ ମାସେବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲା ପରିଷଦ ଜୋନ୍‌ସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ ହେବ।

ପ୍ରତ୍ୟେକ ୱାର୍ଡରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ। ଏହାସହିତ ରକ୍ତଦାନ, ଚାରାରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ। ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପାଳନ ହେବ। ଏହି ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ। ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିମାନେ ଅନୁଧ୍ୟାନ କରିବେ।
ସାଂଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ- ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ଓ ଯୁବ-ଛାତ୍ର ଏବଂ ମହିଳା ଆଦି ବିଭିନ୍ନ ଛାମୁଆ ସଂଗଠନ ଓ କୃଷକ, ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ, ସଂସ୍କୃତି ପ୍ରଭୃତି ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ସାମିଲ ହେବେ। ସମସ୍ତ କାର୍ଯ୍ୟକ୍ରମ କିଭଳି ସୂଚାରୁରୂପେ ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା; ତାହାର ସବିଶେଷ ବିବରଣୀ ଦଳର ସଭାପତିଙ୍କ ଅବଗତି ନିମନ୍ତେ ଜଣାଇବେ।

ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

COASTAL NEWS ODIA 981

ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ


 ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ । କହିଲେ ବାପୁଙ୍କ ସମୟାନୁବର୍ତିତା ଆଜିବି ସମସ୍ତଙ୍କୁ ଦେଉଛି ପ୍ରେରଣା । ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବୈଶ୍ବିକ ହୋଇଥିବାରୁ ତାହା ଏକତା ଓ ସହାନୁଭୂତି ପ୍ରାଣଚ୍ଛ୍ବାସକୁ ଆଗେଇ ନେବା ପାଇଁ ସମଗ୍ର ମାନବଜାତିକୁ ପ୍ରେରିତ କରୁଥିବ। ଆମେ ସଦାସର୍ବଦା ତାଙ୍କ ପରିକଳ୍ପନା ପରିପୂରଣ ପାଇଁ କାର୍ଯ୍ୟ କରିବା । ସାମଗ୍ରିକ ଏକତା ଓ ସହାବସ୍ଥାନ ନିମନ୍ତେ ତାଙ୍କ ପରିକଳ୍ପିତ ପରିବର୍ତ୍ତନର ଭାବଧାରାର ବାହାକ ହେବା ଲାଗି ପ୍ରତ୍ୟେକ ଯୁବା ସମର୍ଥ ହୁଅନ୍ତୁ ।

ସେହିପରି ପ୍ରଧାନମନ୍ତ୍ରୀ ବିଜୟଘାଟକୁ ଯାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼,  ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ରାଜଘାଟରେ ଉପସ୍ଥିତ ହୋଇ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏସସିବିରେ ବଡ଼ ଅବ୍ୟବସ୍ଥା: ୬ ଘଣ୍ଟା କଟିଲା ଲାଇନ, ରୋଗୀ ନାହିଁ ନଥିବା ହଇରାଣ

COASTAL NEWS ODIA 890

ଏସସିବିରେ ବଡ଼ ଅବ୍ୟବସ୍ଥା: ୬ ଘଣ୍ଟା କଟିଲା ଲାଇନ, ରୋଗୀ ନାହିଁ ନଥିବା ହଇରାଣ




କଟକ  : ଭଞ୍ଜ ବିହାରୀ ମହାନ୍ତି - କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।  ନିଦାନ ବିଭାଗରେ ବିଦ୍ୟୁତ ନଥିବାରୁ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗତକାଲିଠୁ ଏହି ସମସ୍ୟା ଲାଗି ରହିଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନାହିଁ ନଥିବା ସମସ୍ୟା ଉପୁଜିଛି । ପ୍ରାୟ ୧୦ଘଣ୍ଟା ଧରି ବିଜୁଳି କଟିଯିବାରୁ ଏକାଧିକ ବିଭାଗ ଅନ୍ଧାରରେ ରହିଥିଲା । ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ ଓ ମେଡିସିନ୍ ବିଭାଗର କିଛି ଅଂଶରେ ଲାଇନ କଟିଯାଇଥିଲା । ଏମିତି କି ପମ୍ପ ହାଉସରେ ଲାଇନ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇ ପାରିନଥିଲା । ଫଳରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହୋଇଥିଲେ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏସ୍ସିବିରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନଥିଲା । ଫଳରେ କିଛି ବିଭାଗରେ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ, ଆଜି ପୁଣି ବିଦ୍ୟୁତ ବିଭ୍ରାଟ ହେବାକୁ ନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗତ କିଛି ଦିନ ତଳୁ ନର୍ସିଂ ଅଫିସରମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ପରେ କୌଣସି ସମାଧାନ ନ ହେବାରୁ ସେମାନଙ୍କ ଅସନ୍ତୋଷ ତୀବ୍ର ହୋଇଛି। 

ଏହାର ପ୍ରତିବାଦରେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଆଗରେ ନର୍ସିଂ ଅଫିସରମାନେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ନର୍ସିଂ ଅଫିସର ମାନେ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଏହାର ସମାଧାନ ନହୁଏ ତେବେ ପୁନର୍ବାର ଧାରଣା ଦେବା ସହ ସ୍ୱାସ୍ଥ୍ୟ ସେବାକୁ ବନ୍ଦ କରିଦେବା ପାଇଁ ସଂଘ ଚେତାବନୀ ଦେଇଛି। ଆଜି ପାଖାପାଖି ଶତାଧିକ ନର୍ସିଂ ଷ୍ଟାଫ୍‌ ଧାରଣାରେ ବସିଥିବା ଦେଖାଯାଇଛି।

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର ହୋଇପାରୁ ନାହାନ୍ତି ୬୦ ଯାତ୍ରୀ

COASTAL NEWS ODIA 979

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର ହୋଇପାରୁ ନାହାନ୍ତି ୬୦ ଯାତ୍ରୀ




ଚିଲିକା  : ଭଞ୍ଜ ବିହାରୀ ମହାନ୍ତି - ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା । ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିଛି ।

ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...