AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ହୀରାକୁଦ ଜଳସ୍ତର ଖସିଲା

COASTAL NEWS ODIA 966


 ହୀରାକୁଦ ଜଳସ୍ତର ଖସିଲା




ସମ୍ବଲପୁର - ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତକାଲି ଅପରାହ୍ଣରେ ଏହାର ସର୍ବୋଚ୍ଚ ଚଳଧାରଣ କ୍ଷମତା ୬୩୦ ଫୁଟରେ ପହଂଚିଥିଲା। ହେଲେ, ଆଗାମୀ ଦିନରେ ଉପରମୁଣ୍ଡରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିକୋଣରୁ ଜଳସ୍ତର ହ୍ରାସ ଗତକାଲି ୭ଟି ସୁଇସ୍‌ ଗେଟ୍ ଖୋଲା ଥିବା ବେଳେ ଆଜି ଆହୁରି ୩ଟି ଅଧିକ ସୁଇସ୍‌ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଫଳରେ ଆଜି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯,୧୯ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡାରକୁ ୯୮,୭୫୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨,୦୦,୪୦୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେଥିରୁ ସୁଇସ୍ ଗେଟ୍ ଦେଇ ୧, ୬୩,୮୨୦ କ୍ୟୁସେକ୍ ଜଳ ଓ ପାୱାର ଚାନେଲ ୩୨,୫୩୨ ଦେଇ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। କଳସେଚନ ନିମନ୍ତେ ୩୭୫୭ ଶିଳ୍ପାନୁଷ୍ଠାନକୁ ଓ ମେଗା ପ୍ରକଳ୍ପକୁ କ୍ୟୁସେକ୍ ଓ ୨୫୭ କ୍ୟୁସେଜ୍ ଉଠାଜଳସେଚନ ୩୬ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଉଛି।

ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ

COASTAL NEWS ODIA 965

ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ



କଟକ - ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଏକରୁଖି ଗ୍ରାମରେ ୨୦୧୬ରେ ଘଟିଥିବା ଜଣେ ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କଟକ ଜିଲ୍ଲା ଓ ଦୌରା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ଶୁଣାଣି କରି ପ୍ରଭାତକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ମେ’ ୯ ତାରିଖ ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକରୁଖି ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରିୟଦର୍ଶିନୀ ପଣ୍ଡା ସନ୍ଧ୍ୟା ପ୍ରାୟ ୭ଟାରେ ପଡ଼ୋଶୀଙ୍କ ଘରୁ ନିଜ ଘରକୁ ଫେରୁଥିଲା ବେଳେ ହତ୍ୟାର ଶିକାର ହୋଇଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି ଓ ଶରୀରର ଅନ୍ୟ ଅଙ୍ଗକୁ ଆକ୍ରମଣ କରାଯାଇଥିଲା । ଅନ୍ଧାରର ସୁଯୋଗ ନେଇ ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ପଳାଇଥିଲା। ପୀଡ଼ିତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏ ନେଇ ମୃତକଙ୍କ ପରିବାର ତରଫରୁ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପ୍ରଭାତକୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଲତରେ ପ୍ରସିକ୍ୟୁସନ ତରଫରୁ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ପବ୍ଲିକ୍ ପ୍ରସିକ୍ୟୁଟର୍ କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଥିଲା ବେଳେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଦେବାଶିଷ ସାମନ୍ତରାୟ ସହାୟତା କରୁଥିଲେ।

ଇମ୍ରାନ ଖାଁ ଓ ମହମୁଦ କୁରେଶୀ ଦୋଷୀ ସାବ୍ୟସ୍ତ

COASTAL NEWS ODIA 964

ଇମ୍ରାନ ଖାଁ ଓ ମହମୁଦ କୁରେଶୀ ଦୋଷୀ ସାବ୍ୟସ୍ତ



ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି । ନ୍ୟୁଜ ଏଜେନ୍ତି ପିଟିଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିଓଟିଭି ଏହି ସୂଚନା ଦେଇଛି। 

ପାକିସ୍ତାନୀ ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ତି ଉଭୟଙ୍କ ବିରୋଧରେ ଏକ ସ୍ଵତନ୍ତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ । ଉଭୟ ପିଟିଆଇ ମୁଖ୍ୟ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବର୍ତ୍ତମାନ ନ୍ୟାୟିକ ରିମାଣ୍ଡରେ ଜେଲରେ ଅଛନ୍ତି।

ବାକ୍-ସ୍ବାଧୀନତା ମାନେ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର

COASTAL NEWS ODIA 963

ବାକ୍-ସ୍ବାଧୀନତା ମାନେ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର



ୱାସିଂଟନ, ୩୦/୯: ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କାନାଡ଼ାକୁ ଲକ୍ଷ୍ୟ କରି କହିଛନ୍ତି ଯେ, ବାକ୍-ସ୍ବାଧୀନତା ବାବଦରେ ଅନ୍ୟ କୌଣସି ଦେଶ ଭାରତକୁ ପାଠ ପଢ଼ାଇବାର ଆବଶ୍ୟକତା ନାହିଁ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ମାନେ ହିଂସାକୁ ଉସକାଇବା ନୁହେଁ। ଶୁକ୍ରବାର ୱାସିଂଟନଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଲେ, ମୁଁ ଏଠାରେ ଆମେରିକାକୁ ଓ କାନାଡ଼ାକୁ ମଧ୍ୟ କହି ରଖିବାକୁ ଚାହେଁ ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ। 

ଅନ୍ୟ କୌଣସି ଦେଶ ଭାରତକୁ ବାକ୍- ସ୍ବାଧୀନତା ବାବଦରେ ପାଠ ପଢ଼ାଇବାର ଆବଶ୍ୟକତାନାହିଁ । ହିଂସାକୁ ପ୍ରୋତ୍ସାହନ ଦେବା ଭଳି ଭାଷଣକୁ ବାକ୍-ସ୍ବାଧୀନତା କୁହାଯାଏ ନାହିଁ । ଏହା ସ୍ବାଧୀନତାର ସୁରକ୍ଷା ନୁହେଁ, ବରଂ ସ୍ବାଧୀନତାର ଦୁରୂପଯୋଗ | ସେ ପୁଣି କହିଥିଲେ ଯେ, ଭାରତ ଜାଗାରେ ଅନ୍ୟ କୌଣସି ଦେଶ ଥିଲେ ଏବଂ ତାଙ୍କ ଦେଶର କୂଟନୀତିଜ୍ଞଙ୍କୁ ଧମକ ଦିଆଯାଉଥିଲେ ସେମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ ? ଗତ ଜୁଲାଇ ମାସରେ ସାନ ଫ୍ରାନ୍ସିସ୍କୋଠାରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ବାବଦରେ ଜୟଶଙ୍କର କହିଲେ ଯେ, ତାଙ୍କ ଆମେରିକା ଗସ୍ତ ସମୟରେ ସେ ଏ ପ୍ରସଙ୍ଗ ଉଠାଇଥିଲେ । ଆମେରିକା ଏହାର ଦୃଢ଼ ନିନ୍ଦା କରିବା ସହ ଏହାର ତଦନ୍ତ ଆଦେଶ ଦେଇଥିବା ଜୟଶଙ୍କର କହିଥିଲେ

ପୃଥିବୀଠାରୁ ୯.୨ଲକ୍ଷ କିମି ଦୂରରେ ‘ଆଦିତ୍ୟ ଏଲ୧

COASTAL NEWS ODIA 962

ପୃଥିବୀଠାରୁ ୯.୨ଲକ୍ଷ କିମି ଦୂରରେ ‘ଆଦିତ୍ୟ ଏଲ୧


ବେଙ୍ଗାଲୁରୁ - ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନରେ ସେପ୍ଟେମ୍ବର ୨ରେ ଯାଇଥିବା ଆଦିତ୍ୟ ଏଲ୍‌ ଗତ ୧୮ ତାରିଖ ରାତିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ବିଦାୟ ଜଣାଇଥିବାବେଳେ ଏବେ ସଫଳତାର ସହ ପୃଥିବୀ ଓ ସୂର୍ଯ୍ୟ ମଧ୍ୟସ୍ଥ ଟ୍ରାନ୍ସ ଲାଗ୍ରାଙ୍ଗିଆନ୍ ପଏଣ୍ଟ-୧ ବା ‘ଟିଏଲ-୧ଆଇ’ ଅଭିମୁଖେ ଆଗେଇ ଚାଲିଛି । 

