AFFILIATE MARKETING

https://binomo.com?a=90810425bb57&t=0

Thursday, August 7, 2025

ବଦଳିଲେ ପଟ୍ଟାମୁଣ୍ଡାଇ ASI ଶୈଳେନ୍ଦ୍ର ପଲେଇ

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର

କେନ୍ଦ୍ରାପଡା, ୭/୮: ପଟ୍ଟାମୁଣ୍ଡାଇରେ ଯୁବତୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏସଆଇ ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ଯୁବତୀଙ୍କ ବାପା ଏସଆଇ ପଲେଇଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ଝିଅ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପଲେଇ ବାବୁ ଅଭିଯୋଗ ରଖିନଥିଲେ ଏବଂ ଅତି ହାଲୁକାର ସହ ଘଟଣାକୁ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଗତ କାଲି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ପାଇଁ ବ୍ଲାକମେଲ କରୁଥିଲେ। ଯାହା ପରେ ସେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ ଆଣିଥିଲେ। ଏହି ଘଟଣା ୮ ମାସ ଧରି ଘଟିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା

ଭୁବନେଶ୍ୱର, ୭/୮: ଆଜି ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ,ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଶଦ ଆଲୋଚନା କରିଥିଲେ। ସୂଚନାଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ,୨୦୨୫-୨୦୨୭ ଶିକ୍ଷାବର୍ଷ ମଧ୍ୟରେ ୪୧୬୦ ପୋଷ୍ଟ ନିଯୁକ୍ତି ଦିଆଯିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ସାରଣୀ ଅନୁସାରେ ଓଡିଶାକୁ ପ୍ରାରମ୍ଭିକ ସ୍ତରରେ ୧୨୨୬୮ ସ୍ଥାୟୀ ପଦବୀର ଆବଶ୍ୟକତା ଅଛି | ସଂଘର ଦାବି ରହିଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏକାକାଳୀନ ସମସ୍ତ ପଦ ପୂରଣ କରାଗଲେ ନୟାଗଡ଼ ଜିଲ୍ଲା ତଥା ଓଡିଶାର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପାଇପାରିବେ। ଏହାକୁ ମାନନୀୟା ବାଚସ୍ପତି ଶ୍ରୀମତୀ ପାଢ଼ୀ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଆଜି ଜାତୀୟ ହସ୍ତତନ୍ତ ଦିବସ

ଅଧିକ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୭ ଅଗଷ୍ଟ ୨୦୨୫

ଜାତୀୟ ହସ୍ତତନ୍ତ ଦିବସ:- ହସ୍ତତନ୍ତ କ୍ଷେତ୍ର ଆମ ଦେଶର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଆମ ଦେଶର ଗ୍ରାମୀଣ ଏବଂ ଅର୍ଦ୍ଧ-ଗ୍ରାମାଞ୍ଚଳରେ ଜୀବିକା ନିର୍ବାହର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ଏପରି ଏକ କ୍ଷେତ୍ର ଯାହା ମହିଳା ସଶକ୍ତିକରଣକୁ ସିଧାସଳଖ ପ୍ରୋତ୍ସାହିତ କରେ। ସମସ୍ତ ବୁଣାକାର ଏବଂ ସହଯୋଗୀ ଶ୍ରମିକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ମହିଳା।

୭ ଅଗଷ୍ଟ, ୧୯୦୫ରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନ ସ୍ୱଦେଶୀ ଶିଳ୍ପ ଏବଂ ବିଶେଷକରି ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା। ୨୦୧୫ରେ ଭାରତ ସରକାର ପ୍ରତିବର୍ଷ ୭ ଅଗଷ୍ଟକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ୭ ଅଗଷ୍ଟ ୨୦୧୫ରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ହସ୍ତତନ୍ତ ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଅବନୀନ୍ଦ୍ରନାଥ ଟାଗୋର (୭ ଅଗଷ୍ଟ ୧୮୭୧ – ୫ ଡିସେମ୍ବର ୧୯୫୧) “ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ”ର ପ୍ରତିଷ୍ଠାତା ଏବଂ ପ୍ରମୁଖ କଳାକାର ଥିଲେ। ସେ ବଙ୍ଗଳା କଳା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହା ଆଧୁନିକ ଭାରତୀୟ ଚିତ୍ରକଳା ବିକାଶରେ ଅବଦାନ ରଖିଥିଲା। ସେ ବ୍ରିଟିଶ ଭାରତର କଲିକତାର ଜୋରାସାଙ୍କୋରେ ଗୁଣେନ୍ଦ୍ରନାଥ ଟାଗୋର ଏବଂ ସୌଦାମିନୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗିରୀନ୍ଦ୍ରନାଥ ଟାଗୋର ଥିଲେ, ଯିଏ “ରାଜକୁମାର୍” ଦ୍ୱାରକାନାଥ ଟାଗୋରଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଟାଗୋର ପରିବାରର ଜଣେ ସଦସ୍ୟ। ସେ କବି ରବିନ୍ଦ୍ରନାଥ ଟାଗୋରଙ୍କ ଭଣଜା ଥିଲେ। ତାଙ୍କ ବଡ଼ ଭାଇ ଗଗନେନ୍ଦ୍ରନାଥ ଟାଗୋର ମଧ୍ୟ ଜଣେ କଳାକାର ଥିଲେ।

୨. ମାନକୋମ୍ବୁ ସାମ୍ବାସିଭାନ ସ୍ୱାମୀନାଥନ (୭ ଅଗଷ୍ଟ ୧୯୨୫), ଜଣେ ଭାରତୀୟ କୃଷିବିଜ୍ଞାନୀ, ଉଦ୍ଭିଦ ଜେନେଟିସିଷ୍ଟ, ପ୍ରଶାସକ ଏବଂ ମାନବବାଦୀ। ସବୁଜ ବିପ୍ଳବରେ, ସ୍ୱାମୀନାଥନଙ୍କୁ ବିଶ୍ୱ ନେତା ଭାବରେ ବିବେଚନା କରାଯାଏ।  ଭାରତରେ ଉଚ୍ଚ ଅମଳକ୍ଷମ ଗହମ ଏବଂ ଧାନ କିସମ ପ୍ରଚଳନ ଏବଂ ଆହୁରି ବିକାଶ କରିବାରେ ତାଙ୍କର ଭୂମିକା ପାଇଁ, ତାଙ୍କୁ ସବୁଜ ବିପ୍ଳବର ପ୍ରମୁଖ ସ୍ଥପତି ବୋଲି କୁହାଯାଏ। ଫିଲିପାଇନ୍ସରେ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (IRRI)ର ମହାନିର୍ଦ୍ଦେଶକ ଭାବରେ ତାଙ୍କର ନେତୃତ୍ୱ ଯୋଗୁଁ ତାଙ୍କୁ ୧୯୮୭ ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର, ନୋବେଲ ପୁରସ୍କାର ମିଳିଥିଲା। ତାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ‘ଅର୍ଥନୈତିକ ପରିବେଶର ଜନକ’ ଭାବରେ ସମ୍ବୋଧିତ କରାଯାଇଛି।

୩. ସୁରେଶ ଈଶ୍ୱର (୭ ଅଗଷ୍ଟ ୧୯୫୫), ୱାଡକର ଜଣେ ଭାରତୀୟ ପ୍ଲେବ୍ୟାକ୍ ଗାୟକ। ସେ ହିନ୍ଦୀ ଏବଂ ମରାଠୀ ଉଭୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ସେ କିଛି ଭୋଜପୁରୀ ଚଳଚ୍ଚିତ୍ର, ଓଡ଼ିଆ ଗୀତ ଗୀତ ଗାଇଛନ୍ତି। ତାଙ୍କୁ ୨୦୧୮ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦ ମସିହାରେ, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରବୀନ୍ଦ୍ରନାଥ ଟାଗୋର (୭ ମଇ ୧୮୬୧ – ୭ ଅଗଷ୍ଟ ୧୯୪୧) ଜଣେ ବଙ୍ଗାଳୀ କବି, ଲେଖକ, ନାଟ୍ୟକାର, ସଂଗୀତଜ୍ଞ, ଦାର୍ଶନିକ, ସମାଜ ସଂସ୍କାରକ ଏବଂ ଚିତ୍ରକର ଥିଲେ। ସେ କେବଳ ଭାରତ ଏବଂ ବାଂଲାଦେଶ ଦୁଇଟି ଦେଶ ପାଇଁ ଜାତୀୟ ସଙ୍ଗୀତ ପ୍ରଦାନ କରିନଥିଲେ ବରଂ ତାଙ୍କର ଜଣେ ଛାତ୍ରଙ୍କୁ ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଲେଖିବା ଏବଂ ରଚନା କରିବା ପାଇଁ ପ୍ରେରଣା ଦେଇଥିଲେ।

୨. ଏମ କରୁଣାନିଧି (୩ ଜୁନ୍ ୧୯୨୪ – ୭ ଅଗଷ୍ଟ ୨୦୧୮) ଜଣେ ଭାରତୀୟ ଲେଖକ ଏବଂ ରାଜନେତା ଥିଲେ ଯିଏ ୧୯୬୯ ରୁ ୨୦୧୧ ମଧ୍ୟରେ ପାଞ୍ଚ ଥର ପାଇଁ ପ୍ରାୟ ଦୁଇ ଦଶନ୍ଧି ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ସର୍ବାଧିକ କାର୍ଯ୍ୟକାଳ ଥିଲା ୬,୮୬୩ ଦିନ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ତାମିଲ ଚଳଚ୍ଚିତ୍ର ଶିଳ୍ପରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ କାର୍ଯ୍ୟ କରିଥିଲେ।


ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୦୫: ସ୍ୱଦେଶୀ ଆନ୍ଦୋଳନ, ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଟିଶ ବିରୋଧୀ ଆନ୍ଦୋଳନ, ଭାରତରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା।

୧୯୦୫ – ଭାରତୀୟ ଜାତୀୟ କଂଗ୍ରେସ ବ୍ରିଟିଶ ସାମଗ୍ରୀ ବର୍ଜନ କରିବା ପାଇଁ ଘୋଷଣା କରିଥିଲା।

୧୯୪୭ – ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ୍ ଆନୁଷ୍ଠାନିକ ଭାବରେ ବମ୍ବେ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ (BEST) କୁ ଗ୍ରହଣ କଲା।

୧୯୪୭ – ହାଇଦ୍ରାବାଦ ରାଜ୍ୟ କଂଗ୍ରେସ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କଲା।

୧୯୪୭ – ମହମ୍ମଦ ଅଲି ଜିନ୍ନା ଭାରତ ଛାଡିଥିଲେ।

୧୯୮୫ – ଗୀତ୍ ସେଠି ବିଶ୍ୱର ଆର୍ମେଚର ବିଲିଆର୍ଡସ୍ ଚାମ୍ପିଅନ୍ ହେବାରେ ତୃତୀୟ ଭାରତୀୟ ହୋଇଥିଲେ।

୨୦୧୮ – ସ୍ୱିଡିସ୍ ଫର୍ଣ୍ଣିଚର ବ୍ରାଣ୍ଡ୍ Ikea ହାଇଦ୍ରାବାଦରେ ଭାରତରେ ଏହାର ପ୍ରଥମ ଷ୍ଟୋର ଖୋଲିଥିଲା।

୨୦୨୪ – ଭାରତର ଐତିହାସିକ ଜାଭେଲିନ୍ ସଫଳତାକୁ ମନେ ପକାଇବା ପାଇଁ ଭାରତରେ ଜାତୀୟ ଜାଭେଲିନ୍ ଦିବସ ପାଳନ କରାଯାଏ।

ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

୩ ଥର ଖଣ୍ଡପଡ଼ାରୁ ବିଧାୟକ ଥିଲେ

ଭୁବନେଶ୍ୱର, ୭/୮: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ ଘଟିଛି। ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି। ହୃଦଜନିତ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ସେ ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୩ ଥର ଖଣ୍ଡପଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇ ଥିଲେ। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ।

ଟ୍ରମ୍ପଙ୍କ ଅତିରିକ୍ତ ଟାରିଫ ଘୋଷଣା; ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲା ଭାରତ

ଭାରତ ଉପରେ ଟାରିଫ ‘ଅନ୍ୟାୟ, ଅନୁଚିତ ଓ ଅଯୌକ୍ତିକ’: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬/୮: ରୁଷୀୟ ତୈଳ କିଣିବା ନେଇ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛି ଭାରତ। ଭାରତ ଏହାକୁ “ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ” ବୋଲି କହିଛି। ଭାରତ କହିଛି ଯେ ତାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯାହା ସମ୍ଭବ ସେ ତାହା କରିବ ଏବଂ ସାମଗ୍ରିକ ଶୁଳ୍କକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଆମେରିକାର ପଦକ୍ଷେପ “ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି କହିଛି।

ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ରୁଷରୁ ତୈଳ କ୍ରୟ ଉପରେ ଜରିମାନା ପାଇଁ ଚେତାବନୀ ଦେବା ପରେ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ବାଣିଜ୍ୟ ଶୁଳ୍କ ଘୋଷଣା କରିଥିଲେ। ଯାହା ପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଆଦେଶ ଅନୁଯାୟୀ, ଅତିରିକ୍ତ ଶୁଳ୍କ ଆଜିଠାରୁ ୨୧ ଦିନ ପରେ ଲାଗୁ ହେବ, ଯାହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ

ବୈଦେଶିକ ମନ୍ତ୍ରଣାଳୟ କହିଛି, “ଆମେରିକା ଗତ କିଛି ଦିନ ମଧ୍ୟରେ ରୁଷରୁ ଭାରତ ତୈଳ ଆମଦାନୀ କରୁଥିବାରୁ ଟାର୍ଗେଟ କରିଛି। ଆମେ ଏହା ଉପରେ ଆମର ପକ୍ଷ ସ୍ପଷ୍ଟ କରିସାରିଛୁ। ଆମର ଆମଦାନୀ ବଜାର ସୁଲଭ ଅଟେ ଏବଂ ଭାରତର ୧୪୨ କୋଟି ଲୋକଙ୍କ ଶକ୍ତି ସୁରକ୍ଷା ଉଦ୍ଦେଶ୍ୟରେ ଆମେ ଏହା କରୁଛୁ। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମେରିକା ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛି। ଯାହାକି ଅନେକ ଦେଶ ମଧ୍ୟ ନିଜ ଜାତୀୟ ସ୍ୱାର୍ଥ ପାଇଁ ରୁଷରୁ ତୈଳ ନେଉଛନ୍ତି। ତେଣୁ ଆମେରିକା ର ଏପରି କାର୍ଯ୍ୟ ଅନ୍ୟାୟ, ଅନୁଚିତ ଓ ଅଯୌକ୍ତିକ। ଭାରତ ତା’ର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ।”

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଥମେ ଭାରତ ଉପରେ ରେସିପ୍ରୋକାଲ ବା ଯେସାକୁ ତେସା ଶୁଳ୍କ ଘୋଷଣା କରିଥିଲେ। ଏପ୍ରିଲରେ କାର୍ଯ୍ୟକାରୀ ହେବାକୁ ଥିବା ଶୁଳ୍କକୁ ଟ୍ରମ୍ପ ପ୍ରଶାସନ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲା। ତଥାପି, ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ ଏବଂ ଲାଗୁ କରିଥିଲେ। ତେବେ ବୁଧବାର ଆଉ ୨୫ ପ୍ରତିଶତ ଟାରିଫ ଅଧିକ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି।

ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଟାରିଫ ଲଗେଇଲେ ଟ୍ରମ୍ପ

ଆମେରିକାର ଡବଲ ଟାରିଫ ମାଡ଼

ନୂଆଦିଲ୍ଲୀ, ୬/୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଭାରତ ଉପରେ ପୁଣି ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗେଇଛନ୍ତି। ଭାରତ ରୁଷୀୟ ତୈଳ କିଣିବା ଜାରି ରଖିଥିବାରୁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ଏହି ନୂତନ ଶୁଳ୍କ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ।

ଟ୍ରମ୍ଫ ପ୍ରଶାସନ ପୂର୍ବରୁ ଅତିରିକ୍ତ ଜରିମାନା ସହିତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିସାରିଛି। ଭାରତ ରୁଷିଆରୁ ତୈଳ ଆମଦାନୀ ଜାରି ରଖିବା ଏବଂ ଦୀର୍ଘକାଳୀନ ବାଣିଜ୍ୟ ପ୍ରତିବନ୍ଧକ ଯୋଗୁଁ ହୋଇଛି। ଏହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ, ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ମୋଟ ଟାରିଫ ୫୦ ପ୍ରତିଶତକୁ ଛୁଇଁଛି। ଏହା ଆଜିଠାରୁ ୨୧ ଦିନ ମଧ୍ୟରେ, ଅର୍ଥାତ୍ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ।

ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷରୁ ‘ବିପୁଳ ପରିମାଣର’ ତେଲ କିଣିବା ପାଇଁ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ରେ ଭାରତକୁ ବହୁ ପରିମାଣରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେବାର ଦୁଇ ଦିନ ପରେ ଘୋଷଣା କରିଛନ୍ତି। ଗତକାଲି, ଟ୍ରମ୍ପ ଭାରତ ରୁଷରୁ ତୈଳ ଆମଦାନୀ ସମ୍ପର୍କରେ ଚେତାବନୀ ଦେଇ କହିଥିଲେ ଯେ “ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତିରିକ୍ତ ଶୁଳ୍କ ଲାଗୁ ହୋଇପାରେ।”

Wednesday, August 6, 2025

‘ଗିନିଜ ୱାର୍ଲଡ ରେକର୍ଡ’ରେ ସ୍ଥାନ ପାଇଲା ପରୀକ୍ଷା ପେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୬/୮: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଥୀରେ ଅଛନ୍ତି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଆଲୋଚନା (PPC) “ଗୋଟିଏ ମାସରେ ନାଗରିକ ନିବେଶ ପ୍ଲାଟଫର୍ମରେ ସର୍ବାଧିକ ଲୋକ ପଞ୍ଜିକୃତ” ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ କାର୍ଯ୍ୟକ୍ରମର ୮ମ ସଂସ୍କରଣରେ MyGov ପ୍ଲାଟଫର୍ମରେ ରେକର୍ଡ ୩.୫୩ କୋଟି ବୈଧ ପଞ୍ଜିକରଣ ପାଇବା ପରେ ଏହି ମାନ୍ୟତା ମିଳିଛି।

ନୂଆଦିଲ୍ଲୀରେ ଏକ ସମାରୋହରେ ଏହି ପୁରସ୍କାର ଆନୁଷ୍ଠାନିକ ଭାବରେ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଜିତିନ ପ୍ରସାଦ, ଶିକ୍ଷା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

୨୦୧୮ ମସିହାରେ ଆରମ୍ଭ ହୋଇଥିବା, ପରୀକ୍ଷା ପେ ଆଲୋଚନା ଏକ ଅନନ୍ୟ ବିଶ୍ୱ ପ୍ଲାଟଫର୍ମ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରନ୍ତି। ପରୀକ୍ଷା ପାଇଁ ଚାପମୁକ୍ତ ପ୍ରସ୍ତୁତି ଏବଂ ସାମଗ୍ରିକ ଶିକ୍ଷାକୁ ଉତ୍ସାହିତ କରନ୍ତି। ୨୦୨୫ ସଂସ୍କରଣରେ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ୨୧ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ।

ସ୍ତନ୍ୟପାନ ଯୋଗୁଁ ମା’ ହୃଦୟର ନିକଟତର ହୋଇପାରିବ ଶିଶୁ: ଉପମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅନୁଷ୍ଠିତ ଚଳିତ ବର୍ଷର ଥିମ “ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ, ସ୍ଥାୟୀ ସମର୍ଥନ ବ୍ୟବସ୍ଥା ପ୍ରସ୍ତୁତ କରନ୍ତୁ” ଉପରେ ଆଲୋଚନା। ଏନଜିଓ ପଞ୍ଜିକରଣ ପାଇଁ “ଲୋକ କଲ୍ୟାଣ” ଅନଲାଇନ ୱେବ୍ ଲିଙ୍କ ଫର୍ମ ଲୋକାର୍ପଣ

ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟ ମହିଳା ଆୟୋଗ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ଶିଶୁ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା

ଭୁବନେଶ୍ୱର, ୬/୮: ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଦ୍ୱାରା ଉଭୟ ମାଆ ଓ ଶିଶୁର ସ୍ଵାସ୍ଥ୍ୟ ଭଲ ରହିବ ବୋଲି ମତ ପ୍ରକାଶ କରିଥିଲେ । ସ୍ତନ୍ୟପାନ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ୍ୟ କର୍କଟ ଓ ଡିମ୍ବାଶୟ କର୍କଟ ଭଳି ଭୟଙ୍କର ରୋଗକୁ ବହୁ ମାତ୍ରାରେ ଏଡାଇ ଯାଇପାରିବ। ଶିଶୁର ପ୍ରାରମ୍ଭିକ ୬ ମାସର ନିରନ୍ତର ସ୍ତନ୍ୟପାନ ଉଭୟ ମା ଓ ଶିଶୁର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଓଡ଼ିଶାରେ ସ୍ତନ୍ୟପାନର ହାର ବୃଦ୍ଧି କରିବାକୁ ସେ ଆହ୍ଵାନ ଦେଇଥିଲେ।

ଆଭାଷୀ ମାଧ୍ୟମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟାଳୟରେ ଏକ ଶିଶୁ ସ୍ତନ୍ୟପାନ କକ୍ଷ ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତ ସରକାରୀ ଓ ଅଣସରକାରୀ ସର୍ବସାଧରଣ ସ୍ଥାନମାନଙ୍କରେ ଶିଶୁ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି ହେଲା ଶିଶୁର ଦ୍ଵିତୀୟ ମା’ ଘର। ଅଙ୍ଗନବାଡିକୁ ଆହୁରି ଉନ୍ନତ କରିବା ପାଇଁ ଅଗଷ୍ଟ ୧ – ୧୫ରୁ “ଆସ ବୁଲିଯିବା ଅଙ୍ଗନବାଡି” ଅଭିଯାନରେ ଅଙ୍ଗନବାଡିକୁ ପରିଦର୍ଶନ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ନିର୍ଦ୍ଦେଶିକ ଡ. ଆଦିତ୍ୟ ମହାପାତ୍ର, ୟୁନିସେଫର ପୋଷଣ ବିଶେଷଜ୍ଞ ଶ୍ରୀ ସୌରଭ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶିକ ଡ. ଆଦିତ୍ୟ ମହାପାତ୍ର ଆଧୁନିକ ମା’ମାନେ ସ୍ତନ୍ୟପାନ କରେଇବା ପାଇଁ ନିରୂତ୍ସାହିତ ହେବାର କାରଣ ଗୁଡିକୁ ଉଲ୍ଲେଖ କରିଥିଲେ। ସ୍ତନ୍ୟପାନ କେବଳ ମା’ ମାନଙ୍କର ଦାୟିତ୍ଵ ନୁହେଁ, ଏହା ପରିବାର ସମାଜ, ସରକାର ସମସ୍ତଙ୍କ ସାମୂହିକ ଦାୟିତ୍ଵ। ମା’ମାନଙ୍କ ପାଇଁ ଉପଯୁକ୍ତ ବିଶ୍ରାମ, ପୁଷ୍ଟିକର ଖାଦ୍ୟ ଓ ଏକ ମାନସିକ ଚାପମୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଗର୍ଭବତୀ, ପ୍ରସୂତି ମା’ମାନଙ୍କ ପାଇଁ ତଥା ଶିଶୁମାନଙ୍କ ପାଇଁ ଉପଲବ୍ଧ ଥିବା ରାଜ୍ୟସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଅତିରିକ୍ତ ସଚିବ ସ୍ଵୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ “ଲୋକ କଲ୍ୟାଣ” – ଅନଲାଇନ ୱେବ୍ ଲିଙ୍କ ଫର୍ମ ଲୋକାର୍ପଣ ହୋଇଯାଇଛି । ଏହି ୱେବ୍ ଲିଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ (WCD) ଅଧୀନରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ (SSWB) ଦ୍ଵାରା ପରିଚାଳିତ ହେବ। ଏହି ପଞ୍ଜିକରଣ ମାଧ୍ୟମରେ ଓଡିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ(OSSWB) ଏକ ସକ୍ରିୟ ଏନଜିଓ ଡାଟାବେଶ ଗଠନ କରିବ।