ଇତିମଧ୍ୟରେ ଆଦିତ୍ୟ ଏଲ୍‌ ପୃଥିବୀରୁ ୯ ଲକ୍ଷ ୨୦ହଜାର କିଲୋମିଟର ଅତିକ୍ରମଣ କରିସାରିଲାଣି ଏବଂ ପୃଥିବୀର ବାୟୁମଣ୍ଡଳ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି।

ପୃଥିବୀର ପ୍ରଭାବ ସଫଳତାର ସହ ଅତିକ୍ରମ କରିବାରେ ଏହି ମହାକାଶ ଯାନ ଦ୍ଵିତୀୟ ବୋଲି ଇସ୍ରୋ କହିଛି। ମଙ୍ଗଳଯାନର ଅର୍ବିଟର ଏ କ୍ଷେତ୍ରରେ ପ୍ରଥମ ଥିଲା l ସୂଚନାଯୋଗ୍ୟ ଯେ ଆଦିତ୍ୟ ଏଲ୧ ପୃଥିବୀର କକ୍ଷପଥରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ ଅଭିମୁଖେ ୧୧୦ ଦିନିଆ ଯାତ୍ରା ଜାରି ରଖୁଛି।

ପାକିସ୍ତାନ କୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ

COASTAL NEWS ODIA 961

ପାକିସ୍ତାନ କୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ



ହ୍ବାଙ୍ଗଝୋ - ଏସୀୟ କ୍ରୀଡ଼ାର ପୁରୁଷ ସ୍କାଶ squash ଦଳଗତ ବିଭାଗରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।ଶନିବାର ଖେଳାଯାଇଥିବା ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରିଥିଲା ଭାରତୀୟ ଦଳ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲା। 

ପ୍ରଥମ ମ୍ୟାଚ୍‌ରେ ଭାରତର ମହେଶ ମାଙ୍ଗ ଗାଓକରଙ୍କୁ ପାକିସ୍ତାନର ନାସିର୍ ଇକବାଲ୍ ୧୧-୮, ୧୧-୩, ୧୧-୨ ପଏଣ୍ଟରେ ପରାସ୍ତ କରିଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ଭାରତର ସୌରଗ ଘୋସାଲ ଚମତ୍କାର ପ୍ରଦର୍ଶନ କରିବା ସହ ପାକିସ୍ତାନର ମହମ୍ମଦ ଆସିମ୍ ଖାନ୍‌ଙ୍କୁ ୧୧-୫, ୧୧-୧, ୧୧-୩ ପଏଣ୍ଟରେ ପରାସ୍ତ କରି ଖେଳକୁ ୧-୧ ସ୍ତରକୁ ଆଣିଥିଲେ। 

ତୃତୀୟ ମ୍ୟଚାରେ ଭାରତର ଅଭୟ ସିଂହ ଓ ପାକିସ୍ତାନର ନୁର ଜମନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌କୁ ଅଭୟ ୧୧- ୭, ୯-୧୧, ୭-୧୧, ୧୧-୯ ଓ ୧୨-୧୦ ପଏଣ୍ଟରେ ଜିତି ଭାରତ ନିମନ୍ତେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ସେଟ୍‌କୁ ଅଭୟ ସହଜରେ ୧୧-୭ ପଏଣ୍ଟରେ ଜିତିଥିବା ବେଳେ ଦ୍ବିତୀୟ ସେଟ୍‌ରେ ନୁର ଭଲ ପ୍ରଦର୍ଶନ କରିବା ସହ ୯-୧୧ରେ ବିଜୟୀ ହୋଥିଲେ। 

ସେହିପରି ତୃତୀୟ ସେଟ୍‌ରେ ମଧ୍ୟ ନୁର୍ ବିଜୟୀ ହୋଇ ଆଗୁଆ ହୋଇ ପାରିଥିଲେ । ତେବେ ଚତୁର୍ଥ ସେଟ୍‌ରେ ଅଭୟ ଲଢ଼ୁଆ ଖେଳ ପ୍ରଦର୍ଶନ କରିବା ସହ ୧୧-୯ ପଏଣ୍ଟରେ ଜିତି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣି ପାରିଥିଲେ। ପଞ୍ଚମ ସେଟ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଅଭୟ ଧୈର୍ଯ୍ୟପୂର୍ଣ୍ଣ ଖେଳ ଜାରି ରଖିବା ସହ ଏହି ସେଟ୍‌କୁ ୧୨-୧୦ରେ ଜିତିଥିଲେ।

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ହତ୍ୟା ମାମଲା

COASTAL NEWS ODIA 960

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ହତ୍ୟା ମାମଲା


କୋଦଳା - ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଗତ ୨୮ତାରିଖ ରାତିରେ ଆସିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ତଥା ଆସିକା ବ୍ଲକ୍ କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁର ଦୁର୍ଦ୍ଦାନ୍ତ ସୁନୀଲ ନାହାକ ହତ୍ୟା ଘଟଣା ରାଜନୈତିକ ମୋଡ଼ ନେଇଛି । ଏହି ହତ୍ୟାକାଣ୍ଡ ପଛରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ତଥା ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ହାତ ରହିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । 

ରାଜନୈତିକ ଶତ୍ରୁତାରୁ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏତଲାକାରୀ ତଥା ଦାନପୁର ଗ୍ରାମର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ କୋଦଳା ଥାନା ପୁଲିସ କେସ୍ ନମ୍ବର ୪୭୩/୨୩ ଦଫା ୧୨୦-ବି, ୨୯୪, ୩୦୨, ୩୦୭, ୩୨୩, ୩୨୪, ୩୪ ଓ ୩୪୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 

ଦୈତାରୀଙ୍କ ସହିତ ଦାନପୁର ଗ୍ରାମରେ ଆଉ ଜଣେ ବିଜେଡି ଯୁବ ନେତା କୁମର ସାହୁଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମୋଟ ୪ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଗତକାଲି ଦୀପକ ଖଟୁଆ ଓ ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଅନ୍ୟତମ ଅଭିଯୁକ୍ତ ତଥା ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ ଓ କୁମରଙ୍କୁ ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରି ନାହିଁ । ଏତଲାକାରୀ ମନୋଜ ତାଙ୍କର ଏତଲାରେ ଦର୍ଶାଇଛନ୍ତି ଯେ, ଗତ ୨୮ତାରିଖ ରାତି ପ୍ରାୟ ୮ଟା ୧୫ ମିନିଟରେ ସେ ଓ ତାଙ୍କର ବନ୍ଧୁ ସୁନୀଲ ଓରଫ୍ ଯୁଧିଷ୍ଠିର ନାହାକ ଦାନପୁର ଗ୍ରାମ ଗଣେଶ ପୂଜା ମଣ୍ଡପ ନିକଟରେ ପ୍ରସାଦ ସେବନ କରୁଥିଲେ । ଏହି ସମୟର କୁମର, ଦୀପକ ଓ ଜିତୁ ସେଠାକୁ ଆସି ଅଭଦ୍ର ଭାଷାରେ ଗାଳି କରି ଦୈତାରୀଙ୍କୁ କାହିଁକି ବିରୋଧ କରୁଛୁ ବୋଲି କହିବା ସହ ମନୋଜଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ନିକଟରେ ଛିଡ଼ା ହୋଇଥିବା ସୁନୀଲ ପ୍ରତିବାଦ କରିବାରୁ ସେମାନେ ସୁନୀଲଙ୍କୁ ଶାବଳ, ଲୁହାରଡ଼ ଓ ଛୁରିରେ ଆକ୍ରମଣ କରିଥିଲେ । ସୁନୀଲ ତଳେ ପଡ଼ିଯିବା ପରେ ସେମାନେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣା ସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ଘଟିଥିଲା ବୋଲି ମନୋଜ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ମନୋଜଙ୍କ ସହିତ ଦୈତାରୀଙ୍କ ରାଜନୈତିକ ଶତ୍ରୁତା ରହିଥିଲା । ଏଣୁ ଦୈତାରୀଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଥିବା ମନୋଜ ଅଭିଯୋଗ କରିଛନ୍ତି। 

ସେପଟେ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ କହିଛନ୍ତି, ମୁଁ ଘଟଣା ଦିନ ଭୁବନେଶ୍ବରରେ ଥିଲି। ସେହି ଘଟଣା ସମ୍ପର୍କରେ ମୁଁ କିଛି ଜାଣି ନାହିଁ । ସେହି ପଞ୍ଚାୟତରୁ ମୁଁ ସମିତି ସଭ୍ୟ ହୋଇଛି। ଏଣୁ ବିରୋଧୀ ଗୋଷ୍ଠୀ ମୋ ନାମରେ ଏଭଳି ମିଥ୍ୟା ଅଭିଯୋଗ କରି ଥାଇପାରନ୍ତି। ଘଟଣାର ତଦନ୍ତ ହେଉ, ତଦନ୍ତରେ ମୁଁ ପୂର୍ଣ୍ଣ ସହଯୋଗ କରିବି। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଭୁବନେଶ୍ବର କୁ ଜିଲ୍ଲା ମାନ୍ୟତା ଦାବି