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ

ଲାଞ୍ଚ ନେଇ ଧରା ପଡିଲେ

କେନ୍ଦୁଝର, ୬/୮: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍। ଲାଞ୍ଚ ନେଲା ବେଳେ ଧରା ପଡ଼ିଛନ୍ତି ଆସିଷ୍ଟାଣ୍ଟ ରେକର୍ଡ଼ କିପର ହାଡ଼ିବନ୍ଧୁ ବେହେରା। ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ ପରେ ହାଡ଼ିବନ୍ଧୁଙ୍କ ସରକାରୀ ଅଫିସ୍ ଓ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ।

ଜିଅନ୍ତା ଜଳିଗଲେ ଯୁବତୀ

ଯୁବତୀଙ୍କ ବାପା ଆଣିଲେ ସଙ୍ଗୀନ ଅଭିଯୋଗ

ପଟ୍ଟାମୁଣ୍ଡାଇ, ୬/୮: ପୁଣି ଜଳିଗଲେ ଯୁବତୀ। ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ। ଘରେ କେହି ନଥିବା ବେଳେ ନିଜ ଦେହରେ କିରାସିନି ଢାଳି ହୋଇ ଜଳି ଯାଇଛନ୍ତି ଯୁବତୀ। କେନ୍ଦ୍ରାପଡା ଜିଲ୍ଳାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଏହି ଅଘଟଣ ଘଟିଛି।

ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନି। ତେବେ କେହି ଜଣେ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଥିଲା। ମାନସିକ ନିର୍ଯାତନା ଦେଉଥିଲେ ପୁରୁଷ ବନ୍ଧୁ ବୋଲି ବାପା ଅଭିଯୋଗ କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସତ୍ୟାସତ୍ୟ ସ୍ପଷ୍ଟ ହୋଇନି।

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ଓହରିଲେ ପିଲା

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ବନ୍ଦ ରହିଲା ଆନ୍ଦୋଳନ 

ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ତେଜିଲା ଆନ୍ଦୋଳନ । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବୁଧବାର ଧାରଣାରେ ବସିଥିଲେ । ବାରମ୍ବାର ଅଭିଯୋଗ ଏବଂ ଗୁହାରୀ ପରେ ମଧ୍ୟ ପିଲାଙ୍କ ସମସ୍ୟାର ସମାଧାନ ହେଲା ନାହିଁ। ଫଳରେ ବାଧ୍ୟ ହୋଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ନା ମୁତାବକ, ଗତ ୨୬ ତାରିଖରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ମାଧ୍ୟମରେ ମହାବିଦ୍ୟାଳୟରେ ବର୍ଷା ପାଣି ନିଷ୍କାସନ ନହେବା ଯୋଗୁଁ ପାଣି ଜମି ରହିବା, ସାଧାରଣ ଶୌଚାଳୟ ନଥିବା, ଖେଳ ପଡିଆର ସୁବିଧା ନଥିବା ଏବଂ ପରିଶେଷରେରେ ମହାବିଦ୍ୟାଳୟରେ ପାଠାଗାରର ସମସ୍ୟା ଗୁଡିକୁ ଧ୍ୟାନ ଦେବାକୁ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଏହି ସମସ୍ୟାର ସମାଧାନ କଲାନଗଲେ ଅଗଷ୍ଟ ୬ ତାରିଖରେ ଧାରଣା ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ କି, ଅଭିଯୋଗର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପିଲାଙ୍କ ଅଭିଯୋଗ ଉପରେ କଲେଜ କମିଟି ଧ୍ୟାନ ଦେଲେ ନାହିଁ । ଯାହା ଫଳରେ ଛାତ୍ରଛାତ୍ରୀମାନେ ବୁଧବାର ସକାଳୁ ଧାରଣାରେ ବସିବା ସହ ମହାବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିଲେ । ଅଧ୍ୟାପକ ମାନେ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ବୁଝି ନଥିଲେ । ଶେଷରେ ନୂତନ ଅଧ୍ୟକ୍ଷ ରବିନାରାୟଣ ଦାସ ଆସି ପିଲାମାନଙ୍କୁ ବୁଝାଇବା ସହ ଏହାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଆସନ୍ତାବର୍ଷ ଫେବ୍ରୁଆରୀରେ ବାଂଲାଦେଶରେ ନିର୍ବାଚନ

ମହମ୍ମଦ ୟୁନୁସଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬/୮: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଆସନ୍ତାବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାଚ୍ୟୁତ କରିଥିବା ‘ଜୁଲାଇ ବିଦ୍ରୋହ’ର ପ୍ରଥମ ବାର୍ଷିକୀ ପାଳନ ପାଇଁ ଢାକାରେ ଏକ ନାଲି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଟିଭିକୁ ସାକ୍ଷାତକାର ଦେବା ସମୟରେ ୟୁନୁସ ଏହା କହିଥିଲେ।

“ଅନ୍ତରୀଣ ସରକାରଙ୍କ ପକ୍ଷରୁ, ମୁଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ଚିଠି ପଠାଇବି ଯେଉଁଥିରେ ନିର୍ବାଚନ କମିଶନଙ୍କୁ ରମଜାନ ପୂର୍ବରୁ ଫେବୃଆରୀ ୨୦୨୬ ରେ ଜାତୀୟ ନିର୍ବାଚନ କରିବାକୁ ଅନୁରୋଧ କରାଯିବ।” ବୋଲି ୟୁନୁସ କହିଥିଲେ।

ଆସନ୍ତା ବର୍ଷ ଫେବୃଆରୀ ୧୭ କିମ୍ବା ୧୮ ତାରିଖରେ ରମଜାନ ମାସ ଆରମ୍ଭ ହେବାକୁ ଯାଉଛି। ଯଦିଓ ପୂର୍ବରୁ, ବାଂଲାଦେଶରେ ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ଏପ୍ରିଲ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବାର ଥିଲା।

“ଆମେ ଚାହୁଁଛୁ ଯେ ଏହି ନିର୍ବାଚନ ଆମ ଦେଶର ଇତିହାସରେ ସ୍ମରଣୀୟ ହେଉ। ଆନନ୍ଦ ଏବଂ ଉତ୍ସବ, ଶାନ୍ତି ଏବଂ ଶୃଙ୍ଖଳା, ଭୋଟରଙ୍କ ମତଦାନ ଏବଂ ସଦ୍ଭାବନା ଏବଂ ଆନ୍ତରିକତା ଦୃଷ୍ଟିରୁ ଏକ ମୁକ୍ତ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ଉତ୍ସବପୂର୍ଣ୍ଣ ନିର୍ବାଚନ ହେବ ବୋଲି କହିଥିଲେ।

ୟୁନୁସ୍ କହିଛନ୍ତି ଯେ ତାଙ୍କ ସରକାର ଆସନ୍ତାକାଲିଠାରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ପୂରଣ କରିବା ପାଇଁ ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିବ।

ଏହା ପୂର୍ବରୁ, ୟୁନୁସ ‘ଜୁଲାଇ ବିଦ୍ରୋହ’ ବାର୍ଷିକୀକୁ “ବାଂଲାଦେଶର ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ” ବୋଲି କହିଥିଲେ। ସେ କହିଥିଲେ, ଏହା “ଆମ ଦେଶକୁ ଦୀର୍ଘକାଳୀନ ଏକଛତ୍ରବାଦୀ ଶାସନ କବଳରୁ ମୁକ୍ତ କରିବା ପାଇଁ ନେତୃତ୍ୱ ନେଇଥିଲା।”

“ବାଂଲାଦେଶର ଲୋକମାନେ ଚାହୁଁଛନ୍ତି ଯେ ୨୦୨୪ ର ଛାତ୍ର-ଜନତା ବିଦ୍ରୋହକୁ ଉପଯୁକ୍ତ ରାଷ୍ଟ୍ର ଏବଂ ସାମ୍ବିଧାନିକ ମାନ୍ୟତା ମିଳୁ ଏବଂ ପରବର୍ତ୍ତୀ ଜାତୀୟ ନିର୍ବାଚନ ମାଧ୍ୟମରେ ଆଗାମୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଂସ୍କାରିତ ସମ୍ବିଧାନର ସୂଚୀରେ ଜୁଲାଇ ଘୋଷଣା ସ୍ଥାନିତ ହେଉ,” ବୋଲି ଜୁଲାଇ ଘୋଷଣାପତ୍ର ପାଠ କରି ୟୁନୁସ୍ କହିଛନ୍ତି।

ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଛାତ୍ର ନେତୃତ୍ୱାଧୀନ ବିଦ୍ରୋହକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଚାହୁଁଥିଲେ। ତେଣୁ ଏହି ସ୍ୱୀକୃତିକୁ ଜୁଲାଇ ଘୋଷଣାନାମା କୁହାଯାଏ।

ଗତବର୍ଷ ଅଗଷ୍ଟ ୮ ତାରିଖରେ ୟୁନୁସଙ୍କୁ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଥିଲା। ୧୬ ବର୍ଷର ଆୱାମୀ ଲିଗ୍ ଶାସନର ପତନ ହୋଇଥିଲା। ଶେଖ୍ ହାସିନା ଦେଶରୁ ପଳାୟନ କରିଥିଲେ। ଅନ୍ତରୀଣ ସରକାର ବିଦ୍ରୋହ ଦିବସ ବାର୍ଷିକୀକୁ ସାଧାରଣ ଛୁଟି ଘୋଷଣା କରିଥିଲା।

ଅନ୍ତ୍ୟୋଦୟ ଗୃହ ଯୋଜନା ପୋର୍ଟାଲ ମାଧ୍ୟମରେ ୫୭,୩୦୮ ହିତାଧିକାରୀ ପାଇ ସାରିଛନ୍ତି ପ୍ରଥମ କିସ୍ତି

୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ

ଭୁବନେଶ୍ଵର, ୪/୮: ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତି l ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି ।

ମୋଟ ୫୭,୩୦୮ ଜଣ ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ପୋର୍ଟାଲ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ପ୍ରଥମ କିସ୍ତି ଗୃହ ସହାୟତା ପାଇଛନ୍ତି। ଏହା ବ୍ୟତୀତ, ୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ନିର୍ମାଣ ପ୍ରଗତିର ସଫଳ ଯାଞ୍ଚ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରଭାବଶାଳୀ ତଦାରଖ ସ୍ବଚ୍ଛତା ଅବଲମ୍ବନରେ ସହାୟକ ହୋଇଛି । ସ୍ୱୟଂଚାଳିତ ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (ABPS) ସମନ୍ୱୟ ତ୍ରୁଟିକୁ ହ୍ରାସ କରିବା ସହ ପାଣ୍ଠି ବଣ୍ଟନକୁ ତ୍ୱରାନ୍ୱିତ କରିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା l ହିତାଧିକାରୀ ତାଲିକାକୁ ଆହୁରି ସମବେଶୀ କରିବା ପାଇଁ ଦିବ୍ୟଙ୍ଗ ବିଭିନ୍ନ ବର୍ଗର ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ ରହିଛି । ଏହା ମଧ୍ୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ ଅଥବା ହାତୀ ଉପଦ୍ରବରେ ସମ୍ପୂର୍ଣ୍ଣ / ଭୀଷଣ ଭାବରେ ପ୍ରଭାବିତ ପରିବାର, ସରକାରୀ ପ୍ରକଳ୍ପ ସ୍ଥାନାନ୍ତରଣ ଆବଶ୍ୟକ କରୁଥିବା ସଂରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ପରିବାର, ମୁଖ୍ୟ ଉପାର୍ଜନକାରୀ ଅତି କମ୍ ରେ ୪୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ଥିବା ପରିବାର, ନାବାଳକ ସନ୍ତାନ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କୁଷ୍ଠ ରୋଗରୁ ମୁକ୍ତ, ମୁକ୍ତ ଗୋତି ଶ୍ରମିକ , ଶହୀଦ ପରିବାର , ଜାତୀୟ ପୁରସ୍କାରପ୍ରାପ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍, ଜଙ୍ଗଲ ଅଧିକାର ଆଇନ (FRA) ହିତାଧିକାରୀ, ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାର ରହିଛନ୍ତି l

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ AGJ ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧ। ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସ୍ଥିର ଘର ନିର୍ମାଣ ପାଇଁ ଆବଶ୍ୟକ ସହାୟତା ମିଳିବ। ପୋର୍ଟାଲଟି ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହିତ ଆଗାମୀ ସପ୍ତାହଗୁଡ଼ିକରେ କାର୍ଯ୍ୟାନ୍ୱୟନର ଗତି ଆହୁରି ତ୍ୱରାନ୍ୱିତ ହେବ ।

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୫/୮: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ । ସେ ଥିଲେ ଏକାଧାରରେ ସଂଗ୍ରାମୀ, ସଂସ୍କାରକ, ଅଧ୍ୟାପକ, ଶିକ୍ଷାବିତ୍‌, ରାଜନେତା, ବାଗ୍ମୀ ଓ ସୁଲେଖକ । ଓଡ଼ିଶା ଇତିହାସରେ ତାଙ୍କର କୃତି ଓ କୀର୍ତ୍ତି ଚିର ଉଜ୍ଜ୍ୱଳ ରହିବ ।

ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୧ତମ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଗଣେଶ୍ୱର ବେହେରା ଓ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ପୂଜ୍ୟପୂଜା ସଂସଦର ସଭାପତି ଶ୍ରୀ ପ୍ରଦୁ୍ୟମ୍ନ ଶତପଥି, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ ମିଶ୍ର, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ “Speeches of Finance Minister of Odisha from 2022 to 2025-26″କୁ ଉନ୍ମୋଚନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୩୬ ମସିହା ଅପ୍ରେଲ ପହିଲାରେ ବ୍ରିଟିଶ ଶାସନାଧିନ ଭାରତ ବର୍ଷରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ଶାସନଗତ କ୍ଷମତା ହାସଲ କରିଥିଲା । ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍‌-ସ୍ୱାଧୀନତା) ପ୍ରଥମ ବିଧାନସଭା ୧୯୩୬ ମସିହାଠାରୁ ୨୦୨୦-୨୧ ମସିହା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଧାନସଭାରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ ଅଭିଭାଷଣ ଗବେଷଣା ଉପବିଭାଗ ଦ୍ୱାରା ସଂଗ୍ରହ କରାଯାଇ ପୁସ୍ତକର ଅଷ୍ଟମ ଖଣ୍ଡ (ଅଷ୍ଟମ ସଂସ୍କରଣ) ପ୍ରକାଶିତ ହୋଇଛି । ଏହି ପରିପ୍ରେକ୍ଷୀରେ ୨୦୨୧-୨୨ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ନବମ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି ।

କାର୍ଯ୍ୟକ୍ରମ ଶେଷରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଶ୍ରୀ ଅବିନାଶ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ନୂଆଦିଲ୍ଲୀରେ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀ ଅନୁଷ୍ଠିତ

ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର, ୫/୮: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଆଜି ଯୋଗଦେଇଛନ୍ତି । ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ୍ୟବହୃତ ଜମି ଅଛି ଏବଂ ଏଥିରୁ ପ୍ରାୟ ୨୦ ନିୟୁତ ଜୈବିକ କୃଷି ପାଇଁ ଉପଯୁକ୍ତ। ଜୈବିକ ଉତ୍ପାଦର ବିଶ୍ୱ ଚାହିଦା ବୃଦ୍ଧି ପାଇବା ସହିତ, ଏହା ଆମର କୃଷକମାନଙ୍କ ପାଇଁ ସ୍ଥାୟୀ କୃଷି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ନେବାର ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ବଳଭଦ୍ର ଜୈବିକଚାଷ ମିଶନ ସହିତ, ଆମେ ଆମର ପ୍ରାଚୀନ ଆଦିବାସୀ ଅଞ୍ଚଳଗୁଡ଼ିକୁ ଜୈବିକ କ୍ଲଷ୍ଟରରେ ପରିଣତ କରିବା ଆରମ୍ଭ କରିଛୁ। ଆମର ଚାଷଯୋଗ୍ୟ ଜମିର ପ୍ରାୟ ୩୨ ପ୍ରତିଶତରେ ସର୍ବନିମ୍ନ ରାସାୟନିକ ବ୍ୟବହାର ହେଉଛି। ଏବେ, ଆମେ ଗୋଟିଏ ଜିଲ୍ଲା – ଗୋଟିଏ ଜୈବିକ କ୍ଲଷ୍ଟର, ଆମ୍ବ, ହଳଦୀ, ବାଜରା ଏବଂ ଅଦା ପାଇଁ କୃଷି-ପ୍ରକ୍ରିୟାକରଣ ୟୁନିଟ୍, ରପ୍ତାନି-ମୁଖୀ କୃଷି ପାର୍କ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓ ସହିତ ଜଡିତ ହୋଇ ଜୈବିକ ମୂଲ୍ୟ ଶୃଙ୍ଖଳ, ମାଣ୍ଡିଆ ଓ ବାଜରା-ଭିତ୍ତିକ ଉଦ୍ୟୋଗ ଏବଂ ଇକୋ-କୃଷି ହବ୍ ବୃଦ୍ଧି କରୁଛୁ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହା ମଧ୍ୟ କହିଛନ୍ତି ଯେ, ନିବେଶକ ଏବଂ ଉଦ୍ଭାବକମାନଙ୍କ ପାଇଁ ଓଡ଼ିଶା ଦୃଢ଼ ନୀତି, ଜମି, ବିଦ୍ୟୁତ୍, ସବସିଡି, ପୁଞ୍ଜି ପ୍ରୋତ୍ସାହନ ଏବଂ ଫାଷ୍ଟ-ଟ୍ରାକ୍ ମଞ୍ଜୁରୀ ପ୍ରଦାନ କରୁଛି । ବିଶ୍ୱସ୍ତରୀୟ ଅଂଶୀଦାର ଓ କୃଷି ଉଦ୍ୟୋଗୀମାନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରି ଏହି ପରିବର୍ତ୍ତନରେ ଭାଗୀଦାର ହେବାକୁ କହିଛନ୍ତି । ସମ୍ମିଳନୀରେ ନରୱେର କୃଷି ଉଦ୍ୟୋଗୀ ଓଡ଼ିଶାର ପରିବେଶ-କୃଷି କ୍ଷେତ୍ରକୁ ପ୍ରଶଂସା କରିଥିଲେ। ସମ୍ମିଳନୀରେ ଉଦୟ ଇଣ୍ଡିଆ ପତ୍ରିକାର ସମ୍ପାଦକ ଶ୍ରୀ ଦୀପକ କୁମାର ରଥ, ନୀତି ନିର୍ଦ୍ଧାରକ, କୃଷି-ବ୍ୟବସାୟୀ ନେତା, ଚାଷୀ ସଂଗଠନ, ଭୂମି ସଂସ୍କାର ରପ୍ତାନି ଏବଂ ବିକାଶ ସଂସ୍ଥା ପ୍ରମୁଖ ଯୋଗଦେଇଥିଲେ ।

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ କିଛି ଟ୍ରେନ ବାତିଲ

ଭୁବନେଶ୍ୱର, ୫/୮: ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରାଯାଇଛି। ଯାତ୍ରୀମାନଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ, ପୂର୍ବ ତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି:

• ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (08547/08548)

ଟ୍ରେନ୍ ନମ୍ବର 08547/08548 ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣା ରୁ 24 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଏବଂ ତିରୁପତିରୁ 25 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି ।

• ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା (08579/08580)

ଟ୍ରେନ୍ ନମ୍ବର 08579/08580 ବିଶାଖାପାଟଣା- ଚରଲାପାଲି- ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ 26 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ଚରଲାପାଲିରୁ ଏହା 27 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

• ଉଧନା-ଖୋର୍ଦ୍ଧା ରୋଡ୍-ଉଧନା (09059/09060)

ଟ୍ରେନ୍ ନମ୍ବର 09059/09060 ଉଧନା-ଖୋର୍ଦ୍ଧା ରୋଡ୍-ଉଧନା ସ୍ୱତନ୍ତ୍ର ଟ୍ରେନ 24 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଉଧନାରୁ ଏବଂ ଖୋର୍ଦ୍ଧା ରୋଡରୁ 26 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ବାତିଲ୍

ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋଟ୍ଟାଭାଲସା- ପେନ୍ଦୁର୍ତ୍ତି ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ 06 ଅଗଷ୍ଟ 2025 ରୁ 09 ଅଗଷ୍ଟ 2025 ପର୍ଯ୍ୟନ୍ତ, ନିମ୍ନଲିଖିତ ଟ୍ରେନ ଗୁଡିକ ବାତିଲ୍ କରାଯିବ।

• ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18526 ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ 06 ଅଗଷ୍ଟ 2025 ରୁ 08 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ କରାଯିବ।

• ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18525 ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ 07 ଅଗଷ୍ଟ 2025 ରୁ 09 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ କରାଯିବ।

ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଏବଂ ‘ଏକତା’ ଉତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଜନତା ମଇଦାନଠାରେ ପାଳନ ହେବ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍ଘାଟନ କରିବେ

ଆମ ବୁଣାକାର ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ଵର, ୫/୮: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା । ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ । ଓଡ଼ିଶାର ହସ୍ତତନ୍ତ – ଐତିହ୍ୟର ସୂତ୍ରଧର ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ ।

ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ଅଗଷ୍ଟ ୭ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ପାଳନ, ଅଗଷ୍ଟ ୮ ଓ ୯ ତାରିଖରେ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ କାର୍ଯ୍ୟକ୍ରମ “ଏକତା” ଉତ୍ସବ ଆୟୋଜନ ଏବଂ ଏହି ଉପଲକ୍ଷେ ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜନ କରାଯିବ । ସ୍ଥାନୀୟ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଏ ସମ୍ପର୍କରେ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ।

ଜାତୀୟ ହସ୍ତତନ୍ତ ଦିବସକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୭ ଅଗଷ୍ଟ ୨୦୨୫ରେ ଉଦଘାଟନ କରିବେ । ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଚଳଚିତ୍ର ଜଗତର ସ୍ଵନାମଧନ୍ୟ ତାରକା ଶ୍ରୀମତୀ ମାଧୁରୀ ଦୀକ୍ଷିତ ନେନେ ଯୋଗଦାନ କରିବେ ।

ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ EKTA କାର୍ଯ୍ୟକ୍ରମ (EKTA- Exhibition cum Knowledge Sharing for Textile Advantage) (ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ) ଓଡ଼ିଶା ଶାଖାକୁ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଅଗଷ୍ଟ ୮ ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ।

ଅଗଷ୍ଟ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସମସାମୟିକ ନୃତ୍ୟ ପ୍ରଦର୍ଶନ ସହ ଫ୍ୟାଶନ୍ ସୋ, ଲେଜର୍ ସୋ କାର୍ଯ୍ୟକ୍ରମ ଆୟୋଜନ ହେବ ।

ଅଗଷ୍ଟ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ ହେବ । ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ ରୁ ଅଧିକ ହସ୍ତତନ୍ତ ବୁଣାକାର ଅଂଶଗ୍ରହଣ କରିବେ । ରାଜ୍ୟର ବିବିଧ ହସ୍ତତନ୍ତ ଅସ୍ମିତା ସହ ବୟନ ମନ୍ତ୍ରାଳୟ ସହଯୋଗରେ ୮ ରୁ ଅଧିକ ରାଜ୍ୟର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ପ୍ରଦର୍ଶନ କରିବେ । ଫୁଡ୍ କୋର୍ଟ, ପ୍ଲେ ଜୋନ୍, ଆଦିର ବ୍ୟବସ୍ଥା ହୋଇଛି ।

ଏହି କାର୍ଯ୍ୟକ୍ରମଗୁଡ଼ିକରୁ ଫଳପ୍ରଦ ଫଳାଫଳ ପାଇବା ପାଇଁ ବିଭିନ୍ନ କର୍ମଶାଳା, କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ଆୟୋଜନ କରାଯିବ । ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ମାନ୍ୟବର ମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଚେତନତା ବୈଠକ

କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଉପରେ ଆଲୋଚନା

ଭୁବନେଶ୍ବର, ୫/୮: ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ଦ୍ୱାରା କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ-୨୦୧୩ର ରୂପାୟନ ସମ୍ବନ୍ଧୀୟ ଏକ ବିସ୍ତୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭାପତି ଶ୍ରୀମତୀ ସୌଦାମିନୀ ସେଠୀ, ସ୍ଵତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ରାଜଶ୍ରୀ ସିଂହ, ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀମତୀ ରଂଜିତା ବେହେରା, ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, କମିଟିର ସମସ୍ତ ସଦସ୍ୟ, କଟକସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ବସୁନ୍ଧରା’ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ମହିଳା ଅଧିକାରୀବୃନ୍ଦ ଓ ସମସ୍ତ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ I ବୈଠକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସବିଶେଷ କାର୍ଯ୍ୟ ଓ କ୍ଷମତା ବିଷୟରେ ସଚେତନତାଧର୍ମୀ ଆଲୋଚନା ହୋଇଥିଲା l