COASTAL NEWS ODIA 959

ଭୁବନେଶ୍ବର କୁ ଜିଲ୍ଲା ମାନ୍ୟତା ଦାବି


 
ଭୁବନେଶ୍ୱର - ଭୁବନେଶ୍ୱରକୁ ଜିଲା ମାନ୍ୟତା ପ୍ରଦାନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଏଥୂପାଇଁ ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ସଭାସମିତି କରି ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେ ଶ୍ୱର ଆଇନଜୀବୀମାନେ ମଧ୍ୟ ଜିଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରଖୁଛନ୍ତି। ଜିଲା ପୁର୍ନଗ ଠନ ପ୍ରକ୍ରିୟାରେ ଭୁବନେଶ୍ୱରକୁ ସାମିଲ କରି ଜିଲା ମାନ୍ୟତା ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି। 

ସେପ୍ଟେମ୍ବର ୨୯, ୧୯୯୩ରେ ଭୁବନେ ଶ୍ଵର ଓକିଲଙ୍କ ଦାବିକୁ ଗ୍ରହଣ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଭୁବନେଶ୍ଵର କଚେରି ନିକଟରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ । ତାହା ଅନେକ ଦିନ କାର୍ଯ୍ୟ କଲା ପରେ ରାଜ୍ୟ ସରକାର ହଠାତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଖୋର୍ଦ୍ଧାକୁ ସ୍ଥାନାନ୍ତର କରିଥିଲେ। ସେହିଦିନଠାରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଆନ୍ଦୋଳନ ଜାରିରହିଛି । 

ରାଜଧାନୀ ବାସିନ୍ଦା ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ସରକାର ଅଗ୍ରାଧିକାର ଭିତ୍ତିରେ ଭୁବନେଶ୍ବରକୁ ଜିଲା ମାନ୍ୟତା ନ ଦେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପିସିସି ବରିଷ୍ଠ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ(ଆଡ଼ଭୋକେଟ) ଶିବାନନ୍ଦ ରାୟ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।


ଆଜିର ରାଶିଫଳ

COASTAL NEWS ODIA 958

*🌹🌼👉ମହାବୀର ପଞ୍ଜିକା👈🌼🌹*

*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*

*🌷ମେଷ🌹👉 ଆଜି କୌଣସି କାରଣ ରୁ ଆପଣ ଖୁସି ରେ  ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବୃଷ 🌹👉: ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌹👉 : ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌷କର୍କଟ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ସିଂହ🌹👉 : ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷କନ୍ୟା 🌹👉: କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି  ବଜାୟରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌷ତୁଳା🌹👉: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌷ବିଛା 🌹👉: ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷ଧନୁ🌹👉ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌷ମକର🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌷କୁମ୍ଭ 🌹👉: ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌹👉: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ।  ଦୂରଯାତ୍ରାର ଯୋଗ ଅଛି।*
*✧═════•❁❀❁•═════✧*

*ସଂକ୍ଷିପ୍ତ ଆଜିର*

COASTAL NEWS ODIA 957
*ସଂକ୍ଷିପ୍ତ ଆଜିର* 
*ତାରିଖ ୦୧/୧୦/୨୩, ରବିବାର*



*୧-ଭୁବନେଶ୍ୱର: ବିଜେପି ବିଧାୟକଙ୍କ ହଟ୍ଟଗୋଳ,  କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ।*

*୨-ସମୟ ମାଗିଲେ ସରକାର, ଆନ୍ଦୋଳନରୁ ଓହରିଲେ ଆୟୁଷ ଭେଷଜ ଛାତ୍ରଛାତ୍ରୀ।*

*୩-ସକାଳ ୮ରୁ ସନ୍ଧ୍ୟା ୫ ଯାଏଁ ଖୋଲା ରହିବ ନନ୍ଦନକାନନ।*

*୪-୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବୃଦ୍ଧି, ଅକ୍ଟୋବର ୭ ଶେଷଦିନ।*

*୫-୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ସହ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଜାରି; ୩,୬୬୩ କୋଟି ଟଙ୍କାର ପ୍ରକଳ୍ପରେ  ପ୍ରାୟ ୧୩,୬୬୩ ନିଯୁକ୍ତି ସମ୍ଭାବନା।*

*୬-ରାଜଧାନୀରେ ହିଟ ଆଣ୍ଡ ରନ୍, ଶ୍ରମିକ ମୃତ, ରାଜମହଲ ଛକ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର।*

*୭-କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ପ୍ରଦାନ କରାଗଲା କିସ୍ ହ୍ୟୁମାନିଟାରିଆନ୍ ଆୱାର୍ଡ।*

*୮-ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା।*

*୯-ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତ୍ତି, ଅକ୍ଟୋବର ୫ ଯାଏଁ ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍ ତାରିଖ।*

*୧୦-ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ ବାଣ୍ଟିବ ସଚେତନତାର ମନ୍ତ୍ର, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ – ମୁଖ୍ୟମନ୍ତ୍ରୀ।*

*୧୧-ସୃଷ୍ଟି ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର ! ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି।*

*୧୨-ବ୍ରହ୍ମଗିରି ଥାନା ଡିମିରିସୋଣା ଗାଁରେ ଘଟିଛି ଅଘଟଣ ।ଗଣେଶ ଭସାଣି ବେଳେ ଅଘଟଣ, ବାପାର ଟ୍ରାକ୍ଟର ଚକା ତଳେ ପଡି ପୁଅ ମୃତ।*

*୧୩-ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ଓଏସଏପି ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ, ଜବତ ହେଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।*

*୧୪-ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପ୍ରତି ଜିଲ୍ଲାରେ କରାଯିବ Language Lab।*

*୧୫-ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍‌, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି।*

*୧୬-ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ।*

*୧୭-ଗାଁ ସାଥୀଙ୍କ ନିଆରା ପ୍ରତିବାଦ। ଝାଡୁମାରି, ଦଣ୍ଡବତ କରି ରଖିଲେ ଦାବି। ସେପଟେ ସରୁନି ଶିକ୍ଷକଙ୍କ ଆନ୍ଦୋଳନ।*

*୧୮-ଆସିଲା ନୂଆ ଆପାର୍ଟମେଣ୍ଟ ନିୟମ; ଆଉ ମନମାନି କରିପାରିବେନି ବିଲଡର।*

*୧୯-ବାଲେଶ୍ବରରୁ ଉତ୍ତରପ୍ରଦେଶ ଲମ୍ବିଛି ଜାଲ୍‌ ସାର୍ଟିଫିକେଟ୍‌ ଚେର, RI ଓ ସରପଞ୍ଚ ବି କାର୍ପଟଦାର।*

*୨୦-SSC ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଅନଲାଇନ୍ ଆବେଦନ: ssc.nic.in*

*୨୧-ଭାରତକୁ ମିଳିଲା ନବମ ସ୍ୱର୍ଣ୍ଣ ; ମୋଟ୍‌‌ ପଦକ ସଂଖ୍ୟା ୩୫।*

*୨୨-ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍।*

*୨୩-ଆମେରିକାର ଆଲାସ୍କାରେ ଭାରତ-ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ।*

.               

Saturday, September 30, 2023

ପାକିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ; ୫୭ ମୃତ

COASTAL NEWS ODIA 956

ପାକିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ; ୫୭ ମୃତ



କରାଚୀ - ପାକିସ୍ତାନର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୫୭ ଜଣଙ୍କ ମୃତ୍ୟୁ ହୋଇଛି। ବେଲୁଚିସ୍ତାନ ଅନ୍ତର୍ଗତ ମସ୍ତଙ୍ଗ ଜିଲାର ଅଲ ଫାଲା ରୋଡ଼ସ୍ଥିତ ମଦିନା ମସଜିଦ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୫୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। 

ଶୁକ୍ରବାର ମସ୍ତିଦ ନିକଟରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଉତ୍ସବ ପାଳନ ସମୟରେ ଆୟୋଜିତ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ପୁଲିସ ଡିଏସ୍‌ପିଙ୍କ କାର୍‌ ନିକଟରେ ହିଁ ବିସ୍ଫୋରଣ ଘଟିଥିଲା ବୋଲି ଜଣାପଡ଼ିଛି । ଚିକିତ୍ସାଧୀନ କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା
ବଢ଼ିବା ଆଶଙ୍କା ରହିଛି। ସେହିପରି ଖାଇବର ପାଖତୁ ଅନ୍ତର୍ଗତ ହାଙ୍ଗୁ ସହରରେ ଶୁକ୍ରବାର ପ୍ରାର୍ଥନା (ଜୁମା) ଚାଲିଥିବାବେଳେ ଆଉ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୪୦ ଲୋକ ଅଳ୍ପକେ ବର୍ତି ଯାଇଛନ୍ତି ।

ଏହି ଦୁଇ ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି; ତେବେ ଏହା ପଛରେ ଆଇଏସ୍‌ଆଇଏସ୍‌ର ସମ୍ପୃକ୍ତି ଥିବା କୁହାଯାଉଛି । ଗୁରୁବାର ଆତଙ୍କବାଦ ନିରୋଧୀ ପୁଲିସ ଜଣେ ଆଇଏସ୍‌ଆଇଏସ୍ ଆତଙ୍କବାଦୀକୁ ହତ୍ୟା କରିବା ପ୍ରତିବାଦରେ ଏହା ଘଟିଥିବା ପୁଲିସ ସନ୍ଦେହ କରୁଛି ।

ଏଭଳି ଭୟଙ୍କର ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ କୌଣସିମତେ ମୁସଲମାନ କୁହାଯାଇନପାରେ ବୋଲି ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଘଟଣାରେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। ଦୁଇ ସପ୍ତାହ ପୂର୍ବେ ସେହି ମାସ୍ତୁଙ୍ଗ ଜିଲାରେ ଘଟିଥିବା ଏକ ବିସ୍ଫୋରଣରେ ୧୧ ଜଣ ପ୍ରାଣ ହରାଇଥିଲେ। ୨୦୧୮ରେ ଘଟିଥିବା ଏକ ବିସ୍ଫୋରଣରେ ୧୨୮ ଜଣଙ୍କ ପ୍ରାଣହାନି ଘଟିଥିଲା।

କାନାଡ଼ା -ଭାରତ ସମ୍ପର୍କ ତିକ୍ତ ପଢ଼ିବାକୁ ଯାଇପାରୁନାହାନ୍ତି ଭାରତୀୟ ବିଦ୍ୟାର୍ଥୀ

COASTAL NEWS ODIA 955

କାନାଡ଼ା -ଭାରତ ସମ୍ପର୍କ ତିକ୍ତ
ପଢ଼ିବାକୁ ଯାଇପାରୁନାହାନ୍ତି ଭାରତୀୟ ବିଦ୍ୟାର୍ଥୀ



ନୂଆଦିଲ୍ଲୀ, ୨୯୮୯: ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ତିକ୍ତତାରେ କୌଣସି ଉନ୍ନତି ଆସିପାରି ନାହିଁ । ସପ୍ତାହେ ଧରି ଲାଗି ରହିଥିବା ଏହି ବିବାଦ ଅନ୍ୟାନ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିଛି ଏପରିସ୍ଥିତିରେ ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ କାନାଡାରେ ଉଚ୍ଚ ଶିକ୍ଷା କରିବା ଲାଗି ଅପେକ୍ଷା କରି ରହିଛନ୍ତି । ଏପରିକି କାନାଡାରେ ପଢିବା ଲାଗି ଏହି ପିଲାମାନେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ କାନାଡା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରରେ ଅଧ୍ୟୟନ କରିବାକୁ ପସନ୍ଦ କରୁ ନାହାନ୍ତି ।

ଭାରତୀୟ ପିଲାମାନଙ୍କୁ ବିଦେଶରେ ପଢିବା ଲାଗି ସହଯୋଗ କରୁଥିବା  ଲେଭେରେଜ ଏଡୁ ନାମକ ଏକ କମ୍ପାନୀର କହିବା ଅନୁଯାୟୀ ସେପ୍ଟେମ୍ବରରେ କାନାଡାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମ ଲେଖା ହୋଇଥାଏ। ଏହି ମାସ ଏବେ ଶେଷ ହୋଇଯାଇଛି।କାନାଡାର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଲାଗି ଯେଉଁମାନେ ଆବେଦନ କରିଛନ୍ତି ସେମାନେ ଏବେ ଭିସା ପାଇଁ ଅପେକ୍ଷା କରିଛନ୍ତି । ଯଦି ଅକ୍ଟୋବର ସୁଦ୍ଧା ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ନ ଆସେ ତେବେ ପିଲାଙ୍କ ପଢିବା ଆଶା ଅଧୁରା ରହିଯିବ।

୪୮ ଘଣ୍ଟାରେ ବର୍ଷା

COASTAL NEWS ODIA 954

୪୮ ଘଣ୍ଟାରେ ବର୍ଷା


 
ଭୁବନେଶ୍ବର : ଭଞ୍ଜ ବିହାରୀ ମହାନ୍ତି - ମିଆଁମାର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ସକାଳେ ଉତ୍ତର-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନ୍ୟ ଜିଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର, କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲିଠାରୁ କିଛି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ୧ ରୁ ୩ ତାରିଖ ଯାଏଁ ବର୍ଷା ହେବ। ୪ ତାରିଖରେ ବର୍ଷା ପ୍ରଭାବ କମିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ୩୦ ତାରିଖ ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। 

ଅନ୍ୟ କେତେକ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ୩୦ ତାରିଖ ସକାଳରୁ ୧ ତାରିଖ ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ସମ୍ବଲପୁର, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। 

ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏସବୁ ସ୍ଥାନ ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି। ୧ ରୁ ୩ ତାରିଖ ଯାଏଁ ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୪ ତାରିଖରେ ବର୍ଷା ପରିମାଣ ହ୍ରାସ ପାଇବ।

ବର୍ଷା ଯୋଗୁଁ ତଳୁଆ ଅଞ୍ଚଳ ଓ ଚାଷଜମିରେ ଜଳବନ୍ଦୀ ସମସ୍ୟା ଦେଖାଯାଇପାରେ। ଜଳ ନିଷ୍କାସନ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ମାଟି ରାସ୍ତା ଓ ଘରର କାନ୍ଥ ଭୁଶୁଡ଼ି ପଡ଼ିବା, ଜଳବନ୍ଦୀ ଯୋଗୁଁ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଚାଷୀଙ୍କୁ ଏହି ସମୟରେ ସାର ଓ ରସାୟନ ପ୍ରୟୋଗ ନ କରିବା ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଏବଂ ଖୋର୍ଦ୍ଧା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। 

ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଏସବୁ ସ୍ଥାନ ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି। ୧ ରୁ ୩ ତାରିଖ ଯାଏଁ ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୪ ତାରିଖରେ ବର୍ଷା ପରିମାଣ ହ୍ରାସ ପାଇବ।

ବର୍ଷା ଯୋଗୁଁ ତଳୁଆ ଅଞ୍ଚଳ ଓ ଚାଷଜମିରେ ଜଳବନ୍ଦୀ ସମସ୍ୟା ଦେଖାଯାଇପାରେ। ଜଳ ନିଷ୍କାସନ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ମାଟି ରାସ୍ତା ଓ ଘରର କାନ୍ଥ ଭୁଶୁଡ଼ି ପଡ଼ିବା, ଜଳବନ୍ଦୀ ଯୋଗୁଁ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଚାଷୀଙ୍କୁ ଏହି ସମୟରେ ସାର ଓ ରସାୟନ ପ୍ରୟୋଗ ନ କରିବା ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି।

ଯୋଡ଼ା ପୌରପାଳିକା ଖାଲଖମା ରାସ୍ତା, ଲୋକେ ହୀନସ୍ତା

COASTAL NEWS ODIA 953

ଯୋଡ଼ା ପୌରପାଳିକା ଖାଲଖମା ରାସ୍ତା, ଲୋକେ ହୀନସ୍ତା

 

ଯୋଡା,୩୦ା୯ - ଭଞ୍ଜ ବିହାରୀ ମହାନ୍ତି - କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପୌର ପାଳିକା କୌଣସି ପଦକ୍ଷେପ ନେଉନାହିଁ। ଫଳ ରେ ୫ନଂ. ୱାର୍ଡବାସୀ ପାଣି କାଦୁଅରେ ଯାତାୟାତ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଦୀର୍ଘବର୍ଷ ହେବ ଉକ୍ତ ରାସ୍ତା ମରାମତି କରାଯାଇ ନ ଥିବାରୁ କଂକ୍ରିଟ୍‌ ସମ୍ପୂର୍ଣ୍ଣ ଉଠିଯାଇଛି। ଫଳରେ ଖାଲଖମା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି। ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌ ବ୍ୟବସ୍ଥା ନ ଥିବାରୁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଲକ୍ଷ୍ମୀମନ୍ଦିର ସମ୍ମୁଖରେ କାଦୁଅ ଓ ପାଣି ଜମି ରହୁଥିବାରୁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ କାଦୁଅ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। 