ଯୁବକଙ୍କୁ ଥାନାରେ ନିର୍ଯାତନା ଅଭିଯୋଗପୋଲିସ ଧମକାଇବାରୁ ବିଷ ପିଇ ଦେଲେ

ପୋଲିସ ଧମକାଇବାରୁ ବିଷ ପିଇ ଦେଲେ

ଯାଜପୁର,୬/୮: ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଅଭିଯୋଗ। ଥାନାରେ ପ୍ରବଳ ମାଡ଼ ଯୋଗୁ ଯୁବକ ବିଷ ପିଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଯୁବକଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିଲା। ଯେଉଁଥିପାଇଁ ଯୁବକ ଜଣକ ବିଷ ପିଇ ଦେଇଥିବା ସଂପର୍କୀୟମାନେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଆନାକା ପଞ୍ଚାୟତର ମହିପୁର ଗ୍ରାମର ବାସିନ୍ଦା ରବୀନ୍ଦ୍ର ମଲ୍ଲିକ (୨୮)ଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା କୁହାଯାଉଛି। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ହାଜତରେ ଥିବା ପୋଲିସ ନିର୍ମମ ଭାବରେ ମାଡ଼ ମାରିବା ସହିତ ଉଲଗ୍ନ କରିବାକୁ ବାଧ୍ୟ କରିଥିଲା। ଯେଉଁଥିପାଇଁ ସେ ଏଭଳି କଠୋର ପଦକ୍ଷେପ ନେଇଥିଲେ।

ଅନ୍ୟପକ୍ଷରେ ତାଙ୍କ ପରିବାର ପୋଲିସ ଉପରେ ଅଭିଯୋଗ କରିଛନ୍ତି ଯେ ସେମାନେ ଏହି ଘଟଣା ବିଷୟରେ କିମ୍ବା ରବୀନ୍ଦ୍ରଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ସେମାନଙ୍କୁ ସୂଚନା ଦେଇ ନଥିଲେ। ପରିବାର ଲୋକେ ରବିନ୍ଦ୍ରଙ୍କ ବିଷୟରେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପରେ ଜାଣିବାକୁ ପାଇଥିଲେ।

ପାରିବାରିକ ବିବାଦ ସମ୍ପର୍କରେ ପଚରାଉଚରା ପାଇଁ ତାଙ୍କୁ ବାଲିଚନ୍ଦ୍ରପୁର ଥାନାରେ ଅଟକ ରଖାଯାଇଥିଲା। ପାରିବାରିକ କଳହରୁ ଗରମ ପାଣି ଫିଙ୍ଗିବା ଘଟଣାରେ ଥାନାରେ ଅଟକ ଥିଲେ। ହେଲେ ପୋଲିସର ନିର୍ଯାତନା ସହ୍ୟ କରି ନ ପାରି ସେ ଲକ୍ ଅପ୍ ରୁମରେ ପଡ଼ିଥିବା ବିଷ ବୋତଲକୁ ନେଇ ପିଇ ଦେଇଥିଲେ। ରବିନ୍ଦ୍ର ଅଭିଯୋଗ କରିଥିଲେ ଯେ ଜଣେ ପୋଲିସ କର୍ମଚାରୀ ସେଠାରେ ବିଷ ବୋତଲ ରଖିଥିଲେ ଏବଂ ତାଙ୍କୁ ଏହା ଖାଇବାର ଦେଖିବା ସତ୍ତ୍ୱେ, କୌଣସି ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ପୋଲିସ ମୋ ବିରୋଧରେ ସଙ୍ଗୀନ ଦଫା ଲଗାଇବାକୁ ଧମକ ଦେଇଥିଲେ। ତେଣୁ ସେ ବିଷ ପିଇଥିଲେ। ହେଲେ ବାଲିଚନ୍ଦ୍ରପୁର ପୋଲିସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ସମ୍ୱଲପୁର, ୬/୮: ଭିଜିଲାନ୍ସ ଜାଲରେ ଫସିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍। ରାଜ୍ୟ ଡ୍ରଗ୍ସ ପରୀକ୍ଷାଗାରର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଦେବାଶିଷ ପଣ୍ଡାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।

ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୪ DSP, ୧୦ ଇନ୍ସପେକ୍ଟର ଓ ୪ ASI ସାମିଲ୍ ହୋଇଛନ୍ତି।

ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ବେହେରା ସାହି ସ୍ଥିତ ମେଟ୍ରୋସିଟିରେ ଥିବା ୨ଟି ଫ୍ଲାଟ, ଭୁବନେଶ୍ବର ଏସପ୍ଲାନେଡ୍ ମଲରେ ଥିବା ସ୍ଥାନ, ଭୁବନେଶ୍ବର ବଳଭଦ୍ରପୁରରେ ଥିବା ପ୍ରେଷ୍ଟିଜ ଆପାର୍ଟମେଣ୍ଟର ଫ୍ଲାଟ, ସମ୍ବଲପୁର ବରେଇପାଲ୍ଲୀରେ ଥିବା ଭଡ଼ାଘର, ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ପୈତୃକ ଘର, ସମ୍ବଲପୁରରେ ଥିବା ତାଙ୍କ ଅଫିସ ଚାମ୍ବରରେ ଚଢ଼ାଉ ଜାରି ରହିଛି।

ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ଆଉ ୬ ସଦସ୍ୟା ନିଯୁକ୍ତ

ଭୁବନେଶ୍ୱର, ୫/୮: ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ ୬ ସଦସ୍ୟା। ସେମାନେ ହେଲେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ ପ୍ରମୁଖ।


ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ମହିଳାଙ୍କୁ ନ୍ୟାୟ ପାଇଁ କାର୍ଯ୍ୟ କରିବି: ସୋଭନା


ଭୁବନେଶ୍ୱର, ୫/୮: ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା। ଏ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୋଭନା ମହାନ୍ତି ୫ ଅଗଷ୍ଟ ୨୦୨୫ ରୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

ନିଯୁକ୍ତି ନେଇ ସୋଭନା କହିଛନ୍ତି, “ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି। ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି। ବାଲେଶ୍ବର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି। ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ।”

Monday, August 4, 2025

ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟ ଅଫିସ ଯୋଜନା! କମ୍ ନିବେଶ ଉପରେ ୨୪,୦୩୩ ଅତିରିକ୍ତ ରିଟର୍ଣ୍ଣ ୨ ବର୍ଷରେ ପାଆନ୍ତୁ।

ପୋଷ୍ଟ ଅଫିସ ସଞ୍ଚୟ ଯୋଜନା 

ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟ ଅଫିସ ଯୋଜନା! କମ୍ ନିବେଶ ଉପରେ ୨୪,୦୩୩ ଅତିରିକ୍ତ ରିଟର୍ଣ୍ଣ ୨ ବର୍ଷରେ ପାଆନ୍ତୁ। ସହଜ ପ୍ରକ୍ରିୟା ଏବଂ ଲାଭ ଜାଣନ୍ତୁ ବିଷୟରେ ଏଠାରେ ଜାଣନ୍ତୁ..

Post Office Scheme: ମାତ୍ର ଏତିକି ନିବେଶରେ ମହିଳାଙ୍କୁ ମିଳିବ ୧,୭୪,୦୩୩!