ସହର ଓ ନଗର ଉନ୍ନୟନ ବିଭାଗ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଯୋଡ଼ା ସହରରେ ଏହାର ବ୍ୟତିକ୍ରମ ଘଟିଛି। ଲୋକେ ସେହି ପୁରୁଣା ମାଟି ରାସ୍ତା ଉପରେ ନିର୍ଭର କରୁଛନ୍ତି। ରାସ୍ତାରେ କଂକ୍ରିଟ କିମ୍ବା ପେଭର୍‌ ବ୍ଲକ୍‌ କରିବା ସହ ଡ୍ରେନ୍‌ ନିର୍ମାଣ ପାଇଁ ୱାର୍ଡବାସୀ ଦାବି କରିଛନ୍ତି।

ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି

COASTAL NEWS ODIA 952

ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି 



ତାମିଲନାଡୁ - ଭଞ୍ଜ ବିହାରୀ ମହାନ୍ତି - ନିଜ ପଦରୁ ଅଚାନକ ଇସ୍ତଫା ଦେଲେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କ (TMB) ର ଏମଡି ଓ ସିଇଓ ଏସ୍‌ କୃଷ୍ଣ । କିଛି ଦିନ ପୂର୍ବେ ବ୍ୟାଙ୍କରୁ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲବଶତଃ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇ ଯାଇଥିଲା। ବ୍ୟାଙ୍କରୁ ଭୁଲବଶଃତ ଏହି ଟଙ୍କା ସମ୍ପୃକ୍ତ କ୍ୟାବ୍‌ ଡ୍ରାଇଭରଙ୍କ ଆକାଉଣ୍ଟକୁ ଚାଲି ଯାଇଥିବା ବେଳେ ପରେ ତାହାକୁ ପୁଣି ଫେରାଇ ନିଆଯାଇଥିଲା। ଏହାପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏସ୍‌ କ୍ରିଷ୍ଣନ ।

ଗତ ବର୍ଷ ସେପ୍ଟେମ୍ବର ମାସରେ TMB ବ୍ୟାଙ୍କର ସିଇଓ ଭାବେ ଏସ୍‌ କୃଷ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା କହିଛନ୍ତି ଏସ୍‌ କ୍ରିଷ୍ଣନ । ଗତ ଗୁରୁବାର ବ୍ୟାଙ୍କର ବୋର୍ଡ ମିଟିଙ୍ଗ ବସିଥିବା ବେଳେ ଏସ୍‌ କ୍ରିଷ୍ଣନଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି। ଏନେଇ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଅନୁମୋଦିତ ନ ହେବା ପର୍ଯ୍ୟନ୍ତ ଏସ୍‌ କୃଷ୍ଣ ନିଜ ପଦରେ ରହି ଦାୟିତ୍ୱ ତୁଲାଇବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଗତ ସପ୍ତାହରେ ତାମିଲନାଡ଼ୁ ମଙ୍କେଟାଇଲ ବ୍ୟାଙ୍କର ଜଣେ ଆକାଉଣ୍ଟଧାରୀ ରାଜ କୁମାରଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା କ୍ରେଡିଟ ହୋଇ ଯାଇଥିଲା। ରାଜ କୁମାର ଜଣେ କ୍ୟାବ ଡ୍ରାଇଭର ହୋଇଥିବା ବେଳେ ଏତେ ଟଙ୍କା କିପରି ତାଙ୍କ ଆକାଉଣ୍ଟକୁ ଆସିଲା ଜାଣି ପାରିଲେ ନାହିଁ। ଏପରିକି ଏହା ଏକ ସ୍କାମ ବୋଲି ପ୍ରଥମେ ସେ ଭାବିଥିଲେ। 
ପ୍ରକୃତରେ ଆକାଉଣ୍ଟରେ ଟଙ୍କା କ୍ରେଡିଟ ହୋଇଛି କି ନାହିଁ ଜାଣିବାକୁ ନିଜ ସାଙ୍ଗ ଆକାଉଣ୍ଟକୁ ୨୧ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଆକାଉଣ୍ଟରୁ ଅବଶିଷ୍ଟ ଟଙ୍କା ଫେରାଇ ନିଆଗଲା।

ଗତ ଜୁନ୍‌ ମାସରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବ୍ୟାଙ୍କ ଉପରେ ଚଢ଼ାଉ କରାଯାଇ ଫାଇଲ୍‌ ଯାଞ୍ଚ କରାଯାଇଥିବା ବେଳେ ସେଥିରେ କିଛି ଅନିୟମିତତା ହୋଇଥିବା ସାମନାକୁ ଆସିଥିଲା।  ଏହାପରେ ଏବେ ବ୍ୟାଙ୍କର ସିଇଓ ଇସ୍ତଫା ଦେଇଥିବା ବେଳେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନି ।

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

COASTAL NEWS ODIA 951


ଉତ୍ତରପ୍ରଦେଶର ବଣ୍ଡା ଜିଲ୍ଲାରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ



ଉତ୍ତରପ୍ରଦେଶ - ଭଞ୍ଜ ବିହାରୀ ମହାନ୍ତି - ରାସ୍ତା ପାର୍ଶ୍ୱରେ ପଡ଼ିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ। ମୁଣ୍ଡ କିଛି ଦୂରତାରେ ଥିଲା। ମହିଳାଙ୍କୁ ଏତେ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଯେ, ତାଙ୍କ ହାତର ୪ ଆଙ୍ଗୁଠିକୁ କାଟି ଦିଆଯାଇଥିବା ବେଳେ ମୁଣ୍ଡରେ ଚୁଟି ବି ନ ଥିଲା। ଏତିକିରେ ରାଗ ଶାନ୍ତ ନ ହେବାରୁ ତାଙ୍କ ଦାନ୍ତଗୁଡ଼ିକୁ ବି ଭାଙ୍ଗି ଦିଆଯାଇଥିଲା। ଏପରି ଏକ ନିର୍ମମ କାଣ୍ଡ ଉତ୍ତରପ୍ରଦେଶର ବଣ୍ଡା ଜିଲ୍ଲାରେ ଘଟିଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତା ମହିଳା ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ମାୟା ଦେବୀ ବୋଲି ଜଣା ପଡ଼ିଥିଲା। ତାଙ୍କ ବୟସ ୩୫ ହେବ ବୋଲି ଜଣାଯାଇଛି। ଅଧିକ ତଦନ୍ତରୁ ସେ ରାମକୁମାର ଅହିୱାରଙ୍କ ଦ୍ୱିତୀୟ ପତ୍ନୀ ବୋଲି ଜଣାପଡ଼ିଥିଲା।

ପରିବାର ଲୋକେ ହିଁ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରଥମେ ସନ୍ଦେହ କରିଥିବା ବେଳେ ୨୪ ଘଣ୍ଟାରେ ଏହି ମାମଲା ଉପରୁ ପରଦା ହଟାଇ ପାରିଛି। ଏହି ଘଟଣାରେ ପୁଲିସ୍‌ ସମୁଦାୟ ୪ ଜଣଙ୍କୁ ବାନ୍ଧିଛି । ସେମାନଙ୍କ ମଧ୍ୟରେ ମହିଳାଙ୍କ ସ୍ୱାମୀ, ତାଙ୍କ ଦୁଇ ସାବତ ପୁଅ ଓ ପୁତୁରା ଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ମୀରା ଦେବୀଙ୍କ ସ୍ୱାମୀ ରାମ କୁମାର, ତାଙ୍କ ଦୁଇ ପୁଅ ସୁରଜ ପ୍ରକାଶ, ବ୍ରିଜେଶ ଓ ପୁତୁରା ଉଦୈଭନ ସାମିଲ ଥିବା ଜଣାପଡ଼ିଛି।

ମାୟା ଦେବୀ ରାମକୁମାରଙ୍କ ଦ୍ୱିତୀୟ ପତ୍ନୀ । ତେବେ ତାଙ୍କର ନିଜର ଜଣେ ପୁଅ ସହ ଅନୈତିକ ସମ୍ପର୍କ ଥିବା ରାମକୁମାର ସନ୍ଦେହ କରୁଥିଲେ। ଏଥିନିମନ୍ତେ ସେ ନିଜର ଅନ୍ୟ ଦୁଇ ପୁଅ ଓ ପୁତୁରାଙ୍କ ସହ ମିଶି ମୀରା ଦେବୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ।

ପ୍ରଥମେ ସେମାନେ ତାଙ୍କୁ ଡାକି ବାଇକ୍‌ରେ ଗାଁ ପାଖ ଚାମରାହ ଗାଁକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲେ। ଏତିକିରେ ରାଗ ଶାନ୍ତ ନ ହେବାରୁ ସେମାନେ ତାଙ୍କ ୪ ଆଙ୍ଗୁଠି କାଟି ଦେବା ସହ ଚୁଟି କାଟି ଦାନ୍ତ ଭାଙ୍ଗି ଦେଇଥିଲେ।

ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି। ୨୪ ଘଣ୍ଟାରେ ଏପରି ଏକ ମାମଲାର ସମାଧାନ ହୋଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏସ୍‌ପି ନିଜ ତରଫରୁ ସମ୍ପୃକ୍ତ ପୁଲିସ୍‌ ଟିମ୍‌କୁ ନିଜ ତରଫରୁ ୨୫ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି।

୨୦୨୪ରେ ଏକ ଦେଶ, ଏକ ନିର୍ବାଚନ ଅସମ୍ଭବ

COASTAL NEWS ODIA 950

୨୦୨୪ରେ ଏକ ଦେଶ, ଏକ ନିର୍ବାଚନ ଅସମ୍ଭବ



 
ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ଏପରିକି ୨୦୨୪ ଲୋକସଭା ନିର୍ବାଚନ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ଲାଗି ସରକାର ବିଚାର କରୁଥିବେଳେ ଏହା ସମ୍ଭବ ନୁହେଁ ବୋଲି ବିଧି ଆୟୋଗ ଅନୁମାନ କରିଛନ୍ତି । ବିଚାରପତି ଋତୁରାଜ ଅଗସ୍ତିଙ୍କ ପକ୍ଷରୁ ଉପସ୍ଥାପନ ହେବାକୁ ଯାଉଥିବା ରିପୋର୍ଟରେ ଏପରି ଅନୁମାନ କରାଯାଇଥିବା ଜାଣିବାକୁ ମିଳିଛି। ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରି ନାହାନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ।

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଲାଗି ସମ୍ବିଧାନ ସଂଶୋଧନ କରାଇବା ଲାଗି ଆୟୋଗ ସରକାରଙ୍କୁ ପ୍ରସ୍ତାବ ଦେବେ। ଏକକାଳୀନ ନିର୍ବାଚନ କରାଇବା ସମ୍ପର୍କରେ ୨୨ତମ ବିଧି ଆୟୋଗ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଅମଲାତନ୍ତ୍ର ଅଧିକାରୀ, ବିଶେଷଜ୍ଞ ଠାରୁ ମତାମତ ଲୋଡିଥିଲେ। ତେବେ ୨୦୧୮ରେ ୨୧ତମ ବିଧି ଆୟୋଗ ଦେଇଥିବା ଚିଠା ରିପୋର୍ଟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରାଇବା ସପକ୍ଷରେ ମତ ଦେଇଥିଲେ। 

ଏକକାଳୀନ ନିର୍ବାଚନ ହେବା ଦ୍ବାରା ରାଜସ୍ବ ଖର୍ଚ୍ଚ କମ୍ ହେବ ଓ ପ୍ରଶାସନ ଉପରେ ଚାପ କମ୍ ହେବ। ଏହାଦ୍ବାରା ସରକାର ତାଙ୍କ ନୀତି ଓ ନିୟମକୁ ଠିକ୍ ରୂପେ କାର୍ଯ୍ୟକାରୀ କରିପାରିବେ। ତେବେ ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏକକାଳୀନ ନିର୍ବାଚନ କରାଇବା ସମ୍ଭବ ନୁହେଁ। ଏଥିପାଇଁ ଜନପ୍ରତିନିଧି ଆଇନ ୧୯୫୧ରେ ସଂଶୋଧନ କରିବାକୁ ହେବ।

ଉଜ୍ଜୟିନୀ ଦୁଷ୍କର୍ମ ମାମଲାରେ ୫ ଜଣ ଆରୋପି ଅଟକ

COASTAL NEWS ODIA 949

ଉଜ୍ଜୟିନୀ ଦୁଷ୍କର୍ମ ମାମଲାରେ ୫ ଜଣ ଆରୋପି ଅଟକ




ମଧ୍ୟପ୍ରଦେଶ - ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଛି ଏବଂ ନାବାଳିକା ଅର୍ଦ୍ଧନଗ୍ନ ଓ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ଘୂରି ବୁଲୁଥିବାବେଳେ ( ପ୍ରକାଶ ଥାଉକି ପୁଲିସ ଉଦ୍ଧାର କରିବା ପୂର୍ବରୁ ୮ କିମି ଚାଲିଥିଲେ ପୀଡ଼ିତା ତାଙ୍କପ୍ରତି ଲୋକମାନଙ୍କର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ଥିଲା ।

ଉଜ୍ଜୟିନୀ ପୁଲିସ ମୁଖ୍ୟ ସଚିନ ଶର୍ମା କହିଛନ୍ତି, ୧୨ ବର୍ଷୀୟା ନାବାଳିକା ପ୍ରାୟ ୮ କିମି ବାଟ ଚାଲିଥିଲେ ଏବଂ ଘରକୁ ଘର ବୁଲି ନିଜ ସମସ୍ୟା ସମ୍ପର୍କରେ କହିବାକୁ ଚେଷ୍ଟା କରିଥିଲେ।ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ବଦଳରେ ଘଉଡ଼ାଇ ଦେଇଥିଲେ ଏବଂ ଆଉ କିଛି ଲୋକ କବାଟ କିଲିଥିଲେ। ତେବେ ପରିଶେଷରେ ନାବାଳିକା ପୀଡ଼ିତାଙ୍କୁ ଜଣେ ଆଶ୍ରମ ପୁରୋହିତ ସାହାଯ୍ୟ କରିଥିଲେ। ନାବାଳିକା ଏକ ଆଶ୍ରମରେ ପହଞ୍ଚିବାପରେ ଆଶମ୍ରର ପୁରୋହିତ ତାଙ୍କୁ ତାଙ୍କ ନିଜ ପୋଷାକ ଦେବା ସହ ତତ୍‌କ୍ଷଣାତ ପୁଲିସକୁ ଜଣାଇଥିଲେ। ୨୦ ମିନିଟ୍ ପରେ ପୁଲିସ ଆସି ପହଞ୍ଚିଥିଲା ଏବଂ ନାବାଳିକା ପୀଡ଼ିତାଙ୍କୁ ହସ୍ପିଟାଲ୍ ନେଇଥିଲା । 

ପୁଲିସ ଏହି ମାମଲାରେ ଜଣେ ଅଟୋ ଡ୍ରାଇଭର ସମେତ ୫ଜଣଙ୍କୁ ଅଟକ ରଖି ଜେରା କରୁଛି । ସବୁଠୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ଯେ ଲୋକମାନେ ଏତିକି ସାମାନ୍ୟ କଥା ବୁଝି ପାରିନଥିଲେ ଯେ ପୀଡ଼ିତାଙ୍କୁ ସେ ସମୟରେ ଟଙ୍କା ନୁହେଁ ବରଂ ହସ୍ପିଟାଲ୍ ନେବା ଜରୁରୀ ଥିଲା । ପୀଡ଼ିତାଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ଅତି ଗୁରୁତର ଅଛି। ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି। ପୁଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିଛି। 

ପୀଡ଼ିତା ନାବାଳିକା ମଧ୍ୟପ୍ରଦେଶର ସତନା ଜିଲ୍ଲାର ବୋଲି ଜଣାପଡ଼ିଛି। ପୀଡ଼ିତା ଗତ ରବିବାରଠାରୁ ନିଖୋଜ ଥିଲେ ସେ ସ୍କୁଲ୍ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ। ପୀଡ଼ିତା ଖେରିରୁ ଏକ ଅଟୋ ରିକ୍ସାରେ ଆସିଥିବା ଜଣାପଡ଼ିଛି। ଉକ୍ତ ଅଟୋରିକ୍ସାର ପଛ ସିଟ୍‌ରେ ରକ୍ତ ଦାଗ ଲାଗିଛି। ଅଟୋରିକ୍ସା ଡ୍ରାଇଭରକୁ ପୁଲିସ ଅଟକ ରଖି ଜେରା କରୁଛି ଏବଂ ଅଟୋରିକ୍ସାର ଫରେନ୍ସିକ ଯାଞ୍ଚ କରାଯାଉଛି। ଡ୍ରାଇଭରଠାରୁ ମିଳିଥିବା ସୂଚନା ଏବଂ କେତେକ ସିସିଟିଭି ଫୁଟେଜ ଯାଞ୍ଚ ପରେ ଆଉ ୪ ଜଣଙ୍କୁ ପୁଲିସ ଅଟକ ରଖିଛି ।