Post Office Scheme: ପୋଷ୍ଟ ଅଫିସ୍ ଦେଶର ନାଗରିକମାନଙ୍କ ପାଇଁ ଅନେକ ଆକର୍ଷଣୀୟ କ୍ଷୁଦ୍ର ସଞ୍ଚୟ ଯୋଜନା ଚଳାଏ, ଯାହା ପ୍ରତ୍ୟେକ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।

 ଏଥିମଧ୍ୟରୁ ଅନ୍ୟତମ ହେଉଛି ପୋଷ୍ଟ ଅଫିସ୍ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା (MSSC)। ଏହି ଯୋଜନା ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ ୨ ବର୍ଷ ପାଇଁ ନିବେଶ କରାଯାଇପାରିବ ଏବଂ ୭.୫% ଆକର୍ଷଣୀୟ ସୁଧ ହାର ମିଳିଥାଏ।

ଏଥିମଧ୍ୟରୁ ଅନ୍ୟତମ ହେଉଛି ପୋଷ୍ଟ ଅଫିସ୍ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା (MSSC)। ଏହି ଯୋଜନା ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ ୨ ବର୍ଷ ପାଇଁ ନିବେଶ କରାଯାଇପାରିବ ଏବଂ ୭.୫% ଆକର୍ଷଣୀୟ ସୁଧ ହାର ମିଳିଥାଏ।

  ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା। କେବଳ ଭାରତରେ ରହୁଥିବା ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ।

ପୋଷ୍ଟ ଅଫିସ MSSC ଯୋଜନା କ'ଣ? ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା। କେବଳ ଭାରତରେ ରହୁଥିବା ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ।

 ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ କରିବାର ସର୍ବନିମ୍ନ ପରିମାଣ ୧୦୦୦ ଏବଂ ସର୍ବାଧିକ ସୀମା ୨ ଲକ୍ଷ ସ୍ଥିର କରାଯାଇଛି। ଯଦି ଜଣେ ମହିଳା ଏହାଠାରୁ ଅଧିକ ନିବେଶ କରିବାକୁ ଚାହାଁନ୍ତି, ତେବେ ସେ ଆଉ ଏକ ଆକାଉଣ୍ଟ ଖୋଲିପାରିବେ, କିନ୍ତୁ ଏଥିପାଇଁ ୬ ମାସର ବ୍ୟବଧାନ ବାଧ୍ୟତାମୂଳକ।

ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ କରିବାର ସର୍ବନିମ୍ନ ପରିମାଣ ୧୦୦୦ ଏବଂ ସର୍ବାଧିକ ସୀମା ୨ ଲକ୍ଷ ସ୍ଥିର କରାଯାଇଛି। ଯଦି ଜଣେ ମହିଳା ଏହାଠାରୁ ଅଧିକ ନିବେଶ କରିବାକୁ ଚାହାଁନ୍ତି, ତେବେ ସେ ଆଉ ଏକ ଆକାଉଣ୍ଟ ଖୋଲିପାରିବେ, କିନ୍ତୁ ଏଥିପାଇଁ ୬ ମାସର ବ୍ୟବଧାନ ବାଧ୍ୟତାମୂଳକ।

 ସୁଧ ହାର ଏବଂ ରିଟର୍ଣ୍ଣ- ୭.୫% ଆକର୍ଷଣୀୟ ରିଟର୍ଣ୍ଣ।ପୋଷ୍ଟ ଅଫିସ MSSC ଯୋଜନାରେ ସରକାର ୭.୫% ସୁଧ ହାର ପ୍ରଦାନ କରନ୍ତି । ଯଦି ଆପଣ ଏହି ଯୋଜନାରେ ୧,୫୦,୦୦୦ ନିବେଶ କରନ୍ତି, ତେବେ ୨ ବର୍ଷ ପରେ ଆପଣଙ୍କୁ ମୋଟ ୨୪,୦୩୩ ସୁଧ ମିଳିବ, ଅର୍ଥାତ୍ ୧,୭୪,୦୩୩ ରିଟର୍ଣ୍ଣ ଭାବରେ ଉପଲବ୍ଧ ହେବ।

ସୁଧ ହାର ଏବଂ ରିଟର୍ଣ୍ଣ- ୭.୫% ଆକର୍ଷଣୀୟ ରିଟର୍ଣ୍ଣ।
ପୋଷ୍ଟ ଅଫିସ MSSC ଯୋଜନାରେ ସରକାର ୭.୫% ସୁଧ ହାର ପ୍ରଦାନ କରନ୍ତି । ଯଦି ଆପଣ ଏହି ଯୋଜନାରେ ୧,୫୦,୦୦୦ ନିବେଶ କରନ୍ତି, ତେବେ ୨ ବର୍ଷ ପରେ ଆପଣଙ୍କୁ ମୋଟ ୨୪,୦୩୩ ସୁଧ ମିଳିବ, ଅର୍ଥାତ୍ ୧,୭୪,୦୩୩ ରିଟର୍ଣ୍ଣ ଭାବରେ ଉପଲବ୍ଧ ହେବ।

ପୋଷ୍ଟ ଅଫିସ MSSCରେ କିପରି ନିବେଶ କରିବେ? ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନାରେ ନିବେଶ କରିବାକୁ ହେଲେ, ନିକଟସ୍ଥ ଯେକୌଣସି ପୋଷ୍ଟ ଅଫିସକୁ ଯାଇ ଏକ ଆକାଉଣ୍ଟ ଖୋଲିପାରିବେ।

 ଆକାଉଣ୍ଟ ଖୋଲିବା ପାଇଁ ସର୍ବନିମ୍ନ ଜମା ୧୦୦୦ ଆବଶ୍ୟକ। ଆକାଉଣ୍ଟ ଖୋଲିବା ପରେ, ନିବେଶର ସର୍ବାଧିକ ସୀମା ୨ ଲକ୍ଷ ପର୍ଯ୍ୟନ୍ତ ରଖାଯାଏ। ଯଦି ନିବେଶକମାନେ ଅଧିକ ପରିମାଣ ଜମା କରିବାକୁ ଚାହାଁନ୍ତି, ତେବେ ସେମାନେ ଅନ୍ୟ ଏକ ଆକାଉଣ୍ଟ ଖୋଲିପାରିବେ।

ଆକାଉଣ୍ଟ ଖୋଲିବା ପାଇଁ ସର୍ବନିମ୍ନ ଜମା ୧୦୦୦ ଆବଶ୍ୟକ। ଆକାଉଣ୍ଟ ଖୋଲିବା ପରେ, ନିବେଶର ସର୍ବାଧିକ ସୀମା ୨ ଲକ୍ଷ ପର୍ଯ୍ୟନ୍ତ ରଖାଯାଏ। ଯଦି ନିବେଶକମାନେ ଅଧିକ ପରିମାଣ ଜମା କରିବାକୁ ଚାହାଁନ୍ତି, ତେବେ ସେମାନେ ଅନ୍ୟ ଏକ ଆକାଉଣ୍ଟ ଖୋଲିପାରିବେ।

 ଏହି ଯୋଜନାରେ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କ ପାଇଁ ମଧ୍ୟ ଆକାଉଣ୍ଟ ଖୋଲାଯାଇପାରିବ। ପିତାମାତାମାନେ ସେମାନଙ୍କ ଝିଅମାନଙ୍କ ପାଇଁ ଏହି ଯୋଜନାରେ ନିବେଶ କରିପାରିବେ, ଯାହା ଫଳରେ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଭଲ ପାଣ୍ଠି ସୃଷ୍ଟି ହୋଇପାରିବ।

ଏହି ଯୋଜନାରେ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କ ପାଇଁ ମଧ୍ୟ ଆକାଉଣ୍ଟ ଖୋଲାଯାଇପାରିବ। ପିତାମାତାମାନେ ସେମାନଙ୍କ ଝିଅମାନଙ୍କ ପାଇଁ ଏହି ଯୋଜନାରେ ନିବେଶ କରିପାରିବେ, ଯାହା ଫଳରେ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଭଲ ପାଣ୍ଠି ସୃଷ୍ଟି ହୋଇପାରିବ।

  ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ ଆୟକର ବିଭାଗର ଧାରା 80C ଅନୁଯାୟୀ କରମୁକ୍ତ। ଏହା ବ୍ୟତୀତ, ନିବେଶ ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଯଦି ଟଙ୍କାର ଆବଶ୍ୟକତା ପଡ଼େ, ତେବେ ଆକାଉଣ୍ଟରୁ ଟଙ୍କା ଉଠାଇହେବ। ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ, ପରିବାରର ଜଣେ ସଦସ୍ୟ ଜମା ହୋଇଥିବା ରାଶି ଉଠାଇପାରିବେ।

ଟିକସ ଛାଡ଼ ଏବଂ ନଗଦ ଟଙ୍କା କାଢ଼ିବା ସୁବିଧା- ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ ଆୟକର ବିଭାଗର ଧାରା 80C ଅନୁଯାୟୀ କରମୁକ୍ତ। ଏହା ବ୍ୟତୀତ, ନିବେଶ ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଯଦି ଟଙ୍କାର ଆବଶ୍ୟକତା ପଡ଼େ, ତେବେ ଆକାଉଣ୍ଟରୁ ଟଙ୍କା ଉଠାଇହେବ। ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ, ପରିବାରର ଜଣେ ସଦସ୍ୟ ଜମା ହୋଇଥିବା ରାଶି ଉଠାଇପାରିବେ।


COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...