ଆଜିର ରାଶିଫଳ

COASTAL NEWS ODIA 948

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ସେପ୍ଟେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଶନିବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌹👉ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।*  
*✧═════•❁❀❁•═════✧*  

*🌹ବୃଷ🌹👉ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ  ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।* 

*✧═════•❁❀❁•═════✧*  
*🌹ମିଥୁନ🌹👉ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।* 
*✧═════•❁❀❁•═════✧*  
*🌹କର୍କଟ 🌹👉ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।*

*✧═════•❁❀❁•═════✧*  
*🌹ସିଂହ🌹👉ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ।  ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।*

*✧═════•❁❀❁•═════✧*  
*🌹କନ୍ୟା🌹👉ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।*
*✧═════•❁❀❁•═════✧*  

*🌹ତୁଳା🌹👉ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ  ବନ୍ଧୁଙ୍କ ନିକଟରୁ ଆସାକରିଥିବା  ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।*

*✧═════•❁❀❁•═════✧*  
*🌹ବିଛା🌹👉ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।*

*✧═════•❁❀❁•═════✧*  
*🌹ଧନୁ🌹👉କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ  ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।*
*✧═════•❁❀❁•═════✧*  

*🌹ମକର🌹👉ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।* 

*✧═════•❁❀❁•═════✧*  
*🌹କୁମ୍ଭ🌹👉ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।*

*✧═════•❁❀❁•═════✧*  
*🌹ମୀନ🌹👉ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।*
*✧═════•❁❀❁•═════✧*

ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ

COASTAL NEWS ODIA 947

ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ 



ଭୁବନେଶ୍ବର - ମହିଳା ସାଂସଦ ଭାବେ ସଙ୍ଗୀତା କୁମାରୀ ସିଂହଦେଓ ଆଗରେ । ସାଂସଦ ଭାବରେ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ରାଜ୍ୟର ଅନ୍ୟ ସାଂସଦମାନଙ୍କ ଠାରୁ ସେ ସବୁଠୁ ଆଗରେ । ସଦ୍ୟ ପ୍ରକାଶିତ ପିଆରଏସ ଲେଜିସଲେଟିଭ ରିସର୍ଚ୍ଚ ରିପୋର୍ଟରେ ଏହା କୁହାଯାଇଛି । ସଂସଦରେ ପ୍ରଶ୍ନ ପଚାରିବା, ଆଲୋଚନାରେ ଭାଗ ନେବା ତଥା ଉପସ୍ଥିତିରେ ଅନ୍ୟମାନଙ୍କୁ ଠାରୁ ତାଙ୍କର ପ୍ରଦର୍ଶନ ଭଲ ରହିଥିବା ରିପୋର୍ଟରୁ ଜଣାପଡିଛି ।

ଲୋକେ ବହୁମୂଲ୍ୟ ମତ ସାବ୍ୟସ୍ତ କରି ନିଜ ପ୍ରତିନିଧି ଚୟନ କରନ୍ତି । ହେଲେ ଏହି ପ୍ରତିନିଧିମାନେ ତାଙ୍କ ପାଇଁ କେତେ ସ୍ୱର ଉତ୍ତୋଳନ କରିଛନ୍ତି ତାକୁ ନେଇ ଅନେକ ବାଦବିବାଦ ଦେଖାଯାଏ । ଏପରି ସ୍ଥଳେ ରିପୋର୍ଟ କାର୍ଡରେ ତାଙ୍କର କାର୍ଯ୍ୟଦକ୍ଷତା ପ୍ରତିଫଳିତ ହୋଇଥାଏ । ଯେଉଁଥିରେ ସେମାନେ ଲୋକଙ୍କ ପାଇଁ କ'ଣ କାମ କରୁଛନ୍ତି ତାହା ଜଣାପଡିଥାଏ । 

ଓଡିଶାରୁ ନିର୍ବାଚିତ ହୋଇ ସଂସଦ ଯାଇଥିବା ସବୁ ସାଂସଦଙ୍କ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା ପିଆରଏସ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟରୁ ଜଣାପଡ଼ିଛି । ଏଥିରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ସମସ୍ତଙ୍କ ଆଗରେ ରହିଛନ୍ତି । ସଂସଦରେ ବଲାଙ୍ଗୀର ସାଂସଦଙ୍କ ଉପସ୍ଥିତି ହାର 94 ପ୍ରତିଶତ ରହିଛି । କିଛି ଅଧିବେଶନରେ ତାଙ୍କର ଉପସ୍ଥିତି ଶତ ପ୍ରତିଶତ ରହିଛି ମଧ୍ୟ । 

ଏଥର 17ଶହ ଲୋକସଭା ଅଧିବେଶନରେ ତାଙ୍କର ଉପସ୍ଥିତି 91 ପ୍ରତିଶତ ଏବଂ ସେ 44ଟି ମହତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଛନ୍ତି । ସେହିପରି ସେ ଗୃହରେ 474ଟି ପ୍ରଶ୍ନ କରିଛନ୍ତି । ଏହାଛଡା ସାଂସଦ ଗୋଟିଏ ବିଲ୍ ମଧ୍ୟ ଆଗତ କରିଛନ୍ତି । ସେ ସଂସଦୀୟ ବ୍ୟକ୍ତିଗତ ବିଲ କୋରାପୁଟ ଓ ବଲାଙ୍ଗୀର ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଗତ କରିଥିଲେ । ତେବେ ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ଓଡିଶା ର ଅନ୍ୟ ସାଂସଦମାନଙ୍କ ଅପେକ୍ଷା ଆଗରେ ରହିଛନ୍ତି ।

ବଲାଙ୍ଗୀରର ସାଂସଦ ସଙ୍ଗୀତ ସିଂହଦେଓ ଏହି ଖବରରେ ଖୁସି ବ୍ୟକ୍ତି କରି କହିଛନ୍ତି ଯେ, ସେ ପାଞ୍ଚ ବର୍ଷରୁ ଓଡିଶା ପାଇଁ ସଂସଦରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ସେହିପରି ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି ତେଣୁ ଏଠିକାର ବିକାଶ ତାଙ୍କର ପ୍ରାଥମିକତା । ଓଡିଶାର ବିକାଶ ଓ ମହିଳାମାନଙ୍କ ପାଇଁ ସେ ସ୍ୱର ଉତ୍ତୋଳନ କରି ଆସିଛନ୍ତି ଏବଂ ଏହି ପ୍ରକ୍ରିୟା ସେ ନିରନ୍ତର ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

Friday, September 29, 2023

ହାଇଦ୍ରାବାଦରେ ଜଣେ ମହିଳା କିଙ୍ଗପିନ୍ ଏବଂ ଜଣେ ଗ୍ରାହକଙ୍କ ସମେତ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଗିରଫ

COASTAL NEWS ODIA 946

ହାଇଦ୍ରାବାଦରେ ଜଣେ ମହିଳା କିଙ୍ଗପିନ୍ ଏବଂ ଜଣେ ଗ୍ରାହକଙ୍କ ସମେତ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଗିରଫ




ହାଇଦ୍ରାବାଦ - ସ୍ପେଶାଲ ଅପରେସନ୍ ଟିମ୍ ଏବଂ ତେଲେଙ୍ଗାନା ରାଜ୍ୟ ପୋଲିସ ଏକ ଡ୍ରଗ୍ ପେଡିଂ ରାକେଟ ଉପରେ ନଜର ରଖି ହାଇଦ୍ରାବାଦରେ ଜଣେ ମହିଳା କିଙ୍ଗପିନ୍ ଏବଂ ଜଣେ ଗ୍ରାହକଙ୍କ ସମେତ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଗିରଫ କରିଛି।

ସ୍ଲୁଥ୍ମାନେ 51.45 ଗ୍ରାମ କୋକେନ ଏବଂ 44 ଇକଷ୍ଟେସି ବଟିକା ଉଦ୍ଧାର କରିଛନ୍ତି।  ଅଭିଯୁକ୍ତମାନେ ଗୋଆରେ ନିଷିଦ୍ଧ ନିଶା ଦ୍ରବ୍ୟ କ୍ରୟ କରି ହାଇଦ୍ରାବାଦକୁ ପରିବହନ କରି ବିକ୍ରି କରୁଥିଲେ।  ଅଭିଯୁକ୍ତମାନେ ନାନକ୍ରାମଗୁଡା ନିବାସୀ 34 ବର୍ଷିୟ ଲିଙ୍ଗମ୍ପାଲି ଅନୁରାଧା ଏବଂ ଗୁଣ୍ଟୁରରୁ ଆସିଥିବା ତାଙ୍କ ବନ୍ଧୁ ସହଯୋଗୀ ଶିବ ସାଇ କୁମାର ବୋଲି ଜଣାପଡିଛି।

ହାଇଦ୍ରାବାଦରେ ନିଷିଦ୍ଧ ପଦାର୍ଥ ବିକ୍ରୟ କରିବା ପାଇଁ ଏହି ଗ୍ୟାଙ୍ଗ ଅନ୍ୟ ଜଣେ ଅଭିଯୁକ୍ତ 38 ବର୍ଷିୟ ସାନିକୋମୁ ପ୍ରଭାକର ରେଡ୍ଡୀଙ୍କ ସହ କାର୍ଯ୍ୟ କରିଥିଲା। ଅନୁରାଧା, କିଙ୍ଗପିନ୍, ଗୋଆରେ ଡ୍ରଗ୍ ବେପାରୀଙ୍କ ସହ ତାଙ୍କର ଜଣେ ପଡ଼ୋଶୀ ମାଧ୍ୟମରେ ନିଶା ସେବନ କରିଥିଲେ।  ସେ ଗୋଆରେ ଡ୍ରଗ୍ ବେପାରୀଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥିଲେ।  ସେ ତାଙ୍କ ସାହାଯ୍ୟରେ ହାଇଦ୍ରାବାଦରେ ଡ୍ରଗ୍ସ କ୍ରୟ କରୁଥିଲେ ଏବଂ ଡ୍ରଗ୍ସ ଗ୍ରାହକ ମାନଙ୍କୁ ଯୋଗାଉଥିଲେ।

ତାଙ୍କର ଜଣେ ବନ୍ଧୁ ତାଙ୍କୁ ଅନ୍ୟ ଜଣେ ଅଭିଯୁକ୍ତ ସାନିକୋନମୁ ପ୍ରଭାକର ରେଡ୍ଡୀଙ୍କ ସହ ପରିଚିତ କରାଇଥିଲେ, ଯେଉଁଠାରେ ସେ କାର୍ଯ୍ୟ କରୁଥିଲେ।  ଅନୁରାଧା ଏବଂ ରେଡ୍ଡୀ ଗୋଆରେ କମ୍ ମୂଲ୍ୟରେ ଡ୍ରଗ୍ସ କ୍ରୟ କରି ହାଇଦ୍ରାବାଦ ଏବଂ ଗୋଆରେ ଶସ୍ତା ମୂଲ୍ୟରେ ବିକ୍ରି କରି ଏକ ସହଜ ନେଟୱାର୍କ ପ୍ରତିଷ୍ଠା କରି ପାରିଥିଲେ |

ସେମାନେ ଏକ ଘରୋଇ ବସ୍‌ରେ ହାଇଦ୍ରାବାଦ ଅଭିମୁଖେ ଡ୍ରଗ୍ସ ଚୋରା ଚାଲାଣ କରିବେ।  ଅଭିଯୁକ୍ତମାନେ ଗ୍ରାହକଙ୍କ ଏକ ନେଟୱାର୍କ ପ୍ରତିଷ୍ଠା କରି WhatsApp ଏବଂ ସ୍ନାପଚାଟରେ ଯୋଗାଯୋଗ କରିଥିଲେ।  ସେମାନଙ୍କର ଭାଗ୍ୟର ଖେଳ ଶେଷ ହେଲା ଯେତେବେଳେ ମୋକିଲା ପୋଲିସ ଇନ୍ଦ୍ରଦେବୀ ନଗରରେ ତିନିଜଣ ଯୁବକଙ୍କୁ ଗିରଫ କରି କୋକେନ ପ୍ୟାକେଟ ଜବତ କରିଥିଲା।  

୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର, କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର

COASTAL NEWS ODIA 
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର, କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର




ଭଦ୍ରକ : ଭଞ୍ଜ ବିହାରୀ ମହାନ୍ତି - କାହାର ଲକ୍ଷେ ତ କାହାର ହଜାର ତ ପୁଣି କାହାର ୧୦ ହଜାର । କାହାରି ଟଙ୍କାକୁ ବି ଡିପୋଜିଟ୍‌ କରିନାହାଁନ୍ତି ପୋଷ୍ଟ ମାଷ୍ଟର । ଆଜି କରିବି କାଲି କରିବି ଖାତା ଅପଡେଟ ହେବାକୁ ଯାଇଛି । ଏମିତି କେତେ କଣ ଲୋକଙ୍କୁ ଭୁଆଁ ବୁଲାଇ ଆସୁଥିଲେ ପୋଷ୍‌ଟ ମାଷ୍ଟର । ଲୋକମାନେ ବି ନିଜ ଜମା ଟଙ୍କା ବିଷୟରେ ପଚାରିବାକୁ ପୋଷ୍ଟ ଅଫିସ୍‌ ଦୌଡନ୍ତି କିନ୍ତୁ ଧରାଛୁଆଁ ଦିଅଦନ୍ତିିନି ପୋଷ୍ଟ ମାଷ୍ଟର । ଆଉ ଶେଷରେ ଲୋକଙ୍କ ଟଙ୍କା ନେଇ ଫେରାର ବି ହୋଇଯାଇଛନ୍ତି । 

ଆଜକୁ ଦୀର୍ଘ ୧୩ ଦିନ ବିତିଗଲାଣି ଲୋକଙ୍କ ଟଙ୍କା ହଡପ କରି ଫେରାର ଅଛନ୍ତି ପୋଷ୍ଟ ମାଷ୍ଟର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତର ଉଗ୍ରତରାରେ ଥିବା ଉଗ୍ରତରା ଶାଖା ଡାକଘରର ପୋଷ୍ଟମାଷ୍ଟର କିଛି ଜମାକାରୀଙ୍କ ଟଙ୍କା ଜମାନକରି ନିଜେ ସେସବୁ ଟଙ୍କା ନେଇ ଫେରାର୍ ହୋଇ ଯାଇଥିବା ଜମାକାରୀ ଅଭିଯୋଗ କରିଛନ୍ତି । ପୋଷ୍ଟ ମାଷ୍ଟର ଫେରାର୍ ହୋଇଯାଇଥିବାରୁ ଦୀର୍ଘ ୧୩ ଦିନ ହେଲା ଉଗ୍ରତରା ଶାଖା ଡାକଘର ତାଲା ପଡିଛି ।

ଖବର ପାଇ ଭଦ୍ରକ ମୁଖ୍ୟ ଡାକଘରର ଇନ୍ସପେକଟର , ଚାନ୍ଦବାଲି ତହସିଲଦାରଙ୍କ ଉପସ୍ଥିତିରେ ଉଗ୍ରତରା ଶାଖା ଡାକଘର ର ତାଲା ଭାଙ୍ଗିଥିଲେ । ତେବେ ଜମାକାରୀଙ୍କ ଅଭିଯୋଗ କାହାର ଏକ ଲକ୍ଷ ତ କାହାର ନବେ ହଜାର ପୁଣି କାହାର ୧୦ ହଜାର ଏମିତି ଟଙ୍କା ଜମାକାରୀଙ୍କ ଖାତାରେ ଡିପୋଜିଟ ନକରି ପୋଷ୍ଟମାଷ୍ଟର ହଡପ କରିଦେଇଛି ।

ଆଖପାଖ ଅଂଚଳରକ ବହୁ ଲୋକ ଏହି ଡାକଘରେ ନିଜର ଚଙ୍କା ସଂଚୟ କରୁଥିଲେ । କିଛି ଜମାକାରୀଙ୍କ ଟଙ୍କାକୁ ଡିପୋଜିଟ ନକରି ଟଙ୍କା ନେଇ ଫେରାର ହୋଇଯାଇଛି ପୋଷ୍ଟ ମାଷ୍ଟର । ତେବେ ଜମାକାରୀମାନେ ଯେତେବେଳେ ପୋଷ୍ଟ ମାଷ୍ଟର ପାଖକୁ ଯାଆନ୍ତି ଲିଙ୍କ ନାହିଁ କାଲି ଡିପୋଜିଟ କରିଦେବି , ଡିପୋଜିଟ କରି ଦେଇଛି ପଛକୁ ଆସନ୍ତୁ ବହି ନେଇଯିବେ ଏମିତି କହି ଠକଉଥିଲା ବୋଲି ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଜମାକାରୀ । ତେବେ ଏହି ଘଟଣାରେ ଜିଲ୍ଲା ଡାକଘରର ଇନ୍ସପେକଟର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ସ୍ପଷ୍ଟ ହେବ ସତ କଣ ମିଛ କଣ ବୋଲି ସେ କହିଛନ୍ତି l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...